Biju Mahila Janata Dal - The Sakala

ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ସୁପ୍ରିମୋ ନବୀନ ପଟ୍ଟନାୟକ
ଭୁବନେଶ୍ୱର: ଆଜି ଶଙ୍ଖ ଭବନଠାରେ ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାମାନଙ୍କୁ ଭେଟିଲେ ଦଳର ସଭାପତି ନବୀନ ପଟ୍ଟନାୟକ । ଏହି ଅବସରରେ ଉଦ୍‌ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ହେଉଛି ଓଡିଶାର କୋଟି କୋଟି ମା’ ମାନଙ୍କର ନିଜ ଦଳ । ଗତ ୨୭ ବର୍ଷର ଯାତ୍ରା ଭିତରେ ବିଜେଡି ମା’ ମାନଙ୍କର ସଶକ୍ତିକରଣ ଉପରେ ସବୁବେଳେ ପ୍ରାଥମିକତା ଦେଇ ଆସିଛି । ଶ୍ରୀ ପଟ୍ଟନାୟକ କହିଥିଲେ ମା’ ମାନଙ୍କ ସଶକ୍ତକରଣ ହିଁ ଓଡିଶାର ପ୍ରକୃତ ସଶକ୍ତିକରଣ । ବିଜୁ ମହିଳା ଜନତା ଦଳ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଏକ ଆଦର୍ଶ ସଶକ୍ତିକରଣ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରି ଗାଁ ଗାଁରେ ମା’ ମାନଙ୍କୁ ସଂରକ୍ଷିତ କରିବା ଓ ସେମାନଙ୍କ ଆର୍ଥିକ ବିକାଶ ଦିଗରେ ସବୁବେଳେ ମା’ ମାନଙ୍କ ସାଥିରେ ରହିଅଛି।

ମା’ ମାନଙ୍କ ରୋଜଗାର ବୃଦ୍ଧି ସହିତ ସେମାନଙ୍କ ଅଧିକାର ପାଇଁ ଲଢେଇ ଜାରୀ ରଖିବା ହେଉଛି ବିଜୁ ମହିଳା ଜନତା ଦଳର ଆଦର୍ଶ । ମା’ ମାନଙ୍କର ସଶକ୍ତିକରଣକୁ ଏକ ସାମାଜିକ ଆନ୍ଦୋଳନ ଭାବରେ ଗଢି ତୋଳିବାରେ ବିଜୁ ଜନତା ଦଳର ଭୂମିକା ଉଲ୍ଲେଖନୀୟ । ମହିଳା ମାନଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢେଇକୁ ଆହୁରି ଜୋରଦାର କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ତତ୍‌ ସହିତ ମିଥ୍ୟା ପ୍ରଚାରକୁ ପ୍ରତିରୋଧ କରି ମା’ ମାନଙ୍କୁ ବିକାଶ ମାର୍ଗରେ ନେବା ପାଇଁ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତାମାନଙ୍କୁ ପରାମର୍ଶ ଦେଇଥିଲେ । ବିଜୁ  ମହିଳା ଜନତା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଦଳୀୟ କର୍ମକର୍ତ୍ତା ମାନେ ସଭାପତିଙ୍କୁ ତାଙ୍କର ମାର୍ଗ ଦର୍ଶନ ପାଇଁ ଧନ୍ୟବାଦ ଜଣାଇଥିଲେ ।

ବିଜୁ ମହିଳା ଜନତା ଦଳର ନବକଳେବର: ୧୮ ନେତ୍ରୀଙ୍କୁ ବରିଷ୍ଠ ଉପସଭାନେତ୍ରୀ ଦାୟିତ୍ୱ
ଭୁବନେଶ୍ୱର: ବିଜୁ ମହିଳା ଜନତା ଦଳ (ବିଏମ୍‌ଜେଡି) ସାଂଗଠନିକ ନବକଳେବର କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ। ରାଜ୍ୟସ୍ତରରୁ ଆରମ୍ଭ କରି ଜୋନ୍‌, ବିଭିନ୍ନ ନେତ୍ରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି। ଏହାସହ ଦଳର ୨୬ଟି ସାଂଗଠନିକ ଜିଲ୍ଲା ପାଇଁ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀଙ୍କୁ ନିଯୁକ୍ତି ମିଳିଛି। ରାଜ୍ୟସ୍ତରରେ ୧୮ଜଣ ନେତ୍ରୀଙ୍କୁ ବରିଷ୍ଠ ଉପସଭାନେତ୍ରୀ, ୪୨ଜଣଙ୍କୁ ଉପସଭାନେତ୍ରୀ, ୫୧ଜଣଙ୍କୁ ସାଧାରଣ ସମ୍ପାଦିକା ଓ ୪୨ଜଣଙ୍କୁ ସମ୍ପାଦିକା ଭାବେ ଅବସ୍ଥାପିତ କରାଯାଇଛି। ସେହିପରି ଜୋନାଲ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ୧୩ଜଣଙ୍କୁ ଦାୟିତ୍ୱ ବଣ୍ଟନ କରାଯାଇଛି।

ସୂଚନାନୁସାରେ, କନକପ୍ରଭା ଲେଙ୍କା, ଉମାଦେବୀ ଅଗ୍ରୱାଲ, କ୍ୟୁ ସୁଲତାନା, ବାସନ୍ତୀ ମଲ୍ଲିକ, ଉଷାରାଣୀ ମହାନ୍ତି, ସରଳା ସ୍ୱାଇଁ, ସୁନୀତି ସିଂହ, ଶକୁନ୍ତଳା ମହାପାତ୍ର, ସନ୍ଧ୍ୟାରାଣୀ ବିଶ୍ୱାଳ, ସବିତା ମହାପାତ୍ର, ଉଷା ପ୍ରଧାନ, ସଂଯୁକ୍ତା ମହାନ୍ତି, ଜୟଶ୍ରୀ ଦାସ, ଗୋପା ମହାନନ୍ଦ, ଶାନ୍ତିଲତା ପ୍ରଧାନ, ଶକୁନ୍ତଳା ସାହୁ, ସୁଭଦ୍ରା ଦାସ, ସ୍ନେହାଞ୍ଜଳି ମହାନ୍ତିଙ୍କୁ ରାଜ୍ୟ ବରିଷ୍ଠ ଉପସଭାନେତ୍ରୀ ଭାବେ ନିଯୁକ୍ତି ମିଳିଛି।

ଅନୁରୂପ ଭାବେ ଅନୁଗୁଳ ଜିଲ୍ଲା ମହିଳା ଜନତା ଦଳର ସଭାନେତ୍ରୀ ଭାବେ ବବିତା ପ୍ରଧାନ, ବୌଦ୍ଧ ପାଇଁ ଦୀପ୍ତିପ୍ରଭା ସ୍ୱାଇଁ, ବରଗଡ଼ କଳ୍ପନା ମାଝୀ, ବଲାଙ୍ଗିର ଗୀତା ବିଶି, ଦେବଗଡ଼ ଅଋଣି ପ୍ରଧାନ, ଗଜପତି ସଂଯୁକ୍ତା ବେହେରା, ଜଗତସିଂହପୁର ପାଇଁ ଲୋରା ମହାପାତ୍ର, କଳାହାଣ୍ଡି ପାଇଁ ସବିତା ପ୍ରଧାନ, କେନ୍ଦ୍ରାପଡ଼ା ସରିତା ସାହୁ, ମାଲକାନଗିରି ସମରୀ ଟଙ୍ଗୁଲ, ନବରଙ୍ଗପୁର ମଞ୍ଜୁଳା ମାଝୀ, ନୂଆପଡ଼ା ସନ୍ତୋଷିନୀ ସାମଲ, ନୟାଗଡ଼ ବିଜୟଲକ୍ଷ୍ମୀ ସାହୁ, ରାୟଗଡ଼ା ଅନସୂୟା ମାଝୀ, ସମ୍ବଲପୁର ସଂଯୁକ୍ତା ମେହେର, ସୁବର୍ଣ୍ଣପୁର ପଦ୍ମିନୀ ବଘ‌ାର, ସୁନ୍ଦରଗଡ଼ ରଞ୍ଜନା ପଣ୍ଡା, ରାଉରକେଲା ପାଇଁ ସନ୍ଧ୍ୟାରାଣୀ ଲାକ୍ରାଙ୍କୁ ଜିଲ୍ଲା ସଭାନେତ୍ରୀ ଭାବେ ଅବସ୍ଥାପିତ କରାଯାଇଛି। ଏହାସହ ଭଦ୍ରକ ଜିଲ୍ଲାରେ  ସଭାନେତ୍ରୀ ଭାବେ ବିଦ୍ୟୁତଲତା ନାୟକ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦେବୀଦତ୍ତା ମହାନ୍ତ, କଟକରେ ଅନିତା ବେହେରା ସଭାନେତ୍ରୀ ଓ ପୁର୍ଣ୍ଣିର୍ମା ସିଂହଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ, ଢେଙ୍କାନାଳରେ ସାଗରିକା ମିଶ୍ର ସଭାନେତ୍ରୀ, ଶୁଭଲକ୍ଷ୍ମୀ ସାହୁ କାର୍ଯ୍ୟକାରୀ ସଭାନେତ୍ରୀ, ଝାରସୁଗୁଡ଼ାରେ ଜୟନ୍ତୀ ବହୁ ସଭାନେତ୍ରୀ, ପଦ୍ମିନୀ ସିଂହ କାର୍ଯ୍ୟକାରୀ ସଭାନେତ୍ରୀ କେନ୍ଦୁଝରରେ କମଳିନୀ ପାତ୍ର ସଭାନେତ୍ରୀ, ସାବିତ୍ରୀ ସେଠୀ କାର୍ଯ୍ୟକାରୀ ସଭାନେତ୍ରୀ, କୋରାପୁଟରେ ପାର୍ବତୀ ମସ୍ତିଙ୍କୁ ସଭାନେତ୍ରୀ ଓ ଉର୍ମିଳା ମୁଦୁଲିଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ, ପୁରୀରେ କସ୍ତୁରୀ ସ୍ୱାଇଁଙ୍କୁ ସଭାନେତ୍ରୀ ଓ ମାନସୀ ହରିଚନ୍ଦନଙ୍କୁ ଜିଲ୍ଲା କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ପ୍ରଦାନ କରାଯାଇଛି।

ଏହାବ୍ୟତୀତ, ୩୫ଟି ସାଂଗଠନିକ ଜିଲ୍ଲା ପାଇଁ ମୋଟ୍‌ ୧୩ଜଣ ନେତ୍ରୀଙ୍କୁ ଜୋନାଲ୍‌ ସଭାନେତ୍ରୀ ଓ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ବଣ୍ଟନ କରାଯାଇଛି। ଭୁବନେଶ୍ୱର, ଖୋର୍ଦ୍ଧା, ପୁରୀ ଓ ନୟାଗଡ଼ ଜୋନ୍‌ ପାଇଁ ପୁଷ୍ପାଞ୍ଜଳି ରଣା ସଭାନେତ୍ରୀ ଓ ରଞ୍ଜୁଲତା ରାୟ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି। ସେହିପରି କଟକ ଜିଲ୍ଲା, କଟକ ସହର, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର, ଢେଙ୍କାନାଳ ଓ ଅନୁଗୁଳ ଜୋନ୍‌ ପାଇଁ ଜ୍ୟୋତ୍ସ୍ନାମୟୀ ପରିଡ଼ା ସଭାନେତ୍ରୀ ଓ ସ୍ୱର୍ଣ୍ଣଲତା ସାମଲ କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱ ପାଇଛନ୍ତି। ଭଦ୍ରକ, ବାଲେଶ୍ୱର, କେନ୍ଦୁଝର, ମୟୂରଭଞ୍ଜ-୧ ଓ ମୟୂରଭଞ୍ଜ-୨ ଜୋନ୍‌ ପାଇଁ ପ୍ରୀତିନନ୍ଦା କାନୁନଗୋଙ୍କୁ ସଭାନେତ୍ରୀ ଓ ଉମିଲତା ଦାସଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ, ସୁନ୍ଦରଗଡ଼, ରାଉରକେଲା, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ବରଗଡ଼ ଜୋନ୍‌ ପାଇଁ ସିପ୍ରା ମହାନ୍ତିଙ୍କୁ ସଭାନେତ୍ରୀ ଓ ନିଲ୍‌ କୁମାରୀ ନାୟକଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଦାୟିତ୍ୱ ଦିଆଯାଇଛି। ବଲାଙ୍ଗିର ସୋନପୁର, ନୂଆପଡ଼ା ଓ କଳାହାଣ୍ଡି ପାଇଁ ଲଳିତା ନାୟକଙ୍କୁ ସଭାନେତ୍ରୀ ଓ ଦମୟନ୍ତୀ ବାଗଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ରୂପେ ଦାୟିତ୍ୱ ବଣ୍ଟନ କରାଯାଇଛି। ଗଞ୍ଜାମ, ବ୍ରହ୍ମପୁର, ଗଜପତି, କନ୍ଧମାଳ ଓ ବୌଦ୍ଧ ଜୋନ୍‌ ପାଇଁ ମମତା ବିଶୋୟୀଙ୍କୁ ସଭାନେତ୍ରୀ ନିଯୁକ୍ତ କରାଯାଇଛି। ମାଲକାନଗିରି, ନବରଙ୍ଗପୁର, କୋରାପୁଟ ଓ ରାୟଗଡ଼ା ପାଇଁ ନବୀନା ନାୟକଙ୍କୁ ଜୋନାଲ ସଭାନେତ୍ରୀ ଓ ଲତା ରାୟଙ୍କୁ କାର୍ଯ୍ୟକାରୀ ସଭାନେତ୍ରୀ ଭାବେ ଦାୟିତ୍ୱ ଦିଆଯାଇଛି।

ମହିଳା ସଶକ୍ତିକରଣ ବିନା କୌଣସି ରାଜ୍ୟ କି ସମାଜ ବା ଦେଶ ଆଗକୁ ବଢିପାରିବ ନାହିଁ: ନବୀନ ପଟ୍ଟନାୟକ
ଭୁବନେଶ୍ୱର: ମହିଳା ସଶକ୍ତିକରଣ ବିନା କୌଣସି ରାଜ୍ୟ କି ସମାଜ ବା ଦେଶ ଆଗକୁ ବଢିପାରିବ ନାହିଁ । ମହିଳା ସଶକ୍ତିକରଣ ଏକ ସ୍ଲୋଗାନ ନୁହେଁ, ଆମ ପ୍ରଗତିର ମନ୍ତ୍ର । ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ୟକାରିଣୀରେ ଏହି ଗୁରୁମନ୍ତ୍ର ଦେଇଛନ୍ତି ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହାସହ ନବୀନ କହିଛନ୍ତି କି, ମହିଳା ସଶକ୍ତିକରଣ ମୋ ପାଇଁ ସବୁବେଳେ ପ୍ରାଥମିକତା ରହି ଆସିଛି ।

