Online Fraud - The Sakala

Operation CyHawk 4.0: ସାଇବର ଅପରାଧ ଉପରେ ଦିଲ୍ଲୀ ପୋଲିସର ବଡ଼ ପ୍ରହାର, ୬୦୦ରୁ ଅଧିକ ଗିରଫ
ଦେଶର ରାଜଧାନୀରେ ସାଇବର ଅପରାଧ ଉପରେ ରୋକ୍ ଲଗାଇବା ପାଇଁ ଦିଲ୍ଲୀ ପୋଲିସ ପକ୍ଷରୁ ଏକ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସାଇବର ଠକେଇ ନେଟୱର୍କକୁ ସମୂଳେ ନଷ୍ଟ କରିବା ଉଦ୍ଦେଶ୍ୟରେ ଦିଲ୍ଲୀ ପୋଲିସ ଅପରେସନ୍ ସାଇହକ୍ ୪.୦ (Operation CyHawk 4.0) ଅଧୀନରେ ଚଢ଼ାଉ କରି ୬୦୦ରୁ ଅଧିକ ଅପରାଧୀଙ୍କୁ ଗିରଫ କରିଛି। ଏହି ସ୍ୱତନ୍ତ୍ର ଅଭିଯାନ ଏପ୍ରିଲ ୬ ଏବଂ ୭ ତାରିଖରେ ଲଗାତାର ୪୮ ଘଣ୍ଟା ଧରି ଚାଲିଥିଲା।

୮୦୦୦ ରୁ ଅଧିକ ସନ୍ଦିଗ୍ଧ ଅଟକ, କୋଟି କୋଟି ଟଙ୍କାର ଠକେଇ ଧରାପଡ଼ିଲା

ପୋଲିସର ସୂଚନା ଅନୁଯାୟୀ, ଏହି ଅପରେସନରେ ପ୍ରାୟ ୫,୦୦୦ ପୋଲିସ କର୍ମଚାରୀ ସାମିଲ ହୋଇଥିଲେ ଏବଂ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୮,୩୭୧ ଜଣ ସନ୍ଦିଗ୍ଧଙ୍କୁ ପଚରାଉଚରା ପାଇଁ ଅଟକ ରଖିଥିଲେ। ସେମାନଙ୍କ ମଧ୍ୟରୁ ଆର୍ଥିକ ଏବଂ ବୈଷୟିକ ପ୍ରମାଣ ଆଧାରରେ ପ୍ରାୟ ୧,୪୨୯ ଜଣଙ୍କୁ ଗିରଫ କରାଯାଇଛି କିମ୍ବା ବାଉଣ୍ଡ ଡାଉନ୍ କରାଯାଇଛି। ଏହି ଅଭିଯାନ ସମୟରେ ୪୯୯ ଟି ନୂଆ ଏଫଆଇଆର୍ (FIR) ରୁଜୁ ହେବା ସହ ପୂର୍ବରୁ ବିଚାରାଧୀନ ଥିବା ୩୨୪ଟି ମାମଲାର ମଧ୍ୟ ସମାଧାନ ହୋଇଛି। ଜାତୀୟ ସାଇବର କ୍ରାଇମ ରିପୋର୍ଟିଂ ପୋର୍ଟାଲରେ ରୁଜୁ ହୋଇଥିବା ଅଭିଯୋଗକୁ ଭିତ୍ତି କରି ପୋଲିସ ପ୍ରାୟ ୫୧୯ କୋଟି ଟଙ୍କାର ସାଇବର ଠକେଇର ପର୍ଦ୍ଦାଫାଶ କରିଛି।

ଜଣାଶୁଣା ରେଷ୍ଟୁରାଣ୍ଟ ମାଲିକଙ୍କ ପୁଅ ଗିରଫ

ଏହି ଅଭିଯାନର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି, ଯେଉଁଥିରେ ଦିଲ୍ଲୀର ଜଣେ ପ୍ରସିଦ୍ଧ ରେଷ୍ଟୁରାଣ୍ଟ ଚେନ୍ ମାଲିକଙ୍କ ପୁଅ ଜାଭେଦ୍ ମଧ୍ୟ ଗିରଫ ହୋଇଛନ୍ତି। ବ୍ୟବସାୟରେ କ୍ଷତି ସହିବା ପରେ ସେ ମାତ୍ର ୩ ପ୍ରତିଶତ କମିଶନ ବଦଳରେ ସାଇବର ଅପରାଧୀଙ୍କୁ ନିଜ ବ୍ୟାଙ୍କ ଆକାଉଣ୍ଟ ଏବଂ ପାସୱାର୍ଡ ପ୍ରଦାନ କରିଥିଲେ। ତାଙ୍କ ଆକାଉଣ୍ଟ ଜରିଆରେ ଠକେଇ ଟଙ୍କା କାରବାର ହେଉଥିବା ପୋଲିସ ଜାଣିବାକୁ ପାଇଛି। ଏହା ବ୍ୟତୀତ ଦକ୍ଷିଣ-ପୂର୍ବ ଦିଲ୍ଲୀରେ ଏଆଇ (AI) ଦ୍ୱାରା ପ୍ରସ୍ତୁତ ନକଲି ଫଟୋ ବ୍ୟବହାର କରି ହେଉଥିବା ମାଟ୍ରିମୋନିଆଲ୍ ଠକେଇ ମାମଲାର ମଧ୍ୟ ପର୍ଦ୍ଦାଫାଶ ହୋଇଛି।

ସାଇବର ଅପରାଧ ବିରୋଧରେ କଡ଼ା ଚେତାବନୀ

ଦିଲ୍ଲୀ ପୋଲିସ କମିଶନର ସତୀଶ ଗୋଲଚ୍ଛା ଏହି ଅପରେସନର ସଫଳତା ସମ୍ପର୍କରେ କହିଛନ୍ତି ଯେ, ଏହା ସାଇବର ଅପରାଧୀଙ୍କ ପାଇଁ ଏକ କଡ଼ା ଚେତାବନୀ। ଡିଜିଟାଲ୍ ମାଧ୍ୟମରେ ଲୋକଙ୍କୁ ଠକୁଥିବା ବ୍ୟକ୍ତିଙ୍କୁ କୌଣସି ପରିସ୍ଥିତିରେ ଛଡ଼ାଯିବ ନାହିଁ। କେବଳ ଘଟଣା ଘଟିବା ପରେ କାର୍ଯ୍ୟାନୁଷ୍ଠାନ ନୁହେଁ, ବରଂ ସାଇବର ଠକେଇର ମୂଳ ନେଟୱର୍କ, ନକଲି କଲ୍ ସେଣ୍ଟର, ଏବଂ ବ୍ୟାଙ୍କ ଆକାଉଣ୍ଟର ମାଷ୍ଟରମାଇଣ୍ଡମାନଙ୍କୁ ଧରିବା ପାଇଁ ପୋଲିସ ନିରନ୍ତର ପ୍ରୟାସ ଜାରି ରଖିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ଦିଲ୍ଲୀରେ ଅନଲାଇନ୍ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାଶ: ବୃଦ୍ଧଙ୍କୁ ୨୨ ଲକ୍ଷ ଠକିବା ଅଭିଯୋଗରେ ୧୧ ଗିରଫ, କାମ୍ବୋଡିଆ ସହ ଲିଙ୍କ୍ ଠାବ
ଦିଲ୍ଲୀ ପୋଲିସର ସାଉଥ୍-ୱେଷ୍ଟ ଜିଲ୍ଲା ସାଇବର ଟିମ୍ ଏକ ବଡ଼ ଅନଲାଇନ୍ ନିବେଶ ଠକେଇ ର‍୍ୟାକେଟର ପର୍ଦ୍ଦାଫାଶ କରିଛି। ସୋସିଆଲ ମିଡିଆରେ ଅଧିକ ଲାଭର ପ୍ରଲୋଭନ ଦେଖାଇ ଲୋକଙ୍କୁ ଠକୁଥିବା ଏହି ଅନ୍ତଃରାଜ୍ୟ ଗ୍ୟାଙ୍ଗର ୧୧ ଜଣ ସଦସ୍ୟଙ୍କୁ ପୋଲିସ ଗିରଫ କରିଛି। ଜଣେ ୬୦ ବର୍ଷୀୟ ବୃଦ୍ଧଙ୍କ ଅଭିଯୋଗ ପରେ ଏହି ଗ୍ୟାଙ୍ଗର କଳା କାରନାମା ସାମ୍ନାକୁ ଆସିଥିଲା, ଯାହାଙ୍କୁ ଏହି ଠକମାନେ ୨୨.୬୭ ଲକ୍ଷ ଟଙ୍କା ଠକି ନେଇଥିଲେ। ପୋଲିସର ତଦନ୍ତରୁ ଏହି ଅନ୍ତର୍ଜାତୀୟ ଠକେଇର ଚେର କାମ୍ବୋଡିଆ ସହିତ ଯୋଡ଼ି ହୋଇଥିବା ଜଣାପଡ଼ିଛି।

କିପରି ହୋଇଥିଲା ଠକେଇ?

ପୋଲିସର ସୂଚନାନୁସାରେ, ଠକମାନେ ପ୍ରଥମେ ଫେସବୁକରେ ଏକ ଆକର୍ଷଣୀୟ ବିଜ୍ଞାପନ ମାଧ୍ୟମରେ ପୀଡ଼ିତଙ୍କୁ ନିଜ ଜାଲରେ ଫସାଇଥିଲେ। ସେମାନେ ବୃଦ୍ଧଙ୍କୁ 'ମୁଦ୍ରା ୱାନ୍' (Mudra One) ଏବଂ 'ନାଇନ୍ ପ୍ରୋ' (Nine Pro) ଭଳି ଆପ୍ ମାଧ୍ୟମରେ ଟଙ୍କା ନିବେଶ କରିବାକୁ କହିଥିଲେ ଏବଂ ବିପୁଳ ଲାଭର ପ୍ରତିଶ୍ରୁତି ଦେଇଥିଲେ। ବୃଦ୍ଧ ଜଣକ ସେମାନଙ୍କ କଥାରେ ବିଶ୍ୱାସ କରି ବିଭିନ୍ନ ପର୍ଯ୍ୟାୟରେ ମୋଟ ୨୨ ଲକ୍ଷ ୬୭ ହଜାର ଟଙ୍କା ନିବେଶ କରିଥିଲେ। କିନ୍ତୁ ଯେତେବେଳେ ସେ ତାଙ୍କ ରିଟର୍ଣ୍ଣ ବା ପ୍ରାପ୍ୟ ଲାଭ ମାଗିଥିଲେ, ଠକମାନେ ତାଙ୍କ ସହ ସମସ୍ତ ଯୋଗାଯୋଗ ବିଚ୍ଛିନ୍ନ କରିବା ସହ ଫୋନ୍ ନମ୍ବର ଏବଂ ହ୍ୱାଟସ୍‌ଆପ୍‌କୁ ବ୍ଲକ୍ କରିଦେଇଥିଲେ।

ନକଲି ବ୍ୟାଙ୍କ ଆକାଉଣ୍ଟ ଓ କାମ୍ବୋଡିଆ କନେକ୍ସନ୍

ଡିଜିଟାଲ୍ ଡାଟା ଏବଂ ମନି ଟ୍ରେଲ୍ ଯାଞ୍ଚ କରିବା ପରେ ପୋଲିସ ଜାଣିବାକୁ ପାଇଥିଲା ଯେ, ଏହି ଗ୍ୟାଙ୍ଗ ଦିଲ୍ଲୀର ରୋହିଣୀ ଏବଂ ନେତାଜୀ ସୁଭାଷ ପ୍ଲେସ (NSP) ରୁ ନିଜର ନେଟୱର୍କ ଚଳାଉଥିଲା। ବିଶେଷ କରି NSP ରେ ଏକ ନକଲି ଅଫିସ୍ ଖୋଲାଯାଇଥିଲା, ଯେଉଁଠାରେ କେବଳ ଭଡ଼ାଟିଆ ବା ନକଲି ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ସାଇବର ଅପରାଧୀଙ୍କୁ ଯୋଗାଇ ଦିଆଯାଉଥିଲା। ଏହି ନକଲି ଆକାଉଣ୍ଟଗୁଡିକ ମାଧ୍ୟମରେ ଠକେଇ ଟଙ୍କା ପ୍ରଥମେ ମୁମ୍ବାଇ ପହଞ୍ଚୁଥିଲା। ମୁମ୍ବାଇରେ ବସିଥିବା 'ପିକେ' (PK) ନାମକ ଜଣେ ଅପରେଟର ଏହି ଟଙ୍କାକୁ ସିଧାସଳଖ କାମ୍ବୋଡିଆରେ ଥିବା ମାଷ୍ଟରମାଇଣ୍ଡମାନଙ୍କ ନିକଟକୁ ଟ୍ରାନ୍ସଫର୍ କରୁଥିଲା।

ଜବତ ହେଲା ବ୍ୟାପକ ସାମଗ୍ରୀ

ଏହି ଅପରେସନ୍ ଅଧୀନରେ ପୋଲିସ ଦିଲ୍ଲୀ, ମୁମ୍ବାଇ ଏବଂ ରାଜସ୍ଥାନରେ ଚଢ଼ାଉ କରି ତେଜିନ୍ଦର ସିଂ, ଆଶିଷ ସୈନି, ଶିବ ଦୟାଲ ସିଂ, ପ୍ରତିଭା, ସତୀଶ ଏବଂ ରାଜସ୍ଥାନରୁ ରାମଦେବ ସାଙ୍ଗଲା, ପ୍ରବୀଣ କୁମାୱତ, ଦୀପକ ମେୱାଡା ଓ ତ୍ରିଲୋକ ଚାନ୍ଦ ନାୟକଙ୍କ ସମେତ ସମୁଦାୟ ୧୧ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତଙ୍କ ନିକଟରୁ ୯୨ଟି ସିମ୍ କାର୍ଡ, ୪୦ଟି ମୋବାଇଲ୍ ଫୋନ୍, ୩୯ଟି ଚେକ୍ ବୁକ୍, ୪୫ଟି କମ୍ପାନୀ ଷ୍ଟାମ୍ପ, ୨ଟି ପିଓଏସ୍ (POS) ମେସିନ୍, ୬ଟି ୟୁପିଆଇ ସ୍କାନର, ୨୭ଟି ଏଟିଏମ୍ କାର୍ଡ ସହ ଲ୍ୟାପଟପ୍ ଏବଂ ଡେସ୍କଟପ୍ କମ୍ପ୍ୟୁଟର ଜବତ କରାଯାଇଛି। ସାଇବର ପୋଲିସ ସାଧାରଣ ନାଗରିକଙ୍କୁ ସୋସିଆଲ୍ ମିଡିଆରେ ମିଳୁଥିବା ଅତ୍ୟଧିକ ଲାଭଦାୟକ ନିବେଶ ବିଜ୍ଞାପନଠାରୁ ଦୂରେଇ ରହିବାକୁ ଏବଂ ଅଜଣା ଆକାଉଣ୍ଟରେ ଟଙ୍କା ଜମା ନକରିବାକୁ ପରାମର୍ଶ ଦେଇଛି।

Pinay Gold Medalist Viral Video: ସାବଧାନ! ଏହି ଭାଇରାଲ ଭିଡିଓ ଲିଙ୍କ୍ ଖୋଲିଲେ ହୋଇପାରେ ମହାବିପଦ, ଜାଣନ୍ତୁ ପୂରା ଘଟଣା
ନୂଆଦିଲ୍ଲୀ: ବର୍ତ୍ତମାନ ଇଣ୍ଟରନେଟରେ ‘ପିନୟ ଗୋଲ୍ଡ ମେଡାଲିଷ୍ଟ’ (Pinay Gold Medalist) ନାମରେ ଏକ ଲିଙ୍କ୍ ଖୁବ୍ ଜୋରରେ ଭାଇରାଲ ହେବାରେ ଲାଗିଛି। ଏହି ଲିଙ୍କରେ ଦାବି କରାଯାଉଛି ଯେ, ଜଣେ ଫିଲିପାଇନ୍ସ ସ୍ୱର୍ଣ୍ଣ ପଦକ ବିଜେତାଙ୍କ ବ୍ୟକ୍ତିଗତ ଭିଡିଓ ଲିକ୍ ହୋଇଛି। କିନ୍ତୁ ପ୍ରକୃତ ସତ୍ୟ ହେଉଛି, ଏହା କୌଣସି ଅଲିମ୍ପିକ କେଳେଙ୍କାରୀ ନୁହେଁ, ବରଂ ଏକ ବଡ଼ ଅନଲାଇନ୍ ଠକେଇ। ଲୋକଙ୍କ ଉତ୍ସୁକତାର ଫାଇଦା ଉଠାଇ ସେମାନଙ୍କ ଡାଟା ଚୋରି କରିବା ପାଇଁ ଏହି ଷଡ଼ଯନ୍ତ୍ର କରାଯାଇଛି। ଏହି ମାମଲାରେ ଜିୟାନ୍ କାବ୍ରେରା ନାମକ ଜଣେ ବ୍ୟକ୍ତିଙ୍କ ନାମ ଯୋଡା ଯାଇଛି, ଯିଏକି ପ୍ରକୃତରେ କୌଣସି ଆନ୍ତର୍ଜାତୀୟ ଖେଳାଳି ନୁହନ୍ତି।

କାହିଁକି ଭାଇରାଲ ହେଉଛି ଏହି ଲିଙ୍କ୍?

