Police Service Award 2026 - The Sakala

ଓଡ଼ିଶାର ୧୭ ଜଣଙ୍କୁ ମିଳିବ ବିଶିଷ୍ଟ ପୋଲିସ୍‌ ସେବା ପୁରସ୍କାର; ADG ସଂଜୀବ ପଣ୍ଡା ଏବଂ DSP ସ୍ମିତାରାଣୀ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ
ଭୁବନେଶ୍ୱର: ବିଶିଷ୍ଟ ପୋଲିସ୍‌ ସେବା ପୁରସ୍କାର ୨୦୨୬ ଘୋଷଣା କରାଯାଇଛି । ଓଡ଼ିଶାର ୧୭ ଜଣ ପୁଲିସ୍ ଅଧିକାରୀ ଓ କର୍ମଚାରୀ ଏହି ବିଶିଷ୍ଟ ପୋଲିସ୍‌ ସେବା ପୁରସ୍କାର ସମ୍ମାନ ପାଇବେ । ଘୋଷିତ ତାଲିକା ଅନୁସାରେ, ୫ ଜଣଙ୍କୁ ସାହାସିକତା, ୨ ଜଣଙ୍କୁ ରାଷ୍ଟ୍ରପତି ପଦକ ଏବଂ ୧୦ ଜଣଙ୍କୁ ମିଳିବ ପ୍ରଶଂସନୀୟ ସେବା ପଦକ। DG ପାହ୍ୟା ଅଧିକାରୀ ସଂଜୀବ ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ। DSP ପାହ୍ୟାର ଅଧିକାରୀ ସ୍ମିତାରାଣୀ ମହାନ୍ତିଙ୍କୁ ମଧ୍ୟ ମିଳିବ ରାଷ୍ଟ୍ରପତି ପଦକ।

୨୦୨୬ ମସିହା ସ୍ୱାଧୀନତା ଦିବସ ଅବସରରେ ଓଡ଼ିଶା ପୋଲିସର ୫ ଜଣ କର୍ମଚାରୀଙ୍କୁ ସେମାନଙ୍କର ଅଦମ୍ୟ ସାହସ ଏବଂ ଉଲ୍ଲେଖନୀୟ ସେବା ପାଇଁ ବୀରତ୍ୱ ପୁରସ୍କାର (Gallantry Awards) ପ୍ରଦାନ କରାଯିବ। କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ଏହି ପୁରସ୍କାର ଘୋଷଣା କରାଯାଇଛି। ଏହି ସମ୍ମାନଜନକ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ପୋଲିସ ଅଧିକାରୀ ଏବଂ କର୍ମଚାରୀମାନେ ହେଲେ ସବ୍-ଇନ୍ସପେକ୍ଟର ମନ୍ମଥ କୁମାର ମହାପାତ୍ର, ହାବିଲଦାର ନିରାକାର ଭୁଏ ଏବଂ କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, ସୁମନ ପୁନ ଓ ସୁରେଶ ଚନ୍ଦ୍ର ପୁତ । କର୍ତ୍ତବ୍ୟ ସମୟରେ ଅସାଧାରଣ ସାହସିକତା ପ୍ରଦର୍ଶନ, ଜୀବନ ଓ ସମ୍ପତ୍ତି ରକ୍ଷା ତଥା ଅପରାଧୀଙ୍କୁ ଧରିବାରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସେମାନଙ୍କୁ ଏହି ସମ୍ମାନ ପ୍ରଦାନ କରାଯିବ।

ଅଗ୍ନିଶମ ସେବା ପାଇଁ ଜଣଙ୍କୁ ରାଷ୍ଟ୍ରପତି ଓ ୨ ଜଣଙ୍କୁ ସାହସିକତା ପଦକ ମିଳିବ। ଅଗ୍ନିଶମ ସେବାରେ ଏଏସଓ ମଳୟ ମହାନ୍ତିଙ୍କୁ ରାଷ୍ଟ୍ରପତି ପଦକ ମିଳିବ। ଅମିତାଭ ରାଜ ଓ ନିଏଲ କେରକେଟାଙ୍କୁ ସାହସିକତା ପଦକ ମିଳିବ। ସେହିପରି ବେସାମରିକ ପ୍ରତିରକ୍ଷା ଏବଂ ଗୃହରକ୍ଷୀ ସେବାରେ ଜଣଙ୍କୁ ସାହସିକତା ପଦକ ମିଳିବ। ଗୃହରକ୍ଷୀ ସେବାରେ ଅଭିରାମ ସେଠୀଙ୍କୁ ସାହସିକତା ପଦକ ମିଳିବ। ସଂସ୍କାରମୂଳକ ସେବା ପାଇଁ ପ୍ରମୋଦ ସ୍ଵାଇଁ ଓ ବିଶ୍ଵନାଥ ପଣ୍ଡାଙ୍କୁ ସାହସିକତା ପଦକ ମିଳିବ।

ଚଳିତ ବର୍ଷ ସାରା ଦେଶରେ ପୋଲିସ ଓ ଅଗ୍ନିଶମ ସେବା ବିଭାଗର ମୋଟ ୩୦୧ ଜଣ କର୍ମଚାରୀଙ୍କୁ ବୀରତ୍ୱ ପଦକ (Gallantry Medals) ପ୍ରଦାନ କରିବା ନେଇ ଘୋଷଣା କରାଯାଇଛି। ଏଥିମଧ୍ୟରୁ ୨୭୨ ଜଣ ପୋଲିସ କର୍ମଚାରୀ ହୋଇଥିବା ବେଳେ ୨୯ ଜଣ ଅଗ୍ନିଶମ ସେବା କର୍ମଚାରୀ ଅଟନ୍ତି। ମୋଟ ୩୦୧ ଜଣ ପୁରସ୍କାର ପ୍ରାପ୍ତ କର୍ମଚାରୀଙ୍କ ମଧ୍ୟରୁ ୧୯୭ ଜଣ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳରୁ ଆସିଥିବା ବେଳେ ଜମ୍ମୁ-କାଶ୍ମୀରରୁ ୫୧ ଜଣ, ଉତ୍ତର-ପୂର୍ବାଞ୍ଚଳରୁ ୧୨ ଜଣ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ୪୧ ଜଣ ରହିଛନ୍ତି। ଓଡ଼ିଶା ପୋଲିସର ଏହି ୫ ଜଣ କର୍ମଚାରୀଙ୍କ ସ୍ୱୀକୃତି ସେମାନଙ୍କର ସାହସ ଏବଂ କର୍ତ୍ତବ୍ୟ ପ୍ରତି ଥିବା ନିଷ୍ଠାକୁ ପ୍ରମାଣିତ କରୁଛି।