Abhishek Porel - The Sakala

ଦୁଷ୍କର୍ମ ଅଭିଯୋଗରେ ଆଇପିଏଲ୍ କ୍ରିକେଟର ଅଭିଷେକ ପୋରେଲ ଗିରଫ
ନୂଆଦିଲ୍ଲୀ: ଦୁଷ୍କର୍ମ ଅଭିଯୋଗରେ IPL କ୍ରିକେଟର ଅଭିଷେକ ପୋରେଲ ଗିରଫ । ଅଭିଷେକ ପୋରେଲଙ୍କୁ ଗିରଫ କଲା ପଶ୍ଚିମବଙ୍ଗ ପୋଲିସ । ବିବାହର ପ୍ରତିଶ୍ରୁତି ଦେଇ ଶାରୀରିକ ସଂପର୍କ ରଖିଥିବା ଅଭିଯୋଗ । IPLରେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳୁଛନ୍ତି ଅଭିଷେକ ପୋରେଲ । ଦୁଷ୍କର୍ମ ଏବଂ ଅପରାଧିକ ଧମକ ଅଭିଯୋଗରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ତଥା ବେଙ୍ଗଲ କ୍ରିକେଟର ଅଭିଷେକ ପୋରେଲଙ୍କୁ ପୋଲିସ ଗିରଫ କରିଛି। କର୍ଣ୍ଣାଟକର ଜଣେ ଡାକ୍ତରୀ ଛାତ୍ରୀଙ୍କ ଦ୍ୱାରା ଅଣାଯାଇଥିବା ଏହି ସଙ୍ଗୀନ ଅଭିଯୋଗ ଆଧାରରେ ମଙ୍ଗଳବାର ଦିନ ତାଙ୍କୁ ଗିରଫ କରାଯାଇଛି। ଏହି ଘଟଣା ସାମ୍ନାକୁ ଆସିବା ପରେ ଉଭୟ ବେଙ୍ଗଲ କ୍ରିକେଟ ଏବଂ ଆଇପିଏଲ୍ ଫ୍ରାଞ୍ଚାଇଜି ମହଲରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି ହୋଇଛି।

ପୋଲିସ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଡମ୍ ଡମ୍ ପୋଲିସ ଷ୍ଟେସନ ଅଧୀନରେ ଥିବା ଇମାମି ସିଟିରୁ ଅଭିଷେକଙ୍କୁ ହେପାଜତକୁ ନିଆଯାଇଥିଲା। ପରେ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଇ ଚିନ୍ସୁରା କୋର୍ଟରେ ହାଜର କରାଯାଇଥିଲା। ଗତ ଜୁନ୍ ୨୦୨୬ରେ ପୀଡ଼ିତା ଏହି ମାମଲାରେ ଅଭିଯୋଗ ଦାୟର କରିଥିଲେ। ବିବାହର ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରୀରିକ ସମ୍ପର୍କ ରଖିବା, ମାରପିଟ କରିବା ଏବଂ ତାଙ୍କୁ ବେଆଇନ ଭାବେ ଅଟକ ରଖି ଖାଦ୍ୟ ନଦେବା ଆଦି ଅଭିଯୋଗ ଏହି ଏଫଆଇଆରରେ ଉଲ୍ଲେଖ ରହିଛି। ଅଭିଯୋଗ ଅନୁଯାୟୀ, ନିର୍ଯାତନା କାରଣରୁ ଛାତ୍ରୀ ଜଣକ ଶାରୀରିକ ଭାବେ ଅତ୍ୟନ୍ତ ଦୁର୍ବଳ ହୋଇପଡ଼ିଥିଲେ। ପୋଲିସ ଏହି ଘଟଣାରେ ଭାରତୀୟ ନ୍ୟାୟ ସଂହିତା (ବିଏନଏସ) ର ଧାରା ୬୯ ସମେତ ବିଭିନ୍ନ ପ୍ରାବଧାନ ଏବଂ ଆଇଟି ଆକ୍ଟ ଅନୁଯାୟୀ ମାମଲା ରୁଜୁ କରିଛି।

୨୦୨୧-୨୨ ସିଜିନରେ ବେଙ୍ଗଲ ପାଇଁ ପ୍ରଥମ ଶ୍ରେଣୀ କ୍ରିକେଟରେ ପଦାର୍ପଣ କରିଥିବା ଅଭିଷେକ ପୋରେଲ ବର୍ତ୍ତମାନ ସୁଦ୍ଧା ୩୨ଟି ଫାଷ୍ଟ କ୍ଲାସ୍ ଏବଂ ୨୩ଟି ଲିଷ୍ଟ୍ ଏ ମ୍ୟାଚ୍ ଖେଳିଛନ୍ତି। ବିଶେଷକରି ଆଇପିଏଲ୍ ୨୦୨୪ରେ ଦିଲ୍ଲୀ କ୍ୟାପିଟାଲ୍ସ ପାଇଁ ଖେଳି ସେ ଲୋକଲୋଚନକୁ ଆସିଥିଲେ। ଆଇପିଏଲ୍ ଉଦ୍‌ଘାଟନୀ ମ୍ୟାଚରେ ନୂଆ ଇମ୍ପାକ୍ଟ ରୁଲ୍ ଅଧୀନରେ ମାତ୍ର ୧୦ ବଲରେ ୩୨ ରନ୍ ସଂଗ୍ରହ କରି ସେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିଲେ। ତେବେ ତାଙ୍କ ଗିରଫଦାରୀ ବେଙ୍ଗଲ କ୍ରିକେଟ୍ ସର୍କଲ ଏବଂ ଆଇପିଏଲ୍ ଫ୍ରାଟର୍ନିଟି ପାଇଁ ଏକ ବଡ଼ ଝଟକା ସଦୃଶ ହୋଇଛି ଏବଂ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।