ଆମ ରାଜ୍ୟ ଓଡିଶାରେ ମାଆମାନେ ସଶକ୍ତ ହୋଇଛନ୍ତି । ବିକାଶର ସବୁ କ୍ଷେତ୍ରରେ ସେମାନଙ୍କ ଭୂମିକା ରହିଛି । ସେମାନେ ଏବେ ଓଡ଼ିଶାର ବିକାଶରେ ସମାନ ସହଯୋଗୀ ଓ ଭାଗୀଦାର । ମାଆମାନେ ଏବେ ଗାଁ ଗାଁ ରେ ନେତୃତ୍ବ ନେଇଛନ୍ତି । ପଞ୍ଚାୟତରେ ବିକାଶ କଥା ବୁଝୁଛନ୍ତି। ମିଶନ ଶକ୍ତି ମାଆମାନଙ୍କର ଶକ୍ତିକେନ୍ଦ୍ର ହୋଇପାରିଛି । ଧାନ ସଂଗ୍ରହ ହେଉ ବା ସହରରେ ଆହାର କେନ୍ଦ୍ର ପରିଚାଳନା ବା ବିଦ୍ୟୁତ୍ ମିଟର ରିଡିଂ, ଜଳସାଥୀ ବା 5Tରେ ରୂପାନ୍ତରିତ ସ୍କୁଲଗୁଡ଼ିକର ତଦାରଖ କରିବା ପରି ଦାୟିତ୍ବ ନେଉଛନ୍ତି ମାଆ । ଗାଁ ପୋଖରୀରେ ମାଛଚାଷ କରୁଛନ୍ତି । ମିଶନ ଶକ୍ତି କାଫେ ଏବେ ସାରା ରାଜ୍ୟରେ ନ୍ୟୁଟ୍ରିସନର ବାର୍ତ୍ତା ଦେଉଛି । ମାଆମାନଙ୍କୁ ଗତ ବର୍ଷ ୧୧ ହଜାର କୋଟି ଟଙ୍କାର ଋଣ ଦିଆଯାଇଛି।

ଏବେ ମାଆମାନଙ୍କ ସୁବିଧା ପାଇଁ ଆମ ସ୍କୁଟର ଯୋଜନା ଆରମ୍ଭ ହେବ । ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦିଆଯିବ ବିନା ସୁଧରେ। ମିଶନଶକ୍ତିକୁ ପରବର୍ତ୍ତୀ ସ୍ତରକୁ ନେବା ପାଇଁ କାମ ଆରମ୍ଭ ହୋଇଛି । ମାଆମାନଙ୍କୁ ଉଦ୍ୟୋଗୀ କରିବାକୁ କାମ ଆରମ୍ଭ ହୋଇଛି ବୋଲି ବିଜୁ ଜନତା ଦଳର କାର୍ଯ୍ୟକାରିଣୀରେ ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।

ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଲା ବିଜୁ ମହିଳା ଜନତା ଦଳ
ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଓଡ଼ିଶା ପ୍ରତି କେନ୍ଦ୍ରର ବୈମାତୃକ ମନୋଭାବ । ରାଜ୍ୟ ପ୍ରତି କେନ୍ଦ୍ର ଅବହେଳା ପ୍ରତିବାଦରେ ରାଜରାସ୍ତାକୁ ଓହ୍ଲାଇଛି ବିଜୁ ମହିଳା ଜନତା ଦଳ । ରାଜଭବନ ସମ୍ମୁଖରେ ଧାରଣା ସହ ପ୍ରତିବାଦ କରୁଛି ବିଜୁ ମହିଳା ଜନତା ଦଳ । ଓଡ଼ିଶାର ସ୍ବାର୍ଥ ପାଇଁ ଲଢ଼େଇ କରୁଛି ବିଜେଡି । ରାଜ୍ୟପାଳଙ୍କୁ ଦଳ ପକ୍ଷରୁ ଦାବି ପତ୍ର ପ୍ରଦାନ କରାଯିବ ।

ବିଜୁ ମହିଳା ଜନତା ଦଳର ପୁନର୍ଗଠନ: ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଲେ ଦଳର ସଭାପତି ନବୀନ ପଟ୍ଟନାୟକ
ଭୁବନେଶ୍ୱର: ବିଜୁ ମହିଳା ଜନତାଦଳର ପୁନର୍ଗଠନ। ବିଜୁ ମହିଳା ଜନତା ଦଳର ବିଭିନ୍ନ ପଦ ପଦବୀ ନେଇ ନୂଆ ନିଯୁକ୍ତିକୁ ଅନୁମୋଦନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକ । ଏ ନେଇ ପ୍ରେସ ବିଜ୍ଞପ୍ତି ଜରିଆରେ ଅବଗତ କରାଇଛନ୍ତି ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ।

[wp-embedder-pack width=”100%” height=”400px” download=”all” download-text=”” attachment_id=”56993″ /]

