Taptapani - The Sakala

ତପ୍ତପାଣିରେ ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି
ବ୍ରହ୍ମପୁର : ତପ୍ତପାଣିରେ ମା' କନ୍ଧୁଣୀ ଦେବୀଙ୍କ ଦର୍ଶନ କରି ପୂଜାର୍ଚ୍ଚନା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁରରେ ପହଞ୍ଚିବା ପରେ କାର ଯୋଗେ ତପ୍ତପାଣି ଯାଇଛନ୍ତି ରାଷ୍ଟ୍ରପତି । କଡ଼ା ସୁରକ୍ଷା ବଳୟରେ ତପ୍ତପାଣିରେ ପହଞ୍ଚି ମା’ କନ୍ଧୁଣୀ ଦେବୀ ମନ୍ଦିରରେ ପୂଜାର୍ଚ୍ଚନା କରିଛନ୍ତି ରାଷ୍ଟ୍ରପତି। ରାସ୍ତାରେ ଯିବା ବେଳେ ରାସ୍ତାରେ ଅଟକି ଚକୋଲେଟ୍‌ ବାଣ୍ଟିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଦିଗପହଣ୍ଡି କଲେଜ ଆଗରେ ଛାତ୍ରୀ ମାନଙ୍କୁ ନିଜେ ଚକୋଲେଟ୍‌ ବାଣ୍ଟିଲେ।

ସୂଚନାନୁସାରେ, ଦର୍ଶନ ପରେ ରାଷ୍ଟ୍ରପତି ପୁଣି ଏହି ରାସ୍ତାରେ ବ୍ରହ୍ମପୁର ଫେରି ଗୋଳାବନ୍ଧ ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ରିଯାପନ କରିବେ। ବୁଧବାର ପୂର୍ବାହ୍ଣରେ ରାଷ୍ଟ୍ରପତି ବ୍ରହ୍ମପୁର ରେଳଷ୍ଟେସନରୁ ଟ୍ରେନ୍ ଯୋଗେ ଭୁବନେଶ୍ବର ଫେରିଯିବା କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରପତିଙ୍କ ସହିତ ଓଡ଼ିଶାର ରାଜ୍ୟପାଳ ଡ.ହରି ବାବୁ କମ୍ଭମପାଟି ଏବଂ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଉପସ୍ଥିତ ଅଛନ୍ତି। ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ବ୍ରହ୍ମପୁର ରେଳଷ୍ଟେସନ ସମେତ ସମସ୍ତ ସଡ଼କ ପଥରେ ବ୍ଲୁ ବୁକ୍‌ ଅନୁସାରେ କଡ଼ା ସୁରକ୍ଷାବ୍ୟବସ୍ଥା ଗ୍ରହଣ କରାଯାଇଛି।

ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଯାତ୍ରା କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ମାଆ କନ୍ଧୁଣୀ ଦେବୀଙ୍କୁ କରିବେ ଦର୍ଶନ
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନିଜର ଓଡ଼ିଶା ଗସ୍ତ ସମୟରେ ଭୁବନେଶ୍ୱର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିଛନ୍ତି। ବ୍ରହ୍ମପୁରରେ ପହଞ୍ଚିବା ପରେ ସେ ସଡ଼କ ପଥରେ ତପ୍ତପାଣି ଗସ୍ତ କରିବେ ଏବଂ ସେଠାରେ ଥିବା ପ୍ରସିଦ୍ଧ 'ମାଆ କନ୍ଧୁଣୀ ଦେବୀ' ମନ୍ଦିରରେ ଦର୍ଶନ ଓ ପୂଜାର୍ଚ୍ଚନା କରିବାର କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତିଙ୍କ ଏହି ଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ସ୍ୱତନ୍ତ୍ର ରାଷ୍ଟ୍ରପତି ଟ୍ରେନକୁ ସୁରକ୍ଷା ପ୍ରଦାନ କରିବା ନିମନ୍ତେ ଯାତ୍ରା ପଥରେ ଦୁଇଟି ସ୍ୱତନ୍ତ୍ର ଏସ୍କର୍ଟ ଟ୍ରେନ ସାମିଲ କରାଯାଇଛି। ମହାମହିମ ରାଷ୍ଟ୍ରପତିଙ୍କ ସରକାରୀ ଗସ୍ତ ସମୟରେ ତାଙ୍କର ସୁରକ୍ଷିତ ଏବଂ ସୁଗମ ଯାତ୍ରାକୁ ନିଶ୍ଚିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।

ବ୍ରହ୍ମପୁରରେ ପହଞ୍ଚିବା ପରେ ରାଷ୍ଟ୍ରପତି ସଡ଼କ ପଥ ଦେଇ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ ତପ୍ତପାଣି ଅଭିମୁଖେ ଯିବେ। ସେଠାରେ ଥିବା ଆରାଧ୍ୟ ଦେବୀ ମାଆ କନ୍ଧୁଣୀ ଦେବୀଙ୍କ ପୀଠରେ ସେ ପ୍ରାର୍ଥନା କରିବେ, ଯାହାକି ସମଗ୍ର ଅଞ୍ଚଳର ଶ୍ରଦ୍ଧାଳୁମାନଙ୍କ ପାଇଁ ଏକ ପ୍ରମୁଖ ଆସ୍ଥାର କେନ୍ଦ୍ର ଅଟେ।

