Bibhuti Bhusan Jena - The Sakala

ଗାଡ଼ି ମାଲିକଙ୍କୁ ବଡ଼ ଆଶ୍ୱସ୍ତି: ପିୟୁସିସି (PUCC) ନିୟମ ଉଲ୍ଲଂଘନ ପାଇଁ କମିଲା ଜରିମାନା
ଭୁବନେଶ୍ୱର: କମିଲା PUCC ଫାଇନ୍ । ୧୦ ହଜାରରୁ ୬ ହଜାର ହେଲା PUCC ଜରିମାନା ଟଙ୍କା । ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ଘୋଷଣା । ପ୍ରଦୂଷଣ ଅଣ୍ଡର କଣ୍ଟ୍ରୋଲ୍ ସାର୍ଟିଫିକେଟ୍ (PUCC) ନିୟମ ଉଲ୍ଲଂଘନ ଉପରେ ଓଡ଼ିଶା ସରକାର ଜରିମାନା ହ୍ରାସ କରିଛନ୍ତି। ଏହାଦ୍ୱାରା ରାଜ୍ୟର ଗାଡ଼ି ମାଲିକମାନଙ୍କୁ ଏକ ବଡ଼ ଆଶ୍ୱସ୍ତି ମିଳିଛି। ତେବେ ମୋଟର ଯାନ ଓ ସଡ଼କ ସୁରକ୍ଷା ନିୟମ କଡ଼ାକଡ଼ି ପାଳନ କରାଯିବ ବୋଲି ସରକାର ସ୍ପଷ୍ଟ କରିଛନ୍ତି।

ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା କହିଛନ୍ତି ଯେ, ୨୦୧୯ ମସିହାରୁ ଏହି ଜରିମାନା ରାଶି ୧୦,୦୦୦ ଟଙ୍କା ସ୍ଥିର କରାଯାଇଥିଲା, ଯାହାକୁ ଏବେ ସଂଶୋଧିତ ନିୟମ ଅଧୀନରେ ଯଥେଷ୍ଟ ହ୍ରାସ କରାଯାଇଛି। ନୂତନ ଜରିମାନା ଗାଡ଼ିର ବର୍ଗ ଏବଂ ଉଲ୍ଲଂଘନର ସଂଖ୍ୟା (ପ୍ରଥମ ନା ବାରମ୍ବାର) ଉପରେ ନିର୍ଭର କରିବ।

ମୋଟରସାଇକେଲ୍, ବାଇକ୍ ଏବଂ ଯାତ୍ରୀ କିମ୍ବା ସାମଗ୍ରୀ ପରିବହନ ପାଇଁ ବ୍ୟବହୃତ ତିନି ଚକିଆ ଯାନ ପାଇଁ ପ୍ରଥମ ଉଲ୍ଲଂଘନ ନିମନ୍ତେ ଜରିମାନା ୧,୦୦୦ ଟଙ୍କା ଏବଂ ଦ୍ୱିତୀୟ କିମ୍ବା ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୨,୦୦୦ ଟଙ୍କା ସ୍ଥିର କରାଯାଇଛି। ସେହିପରି ମୋଟର କ୍ୟାବ୍, କାର୍ କିମ୍ବା ଜିପ୍ ପାଇଁ ପ୍ରଥମ ଉଲ୍ଲଂଘନ ଉପରେ ୨,୦୦୦ ଟଙ୍କା ଏବଂ ପରବର୍ତ୍ତୀ ଉଲ୍ଲଂଘନ ଉପରେ ୫,୦୦୦ ଟଙ୍କା ଜରିମାନା ଆଦାୟ କରାଯିବ। ଟ୍ରାକ୍ଟର ଏବଂ ଟ୍ରେଲରଗୁଡ଼ିକ ପାଇଁ ମଧ୍ୟ ଏହି ସମାନ ନିୟମ ଲାଗୁ ହେବ। ଏହି ବର୍ଗରେ ଆସୁନଥିବା ଅନ୍ୟାନ୍ୟ ଯାନଗୁଡ଼ିକ ପାଇଁ ପ୍ରଥମ ଉଲ୍ଲଂଘନ ନିମନ୍ତେ ୩,୦୦୦ ଟଙ୍କା ଓ ପରବର୍ତ୍ତୀ ଉଲ୍ଲଂଘନ ପାଇଁ ୬,୦୦୦ ଟଙ୍କା ଜରିମାନା ଧାର୍ଯ୍ୟ କରାଯାଇଛି।

