Indians - The Sakala

ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଇ ମଝି ରାସ୍ତାରେ ଜଳିଗଲା ବସ୍‌, ୪୨ଭାରତୀୟ ତୀର୍ଥଯାତ୍ରୀ ଜୀବନ୍ତ ଦଗ୍ଧ
ନୂଆଦିଲ୍ଲୀ: ସାଉଦି ଆରବରେ ବଡ଼ ବସ୍‌ ଦୁର୍ଘଟଣା । ଡିଜେଲ ଟ୍ୟାଙ୍କରକୁ ଧକ୍କା ଦେଇ ମଝି ରାସ୍ତାରେ ଜଳିଗଲା ବସ୍‌ । ଦୁର୍ଘଟଣାରେ ୪୨ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ ଗାଇଥିବା ସୂଚନା । ଅନେକ ଆହତ ମଧ୍ୟ ହୋଇଛନ୍ତି । ସମସ୍ତ ଯାତ୍ରୀ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ମଦିନା ନିକଟରେ ଡିଜେଲ୍ ଟ୍ୟାଙ୍କର ସହ ମୁହାଁମୁହିଁ ଧକ୍କା ପରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ । ବସଟି  ମକ୍କାରୁ ମଦିନା ଅଭିମୁଖେ ଯାଉଥିବାବେଳେ ଘଟିଛି ଏପରି ଏକ ବଡ଼ ଅଘଟଣ । ଦୁର୍ଘଟଣା ପରେ ରିୟାଧାରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରାଯାଇଥିବା ତେଲେଙ୍ଗାନା ସରକାର ପକ୍ଷରୁ ସୂଚନା ମିଳିଛି ।

ପ୍ରାରମ୍ଭିକ ରିପୋର୍ଟ ଅନୁସାରେ, ଟ୍ୟାଙ୍କ ଓ ବସ୍‌ ମଧ୍ୟରେ ଧକ୍କା ଏତେ ଭୟଙ୍କର ଥିଲା ଯେ, ବସଟି ମଝି ରାସ୍ତାରେ ଜଳିଯାଇଥିଲା । ଦୁର୍ଘଟଣା ପରେ ଜୀବନ୍ତ ଜଳିଯାଇଛନ୍ତି ୪୨ ତୀର୍ଥଯାତ୍ରୀ । ଅଧିକାଂଶ ଯାତ୍ରୀ ହାଇଦ୍ରାବାଦର ହୋଇଥିବା ଜଣାପଡିଛି । ତୀର୍ଥଯାତ୍ରୀମାନେ ଉମରା କରିବାକୁ ଯାଉଥିଲା । ମକ୍କାରୁ ମଦିନା ଯାତ୍ରା କରୁଥିବାବେଳେ ଦୁର୍ଘଟଣା ଘଟିଛି । ସ୍ଥାନୀୟ ପ୍ରଶାସନ ଓ ଜରୁରୀକାଳୀନ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟରେ ଲାଗିଥିଲେ । ଅଘଟଣକୁ ନେଇ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି । ଘଟଣା ବିଷୟରେ ସବିଶେଷ ତଥ୍ୟ ନେବାକୁ ମୁଖ୍ୟ ଶାସନ ସଚିବ ଓ ପୁଲିସ ଡିଜିଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

୨୦୨୩ରେ ଭାରତରେ ସର୍ବାଧିକ ଟ୍ରେଣ୍ଡ୍‌ କରିଥିବା ସର୍ଚ୍ଚ ‘ହାଓ ଟୁ’
ନୂଆଦିଲ୍ଲୀ: ଇଣ୍ଟରନେଟ୍‌ର ବ୍ୟାପକତା ପରେ ନେଟିଜନ୍ସଙ୍କ ସଂଖ୍ୟା ହୁ ହୁ ହୋଇ ବଢ଼ିବାରେ ଲାଗିଛି। ଛୋଟଠାରୁ ବଡ଼ ସମସ୍ତେ ଇଣ୍ଟରନେଟ୍‌ରେ କିଛି ନା କିଛି ସର୍ଚ୍ଚ କରିବାରେ ବ୍ୟସ୍ତ। ତେବେ ୨୦୨୩ରେ ଭାରତରେ ସର୍ବାଧିକ ଟ୍ରେଣ୍ଡ୍‌ କରିଥିବା ସର୍ଚ୍ଚ ହେଉଛି ‘ହାଓ ଟୁ’। ବର୍ଷ ତମାମ୍‌ ଇଣ୍ଟରନେଟ୍‌ରେ ୟୁଜରମାନେ ଗୁଗୁଲ୍‌ରେ ଏହିଭଳି ଅନେକ ଜିନିଷ ସର୍ଚ୍ଚ କରିଥିଲେ। ତେବେ ଭାରତୀୟ ୟୁଜରମାନେ ଯେଉଁଭଳି ୟୁଟ୍ୟୁବ୍‌ରେ ଗୋଟିଏ ଗୋଟିଏ ନିର୍ଦ୍ଦିଷ୍ଟ ତଥ୍ୟକୁ ଯେଭଳି ସର୍ଚ୍ଚ କରିଛନ୍ତି ସେଥିରୁ ଅନେକ ରୋଚକ ତଥ୍ୟ ପଦାକୁ ଆସିଛି। ସେଥିରେ କେଉଁଠି ୟୁଜର ୟୁଟ୍ୟୁବ୍‌ରେ ଫଲୋଅର୍ସ ବଢ଼ିବା ନେଇ ସର୍ଚ୍ଚ କରିଛନ୍ତି ତ ଆଉ କେଉଁଠି ମହିଳା ତ୍ବଚ୍ଚା ଓ କେଶର ଘରୋଇ ଉପଚାର ସମ୍ପର୍କରେ ଅଧିକ ସର୍ଚ୍ଚ କରିଥିବା ଗୁଗୁଲ୍‌ ତଥ୍ୟରୁ ଜଣାପଡିଛି।

ଚଳିତବର୍ଷ ଭାରତରେ ନେଟିଜନ୍ସମାନଙ୍କ ଦ୍ବାରା ଗୁଗୁଲ୍‌ରେ ସର୍ବାଧିକ ସର୍ଚ୍ଚ ‘ହାଓ ଟୁ’ ରହିଥିବା ଜଣାପଡିଛି। କୌତୂହଳର ବିଷୟ ହେଉଛି ଯେ, ଏଥିରେ ୟୁଜର କିପରି ଭାବେ ୟୁଟ୍ୟୁବ୍‌ରେ ୫ ହଜାର ଫଲୋଅର୍ସ ହାସଲ କରିହେବ ତାହାର ଉପାୟ ସର୍ଚ୍ଚ କରିଛନ୍ତି। ସେହିପରି ମହିଳାମାନେ ଘରୋଇ ଉପଚାର ଜରିଆରେ ତ୍ବଚ୍ଚା ଏବଂ କେଶର କିପରି ଯତ୍ନ ନିଆଯାଇପାରିବ ତାହାର ଉପାୟ ଖୋଜିଛନ୍ତି। ଆହୁରିମଧ୍ୟ ଗୁଗୁଲ୍‌ରେ ଅନେକ ୟୁଜର କାରର ମାଇଲେଜ୍‌ କିପରି ଭାବେ ବୃଦ୍ଧି କରାଯାଇପାରିବ ସେ ନେଇ ଟିପ୍ସ ସର୍ଚ୍ଚ କରିଛନ୍ତି। ଆଉ କେତେକ ୟୁଜର ଚେସ୍‌ର ଗ୍ରାଣ୍ଡ୍‌ ମାଷ୍ଟର ହେବାର ତରିକା ଗୁଗୁଲ୍‌ରେ ସର୍ଚ୍ଚ କରିଥିଲେ। ହେଲେ ୟୁଜରମାନେ ଇଣ୍ଟରନେଟ୍‌ରେ କୀଡା ସମ୍ପର୍କିତ ତଥ୍ୟକୁ ମଧ୍ୟ ସର୍ଚ୍ଚ କରିବା ଛାଡ଼ିନାହାନ୍ତି । ଏଥିରେ ୟୁଜର କେମିତି ବନି ହେବ ଚେସ୍‌ ଗ୍ରାଣ୍ଡ୍‌ ମାଷ୍ଟର ସେ ସମ୍ପର୍କରେ ତତ୍ୟ ଖୋଜିଛନ୍ତି।

