Cops Suspended - The Sakala

ଭୁବନେଶ୍ୱର ମହିଳା ଥାନାରୁ ଅଭିଯୁକ୍ତ ଫେରାର୍ ଘଟଣା: ଦୁଇ ପୋଲିସ କର୍ମଚାରୀ ନିଲମ୍ବିତ
ଭୁବନେଶ୍ୱର: ଭୁବନେଶ୍ୱର ମହିଳା ଥାନାରୁ ଜଣେ ବିଚାରାଧୀନ ବନ୍ଦୀ ଖସି ପଳାଇବା ଘଟଣାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କର୍ତ୍ତବ୍ୟରେ ଅବହେଳା ପ୍ରଦର୍ଶନ କରିଥିବା ଅଭିଯୋଗରେ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ଦୁଇ ଜଣ ପୋଲିସ କର୍ମଚାରୀଙ୍କୁ ନିଲମ୍ବିତ କରିଛନ୍ତି। ନିଲମ୍ବିତ ହୋଇଥିବା ଦୁଇ କର୍ମଚାରୀଙ୍କ ମଧ୍ୟରେ ଡିଉଟି ଚାର୍ଜ ଅଫିସର (DCO) ଏବଂ ସେଣ୍ଟ୍ରି ଅଛନ୍ତି।

ସୂଚନା ଅନୁଯାୟୀ, ଗତ ଜୁଲାଇ ୩୦ ତାରିଖରେ ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ଏରଡ଼ା ଗାଁର ରୁଦ୍ର ପ୍ରସାଦ ସୂତାର ନାମକ ଜଣେ ଯୁବକଙ୍କୁ ମହିଳା ଥାନା ପୋଲିସ ଗିରଫ କରିଥିଲା। ବିବାହର ପ୍ରତିଶ୍ରୁତି ଦେଇ ଜଣେ ଯୁବତୀଙ୍କ ସହ ପ୍ରତାରଣା କରିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିଲା। ତେବେ ଗିରଫ ହେବାର ଗୋଟିଏ ଦିନ ପରେ ଅର୍ଥାତ୍ ଜୁଲାଇ ୩୧ ତାରିଖ ସକାଳେ ତାଙ୍କୁ ଥାନା ଭିତରେ ଜଳଖିଆ ଦିଆଯାଉଥିଲା। ଏହି ସମୟରେ ଡିଉଟି ଚାର୍ଜ ଅଫିସର ଶୌଚାଳୟ ଯାଇଥିବା ବେଳେ ସୁଯୋଗ ଦେଖି ଅଭିଯୁକ୍ତ ଜଣକ ସେଣ୍ଟ୍ରିଙ୍କୁ ଠେଲିବା ସହ ଚାପୁଡ଼ା ମାରି ଥାନାରୁ ଫେରାର୍ ହୋଇଯାଇଥିଲେ।

ଏହି ଘଟଣା ପରେ ଭୁବନେଶ୍ୱର ମହିଳା ଥାନା ପକ୍ଷରୁ କ୍ୟାପିଟାଲ୍ ଥାନାରେ ଏକ ଏତଲା ଦାୟର କରାଯାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ଫେରାର୍ ଅଭିଯୁକ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଅନ୍ୟପକ୍ଷରେ, ଥାନା ଭିତରୁ ଜଣେ ଅଭିଯୁକ୍ତ ଖସିଯିବା ଘଟଣାକୁ ଗମ୍ଭୀରତାର ସହ ନେଇ ଡିସିପି ଜଗମୋହନ ମୀନା ପ୍ରାଥମିକ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ତଦନ୍ତରୁ କର୍ତ୍ତବ୍ୟରେ ଅବହେଳା ପ୍ରମାଣିତ ହେବା ପରେ ଉଭୟ କର୍ମଚାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯିବା ସହ ଶେଷରେ ନିଲମ୍ବିତ କରାଯାଇଛି।