Rishabh Pant - The Sakala
ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରିଲେ ଗିଲ, ରିଷଭ ପନ୍ତ ତୁଲାଇବେ ଅଧିନାୟକ ଦାୟିତ୍ୱ...
ଗୌହାଟୀ: ଭାରତୀୟ କ୍ରିକେଟ ଦଳର ଅଧିନାୟକ ଶୁଭମନ ଗିଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଦ୍ୱିତୀୟ ଟେଷ୍ଟରୁ ଓହରି ଯାଇଛନ୍ତି । ତାଙ୍କ ସ୍ଥାନରେ ରିଷଭ ପନ୍ତ ଅଧିନାୟକ ଦାୟିତ୍ୱ ତୁଲାଇବେ। କୋଲକାତା ଟେଷ୍ଟରେ ଭାରତ ହାରିବା ପରେ ଏବେ ଗୌହାଟୀ ମୁକାବିଲା ଉପରେ ସମସ୍ତଙ୍କ ନଜର ରହିଛି । ସିରିଜ ବଂଚାଇବାକୁ ଏବଂ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସ୍ଥିତି ସୁଧାରିବା ପାଇଁ ଭାରତକୁ ଏହି ମ୍ୟାଚରେ ବିଜୟ ଜରୁରୀ ହୋଇ ପଡିଛି । ପ୍ରଥମ ଟେଷ୍ଟର ପ୍ରଥମ ଇନିଂସରେ ଗିଲ ବ୍ୟାଟିଂ କରୁଥିବା ବେଳେ ବେକରେ ଆଘାତ ପାଇଥିଲେ । ତାଙ୍କୁ ଡାକ୍ତରଖାନା ନିଆଯାଇଥିଲା । ସେ ଦ୍ୱିତୀୟ ଇନିଂସରେ ମଧ୍ୟ ବ୍ୟାଟିଂ କରିବାକୁ ଆସି ନ ଥିଲେ ।
ସେଠାରେ ସେ ସୁସ୍ଥ ହେବା ପରେ ଦ୍ୱିତୀୟ ଟେଷ୍ଟରେ ଖେଳିବେ ବୋଲି ଆଶା କରାଯାଉଥିଲା । ମାତ୍ର ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ ବିଶ୍ରାମ ଦିଆଯାଇଛି । ଏବେ ଗିଲଙ୍କ ସ୍ଥାନରେ ଚୂଡାନ୍ତ ଏକାଦଶରେ ସାଈ ସୁଦର୍ଶକ କିମ୍ବା ନୀତିଶ କୁମାର ରେଡ୍ଡୀଙ୍କୁ ସୁଯୋଗ ମିଳିପାରେ ବୋଲି ଜଣାପଡ଼ିଛି ।
ଆଇପିଏଲ୍‌ ଅଷ୍ଟାଦଶ ସଂସ୍କରଣର ଅଧା ମ୍ୟାଚ୍‌ ଶେଷ ହୋଇଯାଇଛି। ରବିବାର ୩୭ ମ୍ୟାଚ୍‌ ଶେଷ ସୁଦ୍ଧା ସର୍ବାଧିକ ୫ଥର ଲେଖାଏ ଟାଇଟଲ୍‌ ଜିତିଥିବା ଚେନ୍ନାଇ ସୁପର୍‌ କିଙ୍ଗ୍‌ସ ଓ କୋଲକାତା ନାଇଟ୍‌ ରାଇଡର୍ସ ଆଶାନୁରୂପ ପ୍ରଦର୍ଶନ କରିବାରେ ବିଫଳ ହୋଇଛନ୍ତି। ମହେନ୍ଦ୍ର ସିଂ ଧୋନିଙ୍କ ଚେନ୍ନାଇ ୭ ମ୍ୟାଚରୁ ୪ ପଏଣ୍ଟ ପାଇ ୧୦ ଦଳୀୟ ଟେବଲ୍‌ର ସର୍ବନିମ୍ନ ସ୍ଥାନରେ ରହିଛି। ସେହିଭଳି ଦଳଗତ ସହ କିଛି ଦାମୀ ଖେଳାଳି ମଧ୍ୟ ଏଥର ନୈରାଶ୍ୟଜନକ ପ୍ରଦର୍ଶନ କରି ସୁପର୍‌ ଫ୍ଲପ୍‌ ହୋଇଛନ୍ତି। ଯାହାକି ସେମାନଙ୍କର ଫ୍ରାଞ୍ଚାଇଜ ପାଇଁ ଚିନ୍ତାର କାରଣ ପାଲଟିଛି। ଅନ୍ୟପଟେ କିଛି ଦାମୀ ଖେଳାଳିଙ୍କ ପ୍ରଦର୍ଶନ ଉପରେ ନଜର ପକାଇବା ଯେଉଁମାନେ ବର୍ତ୍ତମାନ ସୁଦ୍ଧା ବ୍ୟାଟିଂ ହେଉକି ବୋଲିଂରେ ଫ୍ଲପ୍‌ ସାବ୍ୟସ୍ତ ହୋଇଛନ୍ତି।
ଋଷଭ ପନ୍ତ (ଲକ୍ଷ୍ନୌ)
ଦାମ୍‌ ୨୭ କୋଟି – ରନ ୧୦୬
ଗତ ମେଗା ଖେଳାଳି ନିଲାମୀରେ ଲକ୍ଷ୍ନୌ ସୁପର୍‌ ଜାଏଣ୍ଟ୍‌ସ ୨୭ କୋଟିରେ ଋଷଭ ପନ୍ତଙ୍କ କିଣିଥିଲା। ଫଳରେ ଆଇପିଏଲ୍‌ର ୧୮ ବର୍ଷ ଇତିହାସରେ ସେ ସବୁଠୁ ଦାମୀ ଖେଳାଳି ହେବାର କୀର୍ତ୍ତିମାନ ସ୍ଥାପନ କରିଥିଲେ। କିନ୍ତୁ ପନ୍ତ ତାଙ୍କର ଏହି ମୂଲ୍ୟର ପ୍ରଦର୍ଶନ ବର୍ତ୍ତମାନ ସୁଦ୍ଧା କରିପାରି ନାହାନ୍ତି। ଲକ୍ଷ୍ନୌର ନେତୃତ୍ୱ ନେଉଥିବା ପନ୍ତ ୮ ମ୍ୟାଚରୁ ୭ ଇନିଂସରେ ୧୫.୧୪ ହାରରେ ୧୦୬ ରନ କରିଛନ୍ତି। ୬୩ ରନ ତାଙ୍କର ସର୍ବୋଚ୍ଚ ସ୍କୋର ରହିଥିବାବେଳେ ଷ୍ଟ୍ରାଇକରେଟ୍‌ ମାତ୍ର ୯୮.୧୪ ରହିଛି। କିନ୍ତୁ ପନ୍ତଙ୍କ ନେତୃତ୍ୱରେ ଲକ୍ଷ୍ନୌ ୮ ମ୍ୟାଚରୁ ୫ ବିଜୟ ସହ ୧୦ ପଏଣ୍ଟ ପାଇ ୪ର୍ଥ ସ୍ଥାନରେ ରହିଛି।
ରୋହିତ୍‌ ଶର୍ମା (ମୁମ୍ବାଇ)
ଦାମ୍‌ ୧୬.୩୦ କୋଟି – ରନ ୮୨
ମୁମ୍ବାଇ ଇଣ୍ଡିଆନ୍ସକୁ ସର୍ବାଧିକ ୫ଥର ଟାଇଟଲ୍‌ ଜିତାଇଥିବା ରୋହିତ୍‌ ଶର୍ମାଙ୍କ ବ୍ୟାଟ୍‌ର ଯାଦୁ ଚଳିତ ଆଇପିଏଲ୍‌ରେ ଦେଖିବାକୁ ମିଳିନାହିଁ। ମେଗା ନିଲାମୀ ପୂର୍ବରୁ ମୁମ୍ବାଇ ଫ୍ରାଞ୍ଚାଇଜ ରୋହିତ୍‌ଙ୍କୁ ୧୬.୩୦ କୋଟି ଟଙ୍କାରେ ରିଟେନ କରିଥିଲା। କିନ୍ତୁ ରୋହିତ୍‌ ଟିମ୍‌ ମ୍ୟାନେଜମେଣ୍ଟର ଏହି ଭରସାକୁ ବଜାୟ ରଖିବାରେ ବିଫଳ ହୋଇଛନ୍ତି। ସେ ୬ ମ୍ୟାଚ୍‌ ଖେଳି ୧୩.୬୬ ହାରରେ ମାତ୍ର ୮୨ ରନ କରିଛନ୍ତି। ୨୬ ରନ ତାଙ୍କର ଶ୍ରେଷ୍ଠ ପ୍ରଦର୍ଶନ ରହିଛି।
ଭେଙ୍କଟେଶ ଆୟର (କୋଲକାତା)
ଦାମ୍‌ ୨୩.୭୫ କୋଟି – ରନ ୧୨୧
ବାମହାତୀ ବ୍ୟାଟର୍‌ ଭେଙ୍କଟେଶ ଆୟର ଡିଫେଣ୍ଡିଂ ଚାମ୍ପିଅନ କୋଲକାତା ନାଇଟ୍‌ ରାଇଡର୍ସର ପ୍ରମୁଖ ଖେଳାଳିଙ୍କ ମଧ୍ୟରୁ ଅନ୍ୟତମ। ନିଲାମୀରେ କୋଲକାତା ତାଙ୍କୁ ୨୩.୭୫ କୋଟି ଟଙ୍କାରେ କ୍ରୟ କରିଥିଲା। ଆୟର କିନ୍ତୁ ପ୍ରଦର୍ଶନରେ ସ୍ଥିରତା ଦେଖାଇବାରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ୭ ମ୍ୟାଚରୁ ୫ ଇନିଂସରେ ବ୍ୟାଟିଂ କରିବାର ସୁଯୋଗ ପାଇଥିବା ଭେଙ୍କଟେଶ ୨୪ ହାରରେ ୧୨୧ ରନ ନିଜ ନାମରେ ଲିପିବଦ୍ଧ କରିଛନ୍ତି। ସନରାଇଜର୍ସ ହାଇଦରାବାଦ୍‌ ବିପକ୍ଷରେ ସେ ୨୯ ବଲରୁ ୬୦ ରନର ଦ୍ରୁତ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ।
ରଶିଦ ଖାନ (ଗୁଜରାଟ)
ଦାମ୍‌ ୧୮ କୋଟି – ୪ ୱିକେଟ୍‌ ଓ ୨୨ ରନ
ଆଫାଗାନିସ୍ତାନ ସ୍ପିନର ରଶିଦ ଖାନଙ୍କୁ ୧୮ କୋଟି ଟଙ୍କାରେ ବଜାୟ ରଖି ଗୁଜରାଟ ଟାଇଟନ୍ସ ତାଙ୍କୁ ମେଗା ନିଲାମୀକୁ ଛାଡ଼ି ନ ଥିଲା। ତେବେ ଫ୍ରାଞ୍ଚାଇଜର ଏହି ଭରସାକୁ ରଶିଦ ବଜାୟ ରଖିବାରେ ବିଫଳ ହୋଇଛନ୍ତି। ସେ ଚଳିତ ସିଜନରେ ୭ ମ୍ୟାଚ୍‌ ଖେଳି ୨୬ ଓଭର ବୋଲିଂ କରିଥିବାବେଳେ ମାତ୍ର ୪ଟି ୱିକେଟ୍‌ ନେଇଛନ୍ତି। ୬୩ ରନ ବ୍ୟୟରେ ତାଙ୍କୁ ଗୋଟିଏ ୱିକେଟ୍‌ ମିଳିଛି। ସେହିଭଳି ବ୍ୟାଟିଂରେ ସେ ୩ ଇନିଂସରେ ଖେଳିବାର ସୁଯୋଗ ପାଇ ମାତ୍ର ୨୨ ରନ କରିଛନ୍ତି।
ଇଶାନ କିଶାନ (ହାଇଦରାବାଦ୍‌)
ଦାମ୍‌ ୧୧.୨୫ କୋଟି – ରନ ୧୩୮
ପ୍ରଥମ ମ୍ୟାଚରେ ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଅପରାଜିତ ୧୦୬ ରନର ଶତକୀୟ ପାଳିକୁ ଛାଡ଼ିଦେଲେ ସନରାଇଜର୍ସ ହାଇଦରାବାଦ୍‌ର ଇଶାନ କିଶାନଙ୍କ ବ୍ୟାଟର୍‌ କମାଲ ଆଉ ଦେଖିବାକୁ ମିଳିନାହିଁ। ଏହାପରେ ସେ ଆଉ ୬ଟି ଇନିଂସରୁ ମାତ୍ର ୩୨ ରନ କରିଛନ୍ତି। ଅର୍ଥାତ୍‌ ମୋଟ୍‌ ୭ ମ୍ୟାଚରୁ ୧୩୮ ରନ କରିଛନ୍ତି। ଫଳରେ ହାଇଦରାବାଦ୍‌ ଫ୍ରାଞ୍ଚାଇଜ ତାଙ୍କୁ କ୍ରୟ କରିଥିବା ୧୧.୨୫ କୋଟି ଟଙ୍କାର ମୂଲ୍ୟ ସେ ସାବ୍ୟସ୍ତ କରିବାରେ ଫେଲ୍‌ ହୋଇଛନ୍ତି।
ସମ୍ମାନଜନକ ଲୌରିୟସ ପୁରସ୍କାର ଦୌଡ଼ରେ ଭାରତୀୟ ୱିକେଟ୍‌କିପର ଋଷଭ ପନ୍ତ
ଲଣ୍ଡନ : ଭାରତୀୟ କ୍ରିକେଟ୍‌ ଦଳର ଅଭିଜ୍ଞ ୱିକେଟ୍‌କିପର ଋଷଭ ପନ୍ତ ବିଶ୍ୱର ସବୁଠୁ ସମ୍ମାନଜନକ କ୍ରୀଡ଼ା ପୁରସ୍କାର ‘ଲୌରିୟସ ପୁରସ୍କାର’ ଦୌଡ଼ରେ ସାମିଲ ହୋଇଛନ୍ତି। ଲୌରିୟସ ବିଶ୍ୱ କ୍ରୀଡ଼ା ପୁରସ୍କାର ୨୦୨୫ ଲାଗି ପନ୍ତଙ୍କୁ ‘କମ୍‌ବ୍ୟାକ୍‌ ଅଫ୍‌ ଦି ଇୟର’ ବର୍ଗରେ ମନୋନୀତ କରାଯାଇଛି।
ଗତ ବର୍ଷ କ୍ରୀଡ଼ା ଜଗତକୁ ସଫଳତାର ସହ ପ୍ରତ୍ୟାବର୍ତ୍ତନ କରିଥିବା କ୍ରୀଡ଼ାବିତ୍‌ଙ୍କୁ ଲୌରିୟସ ପକ୍ଷରୁ ଏହି ପୁରସ୍କାର ପ୍ରଦାନ କରାଯାଇଥାଏ। ଏହି ପୁରସ୍କାର ଦୌଡ଼ରେ ରହିଥିବା ବିଶ୍ୱର ଅନ୍ୟ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ବ୍ରାଜିଲର ଜିମ୍ନାଷ୍ଟିକ୍‌ ଖେଳାଳି ରେବେକା ଆନ୍ଦ୍ରାଡି, ଆମେରିକା ସନ୍ତରଣକାରୀ କାଇଲେବ ଡ୍ରେସେଲ, ସୁଇଜରଲାଣ୍ଡର ସ୍କି ଖେଳାଳି ଲାରା ଗୁଟ୍‌, ସ୍ପେନର ମୋଟର ସାଇକ୍ଲିଷ୍ଟ ମାର୍କ ମାର୍କ୍ୟୁଏଜ ଓ ଅଷ୍ଟ୍ରେଲିଆର ସନ୍ତରଣକାରୀ ଆରିଆନେ ତିତମସ୍‌। ଚଳିତ ବର୍ଷ ଲୌରିୟସ କ୍ରୀଡ଼ା ପୁରସ୍କାର ୨୫ ବର୍ଷରେ ପଦାର୍ପଣ କରିବାକୁ ଯାଉଛି। ଏପ୍ରିଲ ୨୧ରେ ମାଦ୍ରିଦରେ ଏକ ସମାରୋହରେ ବିଜେତାଙ୍କୁ ପୁରସ୍କାର ପ୍ରଦାନ କରାଯିବ।
ଏଠାରେ ଉଲ୍ଲେଖଯୋଗ୍ୟ, ୨୦୨୨ ଡିସେମ୍ବର ୩୦ରେ ପନ୍ତ କାର୍‌ ଚଳାଇ ଦିଲ୍ଲୀରୁ ରୁର୍‌କୀସ୍ଥିତ ଘରକୁ ଯାଉଥିବାବେଳେ ଏକ ବଡ଼ ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ଏଥିରେ ସେ ଡାହାଣ ଗୋଡ଼ରେ ଗୁରୁତର ଆଘାତ ପାଇଥିଲେ। ବିଭିନ୍ନ ପର୍ଯ୍ୟାୟରେ ଅସ୍ତ୍ରୋପଚାର ପରେ ସେ ୧୫ ମାସ ପରେ ସୁସ୍ଥ ହୋଇ ୨୦୨୪ରେ କ୍ରିକେଟ୍‌ ପଡ଼ିଆକୁ ପ୍ରତ୍ୟାବର୍ତ୍ତନ କରିଥିଲେ। ସେହି ବର୍ଷ ଭାରତ ଟି-୨୦ ବିଶ୍ୱକପ୍‌ ଚାମ୍ପିଅନ ହୋଇଥିବାବେଳେ ପନ୍ତ ସଦସ୍ୟ ରହିଥିଲେ।
ଧିରେ ଧିରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର୍‌ ରିଷଭ୍ ପନ୍ତ
ନୂଆଦିଲ୍ଲୀ: ଧୀରେ ଧୀରେ ସୁସ୍ଥ ହେଉଛନ୍ତି ଭାରତୀୟ କ୍ରିକେଟର ରିଷଭ ପନ୍ତ। ଏବେ ରିଷଭଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ରିଷଭ ଚାଲୁଥିବାର ଦେଖାଯାଉଛି । ରିଷଭ ଏହି ଫଟୋକୁ ନିଜେ ଟ୍ବିଟ କରିଛନ୍ତି । ଫଟୋରେ ରିଷଭ ଆଶା ବାଡ଼ି ଧରି ଚାଲୁଥିବାର ଦେଖାଯାଇଛି । ରିଭଷ ଫଟୋ ପୋଷ୍ଟ କରି କ୍ୟାପସନରେ ଲେଖିଛନ୍ତି ଯେ, ୱାନ ଷ୍ଟେପ ଫରୱାର୍ଡ- ୱାନ ଷ୍ଟେପ ଷ୍ଟ୍ରଙ୍ଗର- ୱାନ ଷ୍ଟେପ ବେଟର । ସେ ସେୟାର କରିଥିବା ପୋଷ୍ଟରେ ଦେଖିବାକୁ ମିଳିଛି ଯେ,  ରିଷଭ ଆଶା ବାଡ଼ି ଧରି ଧୀରେ ଧୀରେ ଚାଲୁଛନ୍ତି । ତାଙ୍କ ଡାହାଣ ପାଦ ଫୁଲି ଥିବାର ମଧ୍ୟ ଫଟୋରେ ଦେଖାଯାଉଛି । ଏହି ଫଟୋ ଦେଖି ଲାଗୁଛି ଆଉ ଅଳ୍ପ ଦିନରେ ରିଷଭ ସୁସ୍ଥ ହୋଇଯିବେ ।
ସୂଚନା ଅନୁଯାୟୀ, ଗତ ଡିସେମ୍ବରରେ ରିଷଭଙ୍କ ଗାଡ଼ି ଭୟଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଗାଡ଼ିକୁ ସେ ନିଜେ ଚଳାଉଥିଲେ । ଦିଲ୍ଲୀରୁ ଉତ୍ତରାଖଣ୍ଡ ଯାଉଥିଲାବେଳେ ତାଙ୍କ କାର୍ ଡିଭାଇଡରରେ ପିଟି ହୋଇଯାଇଥିଲା । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, କାର୍ଟି ସଂପୂର୍ଣ୍ଣ ଜଳିଯାଇଥିଲା । ତାଙ୍କ ମୁଣ୍ଡ ଏବଂ ଗୋଡରେ ଗଭୀର ଆଘାତ ଲାଗିଥିଲା । ସେବେଠୁ ସେ ଚିକିତ୍ସାଧୀନ ଅଛନ୍ତି ।
ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କଲେ ଭାରତୀୟ ଖେଳାଳି
ମଧ୍ୟପ୍ରଦେଶ: ଦୁର୍ଘଟଣାରେ ଆହତ ହୋଇଥିବା କ୍ରିକେଟର ଋଷଭ ପନ୍ତଙ୍କ ଆଶୁ ଆରୋଗ୍ୟ କାମନା କରି ଉଜ୍ଜୟୀନର ପ୍ରସିଦ୍ଧ ମହାକାଳେଶ୍ୱର ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ଭାରତୀୟ ଖେଳାଳି ଓ ଅନ୍ୟ ସଦସ୍ୟ। ମହାକାଳ ମନ୍ଦିରରେ ପୂଜାପାଠ, ପଞ୍ଚାମୃତ ଅଭିଷେକ କରିଥିଲେ ସୂର୍ଯ୍ୟକୁମାର ଯାଦବ, ୱାସିଂଟନ ସୁନ୍ଦର ଓ କୁଳଦୀପ ଯାଦବ । ଦେହରେ ଗେରୁଆ ବସ୍ତ୍ର ଓ ଧୋତି, ମୁଣ୍ଡରେ ଟିକା ଲଗାଇ ଭୋଳାବାବାଙ୍କ ଭକ୍ତିରେ ବିଲୀନ ହୋଇଯାଇଥିଲେ ଏହି ୩ ଖେଳାଳି । ସାଧାରଣ ଲୋକଙ୍କ ଭଳି ଶ୍ରଦ୍ଧାଳୁଙ୍କ ସହ ବସି ମହାକାଳ ମନ୍ଦିରରେ ମହାକାଳଙ୍କ ଭସ୍ମ ଆଳତି ଦେଖିଥିଲେ । ଟିମରେ ଥିବା ସର୍ପୋଟଷ୍ଟାଫ ଓ ଅମ୍ପାୟାରମାନେ ମଧ୍ୟ ମନ୍ଦିରରେ ବିଭିନ୍ନ ନୀତିକାନ୍ତି କରିଥିବା ବେଳର ଫଟୋ ସାମ୍ନାକୁ ଆସିଛି।
ମହାକାଳ ମନ୍ଦିରରେ ପୂଜାର୍ଚ୍ଚନା କରିବା ପରେ ସୂର୍ଯ୍ୟକୁମାର କହିଛନ୍ତି, ଭସ୍ମ ଆଳତି ଦେଖି ମନକୁ ଶାନ୍ତି ମିଳିଛି । ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଆଳତି ଦେଖିଲୁ । ଶେଷରେ ମହାକାଳଙ୍କ ପୂଜା କରିବା ସହ ଭାଇ ଋଷଭଙ୍କ ପାଇଁ ପ୍ରାର୍ଥନା କରିଥିଲୁ । ଋଷଭ କିଭଳି ଶୀଘ୍ର ସୁସ୍ଥ ହୋଇ ଯାଆନ୍ତୁ ସେନେଇ ପୂଜା କରିଥିଲୁ । ଋଷଭ ଯେତେ ଶୀଘ୍ର ସୁସ୍ଥ ହୋଇ ଟିମକୁ ଫେରିବେ ତାହା ଆମ ପାଇଁ ସେତେ ଲାଭଦାୟକ ହେବ ।