ୟୁକ୍ରେନ ରାଷ୍ଟ୍ରପତି ଭବନ ନିକଟରେ ଫସି ରହିଛନ୍ତି ଭାରତୀୟ
ନୂଆଦିଲ୍ଲୀ : ୟୁକ୍ରେନ ରାଷ୍ଟ୍ରପତି ଭୋଲଡାମିର ଜେଲେଁସ୍କିଙ୍କ କାର୍ଯ୍ୟାଳୟଠାରୁ ୪୦୦ ମିଟର ଦୂରରେ ଥିବା ଏକ ଭୂତଳପ୍ରାସାଦରେ ୫ ଜଣ ଭାରତୀୟ ନାଗରିକ ଫସି ରହିଛନ୍ତି। ଏହି ଅଞ୍ଚଳର ରାଷ୍ଟ୍ରପତି ଭବନ ସହିତ ଅନ୍ୟ ମନ୍ତ୍ରାଳୟଗୁଡିକ ରହିଛି। ତେଣୁ ଏଠାରେ ୟୁକ୍ରେନ ସେନା ସଜାଗ ରହିଛି। ଟ୍ୟାଙ୍କ ଏବଂ କ୍ଷେପଣାସ୍ତ୍ର ସହ ସୈନକ ଦିନରାତି ପହରା ଦେଉଛନ୍ତି। ବାହାରେ ଜରୁରୀକାଳୀନ ସ୍ଥିତି ଲାଗିଥିବାରୁ କେହି ବାହାରି ପାରୁନାହାନ୍ତି। ରୁଷିକେଶର ବାସିନ୍ଦା ହରିଶ ପୁରନ୍ଦର କହିଛନ୍ତି ଯେ ତାଙ୍କୁ ମିଶାଇ ସେଠାରେ ମୋଟ ୫ ଜଣ ଲୋକ ଅଛନ୍ତି। ସେ ଯେଉଁ ରେଷ୍ଟୁରାଣ୍ଟରେ ରୋଷେୟା ଅଛନ୍ତି ସେଠାରେ ସମସ୍ତେ ରହିଛନ୍ତି। ରେଷ୍ଟୁରାଣ୍ଟ ତଳେ ଭୂତଳପ୍ରାସାଦ ରହିଛି। ଏଠାରେ ସେମାନେ ଲୁଚି ରହିଛନ୍ତି। ତେବେ ଖାଇବାପିଇବାର କୌଣସି ସମସ୍ୟା ନାହିଁ। ହରିଶ ୨୦୧୯ରୁ ରେଷ୍ଟୁରାଣ୍ଟର ରୋଷେୟା ଭାବେ କାମ କରି ଆସୁଛନ୍ତି। ସେ ଏହା ପୂର୍ବରୁ ରୁଷରେ ଚାକିରି କରୁଥିଲେ।

