FLIGHT - The Sakala
ମଝି ଆକାଶରେ ଜୀବନ ବଞ୍ଚାଇଲେ ଓଡ଼ିଆ ଫିଜିଓଥେରାପିଷ୍ଟ, ଏୟାରଲାଇନ୍‌ ପକ୍ଷରୁ ମିଳିଲା ପ୍ରଶଂସା ପତ୍ର
ଭୁବନେଶ୍ୱର: ମଝି ଆକାଶରେ ବିମାନ ଉଡ଼ୁଥିବା ବେଳେ ହଠାତ୍‌ ଜଣେ ଯାତ୍ରୀ ଅସୁସ୍ଥ ହୋଇ ପଡ଼ିଥିଲେ । ହୃଦଘାତ ପରି ସେ ଅନୁଭବ କଲେ। ମାତ୍ର ମଝି ଆକାଶରେ ଉଡ଼ୁଥିବା ବିମାନର ଜରୁରୀ ଅବତରଣ ସମ୍ଭବ ନ ଥିଲା, ବିମାନରେ ବି କୌଣସି ଡ଼ାକ୍ତର ନ ଥିଲେ। ମାତ୍ର ସୌଭାଗ୍ୟକୁ ବିମାନ ଯାତ୍ରା କରୁଥିବା ଓଡ଼ିଆ ଫିଜିଓଥେରାପିଷ୍ଟ ସଞ୍ଜୟ କୁମାରଙ୍କ ସମୟୋଚିତ ଚିକିତ୍ସା ସମ୍ପୃକ୍ତ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲା।  ସୂଚନା ଅନୁଯାୟୀ ଗତ ୧୭ ତାରିଖରେ ଭୁବନେଶ୍ୱରରୁ ଜୟପୁର ଯାଉଥିବା ଏୟାର୍‌ ଇଣ୍ଡିଆ ଏକ୍ସପ୍ରେସ୍‌ (ଆଇଏକ୍ସ-୨୮୦୭) ଯାତ୍ରା ସମୟରେ ଜଣେ ଯାତ୍ରୀ ହଠାତ୍‌ ମଝି ଆକାଶରେ ଅସୁସ୍ଥ ହୋଇପଡ଼ିଥିଲେ। ସେତେବେଳେ ବିମାନଟି ୩୫ ହଜାର ଫୁଟ ଉପରେ ଉଡ଼ୁଥିଲା। କ୍ୟାବିନ୍‌ କ୍ରୁ ଓ ଅନ୍ୟମାନେ ବ୍ୟସ୍ତ ହୋଇ ପଡ଼ିଲେ। ମାତ୍ର ସେହି ବିମାନରେ ଯାତ୍ରା କରୁଥିବା କଟକର ବରିଷ୍ଠ ଫିଜିଓଥେରାପିଷ୍ଟ ଡା.ରାମ କେବିନ୍‌ କ୍ରୁଙ୍କ ଅନୁରୋଧରେ ଚିକିତ୍ସା ଆରମ୍ଭ କରିଥିଲେ।  ସେତେବେଳେ ରୋଗୀ ପ୍ରାୟତଃ ଅଚେତ ହୋଇ ଯାଇଥିଲେ । ଡା. ରାମ ସିପିଆର୍‌ ପ୍ରୟୋଗ ସହ ସମୟୋଚିତ ଚିକିତ୍ସା ସହାୟତା ପ୍ରଦାନ କରି ଯାତ୍ରୀଙ୍କ ଅବସ୍ଥାକୁ ସ୍ଥିର କରିଥିଲେ। ଏହି ମାନବିକ ସେବା ପାଇଁ ଏୟାରଲାଇନ୍‌ ପକ୍ଷରୁ ତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଛି ।
ବିମାନଯାତ୍ରାକୁ ମଜାଦାର କରିବା ପାଇଁ ବହୁ ଯାତ୍ରୀ ଅନେକ ଗ୍ୟାଜେଟ୍‌ ନେଇ ଯାଆନ୍ତି। କିନ୍ତୁ ସ୍ମାର୍ଟଫୋନ୍ ଏବଂ ହେଡ୍‌ଫୋନ୍‌ ବ୍ୟତୀତ କିଛି ଗ୍ୟାଜେଟ୍‌ ଏଭଳି ଅଛି, ଯାହାକୁ ବିମାନଯାତ୍ରା ସମୟରେ ନିଜ ପାଖରେ ରଖିବା ଠିକ୍‌ ନୁହେଁ।
