Suchitra Das - The Sakala

କେନ୍ଦ୍ରାପଡ଼ାରେ କୁମ୍ଭୀର ଆତଙ୍କ: ବ୍ରାହ୍ମଣୀ ନଦୀକୁ ଶୌଚ ହେବାକୁ ଯାଇଥିବା ବେଳେ ମହିଳାଙ୍କୁ ଟାଣି ନେଲା କୁମ୍ଭୀର !
କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସୋମବାର ଭୋର ସମୟରେ ନଦୀରେ ଗାଧୋଉଥିବା ବେଳେ ଜଣେ ୪୬ ବର୍ଷୀୟା ମହିଳାଙ୍କୁ କୁମ୍ଭୀର ଟାଣି ନେଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁଯାୟୀ, ଏହି ଘଟଣାଟି ଆଳପୁଆ ପଞ୍ଚାୟତର ଦାମଦରପାଟଣା ଗାଁରେ ଘଟିଛି। ଗତ ଏକ ସପ୍ତାହ ଧରି ଏହି ଅଞ୍ଚଳ ବନ୍ୟା ଜଳରେ ଜଳମଗ୍ନ ରହିଛି। ନିଖୋଜ ମହିଳାଙ୍କ ନାମ ସୁଚିତ୍ରା ଦାସ ବୋଲି ଜଣାପଡ଼ିଛି। ଭୋର ସମୟରେ ସେ ନିକଟସ୍ଥ ନଦୀକୁ ଗାଧୋଇବାକୁ ଯାଇଥିବା ବେଳେ ହଠାତ୍ ଏକ କୁମ୍ଭୀର ତାଙ୍କୁ ଆକ୍ରମଣ କରି ପାଣି ଭିତରକୁ ଟାଣି ନେଇଥିଲା। ଘଟଣାସ୍ଥଳରୁ ଅର୍ଥାତ୍ ନଦୀ କୂଳରୁ ତାଙ୍କର ଚପଲ, ଟର୍ଚ୍ଚ, ମୋବାଇଲ୍ ଫୋନ୍ ଏବଂ ସାବୁନ୍ ଉଦ୍ଧାର କରାଯାଇଛି।

ଖବର ପାଇବା ମାତ୍ରେ ପଟ୍ଟାମୁଣ୍ଡାଇ ଅଗ୍ନିଶମ ବାହିନୀର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ନଦୀରେ ସର୍ଚ୍ଚ ଅପରେସନ୍ ଆରମ୍ଭ କରିଛନ୍ତି। ତେବେ ଖବର ଲେଖାହେବା ସୁଦ୍ଧା ମହିଳାଙ୍କର କୌଣସି ପତ୍ତା ମିଳିପାରି ନାହିଁ।

ଅନ୍ୟପକ୍ଷରେ, ବନ୍ୟା ସମୟରେ ବନ୍ୟଜନ୍ତୁଙ୍କ ବାରମ୍ବାର ଆକ୍ରମଣକୁ ନେଇ ସ୍ଥାନୀୟ ଲୋକେ ତୀବ୍ର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ବାରମ୍ବାର ଦାବି ସତ୍ତ୍ୱେ ବନ ବିଭାଗ ପକ୍ଷରୁ ବିପଦସଙ୍କୁଳ ଗ୍ରାମଗୁଡ଼ିକରେ କୌଣସି ସଚେତନତା କାର୍ଯ୍ୟକ୍ରମ କିମ୍ବା ଆବଶ୍ୟକୀୟ ପ୍ରତିଷେଧକ ମୂଳକ ପଦକ୍ଷେପ ଗ୍ରହଣ କରାଯାଇନାହିଁ। ପୂର୍ବରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନରେ ଆସିଥିବା ବେଳେ ଲୋକେ ଏହି ସମସ୍ୟା ସମ୍ପର୍କରେ ତାଙ୍କୁ ଅବଗତ କରାଇଥିଲେ। ସେତେବେଳେ ଜିଲ୍ଲାପାଳ ବନ ବିଭାଗ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି।