Panchayat Election Odisha - The Sakala
ପଞ୍ଚାୟତ ନିର୍ବାଚନ: ସରିଲା ପଞ୍ଚମ ପର୍ଯ୍ୟାୟ ପାଇଁ ମତଦାନ, ୭୦ ପ୍ରତିଶତ ଭୋଟିଂ
ଭୁବନେଶ୍ୱର: ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ପଞ୍ଚାୟତ ନିର୍ବାଚନ ପାଇଁ ପଞ୍ଚମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ । ଆଜି ଅନ୍ତିମ ପର୍ଯ୍ୟାୟରେ ୭୦ ପ୍ରତିଶତ ମତଦାନ ହୋଇଥିବା ନେଇ ପ୍ରାରମ୍ଭିକ ସୂଚନା ମିଳିଛି । ଶେଷ ପର୍ଯ୍ୟାୟରେ ୨୫ ଜିଲ୍ଲାରେ ୪୮ଟି ବ୍ଲକର ୧୩୧ ଜିଲ୍ଲାପରିଷଦ ଜୋନରେ ଭୋଟଗ୍ରହଣ ହୋଇଛି । ୯୭୫ ଗ୍ରାମ ପଞ୍ଚାୟତର ୧୩ ହଜାର ୫୧୪ ବୁଥରେ ହୋଇଛି ମତଦାନ । ୪୧ ଲକ୍ଷ ୮୮ ହଜାରରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରିଛନ୍ତି । ମତଦାନ ଶେଷ ହେବା ସହ ଏବେ ଭୋଟ ଗଣତି ଉପରେ ସମସ୍ତଙ୍କର ନଜର ରହିବ । ଆସନ୍ତା ୨୬ ତାରିଖରୁ ୨୮ ତାରିଖ ଯାଏଁ ହେବ ଗଣତି ।
କିଛି ସ୍ଥାନରେ ଆଇନଶୃଙ୍ଖଳା ପାଇଁ ମତଦାନ ବାଧାପ୍ରାପ୍ତ ହୋଇଛି । ଜିଲ୍ଲାପାଳଙ୍କ ଠାରୁ ରିପୋର୍ଟ ଆସିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ନିର୍ବାଚନ କମିଶନ । ତେବେ ପୋଲିସ କର୍ମଚାରୀଙ୍କ ଅକ୍ଳାନ୍ତ ପରିଶ୍ରମ ଯୋଗୁଁ ସୁରୁଖୁରରେ ଭୋଟିଂ ପ୍ରକ୍ରିୟା ଶେଷ ହୋଇଛି ବୋଲି ନିର୍ବାଚନ କମିଶନ କହିଛନ୍ତି ।
ପଞ୍ଚାୟତ ନିର୍ବାଚନ: ୨୩ ତାରିଖରେ ରାଜ୍ୟର ୪୫ଟି ବୁଥରେ ହେବ ସାନି ମତଦାନ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଲାଣି । ମାତ୍ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଯେଉଁ ଯେଉଁ ବୁଥରେ ମତଦାନ ହୋଇପାରିନଥିଲା, ସେହି ବୁଥରେ ଆସନ୍ତା ୨୩ ତାରିଖରେ ପୁଣିଥରେ ସାନି ମତଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ଆସନ୍ତା ୨୩ ତାରିଖରେ ରାଜ୍ୟର ୪୫ଟି ବୁଥରେ ହେବ ସାନି ମତଦାନ । ତେବେ ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ବୁଥରେ ମତଦାନ ହୋଇପାରିନଥିଲା । ତେଣୁ ଏହି ୪୫ଟି ବୁଥରେ ଆସନ୍ତା ୨୩ ତାରିଖ ଭୋଟ୍ ପଡିବା ନେଇ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟାରୁ ଏହି ୪୫ଟି ବୁଥରେ ମତଦାନ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ ।
ଭୋଟ୍ ଦେଉଛି କୋଟିଆ, ଚାଲିଛି ଗଣତନ୍ତ୍ରର ମହାପର୍ବ; ୧୩ଟି ବୁଥରେ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର
କୋରାପୁଟ: ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ସକାଳ ୭ଟାରୁ ଦିନ ୧ଟା ଯାଏଁ ମତଦାନ ଗ୍ରହଣ କରାଯିବ । ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷରୁ ଅଧିକ ଭୋଟର ।
କୋରାପୁଟର କୋଟିଆରେ ମଧ୍ୟ ଚାଲିଛି ଗଣତନ୍ତ୍ରର ମହାପର୍ବ । ଭୋଟ୍ ଦେଉଛନ୍ତି କୋଟିଆବାସୀ । ଗୋଟିଏ ଜିଲ୍ଲା ପରିଷଦ ଜୋନ୍‌ରେ ଲଢ଼ୁଛନ୍ତି ୨ ପ୍ରାର୍ଥୀ । ସରପଞ୍ଚ ପଦ ପାଇଁ ମୈଦାନରେ ଅଛନ୍ତି ୭ ଆଶାୟୀ । ୧୩ଟି ବୁଥରେ ୫ ହଜାରରୁ ଅଧିକ ଭୋଟର ମତଦାନ କରିବେ । ଆନ୍ଧ୍ରର ଷଡ଼ଯନ୍ତ୍ରକୁ ମାତ୍ ଦେଇ ନେତା ବାଛୁଛନ୍ତି ଜନତା । କୋଟିଆ ପଞ୍ଚାୟତର ୨୮ ଗାଁ’ରେ ମତଦାନ ସାବ୍ୟସ୍ତ କରୁଛନ୍ତି ଭୋଟର । ମୋଟ ୫ ହଜାର ୧୯୭ ଜଣ ଭୋଟରଙ୍କ ପାଇଁ ୧୩ଟି ବୁଥ ପ୍ରସ୍ତୁତ ହୋଇଛି । ସମସ୍ତ ବୁଥରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ଜିଲ୍ଲା ପ୍ରଶାସନର ଫୋକସରେ ରହିଛି କୋଟିଆ । କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ନହେବା ପାଇଁ କୋଟିଆରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ଅଛନ୍ତି । ବରିଷ୍ଠ ଅଧିକାରୀମାନେ ମଧ୍ୟ କୋଟିଆକୁ ଯାଇ ସ୍ଥିତି ପରଖିଛନ୍ତି । ଅବାଧ, ମୁକ୍ତ ଓ ସୁରୁଖୁରୁରେ ନିର୍ବାଚନକୁ ଗୁରୁତ୍ବ ଦେଇଛି ପ୍ରଶାସନ । ସେପଟେ ଗତକାଲି ରାତ୍ରିରୁ ଆନ୍ଧ୍ରପ୍ରଦେଶ ସୀମା ସିଲ୍ କରିବା ସହିତ ସବୁ ଗାଡ଼ିକୁ ଯାଞ୍ଚ କରୁଛି ପ୍ରଶାସନ ।
ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ବନ୍ଦ ରହିବ ମଦ ଦୋକାନ
ଭୁବନେଶ୍ୱର: ଅବକାରୀ ବିଭାଗର ପକ୍ଷରୁ ବଡ଼ ପଦକ୍ଷେପ। ମଦ ମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ ଗଠନ କରାଯିବ। ନିର୍ବାଚନର ୪୮ ଘଣ୍ଟା ପୂର୍ବରୁ ସବୁ ମଦ କାଉଣ୍ଟର ବନ୍ଦ ରହିବ ବୋଲି ନିଷ୍ପତି ହୋଇଛି । ଏନେଇ ଅବକାରୀ ବିଭାଗ ଡେପୁଟି କମିଶନର ରାମଚନ୍ଦ୍ର ପାଲଟା ପ୍ରେସମିଟ୍ ଜରିଆରେ ସୂଚନା ଦେଇଛନ୍ତି ।
ମଦମୁକ୍ତ ପଞ୍ଚାୟତ ନିର୍ବାଚନ ପାଇଁ ବିଭିନ୍ନ ଜିଲ୍ଲାରେ ସ୍ୱତନ୍ତ୍ର ସ୍କ୍ୱାଡ୍‌ ଗଠନ କରାଯାଇଛଇ । ଏହି ସ୍କ୍ୱାଡ୍‌ ବିଭିନ୍ନ ଦିଗରୁ ମଦ କାରବାର ବନ୍ଦ ରଖିବାକୁ ପଦକ୍ଷେପ ଦେବ । ଏମିତିକି ବିଭିନ୍ନ ସ୍ଥାନରେ ବିଭାଗ ପକ୍ଷରୁ ଜୋରଦାର ଚଢ଼ାଉ ହେବ ବୋଲି କହିଛନ୍ତି ଅବକାରୀ ବିଭାଗ କମିଶନର । ସେ ଆହୁରି ମଧ୍ୟ କହିଛନ୍ତି, ନିଶା କାରବାର ରୋକିବାକୁ ବର୍ଡର ଚେକ୍ ପୋଷ୍ଟ କରାଯିବ । ଏମିତିକି ଟୋଲ୍ ଫ୍ରି ନମ୍ବର ୧୮୦୦ ୩୪୫୬୭୧୩ରେ ସାଧାରଣ ଲୋକ ଅଭିଯୋଗ କରିପାରିବେ । ନିର୍ବାଚନର ବେଳେ ୪୮ ଘଣ୍ଟା ପୂର୍ବରୁ ମଦ ଦୋକାନ ବନ୍ଦ ହେବା ନିଷ୍ପତି ହୋଇଛି ।
ପଞ୍ଚାୟତ ନିର୍ବାଚନ: ବିଜେଡି ହାତରେ ‘ନବୀନ’ ଅସ୍ତ୍ର; ବିଜେପିକୁ ଆଶା ନୂଆ ଚେହେରା, କଂଗ୍ରେସର ଆଦିବାସୀ କାର୍ଡ
ବଲାଙ୍ଗିର: ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିବା ପାଇଁ ଭିନ୍ନ ଦଳର ଭିନ୍ନ ରଣନୀତି। କିଏ ନୂଆ ଚେହେରା ଭରସାରେ ତ କିଏ ଆଦିବାସୀ ଭୋଟରଙ୍କ ଭରସାରେ ରହିଛି। ଏହିସବୁ ଅଙ୍କକଷା ଭିତରେ ବିଜେଡି ଦଳୀୟ ସଙ୍ଗଠନ ଓ ସରକାରୀ ଯୋଜନାକୁ ପଥେୟ କରି ନିର୍ବାଚନ ଲଢୁଥିବା ବେଳେ ଭୋଟ ହାତେଇବା ପାଇଁ ପ୍ରାର୍ଥୀମାନେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି, ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଅସ୍ତ୍ରକରି ନିର୍ବାଚନ ଜିଣିବା ପାଇଁ ପ୍ରୟାସ ଜାରି ରଖିଛନ୍ତି।
ବଲାଙ୍ଗିର ଜିଲ୍ଲାରେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭୋଟ ପ୍ରତିଶତ ଆଶ୍ଚର୍ଯ୍ୟଜନକ ଭାବେ କମିଯାଇଥିଲା। ୨୦୧୭ ପଞ୍ଚାୟତ ନିର୍ବାଚନରେ ଜିଲ୍ଲାର ଅନେକ ପୁରୁଣା ନେତା ନିର୍ବାଚନ ପରିଚାଳନା ଦାୟିତ୍ୱରେ ରହିଥିବାବେଳେ ସେମାନଙ୍କ ଗଣିତ ମଧ୍ୟ ଫେଲ ମାରିଥିଲା। ଫଳସ୍ୱରୂପ ବିଜେପି ବଲାଙ୍ଗିର ଜିଲ୍ଲା ପରିଷଦ ଦଖଲ କରିଥିଲା। ବିଜେଡି ଗଡ଼଼କୁ ଧସେଇ ପଶିଥିବା ବିଜେପି ୩୪ଟି ଜୋନ୍‍ରୁ ୨୪ ଜୋନରେ ବିଜୟୀ ହୋଇଥିଲା। ଜିଲ୍ଲା ପରିଷଦ ନିର୍ବାଚନରେ ଏହି ଆସନକୁ ପୁନଃଦଖଲ କରିବା ବିଜେଡି ପାଇଁ ଚ୍ୟାଲେଞ୍ଜ ହୋଇଛି। ବିଜେଡି ସହ କଂଗ୍ରେସ ଓ ବିଜେପି ମଧ୍ୟ ଏହି ଆସନ ଦଖଲ କରିବା ପାଇଁ ପ୍ରୟାସ ଜାରି ରଖିଛନ୍ତି। ପୁଣିଥରେ ଅଧ୍ୟକ୍ଷ ଚୌକି ହାତେଇବା ପାଇଁ ବିଜେପି ନୂଆ ଚେହେରାକୁ ଟିକଟ ଦେଇ ନିର୍ବାଚନକୁ ଓହ୍ଲାଇଛି। ସେହିଭଳି କଂଗ୍ରେସ କିଛି ଯୁବ, ମହିଳା ଓ ବରିଷ୍ଠ ପ୍ରାର୍ଥୀଙ୍କୁ ନେଇ ନିର୍ବାଚନ ଲଢୁଥିବା ବେଳେ ବିଶେଷ କରି ଆଦିବାସୀ ଭୋଟ ହାତେଇବା ପାଇଁ ଦଳ ପ୍ରୟାସ କରୁଛି। କଂଗ୍ରେସ ହାତରେ ଅନ୍ୟ କୈାଣସି ପ୍ରସଙ୍ଗ ନ ଥିବା ବେଳେ କିଭଳି ଆଦିବାସୀ ବର୍ଗଙ୍କ ଅସନ୍ତୋଷ ବିଜେଡି ଓ ବିଜେପି ବିରୋଧରେ ଦଳ ଅସ୍ତ୍ର କରିବ ସେନେଇ ମାନସମନ୍ଥନ କରୁଛି।
ଏହି ସବୁ ଭିତରେ କିନ୍ତୁ ବିଜେଡି ଦୃଢ଼ ଦଳୀୟ ସଙ୍ଗଠନ, ରାଜ୍ୟ ସରକାରଙ୍କ ଜନକଲ୍ୟାଣକାରୀ ଯୋଜନାକୁ ଅସ୍ତ୍ର କରିଛି। ବିଶେଷ କରି ଜାଗା ମିଶନ, ବିଜୁ ସ୍ୱାସ୍ଥ୍ୟକଲ୍ୟାଣକାରୀ ଯୋଜନା, ରାଜ୍ୟ ସରକାରଙ୍କ ପର୍ଯ୍ୟଟନ, ସ୍ୱାସ୍ଥ୍ୟ ଓ ଶିକ୍ଷା ଭିତ୍ତିଭୂମି ସଦୃଢ଼ କାର୍ଯ୍ୟକ୍ରମକୁ ଭୋଟରଙ୍କ ପାଖରେ ପହଞ୍ଚାଇ ସେମାନଙ୍କ ବିଶ୍ୱାସଭାଜନ ହେବାସହିତ ଭୋଟ ହାତେଇବାକୁ ଦଳ ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ବିଜେଡି ପ୍ରାର୍ଥୀଙ୍କ ବିଜୟ ପଛରେ ମୁଖ୍ୟମନ୍ତ୍ରୀଙ୍କ ଭାବମୂର୍ତ୍ତି ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିବ ବୋଲି ଦଳୀୟ ନେତାମାନେ ପ୍ରକାଶ କରିଛନ୍ତି। ବିଜେଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଚୌକି ଦଖଲ କରିବା ପାଇଁ ଦୃଢ଼ ଆଶାବାଦୀ ରହିଥିବାବେଳେ ଦଳ ଭିତରେ ରହିଥିବା ନେତାଙ୍କ ସମାନ୍ତରାଳ ଗୋଷ୍ଠୀ ଏବେ ଚିନ୍ତା ବଢ଼଼ାଇଛି। ଜିଲ୍ଲାର ପ୍ରାୟ ସବୁ ନିର୍ବାଚନମଣ୍ଡଳୀରେ ଦୁଇଟି ସମାନ୍ତରାଳ ଗୋଷ୍ଠୀ ରହିଛନ୍ତି। ବିଧାୟକ ଓ ବିଧାୟକ ପାଇଁ ଆଶାବାଦୀ ଥିବା ନେତାଙ୍କ ସହ ପୂର୍ବତନ ସାଂସଦ କଳିକେଶ ସିଂହଦେଓଙ୍କ ସମାନ୍ତରାଳ ଗୋଷ୍ଠୀ ରହିଛନ୍ତି। ଯିଏ ଯେଉଁ ନେତାଙ୍କ ଲବିରେ ଟିକଟ ପାଇଛନ୍ତି ତାଙ୍କୁ ଅନ୍ୟ ସଙ୍ଗଠନର ସମର୍ଥକ ମାନେ ସମର୍ଥନ କରୁ ନ ଥିବା ଆଲୋଚନା ହେଉଛି। ଦଳ ଯଦି ମିଳିତ ଭାବେ ନିର୍ବାଚନ ରଣାଙ୍ଗନରେ ଲଢିବ ତେବେ ବିଜେଡି ଗତ ନିର୍ବାଚନ ଅପେକ୍ଷା ଚଳିତ ଥର ଭଲ ପ୍ରଦର୍ଶନ କରିବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ରଖିଛନ୍ତି।
ପଞ୍ଚାୟତ ନିର୍ବାଚନ : ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ନାମାଙ୍କନ ଭରିଲେ ୫୨ ହଜାର ୮୬୮ ଜଣ ପ୍ରାର୍ଥୀ
ଭୁବନେଶ୍ବର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗତ ସୋମବାରଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ  ଦ୍ବିତୀୟ ଦିନ ଅର୍ଥାତ ଗତକାଲି ମଙ୍ଗଳବାର ୧୩ ହଜାର ୩୫୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଆଜି ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ୫୨ ହଜାର ୮୬୮ ଜଣ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି।  ରାଜ୍ୟର ବିଭିନ୍ନ ସ୍ଥାନରେ ସରପଞ୍ଚ ପଦବୀ ପାଇଁ ୮୯୪୭ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୱାର୍ଡମେମ୍ବର ପାଇଁ ୩୭ ହଜାର ୨୩୨ ଜଣ, ସମିତି ସଭ୍ୟ ପାଇଁ ୬୨୦୫ ଓ ୪୮୪ ଜଣ ଜିଲ୍ଲା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା । ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ, ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆସନ୍ତା ଫେବ୍ରୁଆରୀ ୧୬ରୁ ସାରା ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମତଦାନ ହେବ । ସେହିପରି ଫେବ୍ରୁଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ହେବ । ଏଥର ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାରର ସଭାସମିତି, ବୈଠକ, ବାଇକ ରାଲି ଉପରେ କଟକଣା ଜାରି ହୋଇଛି । କେବଳ ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀ ଡୋର ଟୁ ଡୋର ପ୍ରଚାର କରିପାରିବେ ।
ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତରେ ମୋଟ ୯୧,୯୧୩ ଜଣ ୱାର୍ଡମେମ୍ବର, ୬୭୯୪ ଜଣ ସରପଞ୍ଚ, ୬୭୯୪ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୫ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବେ । ଯଦି ଏଥିରେ କୌଣସି ଭୁଲ ତଥ୍ୟ ଥାଏ, ତେବେ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ।
କୋଟିଆ ଆମର; ଜନତା ମାରିବେ ମୋହର, ଆନ୍ଧ୍ର ନିର୍ବାଚନ କରିଥିବା ୱାର୍ଡରେ ବି ହେବ ଭୋଟ
କୋରାପୁଟ: ଫେବ୍ରୁଆରୀ ୧୬ରୁ ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବ।  ଚଳିତ ଥର ଓଡ଼ିଶା-ଆନ୍ଧ୍ରପ୍ରଦେଶ ସୀମାନ୍ତ ପଟାଙ୍ଗି ବ୍ଲକର ବିବାଦୀୟ କୋଟିଆରେ ମଧ୍ୟ ପଞ୍ଚାୟତ ନିର୍ବାଚନ କରାଯିବାକୁ ନିଷ୍ପତ୍ତି ହୋଇଥିବା କୋରାପୁଟ ଜିଲ୍ଲାପାଳ ମହମ୍ମଦ ଅବଦ୍ଦଲ ଅଖତର ସୂଚନା ଦେଇଛନ୍ତି। କୋଟିଆ ସମେତ ସମସ୍ତ ୧୩ଟି ୱାର୍ଡରେ ଭୋଟ ଗ୍ରହଣ କରାଯିବ। ଏମିତିକି ଆନ୍ଧ୍ରପ୍ରଦେଶ ନିର୍ବାଚନ କରିଥିବା ୱାର୍ଡଗୁଡ଼ିକରେ ମଧ୍ୟ ମତଦାନ କରାଯିବ। ଏଥିପାଇଁ ଜିଲ୍ଲା ପ୍ରଶାସନ ଓ ପୁଲିସ୍ ପ୍ରଶାସନ ପକ୍ଷରୁ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ପ୍ରକାଶ କରିଛନ୍ତି। ଏଥିସହ କୋଟିଆରେ ବିଶୃଙ୍ଖଳା ସୃଷ୍ଟିକାରୀଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି। ଶନିବାର ପୂର୍ବାହ୍ନରେ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ନେଇ ଜିଲ୍ଲାପାଳ ଅବଦ୍ଦାଲ୍ ଏମ୍ ଅଖତର୍ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହ ଭର୍ଚ୍ୟୁଆଲ୍ ବୈଠକରେ ଯୋଗଦେଇ ଆଲୋଚନା କରିଛନ୍ତି ।
ଏଥିରେ ଜିଲ୍ଲାରେ ଶାନ୍ତିଶୃଙ୍ଖଳାର ସହ ୨,୯୭୩ଟି ମତଦାନ କେନ୍ଦ୍ରରେ ଭୋଟଗ୍ରହଣ କରାଯିବା ପାଇଁ ପ୍ରଶାସନ ପ୍ରସ୍ତୁତଥିବା ଜିଲ୍ଲାପାଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଅବଗତ କରାଇଥିଲେ। ମତଦାନ କେନ୍ଦ୍ରରେ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଥିବା ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଗତ ନିର୍ବାଚନରେ ସମ୍ବେଦନଶୀଳ ଓ ଅତ୍ୟନ୍ତ ସମ୍ବେଦନଶୀଳ ଥିବା ବୁଥ୍‌ଗୁଡ଼ିକ ସମ୍ପର୍କରେ ଏସ୍‌ପିଙ୍କ ସହ ଆଲୋଚନା କରିଛନ୍ତି। ବର୍ତ୍ତମାନର ସ୍ଥିତି ଉପରେ ସମୀକ୍ଷା କରି ସମ୍ବେଦନଶୀଳ ବୁଥ୍ ଚିହ୍ନଟ କରାଯିବା ସହ ତଦନୁଯାୟୀ ଭୋଟଗ୍ରହଣ ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ବୈଠକ ପରେ  ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ବିଶେଷ କରି ଗତ ନିର୍ବାଚନ ସମୟ ଅପେକ୍ଷା ବର୍ତ୍ତମାନ ମାଓବାଦୀ କାର୍ଯ୍ୟକଳାପ ଯଥେଷ୍ଟ ହ୍ରାସ ପାଇଥିବାରୁ ଉପାନ୍ତ ଅଞ୍ଚଳରେ ନିର୍ବାଚନ ପରିଚାଳନା ପୂର୍ବାପେକ୍ଷା ଅଧିକ ସୁବିଧା ହେବ ବୋଲି ଜିଲ୍ଲାପାଳ ମତବ୍ୟକ୍ତ କରିବା ସହ ଏସ୍‌ପିଙ୍କ ସହିତ ଆଲୋଚନା କରି  ସେହି ଅଞ୍ଚଳରେ ପୁଲିସ୍ ଫୋର୍ସ୍  ମୁତୟନ କରିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ତେବେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହେବା ଦିନରୁ ପ୍ରାର୍ଥୀ ଓ ସମର୍ଥକ ଯେପରି ଆଦର୍ଶ ଆଚରଣ ବିଧି ପାଳନ କରିବେ ସେଥିପ୍ରତି  ଜିଲ୍ଲା ପ୍ରଶାସନ ତୀକ୍ଷ୍ମ ଦୃଷ୍ଟି ରଖିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି। ପ୍ରଚାରରେ ୫ଜଣ ଓ ଆବଶ୍ୟକ ସ୍ଥଳେ ସ୍ଥାନୀୟ  ଥାନା ଅଧିକାରୀଙ୍କଠାରୁ ଅନୁମତି ନେଇ ଦଳ କିମ୍ବା ପ୍ରାର୍ଥୀ ପ୍ରଚାରରେ ମାଇକ୍ରୋ ଫୋନ୍ ବ୍ୟବହାର କରିପାରିବେ ବୋଲି ସେ କହିଛନ୍ତି। ଆଜିର ଭର୍ଚ୍ୟୁଆଲ୍ ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ହେମକାନ୍ତ ସଏ, ଜିଲ୍ଲା ପଞ୍ଚାୟତ ଅଧିକାରୀ ସାଖିଲା ଚନ୍ଦ୍ର ବାସ୍କେ ଉପସ୍ଥିତ ଥିଲେ।
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଫେବୃଆରୀ ୧୬,୧୮,୨୦,୨୨ ଓ ୨୪ରେ ଭୋଟ ଗ୍ରହଣ କରାଯିବ। ମତଦାତାମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ  ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଭୋଟ ଦେଇପାରିବେ।ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ। ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି । ଏଥି ସହିତ ଆଜିଠାରୁ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଚରଣ ବିଧି ଲାଗୁ କରାଯାଇଛି। ତେବେ ଆସନ୍ତୁ ଜାଣିବା ନିର୍ବାଚନ କମିଶନଙ୍କ ଘୋଷଣା ଅନୁସାରେ କେତେ ତାରିଖରେ କଣ ହେବ ……
ଜାନୁଆରୀ ୧୧ : ନିର୍ବାଚନ ନେଇ ହେଲା ତାରିଖ ଘୋଷଣା
ଜାନୁଆରୀ ୧୩ : ପଞ୍ଚାୟତ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ
ଜାନୁଆରୀ ୧୭ ରୁ ୨୧ : ମନୋନୟନ ପତ୍ର ଦାଖଲ(ପ୍ରାର୍ଥୀ ପତ୍ର ଦାଖଲ)
ଜାନୁଆରୀ ୨୨ : ମନୋନୟନ ପତ୍ର ଯାଞ୍ଚ
ଜାନୁଆରୀ ୨୫ : ପ୍ରାର୍ଥୀପତ୍ର ପ୍ରତ୍ୟାହାର ଶେଷ ତାରିଖ
ଜାନୁଆରୀ ୨୫ : ପ୍ରାର୍ଥୀମାନଙ୍କର ଚୁଡାନ୍ତ ତାଲିକା ପ୍ରକାଶ
୫ଟି ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ
ଫେବୃଆରୀ ୧୬ : ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ
ଫେବୃଆରୀ ୧୮ : ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ
ଫେବୃଆରୀ ୨୦ : ତୃତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ
ଫେବୃଆରୀ ୨୨ : ଚତୁର୍ଥ ପର୍ଯ୍ୟାୟ ଭୋଟ ଗ୍ରହଣ
ଫେବୃଆରୀ ୨୪ : ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ
୩ଟି ପର୍ଯ୍ୟାୟରେ ହେବ ଗଣତି ଓ ଫଳାଫଳ ପ୍ରକାଶ
ଫେବୃଆରୀ ୨୬ : ପ୍ରଥମ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
ଫେବୃଆରୀ ୨୭ : ଦ୍ବିତୀୟ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
ଫେବୃଆରୀ ୨୮ : ତୃତୀୟ ପର୍ଯ୍ୟାୟ ଭୋଟ ଗଣତି ଓ ଫଳାଫଳ ପ୍ରକାଶ
ଭୋଟଗଣତି ସମାପ୍ତ ସହ ଫେବୃୟାରୀ ୨୮ତାରିଖରେ ହିଁ ଆଦର୍ଶ ଆଚରଣ ବିଧି ପ୍ରତ୍ୟାହାର ହେବ
(ପରୋକ୍ଷ ନିର୍ବାଚନ)
ମାର୍ଚ୍ଚ ୧୧ : ନାଏବ ସରପଞ୍ଚ ନିର୍ବାଚନ
ମାର୍ଚ୍ଚ ୧୨ : ପଞ୍ଚାୟତ ସମିତି ଅଧ୍ୟକ୍ଷ ନିର୍ବାଚନ
ମାର୍ଚ୍ଚ ୧୩ : ଜିଲ୍ଲା ପରିଷଦ ସଭାପତି ନିର୍ବାଚନ
ମାର୍ଚ୍ଚ ୨୩ : ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନିର୍ବାଚନ
ମାର୍ଚ୍ଚ ୨୫ : ଜିଲ୍ଲା ପରିଷଦ ଉପସଭାପତି ନିର୍ବାଚନ
ପଞ୍ଚାୟତ ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ : ୫ ପର୍ଯ୍ୟାୟରେ ହେବ ନିର୍ବାଚନ, ଫେବୃଆରୀ ୧୬,୧୮,୨୦,୨୨ ଓ ୨୪ରେ ଭୋଟ ଗ୍ରହଣ
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଘୋଷଣା ହୋଇଛି ତାରିଖ। ଆଜି ୧୧.୩୦ରେ ଗୀତଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ନିର୍ବାଚନ କମିଶନ ଓଡ଼ିଶାର ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ତାରିଖ ଘୋଷଣା କରିଛନ୍ତି।ରାଜ୍ୟରେ ପାଞ୍ଚଟି ପର୍ଯ୍ୟାୟରେ ହେବ ନିର୍ବାଚନ। ଫେବୃଆରୀ ୧୬,୧୮,୨୦,୨୨ ଓ ୨୪ରେ ଭୋଟ ଗ୍ରହଣ କରାଯିବ। ମତଦାତାମାନେ ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ  ଭୋଟ ଗ୍ରହଣ କେନ୍ଦ୍ରକୁ ଆସି ଭୋଟ ଦେଇପାରିବେ।ସେହିଭଳି ଫେବ୍ରୁଆରୀ ୨୬, ୨୭ ଓ ୨୮ ତାରିଖରେ ୩ଟି ପର୍ଯ୍ୟାୟରେ ଭୋଟ ଗଣତି ସହ ଫଳାଫଳ ପ୍ରକାଶ ପାଇବ।
ନିର୍ବାଚନ କମିଶନରଙ୍କ ସୂଚନାଅନୁସାରେ, ଆଗାମୀ ଫେବୃଆରୀ ୧୬ରୁ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ ହେବ । ଏହାପରେ ଫେବୃଆରୀ ୧୮ରେ ୨ୟ ପର୍ଯ୍ୟାୟ , ଫେବୃଆରୀ ୨୦ରେ ୩ୟ ପର୍ଯ୍ୟାୟ , ଫେବୃଆରୀ ୨୨ରେ ୪ର୍ଥ ପର୍ଯ୍ୟାୟ, ଫେବୃଆରୀ ୨୪ରେ ୫ମ ପର୍ଯ୍ୟାୟରେ ହେବ ମତଦାନ ।  ଏହାପରେ ଫେବୃଆରୀ ୨୬, ୨୭,୨୮ରେ ଭୋଟ ଗଣତି ହେବ । ପ୍ରତି ବ୍ଲକ ସ୍ତରରେ ହେବ ଭୋଟ ଗଣତି କେନ୍ଦ୍ର । ତେବେ ନିର୍ବାଚନ ତାରିଖ ଘୋଷଣା ହେବା ସହ ଆଜିଠୁ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଛି ।
କୋଭିଡ କଟକଣା  ମଧ୍ୟରେ  ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ପଦଯାତ୍ରା, ବାଇକ୍ ଓ ସାଇକେଲ୍ ଶୋଭାଯାତ୍ରା ମନା କରାଯାଇଛି। ଡିଜିଟାଲ ଏବଂ ମୋବାଇଲ ମାଧ୍ୟମରେ ପ୍ରାର୍ଥୀମାନେ ପ୍ରଚାର କରିବେ। ଏଥି ସହିତ ପ୍ରାର୍ଥୀ ନିଜ ସହ ପାଞ୍ଚ ଜଣଙ୍କୁ ନେଇ ଡୋର ଟୁ ଡୋର ପ୍ରଚାର କରିପାରିବେ। ସାଧାରଣ ସଭା ବା କୌଣସି ପ୍ରକାର ସମାବେଶକୁ ଅନୁମତି ନାହିଁ ।
ପଞ୍ଚାୟତ ନିର୍ବାଚନ ପାଇଁ ଆସନ୍ତା ଜାନୁଆରୀ ୧୩ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ । ସେହିଭଳି ୧୭ ଜାନୁଆରୀରୁ ୨୧ ଜାନୁଆରୀ ପର୍ଯ୍ୟନ୍ତ ନାମାଙ୍କନପତ୍ର ଦାଖଲ କରିପାରିବେ ପ୍ରାର୍ଥୀ ।୨୨ ଜାନୁଆରୀରେ ନାମାଙ୍କନପତ୍ର ଯାଞ୍ଚ କରାଯିବ, ୨୫ ଜାନୁଆରୀ ସୁଦ୍ଧା ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ ପ୍ରାର୍ଥୀ । ସେହି ୨୫ ଜାନୁଆରୀ ଚୁଡାନ୍ତ ତାଲିକା ପ୍ରକାଶ ପାଇବ । ସବୁ ପର୍ଯ୍ୟାୟର ନିର୍ବାଚନ ଶେଷ ହେବା ପରେ ବ୍ଲକସ୍ତରରେ ଭୋଟ ଗଣତି ହେବ। ଡବଲ ଡୋଜ୍ ଟିକା ବା ଆରଟିପିସିଆର ଟେଷ୍ଟ କରିଥିବା ବ୍ୟକ୍ତି ଗଣତି କେନ୍ଦ୍ରକୁ ଯିବାକୁ ଅନୁମତି ରହିଛି ବୋଲି ପ୍ରେସମିଟରେ ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ ।
ଚଳିତ ନିର୍ବାଚନରେ ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ । ଏଥି ସହିତ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା, ଅପରାଧିକ ମାମଲ ଏବଂ ସମ୍ପତ୍ତିର ସତ୍ୟପାଠ ପ୍ରଦାନ କରିବେ।  ଯଦି ଭୁଲ୍ ସତ୍ୟପାଠ ଦାଖଲ କରିଥିବେ ସେମାନେ ଆଇନତଃ ଦଣ୍ଡିତ ହେବାର ପ୍ରାବଧାନ ରହିଛି ରାଜ୍ୟ ନିର୍ବାଚନ କମିଶନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ।
ଚଳିତ ପଞ୍ଚାୟତ ନିର୍ବାଚନରେ  ୯୧,୯୧୩ ୱାର୍ଡରେ ନିର୍ବାଚନ ହେବାକୁ ଥିବା ବେଳେ ୬୭୯୪ ପଞ୍ଚାୟତରେ ସରପଞ୍ଚ  ପଦ ପାଇଁ, ୬୭୯୩ ପଞ୍ଚାୟତ ସମିତି ପାଇଁ,  ୮୫୩ ଜିଲ୍ଲା ପରିଷଦ ଜୋନରେ ନିର୍ବାଚନ ହେବ । ଏହି ୮୫୩ ଜିଲ୍ଲା ପରିଷଦରୁ ୪୩୩ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରହିଛି । ଚଳିତ ପଞ୍ଚାୟତ ନିର୍ବାଚନରେ ମୋଟ୍ ୨ କୋଟି ୭୯ ଲକ୍ଷ ଭୋଟର ମତଦାନ କରିବେ
ଗତକାଲି ସର୍ବଦଳୀୟ ବୈଠକ ବସିଥିବାବେଳେ ରାଜ୍ୟ ନିର୍ବାଚନ କମିଶନ ନିର୍ବାଚନ ସପକ୍ଷରେ ରହିଥିଲେ। ଯେହେତୁ ଜାତୀୟ ନିର୍ବାଚନ କମିଶନ ପାଞ୍ଚଟି ରାଜ୍ୟରେ କୋଭିଡ କଟକଣା ମୁତାବକ ନିର୍ବାଚନ କରିବାକୁ ଚାହୁଁଛନ୍ତି  । ତେଣୁ ରାଜ୍ୟ ନିର୍ବାଚନ ଆୟୋଗ ମଧ୍ୟ ଉକ୍ତ କଟକଣା ମୁତାବକ ନିର୍ବାଚନ କରିବାକୁ ଆଗ୍ରହୀ ଥିଲେ ।
ଗତକାଲି ସର୍ବଦଳୀୟ ବୈଠକରେ କମିସନର ରାଜନୈତିକ ଦଳର ନେତାମାନଙ୍କୁ ନିର୍ବାଚନ ସମୟରେ ଲାଗୁ ହେବାକୁ ଥିବା ଗାଇଡଲାଇନ, ପ୍ରାର୍ଥୀଙ୍କ ପାଇଁ କ’ଣ ଆବଶ୍ୟକ ଏବଂ ରାଜନୈତିକ ଦଳର ଭୂମିକା ବିଷୟରେ ଅବଗତ କରାଇଛନ୍ତି। ସେହିପରି ପ୍ରାର୍ଥୀମାନଙ୍କର ନିର୍ବାଚନ ଖର୍ଚ୍ଚ ବଢ଼ାଯାଇଛି। ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀ ସର୍ବାଧିକ ୫ଲକ୍ଷ, ସମିତି ସଭ୍ୟ ଓ ସରପଞ୍ଚ ପ୍ରାର୍ଥୀ ସର୍ବାଧିକ ୨ଲକ୍ଷ ଟଙ୍କା ଖର୍ଚ୍ଚ କରିପାରିବେ। ଏହି ପ୍ରାର୍ଥୀମାନେ ନାମାଙ୍କନ ପତ୍ର ଦାଖଲ ସମୟରେ ନୋଟାରୀଙ୍କ ଠାରୁ ପ୍ରାପ୍ତ ଏକ ସତ୍ୟପାଠ ଦାଖଲ କରିବାକୁ ହେବ। ୱାର୍ଡମେମ୍ବର ପ୍ରାର୍ଥୀ ସ୍ବଲିଖିତ ସତ୍ୟପାଠ ଦାଖଲ କରିବେ। ଏଥର ପ୍ରଥମ କରି ପଞ୍ଚାୟତ ନିର୍ବାଚନର ଭୋଟ୍ ଗଣତି ବ୍ଲକ୍ ସ୍ତରରେ ତିନିଦିନ ଧରି ଜିଲ୍ଲା ପରିଷଦ ୱାରି ଗଣନା କରାଯିବ। ନିର୍ବାଚନ ତାରିଖ ଘୋଷଣା ହେବା ଦିନଠାରୁ ଆଦର୍ଶ ଆଚରଣ ବିଧି ଲାଗୁ ହେବ। ୱାର୍ଡ ମେମ୍ବର ପ୍ରାର୍ଥୀଙ୍କ ପାଇଁ ହଳଦିଆ, ସରପଞ୍ଚ ପ୍ରାର୍ଥୀଙ୍କ ପାଇଁ ଗୋଲାପୀ, ଜିଲ୍ଲା ପରିଷଦ ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଧଳା ରଙ୍ଗର ବାଲଟ୍ ପେପର ବ୍ୟବହାର କରାଯିବ ବୋଲି କମିସନର କହିଛନ୍ତି।
କେନ୍ଦ୍ର ନିର୍ବାଚନ ଆୟୋଗଙ୍କ ଗାଇଡ୍‌ଲାଇନକୁ ଆଧାର କରି ରାଜ୍ୟରେ ପସ୍ତୁତ ହେଉଛି ପଞ୍ଚାୟତ ନିର୍ବାଚନ ଗାଇଡ୍‌ଲାଇନ ‌
ଭୁବନେଶ୍ବର : କରୋନା ସମୟରେ କିପରି ହେବ ରାଜ୍ୟର ପଞ୍ଚାୟତ ନିର୍ବାଚନ। ଏନେଇ ଆଜି ରାଜ୍ୟ ନିର୍ବାଚନ କମିଶନ ଡାକିଥିଳେ ସର୍ବଦଳୀୟ ବୈଠକ। ଏହି ବୈଠକରେ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନଙ୍କ ସହିତ ବିଭିନ୍ନ ଦଳରେ ପ୍ରତିନିଧିମାନେ ଯୋଗ ଦେଇଥିଲେ। ବୈଠକରେ ବର୍ତ୍ତମାନ କରୋନା ସ୍ଥିତିରେ କିପରି ଭାବେ ନିର୍ବାଚନ ହେବ ସେନେଇ ଆଲୋଚନା ହୋଇଥିଲା।
ବୈଠକ ସରିବା ପରେରାଜ୍ୟ ନିର୍ବାଚନ କମିସନ ଆଦିତ୍ୟ ପ୍ରସାଦ ପାଢୀ କହିଛନ୍ତି ପଞ୍ଚାୟତ ନିର୍ବାଚନ ଲାଗି ଗାଇଡଲାଇନ୍ ପ୍ରସ୍ତୁତ କରୁଛୁ । କୋଭିଡ ସମୟରେ କିପରି ନିର୍ବାଚନ ହେବ ସେନେଇ ସର୍ବଦଳୀୟ ବୈଠକରେ ଆଲୋଚନା ହୋଇଛି ।କେନ୍ଦ୍ର ନିର୍ବାଚନ ଆୟୋଗ ୫ ରାଜ୍ୟରେ ବିଧାନସଭା ନିର୍ବାଚନ ପାଇଁ ଯେଉଁ ଗାଇଡଲାଇନ ପ୍ରସ୍ତୁତ କରିଛନ୍ତି ତାକୁ ଅନୁସରଣ ରାଜ୍ୟ ନିର୍ବାଚନ କମିଶନ ପଞ୍ଚାୟତ ନିର୍ବାଚନ ପାଇଁ ଅଳ୍ପ ସମୟ ମଧ୍ୟରେ ଗାଇଡଲାଇନ ଜାରି କରିବାକୁ ଯାଉଛନ୍ତି । ମୁକ୍ତ, ଅବାଧ, ନିରପେକ୍ଷ ଓ ସୁରକ୍ଷିତ ପଞ୍ଚାୟତ ନିର୍ବାଚନ ଉପରେ କମିଶନ ଗୁରୁତ୍ୱ ଦେଉଥିବା କହିଛନ୍ତି ।
ରାଜ୍ୟର ତିନି ପ୍ରମୁଖ ଦଳ ବିଜେଡି-କଂଗ୍ରେସ-ବିଜେପି ସର୍ବଦଳୀୟ ବୈଠକରେ ସେମାନଙ୍କର ଦାବି ଉପସ୍ଥାପନ କରିଛନ୍ତି । ଶାସକ ବିଜେଡି ପକ୍ଷରୁ ପ୍ରତିନିଧିତ୍ୱ କରିଥିବା ଅମର ପଟ୍ଟନାୟକ କହିଛନ୍ତି ଯେ, ସଠିକ ସମୟରେ ପଂଚାୟତ ନିର୍ବାଚନ ହେଉ । ଏଥିରେ ବିଳମ୍ବ ହେବା ଅନୁଚିତ । ଅବାଧରେ କିପରି ନିର୍ବାଚନ ହେବ,ସେ ନେଇ ବିଜେଡି ଦାବି ଉପସ୍ଥାପନ କଲା ବୋଲି ବୈଠକ ପରେ ଅମର ପଟ୍ଟନାୟକ କହିଛନ୍ତି । କଂଗ୍ରେସର ଶିବାନନ୍ଦ ରାୟ କୋଭିଡ ପରିସ୍ଥିତି ପରେ ନିର୍ବାଚନ ପାଇଁ ଦାବି ରଖିଥିଲେ । ବର୍ତ୍ତମାନ ସ୍ଥିତିରେ ନିର୍ବାଚନ ଘୁଂଚାଇବା ଭଲ ବୋଲି କଂଗ୍ରେସ କହିଛି । ପଂଚାୟତ ନିର୍ବାଚନକୁ ତିନି ମାସ ଘୁଂଚାଇବା ନେଇ ଦାବି କରିଛି ବିଜେପି । ସର୍ବଦଳୀୟ ବୈଠକରେ ବିଜେପିର ମୋହନ ମାଝୀ ନିର୍ବାଚନ ୨-୩ ମାସ ଘୁଂଚାଇବା ନେଇ ଦାବି କରିଥିଲେ।
ବୈଠକରେ ବିଜେଡି ସାଂସଦ ଅମର ପଟ୍ଟନାୟକ, କଂଗ୍ରେସରୁ ଗଶେଶ୍ୱର ବେହେରା ଏବଂ ଶିବାନନ୍ଦ ମାଝୀ ଓ ବିଜେପି ବିଧାୟକ ମୋହନ ମାଝୀ ଏବଂ ପଂଚାୟତ କମିଟି ଆବାହକ ଶଙ୍କର୍ଷଣ ପରିଡାଙ୍କ ସହିତ ୪ ଜଣିଆ ଟିମ୍ ସାମିଲ ହୋଇଛନ୍ତି । ସିପିଆଇ, ସିପିଏମ୍ ସମେତ ଅନ୍ୟ ରାଜନୈତିକ ଦଳର ପ୍ରତିନିଧିମାନେ ବୈଠକରେ ଯୋଗ ଦେଇଛନ୍ତି। କୋଭିଡ୍ ସଂକ୍ରମଣ ଭିତରେ କିପରି ନିର୍ବାଚନ ହେବ । ନିର୍ବାଚନ ନେଇ କ’ଣ ଗାଇଡଲାଇନ୍ ରହିବ, ସେନେଇ ଆଲୋଚନା କରାଯାଇଛି । ଏହାପରେ ସବୁ ଜିଲ୍ଲାର ଜିଲ୍ଲାପାଳ ଓ ଏସପିଙ୍କୁ ରାଜ୍ୟ ନିର୍ବାଚନ କମିସନ ଭେଟିବାର କାର୍ଯ୍ୟକ୍ରମ ରହିଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା ୧୦ରେ ସର୍ବଦଳୀୟ ବୈଠକ ଡାକିଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ବର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ଡାକିଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ବିଚାରବିମର୍ଷ କରିବା ପାଇଁ କମିଶନ ପକ୍ଷରୁ ବୈଠକ ଡକାଯାଇଛି । ଆସନ୍ତା ୧୦ ତାରିଖ ଗୀତ ଗୋବିନ୍ଦ ସଦନ ସଭାଗୃହରେ ପୂର୍ବାହ୍ନ ସାଢେ ୧୧ଟାରେ ବୈଠକ ହେବ । ବୈଠକରେ କୋଭିଡ କଟକଣା ମଧ୍ୟରେ କିଭଳି ନିର୍ବାଚନ ହେବ ସେ ନେଇ ମୁଖ୍ୟତଃ ଆଲୋଚନା ହେବା ସମ୍ଭାବନା ରହିଛି । ବୈଠକ ପରେ କମିଶନ ପଞ୍ଚାୟତ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।
ସେପଟେ ବୈଠକରେ ନିର୍ବାଚନ ନେଇ ମତ ରଖିବେ  ରାଜନୈତିକ ପାର୍ଟି । ଜିଲ୍ଲା ପରିଷଦଗୁଡ଼ିକର କାର୍ଯ୍ୟକାଳ ଆସନ୍ତା ମାର୍ଚ୍ଚ ଦ୍ୱିତୀୟ ସପ୍ତାହ ସୁଦ୍ଧା ଶେଷ ହେବ । ନିୟମ ଅନୁସାରେ କାର୍ଯ୍ୟକାଳ ୫ବର୍ଷ ଶେଷ ହେବା ପୂର୍ବରୁ ପଞ୍ଚାୟତର ସାଧାରଣ ନିର୍ବାଚନ ହେବା ଆବଶ୍ୟକ । ଏଦୃଷ୍ଟିରୁ ମାର୍ଚ୍ଚ ସୁଦ୍ଧା ପଞ୍ଚାୟତ ନିର୍ବାଚନ ଶେଷ ହେବାକୁ ଯାଉଛି ।
ବାଜିଲା ପଞ୍ଚାୟତ ନିର୍ବାଚନର ପହିଲି ଘଣ୍ଟି, ଲାଗୁହେଲା ସଂଶୋଧିତ ସଂରକ୍ଷଣ ନିୟମ
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ନିମନ୍ତେ ରାଜ୍ୟ ସରକାର ଆରମ୍ଭ କରିଛନ୍ତି ପ୍ରସ୍ତୁତି । ଏହା ସହିତ ପଞ୍ଚାୟତିରାଜ ନିର୍ବାଚନ ସମୟରେ ପଛୁଆ ବର୍ଗଙ୍କୁ ସର୍ବାଧିକ ୨୭% ପର୍ଯ୍ୟନ୍ତ ସଂରକ୍ଷଣ ଦେବା ନିମନ୍ତେ ମଧ୍ୟ ପ୍ରକ୍ରିୟା ଆରମ୍ଭ ହୋଇଛି। ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସଂରକ୍ଷଣକୁ ସଙ୍କୁଚିତ କରା ନ ଯାଇ ପଛୁଆ ବର୍ଗଙ୍କୁ ସଂରକ୍ଷଣ ସୁବିଧା ଦେବା ଏବଂ ଅଦାଲତଙ୍କ ନିର୍ଦେଶ ଅନୁସାରେ ୫୦% ସଂରକ୍ଷଣ ସିଲିଂକୁ ଅତିକ୍ରମ ନ କରିବା ପାଇଁ ରାଜ୍ୟ ସରକାରଙ୍କ ସଂରକ୍ଷଣ ସଂଶୋଧନ ବ୍ୟବସ୍ଥା ଆଜିଠାରୁ ରାଜ୍ୟରେ ଲାଗୁ ହେବ। ଫଳରେ ପଞ୍ଚାୟତ ନିର୍ବାଚନ ନିମନ୍ତେ ପଥ ପରିଷ୍କାର ହୋଇଛି।
ଯଦି ସବୁକିଛି ଠିକ ଚାଲେ ଓ କୋଭିଡ୍ ତୃତୀୟ ଲହର ନ ଆସେ, ତେବେ ୪ ମାସ ପରେ ରାଜ୍ୟରେ ହୋଇପାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ। ଓଡ଼ିଶା ବିଧାନସଭାରେ ଓଡ଼ିଶା ପଞ୍ଚାୟତ ଆଇନ (ସଂଶୋଧନ) ନିୟମ ୨୦୨୧ ବିଧାନସଭାରେ ଗୃହୀତ ହେବା ସହ ରାଜ୍ୟପାଳଙ୍କ ଅନୁମୋଦନ ଲାଭ କରି ଆଇନରେ ପରିଣତ ହୋଇସାରିଛି। ଏ ନେଇ ଗେଜେଟ୍ ବିଜ୍ଞପ୍ତି ପ୍ରକାଶ ମଧ୍ୟ ପାଇଛି।
ସଂଶୋଧିତ ଆଇନ ଅନୁଯାୟୀ, ନୂତନ ସଂରକ୍ଷଣ ନିୟମ ଶୁକ୍ରବାରଠାରୁ ଲାଗୁ ହୋଇଛି। ସଂଶୋଧିତ ଆଇନ ଅନୁଯାୟୀ ରାଜ୍ଯ ସରକାରଙ୍କ ଆଇନ ବିଭାଗ ପ୍ରସ୍ତୁତି ଆରମ୍ଭ କରିସାରିଛି। ରାଜ୍ୟର ସମସ୍ତ ଜିଲ୍ଲାର ଜିଲ୍ଲାପାଳ ନିଜ ଜିଲ୍ଲାର ଜନସଂଖ୍ୟା, ବିଭିନ୍ନ ବର୍ଗର
ଉପସ୍ଥିତି ଜିଲ୍ଲାପାଳମାନେ ନୂତନ ଭାବେ ସଂଶୋଧିତ ଆଇନକୁ ଦୃଷ୍ଟିରେ ରଖି ଆସନଗୁଡିକ ସଂରକ୍ଷଣ ବ୍ୟବସ୍ଥା କରିବେ । ପୂର୍ବରୁ ପ୍ରଚଳିତ ବିଭିନ୍ନ ବର୍ଗ (ଏସଟି, ଏସସି) ଙ୍କୁ ମିଳିଥିବା ସଂରକ୍ଷଣକୁ ପ୍ରଭାବିତ ନ କରି ପଛୁଆବର୍ଗଙ୍କୁ ସର୍ବାଧିକ ପର୍ଯ୍ୟନ୍ତ ୨୭% ସଂରକ୍ଷଣ ଦିଆଯିବ।
ଏଥିସହିତ ସୁପ୍ରିମ୍‌କୋର୍ଟଙ୍କ ଦ୍ବାରା ଧାର୍ଯ୍ୟ କରାଯାଇଥିବା ୫୦ % ସୀମା ନିୟମ ବଳବତ୍ତର ରହିବ । ଚଳିତ ମାସ ପଞ୍ଚାୟତସ୍ତରରେ ୱାର୍ଡ, ସରପଞ୍ଚ, ପଞ୍ଚାୟତ ସମିତି ସଭ୍ୟ(ନୋମିନି) ଆସନ ଗୁଡିକର ସଂରକ୍ଷଣ ପ୍ରକ୍ରିୟା ଆରମ୍ଭ ହେବ। ଜିଲ୍ଲାପାଳଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଏହା କରାଯିବ।
ସେହିପରି ଜିଲ୍ଲା ପରିଷଦ ଆସନଗୁଡିକର ସଂରକ୍ଷଣ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ କରାଯାଉଛି। ଆସନର ସଂରକ୍ଷଣ ଯେ କୌଣସି ପରିସ୍ଥିତିରେ ୫୦% ଟପିବ ନାହିଁ । ସେହିପରି ପୂର୍ବପରି ଅନୁସୂଚିତ ଜାତି(ଏସସି), ଅନୁସୂଚିତ ଜନଜାତି (ଏସଟି) ବର୍ଗ ପାଇଁ ପୂର୍ବରୁ ଥିବା ସଂରକ୍ଷଣ ବଳବତ୍ତର ରହିବ। ନିର୍ଦ୍ଦିଷ୍ଟ ଜିଲ୍ଲାର ଜନସଂଖ୍ୟା, ବିଭିନ୍ନ ବର୍ଗର ସାଂଖ୍ୟକ ଉପସ୍ଥିତି ଆଧାରରେ ଏ ସଂକ୍ରାନ୍ତରେ ନିଷ୍ପତ୍ତି ନିଆଯିବ।
ୱାର୍ଡ ମେମ୍ବର, ନୋମିନି, ସରପଞ୍ଚ ଏବଂ ଜିଲ୍ଲା ପରିଷଦ ସଦସ୍ୟଗୁଡିକ ପଦ ପାଇଁ ସିଧାସଳଖ ନିର୍ବାଚନ ହେଉଥିବାରୁ ଯଥେଷ୍ଟ ସମୟ ନିର୍ବାଚନ ଥାଇ ସଂରକ୍ଷଣ ତାଲିକା ପ୍ରକାଶ ପାଇବ ବୋଲି ଜଣାପଡ଼ିଛି । ନିକଟରେ ବିଧାନସଭାରେ ଓଡ଼ିଶା ଗ୍ରାମ ପଞ୍ଚାୟତ ଅଧିନିୟମ-୧୯୬୪, ଓଡ଼ିଶା ପଞ୍ଚାୟତ ସମିତି ଅଧିନିୟମ-୧୯୫୯ ଏବଂ ଓଡ଼ିଶା ଜିଲ୍ଲା ପରିଷଦ ଅଧିନିୟମ-୧୯୯୧ ସଂଶୋଧ ହୋଇସାରିଛି।
ଏହା ପରେ ଜିଲ୍ଲାୱାରୀ କାର୍ଯ୍ୟକାରିତା ନେଇ ଖସଡ଼ା ପ୍ରସ୍ତୁତ କରାଯିବ। ପଞ୍ଚାୟତ ସ୍ତରୀୟ ସଂରକ୍ଷଣ ପ୍ରସ୍ତୁତି ସମୟରେ ପଞ୍ଚାୟତ ଏକ୍ସଟେନସନ୍ ସିଡ୍ୟୁଲ୍ଡ ଆକ୍ଟ (ପେସା)-୧୯୯୬ର ସହାୟତା ନିଆଯିବ। ସେହିପରି ପୌରାଞ୍ଚଳ କ୍ଷେତ୍ରରେ ଅଧିନିୟମ ୨୪୩ (ଜେଡ୍ (ସି)) ସହାୟତା ନିଆଯିବ। ଏହା ଦ୍ୱାରା ରାଜ୍ୟ ସରକାରଙ୍କ ଦ୍ବାରା ଗୃହୀତ କରାଯାଇଥିବା ସଂଶୋଧିତ ନିୟମ ଆଧାରରେ ସଂରକ୍ଷଣ ପ୍ରକ୍ରିୟା ସମ୍ପାଦନରେ ସହାୟତା କରିବ। ପୂର୍ବରୁ ରାଜ୍ୟର ଅନୁସୂଚିତ ଜାତି ( ଏସସି), ଅନୁସୂଚିତ ଜନଜାତି(ଏସଟି) ମାନଙ୍କୁ ପ୍ରଦାନ କରାଯାଇଥିବା ସଂରକ୍ଷଣ ତିଳେମାତ୍ର ପ୍ରଭାବିତ ହେବ ନାହିଁ ।
ସେହିପରି ସୁପ୍ରିମ୍‌କୋର୍ଟ ଦେଇଥିବା ନିର୍ଦ୍ଦେଶ ଅନୁଯାୟୀ, ମୋଟ ଆସନର ସଂରକ୍ଷଣ ୫୦% ଟପିବ ନାହିଁ। ଜିଲ୍ଲାୱାରୀ ପଛୁଆବର୍ଗଙ୍କ ସଂଖ୍ୟା ଆଧାରରେ ସେମାନଙ୍କ ପାଇଁ ସର୍ବାଧିକ ୨୭ % ଯାଏ ସ୍ଥାନ ସଂରକ୍ଷଣ ସୁନିଶ୍ଚିତ କରାଯିବ।
ଏସଟିଙ୍କ ପାଇଁ ରହିଥିବା ୨୨. ୫୦ % ଏବଂ ଏସ୍‌ସିଙ୍କ ପାଇଁ ଥିବା ୧୬.୨୫ % ସଂରକ୍ଷଣ କୌଣସି ମତେ ପ୍ରଭାବିତ ହେବ ନାହିଁ। ଅପରପକ୍ଷରେ ଓଡ଼ିଶାର କେତେକ ଜିଲ୍ଲାରେ ଏସ୍‌ସି, ଏସ୍‌ଟିଙ୍କ ସଂଖ୍ୟା କମ୍ ରହୁଥିଲେ ହେଁ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ହାର ଅଧିକ ରହୁଛି। ସଂଶୋଧ ଆଇନ ଅନୁସାରେ ଏଣିକି ଏସଟି, ଏସସିଙ୍କ ପାଇଁ ଥିବା ସଂରକ୍ଷଣର ସିଲିଂ ଜିଲ୍ଲାରେ ଥିବା ସେହି ବର୍ଗର ଜନସଂଖ୍ୟା ହିସାବରେ ପୂରଣ କରାଯିବ। ପୂର୍ବରୁ ୧୧.୨୫ % ପ୍ରତିଶତ ସହ ଏସ୍‌ଟି, ଏସ୍‌ସି ଦର୍ଗର ବଳକା ସଂରକ୍ଷିତ ସ୍ଥାନରୁ ଓବିସି ବର୍ଗକୁ ପ୍ରଦାନ କରାଯିବ। ହେଲେ ଏହି ସଂରକ୍ଷଣ ହାର ୨୭ ପ୍ରତିଶତକୁ ଟପିବ ନାହିଁ।