ରାଷ୍ଟ୍ରପତିଙ୍କ ଏହି ଗସ୍ତକୁ ନେଇ ସ୍ଥାନୀୟ ବାସିନ୍ଦା ଏବଂ ଶ୍ରଦ୍ଧାଳୁଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଛି। ତାଙ୍କର ଏହି ଗସ୍ତକୁ ଶୃଙ୍ଖଳିତ କରିବା ପାଇଁ ଭୁବନେଶ୍ୱର ରେଳ ଷ୍ଟେସନ, ରେଳପଥ ଏବଂ ମନ୍ଦିର ପରିସରରେ କର୍ତ୍ତୃପକ୍ଷଙ୍କ ଦ୍ୱାରା ବ୍ୟାପକ ବ୍ୟବସ୍ଥା କରାଯାଇଛି। ଓଡ଼ିଶାବାସୀ ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅନେକ ସମୟରେ ରାଜ୍ୟର ବିଭିନ୍ନ ସରକାରୀ, ସାଂସ୍କୃତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଆସିଥାନ୍ତି। ତାଙ୍କର ଏହି ଗସ୍ତ ଅଞ୍ଚଳର ସାଂସ୍କୃତିକ ଏବଂ ଆଧ୍ୟାତ୍ମିକ ଗୁରୁତ୍ୱକୁ ଆହୁରି ପ୍ରମାଣିତ କରୁଛି।

ତିନି ଦିନିଆ ଓଡ଼ିଶା ଗସ୍ତରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଭୁବନେଶ୍ବର ବିମାନବନ୍ଦରରେ ଭବ୍ୟ ସ୍ୱାଗତ
ଭୁବନେଶ୍ୱର: ଓଡ଼ିଶାରେ ପହଁଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଆଜିଠାରୁ ମହାମହିମ ଦ୍ରୌପଦୀ ମୁର୍ମୁଙ୍କ ତିନିଦିନିଆ ଗସ୍ତ । ନୂଆଦିଲ୍ଲୀରୁ ବାୟୁସେନାର ସ୍ବତନ୍ତ୍ର ବିମାନରେ ଭୁବନେଶ୍ବରରେ ପହଞ୍ଚିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଭୁବନେଶ୍ୱରସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର (BPIA) ଠାରେ ତାଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି। ରାଜ୍ୟପାଳ ହରିବାବୁ କମ୍ଭମପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ବିମାନବନ୍ଦରରେ ଉପସ୍ଥିତ ରହି ରାଷ୍ଟ୍ରପତିଙ୍କୁ ପାଛୋଟି ନେଇଥିଲେ।

ବିମାନବନ୍ଦରରୁ ସିଧାସଳଖ ରାଷ୍ଟ୍ରପତି ରାଜଭବନ ଅଭିମୁଖେ ବାହାରିଥିଲେ। ଆଜି ସନ୍ଧ୍ୟାରେ ସେ କଟକର ଏକ ଘରୋଇ ବିଶ୍ୱବିଦ୍ୟାଳୟର ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ଡମପଡ଼ାନିକଟ ବାଆଁରା ଠାରେ ଜଗତ ଗୁରୁ ଶ୍ରୀ କୃପାଳୁ ମହାରାଜ ବିଶ୍ଵବିଦ୍ୟାଳୟକୁ ଉଦଘାଟନ କରିବେ। ଭୁବନେଶ୍ବରରେ ୪୦ପ୍ଲାଟୁନ ଓ କଟକରେ ୧୭ ପ୍ଲାଟୁନ ଫୋର୍ସ ନିୟୋଜିତ ହୋଇଛନ୍ତି ।

ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୪ ତାରିଖରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସ୍ୱତନ୍ତ୍ର ଟ୍ରେନ ଯୋଗେ ଭୁବନେଶ୍ୱରରୁ ବ୍ରହ୍ମପୁର ଅଭିମୁଖେ ଯାତ୍ରା କରିବେ। ସେଠାରୁ ସେ ସଡ଼କ ପଥରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପ୍ରସିଦ୍ଧ ତପ୍ତପାଣି ଉଷ୍ଣ ପ୍ରସ୍ରବଣ ପରିଦର୍ଶନରେ ଯିବାର କାର୍ଯ୍ୟକ୍ରମ ରହିଛି। ସେଠାରେ ମା’ କନ୍ଧୁଣୀଦେବୀ ପୀଠରେ ଦର୍ଶନ, ଆଳତି ଏବଂ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଯୋଗଦେବେ। ଆର୍ମି ଏୟାର ଡିଫେନ୍ସ କଲେଜରେ ରାତ୍ର ରହଣି ସହ ବ୍ରହ୍ମପୁର-ଗୋପାଳପୁରସ୍ଥିତ ଧବଳେଶ୍ୱର ମନ୍ଦିର ପରିଦର୍ଶନ କରିବା କାର୍ଯ୍ୟକ୍ରମ ରହିଛି। ଏଥିପାଇଁ ବ୍ରହ୍ମପୁର ରେଳ ଷ୍ଟେସନକୁ ହାଇ ଆଲର୍ଟ ଘୋଷଣା କରାଯାଇଛି  । ମଙ୍ଗଳବାର ରାତିରେ ସେ ଗଞ୍ଜାମ ଜିଲ୍ଲା ଗୋଳାବନ୍ଧ ସ୍ଥିତ ଆର୍ମି ଏଡି କଲେଜ (Army AD College) ରେ ରାତ୍ରିଯାପନ କରିବେ। ଏହାପରେ ଅଗଷ୍ଟ ୫ ତାରିଖରେ ସେ ନିଜର ଓଡ଼ିଶା ଗସ୍ତ ଶେଷ କରି ନୂଆଦିଲ୍ଲୀ ଫେରିଯିବେ।