Bhubaneswar Rainfall - The Sakala

ଲଗାଣ ବର୍ଷାରେ ବେହାଲ ରାଜଧାନୀ: ଭୁବନେଶ୍ୱରର ଅନେକ ଅଞ୍ଚଳ ଜଳମଗ୍ନ, ଅସ୍ତବ୍ୟସ୍ତ ଜନଜୀବନ
ଭୁବନେଶ୍ୱର: ବର୍ଷାରେ ବୁଡ଼ିଲା ରାଜଧାନୀ ଭୁବନେଶ୍ୱର । ଗତକାଲି ରାତିରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁଁ ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଅବିଶ୍ରାନ୍ତ ବର୍ଷା କାରଣରୁ ଉଭୟ ସହରର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବା ବେଳେ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆଜି ସକାଳ ୫ଟା ସୁଦ୍ଧା କେବଳ ଭୁବନେଶ୍ୱରରେ ୯୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି।

ଗତ ୧୨ ଘଣ୍ଟା ମଧ୍ୟରେ ରାଜଧାନୀର ଏକାଧିକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି। ଜୋମାଟୋ ଏଡବ୍ଲ୍ୟୁଏସ୍ (Zomato AWS) ଷ୍ଟେସନର ତଥ୍ୟ ଅନୁଯାୟୀ, ଆଜି ସକାଳ ୭ଟା ସୁଦ୍ଧା ମଧୁସୂଦନ ନଗରରେ ସର୍ବାଧିକ ୧୦୭.୦ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ସେହିପରି ନୟାପଲ୍ଲୀରେ ୯୭.୨ ମିଲିମିଟର, ଜଗମୋହନ ନଗରରେ ୯୦.୪ ମିଲିମିଟର, ଲକ୍ଷ୍ମୀସାଗରରେ ୯୦.୦ ମିଲିମିଟର ଏବଂ ସହିଦ ନଗରରେ ୮୩.୨ ମିଲିମିଟର ବର୍ଷା ରେକର୍ଡ ହୋଇଛି। ଅନ୍ୟ ପ୍ରମୁଖ ଅଞ୍ଚଳ ଯଥା ଖଣ୍ଡଗିରିରେ ୭୩.୨ ମିଲିମିଟର, ଖାରବେଳ ନଗରରେ ୫୯.୪ ମିଲିମିଟର, ଚନ୍ଦ୍ରଶେଖରପୁରରେ ୫୦.୨ ମିଲିମିଟର ଏବଂ ପଟିଆରେ ୩୪.୬ ମିଲିମିଟର ବର୍ଷା ହୋଇଥିବା ଜଣାପଡ଼ିଛି।

ପ୍ରବଳ ବର୍ଷା କାରଣରୁ ରାଜଧାନୀର ତଳିଆ ଅଞ୍ଚଳରେ ପାଣି ଜମି ରହିଛି। ବିଶେଷ କରି ଶାନ୍ତିପଲ୍ଲୀ ବସ୍ତିରେ ବର୍ଷା ପାଣି ପଶିଯିବାରୁ ପ୍ରାୟ ୨୦ଟି ଘର ଜଳମଗ୍ନ ହୋଇଛି, ଯାହା ଫଳରେ ସ୍ଥାନୀୟ ବାସିନ୍ଦାମାନେ ହନ୍ତସନ୍ତ ହେଉଛନ୍ତି। ରାସ୍ତାଘାଟରେ ପାଣି ଜମି ରହିଥିବାରୁ ଯାତାୟାତ ବାଧାପ୍ରାପ୍ତ ହୋଇଛି ଏବଂ ସାଧାରଣ ଦୈନନ୍ଦିନ କାର୍ଯ୍ୟକଳାପ ଗମ୍ଭୀର ରୂପେ ପ୍ରଭାବିତ ହୋଇଛି।