୨୩ଜଣଙ୍କୁ ଉପଦେଷ୍ଟା ଭାବେ ମନୋନୀତ କରିଛନ୍ତି ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ । ୩୦ଜିଲ୍ଲା ପାଇଁ କମିଟି ଘୋଷଣା ହୋଇଛି । ୩ଜଣଙ୍କୁ ରାଜ୍ୟ କାର୍ଯ୍ଯକାରୀ ସଭାପତି ଭାବେ ମନୋନୀତ କରିଛନ୍ତି ନବୀନ ପଟ୍ଟନାୟକ। ସୁବାସିନୀ ଜେନା, ସୁଲତା ଦେଓ,  ନିବେଦିତା ମହାନ୍ତିଙ୍କୁ ରାଜ୍ୟ କାର୍ଯ୍ଯକାରୀ ସଭାପତି ଭାବେ ନିଯୁକ୍ତ କରଯାଇଥିବା ବେଳେ ମୁଖ୍ୟମନ୍ତ୍ରୀ କସ୍ତୁରୀ ମହାପାତ୍ରଙ୍କୁ ମହାସଚିବ ଭାବେ ନିଯୁକ୍ତ କରିଛନ୍ତି। ସେହିଭଳି ୭ଟି ଜୋନ ପାଇଁ କର୍ମକର୍ତ୍ତା ଘୋଷଣା ହୋଇଛି । ଭୁବନେଶ୍ୱର, କଟକ, ବାଲେଶ୍ୱର, ସମ୍ବଲପୁର, ବଲାଙ୍ଗୀର, ଗଞ୍ଜାମ ଓ କୋରାପୁଟ ଜୋନ ପାଇଁ କର୍କର୍ତ୍ତା ଘୋଷଣା କରାଯାଇଛି ।

ଭୁବନେଶ୍ୱର ଜୋନର ସଭାନେତ୍ରୀ ହେଲେ ସଂଯୁକ୍ତା ମହଲ। କାର୍ଯ୍ଯକାରୀ ସଭାନେତ୍ରୀ ହେଲେ ପୁଷ୍ପାଞ୍ଜଳି ରଣା। କଟକ ଜୋନ ପାଇଁ ସଭାନେତ୍ରୀ ଭାବେ ସୁଭଦ୍ରା ଦାସ ଓ କାର୍ଯ୍ଯକାରୀ ସଭାପତି ଭାବେ ପ୍ରଭାସିନୀ ଷଡଙ୍ଗୀଙ୍କ ନାଁ ଘୋଷଣା କରାଯାଇଛି। ବୀଣାପାଣି ସାହୁଙ୍କୁ ବାଲେଶ୍ୱର ଜୋନର ସଭାନେତ୍ରୀ ଓ ମୀନା ମାଝୀଙ୍କୁ କାର୍ଯ୍ଯକାରୀ ସଭାନେତ୍ରୀ ନିଯୁକ୍ତ କରିଛନ୍ତି ବିଜେଡି ସୁପ୍ରିମୋ। ସମ୍ବଲପୁର ଜୋନର ସଭାନେତ୍ରୀ ହେଲେ ସିପ୍ରା ମହାନ୍ତି ଓ କାର୍ୟ୍ୟକାରୀ ସଭାନେତ୍ରୀ ସନ୍ଧ୍ୟାରାଣୀ ଲାକ୍ରା। ବଲାଙ୍ଗୀର ଜୋନର ସଭାନେତ୍ରୀ ଭାବେ କଲ୍ୟାଣୀ ନାୟକ ଓ କାର୍ଯ୍ଯକାରୀ ସଭାନେତ୍ରୀ ପୁଷ୍ପାଞ୍ଜଳି ପାଣ୍ଡେଙ୍କୁ ଯୁକ୍ତ କରାଯାଇଛି। ଗଞ୍ଜାମ ଜୋନର ସଭାନେତ୍ରୀ ହୋଇଛନ୍ତି ମମତା ବିଶୋୟୀ। କୋରାପୁଟ ଜୋନର ସଭାନେତ୍ରୀ ହୋଇଛନ୍ତି ଲତା ରାୟ ଓ କାର୍ଯ୍ଯକାରୀ ସଭାନେତ୍ରୀ ହୋଇଛନ୍ତି ସୁକାନ୍ତି ବୁରୁଦା।

ସେହିଭଳି ୪୫ଜଣ ବରିଷ୍ଠ ଉପସଭାନେତ୍ରୀ, ୭୧ଜଣଙ୍କୁ ସାଧାରଣ ସମ୍ପାଦିକା, ୩୩ଜଣ ସହ ସମ୍ପାଦିକା, ୩୪ସାଙ୍ଗଠନିକ ଜିଲ୍ଲା ପାଇଁ ସଭାନେତ୍ରୀ ଓ କାର୍ଯ୍ଯକାରୀ ପରିଷଦ ସଦସ୍ୟ ଭାବେ ୬୮ଜଣଙ୍କୁ ମନୋନୀତ କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ।

ଅସହାୟଙ୍କ ସାହା ହେଲେ ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ଯକାରୀ ସଭାପତି ସୁବାସିନୀ
ଲଙ୍ଗଳେଶ୍ବର: କରୋନା କାଳରେ କେତେ ଲୋକଙ୍କର ଘର ଉଜାଡିଯାଇଛି। କେତେ ପିଲା ଅନାଥ ହୋଇଛନ୍ତି। ମହାମାରୀ ଛଡାଇ ନେଇଛି ହସଖୁସିର ସଂସାର। କରୋନାର କୋପଦୃଷ୍ଟିରେ ଶିକାର ହୋଇ ରାହା ଖୋଜୁଥିବା ୧୨ ବର୍ଷର ଝିଅ ଜ୍ୟୋତିଶ୍ରୀଙ୍କ ଠାରେ ପହଞ୍ଚିଛନ୍ତି ସମାଜସେବୀ ତଥା ବିଜୁ ମହିଳା ଜନତା ଦଳର ରାଜ୍ୟ କାର୍ଯ୍ଯକାରୀ ସଭାପତି ସୁବାସିନୀ ଜେନା । ଜ୍ୟୋତିଶ୍ରୀଙ୍କୁ ନିଜ ଝିଅ ରୂପରେ ଗ୍ରହଣ କରି ତାର ସମସ୍ତ ଖର୍ଚ୍ଚ ବହନ କରିବେ ବୋଲି ପ୍ରତିଶୃତି ଦେଇଥିଲେ । ଏହି ଝିଅର ଦୁଃଖଦ ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ବିଜେଡି ରାଜ୍ୟ ସାଂଗଠନିକ ସଂପାଦକ ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ପରାମର୍ଶ କ୍ରମେ ମହିଳା ଜନତା ଦଳର ସଭାପତି ସୁବାସିନୀ ଜେନା ଆଜି ବାଲିଆପାଳ ବ୍ଲକ ବିଷ୍ଣୁପୁର ପଞ୍ଚାୟତ ନୟାବାଲି ଗ୍ରାମର ସ୍ବର୍ଗତ ମଧୁସୂଦନ ପରିଡାଙ୍କ ଘରେ ପହଞ୍ଚିଥିଲେ ଏବଂ ରାଜ୍ୟ ସରକାରଙ୍କ ଅନାଥ ଯୋଜନାରେ ତୁରନ୍ତ ସହାୟତା ଯୋଗାଇ ଦିଆଯିବା ନେଇ ଚେଷ୍ଟା କରିବା ସହ ନିଜେ କିଛି ଆର୍ଥିକ ସହାୟତା ପ୍ରଦାନ କରି ତାର ଭଲମନ୍ଦ ସବୁଦିନ ବୁଝିବେ ବୋଲି ଶ୍ରୀମତୀ ଜେନା ପ୍ରତିଶୃତି ଦେଇଥିଲେ । ଶ୍ରୀମତୀ ଜେନାଙ୍କ ଗସ୍ତ ସମୟରେ ବ୍ଲକ ବିଜେଡି ସଭାପତି ଗୋବିନ୍ଦ ପ୍ରସାଦ ଦାସଙ୍କ ସହ ବରିଷ୍ଠ ବିଜେଡି କର୍ମକର୍ତ୍ତା ଉପସ୍ଥିତ।