Niramaya Centre - The Sakala

ବରଗଡ଼ ନିରାମୟ କେନ୍ଦ୍ରର ବଡ଼ ଅବହେଳା: ଏକ୍ସପାୟାରୀ ମେଡିସିନ ଖାଇ ନାବାଳକ ଅସୁସ୍ଥ
ବରଗଡ଼: ବରଗଡ଼ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର (ସିଏଚସି) ପରିସରରେ କାର୍ଯ୍ୟରତ ନିରାମୟ ଔଷଧ କେନ୍ଦ୍ର ବିରୋଧରେ ଏକ ସାଂଘାତିକ ଅଭିଯୋଗ ଆସିଛି। ଜଣେ ୧୫ ବର୍ଷର ନାବାଳକଙ୍କୁ ଏକ୍ସପାଏରୀ ଆଣ୍ଟିବାୟୋଟିକ୍ ଦିଆଯାଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁଯାୟୀ, ନୀଳିବନ୍ଧ ପଡ଼ାର ଚୋବନ ସାହୁଙ୍କ ପୁଅ ମୁକେଶ ସାହୁ (୧୫) ଙ୍କ ଆଙ୍ଗୁଠି କଟିଯାଇଥିବାରୁ ସେ ଡାକ୍ତରଖାନା ଯାଇଥିଲେ। ସ୍ୱାସ୍ଥ୍ୟ ପରୀକ୍ଷା ପରେ ଡାକ୍ତର ତାଙ୍କୁ ସେଫପୋଡକ୍ସାଇମ୍ ପ୍ରୋକ୍ସେଟିଲ୍ (Cefpodoxime Proxetil) ନାମକ ଆଣ୍ଟିବାୟୋଟିକ୍ ଲେଖିଥିଲେ ଏବଂ ଏହାକୁ ନିରାମୟ ଔଷଧ କେନ୍ଦ୍ରରୁ ଆଣିବାକୁ ପରାମର୍ଶ ଦେଇଥିଲେ।

ପରିବାର ଲୋକଙ୍କ କହିବା ଅନୁଯାୟୀ, ଉକ୍ତ ଔଷଧର ବ୍ୟବହାର ଅବଧି ୨୦୨୬ ମସିହା ମେ' ମାସରୁ ଶେଷ ହୋଇଯାଇଥିଲା। ତେବେ ଔଷଧ ଖାଇବାର କିଛି ସମୟ ପରେ ମୁକେଶଙ୍କୁ ମୁଣ୍ଡ ବୁଲାଇବା ସହ ବାନ୍ତି ଆରମ୍ଭ ହୋଇଥିଲା। ଏହା ଦେଖି ପରିବାର ଲୋକେ ଔଷଧର ଷ୍ଟ୍ରିପ୍ ଯାଞ୍ଚ କରିବାରୁ ଏହାର ମିଆଦ ପୂରିଯାଇଥିବା ଜାଣିବାକୁ ପାଇଥିଲେ।

ଏହି ଘଟଣା ପରେ ନିରାମୟ ଯୋଜନା ଅଧୀନରେ ଯୋଗାଇ ଦିଆଯାଉଥିବା ଔଷଧର ଗୁଣବତ୍ତା ଏବଂ ସଠିକ୍ ତଦାରଖକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ନାବାଳକଙ୍କ ପରିବାର ଏହି ଘଟଣାର ଏକ ପୁଙ୍ଖାନୁପୁଙ୍ଖ ତଦନ୍ତ ଦାବି କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତି।