Sabai handloom - The Sakala

ହାତମୁଠା ଟାଣ କରିଛି ସବାଇ ହସ୍ତତନ୍ତ
ଭୁବନେଶ୍ୱର : ମିଶନ ଶକ୍ତି ମାଧ୍ୟମରେ ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ କରାଯାଉଛି ସ୍ବାବଲମ୍ବୀ ଓ ରୋଜଗାରକ୍ଷମ। ସହରାଞ୍ଚଳଠାରୁ ଆରମ୍ଭ କରି ଗ୍ରାମାଞ୍ଚଳ ମହିଳାଙ୍କୁ ମୁଖ୍ୟସ୍ରୋତରେ ସାମିଲ କରିବା ପାଇଁ ବିଭାଗ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ମା’ମାନଙ୍କ ହାତରେ ଏବେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ନ୍ୟସ୍ତ କରାଯାଇଛି। କୃଷିକ୍ଷେତ୍ର, ହୋଟେଲ, ଆହାର କେନ୍ଦ୍ର ଆଦି ଭଳି କ୍ଷେତ୍ରରେ ଦାୟିତ୍ବ ତୁଲାଉଥିବାବେଳେ ଅଣକୃଷିକ୍ଷେତ୍ରରେ ଏସଙ୍କ  ଅଣକୃଷିକ୍ଷେତ୍ରରେ ବି ଏସ୍ଏଚ୍‌ଜିଙ୍ ପାରଦର୍ଶିତା ରହିଛି। ମହିଳା ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ରୋଜଗାର ଦେଇଛି ସବାଇ ଘାସ । କେବଳ ରୋଜଗାର ଦେଇନି ! ସେମାନଙ୍କ ଦ୍ଵାରା ସବାଇ ଘାସରୁ ପ୍ରସ୍ତୁତ ସାମଗ୍ରୀ ଏବେ ବିଦେଶରେ ମଧ୍ୟ ଆଦୃତି ଲାଭ କରିଛି।

ସବାଇ ଘାସରେ ତିଆରି ହେଉଛି ବିଭିନ୍ନ ଡିଜାଇନ୍‌ର ସାମଗ୍ରୀ। ଘାସରେ ପ୍ରସ୍ତୁତ ସୁନ୍ଦର ହସ୍ତକଳା ଓ ବିଭିନ୍ନ ଘରକରଣା ଜିନିଷର ଚାହିଦା ରହିଛି। ଫୁଲ ଚାଙ୍ଗୁଡି, ପାଛିଆ, ବ୍ୟାଗ୍ ସହିତ ବିଭିନ୍ନ ଉପକରଣ ରାଜ୍ୟ ତଥା ରାଜ୍ୟ ବାହାରେ ଆଦୃତି ଲାଭ କରିଛି। ଏବେ ସୁଦ୍ଧା ୨୦ଟି ମହିଳା ଉତ୍ପାଦକ ଗ୍ରୁପ୍‌ର ମହିଳା ସଦସ୍ୟମାନେ ସବାଇ ଘାସରୁ ବିଭିନ୍ନ ହସ୍ତକଳା ସାମଗ୍ରୀ ପ୍ରସ୍ତୁତ କରୁଛନ୍ତି। ଏହି ଉତ୍ପାଦକ ଗ୍ରୁପ୍ ଅଧୀନରେ ପ୍ରାୟ ୧ହଜାର୧୭୪ରୁ ଉର୍ଧ ସଦସ୍ୟମାନେ ସାମିଲ ହୋଇ ‘ସବାଇ କ୍ରାଫ୍ଟ’ ସବୁକୁ ଅତି ନିଖୁଣଭାବେ ବୁଣୁଛନ୍ତି। ଗୋଷ୍ଠୀର ସଦସ୍ୟମାନଙ୍କ ଦ୍ବାରା ପ୍ରସ୍ତୁତ ପ୍ରାୟ ୧୫୦ କିସମର ସାମଗ୍ରୀ ସବୁକୁ ଓର୍‌ମାସ ପକ୍ଷରୁ ଉଭୟ ଅନ୍‌ଲାଇନ୍‌ ଏବଂ ଅଫ୍‌ଲାଇନ୍‌ ମାଧ୍ୟମରେ ବିକ୍ରିବଟାର ବ୍ୟବସ୍ଥା କରାଯାଇଛି।

