Healthcare Issue - The Sakala

ରାସ୍ତା ନଥିବାରୁ ଗାଁକୁ ଯାଇପାରିଲାନି ଆମ୍ବୁଲାନ୍ସ, ଷ୍ଟ୍ରେଚରରେ ୪ କିଲୋମିଟର ବୁହାହେଲା ମୃତଦେହ
କନ୍ଧମାଳ: କନ୍ଧମାଳ ଜିଲ୍ଲାରେ ପୁଣିଥରେ ସାମ୍ନାକୁ ଆସିଛି ଦୁର୍ଗମ ଅଞ୍ଚଳର ଏକ କରୁଣ ଚିତ୍ର। ରାସ୍ତା ନଥିବାରୁ ମୃତଦେହକୁ ୪ କିଲୋମିଟର ପର୍ଯ୍ୟନ୍ତ ଷ୍ଟ୍ରେଚରରେ ବୋହିଛନ୍ତି ପରିବାର ଲୋକେ ଏବଂ ଗ୍ରାମବାସୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ ଗୁମିକିଆ ପଞ୍ଚାୟତର କଞ୍ଜୁମାହା ଗାଁରେ। ଗମନାଗମନର ସୁବିଧା ନଥିବାରୁ ଗାଁକୁ ଯାଇପାରିନଥିଲା ଆମ୍ବୁଲାନ୍ସ, ଯାହା ଫଳରେ ଲୋକଙ୍କୁ ଏହି ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହେବାକୁ ପଡ଼ିଥିଲା।

ମୃତ ଯୁବକ ଜଣକ ହେଲେ କଞ୍ଜୁମାହା ଗାଁର ଇସେ ପ୍ରଧାନ (୩୦ ବର୍ଷ)। ସୂଚନା ଅନୁଯାୟୀ, ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ମୃତ୍ୟୁ ପରେ ଏକ ଆମ୍ବୁଲାନ୍ସ ଯୋଗେ ତାଙ୍କ ମୃତଦେହକୁ ଗାଁକୁ ଅଣାଯାଉଥିଲା।

ଗାଁକୁ ପକ୍କା ରାସ୍ତା ନଥିବାରୁ ଆମ୍ବୁଲାନ୍ସଟି ଅଧା ବାଟରେ ଅଟକି ଯାଇଥିଲା। କୌଣସି ବିକଳ୍ପ ନପାଇ ପରିବାର ଲୋକେ ଓ ଗ୍ରାମବାସୀ ମିଶି ଏକ ଷ୍ଟ୍ରେଚର ସାହାଯ୍ୟରେ ମୃତଦେହକୁ ବୋହିବାକୁ ବାଧ୍ୟ ହୋଇଥିଲେ। ଦୁର୍ଗମ ଓ ପାହାଡ଼ିଆ ରାସ୍ତାରେ ପ୍ରାୟ ୪ କିଲୋମିଟର ପର୍ଯ୍ୟନ୍ତ ଚାଲି ଚାଲି ମୃତଦେହକୁ ନିଜ ଗାଁକୁ ନେଇଥିଲେ।