odisha-bandh - The Sakala
ଓଡ଼ିଶା ବନ୍ଦ; ହେଲ୍‌ପ ଲାଇନ ନଂ ଜାରି କଲା କମିଶନରେଟ୍ ପୁଲିସ
ଭୁବନେଶ୍ବର: ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ରାଜ୍ୟରେ ବନ୍ଦ ଆନ୍ଦୋଳନର ଡାକରା ଦେଇଛି। ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ଏ ନେଇ କମିଶନରେଟ୍‌ ପୁଲିସ ପକ୍ଷରୁ ହେଲ୍ପ ଲାଇନ ନଂ ଜାରି କରାାଇଛି। ଯାତ୍ରୀମାନେ ଅସୁବିଧାର ସମ୍ମୁଖୀନ ହେଲେ ଯୋଗାଯୋଗ କରିବାକୁ ପରାମର୍ଶ ଦିଆଯାଇଛି। ହେଲ୍ପ ଲାଇନ ନମ୍ବରଟି ହେଉଛି- ୦୬୭୪୨୫୪୩୫୪୧।
ସୂଚନା ଅନୁଯାୟୀ, ବାଲେଶ୍ବରର କଲେଜ ଛାତ୍ରୀ ଗତ ୧୨ ତାରିଖ ମଧ୍ୟାହ୍ନରେ ନିଜ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ। ଖୁବ୍ କମ୍ ସମୟ ମଧ୍ୟରେ ତାଙ୍କ ଦେହ ଭୟାନକ ଭାବେ ଜଳି ଯାଇଥିଲା। ପ୍ରଥମେ ତାଙ୍କୁ ବାଲେଶ୍ବର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଭୁବନେଶ୍ବର ଏମ୍‌ସକୁ ସ୍ଥାନାନ୍ତର କରାଯାଇଥିଲା। ଶରୀରର ୯୫ ପ୍ରତିଶତ ଅଂଶ ପୋଡ଼ି ଯାଇଥିବାବେଳେ ସ୍ବାସ୍ଥ୍ୟାବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିଲା। ତାଙ୍କୁ ସର୍ବୋତ୍ତମ ଚିକିତ୍ସା ଯୋଗାଇ ଦେବା ଲାଗି ଏମ୍‌ସରେ ଏକ ୧୦ ଜଣିଆ ବିଶେଷଜ୍ଞ ଡାକ୍ତରୀ ଟିମ୍ ଗଲା ୬୦ ଘଣ୍ଟା ଧରି ଦିନରାତି ଏକ କରି ଦେଇଥିଲେ। ଦିଲ୍ଲୀ ଏମ୍‌ସର ବିଶେଷଜ୍ଞ ଦଳ ସହିତ ବି ନିରନ୍ତର ଯୋଗାଯୋଗରେ ରହି ଚିକିତ୍ସା କରାଯାଉଥିଲା। ଶତ ଚେଷ୍ଟା ପରେ ମଧ୍ୟ ସେ ଆଖି ବୁଜିଥିଲେ। ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳରେ ଥିବା ତାଙ୍କ ଜନ୍ମମାଟିରେ ମଙ୍ଗଳବାର ପୂର୍ବାହ୍‌ଣରେ ଅନ୍ତିମ ସଂସ୍କାର କରାଯାଇଥିଲା।
ଭୁବନେଶ୍ବର ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ଆଜି ଓଡ଼ିଶା ବନ୍ଦ ଡାକରା ଦେଇଛି। ପୂର୍ବ ନିଷ୍ପତ୍ତି କ୍ରମେ କଂଗ୍ରେସ ତରଫରୁ ଡାକରା ଦିଆଯାଇଥିବା ଏହି ଆନ୍ଦୋଳନ ସକାଳ ୬ଟାରୁ ଆରମ୍ଭ ହୋଇଯାଇଛି। ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନ ସମୟରେ ଯାନବାହନ ଚଳାଚଳ ସଂପୂର୍ଣ୍ଣ ଭାବେ ବନ୍ଦ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି। ବାଲେଶ୍ବରସ୍ଥିତ ଫକୀର ମୋହନ ସ୍ବୟଂଶାସିତ ମହାବିଦ୍ୟାଳୟରେ ଗତ ୧୨ ତାରିଖ ଦିନ ଜଣେ ଆତ୍ମାହୁତି ଦେବା ଏବଂ ଭୁବନେଶ୍ବର ଏମ୍‌ସରେ ଚିକିତ୍ସାଧୀନ ଅବସ୍ଥାରେ ସୋମବାର-ମଙ୍ଗଳବାର ରାତିରେ ମୃତ୍ୟୁ ଘଟଣାକୁ କେନ୍ଦ୍ର କରି କଂଗ୍ରେସ ଏହି ଆନ୍ଦୋଳନକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି। କଂଗ୍ରେସ କର୍ମୀମାନେ ନ୍ୟାୟ ଦାବିରେ ଅଖ, ଚଖ ବନ୍ଦ ରଖିବାକୁ ଜୋରଦାର ଉଦ୍ୟମ ଜାରି ରଖିଛନ୍ତି।
ରାଜଧାନୀ ଭୁବନେଶ୍ବରର ପ୍ରମୁଖ ଛକରେ କଂଗ୍ରେସ ପକ୍ଷରୁ ଜୋରଦାର ପିକେଟିଂ କରାଯାଇଛି। ମଷ୍ଟର କ୍ୟାଣ୍ଟିନ ଛକ, ଜୟଦେବ ବିହାର ଛକ, ଆଚାର୍ଯ୍ୟ ବିହାର ଛକ ସମେତ ଅନ୍ୟ ପ୍ରମୁଖ ଛକରେ କଂଗ୍ରେସକର୍ମୀମାନେ ପିକେଟିଂ କରିବା ସହିତ ଟାୟାର ଜାଳି ରାସ୍ତା ରୋକ କରିଛନ୍ତି।
ଛାତ୍ରୀଙ୍କୁ ନ୍ୟାୟ ଦେବା ଦାବି କରି କଂଗ୍ରେସ ନେତୃତ୍ବରେ ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ସହିତ ଅନ୍ୟାନ୍ୟ ବିରୋଧୀ ଦଳଗୁଡ଼ିକ ସହିତ ଓଡ଼ିଶା ବନ୍ଦ ପାଳନ କରୁଛନ୍ତି। ନାରୀଙ୍କୁ ନ୍ୟାୟ ଦିଅ ନହେଲେ ଗାଦି ଛାଡ଼ ବୋଲି ବିରୋଧୀ ଦାବି କରିଛନ୍ତି।
ରାଜ୍ୟ ସରକାରଙ୍କ ବିରୋଧରେ ସିପିଆଇ(ଏମ୍ଏଲ୍) ଲିବରେସନ ଏବଂ ସିପିଆଇ(ଏମ୍)ର କର୍ମୀମାନେ ଭୁବନେଶ୍ୱରରେ ପ୍ରତିବାଦ କରିଛନ୍ତି। ସିପିଆଇ(ଏମ୍) ନେତା ସୁରେଶ ପାଣିଗ୍ରାହୀ କହିଛନ୍ତି, ଆଠଟି ରାଜନୈତିକ ଦଳ ଓଡ଼ିଶାର ଜନସାଧାରଣ ଏବଂ ଅନ୍ୟାନ୍ୟ ବାମ ଗଣତାନ୍ତ୍ରିକ ଶକ୍ତି, ପରିବହନ, ଶିକ୍ଷକ ସଂଗଠନଗୁଡ଼ିକୁ ଅନୁରୋଧ କରିଛନ୍ତି ଏବଂ ପ୍ରତିକ୍ରିୟା ବେଶ୍ ସଫଳ ରହିଛି। ଏହି ବନ୍ଦ କେବଳ ଆଠଟି ରାଜନୈତିକ ଦଳ ମଧ୍ୟରେ ସୀମିତ ନୁହେଁ। ଏହା ଓଡ଼ିଶାର ଏକ ଜନସାଧାରଣଙ୍କ ବନ୍ଦ ପାଲଟିଛି।
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାରେ ଆଜି ନବ ନିର୍ମାଣ କୃଷକ ସଙ୍ଗଠନର ଓଡ଼ିଶା ବନ୍ଦ ଡାକରା
ଭୁବନେଶ୍ୱର: ବିଜେବି ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ନ୍ୟାୟ ଦାବି କରି ଆଜି ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ଓ ଛାତ୍ର ସଙ୍ଗଠନ । ଆଜି ସକାଳ ୬ରୁ ସନ୍ଧ୍ୟା ୬ ଯାଏଁ ବନ୍ଦ ଡାକରା ଦେଇଛି ନବ ନିର୍ମାଣ ଯୁବ ଛାତ୍ର ନାମକ ସଂଗଠନ । ବନ୍ଦକୁ ଆଉ କିଛି ସଂଗଠନ ମଧ୍ୟ ସମର୍ଥନ କରିଛନ୍ତି। ଶାନ୍ତିପୂର୍ଣ୍ଣ ବନ୍ଦ ପାଇଁ ଆହ୍ବାନ ଦିଆଯାଇଛି । ରୁଚିକା ଓ ତାଙ୍କ ପରିବାରକୁ ନ୍ୟାୟ ପାଇଁ ରାଜଧାନୀ ସମେତ ସାରା ରାଜ୍ୟରେ ରାଜରାସ୍ତାଠାରୁ ଆରମ୍ଭ କରି ପ୍ରତି କଲେଜ ସମୁଖରେ ପ୍ରତିବାଦ କରାଯିବ ବୋଲି ସଙ୍ଗଠନ କହିଛି ।
ବନ୍ଦ ଦୃଷ୍ଟିରୁ ରାଜ୍ୟ ସରକାର କଡ଼ା ସୁରକ୍ଷା ବ୍ୟବସ୍ଥା କରିଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜଧାନୀରେ କମିସନରେଟ୍‍ ପୁଲିସ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ରାଜଧାନୀର ବିଭିନ୍ନ ଛକରେ ୨୨ ପ୍ଲାଟୁନ୍‍ ପୁଲିସ ଫୋର୍ସ, ୧୦୦ ଅଫିସର ଏବଂ ୪ ଜଣ ଅତିରିକ୍ତ ଡିସିପି ମୁତୟନ କରାଯାଇଛି। ଡିସିପି ପ୍ରତୀକ ସିଂ ସୁରକ୍ଷା ବ୍ୟବସ୍ଥାର ମନିଟରିଂ କରିବେ। ବିଧାନସଭା ଚାଲୁଥିବାରୁ ଏହାର ଚାରିପଟେ ଏକାଧିକ ପୁଲିସ କର୍ମଚାରୀ ଏବଂ ଅଫିସରଙ୍କୁ ମୁତୟନ କରାଯିବ। ରାଜଧାନୀର ଏଜି ଛକ, ମାଷ୍ଟର୍‍କ୍ୟାଣ୍ଟିନ, ସହିଦନଗର, ରୁପାଲି ଛକ ଆଦି ଏକାଧିକ ଛକରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଏକାଧିକ ସରକାରୀ ଅନୁଷ୍ଠାନ, ଶିକ୍ଷାନୁଷ୍ଠାନ ଆଦି ସ୍ଥାନରେ ମଧ୍ୟ ପୁଲିସ ମୁତୟନ କରାଯିବ। ଏନେଇ ଡିସିପି ପ୍ରତୀକ ସିଂ କହିଛନ୍ତି ଯେ ରାଜଧାନୀରୁ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଯେଉଁମାନେ ଆଇନ୍‍କୁ ହାତକୁ ନେବେ ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେଣୁ ଶାନ୍ତିରେ ବନ୍ଦ ପାଳନ କରିବାକୁ ଡିସିପି କହିଛନ୍ତି।
ସେହିପରି ବନ୍ଦ ଡକରାକୁ ଦୃଷ୍ଟିରେ ରଖି ଗୃହ ବିଭାଗ ପକ୍ଷରୁ କଡ଼ା ବନ୍ଦୋବସ୍ତ କରାଯାଇଛି। ଲୋକସେବା ଭବନ, ଖାରବେଳ ନଗର, ରାଜୀବ ଭବନ ଓ ବିଭାଗୀୟ ମୁଖ୍ୟ ଦପ୍ତରରେ କାର୍ଯ୍ୟରତ କର୍ମଚାରୀମାନଙ୍କୁ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସରେ ପହଞ୍ଚିବାକୁ ନିର୍ଦ୍ଦେଶ ଦିଆଯାଇଛି। ରାଜ୍ୟ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସନ୍ତୋଷ ବାଲା ଆଜି ସମସ୍ତ ବିଭାଗର ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ଚିଠି ଲେଖି ଜଣାଇଛନ୍ତି।
ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା ଘଟଣାରେ ମଙ୍ଗଳବାର ନବନିର୍ମାଣ କୃଷକ ସଂଗଠନ ଓ ନବନିର୍ମାଣ ଯୁବ ଛାତ୍ର ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ଏହି ସମୟରେ ସେମାନେ ଗାଡ଼ିମୋଟର ଓ ଟ୍ରେନ୍‍ ଚଳାଚଳ, ବ୍ୟବସାୟିକ ପ୍ରତିଷ୍ଠାନକୁ ବନ୍ଦ କରିବା ସହ ଶିକ୍ଷାନୁଷ୍ଠାନ, ସରକାରୀ ଅଫିସ୍‍ ଓ ବ୍ୟାଙ୍କ ଆଦି ସମ୍ମୁଖରେ ପିକେଟିଂ କରିବାର ଆଶଙ୍କା ରହିଛି। ତେଣୁ ସମସ୍ତ କର୍ମଚାରୀ ସକାଳ ସାଢ଼େ ୯ଟା ସୁଦ୍ଧା ଅଫିସ୍‍ ପରିସରକୁ ପ୍ରବେଶ ପାଇଁ ପରାମର୍ଶ ଦିଆଯାଉଛି। ଲୋକସେବା ଭବନର ମୁଖ୍ୟ ଗେଟ୍‍ ସକାଳ ୧୦ଟା ୧୫ ମିନିଟ୍‍ରେ ବନ୍ଦ ହୋଇଯିବ ଓ ସମସ୍ତେ ପଛ ଗେଟ୍‍ ଦେଇ ଯାତାୟାତ କରିବେ। କର୍ତ୍ତୃପକ୍ଷଙ୍କ ବିନା ଅନୁମତିରେ କାର୍‍ ପାସ୍‍ ଥିବା ଗାଡ଼ି ମଧ୍ୟ ଲୋକସେବା ଭବନ ଭିତରକୁ ପ୍ରବେଶ କରିପାରିବ ନାହିଁ। ମଙ୍ଗଳବାର ଏସବୁ ସରକାରୀ କାର୍ଯ୍ୟାଳୟକୁ ସାଧାରଣ ଲୋକଙ୍କ ପ୍ରବେଶ ଉପରେ ମଧ୍ୟ କଟକଣା ଜାରି ହୋଇଛି। ଯଦି କୌଣସି ଜରୁରୀ କାର୍ଯ୍ୟ ଥାଏ ତେବେ ସମ୍ପୃକ୍ତ ବିଭାଗର ସୁପାରିସରେ ଗୃହ ବିଭାଗର ସ୍ୱତନ୍ତ୍ର ସଚିବ ସଙ୍ଗେ ସଙ୍ଗେ ପାସ୍‍ ଯୋଗାଇଦେବେ।
ଆସନ୍ତାକାଲି ବାମଦଳର ୬ ଘଣ୍ଟିଆ ଓଡିଶା ବନ୍ଦ ଡାକରା, କଂଗ୍ରେସର ସମର୍ଥନ
ଭୁବନେଶ୍ୱର: କରୋନା ମହାମାରୀ ଯୋଗୁଁ ସାଧାରଣ ଲୋକଙ୍କ ଜୀବନ ଓ ଜୀବିକା ସଙ୍କଟାପନ୍ନ ହୋଇପଡ଼ିଛି । ତାସାଙ୍ଗକୁ ଶହେ ଉପରେ ପେଟ୍ରୋଲ ଓ ଡିଜେଲ, ୯ ଶହ ମୁହାଁ ଗ୍ୟାସ୍ । ହୋଟେଲରୁ ହାଣ୍ଡିଶାଳ ମହଙ୍ଗା ମାଡ଼ରେ ସବୁ ଅସ୍ତବ୍ୟସ୍ତ ହୋଇ ପଡ଼ିଲେଣି । ଅହେତୁକ ଦରବୃଦ୍ଧିର ପ୍ରତିବାଦ କରି ଆସନ୍ତାକାଲି ଗୁରୁବାର ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି ବାମ ଦଳ ।
ଏଣୁ ଜନମାରଣ ନୀତି ବିରୁଦ୍ଧରେ ସିପିଆଇ, ସିପିଆଇ (ଏମ), ସିପିଆଇ(ଏମଏଲ) ଲିବରେସନ, ଫରୱାର୍ଡ ବ୍ଲକ ପ୍ରମୁଖ ୪ଟି ବାମ ଦଳ ଆସନ୍ତାକାଲି (ଜୁଲାଇ ୧୫) ତାରିଖ ଗୁରୁବାର ସକାଳ ୬ଟାରୁ ମଧ୍ୟାହ୍ନ ୧୨ଟା ପର୍ୟ୍ୟନ୍ତ ୬ ଘଣ୍ଟିଆ ‘ଓଡ଼ିଶା ବନ୍ଦ’ର ଡାକରା ଦେଇଛନ୍ତି । ଏହି ବନ୍ଦ ଡାକରାକୁ ଭାରତୀୟ ଜାତୀୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ କରିବ ବୋଲି ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଂଜନ ପଟ୍ଟନାୟକ ପ୍ରକାଶ କରିଛନ୍ତି ବୋଲି ପିସିସି ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ବିଜ୍ଞପ୍ତିରେ ଜଣାଇଛନ୍ତି ।
୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାକୁ ଦୃଷ୍ଟିରେ ରଖି ଲୋକସେବା ଭବନ, ଖାରବେଳ ଭବନରେ ସୁରକ୍ଷାକୁ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛି ଗୃହ ବିଭାଗ । ଲୋକସେବା ଭବନ, ଖାରବେଳ ଭବନ, ରାଜୀବ ଭବନରେ କାର୍ୟ୍ୟରତ କର୍ମଚାରୀ ସକାଳ ୯ଟା ୩୦ ସୁଦ୍ଧା ଅଫିସ୍ ପହଞ୍ଚିବାକୁ କୁହାଯାଇଛି । ଲୋକସେବା ଭବନର ମୁଖ୍ୟ ଫାଟକ ଦିନ ୧୦ଟା ୧୫ ସୁଦ୍ଧା ବନ୍ଦ କରି ଦିଆଯିବ ।