ପୋର୍ଟେବଲ ୱାଇଫାଇ ହଟ୍‌ସ୍ପଟ୍: ଯଦିଓ ଏହା ଉପଯୋଗୀ ତଥାପି, ବିମାନର ୱେୟାର୍‌ଲେସ୍‌ ନେଟ୍‌ୱାର୍କ ଏବଂ ନାଭିଗେସନ୍‌ ସିଷ୍ଟମ୍‌କୁ ଏହା ପ୍ରଭାବିତ କରିଥାଏ। ଏଣୁ ଆବଶ୍ୟକ ସ୍ଥଳେ ବିମାନର ମାଗଣା ୱାଇଫାଇ ବା ମୋବାଇଲ ଡାଟାକୁ ଉପଯୋଗ କରନ୍ତୁ।
ଉଚ୍ଚ କ୍ଷମତା ସମ୍ପନ୍ନ ପାୱାର ବ୍ୟାଙ୍କ: ବିମାନ ଯାତ୍ରା ସମୟରେ କମ୍ କ୍ଷମତା ସମ୍ପନ୍ନ ପାୱାର ବ୍ୟାଙ୍କକୁ ପାଖରେ ରଖନ୍ତୁ। କାରଣ ୨୦୦୦ଏମ୍‌ଏଏଚ୍‌ରୁ ଅଧିକ କ୍ଷମତାଯୁକ୍ତ ପାୱାର ଉପରେ କଟକଣା ଅଛି।
ରିମୋଟ୍‌ କଣ୍ଟ୍ରୋଲ ଖେଳଣା: ଡ୍ରୋନ୍‌ ଏବଂ ରିମୋଟ୍‌ କଣ୍ଟ୍ରୋଲଯୁକ୍ତ ଖେଳଣାକୁ ବିମାନଯାତ୍ରାରେ କଟକଣା ଲଗା ଯାଇଛି। ଏହି ଉପକରଣ ଯାତ୍ରୀ ଓ କର୍ମଚାରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରେ।
ଲେଜର୍ ପଏଣ୍ଟର: ଲେଜର ପଏଣ୍ଟର ଓ ପେନ୍ ବିମାନବନ୍ଦର ସେଟିଂ ପାଇଁ ବିପଜ୍ଜନକ ହୋଇପାରେ। ଏହି ଡିଭାଇସ୍ ପାଇଲଟ୍ ଏବଂ ବିମାନ କର୍ମଚାରୀଙ୍କ ଦୃଷ୍ଟିଶକ୍ତିକୁ ପ୍ରଭାବିତ କରିଥାଏ। ଏହାକୁ ପାଖରେ ରଖିବା ଅନୁଚିତ।
ଚେନ୍ନାଇ-ଝାରସୁଗୁଡ଼ା ମଧ୍ୟରେ ଆରମ୍ଭ ହେଲା ବିମାନ ସେବା
ଭୁବନେଶ୍ବର : ଆଜିଠୁ ଆରମ୍ଭ ହୋଇଛି ଚେନ୍ନାଇ-ଝାରସୁଗୁଡ଼ା ବିମାନ ସେବା। ଝାରସୁଗୁଡ଼ା ବିର ସୁରେନ୍ଦ୍ର ସାଏ ବିମାନବନ୍ଦରରୁ ସଧାସଲଖ ଚେନ୍ନାଇ ପାଇଁ ବିମାନ ସେବା ଆରମ୍ଭ ହୋଇଛି। ବିମାନ ଚଳାଚଳ କମ୍ପାନୀ ସ୍ପାଇସ୍‌ଜେଟ୍ ପକ୍ଷରୁ ଚେନ୍ନାଇ-ଝାରସୁଗୁଡ଼ା ମଧ୍ୟରେ ଆରମ୍ଭ ହୋଇଥିବା ଏହି ବିମାନସେବା ସପ୍ତାହକ ୭ ଦିନ ଯାକ ଚାଲିବ ବୋଲି ଜଣାପଡିଛି।
ଆଜି ଅପରାହ୍ନ ୩ଟା ୨୦ରେ ଚେନ୍ନାଇରୁ ପ୍ରଥମ ବିମାନରେ ୯୭ ଜଣ ଯାତ୍ରୀ ଆସି ଝାରସୁଗୁଡାରେ ଅବତରଣ କରିଥିଲା। ଏହାପରେ ଅପରାହ୍ନ ୩ଟା ୫୦ରେ ବିମାନରେ ଝାରସୁଗୁଡ଼ାରୁ ୮୪ ଜଣ ଯାତ୍ରୀ ନେଇ ଚେନ୍ନାଇ ଯାତ୍ରା କରିଥିଲା। ସମୟ ସାରଣୀ ଅନୁସାରେ ଏହି ବିମାନ ଅପରାହ୍ନ ୩ଟାରେ ଝାରସୁଗୁଡ଼ାରେ ପହଞ୍ଚିବ ଓ ୩ଟା ୩୦ରେ ଚେନ୍ନାଇ ଅଭିମୁଖେ ଯାତ୍ରା କରିବ।
ଏହି ବିମାନ ଚଳାଚଳ ଫଳରେ ରାଜ୍ୟର ପଶ୍ଚିମ ଓଡ଼ିଶା ସହ ଦକ୍ଷିଣ ଭାରତର ସିଧାସଳଖ ଯୋଗାଯୋଗ ସମ୍ଭବପର ହୋଇପାରିଛି। ବିଶେଷକରି ଚେନ୍ନାଇରେ ସ୍ୱାସ୍ଥ୍ୟ ଚିକିତ୍ସା ପାଇଁ ନିର୍ଭରଶୀଳ ଥିବା ପଶ୍ଚିମ ଓଡ଼ିଶାର ଲୋକଙ୍କୁ ଝାରସୁଗୁଡ଼ା ବିମାନ ବନ୍ଦରରୁ ଯାତ୍ରା କରିବାର ସୁବିଧା ମିଳିବ। ସେମାନଙ୍କୁ ଆଉ ରାୟପୁର କିମ୍ବା ଭୁବନେଶ୍ୱର ବିମାନ ବନ୍ଦର ଉପରେ ନିର୍ଭରଶୀଳ ହେବାକୁ ପଡ଼ିବ ନାହିଁ।
ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ବୃଦ୍ଧି : ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉଡିବନି ବିମାନ
ନୂଆଦିଲ୍ଲୀ : ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣାକୁ ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ପକ୍ଷରୁ ଏହି ସୂଚନା ଦିଆଯାଇଛି । ମାର୍ଚ୍ଚ ୩୧ ରାତି ୨୩ଟା୫୯ ଯାଏ ଏହି କଟକଣା ଜାରି ରହିବ। ତେବେ ଏହି କଟକଣା କାର୍ଗୋ ସେବା ପାଇଁ ଲାଗୁ ହେବ ନାହିଁ । କିଛି ଅନ୍ତର୍ଜାତୀୟ ଫ୍ଲାଇଟକୁ କେତେକ ନିର୍ଦ୍ଦିଷ୍ଟ ରୁଟ୍‌ରେ ଅନୁମତି ଦିଆଯିବ ବୋଲି ଡିଜିସିଏ ତରଫରୁ କୁହାଯାଇଛି ।
କରୋନା ପାଇଁ ଗତବର୍ଷ ମାର୍ଚ୍ଚ ମାସରୁ ଦେଶରେ ଅନ୍ତର୍ଜାତୀୟ ବିମାନ ସେବା ଉପରେ କଟକଣା ଲାଗିଥିଲା । କୋଭିଡ୍ ସ୍ଥିତିରେ ସୁଧାର ପରେ ପର୍ଯ୍ୟାୟ କ୍ରମେ କେନ୍ଦ୍ର ସରକାର ବିଭିନ୍ନ କ୍ଷେତ୍ରରେ କଟକଣା କୋହଳ କରିଥିଲେ ମଧ୍ୟ ଅନ୍ତର୍ଜାତୀୟ ବିମାନସେବା ପୁନର୍ବାର ଆରମ୍ଭ କରିବା ପାଇଁ ଅନୁମତି ଦେଇ ନାହାନ୍ତି ।
ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ୍ ଚିହ୍ନଟ ପରେ ଗତ ଡିସେମ୍ବରରେ ଭାରତ ସରକାର ସେହି ଦେଶରୁ ବିମାନ ଯାତ୍ରା ଉପରେ କଟକଣା ଲଗାଇଥିଲେ । ପରେ ଏହି କଟକଣା କୋହଳ କରାଯାଇଥିଲା ।