ସୂଚନାଯୋଗ୍ୟ, ଗତ ୩୦ ଡିସେମ୍ବରରେ ରାତିରେ ଫେରୁଥିବା ବେଳେ ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣାଗସ୍ତ ହୋଇଥିଲା । ଆଉ ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିଲେ ଋଷଭ । ପରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏବେ ପନ୍ତ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଡେରାଡୁନ୍‌ରୁ ମୁମ୍ବାଇକୁ ଏୟାରଲିଫ୍ଟ ହେବେ ଋଷଭ ପନ୍ତ, ଡିଡିସିଏ ମୁଖ୍ୟ ନେଲେ ବଡ଼ ନିଷ୍ପତ୍ତି
ନୂଆଦିଲ୍ଲୀ : ଭାରତର ଷ୍ଟାର କ୍ରିକେଟର ଋଷଭ ପନ୍ତ ଦୁର୍ଘଟଣା ପରେ ଡେରାଡୁନରେ ଚିକିତ୍ସିତ ହେଉଥିବା  ବେଳେ ଖୁବଶୀଘ୍ର ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯିବ । ଆଜି ହିଁ ପନ୍ତଙ୍କୁ ମୁମ୍ବାଇକୁ ଏୟାରଲିଫ୍ଟ କରାଯିବ ବୋଲି ସୂଚନା ମିଳିଛି।ଗତ ଡିସେମ୍ବର ୩୦ରେ ଋଷଭ ପନ୍ତ ନିଜ ଘରକୁ ଫେରୁଥିବା ବେଳେ ରାସ୍ତାରେ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କାରଟି ଡିଭାଇଡରରେ ପିଟି ହେବା ସହ ସମ୍ପୂର୍ଣ୍ଣ ଜଳି ଯାଇଥିଲା ।
ତେବେ କାଚ ଭାଙ୍ଗି କାର ବାହାରକୁ ଆସିବା ସହ ନିଜ ଜୀବନ ବଞ୍ଚାଇବାରେ ସକ୍ଷମ ହୋଇଥିଲେ ଋଷଭ । ତେବେ ତୁରନ୍ତ ଗୁରୁତର ଋଷଭଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଋଷଭଙ୍କ ସ୍ୱାସ୍ଥ୍ୟବସ୍ଥାରେ ଏବେ ଉନ୍ନତି ପରିଲିକ୍ଷିତ ହେଉଥିଲେ ମଧ୍ୟ ଅଧିକ ଉନ୍ନତ ଚିକିତ୍ସା ପାଇଁ ତାଙ୍କୁ ମୁମ୍ବାଇର ଏକ ଘରୋଇ ହସ୍ପିଟାଲକୁ ନିଆଯିବ। ଏନେଇ ଦିଲ୍ଲୀ କ୍ରିକେଟ୍ ଆସୋସିଏସନ୍ (ଡିଡିସିଏ) ନିଷ୍ପତ୍ତି ନେଇଛି।  ଡିଡିସିଏ ନିର୍ଦ୍ଦେଶକ ଶ୍ୟାମ ଶର୍ମା କହିଛନ୍ତି କ୍ରିକେଟର ଋଷଭ ପନ୍ତଙ୍କୁ ଅଧିକ ଚିକିତ୍ସା ପାଇଁ ଆଜି ମୁମ୍ବାଇ ସ୍ଥାନାନ୍ତର କରାଯିବ।
