Fairness Cream Ad - The Sakala

୨ କୋଟି ଟଙ୍କାର ଅଫରକୁ ଠୋକ୍କର ମାରିଲେ ସାଇ ପଲ୍ଲବୀ, ଜାଣନ୍ତୁ କାହିଁକି ଗୋରା ହେବା କ୍ରିମ୍ ବିଜ୍ଞାପନକୁ କଲେ ମନା
ସାଉଥ୍ ସିନେମାର ପ୍ରସିଦ୍ଧ ଅଭିନେତ୍ରୀ ସାଇ ପଲ୍ଲବୀ (Sai Pallavi) ନିଜର ଚମତ୍କାର ଅଭିନୟ ଏବଂ ସରଳତା ପାଇଁ ବେଶ୍ ଜଣାଶୁଣା। ବର୍ତ୍ତମାନ ସେ ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ: ପାର୍ଟ ୧' (Ramayana: Part 1) ରେ ମାତା ସୀତାଙ୍କ ଭୂମିକାରେ ନଜର ଆସିବାକୁ ଯାଉଛନ୍ତି। ଏହି ଫିଲ୍ମକୁ ନେଇ ଚର୍ଚ୍ଚାରେ ଥିବା ବେଳେ ତାଙ୍କର ଏକ ପୁରୁଣା ସାକ୍ଷାତକାର ପୁଣି ଥରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି, ଯେଉଁଥିରେ ସେ ୨ କୋଟି ଟଙ୍କା ମୂଲ୍ୟର ଏକ ଫେୟାରନେସ୍ କ୍ରିମ୍ (ଗୋରା ହେବା କ୍ରିମ୍) ବିଜ୍ଞାପନକୁ କିପରି ପ୍ରତ୍ୟାଖ୍ୟାନ କରିଥିଲେ ସେ ବିଷୟରେ ବର୍ଣ୍ଣନା କରିଛନ୍ତି।

ଫେୟାରନେସ୍ କ୍ରିମ୍ ବିଜ୍ଞାପନକୁ କାହିଁକି ମନା କରିଥିଲେ?

ସାଇ ପଲ୍ଲବୀ ସବୁବେଳେ ନିଜର ନ୍ୟାଚୁରାଲ୍ ବିଉଟି ବା ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରଶଂସା ସାଉଁଟିଥାନ୍ତି। ସେ ଅନସ୍କ୍ରିନ୍ ହେଉ କିମ୍ବା ଅଫସ୍କ୍ରିନ୍, ଖୁବ୍ କମ୍ ମେକଅପ୍ ବ୍ୟବହାର କରନ୍ତି। ବଲିଉଡ୍ ହଙ୍ଗାମାକୁ ଦେଇଥିବା ଏକ ପୁରୁଣା ସାକ୍ଷାତକାରରେ ସେ କହିଥିଲେ ଯେ ଲୋକଙ୍କୁ ସେମାନଙ୍କର ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସ୍କିନ୍ କଲର୍ (ଚର୍ମର ରଙ୍ଗ) କୁ ନେଇ ଆତ୍ମବିଶ୍ୱାସ ରଖିବା ଉଚିତ୍। ଗୋରା ହେବା କ୍ରିମ୍ ବିଜ୍ଞାପନ କରିବା ଦ୍ୱାରା ଲୋକଙ୍କ ମନରେ ନିଜ ଚେହେରାକୁ ନେଇ ହୀନମନ୍ୟତା ସୃଷ୍ଟି ହୋଇପାରେ ବୋଲି ସେ ବିଶ୍ୱାସ କରନ୍ତି। ତେଣୁ ସେ ଏହି ୨ କୋଟି ଟଙ୍କା ର ବିଶାଳ ଅଫରକୁ ସିଧାସଳଖ ମନା କରିଦେଇଥିଲେ। ସେ କହିଥିଲେ, "ମୁଁ ସେତେବେଳେ ଭାବିଲି ଯେ ମୁଁ ସେହି ଟଙ୍କାରେ କ'ଣ କରିବି? ମୋତେ ଘରକୁ ଯାଇ କେବଳ ତିନୋଟି ରୁଟି ଖାଇବାର ଅଛି। ମୋର ଅନ୍ୟ କୌଣସି ବଡ଼ ଆବଶ୍ୟକତା ନାହିଁ।"

ସାନ ଭଉଣୀଙ୍କ କଷ୍ଟକୁ ଦେଖି ନେଇଥିଲେ ନିଷ୍ପତ୍ତି

ନିଜର ଏହି ନିଷ୍ପତ୍ତି ପଛରେ ସାଇ ପଲ୍ଲବୀ ନିଜ ସାନ ଭଉଣୀଙ୍କ ଉଦାହରଣ ମଧ୍ୟ ଦେଇଥିଲେ। ସେ କହିଥିଲେ ଯେ ତାଙ୍କ ଭଉଣୀଙ୍କ ଚର୍ମର ରଙ୍ଗ ଟିକେ ଶ୍ୟାମଳ ଥିବାରୁ ତାଙ୍କୁ ଫଳ ଏବଂ ପନିପରିବା ଖାଇବାକୁ ବାଧ୍ୟ କରାଯାଉଥିଲା, ଯାହାଫଳରେ ସେ ଗୋରା ହୋଇପାରିବେ। ଭଉଣୀଙ୍କୁ ଏପରି କଷ୍ଟରେ ଦେଖିବା ତାଙ୍କ ପାଇଁ ବହୁତ ଦୁଃଖଦାୟକ ଥିଲା। ସାଇ କହିଥିଲେ, "ମୋତେ ମୋ ଭଉଣୀ ପାଇଁ ଛିଡ଼ା ହେବାର ଥିଲା। ଯଦି ମୁଁ ଏଭଳି ବିଜ୍ଞାପନ କରିଥାଆନ୍ତି, ତେବେ ମୋର ଆଦର୍ଶର କୌଣସି ମୂଲ୍ୟ ରହିନଥାନ୍ତା।"

ପିମ୍ପଲ୍ସ ପାଇଁ ଘରୁ ବାହାରିବାକୁ ଭୟ କରୁଥିଲେ

ସାଇ ପଲ୍ଲବୀ ନିଜର ସଂଘର୍ଷ ବିଷୟରେ କହିଥିଲେ ଯେ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରବେଶ କରିବା ପୂର୍ବରୁ ସେ ନିଜ ଚେହେରାରେ ଥିବା ପିମ୍ପଲ୍ସ (ବ୍ରଣ) କୁ ନେଇ ବହୁତ ଚିନ୍ତିତ ଥିଲେ। ଲୋକେ ତାଙ୍କୁ ଦେଖି କ'ଣ କହିବେ ସେହି ଭୟରେ ସେ ଅନେକ ସମୟରେ ଘରୁ ବାହାରକୁ ଆସୁନଥିଲେ। କିନ୍ତୁ ୨୦୧୫ ମସିହା ରେ ତାଙ୍କର ପ୍ରଥମ ମାଲାୟାଲମ୍ ଫିଲ୍ମ 'ପ୍ରେମମ୍' (Premam) ରିଲିଜ୍ ହେବା ପରେ ଦର୍ଶକମାନେ ତାଙ୍କୁ ବିନା ମେକଅପ୍ ଏବଂ ପିମ୍ପଲ୍ସ ସହିତ ମଧ୍ୟ ଗ୍ରହଣ କରିଥିଲେ। ଏହି ଘଟଣା ତାଙ୍କୁ ବହୁତ ଆତ୍ମବିଶ୍ୱାସ ଦେଇଥିଲା ଏବଂ ସେ ନିଜ ତ୍ୱଚାକୁ ନେଇ ଗର୍ବ ଅନୁଭବ କରିବାକୁ ଲାଗିଲେ।

ପ୍ରଶଂସକଙ୍କ ହୃଦୟ ଜିଣୁଛନ୍ତି 'ନ୍ୟାଚୁରାଲ୍ ବିଉଟି'

ଆଜିର ସମୟରେ ଯେଉଁଠି ଅନେକ କଳାକାର ପଇସା ପାଇଁ ଯେକୌଣସି ପ୍ରଡକ୍ଟର ପ୍ରମୋସନ୍ କରିବାକୁ ପଛାଉ ନାହାଁନ୍ତି, ସେଠାରେ ସାଇ ପଲ୍ଲବୀଙ୍କ ଏହି ନିଷ୍ପତ୍ତି ତାଙ୍କୁ ସମସ୍ତଙ୍କଠାରୁ ଅଲଗା କରିଛି। ଖୁବ୍ ଶୀଘ୍ର ତାଙ୍କୁ ନିର୍ଦ୍ଦେଶକ ନିତେଶ ତିୱାରୀଙ୍କ 'ରାମାୟଣ' ଫିଲ୍ମରେ ଦେଖିବାକୁ ମିଳିବ, ଯେଉଁଥିପାଇଁ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ଅଛନ୍ତି।