family court - The Sakala

ଛିଡୁନି ଷ୍ଟାର ଦମ୍ପତିଙ୍କ କଳି, ଫ୍ୟାମିଲି କୋର୍ଟରେ ପରସ୍ପର ଉପରେ ଦୋଷ ଲଦାଲଦି
କଟକ : ଫ୍ୟାମିଲକୋର୍ଟରେ ମୁହାଁମୁହିଁ ହେଲେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅନୁଭବ ମହାନ୍ତି । ପତି-ପତ୍ନୀଙ୍କ ମଧ୍ୟରେ ଉପୁଜିଥିବା ବିବାହ କଳହ ମାମଲାରେ ପୁଣି ଥରେ ଫ୍ୟାମିଲି କୋର୍ଟ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି। ମଧ୍ୟସ୍ଥତା କେନ୍ଦ୍ରରେ ହାଜର ହୋଇ ଉଭୟ ନିଜ ନିଜର ପକ୍ଷ ରଖିଛନ୍ତି।

ତିନି ଘଣ୍ଟା ଧରି କାଉନସିଲରଙ୍କ ନିକଟରେ ହାଜର ହୋଇଥିଲେ ଉଭୟ । ପରେ ଅନୁଭବଙ୍କ ଓକିଲ ମଧସ୍ଥତା ବନ୍ଦ ପାଇଁ ଆବେଦନ କରିଥିଲେ । ମାମଲାରେ ବର୍ଷା ସହଯୋଗ କରୁନଥିବା ଅଭିଯୋଗ କରି ସେ ଏପରି ଆବେଦନ କରିଥିଲେ ।

ଅନ୍ୟ ପଟେ ବର୍ଷାଙ୍କ ଓକିଲ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଅଦାଲତର ସମସ୍ତ ନିର୍ଦ୍ଦେଶ ବର୍ଷା ପାଳନ କରୁଥିବା କହିଛନ୍ତି ଓକିଲ । ୨ ତିନୋଟି ସେସନରେ ମଧ୍ୟସ୍ଥତା ସରେ ନାହିଁ । ବର୍ଷା ନୁହେଁ ଆଗରୁ ଅନୁଭବ ଆସୁନଥିଲେ । ଏବେ ଦୁଇ ତିନିଟା ତାରିଖ ହେଲା ଅନୁଭବ ଆସୁଛନ୍ତି । ଆପୋଷ ସମାଧାନ ପାଇଁ ଆଶାବାଦୀ ଅଛନ୍ତି ବୋଲି ବର୍ଷାଙ୍କ ଓକିଲ କହିଛନ୍ତି ।

ପୂର୍ବରୁ ଗତ ୯ ତାରିଖରେ ଉଭୟ ପାରିବାରିକ ଅଦାଲତରେ ହାଜର ହୋଇଥିଲେ। ଆଜି ଉଭୟ ପୁନର୍ବାର ହାଜର ହେବା ପାଇଁ ଦିନ ଧାର୍ୟ୍ୟ ହୋଇଥିଲା।

ତା ପୂର୍ବରୁ ପୁରୀଘାଟ ଥାନାରେ ଅନୁଭବ ବର୍ଷାଙ୍କ ବିରୋଧରେ ଏତଲା ଦେଇଥିଲେ। ଅଭିଯୋଗରେ କହିଥିଲେ ଯେ, ମୋ ଘରେ ରହି ମୋ ବିରୁଧରେ ଷଡ଼ଯନ୍ତ୍ର କରୁଛନ୍ତି ବର୍ଷା। ଏହାସହ କିଛି ସିସିଟିଭି ଫୁଟେଜକୁ ମଧ୍ୟ ନଜର ଦେବାକୁ କହିଥିଲେ ସେ। ଯେଉଁଥିରେ ବର୍ଷା କିଭଳି ତାଙ୍କ ବିରୁଧରେ ଅନ୍ୟମାନଙ୍କ ସହ ଆଲୋଚନା କରୁଛନ୍ତି ତାହା ସ୍ପଷ୍ଟ ଉଲ୍ଲେଖ କରିଥିଲେ।

ଫ୍ୟାମିଲି କୋଟରେ ବର୍ଷା- ଅନୁଭବ
କଟକ: ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ଅଭିନେତା ଅନୁଭବ ମହାନ୍ତିଙ୍କ ପାରିବାରିକ ବିବାଦ ପ୍ରସଙ୍ଗ । କଟକ ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ବର୍ଷା ଓ ଅନୁଭବ । ଫ୍ୟାମିଲି କୋର୍ଟର ମଧ୍ୟସ୍ଥତା କେନ୍ଦ୍ରରେ ଉପସ୍ଥିତ ହୋଇଛନ୍ତି ବର୍ଷା । ଗତ ଶୁକ୍ରବାର ଉଭୟ ବର୍ଷା ଓ ଅନୁଭବ ଫ୍ୟାମିଲି କୋର୍ଟରେ ହାଜର ହୋଇଥିଲେ । ମଧ୍ୟସ୍ଥତା କେନ୍ଦ୍ରରେ ଉଭୟ ହାଜର ହୋଇଥିଲେ । ତେବେ ୧୪ ତାରିଖରେ ପୁଣି ହାଜର ହେବାକୁ ଦିନ ଧାର୍ଯ୍ୟ କରଯାଉଥିଲା ତଦନୁଯାୟୀ ଉଭୟ ଆଜି କୋର୍ଟଙ୍କ ନିକଟରେ ହାଜର ହୋଇଛନ୍ତି । ଉଭୟ ମଧ୍ୟସ୍ଥତା ପାଇଁ ସକରାତ୍ମକ ମନୋଭାବ ଦେଖାଉଥିବା ବର୍ଷାଙ୍କ ପକ୍ଷରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀ ସୂଚନା ଦେଇଥିଲେ । ଆଜିର କନସିଲେସନ୍ ପ୍ରକ୍ରିୟାରେ ଉଭୟଙ୍କ ମଧ୍ୟରେ ଥିବା ବିବାଦର ସମାଧାନ ପାଇଁ ପ୍ରୟାସ କରାଯିବ। ଯଦି ଆଜି କୌଣସି ସମାଧାନ ନହୁଏ, ତାହେଲେ ଉଭୟଙ୍କୁ ଆଉ ଗୋଟିଏ ତାରିଖ ଦିଆଯାଇପାରେ।

ପରବର୍ତ୍ତୀ ତାରିଖରେ ଯଦି ମାମଲା ସମାଧାନ ନହୁଏ, ତାହାହେଲେ କୋର୍ଟ ପରବର୍ତ୍ତୀ କାର୍ଯ୍ୟପନ୍ଥା ଗ୍ରହଣ କରିବେ ବୋଲି ଜଣାପଡ଼ିଛି। ସୂଚନାରୁ ପ୍ରକାଶ, ଛାଡପତ୍ର ନେଇ କଟକ ଫ୍ୟାମିଲି କୋର୍ଟ ମାମଲା ଦାୟର ହୋଇଥିଲା। ମାତ୍ର ଫ୍ୟାମିଲି କୋର୍ଟ କମିଶନର ବହୁ ବାର କୋର୍ଟରେ ହାଜର ହେବାକୁ ନୋଟିସ୍ କରିଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷା ହାଜର ହେଉଥିବା ବେଳେ ଅନୁଭବ ଆସୁନଥିଲେ। ଆଉ କେତେବେଳେ ଅନୁଭବ ଆସୁଥିଲା ବେଳେ ବର୍ଷା ହାଜର ହେଉନଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଲାଗି ରହିଥିବା ଛାଡ଼ପତ୍ର ମାମଲାର ସମାଧାନ ହୋଇପାରୁନଥିଲା।