Anubhav Mohanty - The Sakala
ଅନୁଭବ-ବର୍ଷା ବିବାଦ: ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ, ନିମ୍ନ ଅଦାଲତରେ ଚାଲିବ ମାମଲା
କଟକ: ପୁଣି ବଢ଼ିଲା ଅଭିନେତା ଅନୁଭବ ମହାନ୍ତିଙ୍କ ଅଡୁଆ । ଅନୁଭବଙ୍କ ଆବେଦନ ହାଇକୋର୍ଟରେ ଖାରଜ। ନିମ୍ନ ଅଦାଲତରେ ମାମଲା ଚାଲିବ ବୋଲି କହିଛନ୍ତି ହାଇକୋର୍ଟ। ପୂର୍ବତନ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ପକ୍ଷରୁ ଦାୟର ମାମଲା ନିମ୍ନ ଅଦାଲତରେ ଚାଲିବ। ମାମଲାରୁ ବାଦ ଦେବା ପାଇଁ ଅନୁଭବ କରିଥିଲେ ଆବେଦନ। ଅନୁଭବଙ୍କ ଘରେ ରହୁଥିବା ସମୟରେ ଅନୁଭବ ଏବଂ ଅନ୍ୟ ଦୁଇ କର୍ମଚାରୀଙ୍କ ବିରୋଧରେ ଏତଲା ଦେଇଥିଲେ ବର୍ଷା। ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯ୍ୟାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା ପ୍ରିୟଦର୍ଶିନୀ । ଏହି ମାମଲାକୁ ଖାରଜ କରିବା ପାଇଁ ଅନୁଭବ ଆବେଦନ କରିଥିଲେ ।
ଭୁବନେଶ୍ୱର: କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଛେଦ। ଜାଗୃତିଙ୍କୁ ବିବାହ କରିବେ ଓଲିଉଡ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି । ଗତକାଲି ରାଜ୍ୟ ବାହାରେ ଉଭୟଙ୍କ ନିର୍ବନ୍ଧ ହୋଇଥିବା ଚର୍ଚ୍ଚା ହେଉଛି। ସୋସିଆଲ ମିଡିଆରେ ଏହାର ଫଟୋ ଭାଇରାଲ ହୋଇଛି । ଆସନ୍ତା ୧୧ ତାରିଖରେ ବାହାଘର ହେବ ବୋଲି ସୂଚନା ମିଳିଛି। ପୂର୍ବରୁ ଜାଗୃତିଙ୍କୁ ନେଇ ଚର୍ଚ୍ଚା ଲାଗିରହିଥିଲା । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପରେ ଅନୁଭବ ଖୁବଶୀଘ୍ର ଜାଗୃତିଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଦୀର୍ଘଦିନ ଧରି ଏନେଇ ଆଲୋଚନା ହେଉଥିବା ବେଳେ ନିର୍ବନ୍ଧ ଶେଷ ହୋଇଥିବା କୁହାଯାଉଛି ।
ଶୁକ୍ରବାର ରାଜ୍ୟ ବାହାରର କେଉଁ ଏକ ସ୍ଥାନରେ ଉଭୟଙ୍କ ନିର୍ବନ୍ଧ ସରିଥିବା ବେଳେ ଉଭୟ ପରସ୍ପରକୁ ମୁଦି ପିନ୍ଧାଇଛନ୍ତି , ଆସନ୍ତା ୧୧ ତାରିଖରେ ଉଭୟଙ୍କ ବିବାହ ହେବ ବୋଲି ଚର୍ଚ୍ଚା ହେଉଥିଲେ ମଧ୍ୟ ଏନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଉଭୟ ପରିବାର ଓ କିଛି ଖାସ ଅତିଥିଙ୍କ ସହ ଓଡ଼ିଶା ବାହାରେ ଦୁହେଁ ବିବାହ କରୁଥିବା ବିଶ୍ୱସ୍ତ ସୂତ୍ରରୁ ଜଣା ପଡିଛି । ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ସହ ବିବାହ ବିଛେଦ ପରେ ଜାଗ୍ରତିଙ୍କୁ ଦ୍ବିତୀୟ ବିବାହ କରିବାକୁ ଯାଉଛନ୍ତି ଅନୁଭବ ।
ସିନେ ତାରକା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତି ଓ ଜାଗ୍ରତି ଶୁକ୍ଲାଙ୍କ ବିବାହକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋରଦାର ହେଉଛି । ଇତିମଧ୍ୟରେ ନିର୍ବନ୍ଧ ଶେଷ ହୋଇଥିବା ସୂଚନା ମିଳିଛି । ନିର୍ବନ୍ଧ ବେଳର ଫଟୋ ବିଭିନ୍ନ ସୋସିଆଲ୍‌ ମିଡିଆରେ ଘୂରିବୁଲୁଛି । ଫଟୋରେ ଉଭୟ ପରସ୍ପର ହାତ ଧରିଥିବା ଦେଖିବାକୁ ମିଳିଛି । ନିର୍ବନ୍ଧ ଦିଲ୍ଲୀରେ ହୋଇଥିବା ନେଇ ଚର୍ଚ୍ଚା ହେଉଥିବା ବେଳେ ଅନୁଭବଙ୍କ ପକ୍ଷରୁ କିନ୍ତୁ ଏନେଇ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।
ଅନୁଭବଙ୍କୁ ମିଳିଲା ବିବାହ ବିଚ୍ଛେଦ ଅନୁମତି, ପରିବାର ଅଦାଲତଙ୍କ ରାୟକୁ ଖାରଜ କଲେ ହାଇକୋର୍ଟ
କଟକ: ତାରକା-ଦମ୍ପତି ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଲେ ହାଇକୋର୍ଟ। ଅନୁଭବଙ୍କ ପକ୍ଷରୁ ଛାଡ଼ପତ୍ର ପାଇଁ ହୋଇଥିବା ଆବେଦନକୁ କଟକ ପରିବାର ଅଦାଲତ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଯାହାର ଶୁଣାଣି କରି ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଛନ୍ତି। ପୂର୍ବରୁ କଟକ ପରିବାର ଅଦାଲତ ଦେଇଥିବା ରାୟକୁ ମଧ୍ୟ ହାଇକୋର୍ଟ ଖାରଜ କରିଛନ୍ତି।
ସୂଚନାଯୋଗ୍ୟ, ବର୍ଷାଙ୍କ ପକ୍ଷରୁ ପତି-ପତ୍ନୀ ହୋଇ ଏକତ୍ର ରହିବା ପାଇଁ ପରିବାର ଅଦାଲତରେ ହୋଇଥିବା ଆବେଦନ ମଧ୍ୟ ଖାରଜ ହୋଇଯାଇଥିଲା। ଗତ ଜୁଲାଇ ୧୩ରେ ଛାଡ଼ପତ୍ର ମାମଲାର ଶୁଣାଣି ୩ମାସ ମଧ୍ୟରେ ଶେଷ କରିବା ପାଇଁ ପରିବାର ଅଦାଲତକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହାପରେ ପରିବାର ଅଦାଲତ ଗତ ସେପ୍ଟେମ୍ବର ୨୨ରେ ରାୟ ଦେଇ ଛାଡପତ୍ର ଆବେଦନକୁ ଖାରଜ କରିଦେଇଥିଲେ। ଏହି ରାୟକୁ ଚ୍ୟାଲେଞ୍ଜ କରି ଅନୁଭବ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ସେ ଛାଡ଼ପତ୍ର ପାଇଁ ଆବେଦନ କରିବା ସହ ଯେଉଁ କାରଣ ଦର୍ଶାଇ କଟକ ପରିବାର ଅଦାଲତ ଏହାକୁ ଖାରଜ କରିଛନ୍ତି, ତାହା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଅନୁଭବ ଦର୍ଶାଇ ଏହି ମାମଲା ରୁଜୁ କରିଥିଲେ। ଯାହାର ରାୟ ଆଜି ପ୍ରକାଶ କରି ହାଇକୋର୍ଟ ବିବାହ ବିଚ୍ଛେଦକୁ ଅନୁମତି ପ୍ରଦାନ କରିଛନ୍ତି।
ଭିଡିଓ ଜରିଆରେ ବର୍ଷାଙ୍କୁ ଅନୁରୋଧ କଲେ ଅନୁଭବ, ଛାଡପତ୍ରକୁ ସ୍ବୀକାର କରିବାକୁ କଲେ ନିବେଦନ
ଭୁବନେଶ୍ବର: ପୁଣି ଥରେ ଅନୁଭବ ବର୍ଷାଙ୍କ ପାଇଁ ଭାବବିହ୍ୱଳ ପୋଷ୍ଟ କରିଛନ୍ତି। ବର୍ଷା ପ୍ରିୟଦର୍ଶିନୀଙ୍କ ଉଦ୍ଦେଶ୍ୟରେ ସାଂସଦ ତଥା ସ୍ବାମୀ ଅନୁଭବ ମହାନ୍ତି ନୂଆ ଭିଡିଓ ଛାଡିଛନ୍ତି।
ଅନୁଭବ କହିଛନ୍ତି ଯେ, ଆମେ ରାତିରେ ଶୋଇ ପାରୁନୁ । ଆମ ପରିବାର ଶୋଇ ପାରୁନି । ବାପା, ମାଆ ଓ ପରିବାର ମୋ ପାଇଁ ସବୁ କିଛି । ତାଙ୍କ ବାପାଙ୍କ ଦେହ ବହୁତ ଅସୁସ୍ଥ ଅଛି। ଭଲ ମଣିଷ ହିସାବରେ ଛାଡପତ୍ରକୁ ସ୍ବୀକାର କରନ୍ତୁ । ଶାନ୍ତିଶୃଙ୍ଖଳାରେ ମିଳିମିଶି ଅଲଗା ହୋଇଯିବା ବୋଲି ବର୍ଷାକୁ ଅନୁରୋଧ କରିଛନ୍ତି ଅନୁଭବ। ପୁରୁଣା କଥାକୁ ପୁଣି ଥରେ ଦୋହରାଇଛନ୍ତି । ଅନୁଭବ କହିଛନ୍ତି, ଯାହାବି କାରଣ ହେଉ ଆମ ବିବାହ ବିଫଳ ହୋଇଛି। ସ୍ବାମୀ-ସ୍ତ୍ରୀ ହୋଇ ରହିପାରିଲେ ନାହିଁ । ବିଛେଦ ପରେ ଆମେ କଣ ଭଲ ବନ୍ଧୁ ହୋଇ ରହିବା ବୋଲି ବର୍ଷା ପ୍ରିୟଦର୍ଶିନୀଙ୍କୁ ଭିଡିଓରେ ଅନୁରୋଧ କରିଛନ୍ତି।
କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଶାଶୂଘର ଛାଡିଲେ ବର୍ଷା, ଘରେ ପ୍ରବେଶ ପାଇଁ ପୁଲିସ ସହାୟତା ମାଗିଲେ ଅନୁଭବ
କଟକ : କୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ଶାଶୂଘର ଛାଡ଼ିଛନ୍ତି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ। ମାସେ ମଧ୍ୟରେ ଶାଶୁ ଘର ଛାଡ଼ିବା ପାଇଁ ଗତ ଅଗଷ୍ଟ ୩୦ ତାରିଖରେ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ କଟକ ଜିଲ୍ଲା ଜଜ୍‌ଙ୍କ କୋର୍ଟ। ଶୁକ୍ରବାର ଦିନ ସମୟସୀମା ପୂରଣ ହୋଇଥିବା ବେଳେ ବର୍ଷା ଶାଶୂ ଘର ଛାଡି ନିଜ ଘରକୁ ଚାଲି ଯାଇଛନ୍ତି।
ବର୍ଷା ନିଜ ଘରକୁ ଚାଲିଯାଇଥିବା ବେଳେ ପୁଲିସ୍ ଉପସ୍ଥିତିରେ ପରିବାର ସହ ଘରେ ପ୍ରବେଶ କରିବା ପାଇଁ ପୁରୀଘାଟ ଥାନାରେ ଲିଖିତ ଆବେଦନ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। କୋର୍ଟଙ୍କ ନିର୍ଦ୍ଦେଶ ପ୍ରକାରେ ବର୍ଷାଙ୍କ ବିକଳ୍ପ ରହଣୀ ବାବଦକୁ ଅନୁଭବ ମହାନ୍ତି ମାସିକ ୩୦ ହଜାର ଟଙ୍କା ପ୍ରଦାନ କରିବେ। ଏହି ଟଙ୍କା ସେ ପ୍ରତିମାସର ୧୦ ତାରିଖ ବା ତା’ପୂର୍ବରୁ ଦେବେ।
ଖବର ଅନୁଯାୟୀ, ଅକ୍ଟୋବର ୩୦ ତାରିଖ ସୁଦ୍ଧା ଶାଶୂ ଘର ଛାଡିବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଏହିପ୍ରରିପେକ୍ଷୀରେ ଏବେ ସେ ଘର ଛାଡିଛନ୍ତି । ତେବେ କୋର୍ଟରେ ଚାଲିଥିବା ସ୍ୱାମୀ-ସ୍ତ୍ରୀଙ୍କ ପାରିବାରିକ ବିବାଦରେ ଅନୁଭବଙ୍କୁ ବଡ ଆଶ୍ବସ୍ତି ମିଳିଛି । କାରଣ ସେ ଦୀର୍ଘଦିନ ହେଲା ଚାହୁଁଥିଲେ ଯେ, ତାଙ୍କ ପତ୍ନୀ ଶାଶୂ ଘର ତୁରନ୍ତ ଛାଡନ୍ତୁ ।
ସୂଚନାଯୋଗ୍ୟ, ଏବେ କଟକ ପରିବାର ଅଦାଲତରେ ମାମଲାର ବିଚାର ଚାଲିଛି। ପୂର୍ବରୁ ଦୁଇଟି ପର୍ଯ୍ୟାୟରେ ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଜରିଆରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିଲେ ବି ତାହା ବିଫଳ ହୋଇଛି। ଏହାସହ ମଧ୍ୟସ୍ଥତା ନକରି ମାମଲାର ଶୁଣାଣି ଶୀଘ୍ର ସାରିବାକୁ ଗତ ସେପ୍ଟେମ୍ବର ୨୭ ତାରିଖରେ ଫ୍ୟାମିଲ କୋର୍ଟଙ୍କୁ ନିବେଦନ କରିଛନ୍ତି ଅନୁଭବ। ସେପଟେ କୋର୍ଟ ଯାହା ନିଷ୍ପତ୍ତି ନେବେ ସେଥିରେ ସେ ସହଯୋଗ କରିବେ ବୋଲି କହିଛନ୍ତି ବର୍ଷା।
ଫ୍ୟାମିଲ କୋର୍ଟରେ ଶେଷ ହେଲା ବର୍ଷା-ଅନୁଭବଙ୍କ କାଉନସେଲିଂ, ମଧ୍ୟସ୍ଥତା ଚାହୁଁନି ଶୁଣାଣି ପ୍ରକ୍ରିୟା ଆରମ୍ଭ ହେଉ : ଅନୁଭବ
କଟକ : ବର୍ଷା ଅନୁଭବ ପାରିବାରିକ ବିବାଦ ମାମଲାରେ କଟକ ପାରିବାରିକ ଅଦାଲତରେ ଉଭୟଙ୍କ ମଧ୍ୟରେ ଶେଷ ହେଲା ମଧ୍ୟସ୍ଥତା। ଆଜି କରାଯାଉଥିବା କାଉନସେଲିଂ ପରେ । ମଧ୍ୟସ୍ଥତା ଚାହୁଁନଥିବା କହି କୋର୍ଟରେ ସତ୍ୟପାଠ ଦାଖଲ କରିଛନ୍ତି ସାଂସଦ ଅନୁଭବ ମହାନ୍ତି। ମଧ୍ୟସ୍ଥତା ବନ୍ଦ କରି ଶୁଣାଣୀ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ସତ୍ୟପାଠରେ ଉଲ୍ଲେଖ କରିଛନ୍ତି ଅନୁଭବ।
ଅନ୍ୟପଟେ କୋର୍ଟଙ୍କ ଉପରେ ନିଷ୍ପତ୍ତି ଛାଡ଼ିଛନ୍ତି ବର୍ଷା ପ୍ରିୟଦର୍ଶିନୀ। କୋର୍ଟଙ୍କ ଯାହା ନିଷ୍ପତ୍ତି ଆସିବ ତାକୁ ବର୍ଷା ସ୍ବୀକାର କରିବେ ବୋଲି କହିଛନ୍ତି। ତେବେ ପାରିବାରିକ ବିବାଦ ମାମଲାରେ ଉଭୟ ଆଜି କଟକ ପାରିବାରିକ ଅଦାଲତରେ ହାଜର ହୋଇଥିଲେ।
ପୂର୍ବରୁ ସେପ୍ଟେମ୍ବର ୧୫ ତାରିଖରେ ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ତାଙ୍କ ପତ୍ନୀ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ବ୍ୟକ୍ତିଗତ ଭାବେ ହାଜର ହୋଇଥିଲେ। ଚାମ୍ବରରେ ବିଚାରପତିଙ୍କ ନିକଟରେ ଉପସ୍ଥିତ ରହି ଅନୁଭବ ଓ ବର୍ଷା ବ୍ୟକ୍ତିଗତ ଭାବେ ନିଜ ନିଜର ମତ ରଖିଥିଲେ। ଦୀର୍ଘ ସମୟ ଧରି ଉଭୟ ବିଚାରପତିଙ୍କ ଚାମ୍ବରରେ ରହିଥିଲେ। ମଧ୍ୟସ୍ଥତା ପ୍ରକ୍ରିୟା ମାଧ୍ୟମରେ ବିବାଦର ସମାଧାନ ପାଇଁ ଉଦ୍ୟମ କରାଯାଇଥିବା ବେଳେ ମଧ୍ୟ କୌଣସି ସଫଳ ମିଳିପାରିନାହିଁ।
ଏଠାରେ ଉଲ୍ଲେଖଯୋଗ୍ୟ, ଅନୁଭବଙ୍କ ତରଫରୁ ଦାୟର ଛାଡ଼ପତ୍ର ଆବେଦନ ଓ ଦାମ୍ପତ୍ୟଜୀବନ ସୁରକ୍ଷିତ ରଖିବା ପ୍ରସଂଗକୁ ନେଇ ବର୍ଷା ରୁଜୁ କରିଥିବା ଆବେଦନର କଟକ ପରିବାର ଅଦାଲତରେ ଶୁଣାଣି ଚାଲିଛି। ଏହି ମାମଲାରେ ପୂର୍ବରୁ ଅନୁଭବଙ୍କ ସାକ୍ଷ୍ୟ ଗ୍ରହଣ ଶେଷ ହୋଇଥିବା ବେଳେ ବର୍ଷାଙ୍କ ସାକ୍ଷ୍ୟ ଗ୍ରହଣ ଆଗକୁ ହେବ। ଅନୁଭବଙ୍କ ତରଫରୁ ଆଇନଜୀବୀ ଲଳିତେନ୍ଦୁ ମିଶ୍ର, ଶାଶ୍ବତ ଆଚାର୍ଯ୍ୟ ଏବଂ ବର୍ଷାଙ୍କ ପକ୍ଷରୁ ଆଇନଜୀବୀ ସିଦ୍ଧାର୍ଥ ଦାସ ଓ ରାମକୃଷ୍ଣ ରଥ ମାମଲା ପରିଚାଳନା କରୁଥିଲେ।
ଅନୁଭବ ଓ ବର୍ଷାଙ୍କ ପାରିବାରିକ ବିବାଦ ମାମଲା: ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଶେଷ
କଟକ: ପାରିବାରିକ ବିବାଦ ମାମଲାରେ ଆଜି ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନୀ ଓ ସାଂସଦ ଅନୁଭବ ମହାନ୍ତି ଆଜି ଫ୍ୟାମିଲ କୋର୍ଟରେ ହାଜର ହୋଇଛନ୍ତି। ଉଭୟଙ୍କ ମଧ୍ୟରେ ମଧ୍ୟସ୍ଥତା ଶେଷ ହୋଇଛି। ପରିବାର ଅଦାଲତ ବିଚାରପତି ନିଜ ଚାମ୍ବରରେ ମଧ୍ୟସ୍ଥତା କରିଥିଲେ। ମଧ୍ୟସ୍ଥତାର କୌଣସି ଫଳାଫଳ  ସ୍ପଷ୍ଟ ହୋଇନି। ଉଭୟଙ୍କୁ ମଧ୍ୟସ୍ଥତା କେନ୍ଦ୍ରରେ ହାଜର ପାଇଁ ନିଜ ଆଡୁ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ। କୋର୍ଟଙ୍କ ନିର୍ଦ୍ଦେଶ ପରେ ଉଭୟ ଆଜି ପରିବାର ଅଦାଲତରେ ହାଜର ହୋଇଥିଲେ। ଉଭୟ ଆଜି କୋର୍ଟରେ ଏହି ଅର୍ଥ ରାଶି ଜମା କରିବେ ବୋଲି ତାଙ୍କ ଆଇନଜୀବୀ ପକ୍ଷରୁ ସୂଚନା ମିଳିଛି। କୋର୍ଟ କାର୍ଯ୍ୟକୁ ସହଯୋଗ ପାଇଁ ସତ୍ୟପାଠ ଦେଇଛନ୍ତି ବର୍ଷା। ତେବେ ଆଜି ହାଜର ହେବା ପାଇଁ ଗତ ୯ ତାରିଖରେ ନିର୍ଦ୍ଦେଶ ଦେଇଥିଲେ କଟକ ପରିବାର ଅଦାଲତ। ଅଯଥାରେ କୋର୍ଟଙ୍କ ସମୟ ନଷ୍ଟ କରିଥିବାରୁ ଉଭୟଙ୍କୁ ଫ୍ୟାମିଲି କୋର୍ଟ ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ଅନୁଭବଙ୍କୁ ଝଟକା : ଶ୍ୱଶୁର ଘର ଛାଡ଼ିବେନି ବର୍ଷା, ଏସଡିଜେଏମଙ୍କ ନିର୍ଦ୍ଦେଶ ଉପରେ ଅନ୍ତରୀଣ ରୋକ ଲଗାଇଲେ କଟକ ଜିଲ୍ଲା ଜଜ୍
କଟକ : ଅନୁଭବ-ବର୍ଷା ପରିବାରିକ ବିବାଦ ମାମଲାରେ ଅନୁଭବଙ୍କୁ ଝଟକା । ବର୍ଷା ଛାଡିବେନି ଅନୁଭବଙ୍କ ଘର। ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡ଼ି ଅନ୍ୟତ୍ର ରହିବା ପାଇଁ ଏସଡିଜେଏମ କୋର୍ଟ ଦେଇଥିବା ନିର୍ଦେଶ ଉପରେ ଆଜି ଅନ୍ତରୀଣ ରୋକ ଲଗାଇଛନ୍ତି କଟକ ଜିଲ୍ଲା ଜଜ୍। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ନେଇ ତାରିଖ ଧାର୍ଯ୍ୟ ହୋଇଛି । ବର୍ଷାଙ୍କ ପକ୍ଷରୁ ହୋଇଥିବା ଆବେଦନକୁ ଗ୍ରହଣ କରି ଏହି ନିର୍ଦ୍ଦେଶ ଦେଇଛନ୍ତି କଟକ ଜିଲ୍ଲା କୋର୍ଟ ।
ଜୁନ୍‌ ୨ ତାରିଖରେ ଏସଡିଜେଏମ କୋର୍ଟ ତାଙ୍କ ରାୟରେ ବର୍ଷାଙ୍କୁ ଅନୁଭବଙ୍କ ଘର ଛାଡି  ଅନ୍ୟତ୍ର ରହିବାକୁ ର୍ଦ୍ଦେଶ ଦେଇଥିଲ। ସେହି ସମୟରେ ଘରଭଡା ବାବଦରେ ଅନୁଭବ ବର୍ଷାଙ୍କୁ ମାସିକ ୩୦ ହଜାର ଟଙ୍କା ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଥିଲେ ।ପ୍ରଥମ କିସ୍ତି ଦେବାର ଦୁଇ ମାସ ପରେ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। କୋର୍ଟଙ୍କ ନିର୍ଦେଶ ଅନୁସାରେ ଅନୁଭବ ମଧ୍ୟ ପ୍ରଥମ କିସ୍ତି ଟଙ୍କା ପ୍ରଦାନ କରିସାରିଥିଲେ। ତେବେ ଏସଡିଜେଏମ କୋର୍ଟଙ୍କ ଏହି ରାୟ ଉପରେ ରୋକ ଲଗାଇବାପାଇଁ ବର୍ଷା ଜିଲ୍ଲା ଜଜ କୋର୍ଟରେ ଆବେଦନ କରିଥିଲେ । କଟକ ଜିଲ୍ଲା ଜଜ୍‌ ଆଜି ସେହି ମାମଲାର ଣୁଣାଣି କରି ଏସଡିଜେଏମ କୋର୍ଟଙ୍କ ରାୟ ଉପରେ ଅନ୍ତରୀଣ ରୋକ୍‌ ନିର୍ଦ୍ଦେଶ ଦେଇଛନ୍ତି। ଜୁଲାଇ ୪ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।
ଅନୁଭବଙ୍କ ଆଉ ଏକ ଭିଡିଓ : କହିଲେ- ‘ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି, ମୁଁ ବି ବଞ୍ଚିବାକୁ ଚାହେଁ’
ଭୁବନେଶ୍ବର : ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି। ମରିବାକୁ ଆଉ ଡରାଅନି। ତୁମେ ମୋତେ ମାରି ସାରିଲଣି। ମୁଁ ଗୋଟିଏ ମଲା ମଣିଷ । ମୁଁ ଏବେ ଗୋଟିଏ ମଲା ମଣିଷର ଜୀବନ ବଞ୍ଚିଛି। ହେଲେ ସମସ୍ତଙ୍କ ପରି ମୋର ବି ଶେଷ ଇଚ୍ଛା ଅଛି। ମୁଁ ବି ବଞ୍ଚିବାକୁ ଚାହେଁ ’। ଆଜି ପୁଣି ସୋସିଆଲ୍‌ ମିଡିଆରେ ଏଭଳି ଏକ ଭିଡିଓ ପୋଷ୍ଟ କରିଛନ୍ତି ଓଡ଼ିଆ ସିନେ ଅଭିନେତା ତଥା କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତି। ଆଜି ସକାଳୁ ୟୁଟ୍ୟୁବ୍‌ରେ ଅନୁଭବ ମହାନ୍ତିଙ୍କ ନାଁରେ ଥିବା ପେଜ୍‌ରେ ଏହି ଭିଡିଓ ଅପ୍‌ଲୋଡ୍‌ ହୋଇଛି। ଯାହାକୁ ୩ ଘଣ୍ଟା ମଧ୍ୟରେ ପ୍ରାୟ ୪୦ ହଜାରରୁ ଉର୍ଦ୍ଧ୍ବ ଲୋକ ଦେଖି ସାରିଲେଣି।
ଆଜି ସକାଳୁ ଅନୁଭବ ମହାନ୍ତିଙ୍କ ୟୁଟ୍ୟୁବ୍‌ ପେଜ୍‌ରେ ଅପଲୋଡ ହୋଇଥିବା ଏହି ଭିଡିଓରେ ନିଜର ପ୍ରଶଂସକ, ଶୁଭେଚ୍ଛୁ ଓ ସମର୍ଥକଙ୍କୁ ବି କିଛି ସନ୍ଦେଶ ଦେବା ସହ ନିଜ ଜୀବନର ଶେଷ ଇଚ୍ଛା କହିଛନ୍ତି। ସେ କହିଛନ୍ତି, ‘ମୁଁ ବହୁତ ବୋଝ ନେଲିଣି। ମୋତେ ମାରି ସାରିଲଣି। ମୁଁ ସବୁବେଳେ ବଞ୍ଚିବାକୁ ଚାହୁଁଥିଲି। ମୁଁ ଆଶା କରୁଛି ମୋର ଏହି ଶେଷ ଇଚ୍ଛା ପୁରଣ ହେବ। ଏହାପରେ ମୁଁ ଆଉ କିଛି କହି ପାରିବିନି। କାରଣ ମୋ ପାଟି ସିଲ୍‌ ହୋଇ ଯାଇଛି । ଯାହା ବି ସମସ୍ୟା ଆସିବ ସେସବୁର ମୁଁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ଦିନେ ନା ଦିନେ ସୂର୍ଯ୍ୟଦୋୟ ହେବ ବୋଲି ଅନୁଭବ କହିଛନ୍ତି। ତେବେ ଏହି ଭିଡିଓରେ ଅନୁଭବ ଏପରି ଭାବେ ନିଜ ଅସହାୟତା ପ୍ରକାଶ କରିଥିଲେ ମଧ୍ୟ କାହାରି ନାଁ ନେଇ ନାହାନ୍ତି।
ଭିଡିଓରେ ଅନୁଭୁବ ଫ୍ୟାନ୍ସମାନଙ୍କୁ ନିଜେ ରହୁଥିବା ରୁମ୍‌ ବୁଲି ବୁଲି ଦେଖାଇବା ସହ ତାଙ୍କ ଜୀବନଶୈଳୀ ସଂପର୍କରେ କହିଛନ୍ତି । ଏହି ସମୟରେ ସେ ପରିବାର ସହ ବିତାଇଥିବା ଖୁସିର ମୁହୁର୍ତ୍ତ ସମ୍ପର୍କରେ ଜଣାଇଛନ୍ତି । ଏପିରିକି ତାଙ୍କ ରୁମ୍‌ରେ ଲାଗିଥିବା କିଛି ଫଟୋ ଫ୍ରେମ୍‌ ମଧ୍ୟ ଦେଖାଇଥିଲେ । ଭିଡିଓରେ କାହାର ଇମୋସନ ସହ ନଖେଳିବାକୁ ଅନୁରୋଧ କରିଛନ୍ତି ଅନୁଭବ । ମୁଁ ବୋହୁତ ବୋଝ ନେଲିଣି । ଆଇନ ଉପରେ ମୋର ଯଥେଷ୍ଟ ଭରସା ଅଛି । ଆଇନକୁ ମୁଁ ବିଶ୍ବାସ କରେ। ମୁଁ ସବୁବେଳେ ବଞ୍ଚିବାକୁ ଚାହୁଁଥିଲି। ମୁଁ ଆଶା କରୁଛି ମୋର ଏହି ଇଚ୍ଛା ପୁରଣ ହେଉ। ଏହାପରେ ମୁଁ ଆଉ କିଛି କହିବାକୁ ଚାହୁଁନି। ଯାହା ବି ସମସ୍ୟା ଆସିବ ସେସବୁର ମୁଁ ସାମ୍ନା କରିବା ପାଇଁ ପ୍ରସ୍ତୁତ ଅଛି। ଦିନେ ନା ଦିନେ ସୂର୍ଯ୍ୟଦୋୟ ହେବ। ହୁଏତ କାଳେ ମୋ ଶେଷ ପୂର୍ବରୁ ସୂର୍ଯ୍ୟଦୋୟ ମୁଁ ଦେଖିବି।’ ‘ଜୀବନରେ ମୁଁ ଏତିକି ଶିଖିଲି ଯେତେବେଳେ ନିଜ ରକ୍ତ ସାଥ୍‌ ଦିଏ ନାହିଁ, ତାକୁ ଧରିକି କାନ୍ଦିବା ଉଚିତ୍‌ ନୁହେଁ। ଏଭଳି କଠିନ ସମୟରେ ନିଜ ରକ୍ତ ନହୋଇ ମଧ୍ୟ ଯେଉଁମାନେ ସାଥ୍‌ ଦିଅନ୍ତି ତାଙ୍କୁ ମଲା ପର୍ଯ୍ୟନ୍ତ ଭୁଲିବା କଥା ନୁହେଁ’ ବୋଲି ଅନୁଭବ କହିଛନ୍ତି।
ତେବେ ଗତକାଲି ଫେସବୁକ୍‌ରେ ଅନୁଭବ ଏକ ପୋଷ୍ଟ କରିଥିଲେ। ସେଥିରେ ଏକ ତାଙ୍କ ନାଁରେ ମିଥ୍ୟା ଖବର ଏବଂ ଭିଡିଓ ଅପଲୋଡ୍ କରୁଥିବା ନ୍ୟୁଜ ପୋର୍ଟାଲ ଏବଂ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ଅନୁଭବ ଟାର୍ଗେଟ କରିଥିଲେ।  ରବିବାର ରାତି ପ୍ରାୟ ୯ଟା ବେଳେ ସାଂସଦ ଅନୁଭବ ମହାନ୍ତି ନିଜ ଫେସବୁକରେ ଏକ ପୋଷ୍ଟ ସେୟାର କରିଥିଲେ। ଯେଉଁଥିରେ ସେ କିଛି ଗଣମାଧ୍ୟମ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି। ବର୍ଷା ଓ ତାଙ୍କ ସମ୍ପର୍କକୁ ନେଇ ଯେଉଁ ପ୍ରକାରର ଖବର ପ୍ରସାରଣ କରାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟା ବୋଲି ଅନୁଭବ ଦାବି କରିବା ସହ ସେ ଏହି ମାମଲାରେ କୋର୍ଟ ଯିବେ ବୋଲି ମଧ୍ୟ ଧମକ ଦେଇଥିଲେ।  ଅନୁଭବ  ଫେସବୁକ୍‌ରେ ଲେଖିଥିଲେ ଯେ  ‘କୋର୍ଟଙ୍କ ନିର୍ଦ୍ଦେଶ ପାଇଁ ମୁଁ ନିରବ ଅଛ, କିନ୍ତୁ କିଛି ଗଣମାଧ୍ୟମ ସଂସ୍ଥା ଓ ୟୁଟ୍ୟୁବ ଚ୍ୟାନେଲ ଯାହା ପାଇଲେ ତାହା ଲେଖୁଛନ୍ତି ଓ କହୁଛନ୍ତି। ଭିତ୍ତିହୀନ, ଅର୍ଥହୀନ ଓ ମିଥ୍ୟା ଖବର ପ୍ରସାରଣ ପାଇଁ ମୁଁ ସେମାନଙ୍କୁ ଚେତାବନୀ ଦେଉଛି । ସେମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆଇନର ଦ୍ୱାରାସ୍ଥ ହେବି। ମିଥ୍ୟା ଖବର ପ୍ରସାରଣ କରି ଲୋକଙ୍କୁ ଭ୍ରମିତ କରନ୍ତୁ ନାହିଁ। ମୁଁ ଆରମ୍ଭରୁ ହିଁ ସ୍ପଷ୍ଟ କରିସାରିଛି। ତାହା କେବେ ହେବ ନାହିଁ। ତେଣୁ ମିଥ୍ୟ ଖବର ପ୍ରଚାର ବନ୍ଦ କରନ୍ତୁ।’
ସୂଚନାଯୋଗ୍ୟ ବର୍ଷାଙ୍କ ବିରୋଧରେ ଅନୁଭବ ବ୍ୟାକ୍‌ ଟୁ ବ୍ୟାକ୍‌ ୩ଟି ଭିଡ଼ିଓ ସୋଶାଲ ମିଡ଼ିଆରେ ଛାଡ଼ିଥିଲେ। ଏହାକୁ ନେଇ ବର୍ଷା ସାଇବର ଥାନାରେ ଅଭିଯୋଗ କରିବା ସହ ମାନହାନୀ ହେଉଥିବା ନେଇ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ଏହି ମାମଲାର ଶୁଣାଣି କରି କୋର୍ଟ ଦୁଇ ଜଣଙ୍କୁ ସୋଶାଲ ମିଡିଆରେ ଟିପ୍ପଣୀ ନ କରିବାକୁ ତାଗିଦ୍ କରିଥିଲେ । କୌଣସି ବି ସ୍ଥାନରେ କେହି କାହା ବିରୋଧରେ ମନ୍ତବ୍ୟ ନ ଦେବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ହାଇକୋର୍ଟ ନିର୍ଦ୍ଦେଶ ପରେ ଅନୁଭବ ଆଉ ବର୍ଷାଙ୍କୁ ଟାର୍ଗେଟ କରି ଭିଡିଓ କରୁନଥିଲେ ମଧ୍ୟ ଅନ୍ୟ ପ୍ରସଙ୍ଗ ନେଇ ଭିଡିଓ କରୁଛନ୍ତି।
କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ବର୍ଷାଙ୍କ ଆକାଉଣ୍ଟକୁ ୩୦ହଜାର ଟଙ୍କା ପଠାଇଲେ ଅନୁଭବ
କଟକ: କଟକ ଏସଡିଜେଏମ ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ସାଂସଦ ଅନୁଭବ ମହାନ୍ତି, ଆଜି ବର୍ଷାଙ୍କ ଆକାଉଣ୍ଟକୁ  ୩୦ ହଜାର ଟଙ୍କା ପଠାଇଛନ୍ତି। ଗତକାଲି କଟକ ଏସଡିଜେଏମ୍‌ କୋର୍ଟ ବର୍ଷା ପ୍ରିୟଦର୍ଶିନୀଙ୍କୁ ଅନୁଭବଙ୍କ ପୈତୃକ ଘର ଛାଡିବାକୁ ନିର୍ଦେଶ ଦେଇଥିଲେ। ଏହାସହିତ ବର୍ଷାଙ୍କ ବିକଳ୍ପ ରହଣି ପାଇଁ ପ୍ରତି ମାସରେ ୩୦ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ। ପ୍ରଥମ କିସ୍ତି ଦେବାର ଦୁଇ ମାସ ପରେ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ତେବେ ଗତକାଲି କୋର୍ଟଙ୍କ ନିର୍ଦେଶ ପରେ ଆଜି ସାଂସଦ ଅନୁଭବ ମହାନ୍ତି ପତ୍ନୀ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ପଠାଇଛନ୍ତି । ଅନୁଭବଙ୍କ ପୈତୃକ ଘର ଛାଡି ବାହାରେ ରହିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ ଅଦାଲତ । ତେବେ ବର୍ଷାଙ୍କୁ ଟଙ୍କା ପଠାଇବା ପରେ ଅନୁଭବ ଓ ତାଙ୍କ ଓକିଲ କୋର୍ଟଙ୍କୁ ଅବଗତ କରାଇଛନ୍ତି ।କୋର୍ଟରେ ହାଜର ହୋଇ ଟଙ୍କା ଜମା କରାଯାଇଥିବା ଅବଗତ କରିଛନ୍ତି ଅନୁଭବ । ପ୍ରତି ମାସ ୧୦ ତାରିଖ କିମ୍ବା ଏହାର ପୂର୍ବରୁ ବର୍ଷାଙ୍କ ଆକାଉଣ୍ଟକୁ ୩୦ ହଜାର ଟଙ୍କା ଜମା କରିବାକୁ ଗତକାଲି (ଗୁରୁବାର) ପାରିବାରିକ ବିବାଦର ଶୁଣାଣି କରି ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଅନୁଭବଙ୍କ ପିଟିସନକୁ କୋର୍ଟ ଗ୍ରହଣ କରି ଏପରି ନିର୍ଦ୍ଦେଶ ଦେଇଥିଲେ ।
ଅନୁଭବଙ୍କ ବାପାଙ୍କ ଦେହ ଅସୁସ୍ଥ ଥିବାରୁ ବର୍ଷା, ଅନୁଭବଙ୍କ ପୈତୃକ ଘରେ ନ ରହିବାକୁ କୋର୍ଟରେ ଆବେଦନ କରିଥିଲେ। ତେବେ ଦୁଇ ମାସ ମଧ୍ୟରେ ଏହି ଟଙ୍କା ଜମା କରିବା ପରେ ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦ୍ଦେଶ ରହିଛି ।ପ୍ରଥମ ମାସିକ ଟଙ୍କା ପୈଠ କରିବାର ଦୁଇ ମାସ ମଧ୍ୟରେ ବର୍ଷା ଅନୁଭବଙ୍କ ପୈତୃକ ସମ୍ପତ୍ତି ଛାଡି ଅନ୍ୟତ୍ର ରହିବେ ବୋଲି କୋର୍ଟଙ୍କ ନିର୍ଦେଶ ରହିଛି।
ଅନୁଭବଙ୍କ ପୈତୃକ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ କୋର୍ଟଙ୍କ ନିର୍ଦ୍ଦେଶ
କଟକ: ଅନୁଭବଙ୍କ ଘର ଛାଡ଼ିବେ ବର୍ଷା ପ୍ରିୟଦର୍ଶିନୀ ! ଅନୁଭବ ମହାନ୍ତିଙ୍କ ପୈତୃକ ଘର ଛାଡିବାକୁ ବର୍ଷା ପ୍ରିୟଦର୍ଶିନୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କଟକ ଏସଡିଜେଏମ୍‌ କୋର୍ଟ । ପୈତୃକ ଘର ଛାଡ଼ିବାକୁ ଆବେଦନ କରିଥିଲେ ଅନୁଭବ। ବାପା, ମାଆ ଅସୁସ୍ଥ ଥିବାରୁ ଘର ଛାଡ଼ିବାକୁ ଆବେଦନ କରିଥିଲେ ଅନୁଭବ । ଅନୁଭବଙ୍କ ପିଟିସନକୁ ଗ୍ରହଣ କଲେ SDJM କୋର୍ଟ । ଏହାସହିତ ବର୍ଷାଙ୍କୁ ପ୍ରତି ମାସରେ ୩୦ହଜାର ଟଙ୍କା ଦେବାକୁ ଅନୁଭବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କୋର୍ଟ। ପ୍ରଥମ କିସ୍ତି ଦେବାର ଦୁଇ ମାସ ପରେ ଘର ଛାଡ଼ିବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ।
ଗତ ମାସ ୨୪ ତାରିଖରେ ଏହି ମାମଲାର ଶୁଣାଣି ଶେଷ କରି କଟକ ଏସ ଡି ଜେ ଏମ୍ କୋର୍ଟ ତାଙ୍କ ରାୟ ସଂରକ୍ଷିତ ରଖିଥିଲେ । ନିଜ ପିଟିସନରେ ଅନୁଭବ ଉଲ୍ଲେଖ କରିଥିଲେ କି , ସେ ତାଙ୍କ ପତ୍ନୀ ବର୍ଷାଙ୍କ ପାଇଁ ଭଡା ଘରର ବ୍ୟବସ୍ଥା କରିବେ । ସେ ବାବଦୀୟ ଖର୍ଚ୍ଚକୁ ଭରଣା କରିବାକୁ ମଧ୍ୟ ସେ ରାଜି ଅଛନ୍ତି । ଯେହେତୁ ତାଙ୍କ ବାପାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଭଲ ନାହିଁ । ତେଣୁ ତାଙ୍କ ଚିକିତ୍ସା ଲାଗି ସେମାନଙ୍କୁ ନିଜ ଘରେ ରହିବାର ଆବଶ୍ୟକତା ରହିଛି ।
ସୂଚନାଯୋଗ୍ୟ, ବର୍ଷାଙ୍କ ସହ ବିବାଦ ହେବା ପରଠାରୁ ଅନୁଭବ ତାଙ୍କ ବାପା, ମାଆ ଓ ସାନ ଭାଇଙ୍କ ସହ ଅନ୍ୟତ୍ର ଘର ଭଡା ନେଇ ରହୁଛନ୍ତି । ଅନ୍ୟପଟେ ପାରିବାରିକ ହିଂସାର ଶୀକାର ହେଉଥିବା ଅଭିଯୋଗ ଆଣି ବର୍ଷା ପ୍ରଥମେ ଏସଡିଜେଏମ୍ କୋର୍ଟରେ ଏକ ମାମଲା ଦାଏର କରିଥିଲେ । ଉକ୍ତ ଆବେଦନଟି କୋର୍ଟରେ ବିଚାରାଧୀନ ଥିବା ବେଳେ, ଅନୁଭବଙ୍କ ପକ୍ଷରୁ ଆଉ ଦୁଇଟି ପିଟିସନ ଦାୟର ହୋଇଥିଲା  ଯାହାର ରାୟ ଗୁରୁବାର  ପ୍ରକାଶ ପାଇଛି ।
ଅନୁଭବଙ୍କ ସମର୍ଥନରେ ସୋସିଆଲ ମିଡିଆ ୟୁଜରସ୍, ବଦଳିଲା ‘ବର୍ଷା-ଅନୁଭବ’ ଫେସବୁକ୍ ପେଜର ନାମ
ଭୁବନେଶ୍ୱର: ସାସଂଦ ତଥା ଅଭିନେତା ଅନୁଭବ ମହାନ୍ତି ଏବଂ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିବାଦ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ଗତକାଲି ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିବାପରେ ଅନୁଭବଙ୍କ ସମର୍ଥନରେ ବାହାରିଛନ୍ତି ଅନେକ ୟୁଜର। ଏମିତିକି ଫେସବୁକରେ ଥିବା ଅନୁଭବ-ବର୍ଷା ନାମକ ଏକ ପେଜର ନାମ ପରିବର୍ତ୍ତନ ହୋଇଥିବା ଦେଖିବାକୁ ମିଳିଛି । ଯେଉଁ ପେଜର ନାମକୁ ପରିବର୍ତ୍ତନ କରାଯାଇ ଜଷ୍ଟିର- ଫର- ଅନୁଭବ ରଖାଯାଇଛି।  ବର୍ତ୍ତାମାନ ସୋସିଆଲ ମିଡିଆରେ ହିଁ ୟୁଜର ଉଭୟଙ୍କୁ ସମାଲୋଚନା ଏବଂ ସମର୍ଥନ କରିବା ଆରମ୍ଭ କରିଦେଇଛନ୍ତି ।
ଗତକାଲି  ଅନୁଭବ ମହାନ୍ତି ସାମାଜିକ ଗଣମାଧ୍ୟମରେ ମୁହଁ ଖୋଲି କହିଥିଲେ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼ର କାହାଣୀ । କାହିଁକି ସେ ବିଛେଦ ଚାହୁଛନ୍ତି ତାହାର ଏକ ଭିଡିଓ ପୋଷ୍ଟ କରିିଥିଲେ ଅନୁଭବ। ପ୍ରାୟ ୧ ଘଣ୍ଟାରୁ ଅଧିକ ସମୟ ଧରି ଏହି ଭିଡିଓରେ ଅନୁଭବ ମହାନ୍ତି ପାରିବାରିକ ବିବାଦ ଓ ଦାମ୍ପତ୍ୟ ଜୀବନରେ ସୃଷ୍ଟି ହୋଇଥିବା ଝଡ଼କୁ ନେଇ ବିଭିନ୍ନ ପ୍ରସଙ୍ଗ ଉଲ୍ଲେଖ କରିଥିଲେ।
ସେ ସେସିଆଲ ମିଡିଆରେ ଛାଡିଥିବା ଭିଡିଓରେ କହିଥିଲେ ଯେ-  ‘ମୁଁ ଗାଳିଗୁଲଜ କରେ। ୨୪ ଘଣ୍ଟା ମଦ୍ୟପାନ କରେ। ସାଙ୍ଗସାଥୀଙ୍କୁ ଘରକୁ ଡାକି ମଦ ପିଏ। ସାଙ୍ଗସାଥୀଙ୍କ ସାମ୍ନାରେ ମଧ୍ୟ ତାଙ୍କୁ ଅସଭ୍ୟ ଭାଷାରେ ଗାଳି ଦିଏ। ହାତରେ ମାରେ, ଗୋଡ଼ରେ ମାରେ, ଆଉ ଲାଠିରେ ବି ମାରେ। ଏ ସବୁ ସେ ପିଟିସନରେ ଲେଖିଛନ୍ତି। ଯଦି ଏ କଥା ସତ, ତା’ହେଲେ ପୁଣି କାହିଁକି ରହିବାକୁ ଚାହୁଁଛ। ମୋତେ ଡିଭର୍ସ ଦିଅ। ମୋତେ ବଞ୍ଚିବାକୁ ଦିଅ ବର୍ଷା।’
ଅଭିନେତାରୁ ରାଜନେତା ପାଲଟିଥିବା ସାଂସଦ ଅନୁଭବ ମହାନ୍ତି ପୁଣି ଏକ ଭିଡ଼ିଓ ଜାରି କରି ଏସବୁ କହିଛନ୍ତି। ଏଥିଯୋଗୁଁ ଷ୍ଟାର ଦମ୍ପତି ଅନୁଭବ ଓ ବର୍ଷାଙ୍କ ଭିତରେ ଥିବା ବିବାଦ ପୁଣି ତୀବ୍ର ହୋଇଛି। କିଛି ଦିନ ପୂର୍ବେ ଜାରି କରିଥିବା ଭିଡ଼ିଓରେ ସେ ନିଜ ଦାମ୍ପତ୍ୟ ଜୀବନର ବିବାଦ ବିଷୟରେ କହିଥିଲେ। ଶନିବାର ଜାରି କରିଥିବା ଭିଡ଼ିଓରେ ପ୍ରେମର ଆରମ୍ଭ ଠୁ କୋର୍ଟକଚେରି ମାମଲା ପର୍ଯ୍ୟନ୍ତ ସବୁ କିଛି ଟିକିନିଖି ବଖାଣିଛନ୍ତି ଅନୁଭବ।
ପ୍ରାୟ ଘଣ୍ଟାଏ ଅବଧିର ଏହି ଭିଡିଓରେ ଅନୁଭବ କହିଛନ୍ତି, ଚଳଚ୍ଚିତ୍ର ‘ନେଇ ଯା’ରେ ମେଘ ମୋତେ’ ସୁଟିଂ ସମୟରେ ଆମ ଭିତରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୬ବର୍ଷର ପ୍ରେମ ଜୀବନ ପରେ ଉଭୟ ବିବାହ କରିଥିଲୁ। ବିବାହ ପୂର୍ବରୁ ହାତ ଧରିବାକୁ ମଧ୍ୟ ସେ ଡରୁଥିଲେ। ଏଣୁ ଏଭଳି ଜଣେ ଝିଅକୁ ବାହା ହେବି ବୋଲି ମୁଁ ସ୍ଥିର କରି ନେଇଥିଲି। ଶାରୀରିକ ସମ୍ପର୍କ ରଖିବାକୁ ତାଙ୍କ ମନରେ ପିଲାଟି ବେଳୁ ଡର ଅଛି ବୋଲି ସେ କହୁଥିଲେ। ବିବାହ ପରେ ପ୍ରଥମ କିଛି ଦିନ ସେ ମୋ ଠାରୁ ଅଲଗା ରହିଥିଲେ। ଜଣେ ବାଲ୍ୟବନ୍ଧୁଙ୍କୁ ଘରକୁ ଡାକିଥିଲେ। ଫଳରେ ମୋତେ ସାନ ଭାଇର ରୁମ୍‌ରେ ଶୋଇବାକୁ ପଡ଼ିଥିଲା। ଏହି ଘଟଣାକୁ ନେଇ ଘର ଲୋକ ଅଶାନ୍ତି ହୋଇଥିଲେ। ସେ ସମୟରେ ଘର ଲୋକଙ୍କୁ ଓ ବର୍ଷାଙ୍କୁ ବହୁତ ବୁଝାଇଥିଲି। ‘କଟକର ରହଣୀ ଠାରୁ ନେଇ ଆମେରିକା ପର୍ଯ୍ୟନ୍ତ ବର୍ଷା ମୋ ସହ ଶାରୀରିକ ସମ୍ପର୍କ ରଖିନାହାନ୍ତି।’
ଅନୁଭବ କହିଛନ୍ତି ଯେ, ‘ମେଣ୍ଟାଲ’ ଚଳଚ୍ଚିତ୍ର ସୁଟିଂ ସେଟ୍‍ରେ ବର୍ଷା ତାଙ୍କୁ ଗାଳି କରିଥିଲେ। ଏହି ସିନେମା ତିଆରି ସମୟରେ ମାନସିକ ନିର୍ଯାତନାର ଶିକାର ହୋଇଛି। ସେଟ୍‌ରେ କିପରି ଗାଳି ଗୁଲଜ କରନ୍ତି ତାହା କିଛି ବରିଷ୍ଠ କଳାକାର ଜାଣନ୍ତି। ସେଟରେ ମୁଁ କାନ୍ଦିଛି ମଧ୍ୟ। ଏହାଛଡ଼ା ତାଙ୍କ ସିନେମା କ୍ୟାରିୟର ମୁଁ ନଷ୍ଟ କରିଦେଲି ବୋଲି ସେ ସବୁବେଳେ ଆରୋପ କରୁଥିଲେ; ହେଲେ ଏହା ଆଦୌ ସତ ନୁହେଁ। ସେ ତାଙ୍କ କ୍ୟାରିୟରରେ ସବୁବେଳେ ଆଗକୁ ଯାଆନ୍ତୁ ବୋଲି ଚାହୁଁଥିଲି। ତାଙ୍କ ବିବାଦକୁ ଗଣମାଧ୍ୟମ ସଠିକ ଭାବେ ଲୋକଙ୍କ ନିକଟରେ ପହଞ୍ଚାଉନାହିଁ ବୋଲି ଅନୁଭବ କହିଛନ୍ତି।