ବିଭିନ୍ନ ମେଳା ମହୋତ୍ସବ ଓ ପ୍ରଦର୍ଶନୀ ସାଙ୍ଗକୁ ‘ମୟୂର ଶିଳ୍ପୀ ଆଉଟ୍‌ଲେଟ୍‌ ମାଧ୍ୟମରେ ଉତ୍ପାଦ ସାମଗ୍ରୀ ସବୁର ମାର୍କେଟିଂ କରାଯାଉଛି। ଏହାସହିତ ଇ-କମର୍ସ ପ୍ଲାଟଫର୍ମରେ ଫ୍ଲିପ୍‌କାର୍ଟ ଫାବ୍‌ ଇଣ୍ଡିଆ ଓ କ୍ରାଫ୍ଟ ଭିଲ୍ଲାରେ ଏସ୍ଏଚ୍‌ଜିଙ୍କ ଦ୍ୱାରା ଉତ୍ପାଦିତ ସାମଗ୍ରୀକୁ ବିକ୍ରି କରାଯାଉଛି। ଏହାବ୍ୟତିତ ଏସ୍ଏଚ୍‌ଜିର ସଦସ୍ୟମାନଙ୍କ ଦ୍ବାରା ଭୁବନେଶ୍ବର, ବାଲେଶ୍ବର ଏବଂ ବାରିପଦାର ଅନେକ ସ୍ଥାନରେ ଆଉଟଲେଟ କରାଯାଇ ବିକ୍ରିବଟା କରାଯାଉଛି। ୬ମାସ ହେବ ଆମେରିକା ଓ ୟୁରୋପକୁ ‘ସବାଇ କ୍ରାଫ୍’ର ରପ୍ତାନୀ କରାଯାଉଛି। ନିଜ ଗାଁରେ ସବାଇ ଘାସ ଚାଷ କରି ସେସବୁକୁ ଆଣି ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ବର୍ତ୍ତମାନ ସୁଦ୍ଧା ଏସ୍ଏଚ୍‌ଜିଙ୍କ ଦ୍ବାରା ପ୍ରସ୍ତୁତ ୨୨ଟି ‘ସବାଇ କ୍ରାଫ୍ଟ’ର ରପ୍ତାନୀ କରାଯାଇଛି।

ଏହାସହିତ ଡେରାଡୁନ୍ ରାଞ୍ଚି ହାଇଦ୍ରାବାଦ୍ ଆଦି ସ୍ଥାନକୁ ମଧ୍ୟ ରପ୍ତାନୀ ହେଉଛି। ଏଥପାଇଁ ବର୍ଷକୁ ୩କୋଟିରୁ ଉର୍ଦ୍ଧ୍ବ ଟଙ୍କାର ବ୍ୟବସାୟ ହେଉଛି। ମିଶନ ଶକ୍ତି ଓ ଓର୍‌ମାସ୍ ପକ୍ଷରୁ ମହିଳାମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ପ୍ରଶିକ୍ଷଣ ଓ ଭିତ୍ତିଭୂମି ପ୍ରଦାନ କରାଯାଉଛି। ଫଳରେ ମହିଳାମାନେ ଏବେ ମେସିନ୍ ଓ ହାତରେ ବିଭିନ୍ନ ସାମଗ୍ରୀ ତିଆରି କରି ରୋଜଗାରକ୍ଷମ ହୋଇପାରିଛନ୍ତି। ଏହାଦ୍ବାରା ମୟୁରଭଞ୍ଜର ମହିଳାମାନେ ସ୍ବାବଲମ୍ବୀ ହୋଇପାରିଛନ୍ତି ବୋଲି ଓର୍‌ମାସର ଡେପୁଟି ସିଇଓ ବିମଳ ମଲ୍ ସୂଚନା ଦେଇଛନ୍ତି। ଏଥରେ ଚେୟାର୍, ରାଖ୍, ସୋଫାସେଟ୍, ଫୁଲଝୁଡ଼ି, ଡଷ୍ଟବିନ୍, ମ୍ୟାଟ୍‌, ଆସନ, ହଟ୍‌କେସ୍, ସଫି ବ୍ୟାଗ୍, ବୋତଲ ବ୍ୟାଗ୍, ଟ୍ରେ ଆଦି ତିଆରି କରୁଛନ୍ତି। କେବଳ ସେତିକିରେ ସୀମିତ ନାହିଁ ସେମାନଙ୍କର ହସ୍ତକଳାକୃତି|

ଟ୍ରେଣ୍ଟ ଏବଂ ଫ୍ୟାସନ୍‌କୁ ନଜରରେ ରଖ୍ ନୂଆ ନୂଆ ସୁନ୍ଦର ସାମଗ୍ରୀ ତିଆରି କରୁଛନ୍ତି। ସିନ୍ଦୁର ଫରୁଆ, ପେନ୍ ଷ୍ଟାଣ୍ଡ, କାନଫୁଲ, ମୁଦି, ଫାଇଲ୍ କଭର୍, ଲ୍ୟାପ୍‌ଟପ୍ ବ୍ୟାଗ୍ ଆଦି ତିଆରି କରିଛନ୍ତି। ବିଶେଷ ଆକର୍ଷଣରେ ରହିଛି ସବାଇ ଗଦି ଏବଂ ସୋଫାସେଟ୍l ଏହାର ଦାମ୍ ୧୨ଶହ ଟଙ୍କାରୁ ଆରମ୍ଭ ହୋଇ ୨ହଜାର ଟଙ୍କା ପର୍ଯ୍ୟନ୍ତ ରହିଛି। ସେହିପରି ସବାଇ ଘାସରେ ତିଆରି କାନ ଫୁଲର ଦାମ୍ ୫୦ଟଙ୍କା ରହିଥିବାବେଳେ ହଟ୍‌କେସ୍‌ର ଦାମ୍ ୨୫୦ଟଙ୍କା ରହିଛି। ଏସମ୍ପର୍କରେ ବାରିପଦା ଗୁହାଳଡିହିର ଦୁର୍ଗାଦେବୀ ସ୍ଵୟଂ ସହାୟକ ଗୋଷ୍ଠୀର ସଭାପତି ଉଷାରାଣୀ ନାୟକ କୁହନ୍ତି, ୨୦୦୧ ମସିହାରୁ ମହିଳାଙ୍କ ଦ୍ଵାରା ସବାଇ ଘାସରେ ପ୍ରସ୍ତୁତ କରୁଛନ୍ତି ହସ୍ତକଳା ସାମଗ୍ରୀ। ଯାହାର ରାଜ୍ୟ ତଥା ବିଦେଶରେ ମଧ୍ୟ ବେଶ୍‌ ଚାହିଦା ରହିଛି।

ବିଭିନ୍ନ ପ୍ରଦର୍ଶନୀରେ ସବାଇ ଘାସରେ ପ୍ରସ୍ତୁତ ସାମଗ୍ରୀର ଷ୍ଟଲ୍‌ ପକାଇବା ସହ ଅନ୍‌ଲାଇନ୍‌ରେ ଓର୍‌ମାସ୍ ପକ୍ଷରୁ ବିକ୍ରିବଟାର ବ୍ୟବସ୍ଥା କରାଯାଉଛି। ମିଶନ ଶକ୍ତି ଅଧୀନରେ ଓର୍‌ମାସ୍ ପକ୍ଷରୁ ଏସ୍ଏଚ୍‌ଜି ସଦସ୍ୟମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଛି। ପ୍ରତ୍ୟେକ ଗୋଷ୍ଠୀର ସଦସ୍ୟା ମାସିକ ୫ହଜାରରୁ ୨୦ହଜାର ଟଙ୍କାର ବ୍ୟବସାୟ ହେଉଛି। ବର୍ଷକୁ ୬୦ରୁ ୮୦ଲକ୍ଷ ଟଙ୍କାର ବ୍ୟବସାୟ ହେଉଥିବା ସେ କହିଛନ୍ତି।