Rourkela News - The Sakala

ରାଉରକେଲା ରେଳ ଷ୍ଟେସନରେ ଭୁଶୁଡ଼ିଲା ନବନିର୍ମିତ ସେଡ୍, ୩ ଆହତ
ରାଉରକେଲା: ରାଉରକେଲା ରେଲୱେ ଷ୍ଟେସନରେ ଭାଙ୍ଗିଲା ନିର୍ମାଣାଧୀନ ସେଡ୍ । ଅଘଟଣରେ ଦମ୍ପତିଙ୍କ ସମେତ ୩ ଜଣ ଆହତ ହୋଇଥିବାବେଳେ ୨ଟି କାର୍ ମଧ୍ୟ ଭାଙ୍ଗି ଯାଇଥିବା ସୂଚନା ମିଳିଛି ।  ୩ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଡର ଭଗ୍ନାବଶେଷ ଏକ କାର ଉପରେ ପଡ଼ିବାରୁ ଗାଡ଼ିଟି ସଂପୂର୍ଣ୍ଣ ଭାଙ୍ଗି ଯାଇଛି । ସେଡ୍‌ଟି ହଠାତ୍ ଭୁଶୁଡ଼ି ପଡ଼ିବା କାରଣରୁ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। ବିପଦରୁ ବର୍ତ୍ତିବା ପାଇଁ ଲୋକମାନେ ତୁରନ୍ତ ସେଠାରୁ ଦୌଡ଼ି ପଳାଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ସୋମବାର ସକାଳ ପ୍ରାୟ ୯ଟା ସମୟରେ ଷ୍ଟେସନର ମୁଖ୍ୟ ପ୍ରବେଶ ପଥ ନିକଟରେ ଥିବା ଏହି ସେଡ୍ ଟି ହଠାତ୍ ତଳକୁ ଖସି ପଡ଼ିଥିଲା। ଫଳରେ ସେଡ୍ ତଳେ ଥିବା କିଛି ଯାତ୍ରୀ ଆହତ ହୋଇଥିଲେ । ୩ ଜଣ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ସେଡ୍‌ଟି ଭୁଶୁଡ଼ିବା ଫଳରେ ସେଠାରେ ପାର୍କିଂ କରାଯାଇଥିବା ଏକ କାର୍ ଏବଂ ଏକ ଟେମ୍ପୋ ଉପରେ ଏହାର ଭଗ୍ନାବଶେଷ ଖସିଥିଲା, ଯାହାଦ୍ୱାରା ଉଭୟ ଗାଡ଼ି ବ୍ୟାପକ ଭାବେ କ୍ଷତିଗ୍ରସ୍ତ ହୋଇଛି।

ଯାତ୍ରୀ ଏବଂ ସେମାନଙ୍କ ଗାଡ଼ିକୁ ଖରା ଓ ବର୍ଷାରୁ ରକ୍ଷା କରିବା ଉଦ୍ଦେଶ୍ୟରେ ମାତ୍ର କିଛି ମାସ ପୂର୍ବରୁ ଏହି ସେଡ୍‌ଟି ନିର୍ମାଣ କରାଯାଇଥିଲା। ଏହି ପ୍ରକଳ୍ପ ପାଇଁ ପ୍ରାୟ ୧ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା ବୋଲି ଜଣାପଡ଼ିଛି। ନିର୍ମାଣର କିଛି ମାସ ନପୂରୁଣୁ ଏହା ଭୁଶୁଡ଼ି ପଡ଼ିବା ନିର୍ମାଣ କାର୍ଯ୍ୟର ମାନ ଉପରେ ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି।