Online Trading - The Sakala

ଅନଲାଇନ ଟ୍ରେଡିଙ୍ଗ କରିବା ବାହାନାରେ ୫ କୋଟି ଠକେଇ, ଦୁଇ ଗିରଫ
ସୋର: ଅନଲାଇନ ଟ୍ରେଡିଙ୍ଗ କରିବା ବାହାନାରେ ଠକିନେଲେ ୫ କୋଟି ଟଙ୍କା । ସୋର ପୌରପାଳିକା ଅନ୍ତର୍ଗତ ଉତ୍ତରେଶ୍ଵରରେ ଏକ ବ୍ରୋକର ହାଉସ ଖୋଲି ପ୍ରାୟ ପାଞ୍ଚ କୋଟି ଟଙ୍କା ଠକେଇ ଅଭିଯୋଗରେ ଅର୍ଥନୈତିକ ଅପରାଧିକ ଶାଖା ତରଫରୁ ଚଢ଼ାଉ କରାଯାଇ ଦୁଇ ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ, ଉତ୍ତରେଶ୍ଵର ଗ୍ରାମର ରିପନ କୁମାର ଜେନା ଏବଂ ଅନୁପମ ପ୍ରଧାନ ନିଜ ବାସଭବନରେ ବ୍ରୋକର ହାଉସ ଖୋଲି ବିଭିନ୍ନ ଲୋକଙ୍କ ନିକଟରୁ ଟ୍ରେଡିଙ୍ଗ କରି ଅଧିକ ଲାଭ ଦେବାର ଲୋଭ ଦେଖାଇ ପ୍ରାୟ ୩୫ ଜଣଙ୍କ ନିକଟରୁ ପାଞ୍ଚ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଟଙ୍କା ଆଣିଥିଲେ । ପ୍ରାରମ୍ଭିକ ପ୍ରର୍ଯ୍ୟାୟରେ ଲୋକଙ୍କୁ କିଛି କିଛି ଟଙ୍କା ଫେରାଇଥିବା ବେଳେ ପରେ ଆଉ ଟଙ୍କା ଫେରାଇ ନଥିଲେ । ଏଥିରେ ନିରାଶ ହୋଇ ଏଜେଣ୍ଟ ଭାବେ କାର୍ଯ୍ୟ କରୁଥିବା ବାଲେଶ୍ୱରର ଜିତେନ୍ଦ୍ର ଦାସ ଅର୍ଥନୈତିକ ଅପରାଧିକ ଶାଖାରେ ଅଭିଯୋଗ କରିଥିଲେ ।

ଅଭିଯୋଗ ଆଧାରରେ ଏକ ମାମଲା ରୁଜ୍ଜୁ କରି ଘଟଣାର ତଦନ୍ତ ଆରମ୍ଭ କରି ଆଜି ସକାଳେ ଅପରାଧିକ ଶାଖାର ଅଧିକାରୀ ମାନେ ସୋରରେ ପହଞ୍ଚି ସୋର ପୁଲିସ ସହାୟତାରେ ରିପନ ଏବଂ ଅନୁପମକୁ ଥାନାକୁ ଉଠାଇ ଆଣିଥିଲେ । ପରେ ଉଭୟଙ୍କ ଡାକ୍ତରୀ ମାଇନା ପରେ ବାଲେଶ୍ୱର ନେଇଯାଇଥିବା ଜଣା ପଡିଛି । ଉଭୟ ସୋର ସମେତ ବାଲେଶ୍ୱର, ଖଇରା, କୁପାରୀ, ଭଦ୍ରକ ଏବଂ ବାସୁଦେବପୁର ଅଞ୍ଚଳରୁ ଏହି ଟଙ୍କା ଠକେଇ କରଥିବା ଅର୍ଥ ନୈତିକ ଶାଖାର ଜଣେ ଅଧିକାରୀ ସୂଚନା ଦେଇଛନ୍ତି ।

ଅନଲାଇନ ଟ୍ରେଡିଂ ନାଁରେ ୨ କୋଟି ୪୦ ଲକ୍ଷ ଟଙ୍କାର ଚୂନ ଲଗାଇଲା ଠକ
ଭୁବନେଶ୍ୱର: ଅନଲାଇନ ଟ୍ରେଡିଂ ନାଁରେ ମହା ଠକେଇ । ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିନେଲା ଦୁର୍ବୁତ୍ତ । ଟ୍ରେଡିଂ କଲେ ଅଧିକ ଲାଭ ଦେବ କହି ଦୁର୍ବୁତ୍ତ ଲୁଟ କରିଛି ଏହି ଟଙ୍କା । ପ୍ରଥମ ଥର ଲାଭ ଦେଇ ଦ୍ୱିତୀୟ ଥରରେ ଚୁନା ଲଗେଇଲା ଠକ । ସେୟାର ମାର୍କେଟରେ ଟଙ୍କା ଲଗାଅ, ଆଉ କିଛି ମାସ ମଧ୍ୟରେ ଦୁଇ ଗୁଣା ଟଙ୍କା ନିଅ। ଏମିତି ଲୋଭ ଦେଖାଇ ମଧ୍ୟପ୍ରଦେଶ ର ଜଣେ ଯୁବକ ବରମୁଣ୍ଡା ଓ ଖଣ୍ଡଗିରି ଅଂଚଳ ର ୧୩ ଜଣଙ୍କ ଠାରୁ ୨ କୋଟି ୪୦ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛି। ଏନେଇ ଠକାମିର ଶିକାର ଲୋକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଗତ ସେପ୍ଟେମ୍ବର 2020ରେ ବରମୁଣ୍ଡା ବି- ୯୫ରେ ମଧ୍ୟପ୍ରଦେଶର ଓମ ପ୍ରକାଶ ଭରାୱତ ଏକ ଟ୍ରେଡିଂ ଅଫିସ ଖୋଲିଥିଲା। ତାଙ୍କ ପାଖରେ ଟଙ୍କା ଲଗାଇଲେ ସେ ସମସ୍ତଙ୍କୁ ୨୫ ପ୍ରତିଶତ ଅଧିକ ଲାଭ ଦେବେ ବୋଲି କହିଥିଲେ।

ଏହି ଲୋଭରେ ବରମୁଣ୍ଡା ଅଂଚଳର ସତ୍ୟଜିତ ସାମନ୍ତରାୟ ୬୭ ଲକ୍ଷ ୫୦ ହଜାର,ରଞ୍ଜନ କୁମାର ସାହୁକାର ୨୨ ଲକ୍ଷ, ଆଶୁତୋଷ ମିଶ୍ର ୮ ଲକ୍ଷ, ଚିତ୍ତରଞ୍ଜନ ତ୍ରିପାଠୀ ୮୦ ହଜାର, ସମୀର ମିଶ୍ର ୮ ଲକ୍ଷ, ଜୟଦେବ ସାମନ୍ତରାୟ ୧୭ ଲକ୍ଷ ୫୦ ହଜାର, ରାଜକିଶୋର ମିଶ୍ର ୨୭ ଲକ୍ଷ ଓ ଅନ୍ୟମାନେ ଟଙ୍କା ଲଗାଇଥିଲେ। କିଛି ମାସ ଓମ ପ୍ରକାଶ ସମସ୍ତ ଙ୍କୁ କିଛି ମାସ ର ସୁଧ ଟଙ୍କା ଦେଇଥିଲେ। ଓମ ଠିକ ରେ ଟଙ୍କା ଦେଉଥିବାରୁ ଏହି ଲୋକମାନେ ତା ପାଖରେ ଅଧିକ ଟଙ୍କା invest କରିଥିଲେ।

ଯାହାର ଫାଇଦା ଉଠେଇଥିଲା ଓମପ୍ରକାଶ। ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଥିଲା। ଓମ ପ୍ରକାଶ । ଲୋକଙ୍କ ଫୋନ ଆଉ ନ ଉଠେଇବାରୁ ଲୋକମାନେ ଜାଣି ଥିଲେ କି ଓମ ସେମାନଙ୍କୁ ଠକି ଫେରାର ହୋଇଯାଇଛି। ଏନେଇ ସେମାନେ ଗତ କାଲି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।