ରୁଷ ସେନା ରାଷ୍ଟ୍ରପତି ଭବନକୁ କବ୍‌ଜା କରିବାକୁ ଚାହୁଁଥିବାରୁ ଏହି ଅଞ୍ଚଳ ଅଧିକ ବିପଜ୍ଜନକ ହୋଇଯାଇଛି। ଏହି ସ୍ଥାନରୁ ୮ରୁ ୧୦ କିମି ଦୂରରେ ରୁଷ ସେନା ରହିଛି। ତେଣୁ ସେମାନେ ଉଦ୍ଧାର କରିବା ପାଇଁ ଭାରତ ସରକାରଙ୍କୁ ନିବେଦନ କରିଛନ୍ତି। ସେହିପରି କିଭର ଏକ ସ୍କୁଲରେ ୩୦୦ ଛାତ୍ରଛାତ୍ରୀ ଫସି ରହିଛନ୍ତି। ଏଥିରେ ସାମିଲ ଥିବା ଅମୃତସରର ମନିନ୍ଦର କହିଛନ୍ତି ଯେ ଭାରତୀୟ ଦୂତାବାସକୁ ଏହି ସ୍କୁଲ ଲାଗି ରହିଛି। ଏହାର ଭୂତଳପ୍ରାସାଦରେ ୩୦୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଛନ୍ତି। ଦୂତାବାସ ଏଠାରୁ ବାହାରି ଯିବା ପାଇଁ କହିଥିଲେ ମଧ୍ୟ କୌଣସି ବନ୍ଦୋବସ୍ତ କରିନାହିଁ। ତେଣୁ ସେମାନେ ସ୍କୁଲ ଛାଡିନାହାନ୍ତି। ସେମାନେ ୟୁକ୍ରେନ ସୀମାକୁ ଯିବାକୁ ଚାହୁଁଛନ୍ତି। ତେବେ ସେଠାକୁ ଯିବାକୁ ଦୂତାବାସ କୌଣସି ସହାୟତା ଯୋଗାଇ ଦେଇନଥିବାରୁ ଛାତ୍ରଛାତ୍ରୀ ଚିନ୍ତିତ ଅଛନ୍ତି।

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଧରି ଭାରତ ଅଭିମୁଖେ ଏୟାର ଇଣ୍ଡିଆ ବିମାନ
ନୂଆଦିଲ୍ଲୀ: ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଉଦ୍ଧାର ଲାଗି କେନ୍ଦ୍ର ସରକାର ଜୋରଦାର୍ ପ୍ରୟାସ ଆରମ୍ଭ କରିଛନ୍ତି । ଫସିଥିବା ଭାରତୀୟଙ୍କୁ ରୋମାନିଆରୁ ଆଣୁଥିବା ଏୟାର ଇଣ୍ଡିଆ ବିମାନ ଆଜି ସନ୍ଧ୍ୟା ବେଳକୁ ମୁମ୍ବାଇ ଏୟାରପୋର୍ଟରେ ଅବତରଣ କରିବ। ଏହି ବିମାନରେ ୨୧୯ ଜଣ ଯାତ୍ରୀ ରହିଥିବା ସୂଚନା। ସମସ୍ତ ପ୍ରସ୍ତୁତି ଉପରେ ବ୍ୟକ୍ତିଗତ ଭାବେ ନଜର ରଖିଥିବା କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ଏଠାରେ କହିରଖୁ କି, ଋଷ ସେନା ୟୁକ୍ରେନ ଉପରେ ଆକ୍ରମଣ କରି ୟୁକ୍ରେନର ଅନେକ ସହର ଓ ବିମାନବନ୍ଦରକୁ ଧ୍ୱଂସ କରିଦେଇଛନ୍ତି । ଏହି କ୍ରମରେ ସେଠରେ ରହିଥିବା ହଜାର ହଜାର ଭାରତୀୟଙ୍କ ଜୀବନ ଏବେ ବିପଦରେ ପଡିଛି ।

ମିଳିଥିବା ସୂଚନା ଅନୁଯାୟୀ କେନ୍ଦ୍ର ମନ୍ତ୍ରୀ ପିୟୁଷ ଗୋଏଲ ସେମାନଙ୍କୁ ମୁମ୍ବାଇର ଛତ୍ରପତି ଶିବାଜୀ ମହାରାଜ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ସ୍ୱାଗତ କରିବେ । ୟୁକ୍ରେନ୍ ଉପରେ ଋଷ ସେନା ଆକ୍ରମଣ କରି ସବୁକିଛି ଛାରଖାର କରୁଥିବା ବେଳେ ଏହା ଭିତରେ ଫସି ରହିଛନ୍ତି ହଜାର ହଜାର ଭାରତୀୟ।

ୟୁକ୍ରେନର ବିମାନ ବନ୍ଦର ବନ୍ଦ ହେବା ପୂର୍ବରୁ ଗତ ଫେବୃଆରୀ ୨୨ରେ ଏୟାର ଇଣ୍ଡିଆ ୟୁକ୍ରେନର ରାଜଧାନୀ କିଏଭକୁ ଏକ ବିମାନ ପଠାଇଥିଲା । ଯେଉଁଥିରେ ୨୪୦ ଜଣ ଭାରତୀୟଙ୍କୁ ଅଣାଯାଇଥିଲା ।

ଦକ୍ଷିଣ ଆଫ୍ରିକା ହିଂସା ଯୋଗୁଁ ୧୩ ଲକ୍ଷ ଭାରତୀୟ ସଙ୍କଟରେ
ଜୋହାନ୍ସବର୍ଗ: ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ଜ୍ୟାକବ ଜୁମାଙ୍କୁ ଗିରଫ ପରେ ଦେଶରେ ଯୁଦ୍ଧ ଭଳି ସ୍ଥିତି ସୃଷ୍ଟି ହୋଇଛି। ଦେଶର ଅନେକ ଅଞ୍ଚଳରେ ଲୁଟ ଏବଂ ହିଂସା ଜାରି ରହିଛି। ଏ ପର୍ଯ୍ୟନ୍ତ ଦଙ୍ଗାରେ ୭୨ ଲୋକ ମୃତ୍ୟୁବରଣ କଲେଣି ଏବଂ ୧୨୦୦ ଲୋକ ଗିରଫ ହୋଇଛନ୍ତି। ଏହି ହିଂସାରେ ଦକ୍ଷିଣ ଆଫ୍ରିକାରେ ରହୁଥିବା ୧୩ ଲକ୍ଷ ଭାରତୀୟ ମଧ୍ୟ ପ୍ରଭାବିତ ହୋଇଛନ୍ତି। ସେମାନଙ୍କୁ ଦଙ୍ଗାକାରୀମାନେ ନିଶାଣ କରୁଛନ୍ତି। ସ୍ଥିତିକୁ ଦେଖି ସରକାର ସେନା ମଧ୍ୟ ମୁତୟନ କରିଛନ୍ତି। ଅନ୍ୟପକ୍ଷରେ ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ନିଜର ଦକ୍ଷିଣ ଆଫ୍ରିକା ସମକକ୍ଷଙ୍କ ସହ ଆଲୋଚନା କରିଛନ୍ତି। ସେଠାରେ ରହୁଥିବା ଭାରତୀୟ ସମ୍ପ୍ରଦାୟର ଲୋକଙ୍କ ଅନୁଯାୟୀ ଜୋହାନ୍ସବର୍ଗ ଏବଂ କାଜୁଲୁ ନଟାଲରେ ଜାଣିଶୁଣି ଭାରତୀୟଙ୍କୁ ନିଶାଣ କରାଯାଉଛି। ସୁରକ୍ଷା ଦେବାପାଇଁ ସରକାରଙ୍କୁ ନିବେଦନ କରାଯାଉଥିଲେ ମଧ୍ୟ କୌଣସି ଲାଭ ମିଳୁନାହିଁ। ଭାରତୀୟଙ୍କ ସମ୍ପତ୍ତି ଲୁଟି ନେଇ ଦୋକାନ, ବ୍ୟବସାୟ ପ୍ରତିଷ୍ଠାନ ଏବଂ ଘରେ ନିଆଁ ଲଗାଇ ଦିଆଯାଉଛି। ସେମାନଙ୍କ ଉପରେ ପେଟ୍ରୋଲ ବୋମା ପକାଯାଉଛି। କମ ସଂଖ୍ୟାରେ ଥିବା ଯୋଗୁଁ ଭାରତୀୟମାନେ ଦଙ୍ଗାକାରୀଙ୍କ ମୁକାବିଲା କରିପାରୁନାହାନ୍ତି। ପୁଲିସକୁ ଗୁଳି ଚଳାଇବାରୁ ଅଧିକାର ଦିଆଯାଇନାହିଁ। ଏଥିଯୋଗୁଁ ସେମାନଙ୍କ ଜୀବନ ପ୍ରତି ବିପଦ ରହିଛି।