Private Member Bill - The Sakala

୧୩ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ଉପରେ କଟକଣା! ଆସୁଛି ‘ଶିଲ୍ଡ’ ବିଲ୍
ସୋସିଆଲ ମିଡିଆର ଅପବ୍ୟବହାର ଏବଂ ପିଲାମାନଙ୍କ ମାନସିକ ସ୍ୱାସ୍ଥ୍ୟ ଉପରେ ଏହାର କୁପ୍ରଭାବକୁ ଦୃଷ୍ଟିରେ ରଖି ଏକ ବଡ଼ ପଦକ୍ଷେପ ନିଆଯାଇପାରେ। ୧୩ ବର୍ଷରୁ କମ୍ ବୟସର ପିଲାମାନଙ୍କୁ ସୋସିଆଲ ମିଡିଆ ଏବଂ ଅନଲାଇନ୍ ଗେମିଂ ପ୍ଲାଟଫର୍ମ ବ୍ୟବହାରରୁ ନିବୃତ୍ତ କରିବା ପାଇଁ ସଂସଦରେ ଏକ ଘରୋଇ ସଦସ୍ୟ ବିଲ୍ (Private Member's Bill) ଆଗତ କରିବାକୁ ପ୍ରସ୍ତୁତି ଚାଲିଛି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏହି ସ୍ୱତନ୍ତ୍ର ବିଲ୍‌ ପ୍ରସ୍ତୁତ କରିଛନ୍ତି, ଯାହାର ଉଦ୍ଦେଶ୍ୟ ହେଉଛି ଡିଜିଟାଲ୍ ଦୁନିଆରେ ନାବାଳକମାନଙ୍କୁ ସୁରକ୍ଷା ପ୍ରଦାନ କରିବା।

ସିଲ୍ଡ (SHIELD) ବିଲ୍ ୨୦୨୫ର ମୁଖ୍ୟ ଉଦ୍ଦେଶ୍ୟ

ଏହି ପ୍ରସ୍ତାବିତ ଆଇନର ନାମ ରଖାଯାଇଛି ଦି ସେଫଗାର୍ଡିଂ ହେଲଦି ଇଣ୍ଟରନେଟ୍ ଏନଭାଇରନମେଣ୍ଟ୍ସ ଫର ଲିଟିଲ ଡିଜିଟାଲ ନେଟିଭ୍ସ (SHIELD) ବିଲ୍, ୨୦୨୫। ଏହି ବିଲ୍ ଅନୁଯାୟୀ, ୧୩ ବର୍ଷରୁ କମ୍ ପିଲାମାନେ ନିଜ ପିତାମାତାଙ୍କ ସତ୍ୟାପିତ ସମ୍ମତି ବିନା ସୋସିଆଲ ମିଡିଆରେ ଆକାଉଣ୍ଟ ଖୋଲିପାରିବେ ନାହିଁ। ଏହା ସହିତ ସୂଚନା ପ୍ରଯୁକ୍ତିବିଦ୍ୟା (ଆଇଟି) ଆଇନରେ ସଂଶୋଧନ ଆଣି ପିଲାମାନଙ୍କ ଡାଟା ସଂଗ୍ରହ, ସେମାନଙ୍କୁ ଟାର୍ଗେଟ୍ କରି ଦିଆଯାଉଥିବା ବିଜ୍ଞାପନ ଏବଂ ପ୍ରୋଫାଇଲିଂ ଉପରେ ରୋକ୍ ଲଗାଇବାକୁ ପ୍ରସ୍ତାବ ଦିଆଯାଇଛି। ପିଲାମାନଙ୍କ ଡିଜିଟାଲ ସୁରକ୍ଷା ପାଇଁ ପ୍ଲାଟଫର୍ମଗୁଡ଼ିକରେ ଏକ 'ରିପୋର୍ଟ ଚାଇଲ୍ଡ ହାର୍ମ' (Report Child Harm) ବଟନ୍ ରହିବା ବାଧ୍ୟତାମୂଳକ କରାଯିବ। ଅଶ୍ଳୀଳତା, ହିଂସା କିମ୍ବା ନିଶା ସମ୍ବନ୍ଧୀୟ କଣ୍ଟେଣ୍ଟକୁ ମାତ୍ର ୩୬ ଘଣ୍ଟା ମଧ୍ୟରେ ଏବଂ ଶିଶୁ ଯୌନ ନିର୍ଯାତନା ସମ୍ବନ୍ଧୀୟ ବିଷୟବସ୍ତୁକୁ ୨୪ ଘଣ୍ଟା ଭିତରେ ହଟାଇବାକୁ ନିର୍ଦ୍ଦେଶ ଦିଆଯିବ।

ସଂସଦରେ ବାରମ୍ବାର ବିଳମ୍ବ

ଦେଶରେ ଶିଶୁ ସୁରକ୍ଷା ଦୃଷ୍ଟିକୋଣରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ବିଲ୍ ହୋଇଥିଲେ ମଧ୍ୟ ସଂସଦରେ ଏହାକୁ ଆଗତ କରିବାରେ ବାରମ୍ବାର ବାଧା ଉପୁଜିଛି। ଲୋକସଭାରେ ବିରୋଧୀଙ୍କ ହଟ୍ଟଗୋଳ ଏବଂ ଗୃହ ମୁଲତବୀ କାରଣରୁ ଏହି ବିଲ୍ ଉପସ୍ଥାପନ ହୋଇପାରିନାହିଁ। ସାଂସଦ ବୈଜୟନ୍ତ ପଣ୍ଡା ଏହାକୁ ନେଇ କ୍ଷୋଭ ପ୍ରକାଶ କରିବା ସହ କହିଛନ୍ତି ଯେ ବିରୋଧୀଙ୍କ ବିନା କାରଣରେ ହଟ୍ଟଗୋଳ ଯୋଗୁଁ ଜନସ୍ୱାର୍ଥ ସମ୍ବଳିତ ଗୁରୁତ୍ୱପୂର୍ଣ୍ଣ ଆଇନ ପ୍ରଣୟନ ପ୍ରଭାବିତ ହେଉଛି। ବିଗତ ଶୀତକାଳୀନ ଅଧିବେଶନରେ ମଧ୍ୟ ସମାନ ପରିସ୍ଥିତି କାରଣରୁ ଏହା ଆଗତ ହୋଇପାରିନଥିଲା।

ଅନଲାଇନ୍ ସୁରକ୍ଷାର ଆବଶ୍ୟକତା

ବର୍ତ୍ତମାନ ସମୟରେ ପିଲାମାନଙ୍କ ମଧ୍ୟରେ ମୋବାଇଲ୍ ସ୍କ୍ରିନ୍ ନିଶା ଓ ଅନଲାଇନ୍ ଗେମିଂର କୁପ୍ରଭାବ ଚିନ୍ତାର ବିଷୟ ପାଲଟିଛି। ଗାଜିଆବାଦରେ ୩ ଜଣ ନାବାଳିକାଙ୍କ ଆତ୍ମହତ୍ୟା ଘଟଣା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆର କୁପ୍ରଭାବକୁ ନେଇ ସାରା ଦେଶରେ ଉଦ୍‌ବେଗ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆ ଭଳି ଦେଶରେ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟବହାର ଉପରେ କଡ଼ା କଟକଣା ଲାଗୁ କରାଯାଇଥିବା ବେଳେ, ଭାରତରେ ମଧ୍ୟ ସମାନ ଧରଣର ଆଇନ ଆଣିବାକୁ ଶିଶୁ ଅଧିକାର କର୍ମୀ ଏବଂ ଅଭିଭାବକ ସଙ୍ଘ ପକ୍ଷରୁ ଦାବି ଜୋର ଧରିଛି। ତେଣୁ ଶିଲ୍ଡ (SHIELD) ବିଲ୍ ଆଗାମୀ ଦିନରେ ଭାରତୀୟ ପିଲାଙ୍କ ଡିଜିଟାଲ ସୁରକ୍ଷା କ୍ଷେତ୍ରରେ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହୋଇପାରେ।