Odisha Panchayat Election - The Sakala
ପଞ୍ଚାୟତ ନିର୍ବାଚନର ଫଳାଫଳ ବାହାରିବା ପୂର୍ବରୁ ହାର ମାନିଲେ ବିରୋଧୀ, ପୁଣି ୧ ନମ୍ବର ଦଳ ହେବ ବିଜେଡି
ଭୁବନେଶ୍ୱର: ଆଜି ପଞ୍ଚମ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ସରିଛି ମତଦାନ । ରାଜ୍ୟରେ ୫ଟି ପର୍ଯ୍ୟାୟରେ ଚାଲିଥିଲା ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ହୋଇଥିବାବେଳେ ଆଜି ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ଅନୁଷ୍ଠିତ ହୋଇଛି । ଅନ୍ତିମ ପର୍ଯ୍ୟାୟ ମତଦାନ ଶେଷ ହେବା ପୂର୍ବରୁ ହାର ମାନିଛନ୍ତି ବିରୋଧୀ । ଫଳାଫଳ ବାହାରିବା ପୂର୍ବରୁ ବିରୋଧୀ ମାନିଲେ ସତ । ରାଜ୍ୟରେ ଜାରି ରହିଥିବା ପଞ୍ଚାୟତ ନିର୍ବାଚନରେ ବିଜୁ ଜନତା ଦଳ ପୁଣି ୧ ନମ୍ବର ଦଳ ହେବ ବୋଲି କହିଛନ୍ତି କଂଗ୍ରେସର ବରିଷ୍ଠ ବିଧାୟକ ସୁରେଶ ରାଉତରାୟ । ନିର୍ବାଚନ ଫଳାଫଳ ପୂର୍ବରୁ ଏଭଳି ବୟାନ ଦେଇଛନ୍ତି ସୁରେଶ ରାଉତରାୟ । ସେ ଆହୁରି କହିଛନ୍ତି କି ଏହି ପଞ୍ଚାୟତ ନିର୍ବାଚନରେ କଂଗ୍ରେସ ଦ୍ୱିତୀୟ ସ୍ଥାନରେ ଓ ବିଜେପି ତୃତୀୟ ସ୍ଥାନରେ ରହିବ । ନିର୍ବାଚନ ଫଳାଫଳ ବାହାରିବା ପୂର୍ବରୁ ବିଜେପି ଯେଉଁ ଦାବି କରୁଛି ତାହା ଉପହାସ ଓ ହସ ଲାଗୁଛି । ତୃଣମୂଳ ସ୍ତରରେ ବିଜେପି ନାହିଁ । ଅନେକ ସ୍ଥାନରେ ବିଜେପି ପୋଷ୍ଟର ମାରିପାରୁନାହାନ୍ତି ବୋଲି କହିଛନ୍ତି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।
ପଞ୍ଚାୟତ ନିର୍ବାଚନ: ତୃତୀୟ ପର୍ଯ୍ୟାୟରେ ୭୧ ପ୍ରତିଶତ ମତଦାନ
ଭୁବନେଶ୍ୱର: ରାଜ୍ୟରେ ଚାଲିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ସମୁଦାୟ ୭୧ ପ୍ରତିଶତ ଭୋଟ ଗ୍ରହଣ ହୋଇଛି । ସଂଧ୍ୟା ୫ଟା ସୁଦ୍ଧା ମୋଟ ୭୧ ପ୍ରତିଶତ ହୋଇଥିବା ସୂଚନା ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । ଏହି ପର୍ଯ୍ୟାୟରେ ମୋଟ ୫୬ ଲକ୍ଷ ୫୩ ହଜାରରୁ ଅଧିକ ଭୋଟର ରହିଥିଲେ । ପଞ୍ଚୟତ ନିର୍ବାଚନର ତୃତୀୟ ପର୍ଯ୍ୟାୟ ଭୋଟ ପାଇଁ ମୋଟ ୨୯ ଟି ଜିଲ୍ଲାର ୬୩ ଟି ବ୍ଳକର ୧୩୮୨ ଟି ଗ୍ରାମ ପଞ୍ଚାୟତରେ ୧୭୧ ଜିଲ୍ଲା ପରିଷଦ ସଭ୍ୟ ପାଇଁ ୧୮,୪୯୫ ବୁଥରେ ନିର୍ବାଚନ ଶେଷ ହୋଇଅଛି ।
ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି ଯେ, ଅନ୍ୟାନ୍ୟ ସ୍ଥାନ ବ୍ୟତୀତ ମାଲକାନଗିରି ଜିଲ୍ଳାର ମାଥିଲି ଓ ପଡିଆ ବ୍ଲକ, କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ମାଓ ପ୍ରବଣ ସ୍ଥାନ ହୋଇଥିଲେ ମଧ୍ୟ ନିର୍ବାଚନ ଶାନ୍ତି ଶୃଙ୍ଖଳାରେ ଶେଷ ହୋଇଛି। ବିଶେଷ ଭାବରେ ମାଲକାନଗିରି ଜିଲ୍ଲାରେ ଗତ ୨ ପର୍ଯ୍ୟାୟ ଭଳି ଏ ପର୍ଯ୍ୟାୟରେ ମଧ୍ୟ ମତଦାନ ହାର ବେଶ ଉତ୍ସାହଜନକ ହୋଇଛି।
ମତଦାନ ବେଳେ ବିଞ୍ଝାରପୁରରେ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ହୋଇଥିବା ଆକ୍ରମଣକୁ କମିଶନ ନିନ୍ଦା କରିଛନ୍ତି । ଦୋଷୀଙ୍କୁ ଗିରଫ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ପୋଲିସ ଓ ଯାଜପୁର ପ୍ରଶାସନକୁ ନିର୍ଦ୍ଦେଶ ଦିଆଯାଇଥିବା ନିର୍ବାଚନ କମିଶନର କହିଛନ୍ତି ।
ପଞ୍ଚାୟତ ନିର୍ବାଚନ: ୨୩ ତାରିଖରେ ରାଜ୍ୟର ୪୫ଟି ବୁଥରେ ହେବ ସାନି ମତଦାନ
ଭୁବନେଶ୍ୱର: ରାଜ୍ୟରେ ଜାରି ରହିଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ମତଦାନ ଶେଷ ହୋଇସାରିଲାଣି । ମାତ୍ର ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନରେ ଯେଉଁ ଯେଉଁ ବୁଥରେ ମତଦାନ ହୋଇପାରିନଥିଲା, ସେହି ବୁଥରେ ଆସନ୍ତା ୨୩ ତାରିଖରେ ପୁଣିଥରେ ସାନି ମତଦାନ କରିବାକୁ ନିଷ୍ପତ୍ତି ନିଆଯାଇଛି । ସୂଚନା ଅନୁସାରେ, ଆସନ୍ତା ୨୩ ତାରିଖରେ ରାଜ୍ୟର ୪୫ଟି ବୁଥରେ ହେବ ସାନି ମତଦାନ । ତେବେ ପ୍ରଥମ ପର୍ଯ୍ୟାୟରେ ୨୫ଟି ବୁଥରେ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ୨୦ଟି ବୁଥରେ ମତଦାନ ହୋଇପାରିନଥିଲା । ତେଣୁ ଏହି ୪୫ଟି ବୁଥରେ ଆସନ୍ତା ୨୩ ତାରିଖ ଭୋଟ୍ ପଡିବା ନେଇ ନିଷ୍ପତ୍ତି ନିଆଯାଇଛି । ସକାଳ ୯ଟାରୁ ଏହି ୪୫ଟି ବୁଥରେ ମତଦାନ ଆରମ୍ଭ ହୋଇ ଦିନ ୩ଟା ପର୍ଯ୍ୟନ୍ତ ଚାଲିବ ।
ଜଗତସିଂହପୁର ନିର୍ବାଚନୀ ହିଂସା: ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ, ବନ୍ଦ ରହିଲା ମତଦାନ
ଜଗତସିଂହପୁର: ଜଗତସିଂହପୁର ପଟସରାରେ ନିର୍ବାଚନୀ ହିଂସା । ଭୋଟ୍ ବାକ୍ସ ଉଠାଇ ନେଲେ ଦୁର୍ବୃତ୍ତ । ଜଗତସିଂହପୁର ଜିଲ୍ଲା ପଟସରା ପଞ୍ଚାୟତ ଢୋଲ ବନ୍ଧ ପ୍ରାଥମିକ ବିଦ୍ୟାଳୟରେ ଏହାକୁ ନେଇ ଉତ୍ତେଜନା ଦେଖାଦେଇଛି । ଏହାସହ ୨ନମ୍ବର ବୁଥରେ ଭୋଟ ବାକ୍ସ ଭଙ୍ଗାରୁଜା କରିଛନ୍ତି କିଛି ବିଜେପି କର୍ମୀ । ୪୦ ରୁ ୫୦ ବିଜେପି କର୍ମୀ ବୁଥ ଭିତରେ ପଶି ଭୋଟ ବାକ୍ସ ସହ ସବୁ ନିର୍ବାଚନ ସାମଗ୍ରୀ ଭାଙ୍ଗି ମତଦାତାଙ୍କୁ ଠେଲି ବାହାରକୁ ବିଦା କରିଦେଇଥିବା ଦେଖିବାକୁ ମିଳିଛି । ପରାଜୟ ଭୟରେ ବୁଥରେ ପଶି ଭୋଟ ବାକ୍ସ ଭଙ୍ଗାରୁଜା କରୁଛି ବିଜେପି କର୍ମୀ ।
ଅନ୍ୟପଟେ ଜଗତସିଂହପୁର ସଦର ବ୍ଲକ ନାଥସାହିରେ ପୁଲିସ ଉପରକୁ ଆକ୍ରମଣ ହୋଇଛି। କିଛି ଯୁବକ ଭୋଜି କରୁଥିବା ବେଳେ ପୁଲିସ୍‌ ଅଟକାଇବାରୁ ଉତ୍ତେଜନା ଦେଖାଦେଇଥିଲା । ଉଭୟ ପକ୍ଷ ମଧ୍ୟରେ ବଚସା ପରେ ପୁଲିସ୍‌ ଗାଡ଼ି ଭଙ୍ଗାରୁଜା ହୋଇଛି। ଘଟଣାରେ ୨ ଜଣ ପୁଲିସ୍‌ଙ୍କ ସମେତ ୫ରୁ ଊର୍ଦ୍ଧ୍ୱ ଆହତ ବି ହୋଇଛନ୍ତି । ତେବେ ପୋଲିସ ଗାଡିକୁ ଆକ୍ରମଣ କରିଥିବା ଆକ୍ରମଣକାରୀଙ୍କ ଉପରେ ଖୁବଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସପି କହିଛନ୍ତି ।
ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ଆରମ୍ଭ, ମତଦାନ ସାବ୍ୟସ୍ତ କରିବେ ୬୨ ଲକ୍ଷରୁ ଅଧିକ ଭୋଟର
ଭୁବନେଶ୍ୱର: ରାଜ୍ୟରେ ଆରମ୍ଭ ହୋଇଛି ଦ୍ୱିତୀୟ ପର୍ଯ୍ୟାୟ ପଞ୍ଚାୟତ ନିର୍ବାଚନ । ୩୦ ଜିଲ୍ଲାର ୬୮ ବ୍ଲକରେ ୧୮୬ ଜିଲ୍ଲା ପରିଷଦ ଆସନ ପାଇଁ ପଡ଼ୁଛି ଭୋଟ । ୧ ହଜାର ୫୧୪ ପଞ୍ଚାୟତର ୨୦ ହଜାରରୁ ଅଧିକ ବୁଥରେ ଆରମ୍ଭ ହୋଇଛି ମତଦାନ । ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୬୨ ଲକ୍ଷରୁ ଅଧିକ ଭୋଟର । ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଅପରାହ୍ନ ୧ଟା ପର୍ଯ୍ୟନ୍ତ ମତଦାନ ଚାଲିବ । ଭୋଟ କାର୍ଡ ନଥିଲେ ନିର୍ବାଚନ କମିଶନଙ୍କ ଦ୍ୱାରା ଅନୁମୋଦିତ ଅନ୍ୟ ୧୩ଟି କାର୍ଡ ଦେଖାଇ ଭୋଟର ମତାଧିକାର ସାବ୍ୟସ୍ତ କରିପାରିବେ । ମହିଳାଙ୍କ ପାଇଁ ବୁଥରେ ସ୍ବତନ୍ତ୍ର ବ୍ୟବସ୍ଥା ହୋଇଛି । ୩୦୬୫ ସମ୍ବେଦନଶୀଳ ବୁଥରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ।
ତେବେ ଶୃଙ୍ଖଳିତ ନିର୍ବାଚନ ପାଇଁ ନିୟୋଜିତ ହୋଇଛନ୍ତି ୨୪୦ପ୍ଲାଟୁନ ଫୋର୍ସ । ଏହା ସହିତ ୧ ହଜାର ୭୫୩ ଭ୍ରାମ୍ୟମାଣ ପାଟ୍ରୋଲିଂ ପାର୍ଟି ମଧ୍ୟ ନିୟୋଜିତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ହିଂସାକାଣ୍ଡ ଘଟଣା ସାମ୍ନାକୁ ଆସିବା ପରେ ଆମାଗୀ ନିର୍ବାଚନରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ଗୁରୁତ୍ବ ଦେଇଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ସୂଚନା ଅନୁସାରେ ରାଜ୍ୟରେ ୫ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେଉଛି ପଞ୍ଚାୟତ ନିର୍ବାଚନ । ଫେବ୍ରୁଆରୀ ୧୬ରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଶେଷ ହୋଇଥିବାବେଳେ ଆଜି ରାଜ୍ୟରେ ଅନୁଷ୍ଠିତ ହେଉଛି ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ । ୨୪ ତାରିଖରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପରେ ଫେବ୍ରୁଆରୀ ୨୬ରୁ ୨୮ ତାରିଖ ପର୍ଯ୍ୟନ୍ତ ଭୋଟ ଗଣତି ହେବ ।
ନିର୍ବାଚନୀ ହିଂସାକୁ ନେଇ ଉଚ୍ଚସ୍ତରୀୟ ବୈଠକ: ଡିଜିପି କହିଲେ, କୌଣସି ଗଣ୍ଡଗୋଳକୁ ବରଦାସ୍ତ କରାଯିବନି
ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ହିଂସାକୁ ନେଇ ରାଜ୍ୟ ନିର୍ବାଚନ କମିଶନଙ୍କ ଉଚ୍ଚସ୍ତରୀୟ ବୈଠକ ଶେଷ ହୋଇଛି । ବୈଠକରେ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି ଉପସ୍ଥିତ ଥିଲେ । ବୈଠକ ପରେ ପ୍ରତିକ୍ରିୟା ରଖିଛନ୍ତି ପୋଲିସ୍‌ ମହାନିର୍ଦ୍ଦେଶକ ସୁନୀଲ୍‌ ବଂଶଲ୍‌ । ନିର୍ବାଚନ ସମୟରେ କୌଣସି ଗଣ୍ଡଗୋଳ, ହିଂସାକୁ ବରଦାସ୍ତ କରାଯିବନାହିଁ । ଡିଜିପି କହିଛନ୍ତି କି, ଏ ଘଟଣାରେ ପୋଲିସ କୋହଳ ମନୋଭାବ ନ ଦେଖାଇ କାର୍ଯ୍ୟାନୁଷ୍ଠାନ ନେବ । ଆମେ ନିୟମ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବୁ । ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟରେ ଚାଲିଥିଲା ଏହି ଜରୁରୀ ବୈଠକ ।
ପ୍ରଥମ ପର୍ଯ୍ୟାୟ ମତଦାନ ବେଳେ କିଛି ସ୍ଥାନରେ ହିଂସା ହିଂସାତ୍ମକ କାର୍ରଯ୍ୟକଳାପ ନଜରକୁ ଆସିଥିବା ସେ କହିଛନ୍ତି । ଏହି ହିଂସାରେ ସଂପୃକ୍ତ ଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଉଛି । ସେମାନଙ୍କ ବିରୋଧରେ ଆଇନ୍‌ ଅନୁଯାୟୀ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଡିଜିପି । ଗଣ୍ଡଗୋଳକୁ ବରଦାସ୍ତ କରାଯିବ ନାହିଁ । ବାକି ଥିବା ୪ ପର୍ଯ୍ୟାୟ ନିର୍ବାଚନରେ ହିଂସାକୁ ରୋକିବାକୁ ପଦକ୍ଷେପ ନିଆଯାଉଛି । ଭୋଟ ହେବାକୁ ଥିବା ସ୍ଥାନରେ ପୋଲିସ୍‌ ମୁତୟନ କଡ଼ାକଡ଼ି କରାଯାଉଥିବା ସେ ପ୍ରକାଶ କରିଛନ୍ତି ।
ଭୁବନେଶ୍ୱର: ନିର୍ବାଚନୀ ହିଂସା ନେଇ ବିଜେପି ଅଭିଯୋଗର କଡା ଜବାବ ଦେଇଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ବିଜେଡି ମୁଖପାତ୍ର ସସ୍ମିତ ପାତ୍ର ପ୍ରେସମିଟ୍ କରି ବିଜେପିର ଅଭିଯୋଗକୁ କଡା ସମାଲୋଚନା କରିଛନ୍ତି । ଓଡ଼ିଶା, ଓଡ଼ିଶାବାସୀ, ବିଜେଡି ଓ ମୁଖ୍ୟମନ୍ତ୍ରୀ ଶାନ୍ତିପ୍ରିୟ । । ବିଜେଡି ସବୁବେଳେ ଅହିଂସାରେ ବିଶ୍ବାସ ରଖେ। ହିଂସା ପଛରେ ବିଜେପିର ହାତ ରହିଛି । ନିର୍ବାଚନରେ ହାରିବା ଭୟରେ ବିଜେପି ଏପରି ଗୁଣ୍ଡାଗିରି କରୁଛି ବୋଲି କହିଛନ୍ତି ସସ୍ମିତ ପାତ୍ର । ସେ କହିଛନ୍ତି, ପରାଜୟ ଭୟରେ ବିଜେପି ଏଭଳି ଅଭିଯୋଗ କରୁଛି । ନିର୍ବାଚନ ହାରିବା ଭୟରେ ରକ୍ତମୁଖା ପାଲଟିଛି ବିଜେପି। ଶାନ୍ତିପ୍ରିୟ ଓଡ଼଼ିଶାରେ ହିଂସାର ସ୍ଥାନ ନାହିଁ ବୋଲି ସସ୍ମିତ କହିଛନ୍ତି ।
ସସ୍ମିତ କହିଛନ୍ତି ଯେ, ପିପିଲିରେ ବିଜେଡି ପ୍ରାର୍ଥୀଙ୍କ ଉପରେ ଆକ୍ରମଣ କରିଛନ୍ତି ବିଜେପି କର୍ମୀ । ସରକାରୀ କର୍ମଚାରୀଙ୍କୁ ବିଶ୍ବେଶ୍ବର ଟୁଡୁଙ୍କ ଆକ୍ରମଣ ଘଟଣାରେ ବିଜେପି ନୀରବ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି । ବିଜେପି ଔଷଧ ବିକଳରେ ତାଟିଆ କାମୁଡୁଛି ବୋଲି କହିଛନ୍ତି ସାଂସଦ ସସ୍ମିତ ପାତ୍ର । ନିର୍ବାଚନ ଆସିଲେ ବିଜେପି ଲୋକଙ୍କ ପାଖକୁ ଆସେ । ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପୋଲିଂରେ ଦଳକୁ ପରାଜୟ ଆଶଙ୍କା ଘାରିଛି । ସେଥିପାଇଁ ପୁରୁଣା ରେକର୍ଡ ବଜାଉଛି ବୋଲି କହିଛନ୍ତି ସସ୍ମିତ । ଦଳର କେନ୍ଦ୍ରମନ୍ତ୍ରୀ ଓ ସାଂସଦ ମଧ୍ୟ ଗୁଣ୍ଡାଗିରି କରିବାକୁ ପଛାଉ ନାହାଁନ୍ତି । ଅଭିଯୋଗ କଲେ ଚୋର ମୁହଁ ଟାଣ ପରି କଥାକୁ ଏଡାଇ ଯାଉଛନ୍ତି । ଏହା କି ପ୍ରକାର ଲୋକସେବା ବୋଲି ପ୍ରଶ୍ନ କରିଛନ୍ତି ସସ୍ମିତ । ନିଜ ଦଳର ମହିଳା କର୍ମୀଙ୍କୁ ସାଂସଦ ଜୁଏଲ ଓରାମଙ୍କ ଦୁର୍ବ୍ୟବହାର ହେଉ କି ସରକାରୀ ଅଧିକାରୀଙ୍କୁ କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁଙ୍କ ଆକ୍ରମଣ ବିଜେପିକୁ ବ୍ୟାକଫୁଟକୁ ଠେଲି ଦେଇଛି । ମହିଳାଙ୍କୁ ସମ୍ମାନ ନାରାବାଜି କରୁଥିବା ଦଳ ନିଜ ଦଳର ମହିଳା କର୍ମୀଙ୍କୁ ସୁରକ୍ଷା ଦେଇପାରୁନି । ୟୁପି ବିହାର ମଡେଲ ଆମଦାନୀ କରି ଓଡ଼ିଶାରେ ଆପ୍ଲାଏ କରିବାକୁ ବିଜେପି ମସୁଧା କରିଛି ବୋଲି କହିଛନ୍ତି ସସ୍ମିତ ପାତ୍ର ।