ଅନ୍ୟପଟେ ଋଷଭ ପନ୍ତଙ୍କ ଆହତ ନେଇ ବିସିସିଆଇ ଦେଇଥିବା ସୂଚନା ଅନୁସାରେ ତାଙ୍କ ଡାହାଣ ଆଣ୍ଠୁରେ ଲିଗାମେଣ୍ଟରେ ଆହତ ଲାଗିଛି। ଏଥି ସହିତ ଡାହାଣ ହାତଗୋଡ, ଗୋଡ, ଆଙ୍ଗୁଠିରେ ମଧ୍ୟ ଆଘାତ ଲାଗିଛି, ଅନ୍ୟପଟେ ତାଙ୍କ ପିଠିରେ ଘା ହୋଇଯାଇଛି। ପନ୍ତଙ୍କ ଅବସ୍ଥା ବର୍ତ୍ତମାନ ବିପଦରୁ ବାହାରିଛି, କିନ୍ତୁ ବର୍ତ୍ତମାନ ବିସିସିଆଇ ଏବଂ ଡିଡିସିଏ ତାଙ୍କୁ ଭଲ ଚିକିତ୍ସା କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଗାମୀ ODI ବିଶ୍ୱକପକୁ ଦୃଷ୍ଟିରେ ରଖି ବିସିସିଆଇ ଯଥାଶୀଘ୍ର ପ୍ୟାଣ୍ଟ ଫିଟ୍ ଦେଖିବାକୁ ଚାହୁଁଛି ବୋଲି କଳ୍ପନାଜଳ୍ପନା ଚାଲିଛି।
ପନ୍ତଙ୍କ ଏମଆରଆଇ ସ୍କାନ ରିପୋର୍ଟରେ କୌଣସି ଅସୁବିଧା ନଥିଲା। ଦୁର୍ଘଟଣା ପରେ ବିସିସିଆଇ ପନ୍ତଙ୍କ ସହ ନିରନ୍ତର ସମ୍ପର୍କରେ ରହିବାକୁ ଏବଂ ତାଙ୍କ ଅବସ୍ଥା ଉପରେ ନଜର ରଖିବାକୁ DDCA କୁ ନିର୍ଦ୍ଦେଶ ଦେଇଛି। ଡିଡିସିଏ ମୁଖ୍ୟ ଶ୍ୟାମ ଶର୍ମା ନିଜେ ପନ୍ତଙ୍କୁ ଭେଟିବାକୁ ଆସିଥିଲେ। ଏବେ ତାଙ୍କୁ ମୁମ୍ବାଇର ଘରୋଇ ହସ୍ପିଟାଲରେ ଚିକିିତ୍ସା କରାଯାଇ ଶିଘ୍ର ସୁସ୍ଥ କରାଯିବ। ଡାକ୍ତରଙ୍କ ସୁଚନା ଅନୁସାରେ ପନ୍ତଙ୍କ ସମ୍ପୂର୍ଣ୍ଣ ସୁସ୍ଥ ହେବାକୁ ଚାରିରୁ ଛଅ ମାସ ସମୟ ଲାଗିପାରେ।
ଟି-୨୦ ବିଶ୍ୱକପ: ପାକିସ୍ତାନ ପାଇଁ ଘାତକ ସାଜିବେ ରାହୁଲ ଓ ରିଷଭ ପନ୍ତ- ହେଡେନ୍
ନୂଆଦିଲ୍ଲୀ: ଆସନ୍ତା ୨୪ ଅର୍ଥାତ ରବିବାର ଟି-୨୦ ବିଶ୍ୱକପରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ।  ତେବେ ମ୍ୟାଚକୁ  ପୂର୍ବରୁ ଅଷ୍ଟ୍ରେଲିଆର ପୂର୍ବତନ ଓପନର୍ ତଥା ବର୍ତ୍ତମାନର ପାକିସ୍ତାନ ବ୍ୟାଟିଂ ପ୍ରଶିକ୍ଷକ ମାଥ୍ୟୁ ହେଡେନ ଏକ ବଡ ବୟାନ ଦେଇଛନ୍ତି । ବିଶ୍ୱକପରେ କୋହଲି କିମ୍ବା ରୋହିତ ନୁହେଁ ବରଂ ପାକିସ୍ତାନ ପାଇଁ ରାହୁଲ ଓ ପନ୍ତ ଘାତକ ସାବ୍ୟସ୍ତ ହୋଇପାରନ୍ତି ।
ଗତ କିଛି ବର୍ଷ ହେବ ସେ ଭାରତୀୟ କ୍ରିକେଟରଙ୍କ ଉପରେ ନଜର ରଖିଛନ୍ତି ବୋଲି ହେଡେନ୍ କହିଛନ୍ତି।  ବିଶ୍ୱକପରେ ରାହୁଲ ଓ ରିଷଭ ବେଶ ଭଲ ପ୍ରଦର୍ଶନ କରିପାରନ୍ତି । ପାକିସ୍ତାନ ପାଇଁ ରାହୁଲ ବଡ ସଙ୍କଟ ଭାବେ ଉଭା ହୋଇପାରନ୍ତି । ଟି-୨୦ ଫର୍ମାଟରେ ରାହୁଲଙ୍କ ଧୂଆଁଧାର ବ୍ୟାଟିଂ ଓ ରିଷଭ ପନ୍ତ ମଧ୍ୟ ଯେକୌଣସି ବୋଲରଙ୍କ ଆକ୍ରମଣ କରି ମନୋବଳ ଭାଙ୍ଗି ପାରନ୍ତି ବୋଲି ହେଡେନ୍ କହିଛନ୍ତି।
ଭାରତ-ପାକିସ୍ତାନ ମ୍ୟାଚରେ ନେତୃତ୍ୱ ନେବାର ଦକ୍ଷତା ବେଶ ତ୍ତଗୁରୁତ୍ୱପୂର୍ଣ୍ଣ । କାରଣ ୟୁଏଇରେ ଭୁଲ କୌଣସି ପରିସ୍ଥିତିରେ ଗ୍ରହଣୀୟ ନୁହେଁ । ଅଧିନାୟକ ଓ ବ୍ୟାଟସମ୍ୟାନ ଭାବେ ପାକିସ୍ତାନର ବାବର ଆଜମଙ୍କ ଉପରେ ଚାପ ରହିବ । କାରଣ ଟିମ୍ ଇଣ୍ଡିଆ ବାବରଙ୍କୁ ନେଇ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିପାରେ ।  ହେଡେନ କହିଛନ୍ତି ଯେ ପାକିସ୍ତାନରେ କିଛି ଅଦ୍ଭୁତ ଖେଳାଳୀ ଅଛନ୍ତି ଯାହା ନିର୍ଦ୍ଦିଷ୍ଟ ଦିନରେ ପ୍ରଦର୍ଶନ କରିବେ। ସେ ପାକିସ୍ତାନର ବାବର, ରିଜୱାନ ଏବଂ ଫଖର ଜମାନଙ୍କୁ ପାକିସ୍ତାନର ପ୍ରମୁଖ ଖେଳାଳି ବୋଲି କହିଛନ୍ତି।
ଇଂଲଣ୍ଡ ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଝଟକା, କରୋନା ସଂକ୍ରମିତ ହେଲେ ରିଷଭ ପନ୍ଥ
ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷରେ ଭାରତ ୫ ଟିକିଆ ଟେଷ୍ଟ ସିରିଜ ଖେଳିବ ।  ଏହି ସିରିଜ ପୂର୍ବରୁ ଟିମ୍ ଇଣ୍ଡିଆକୁ ଲଗିଛି ଝଟକା । କରୋନା ସଂକ୍ରମିତ ହୋଇଛନ୍ତି ଓ୍ୱିକେଟ କିପର ବ୍ୟାଟ୍ସମ୍ୟାନ୍ ରିଷଭ ପନ୍ଥ । ଏହା ପୂର୍ବରୁ ଦୁଇ ଜଣ ଖେଳାଳି କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ମିଳିଥିଲା । ସେମାନଙ୍କ ଭିତରେ ଜଣେ ସୁସ୍ଥ ହୋଇଥିବା ବେଳେ ଅନ୍ୟ ସଂକ୍ରମିତଙ୍କର ୧୮ ତାରିଖରେ ପୁଣି ଥରେ ଟେଷ୍ଟ କରାଯିବ ବୋଲି ଜଣାପଡ଼ିଥିଲା ।
ମିଳିଥିବା ସୂଚନା ଅନୁସାରେ ଏବେ ଆଇସୋଲେସନରେ ଥିବା କ୍ରିକେଟର ହେଉଛନ୍ତି ରିଷଭ ପନ୍ଥ । ତେଣୁ ସେ ଟିମ୍ ଇଣ୍ଡିଆ ସହ ଦରହାମ୍ ଯାଉ ନାହାନ୍ତି । ତାଙ୍କର କୋଭିଡ୍ ରିପୋର୍ଟ ନେଗେଟିଭ୍ ଆସିବା ପରେ ସେ ଟିମରେ ଯୋଗ ଦେବେ ।
ଅଗଷ୍ଟ ପ୍ରଥମ ସପ୍ତାହରୁ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ ଆରମ୍ଭ କରିବ ଟିମ୍ ଇଣ୍ଡିଆ । ତାପୂର୍ବରୁ ଆସନ୍ତା ୨୦ ତାରିଖରୁ ତିନି ଦିନିଆ ପ୍ରାକ୍ଟିସ ମ୍ୟାଚ୍ ଖେଳାଯିବ । ଏହି ଟିମରେ ରିଷଭ ପନ୍ଥ ରହିବେ ନାହିଁ ।