ରିପୋର୍ଟ ଅନୁଯାୟୀ, ଏହି ପୂରା ଘଟଣାକୁ ଏକ ସୁଚିନ୍ତିତ ଯୋଜନା ମୁତାବକ ପ୍ରସ୍ତୁତ କରାଯାଇଛି। ଲୋକଙ୍କୁ ଆକର୍ଷିତ କରିବା ପାଇଁ ଅଲିମ୍ପିକ ରିଙ୍ଗ୍ ଏବଂ ରୋଚକ କ୍ୟାପସନ୍ ବ୍ୟବହାର କରାଯାଇଛି। ୨୦୨୬ ଶୀତକାଳୀନ ଅଲିମ୍ପିକ ପ୍ରତି ଲୋକଙ୍କ ଆଗ୍ରହ ବଢୁଥିବା ସମୟରେ ଏହି ଲିଙ୍କଗୁଡିକ ପ୍ରଚାର କରାଯାଉଛି। ସର୍ଚ୍ଚ ଇଞ୍ଜିନକୁ ବିଭ୍ରାନ୍ତ କରିବା ଏବଂ ଅଧିକ ଟ୍ରାଫିକ୍ ଆଣିବା ପାଇଁ ଏକ କାଳ୍ପନିକ ଅଲିମ୍ପିକ କାହାଣୀ ସୃଷ୍ଟି କରାଯାଇଛି।

ଲିଙ୍କ୍ ଖୋଲିଲେ କ’ଣ ହେବ ବିପଦ?

ଯଦି କୌଣସି ବ୍ୟକ୍ତି ଏହି ଭାଇରାଲ ଲିଙ୍କ୍ ଉପରେ କ୍ଲିକ୍ କରନ୍ତି, ତେବେ କୌଣସି ଭିଡିଓ ପ୍ଲେ ହୁଏ ନାହିଁ। ଏହା ବଦଳରେ ୟୁଜରଙ୍କୁ ଏକ ନକଲି ପେଜକୁ ନିଆଯାଏ, ଯେଉଁଠାରେ ଲଗ୍-ଇନ୍ କରିବା, ବୟସ ଯାଞ୍ଚ କରିବା କିମ୍ବା କୌଣସି ଆପ୍ ଡାଉନଲୋଡ୍ କରିବାକୁ କୁହାଯାଏ। ଏହି ୱେବସାଇଟଗୁଡିକ ଅବିକଳ ସୋସିଆଲ ମିଡିଆ ପ୍ଲାଟଫର୍ମ ଭଳି ଦେଖାଯାଏ। ଏହା ମାଧ୍ୟମରେ ହ୍ୟାକରମାନେ ମୋବାଇଲ୍ କିମ୍ବା କମ୍ପ୍ୟୁଟରରେ ମାଲୱେର୍ ଇନଷ୍ଟଲ୍ କରି ବ୍ୟକ୍ତିଗତ ତଥ୍ୟ ଚୋରି କରିଥାନ୍ତି।

ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିପାରେ

କେବଳ ଏହି ଲିଙ୍କ୍ ଖୋଲିବା ବିପଜ୍ଜନକ ନୁହେଁ, ବରଂ ଅଶ୍ଳୀଳ କିମ୍ବା ବ୍ୟକ୍ତିଗତ ଭିଡିଓ ସେୟାର କରିବା ମଧ୍ୟ ଆଇନଗତ ଅପରାଧ। ପୂର୍ବରୁ '୧୯ ମିନିଟ୍ ଭିଡିଓ' ଭଳି ଘଟଣାରେ ମଧ୍ୟ ସମାନ ପରିସ୍ଥିତି ଦେଖାଯାଇଥିଲା। ଭାରତୀୟ ଦଣ୍ଡବିଧି ଆଇନ (IPC)ର ଧାରା ୨୯୨, ୨୯୩ ଏବଂ ୩୫୪(ସି) ଅନୁଯାୟୀ ଏଭଳି ବିଷୟବସ୍ତୁ ପ୍ରସାର କଲେ ଜେଲ୍ ଦଣ୍ଡ ମିଳିପାରେ। ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି ଯେ, ଏଭଳି ସନ୍ଦିଗ୍ଧ ଲିଙ୍କରୁ ଦୂରେଇ ରୁହନ୍ତୁ ଏବଂ କୌଣସି ଅଜ୍ଞାତ ଆପ୍ ଡାଉନଲୋଡ୍ କରନ୍ତୁ ନାହିଁ।

ସାବଧାନ! ଟ୍ରାଫିକ ଚାଲାଣ ନାଁରେ ଆସୁଛି ଫେକ୍ ମେସେଜ୍; ଲିଙ୍କରେ କ୍ଲିକ୍ କଲେ ଖାଲି ହୋଇପାରେ ଆକାଉଣ୍ଟ
ବର୍ତ୍ତମାନ ସାଇବର ଠକେଇର ଏକ ନୂଆ ତରିକା ସାମ୍ନାକୁ ଆସିଛି, ଯାହା ସାଧାରଣ ଲୋକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି। ଯଦି ଆପଣଙ୍କ ମୋବାଇଲକୁ ଟ୍ରାଫିକ ଚାଲାଣ କଟିଥିବା ନେଇ କୌଣସି ମେସେଜ ଆସୁଛି, ତେବେ ସତର୍କ ରୁହନ୍ତୁ। ବିଶେଷକରି +919494831631 ନମ୍ବରରୁ ଆସୁଥିବା ମେସେଜକୁ ନେଇ ସାଇବର ବିଶେଷଜ୍ଞମାନେ ସତର୍କ କରାଇଛନ୍ତି।

କିପରି ହେଉଛି ଠକେଇ?

ଠକମାନେ ଲୋକଙ୍କୁ ଏକ ଏସଏମଏସ (SMS) ପଠାଉଛନ୍ତି ଯେଉଁଥିରେ ଉଲ୍ଲେଖ ଥାଏ ଯେ ଆପଣଙ୍କ ଗାଡିର ଟ୍ରାଫିକ ନିୟମ ଉଲ୍ଲଂଘନ ପାଇଁ ଚାଲାଣ କଟାଯାଇଛି। ଏହି ମେସେଜ ସହିତ ଏକ ସନ୍ଦିଗ୍ଧ ଲିଙ୍କ୍ (Link) ମଧ୍ୟ ଦିଆଯାଉଛି। ଯେତେବେଳେ ଜଣେ ବ୍ୟବହାରକାରୀ ଏହି ଲିଙ୍କରେ କ୍ଲିକ୍ କରନ୍ତି, ସେମାନଙ୍କୁ ଏକ ନକଲି mParivahan ଆପ୍ ଡାଉନଲୋଡ୍ କରିବାକୁ କୁହାଯାଉଛି। ଏହା ଅସଲି ସରକାରୀ ଆପ୍ ନୁହେଁ ବରଂ ଏକ ମାଲୱେୟାର (Malware)।

ବ୍ୟାଙ୍କିଙ୍ଗ ତଥ୍ୟ ଚୋରିର ଆଶଙ୍କା

ଏହି ନକଲି ଆପ୍ ଇନଷ୍ଟଲ୍ କରିବା ମାତ୍ରେ ହ୍ୟାକରମାନେ ଆପଣଙ୍କ ଫୋନର ନିୟନ୍ତ୍ରଣ ନେଇଯାନ୍ତି। ଏହାଦ୍ୱାରା ସେମାନେ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ, କଣ୍ଟାକ୍ଟ ଲିଷ୍ଟ ଏବଂ ଗୁରୁତ୍ୱପୂର୍ଣ୍ଣ OTP ଚୋରି କରିପାରନ୍ତି। ଫଳରେ ମୁହୂର୍ତ୍ତକ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ହେବାର ଯଥେଷ୍ଟ ସମ୍ଭାବନା ରହିଛି।

ସୁରକ୍ଷିତ ରହିବେ କିପରି?

୧. ଅଜଣା ନମ୍ବରରୁ ଆସୁଥିବା ଲିଙ୍କରେ ଭୁଲରେ ମଧ୍ୟ କ୍ଲିକ୍ କରନ୍ତୁ ନାହିଁ।

୨. ନିଜ ଗାଡିର ଚାଲାଣ ସ୍ଥିତି ଜାଣିବା ପାଇଁ ସର୍ବଦା କେନ୍ଦ୍ର ସରକାରଙ୍କ ଅଫିସିଆଲ୍ ୱେବସାଇଟ୍ echallan.parivahan.gov.in ବ୍ୟବହାର କରନ୍ତୁ।

୩. କୌଣସି ଆପ୍ ଡାଉନଲୋଡ୍ କରିବା ପାଇଁ କେବଳ Google Play Store କିମ୍ବା Apple App Store ଉପରେ ଭରସା କରନ୍ତୁ।

୪. ଯଦି ଏଭଳି କୌଣସି ଠକେଇର ଶିକାର ହୁଅନ୍ତି, ତେବେ ତୁରନ୍ତ ୧୯୩୦ ନମ୍ବରରେ କଲ୍ କରି ଅଭିଯୋଗ କରନ୍ତୁ।

ଠକେଇ ଫେରାର୍‌ ଅଭିଯୁକ୍ତଙ୍କୁ ଭାରତ ପ୍ରବେଶ ମନା, ବିଦେଶୀ ଠକଙ୍କୁ ଖୋଜୁଛି ଇଣ୍ଟରପୋଲ୍‌
ଭୁବନେଶ୍ୱର: ପାନ୍‌‌ ଇଣ୍ଡିଆ ଅନ୍‌‌ଲାଇନ୍‌‌ ପୁଞ୍ଜି ସ୍କାମ ହେଉ କି ଏସ୍‌‌ଟିଏ କ୍ରିଫ୍ଟୋ ଟୁକେନ୍‌‌ ଠକେଇ କିମ୍ବା ଲୋନ୍‌‌ ଆପ୍‌‌ ଠକେଇ; ଏହି ସବୁ ଠକେଇ ପଛରେ ଚୀନ, ହଙ୍ଗେରୀ, ହଂକଂର ନାଗରିକମାନେ ସାମିଲ ଅଛନ୍ତି। ସେମାନେ ଭାରତରୁ କୋଟି କୋଟି ଟଙ୍କା ଠକି ରାତାରାତି ଦେଶ ଛାଡ଼ି ପଳାଇଯାଉଛନ୍ତି। କିନ୍ତୁ ଏବେ ସେଭଳି ଠକଙ୍କ ଭାରତ ପ୍ରବେଣରେ ଲାଗିଛି କଟକଣା। ଜଳ,ସ୍ଥଳ ଏବଂ ଆକାଶ ପଥ ଦେଇ ସେମାନେ ପଶିପାରିବେ ନାହିଁ। ସବୁଛି ସେମାନଙ୍କର ପ୍ରୋର ମରାଯାଇଛି। ଯଦି ଏହି ୩ପଥରେ ଏମାନେ ଦେଖା ଯାଆନ୍ତି,ସେମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ୧୯ଜଣ ଠକଙ୍କ ନାମରେ ଲୁକ୍‌‌ଆଉଟ୍‌‌ ଜାରି କରିଛି ବ୍ୟୁରୋ ଅଫ୍‌‌ ଇମିଗ୍ରେସନ। ଇଓଡବ୍ଲ୍ୟୁର ଏକାଧିକ ଠକେଇ ମାମଲାରେ ଏହି ୧୯ଜଣ ଫେରାର ଅଛନ୍ତି। ତେଣୁ ୧୯ଜଣଙ୍କ ମଧ୍ୟରୁ ୬ଜଣ ଚୀନର ନାଗରିକ ଥିବା ବେଳେ ଜଣେ ହଙ୍ଗେରୀ ନାଗରିକ ଓ ୧୨ଜଣ ଭାରତୀୟ ଥିବା ଜଣାପଡ଼ିଛି। ସେମାନଙ୍କୁ ଇଓଡବ୍ଲ୍ୟୁ ଖୋଜୁଛି। ଗତକାଲି ଏସ୍‌‌ଟିଏ କ୍ରିଫ୍ଟୋ ଟୋକେନ୍‌‌ ଠକେଇ ମାମଲାରେ ୩ଜଣଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି ହୋଇଥିଲା। ଠକେଇର ୩ ଟପ୍‌‌ ଅଫ୍‌‌ଲାଇନ ମେମ୍ୱର ହେଲେ କ୍ରିଷ୍ଣ କୁମାର, ଅନୀଲ କୁମାର ଓ ଭୁରା ରାମ। ଏମାନେ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡ଼ିଛି।

ପୂର୍ବରୁ ଇଣ୍ଟରନ୍ୟାସନଲ ମୁଖ୍ୟ ଡେଭିଡ କେଜ୍‌‌ ନାଁରେ ମଧ୍ୟ ଲୁକଆଉଟ୍‌‌ ସର୍କୁଲାର ଜାରି କରାଯାଇଥିଲା। ପ୍ୟାନ ଇଣ୍ଡିଆ ଅନଲାଇନ୍‌‌ ପୁଞ୍ଜି ସ୍କାମ ମାଧ୍ୟମରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଠକେଇ ମାମଲାରେ ପୂର୍ବରୁ ମାଷ୍ଟରମାଇଣ୍ଡ ଗୁଆନହ୍ୱନ୍‌‌ ୱାଙ୍ଗ ନାମରେ ଲୁକ୍‌‌ଆଉଟ୍‌‌ ଜାରି ହୋଇଥିଲା। ପୂର୍ବରୁ ୫ ଚାଇନା ଠକ ଲିୟୁ ୟି, ଏକ୍ସିନ ପିଙ୍ଗ, ସିନ୍‌‌ ଜେଞ୍ଜୁଆ, କ୍ୱାନ୍‌‌ ହଙ୍ଗୱାଇ ଏବଂ ୟଙ୍ଗ ହାଇୟିଙ୍ଗଙ୍କ ନାମରେ ଲୁଟ୍‌‌ଆଉଟ୍‌‌ ଜାରି ହୋଇଥିଲା। ଏହି ବିଦେଶୀ ଠକମାନେ ଦେଶ ଛାଡ଼ି ପଳାଇଯାଇଥିବା ବେଳେ ସେମାନଙ୍କୁ ଖୋଜୁଛି ଇଣ୍ଟରପୋଲ। କିନ୍ତୁ ବିଦେଶ ଆଇନ ପାଇଁ ସେମାନଙ୍କୁ ଗିରଫ କରିବା ସହଜ ନୁହେଁ। ସେଥିପାଇଁ ଏହି ବିଦେଶୀ ଠକ ଭାରତରୁ ଠକେଇ କରି ନିଜ ଦେଶକୁ ପଳାଇ ଯାଉଛନ୍ତି। ପରେ ହାୱଲା ଏବଂ ଦୁବାଇରୁ ଟଙ୍କା ସେମାନଙ୍କ ନିକଟକୁ ପଳାଇଯାଉଛି। କିନ୍ତୁ ଭାରତରେ ଥିବା ତଦନ୍ତକାରୀ ସଂସ୍ଥା ମାମଲା କଲେ ମଧ୍ୟ ସେମାନଙ୍କୁ ଧରିପାରୁନି। ଆଜି ପର୍ଯ୍ୟନ୍ତ ବିଭିନ୍ନ ଠକେଇ ମାମଲାରେ ଇଓଡବ୍ଲ୍ୟୁ କାହାରିକୁ ବି ଗିରଫ କରିପାରିନି।

ବିଶେଷ କରି କୋଭିଡ୍‌‌ ସମୟରେ ବିଦେଶୀ ଠକମାନେ ଭାରତକୁ ପ୍ରବେଶ କରିଥିଲେ। ଲୋନ୍‌‌ ଆପ ଠାରୁ ଆରମ୍ଭ କରି ଟ୍ରେଡିଂ ଏବଂ ପୁଞ୍ଜି ସ୍କିମ୍‌‌ ଆରମ୍ଭ କରିଥିଲେ। ଆଇଟି ପିଲାଙ୍କ ଦ୍ୱାରା ଆପ୍‌‌ ନିର୍ମାଣ କରି ମିଛ ବିଜ୍ଞାପନ ଦେଇଥିଲେ। ଭାରତରେ ଅପରେଟ୍‌‌ କରିବା ପାଇଁ ସବୁ ରାଜ୍ୟ ଏବଂ ସବୁ ଜିଲ୍ଲାରେ ଏଜେଣ୍ଟ ରଖିଥିଲେ। ସେମାନଙ୍କୁ କିଛି ଟଙ୍କା ଦେଇ ଏହି ଠକେଇ ରାକେଟ ଚାଲୁଥିଲା।

୨୦୧୯ରୁ ୨୦୨୦ ଭିତରେ ଚାଇନା ଠକମାନେ ଭରତକୁ ଆସିଥିଲେ। ସେମାନେ ଅଳ୍ପ ଟଙ୍କା ନିବେଶରେ ଧନୀ ହେବାର ସ୍ୱପ୍ନ ଦେଖାଇ ଠକୁଛନ୍ତି। ଖୁବ୍‌‌କମ ସମୟରେ ଅଧିକ ଟଙ୍କା ପାଇବାର ଅନେକ ବିଜ୍ଞାପନ ସାମାଜିକ ଗଣମାଧ୍ୟମରେ ମାଳମାଳ ଘୂରି ବୁଲୁଛି। ସେମାନେ ବିଭିନ୍ନ ସଂସ୍ଥା ଖୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମେଇବା ପାଇଁ ବଡ଼ ଅଭିନେତା, ଅଭିନେତ୍ରୀ, କ୍ରିକେଟର, ୟୁଟ୍ୟୁବରମାନଙ୍କ ଫଟୋ ଲଗାଇ ଲୋକଙ୍କୁ ଚୁନା ଲଗାଉଥିବା ଅଭିଯୋଗ ହେଉଛି।

କ୍ରାଇମବ୍ରାଞ୍ଚ କବଜାରେ ଅନଲାଇନ ବେଟିଂ ଠକ, ୧୫୦ ଆକାଉଣ୍ଟରେ ହେଉଥିଲା କାରବାର
ଭୁବନେଶ୍ବର: କ୍ରାଇମବ୍ରାଞ୍ଚ କବଜାରେ ଅନଲାଇନ ବେଟିଂ ଚିଟଫଣ୍ଡ ଠକ । ଚୀନରେ କମ୍ପାନୀ ରେଜିଷ୍ଟ୍ରେସନ , ଦୁବାଇରୁ ହେଉଥିଲା ଅପରେସନ। ୨ ଜଣ ଠକଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ EOW ।  ଦୁଇ ଅଭିଯୁକ୍ତ ହେଲେ ରୁସ୍ତମ ଖାନ ଓ ମହମଦ ହାକିମ । ଉଭୟଙ୍କ ଘର ପଶ୍ଚିମବଙ୍ଗ ଅଞ୍ଚଳର ବୋଲି ଜଣାପଡ଼ିଛି। ୧୫୦ ଆକାଉଣ୍ଟରେ ଏହି ରାକେଟ ଅପରେଟ ହେଉଥିଲା । ଏବେସୁଦ୍ଧା ୧୭ ଟି ଆକାଉଣ୍ଟ କୁ ଠାବ କରିଛି କ୍ରାଇମବ୍ରାଞ୍ଚ । ଏବେ ସୁଦ୍ଧା ୧୦୮ କୋଟି ଟଙ୍କା ଠାବ କରାଯାଇଛି। ଗିରଫ ପରେ ୨  ଅଭିଯୁକ୍ତଙ୍କୁ ଚିଫ ଜୁଡ଼ିସିଆଲ ମାଜିଷ୍ଟ୍ରେଟରେ ହଜାର କରାଯାଇ ୫ ଦିନିଆ ଟ୍ରାନଜିଟ ରିମାଣ୍ଡରେ ଅଣାଯାଉଛି । ଉଭୟଙ୍କୁ ବ୍ରହ୍ମପୁର ଓ.ପି.ଆଇ.ଡି କୋର୍ଟରେ ହାଜର କରାଯିବ। ଏବେ ଏହି ଘଟଣାକୁ ନେଇ EOW ଇଣ୍ଟରପୁଲର ସହାୟତା ଲୋଡ଼ିଛି ।

ଅନଲାଇନରେ ଅର୍ଡର ଦେଇ ଫସିଲେ ଗ୍ରାହକ; ମଗାଇଥିଲେ ୧.୫ ଲକ୍ଷର ଆଇଫୋନ୍, ଆସିଲା ସାବୁନ୍
ନୂଆଦିଲ୍ଲୀ: ଆଜିର ଯୁଗରେ ଲୋକମାନେ ବିଭିନ୍ନ ପ୍ରକାର ଠକାମିର ଶିକାର ହେଉଛନ୍ତି । ଯେ କୌଣସି ପରିସ୍ଥିତିରେ ମଧ୍ୟ ବିଶ୍ୱର ସବୁଠାରୁ ବୁଦ୍ଧିଆ ମଣିଷ ଅନ୍ୟ ଜଣେ ମଣିଷ ଠକିବାକୁ ପଛାଉ ନାହିଁ । ଘରେ ବସି ସବୁ ଜିନିଷପତ୍ର ମଗାଇବାର ଅଭ୍ୟାସର ସୁଯୋଗ ନେଉଛନ୍ତି ହ୍ୟାକର, ସାଇବର ଲୁଟେରା । ଏପରି ଏକ ମାମଲା ସାମନାକୁ ଆସିଛି ବ୍ରିଟେନରୁ । ଏଠାରେ ଅନଲାଇନରେ ଅର୍ଡର ଦେଇ ଫସିଛନ୍ତି ଜଣେ ଗ୍ରାହକ। ଜଣେ ମହିଳା ଅନଲାଇନରେ ମଗାଇଥିଲେ ଦାମୀ ଆଇ ଫୋନ୍ । କିନ୍ତୁ ଡେଲିଭରିରେ ମିଳିଲା ମାତ୍ର ୧ ଡଲାରର ହାତ ଧୂଆ ସାବୁନ୍ । ଏହାକୁ ଦେଖି ସେ ପୂରା ସ୍ତବ୍ଧ ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁସାରେ, ବ୍ରିଟେନରେ ରହୁଥିବା ଖାଓଲା ଲାଫହୈଲି ନାମକ ଜଣେ ମହିଳା ଏକ ପ୍ରତିଷ୍ଠିତ ଇ- କମ୍ପାନୀ ଠାରୁ ସବୁଠୁୁ ଦାମୀ ଆପଲ କମ୍ପାନୀର ଆଇ ଫୋନ୍ -୧୩ ପ୍ରୋ ମଗାଇଥିଲେ । ଅନେକ ଦିନ ଅପେକ୍ଷା କରିବା ପରେ ଡେଲିଭରି ବୟ ଆସି ମହିଳାଙ୍କ କବାଟ ପାଖରେ ଏକ ପାର୍ସଲ ଥୋଇଦେଇ ଯାଇଥିଲା । ମାତ୍ର ଡେଲିଭେରୀରେ ଯାହା ଆସିଥିଲା ତାକୁ ଦେଖି ତାଙ୍କର ହୋସ ଉଡିଯାଇଥିଲା । କାରଣ ପାର୍ସଲ ଭିତରେ ଆଇ ଫୋନ୍ ମୋବାଇଲ ନଥିଲା ବରଂ ଥିଲା ୧ ଡଲାର ମୂଲ୍ୟର ହାତ ଧୁଆ ସାବୁନ୍ । କମ୍ପାନୀ ଠିକ୍ ସାମଗ୍ରୀ ପଠାଇଥିଲେ ବି ହୁଏତ ଡେଲିଭରୀ ବୟ ହିଁ ଏଥିରେ ହେରଫେର କରିଥିବା କୁହାଯାଉଥିବାବେଳେ ଏନେଇ ଉକ୍ତ କମ୍ପାନୀ କୌଣସି ଉତ୍ତର ରଖିନାହିଁ । ତଦନ୍ତ ପରେ କମ୍ପାନୀ ସବୁ କଥା କହିବ ବୋଲି କହିଛି ।