ସାବଧାନ ହୋଇଯାଆନ୍ତୁ ନକଲି ଭୋଟର୍; ପଞ୍ଚାୟତ ନିର୍ବାଚନ ପୂର୍ବରୁ ଚେତାବନୀ ଦେଲେ ରାଜ୍ୟ ନିର୍ବାଚନ କମିଶନ
ଭୁବନେଶ୍ୱର: ନକଲି ଭୋଟର୍ ସାବଧାନ! ନକଲି ଭୋଟର ବୋଲି ଜଣାପଡ଼ିଲେ ଯାଇପାରନ୍ତି ଥାନାକୁ । ପଞ୍ଚାୟତ ନିର୍ବାଚନ ପୂର୍ବରୁ ନକଲି ଭୋଟରଙ୍କୁ ଚେତାବନୀ ଦେଇଛନ୍ତି ରାଜ୍ୟ ନିର୍ବାଚନ କମିଶନ । କୌଣସି ଏଜେଂଟ୍ ଯଦି ଭୋଟରଙ୍କ ପରିଚୟ ଉପରେ ସନ୍ଦେହ କରନ୍ତି, ତାହା ହେଲେ ତଦନ୍ତ କରାଯିବ । ଏଥିପାଇଁ ପୋଲିଂ ଏଜେଣ୍ଟଙ୍କୁ ପ୍ରିଜାଇଡିଂ ଅଫିସରଙ୍କ ପାଖରେ ୨ ଟଙ୍କା ଦାଖଲ କରିବାକୁ ପଡ଼ିବ। ଅଭିଯୋଗ ପାଇଲା ପରେ ଘଟଣାସ୍ଥଳରେ ତଦନ୍ତ କରିବେ ପ୍ରିଜାଇଡିଂ ଅଫିସର । ଅଭିଯୋଗ ପ୍ରମାଣିତ ହେଲେ ନକଲି ଭୋଟରଙ୍କୁ ପୋଲିସରେ ଜିମା ଦିଆଯିବ । ଅଭିଯୋଗ ମିଛ ପ୍ରମାଣିତ ହେଲେ ସେ ଭୋଟ ଦେଇପାରିବେ।
ଉଦ୍ଧାର ହେଲେ ନିଖୋଜ ସମିତିସଭ୍ୟ ପ୍ରାର୍ଥୀ, ଅପହରଣ ସନ୍ଦେହରେ ଜଣେ ଅଟକ
ଢେଙ୍କାନାଳ: ଉଦ୍ଧାର ହେଲେ ନିଖୋଜ ହୋଇଥିବା ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା । ଗତକାଲି ପରିବାର ଲୋକେ କଣ୍ଟାବଣିଆ ଥାନାରେ ଏତଲା ଦେବା ପରେ ତଦନ୍ତ ଆରମ୍ଭ କରିଥିଲା ପୁଲିସ । ସୁବ୍ରତଙ୍କୁ ଖୋଜିବା ଲାଗି ପୋଲିସ ୩ଟି ଟିମ୍ ଗଠନ କରିଥିଲା । କିଛି ସମୟ ତଳେ ଏକ ନମ୍ବରରୁ ସୁବ୍ରତ ତାଙ୍କ ବାପାଙ୍କୁ କଲ୍ କରି ଭାପୁର ଅଞ୍ଚଳରେ ଥିବା କହିଥିଲେ । ଏଥିସହ ଉକ୍ତ ନମ୍ବରରେ କଲ୍ ବ୍ୟାକ୍ କରିବାକୁ ମନା କରିଥିଲେ । ସେହି ଆଧାରରେ ପୋଲିସ ନିଖୋଜ ସୁବ୍ରତଙ୍କୁ ଉଦ୍ଧାର କରିଛି । ଘଟଣାରେ ଅନ୍ୟ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ । ସୂଚନା ଅନୁସାରେ ଅଟକ ଥିବା ବ୍ୟକ୍ତି ସୁବ୍ରତଙ୍କୁ ଶେଷ କଲ୍ କରିଥିଲେ ।
ତେବେ, ଅପହରଣ କିଏ ଓ କ’ଣ ପାଇଁ କରିଥିଲା ସେ ବିଷୟରେ ପୋଲିସ କିଛି ସ୍ପଷ୍ଟ ସୂଚନା ଦେଇନାହିଁ । ଏବେ ସୁବ୍ରତ ଉଦ୍ଧାର ହୋଇଥିବା ବେଳେ ପୋଲିସ ତାଙ୍କୁ ଢେଙ୍କାନାଳ ଆଣୁଛି । ସୁବ୍ରତଙ୍କୁ ଖୋଜିବା ଲାଗି ପୋଲିସ ୩ଟି ଟିମ୍ ଗଠନ କରିଥିଲା । ଡିଆଇଜି ସାର୍ଥକ ଷଡ଼ଙ୍ଗୀ ତଦନ୍ତର ତଦାରଖ କରୁଥିଲେ ।
ସୂଚନାନୁସାରେ, ଫେବ୍ରୁଆରୀ ୧ ତାରିଖରେ ପୁସିଂ କାର୍ଡ ଛପାଇବାକୁ ଯାଇ ସମିତିସଭ୍ୟ ପ୍ରାର୍ଥୀ ସୁବ୍ରତ ବେହେରା ଘରକୁ ଫେରିନଥିଲେ । ନୂଆଗାଁ ପଞ୍ଚାୟତର ସମିତିସଭ୍ୟ ପାର୍ଥୀ ସୁବ୍ରତ ବେହେରା ଘରକୁ ନଫେରିବାରୁ, ଗତକାଲି ଥାନାରେ ଏତଲା ଦେଇଥିଲେ ପରିବାର ଲୋକ । ନିମବାହାଲି ଛକ ନିକଟ ପୋଖରୀ ପାଖରୁ ତାଙ୍କ ଚପଲ ଓ ବାଇକ୍ ମିଳିଥିଲା । ୧ ତାରିଖ ଦିନ ୩ ଟାରେ ସେ ତାଙ୍କ ମାଙ୍କ ସହ ଶେଷ ଥର ପାଇଁ କଥା ହୋଇଥିଲେ । ତାପରେ ଆଉ ତାଙ୍କ ଫୋନ୍ ଲାଗୁନଲା । ଭୋଟ୍ ପୂର୍ବରୁ ସୁବ୍ରତଙ୍କୁ କେହି ପ୍ରତିଦ୍ୱନ୍ଦ୍ୱୀ ଅପହରଣ କରି ନେଇଯାଇଥିବା ଅଭିଯୋଗ କରିଥିଲେ ପରିବାର ଲୋକ ।
ପଞ୍ଚାୟତ ନିର୍ବାଚନ : ବିଜେପି ନେତୃତ୍ୱରେ ଉତ୍ସାହ ନାହିଁ, କଂଗ୍ରେସର ସ୍ଥିତି ଦୟନୀୟ
ଭୁବନେଶ୍ୱର : ୨୦୧୭ ପଞ୍ଚାୟତ ନିର୍ବାଚନରେ ବିଜେପି ଉତ୍ସାହିତ ହୋଇଥିଲା; ପରବର୍ତ୍ତୀ ସମୟରେ ୨୦୧୯ ସାଧାରଣ ନିର୍ବାଚନରେ ବିଜେପି ପ୍ରଥମ ଥର ପାଇଁ ବରୋଧୀ ଦଳ ମାନ୍ୟତା ପାଇଥିଲା। ଅନ୍ୟପକ୍ଷରେ କଂଗ୍ରେସ ଗତ ପଞ୍ଚାୟତ ନିର୍ବାଚନରେ ଦ୍ୱିତୀୟରୁ ତୃତୀୟ ସ୍ଥାନକୁ ଖସିଥିଲା। ପରବର୍ତ୍ତୀ ସମୟରେ ହୋଇଥିବା ବିଜେପୁର ଉପନିର୍ବାଚନ, ୨୦୧୯ ସାଧାରଣ ନିର୍ବାଚନ ଏବଂ ସମସ୍ତ ଉପନିର୍ବାଚନରେ ତୃତୀୟ ସ୍ଥାନରୁ ଦଳ ଆଉ ଉପରକୁ ଉଠିପାରୁ ନାହିଁ। ଏହି ପରିପ୍ରେକ୍ଷୀରେ ଚଳିତ ପଞ୍ଚାୟତ ନିର୍ବାଚନ ଉଭୟ ବିଜେପି ଓ କଂଗ୍ରେସ ପାଇଁ ରାଜନୈତିକ ଦୃଷ୍ଟିରୁ ଅନେକ ମହତ୍ୱ ବହନ କରୁଛି। ସେମାନଙ୍କ ଗ୍ରହଣୀୟତା ଚଳିତ ପଞ୍ଚାୟତ ନିର୍ବାଚନରେ ପ୍ରମାଣିତ କରିବା ଉଭୟଙ୍କ ପାଇଁ କାଠିକର ପାଠ ହୋଇଛି। ଅତ୍ୟନ୍ତ ନିରପେକ୍ଷ ଭାବରେ ଦେଖିଲେ ରାଜ୍ୟରେ ବିଜେପିର ଉତ୍‍ଥାନ ପଛରେ ରାଜ୍ୟ ନେତୃତ୍ୱର କୌଣସି ଭୂମିକା ନାହିଁ। ୨୦୧୪ ସାଧାରଣ ନିର୍ବାଚନ କାଳରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରତି ଆକର୍ଷଣ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ୟମ ଯୋଗୁଁ ଦଳ କିଛି ପରିମାଣରେ ଲୋକଙ୍କ ପାଖରେ ପହଞ୍ଚି ପାରିଛି। ମାତ୍ର ୨୦୧୯ ନିର୍ବାଚନ ପରେ କ୍ରମବର୍ଦ୍ଧିଷ୍ଣୁ ଦରବୃଦ୍ଧି, ପେଟ୍ରୋଲ-ଡିଜେଲ ମୂଲ୍ୟ ଆକାଶ ଛୁଆଁ ହେବାପରେ ଅନେକ ଦଳଠାରୁ ଦୂରେଇ ଯାଉଥିବା ଦେଖାଯାଉଛି।
ଏହାବ୍ୟତୀତ ରାଜ୍ୟ ବିଜେପିରେ ଗୋଷ୍ଠୀବାଦ ଦଳରେ ବହୁଷ୍କୋଣୀୟ ବିଭାଜନ ରେଖା ଟାଣିଛି, ଯାହାର ପ୍ରଭାବ କର୍ମୀ ଓ ଭୋଟରଙ୍କ ଉପରେ ପଡ଼ିଛି। ସାଧାରଣ ଲୋକଙ୍କଠାରୁ ଦଳ ଦୂରେଇ ଯାଇଥିବା ଅଭିଯୋଗ ହୋଇଛି। ଇତିମଧ୍ୟରେ ପଞ୍ଚାୟତ ନିର୍ବାଚନ ପାଇଁ ଦଳ ଏକ କୋର୍‍ କମିଟି ଗଠନ କରିଛି। ଏଥିରେ କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ସହ ୭ ସାଂସଦ ଏବଂ ୨୨ ବିଧାୟକ ରହିଛନ୍ତି। ହେଲେ ସେମାନେ ଏକଜୁଟ୍‍ ହୋଇ ବିଜେଡିକୁ ମୁକାବିଲା କରିବା ସ୍ଥିତିରେ ପହଞ୍ଚି ନାହାନ୍ତି। ଦଳରେ ଯେତେ ନେତା ସେତେ ଗୋଷ୍ଠୀ ସୃଷ୍ଟି ହୋଇଛି। ଏପରିକି ଟିକଟ ବଣ୍ଟନରେ ମଧ୍ୟ ଅସହମତି ସୃଷ୍ଟି ହୋଇଛି। କଟକ ସହ ଅନ୍ୟାନ୍ୟ ଜିଲ୍ଲାରେ ଜିଲ୍ଲା ପରିଷଦ ଟିକଟ ବଣ୍ଟନ ନେଇ ବିବାଦ ଦେଖା ଦେଇଛି। ପୁରୀ ଜିଲ୍ଲାରେ ସତ୍ୟବାଦୀରେ ପ୍ରାର୍ଥିତ୍ୱ ନେଇ ରମା ବଳିୟାର ସିଂ-ଓମ୍‍ ପ୍ରକାଶ ମିଶ୍ର, ନିମାପଡ଼ାରେ ପ୍ରଭାତୀ ପରିଡ଼ା-ଦିଲ୍ଲୀପ ନାୟକ, ସାଲେପୁରରେ ପ୍ରକାଶ ବେହେରା-ଭାଜପା ମୂଳ ସଂଗଠନ, କେନ୍ଦ୍ରାପଡ଼ାରେ ବୈଜୟନ୍ତ-ବିଜୟ-ଭୁବନମୋହନ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ଜୟରାମ ପାଙ୍ଗୀ – ଶିବ ଉଲ୍ଲାକା, ଝାରସୁଗୁଡ଼ା ଜିଲ୍ଲାରେ ଟଙ୍କଧର ତ୍ରିପାଠୀ-ରାଧାରାଣୀ ପଣ୍ଡାଙ୍କ ଗୋଷ୍ଠୀ ମଧ୍ୟରେ ବିବାଦ ରହିଛି।
ଯେଉଁ ଗୋଷ୍ଠୀର ସମର୍ଥକ ପ୍ରାର୍ଥୀ ହୋଇ ପାରିନାହାନ୍ତି, ସେମାନେ ଅନ୍ୟ ଗୋଷ୍ଠୀର ଚେର କାଟିବା ସୁଯୋଗକୁ ଅପେକ୍ଷା କରିଛନ୍ତି। ଗଣମାଧ୍ୟମରେ ଭିନ୍ନ ଭିନ୍ନ କାରଣରୁ ଚର୍ଚ୍ଚାରେ ରହୁଥିବା କେନ୍ଦ୍ର ମନ୍ତ୍ରୀ ବିଶେଶ୍ୱର ଟୁଡୁ, ସୁନ୍ଦରଗଡ଼଼ ସାଂସଦ ଜୁଏଲ୍‍ ଓରାମ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ, ବାଲେଶ୍ୱର ଏମ୍‍ପି ପ୍ରତାପ ଷଡ଼ଙ୍ଗୀ, ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର, ଉପସଭାପତି ବୈଜୟନ୍ତ ପଣ୍ଡା, ବରିଷ୍ଠ ନେତା ବିଜୟ ମହାପାତ୍ର ଏବଂ କେ ଭି ସିଂଦେଓ ପ୍ରମୁଖ ଏକାଠି ହୋଇ ପାରିନାହାନ୍ତି। ଦଳର ପଞ୍ଚାୟତ ନିର୍ବାଚନ ବ୍ୟାପାରରେ ଜଡିତ ଥିବା ଜଣେ ପଶ୍ଚିମ ଓଡ଼ିଶା ବିଜେପି ନେତାଙ୍କ କହିବାନୁଯାୟୀ, ୨୦୧୭ର ୨୯୩ ଜିଲ୍ଲା ପରିଷଦ ଆସନ ସଂଖ୍ୟା ଏଥର ହ୍ରାସ ପାଇ ଯଦି ୧୬୦ରେ ପହଞ୍ଚେ, ତେବେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ।
ଅପରପକ୍ଷରେ ରାଜ୍ୟରେ କଂଗ୍ରେସର ସ୍ଥିତି ଆହୁରି ଦୟନୀୟ। ଅନେକ ସ୍ଥାନରେ ଦଳୀୟ ଟିକଟ ନେବାକୁ କୌଣସି କର୍ମୀ ଉତ୍ସାହ ପ୍ରକାଶ କରୁନାହାନ୍ତି। ୨୦୧୭ରେ ପ୍ରସାଦ ହରିଚନ୍ଦନ ପିସିସି ସଭାପତି ରହିଥିଲେ। ସେ ସମୟରେ ବର୍ତ୍ତମାନର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଟିକଟ ବଣ୍ଟନରେ ଶ୍ରୀ ହରିଚନ୍ଦନଙ୍କୁ ଅଠାକାଠିରେ ପକାଇଥିଲେ। ଚଳିତ ଥର ସତ୍ୟବାଦୀରେ କଂଗ୍ରେସ ପ୍ରାର୍ଥୀ ନ ଦିଆଯିବା ନେଇ ମଧ୍ୟ ବିବାଦ ଉଠିଛି। ଏ ସମ୍ପର୍କରେ ଜଣେ କଂଗ୍ରେସ ନେତା କହିଛନ୍ତି ଯେ, ପୁରୀ ଜିଲ୍ଲାର ପୁରୀ ସଦର, ପିପିଲି ବିଧାନସଭା ନିର୍ବାଚନମଣ୍ଡଳୀରେ ଗତଥର ବିଧାୟକ ପ୍ରାର୍ଥୀ ହୋଇଥିବା ବ୍ୟକ୍ତିବିଶେଷଙ୍କ ଜରିଆରେ ଟିକେଟ୍‍ ବଣ୍ଟନ କରାଯାଇନାହିଁ। ପିସିସି ସିଧାସଳଖ ନିଜସ୍ୱ ଏଜେନ୍ସିଂରେ ଟିକେଟ୍‍ ପ୍ରଦାନ କରିଛି। କିନ୍ତୁ ସତ୍ୟବାଦୀ କ୍ଷେତ୍ରରେ ପିସିସି ନିରବ ରହିଛି।
ଅପରପକ୍ଷରେ ଅନ୍ୟ ଗୋଟିଏ ଗୋଷ୍ଠୀ ପ୍ରସାଦ ହରିଚନ୍ଦନଙ୍କ ରାଜନୈତିକ ନୀରବତାକୁ ଭିନ୍ନ ଦୃଷ୍ଟିରେ ଚିତ୍ରଣ କରିଛନ୍ତି। ଏପରିକି ଶ୍ରୀ ହରିଚନ୍ଦନ ଦଳ ଛାଡି ଦେବା କଥା ପ୍ରଚାର କରିବାକୁ ପଛାଇ ନାହାନ୍ତି। ହେଲେ ପ୍ରସାଦଙ୍କ ନିକଟତମ ନେତାଙ୍କ କହିବାନୁଯାୟୀ, ଏଆଇସିସି ୩ଟି ନାମ ଉପରେ ପରବର୍ତ୍ତୀ ପିସିସି ଅଧ୍ୟକ୍ଷ ନେଇ ବିଚାର କରୁଛି। ଏହି ତାଲିକାରେ ପ୍ରସାଦ ହରିଚନ୍ଦନଙ୍କ ସମେତ ଭକ୍ତ ଚରଣ ଦାସ ଏବଂ ଶରତ ପଟ୍ଟନାୟକଙ୍କ ନାଁ ରହିଛି। ତେଣୁ ନକରାତ୍ମକ ପ୍ରଚାର କରି ତାଙ୍କୁ ଦଳଠାରୁ ଦୂରେଇ ରଖିବାକୁ ଚେଷ୍ଟା କରାଯାଉଛି ବୋଲି ସେ କହିଛନ୍ତି। ଘଟଣା ଯାହା ବି ହେଉ, ୨ ଦଶନ୍ଧିରୁ ଊର୍ଦ୍ଧ୍ବ ସମୟ କ୍ଷମତାରୁ ଦୂରରେ ରହିବା ପରେ ସୁଦ୍ଧା କଂଗ୍ରେସ ନେତୃତ୍ୱ ଦଳ ଅପେକ୍ଷା ବ୍ୟକ୍ତିଗତ ବିବାଦକୁ ବେଶି ଗୁରୁତ୍ୱ ଦେଉଥିବା ଅଭିଯୋଗ ହୋଇଛି। ଏହି ପରିପ୍ରେକ୍ଷୀରେ ତେଣୁ ଦୁଇ ଅସଂଗଠିତ ବିରୋଧୀଙ୍କ ସ୍ଥିତି ଶାସକ ବିଜେଡି ପାଇଁ କେବଳ ସୁବିଧାଜନକ ସ୍ଥିତି ଆଣିନାହିଁ; ରେକର୍ଡ଼ ଆସନରେ ବିଜୟ ଆଶା ମଧ୍ୟ ସୃଷ୍ଟି କରିଛି।
ସରପଞ୍ଚ ପଦ ପାଇଁ ହାଇଭୋଲଟେଜ୍‌ ଲଢେଇ : ୬,୭୯୩ ସରପଞ୍ଚ ଆସନ ପାଇଁ ମୁହାଁମୁହିଁ ହେବେ ୩୨,୮୬୦ ପ୍ରାର୍ଥୀ
ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସହ ଯାଞ୍ଚ ମଧ୍ୟ ଶେଷ ହୋଇଛି । ତେବେ ଏଥର ପଞ୍ଚାୟତ ନିର୍ବାଚନ ମୈଦାନରେ ରହିଛନ୍ତି ୨ ଲକ୍ଷରୁ ଅଧିକ ପ୍ରାର୍ଥୀ । ୨ଲକ୍ଷ ୨୦ହଜାର ୪୧୪ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ ରହିଛି । ସେଥିମଧ୍ୟରୁ ସରପଞ୍ଚ ପଦ ପାଇଁ ୩୨,୮୬୦ ପ୍ରାର୍ଥୀ ରହିଛନ୍ତି। ଆଉ ଚଳିତ ନିର୍ବାଚନରେ ସରପଞ୍ଚ ଆସନ ପାଇଁ ହେବ ଘମାଘୋଟ ଲଢେଇ। କାରଣ ଏଥର ସମସ୍ତେ ଚାହୁଁଛନ୍ତି ସରପଞ୍ଚ ପଦ। ସରପଞ୍ଚ ପଦ ପାଇଁ ଲଢେଇ ମଧ୍ୟ କେଉଁଠି ଶାସକ-ବିରୋଧୀ ମୁହାଁମୁହିଁ ତ ଆଉ କେଉଁଠି ଗୋଟିଏ ଦଳର ସନ୍ତୁଷ୍ଟ-ଅସନ୍ତୁଷ୍ଟ ଗୋଷ୍ଠୀ ଭିତରେ ଜୋରଦାର ଟକ୍ଟର ଦେଖାଦେଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ଗୋଟିଏ ଦଳ ସମର୍ଥନରେ ଏକାଧିକ ସରପଞ୍ଚ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି। ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା ସହ ଆଜି ଯାଞ୍ଚ ଶେଷ ହୋଇଛି। ଆସନ୍ତା ୨୫ରେ ନିର୍ବାଚନ କମିଶନଙ୍କ ପକ୍ଷରୁ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । କିନ୍ତୁ ଗାଁରେ ଆରମ୍ଭ ହୋଇଗଲାଣି ଜୋରଦାର ପ୍ରଚାର।
ଗାଁ ଗହଳିର ପରିବେଶରେ ଏବେ ଖାଲି ରାଜନୈତିକ ବାସ୍ନା ବାସୁଛି। କିଏ ଆସି ପକ୍କା ଘର ପ୍ରତିଶ୍ରୁତି ଦେଲାଣି ତ ଆଉ କିଏ ଭତ୍ତା କରିଦେବାର ପ୍ରତିଶ୍ରୁତି ଦେଉଛି। ଆଉ କେଉଁଠି ଗାଁ ଯୁବଗୋଷ୍ଠୀଙ୍କୁ କ୍ଳବ ଘର କରିଦେବାକୁ କହି କିଏ ପ୍ରଚାର କରିବାକୁ ଡାକିଲାଣି। ଏପରି ଅବସ୍ଥାରେ ମାଳମାଳ ସରପଞ୍ଚ ପ୍ରାର୍ଥୀ ଏବେ ଏମିତି ନିବେଦନ ସହ ଘୂରି ବୁଲୁଛନ୍ତି ଗାଁ ଗାଁରେ। କିଏ କହୁଛି ମୁଁ ସରପଞ୍ଚ ପାଇଁ ଲଢ଼ୁଛି ଯେପରି ଭୁଲି ନଯାଅ, ତ ଆଉ କିଏ କହୁଛି ମାଉସୀ ମୋ’ ସ୍ତ୍ରୀ ସରପଞ୍ଚ ପାଇଁ ଛିଡ଼ା ହୋଇଛି, ଜିତେଇ ଆଣିବୁ ତୋର କଥା ମୁଁ ବୁଝିବି। ଗାଁ ଗହଳୀରେ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ଜିଲ୍ଲା ପରିଷଦ ସଭ୍ୟ ଆସନଠାରୁ ବି ବିନା ଦଳୀୟ ଚିହ୍ନରେ ଲଢ଼ାଯାଉଥିବା ସରପଞ୍ଚ ପାଇଁ ରାଜନୀତି ବେଶି ସରଗରମ । ସରପଞ୍ଚ ଚୌକି ପାଇଁ ସବୁ ଦଳ ଓ ଆଶାୟୀଙ୍କ ଭିତରେ ବ୍ୟାକୁଳତା ପ୍ରବଳ। ଦ୍ଵିମୁଖୀ, ତ୍ରିମୁଖୀ ନୁହେଁ ଅଧିକାଂଶ ପଞ୍ଚାୟତରେ ମାଳମାଳ ପ୍ରାର୍ଥୀଙ୍କ ଭିତରେ ଚାଲିଛି ଲଢ଼େଇ ସରପଞ୍ଚ ଆସନ ପାଇଁ। ଜିଲ୍ଲା ପରିଷଦ, ସମିତିସଭ୍ୟ ପାଇଁ ଗାଁ ଗହଳି ରାଜନୀତି ସେତେ ଚଳଚଞ୍ଚଳ ନୁହେଁ । ସଭିଙ୍କ ଭିତରେ ଗୋଟିଏ ପ୍ରଶ୍ନ-ଏଥର ସରପଞ୍ଚ କିଏ ହେବ ? ସରପଞ୍ଚ ପାଇଁ କିଏ ବଡ଼ ଦାବିଦାର ? କେଉଁ ସରପଞ୍ଚ ପ୍ରାର୍ଥୀ କେତେ ମାଲ୍‌ଦାର ? କେଉଁ ଗୋଷ୍ଠୀ ମାରିବ ବାଜି ?