ଗାଡ଼ି ମାଲିକ, ବିଭିନ୍ନ ସଙ୍ଗଠନ ଏବଂ ଗଣମାଧ୍ୟମ ପକ୍ଷରୁ ପ୍ରଦୂଷଣ ପରୀକ୍ଷା କେନ୍ଦ୍ରର ଉପଲବ୍ଧତା ଏବଂ କଠୋର ନିୟମକୁ ନେଇ ଉଦ୍ବେଗ ପ୍ରକାଶ ପାଇବା ପରେ ଏହି ନିଷ୍ପତ୍ତି ନିଆଯାଇଥିବା ମନ୍ତ୍ରୀ ଶ୍ରୀ ଜେନା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଆମ ସରକାର ଲୋକଙ୍କ ସରକାର ଏବଂ ଆମେ କେବେବି ଲୋକଙ୍କ ସମସ୍ୟାକୁ ଅଣଦେଖା କରିନାହୁଁ। ଲୋକଙ୍କ ଦାବିକୁ ସମ୍ମାନ ଜଣାଇ ସରକାର ଏହି ବଡ଼ ନିଷ୍ପତ୍ତି ନେଇଛନ୍ତି। ଜରିମାନା କମିଥିଲେ ମଧ୍ୟ ସଡ଼କ ସୁରକ୍ଷା ଓ ମୋଟର ଯାନ ଆଇନର କଡ଼ା ଅନୁପାଳନ ଉପରେ ମନ୍ତ୍ରୀ ଜୋର ଦେଇଛନ୍ତି।

ରାଜପଥରେ ବୁଲାଗୋରୁଙ୍କ ଯୋଗୁଁ ହେଉଥିବା ଦୁର୍ଘଟଣା ରୋକିବାକୁ ନୂଆ ପଦକ୍ଷେପ: ଜାତୀୟ ରାଜପଥ କଡ଼ରେ ଖୋଲିବ 'ଗୋଶାଳା'
ଭୁବନେଶ୍ୱର: ଓଡ଼ିଶା ସରକାର ରାଜ୍ୟର ଜାତୀୟ ରାଜପଥଗୁଡ଼ିକରେ ବୁଲାଗୋରୁଙ୍କ ଯୋଗୁଁ ଘଟୁଥିବା ସଡ଼କ ଦୁର୍ଘଟଣାକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ବୁଲା ପ୍ରାଣୀମାନଙ୍କୁ ରାସ୍ତାରୁ ହଟାଇବା ଏବଂ ସେମାନଙ୍କର ଉପଯୁକ୍ତ ଥଇଥାନ ପାଇଁ ରାଜପଥ କଡ଼ରେ ଗୋଶାଳା ନିର୍ମାଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଏହି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଉପରେ ଆଲୋଚନା କରାଯାଇଥିଲା। ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, ଏହି ବୈଠକରେ ପରିବହନ ବିଭାଗ, ଏନ୍‌ଏଚ୍‌ଏଆଇ (NHAI) ଏବଂ ପ୍ରାଣୀ ସମ୍ପଦ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ଜୀବନହାନି ରୋକିବା ଏବଂ ଗୋରୁମାନଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ପ୍ରମୁଖ ରାଜପଥଗୁଡ଼ିକରେ ପ୍ରତି ୧୦୦ ରୁ ୧୫୦ କିଲୋମିଟର ବ୍ୟବଧାନରେ ଏହି ଗୋଶାଳାଗୁଡ଼ିକ ପ୍ରତିଷ୍ଠା କରାଯିବ।

ରାସ୍ତା ଉପରେ ବୁଲୁଥିବା ଗୋରୁମାନଙ୍କୁ ଉଦ୍ଧାର କରାଯାଇ ଏହି ଗୋଶାଳାଗୁଡ଼ିକରେ ରଖାଯିବ। ଏହାର ପରିଚାଳନା ଦାୟିତ୍ୱ ବିଭିନ୍ନ ସାମାଜିକ ସଂଗଠନକୁ ପ୍ରଦାନ କରାଯାଇପାରେ, ଯେତେବେଳେ କି ସମସ୍ତ ଖର୍ଚ୍ଚ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବହନ କରିବ। ଏଥିସହ ରାଜପଥରୁ ଗୋରୁ ହଟାଇବାରେ ସ୍ଥାନୀୟ ପୋଲିସ ଅଧିକାରୀ, ବିଶେଷକରି ଏସପି (SPs) ଏବଂ ଆଇଆଇସି (IICs) ମାନେ ସହଯୋଗ କରିବେ।

ଏହି ପଦକ୍ଷେପ କେବଳ ସଡ଼କ ଦୁର୍ଘଟଣା କମାଇବ ନାହିଁ, ବରଂ ଗୋରୁ ଚାଲାଣ ରୋକିବାରେ ମଧ୍ୟ ସହାୟକ ହେବ ବୋଲି ଆଶା କରାଯାଉଛି। ଖୁବ୍ ଶୀଘ୍ର ଏହି ଯୋଜନାକୁ କାର୍ଯ୍ୟକାରୀ କରିବା ପାଇଁ ସରକାର ଏକ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର ବା ଏସଓପି (SOP) ପ୍ରସ୍ତୁତ କରୁଛନ୍ତି ବୋଲି ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ସ୍ପଷ୍ଟ କରିଛନ୍ତି।