Trading - The Sakala

ବଜାରକୁ ଆସୁଛନ୍ତି ନୂଆ ଟ୍ରେଡର: ଫେବ୍ରୁଆରୀରେ ଖୋଲିଛି ୪୩ ଲକ୍ଷ ନୂତନ ଡିମାଟ୍ ଆକାଉଣ୍ଟ
ମୁମ୍ବଇ: ୨୦୨୩ରେ ଭାରତୀୟ ଶେୟାର ବଜାର ନୂଆ ଶିଖର ଛୁଇଁଛି। ଚଳିତବର୍ଷ ମଧ୍ୟ କିଛିଟା ଅସ୍ଥିରତା ସତ୍ତ୍ବେ ଶେୟାର ବଜାରରେ ବେଶ ଭଲ ଅଭିବୃଦ୍ଧି ଦେଖିବାକୁ ମିଳୁଛି। ଦୈନିକ ପ୍ରତିଷ୍ଠା ହେଉଛି ନୂଆ ନୂଆ ରେକର୍ଡ। ଘରୋଇ ପୁଞ୍ଜି ବଜାରର ଏଭଳି ପ୍ରତିକ୍ରିୟା ଏବେ ନୂଆ ନିବେଶକଙ୍କୁ ବଜାର ଆଡକୁ ଆକର୍ଷିକ କରୁଛି। ଯାହା ଫଳରେ ନୂଆ ଟ୍ରେଡରମାନେ ବଜାରରେ ପ୍ରବଶେ କରିଛନ୍ତି। ଏଥିପାଇଁନୂତନ ଡେମାଟ୍ ଆକାଉଣ୍ଟ କ୍ରମାଗତ ଭାବରେ ଖୋଲାଯାଉଛି। ଏହିପରି ଭାବରେ ନୂଆ ଟ୍ରେଡରମାନେ ବଜାରକୁ ଆସୁଛନ୍ତି। ଆର୍ଥିକ ସେବା ପ୍ରଦାନକାରୀ କମ୍ପାନୀ ମୋତିଲାଲ ଓସ୍‌ୱାଲର ଆକଳନ ଅନୁଯାୟୀ ଫେବୃଆରୀରେ ସମଗ୍ର ଦେଶରେ ପ୍ରାୟ ୪୩ ଲକ୍ଷ ନୂଆ ଡିମାଟ୍‌ ଆକାଉଣ୍ଟ ଖୋଲାଯାଇଛି। ଯାହା ଫଳରେ ମୋଟ ଡିମାଟ୍ ଆକାଉଣ୍ଟଧାରୀଙ୍କ ସଂଖ୍ୟା ୧୪.୮୦ କୋଟିରେ ପହଞ୍ଚିଛି। ଯଦି ଆମେ ୨୦୨୩ର ଏହି ସଂଖ୍ୟାକୁ ହିସାବକୁ ନେବା ତେବେ ଜଣାପଡିବ ଯେ ଗତ ବର୍ଷ ହାରାହାରି ମାସିକ ଡିମାଟ୍ ଆକାଉଣ୍ଟଧାରୀଙ୍କ  ସଂଖ୍ୟା ୨୧ ଲକ୍ଷ ରହିଥିବା ସେଣ୍ଟ୍ରାଲ୍ ଡିପୋଜିଟୋରୀ ସର୍ଭିସେସ୍ (ଇଣ୍ଡିଆ) ଲିମିଟେଡ୍ ପକ୍ଷରୁ ସୂଚନା ଦିଆଯାଇଛି।

ନ୍ୟାସନାଲ  ଷ୍ଟକ୍‌ ଏକ୍ସଚେଞ୍ଜର ସକ୍ରିୟ ଗ୍ରାହକ ସଂଖ୍ୟା କ୍ରମାଗତ ଭାବେ ଅଷ୍ଟମ ମାସ ପାଇଁ ମାସିକ ଆଧାରରେ ୪.୮ ପ୍ରତିଶତ ବୃଦ୍ଧି ପାଇ ୪ କୋଟି ଟପିଯାଇଛି। ବ୍ରେକରେଜ୍‌ କମ୍ପାନୀ ଜିରୋଧା ଏହାର ଗ୍ରାହକ ସଂଖ୍ୟାରେ ୩.୩ ପ୍ରତିଶତ ଅଭିବୃଦ୍ଧି ଘଟି ୭୨ ଲକ୍ଷରେ ପହଞ୍ଚିଛି। ଅପରପକ୍ଷେ ଏହି ସମୟରେ, ଆଞ୍ଜେଲ ୱାନ୍‌ର  କ୍ଲାଏଣ୍ଟ ବେସ୍‌ରେ ୫.୨ ପ୍ରତିଶତ ଅଭିବୃଦ୍ଧି ହୋଇ ୫୯ ଲକ୍ଷରେ ପହଞ୍ଚିଛି।

ଏହାଛଡା ଅପଷ୍ଟକ୍ସ ରିପୋର୍ଟ କରିଛି ଯେ ଏହାର ଗ୍ରାହକ ସଂଖ୍ୟାରେ ମାସିକ ଆଧାରରେ ୪.୧ ପ୍ରତିଶତ ଅଭିବୃଦ୍ଧି ଘଟି ୨୫ ଲକ୍ଷରେ ପହଞ୍ଚିଛି। ତେବେ ଅନ୍ୟତମ ଆର୍ଥିକ ସେବା ପ୍ରଦାନକାରୀ ଗ୍ରୋଭ୍ ଏହାର କ୍ଲାଏଣ୍ଟ ବେସ୍‌ରେ ମାସିକ ହିସାବରେ ୯.୧ ପ୍ରତିଶତ ଅଭବୃଦ୍ଧି ସହ ୯୨ ଲକ୍ଷରେ ପହଞ୍ଚାଇଛି। ମୋଟାମୋଟି ଭାବେ ବଜାରରେ ହାରାହାରି ଦୈନିକ କାରବାରରେ ମାସିକ ଆଧାରରେ ୫ ପ୍ରତିଶତ ବୃଦ୍ଧି ପାଇ ୪୮୫ ଲକ୍ଷ କୋଟିରେ ପହଞ୍ଚିଛି।

ଅନଲାଇନ ଟ୍ରେଡିଂ ନାଁରେ ୨ କୋଟି ୪୦ ଲକ୍ଷ ଟଙ୍କାର ଚୂନ ଲଗାଇଲା ଠକ
ଭୁବନେଶ୍ୱର: ଅନଲାଇନ ଟ୍ରେଡିଂ ନାଁରେ ମହା ଠକେଇ । ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିନେଲା ଦୁର୍ବୁତ୍ତ । ଟ୍ରେଡିଂ କଲେ ଅଧିକ ଲାଭ ଦେବ କହି ଦୁର୍ବୁତ୍ତ ଲୁଟ କରିଛି ଏହି ଟଙ୍କା । ପ୍ରଥମ ଥର ଲାଭ ଦେଇ ଦ୍ୱିତୀୟ ଥରରେ ଚୁନା ଲଗେଇଲା ଠକ । ସେୟାର ମାର୍କେଟରେ ଟଙ୍କା ଲଗାଅ, ଆଉ କିଛି ମାସ ମଧ୍ୟରେ ଦୁଇ ଗୁଣା ଟଙ୍କା ନିଅ। ଏମିତି ଲୋଭ ଦେଖାଇ ମଧ୍ୟପ୍ରଦେଶ ର ଜଣେ ଯୁବକ ବରମୁଣ୍ଡା ଓ ଖଣ୍ଡଗିରି ଅଂଚଳ ର ୧୩ ଜଣଙ୍କ ଠାରୁ ୨ କୋଟି ୪୦ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛି। ଏନେଇ ଠକାମିର ଶିକାର ଲୋକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଗତ ସେପ୍ଟେମ୍ବର 2020ରେ ବରମୁଣ୍ଡା ବି- ୯୫ରେ ମଧ୍ୟପ୍ରଦେଶର ଓମ ପ୍ରକାଶ ଭରାୱତ ଏକ ଟ୍ରେଡିଂ ଅଫିସ ଖୋଲିଥିଲା। ତାଙ୍କ ପାଖରେ ଟଙ୍କା ଲଗାଇଲେ ସେ ସମସ୍ତଙ୍କୁ ୨୫ ପ୍ରତିଶତ ଅଧିକ ଲାଭ ଦେବେ ବୋଲି କହିଥିଲେ।

ଏହି ଲୋଭରେ ବରମୁଣ୍ଡା ଅଂଚଳର ସତ୍ୟଜିତ ସାମନ୍ତରାୟ ୬୭ ଲକ୍ଷ ୫୦ ହଜାର,ରଞ୍ଜନ କୁମାର ସାହୁକାର ୨୨ ଲକ୍ଷ, ଆଶୁତୋଷ ମିଶ୍ର ୮ ଲକ୍ଷ, ଚିତ୍ତରଞ୍ଜନ ତ୍ରିପାଠୀ ୮୦ ହଜାର, ସମୀର ମିଶ୍ର ୮ ଲକ୍ଷ, ଜୟଦେବ ସାମନ୍ତରାୟ ୧୭ ଲକ୍ଷ ୫୦ ହଜାର, ରାଜକିଶୋର ମିଶ୍ର ୨୭ ଲକ୍ଷ ଓ ଅନ୍ୟମାନେ ଟଙ୍କା ଲଗାଇଥିଲେ। କିଛି ମାସ ଓମ ପ୍ରକାଶ ସମସ୍ତ ଙ୍କୁ କିଛି ମାସ ର ସୁଧ ଟଙ୍କା ଦେଇଥିଲେ। ଓମ ଠିକ ରେ ଟଙ୍କା ଦେଉଥିବାରୁ ଏହି ଲୋକମାନେ ତା ପାଖରେ ଅଧିକ ଟଙ୍କା invest କରିଥିଲେ।

ଯାହାର ଫାଇଦା ଉଠେଇଥିଲା ଓମପ୍ରକାଶ। ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଥିଲା। ଓମ ପ୍ରକାଶ । ଲୋକଙ୍କ ଫୋନ ଆଉ ନ ଉଠେଇବାରୁ ଲୋକମାନେ ଜାଣି ଥିଲେ କି ଓମ ସେମାନଙ୍କୁ ଠକି ଫେରାର ହୋଇଯାଇଛି। ଏନେଇ ସେମାନେ ଗତ କାଲି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।