ନିର୍ବାଚନ ପାଇଁ ଆହୁରି କିଛି ଦିନ ବାକି ଥିବା ବେଳେ ପ୍ରଚାରରେ ଗାଁରେ ଧୂଳି ଉଡିଲାଣି। ପ୍ରତିଦିନ ବିଭିନ୍ନ ଗାଁକୁ ଛୁଟୁଛି ପ୍ରାର୍ଥୀ ଓ ତାଙ୍କ ସମର୍ଥକଙ୍କ ସୁଅ। ବିଭିନ୍ନ ପ୍ରତିଶ୍ରୁତି ସହ ବିଭିନ୍ନ ସାହିକୁ ଏବେଠୁ ଭୋଜିଭାତ ପାଇଁ ଟଙ୍କା ମଧ୍ୟ ବାଣ୍ଟିବାରେ ଲାଗିଛନ୍ତି ପ୍ରାର୍ଥୀ। କାହାରି ମନ ଉଣା କରିବାକୁ ଦେଉନାହାନ୍ତି ପ୍ରାର୍ଥୀ ଯିଏ ଯେଉଁପରି ଭାବେ ସନ୍ତୁଷ୍ଟ ହେବ ତାହା କରୁଛନ୍ତି । ଏପରିକି ଚଳିତ ଥର ସରପଞ୍ଚ ଆସନ ପାଇଁ ପ୍ରାର୍ଥୀମାନେ ଟଙ୍କା ଉଡାଇବା ଆରମ୍ଭ କରିଦେଲେଣି। କେତେକ ପଞ୍ଚାୟତରେ ସରପଞ୍ଚ ପ୍ରାର୍ଥୀ ୩୦ରୁ ୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଖର୍ଚ୍ଚ କରିବାକୁ ବଜେଟ ରଖିଥିବା ଆଲୋଚନା ମଧ୍ୟ ହେଉଛି। ଆଉ କେଉଁଠି ଭୋଟରଙ୍କୁ ଆକୃଷ୍ଠ କରିବାକୁ କିଛି ଦିନ ତଳୁ ଗାଁ ରାସ୍ତାରେ ନିଜ ପଇସାରେ ଆଲୁଅ ଲଗାଇ ଦେଇଛନ୍ତି ସରପଞ୍ଚ ପ୍ରାର୍ଥୀ।
ଅନ୍ୟପଟେ ଚଳିତ ନିର୍ବାଚନ ସମୟରେ ମାଳମାଳ ସରପଞ୍ଚ ଆଶାୟୀଙ୍କ ମଧ୍ୟରୁ କାହାକୁ ସମର୍ଥନ କରିବେ ସେ ନେଇ ଚିନ୍ତାରେ ଥିବା ସ୍ଥାନୀୟ ବିଧାୟକ କିମ୍ବା ଦଳର ଟାଣୁଆ  ମାନେ ଏବେ ମଧ୍ୟ ଚିନ୍ତାରେ ଅଛନ୍ତି। କେଉଁଠି ଜଣଙ୍କୁ ସମର୍ଥନ ଦେବାବେଳେ ଅନ୍ୟ ଗୋଷ୍ଠୀ ମୁଁ ଫୁଲେଇଛି ତ ଆଉ କେଉଁଠି ସେହି ଗୋଟିଏ ଦଳର ସମର୍ଥନ ଥିବା କହି ଏକାଧିକ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ଏପରି ଅବସ୍ଥାରେ କିପରି ପଞ୍ଚାୟତ ମାନଙ୍କରେ ନିଜର ଅସ୍ଥିତ୍ବ ରଖିବେ ସେନେଇ ନେତାମାନେ ଚିନ୍ତାରେ ରହିଛନ୍ତି। ରାଜ୍ୟର ବିଭିନ୍ନ ପଞ୍ଚାୟତରେ ଏକାଧିକ ସରପଞ୍ଚ ପ୍ରାର୍ଥୀ ଦେଖି କେତେକ ଟାଣୁଆ ନେତା ମଧ୍ୟ କିଛି ନିଷ୍ପତ୍ତି ନେଇ ନପାରି ରୋକ୍‌ ଠୋକ୍‌ ଶୁଣାଇ ଦେଇଛନ୍ତି। ମୁଁ କାହାକୁ ସମର୍ଥନ କରୁନି ଯିଏ ଜିତକି ଆସିବ ସିଏ ମୋର।
ସରପଞ୍ଚ ପଦବୀ ହାତେଇବାକୁ ଅନେକ ଆସନରେ ଶାସକ-ବିରୋଧୀ ବି ହାତ ମିଳାଇଥିବା ଖବର ଆସିଛି। ପଞ୍ଚାୟତରେ ଲଗାତାର ଜିତି ଆସୁଥିବା ଶାସକ ଦଳକୁ ମାତ୍ ଦେବା ପାଇଁ କେତେକ ସ୍ଥାନରେ ବିଜେପି ଓ କଂଗ୍ରେସ କର୍ମୀମାନେ ମିଳିତ ଭାବେ ଜଣେ ସରପଞ୍ଚ ପ୍ରାର୍ଥୀଙ୍କୁ ସମର୍ଥନ କରୁଛନ୍ତି । ଅନେକ ସ୍ଥାନରେ ସରପଞ୍ଚ ଆସନ ଆଗରେ ଟଙ୍କା, ଦଳ, ଆଦର୍ଶ କିଛି ମାନେ ରଖୁନି । ଗ୍ରାମାଞ୍ଚଳରେ ବିଜେଡି ସଂଗଠନ ମଜବୁତ ଥିବାବେଳେ ଜିତିବା ଆଶାରେ ଦଳର ଏକାଧିକ କର୍ମୀ ସରପଞ୍ଚ ହେବାକୁ ମନ ବଳାଇ ମଇଦାନକୁ ଆସିଛନ୍ତି।
ଆଉ ଏହାରି ମଧ୍ୟରେ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି ସରପଞ୍ଚ ହେବପାଇଁ ଏତେ ଆଗ୍ରହ କାହିଁକି। ଜିଲ୍ଲା ପରିଷଦ ପରି ପଦ ପାଇଁ ଯେଉଁଠି ପ୍ରାର୍ଥୀ ମିଳୁନାହାନ୍ତି ସେଠି ସରପଞ୍ଚ ପଦ ପାଇଁ ଗୋଟିଏ ପଞ୍ଚାୟତରୁ ୮ କି ୧୦ ପ୍ରାର୍ଥୀ କଣ ପାଇଁ ନାମାଙ୍କନ ଭରିଛନ୍ତି। ତେବେ ରାଜନୈତକି ବିଷାରଦ ମାନଙ୍କ ମତରେ ସରପଞ୍ଚ ହେବାକୁ ଅଧିକ ବ୍ୟାକୁଳତା ପଛରେ ରହିଛି ପଞ୍ଚାୟତରେ ଅଖଣ୍ଡ କ୍ଷମତା। ଅର୍ଥ କମିଶନ ଯେବେଠାରୁ ପଞ୍ଚାୟତକୁ ସିଧାସଳଖ ଅର୍ଥ ଦେଲେଣି, ସେବେଠାରୁ ପଞ୍ଚାୟତ ଓ ସରପଞ୍ଚଙ୍କ କ୍ଷମତା ଢେର ବଢ଼ିଛି। ଜଣେ ସରପଞ୍ଚଙ୍କ କହିବାନୁଯାୟୀ ଜନସଂଖ୍ୟା ହିସାବରେ ପ୍ରତି ପଞ୍ଚାୟତକୁ ଅର୍ଥ ବରାଦ କରାଯାଉଛି। ଅତି କମ୍‌ରେ ବର୍ଷକୁ ଗୋଟିଏ ପଞ୍ଚାୟତକୁ ୨୫ ଲକ୍ଷ ଟଙ୍କା ଦିଆଯାଉଛି। ଆବଶ୍ୟକ ଅନୁଯାୟୀ ପଞ୍ଚାୟତ ଏ ଅର୍ଥକୁ ବିଭିନ୍ନ କ୍ଷେତ୍ରରେ ବିନିଯୋଗ କରୁଛି। ଏଥିରେ ସରପଞ୍ଚଙ୍କ ଭୂମିକା ପ୍ରମୁଖ । ଖାଲି ସେତିକି ନୁହେଁ, ବିଭିନ୍ନ ପଞ୍ଚାୟତରେ ମାର୍କେଟ କମ୍ପ୍ଲେକ୍ସ, ହାଟ, ପୋଖରୀ ଆଦି ଆୟ ଉତ୍ସ ଥିବାବେଳେ ଏବେ ସେଥିରେ କଲ୍ୟାଣ ମଣ୍ଡପ ବି ଯୋଡ଼ି ହେଲାଣି । ବଡ଼ କଥା ହେଲା, ପୂର୍ବାପେକ୍ଷା ସରପଞ୍ଚଙ୍କ କ୍ଷମତା ବଢ଼ିଛି। ସରକାର ଏବେ ଗାଁ ଗୁଡିକର ଉନ୍ନତି ପାଇଁ ପ୍ରାଧ୍ୟାନ୍ୟ ଦେଉଛନ୍ତି। ଆଉ ଯେଉଁଥିରେ ସରପଞ୍ଚମାନେ ହିଁ ମୁଖ୍ୟ।
ଅନ୍ୟପଟେ ଗତବର୍ଷ କୋଭିଡ୍ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଥିଲେ । ସେମାନେ ପଞ୍ଚାୟତରେ ଲକ୍‌ଡାଉନ, ସଟଡାଉନ ଲାଗୁ କରିବା ସହ କେଉଁଠି ସଙ୍ଗରୋଧ କେନ୍ଦ୍ର ପ୍ରତିଷ୍ଠା ହେବ। କେଉଁଠୁ ବିଭିନ୍ନ ଉପକରଣ କିଣା ହେବ ତାହା ମଧ୍ୟ ସରପଞ୍ଚ ମାନେ ବୁଝୁଥିଲେ। ଯାହାକୁ ଦେଖି ଚଳିତ ପଞ୍ଚାୟତ ନିର୍ବାଚନରେ ସରପଞ୍ଚ ଆସନ ପାଇଁ ଜି-ଜାନ ଲଗାଇ ଦେଇଛନ୍ତି ପ୍ରାର୍ଥୀ।
ସେପଟେ କୋଭିଡ ମହାମାରୀ ସମୟରେ ବହୁତ ସମୟ ଗାଁରେ ବିତାଇବା ପରେ ଯୁବଗୋଷ୍ଠୀମାନେ ମଧ୍ୟ ସରପଞ୍ଚଙ୍କ କ୍ଷମତା ଦେଖି ଏଥର ସରପଞ୍ଚ ହେବାକୁ ଆଶାବଳାଇଛନ୍ତି। ସରପଞ୍ଚଙ୍କ କ୍ଷମତା ବଢ଼ିଥିବାରୁ ଅନେକ ଶିକ୍ଷିତ ଓ ଯୁବଗୋଷ୍ଠୀ ମଧ୍ୟ ନିଜ ପଞ୍ଚାୟତର ଉନ୍ନତି ଓ ପରିବର୍ତ୍ତନ ପାଇଁ ସରପଞ୍ଚ ହେବାକୁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି । ଇଂଜିନିୟର, ଏମ୍‌ବିଏମ ଛାତ୍ର, ସାମ୍ବାଦିକ, କର୍ପୋରେଟ ଚାକିରି ଛାଡ଼ି ଅନେକ ଯୁବବର୍ଗ ସରପଞ୍ଚ ପଦବୀ ପାଇଁ ଆଗେଇ ଆସିଛନ୍ତି। କେବଳ ସେତିକି ନୁହେଁ, ସରପଞ୍ଚଙ୍କ କାମ କରିବାର ଅଧିକ ସୁଯୋଗ ଥିବାରୁ ଅନେକ ଏହାକୁ ରାଜନୀତି କ୍ୟାରିୟର ପାଇଁ ପ୍ରଥମ ପାହାଚ ବୋଲି ମନେ କରୁଛନ୍ତି।
ପଞ୍ଚାୟତ ନିର୍ବାଚନ : ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନରେ ନାମାଙ୍କନ ଭରିଲେ ୫୮ ହଜାର ୫୮୮ ପ୍ରାର୍ଥୀ
ଭୁବନେଶ୍ବର : ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନରେ ନାମାଙ୍କନ ଭରିଛନ୍ତି ୫୮ ହଜାର ୫୮୮ ପ୍ରାର୍ଥୀ। ସାରା ରାଜ୍ୟରେ ୱାର୍ଡମେମ୍ବର, ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ଆଜି ୫୮ ହଜାର ୫୮୮ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି। ରାଜ୍ୟର ବିଭିନ୍ନ ସ୍ଥାନରେ ସରପଞ୍ଚ ପଦବୀ ପାଇଁ ଆଜି ୮୮୪୨ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୱାର୍ଡମେମ୍ବର ପାଇଁ ୪୦,୭୩୨ ଜଣ ସମିତି ସଭ୍ୟ ପାଇଁ ୭୮୩୨ ଓ ୧୧୮୨ ଜଣ ଜିଲ୍ଲା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ କମିଶନଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ନେଇ ଗତ ସୋମବାରଠୁ ନାମାଙ୍କନ ପତ୍ର ଦାଖଲ ଆରମ୍ଭ ହୋଇଛି। ପଞ୍ଚାୟତ ନିର୍ବାଚନ ପାଇଁ ସୋମବାର ପ୍ରଥମ ଦିନରେ ୮୭୭୨ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବା ବେଳେ  ଦ୍ବିତୀୟ ଦିନ ଅର୍ଥାତ ୧୩ ହଜାର ୩୫୬ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିଲେ। ଗତକାଲି ନାମାଙ୍କନ ପତ୍ର ଦାଖଲର ତୃତୀୟ ଦିନରେ ୫୨ ହଜାର ୮୬୮ ଜଣ ପ୍ରାର୍ଥୀ ନାମାଙ୍କନ କରିଥିଲେ। ଗତକାଲି ରାଜ୍ୟର ବିଭିନ୍ନ ସ୍ଥାନରେ ସରପଞ୍ଚ ପଦବୀ ପାଇଁ ୮୯୪୭ ଜଣ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ୱାର୍ଡମେମ୍ବର ପାଇଁ ୩୭ ହଜାର ୨୩୨ ଜଣ, ସମିତି ସଭ୍ୟ ପାଇଁ ୬୨୦୫ ଓ ୪୮୪ ଜଣ ଜିଲ୍ଲା ପରିଷଦ ସଭ୍ୟ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଥିଲେ। ଆଜି ନାମାଙ୍କନ ପତ୍ର ଦାଖଲର ଚତୁର୍ଥ ଦିନରେ ସାରା ରାଜ୍ୟରେ ନାମାଙ୍କନ ଭରିଛନ୍ତି ୫୮ ହଜାର ୫୮୮ ପ୍ରାର୍ଥୀ।
ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଗତ ଜାନୁଆରି ୧୭ ତାରିଖ ଠାରୁ ଆରମ୍ଭ ହୋଇଥିବା ନାମାଙ୍କନ ପତ୍ର ଦାଖଲ ପକ୍ରିୟା ଆସନ୍ତାକାଲି ଅର୍ଥାତ ୨୧ ତାରିଖ ପର୍ଯ୍ୟନ୍ତ ଚାଲିବ । ୨୨ରେ ପ୍ରାର୍ଥିପତ୍ର ଯାଞ୍ଚ କରାଯିବ । ୨୫ ତାରିଖ ଯାଏ ପ୍ରାର୍ଥିପତ୍ର ପ୍ରତ୍ୟାହାରର ସୁଯୋଗ ଥିବା ବେଳେ, ସେହିଦିନ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ । ଆସନ୍ତା ଫେବ୍ରୁଆରୀ ୧୬ରୁ ସାରା ରାଜ୍ୟରେ ୫ଟି ପର୍ଯ୍ୟାୟରେ ପଞ୍ଚାୟତ ନିର୍ବାଚନ ହେବ । ଫେବ୍ରୁଆରୀ ୧୬, ୧୮, ୨୦, ୨୨ ଓ ୨୪ ତାରିଖରେ ମତଦାନ ହେବ । ସେହିପରି ଫେବ୍ରୁଆରୀ ୨୬, ୨୭ ଓ ୨୮ତାରିଖରେ ଭୋଟଗଣତି ସମସ୍ତ ବ୍ଲକ ମୁଖ୍ୟାଳୟରେ ହେବ । ଏଥର ପଞ୍ଚାୟତ ନିର୍ବାଚନରେ କୌଣସି ପ୍ରକାରର ସଭାସମିତି, ବୈଠକ, ବାଇକ ରାଲି ଉପରେ କଟକଣା ଜାରି ହୋଇଛି । କେବଳ ସର୍ବାଧିକ ୫ ଜଣଙ୍କୁ ଧରି ପ୍ରାର୍ଥୀ ଡୋର ଟୁ ଡୋର ପ୍ରଚାର କରିପାରିବେ ।
ଚଳିତଥର ତ୍ରିସ୍ତରୀୟ ପଞ୍ଚାୟତରେ ମୋଟ ୯୧,୯୧୩ ଜଣ ୱାର୍ଡମେମ୍ବର, ୬୭୯୪ ଜଣ ସରପଞ୍ଚ, ୬୭୯୪ ଜଣ ପଞ୍ଚାୟତ ସମିତି ସଭ୍ୟ ଓ ୮୫୩ଜଣ ଜିଲ୍ଲା ପରିଷଦ ସଭ୍ୟ ପଦ ପାଇଁ ରାଜ୍ୟର ମୋଟ ୨ କୋଟି ୭୯ ଲକ୍ଷ ୩୫ ହଜାର ୫୨୫ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ଜିଲ୍ଲା ପରିଷଦ ପ୍ରାର୍ଥୀମାନଙ୍କର ସତ୍ୟପାଠ ସମ୍ପୃକ୍ତ ଜିଲ୍ଲାର ୱେବସାଇଟରେ ଉଲ୍ଲେଖ ରହିବ । ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସମସ୍ତ ପଦବୀ ପାଇଁ ପ୍ରାର୍ଥୀମାନେ ସତ୍ୟପାଠ ଦାଖଲ କରିବେ । ଯଦି ଏଥିରେ କୌଣସି ଭୁଲ ତଥ୍ୟ ଥାଏ, ତେବେ ଜରିମାନା ସହ କାର୍ଯ୍ୟାନୁଷ୍ଠାନ ନିଆଯିବ ।