ଅନଲାଇନ ଟ୍ରେଡିଂ ନାଁରେ ୨ କୋଟି ୪୦ ଲକ୍ଷ ଟଙ୍କାର ଚୂନ ଲଗାଇଲା ଠକ
ଭୁବନେଶ୍ୱର: ଅନଲାଇନ ଟ୍ରେଡିଂ ନାଁରେ ମହା ଠକେଇ । ୨ କୋଟିରୁ ଉର୍ଦ୍ଧ୍ୱ ଟଙ୍କା ଠକିନେଲା ଦୁର୍ବୁତ୍ତ । ଟ୍ରେଡିଂ କଲେ ଅଧିକ ଲାଭ ଦେବ କହି ଦୁର୍ବୁତ୍ତ ଲୁଟ କରିଛି ଏହି ଟଙ୍କା । ପ୍ରଥମ ଥର ଲାଭ ଦେଇ ଦ୍ୱିତୀୟ ଥରରେ ଚୁନା ଲଗେଇଲା ଠକ । ସେୟାର ମାର୍କେଟରେ ଟଙ୍କା ଲଗାଅ, ଆଉ କିଛି ମାସ ମଧ୍ୟରେ ଦୁଇ ଗୁଣା ଟଙ୍କା ନିଅ। ଏମିତି ଲୋଭ ଦେଖାଇ ମଧ୍ୟପ୍ରଦେଶ ର ଜଣେ ଯୁବକ ବରମୁଣ୍ଡା ଓ ଖଣ୍ଡଗିରି ଅଂଚଳ ର ୧୩ ଜଣଙ୍କ ଠାରୁ ୨ କୋଟି ୪୦ ଲକ୍ଷ ଟଙ୍କା ଲୁଟି ନେଇ ଫେରାର ହୋଇଯାଇଛି। ଏନେଇ ଠକାମିର ଶିକାର ଲୋକ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି। ଗତ ସେପ୍ଟେମ୍ବର 2020ରେ ବରମୁଣ୍ଡା ବି- ୯୫ରେ ମଧ୍ୟପ୍ରଦେଶର ଓମ ପ୍ରକାଶ ଭରାୱତ ଏକ ଟ୍ରେଡିଂ ଅଫିସ ଖୋଲିଥିଲା। ତାଙ୍କ ପାଖରେ ଟଙ୍କା ଲଗାଇଲେ ସେ ସମସ୍ତଙ୍କୁ ୨୫ ପ୍ରତିଶତ ଅଧିକ ଲାଭ ଦେବେ ବୋଲି କହିଥିଲେ।

ଏହି ଲୋଭରେ ବରମୁଣ୍ଡା ଅଂଚଳର ସତ୍ୟଜିତ ସାମନ୍ତରାୟ ୬୭ ଲକ୍ଷ ୫୦ ହଜାର,ରଞ୍ଜନ କୁମାର ସାହୁକାର ୨୨ ଲକ୍ଷ, ଆଶୁତୋଷ ମିଶ୍ର ୮ ଲକ୍ଷ, ଚିତ୍ତରଞ୍ଜନ ତ୍ରିପାଠୀ ୮୦ ହଜାର, ସମୀର ମିଶ୍ର ୮ ଲକ୍ଷ, ଜୟଦେବ ସାମନ୍ତରାୟ ୧୭ ଲକ୍ଷ ୫୦ ହଜାର, ରାଜକିଶୋର ମିଶ୍ର ୨୭ ଲକ୍ଷ ଓ ଅନ୍ୟମାନେ ଟଙ୍କା ଲଗାଇଥିଲେ। କିଛି ମାସ ଓମ ପ୍ରକାଶ ସମସ୍ତ ଙ୍କୁ କିଛି ମାସ ର ସୁଧ ଟଙ୍କା ଦେଇଥିଲେ। ଓମ ଠିକ ରେ ଟଙ୍କା ଦେଉଥିବାରୁ ଏହି ଲୋକମାନେ ତା ପାଖରେ ଅଧିକ ଟଙ୍କା invest କରିଥିଲେ।

ଯାହାର ଫାଇଦା ଉଠେଇଥିଲା ଓମପ୍ରକାଶ। ପ୍ରାୟ ୨ କୋଟି ୪୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଥିଲା। ଓମ ପ୍ରକାଶ । ଲୋକଙ୍କ ଫୋନ ଆଉ ନ ଉଠେଇବାରୁ ଲୋକମାନେ ଜାଣି ଥିଲେ କି ଓମ ସେମାନଙ୍କୁ ଠକି ଫେରାର ହୋଇଯାଇଛି। ଏନେଇ ସେମାନେ ଗତ କାଲି ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି ।