Rape Attempt - The Sakala

ରାଜଧାନୀରେ ଚାଞ୍ଚଲ୍ୟ; ବରମୁଣ୍ଡା ବସଷ୍ଟାଣ୍ଡରେ ମାଆ- ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ...
ଭୁବନେଶ୍ବର : ରାଜଧାନୀରେ ଚାଞ୍ଚଲ୍ୟ। ବରମୁଣ୍ଡା ବସଷ୍ଟାଣ୍ଡରେ ମା ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ। ବସ୍‌ଷ୍ଟାଣ୍ଡରେ ଶୋଇଥିବା ଅବସ୍ଥାରେ ମା ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ କରିଛି ଜଣେ ବ୍ୟକ୍ତି। ଅଭିଯୋଗ ପାଇ ଭରତପୁର ଥାନା ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ଗଞ୍ଜାମ ବେଗୁନିଆପଡ଼ାର ପବିତ୍ର କହଁର ବୋଲି ଜଣାପଡିଛି। ବସ ପାଇଁ ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଆଶ୍ରୟ ନେଇଥିଲେ ଗଂଜାମ ଜିଲ୍ଲାର ମା ଝିଅ। ବରମୁଣ୍ଡା ବସ୍‌ଷ୍ଟାଣ୍ଡରେ ଝିଅକୁ ଧରି ବସ୍‌କୁ ଅପେକ୍ଷା କରିଥିବାବେଳେ ସୁଯୋଗ ନେଇ ପବିତ୍ର ପ୍ରଥମେ ମହିଳାଙ୍କ ନାବାଳିକା ଝିଅଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା। ସେ ପାଟି କରିବାରୁ ପବିତ୍ର ପରେ ମହିଳାଙ୍କୁ ମଧ୍ୟ ବଳାତ୍କାର ଉଦ୍ୟମ କରିଥିଲା।

ମହିଳା ଜଣଙ୍କ ନିଦରୁ ଉଠି ଚିତ୍କାର କରିବାରୁ ପବିତ୍ର ସେଠାରୁ ଦୌଡ଼ି ପଳାଇଥିଲା। ମହିଳାଙ୍କ ପାଟି ଶୁଣି ଆଖପାଖ ଲୋକେ ସେଠାରେ ପହଞ୍ଚିଥିଲେ। ମହିଳାଙ୍କଠାରୁ ଘଟଣା ସମ୍ପର୍କରେ ଜାଣି ଭରତପୁର ଥାନା ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ସଙ୍ଗେ ସଙ୍ଗେ ବସ୍‌ଷ୍ଟାଣ୍ଡର ବିଭିନ୍ନ ସ୍ଥାନରେ ଚଢ଼ଉ କରିଥିଲା। ବସ୍ ଯୋଗେ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ବସ୍ ଟର୍ମିନାଲ ନିକଟରୁ ପୋଲିସ ପବିତ୍ରକୁ ଉଠାଇ ନେଇଥିଲା। ମହିଳାଙ୍କ ଅଭିଯୋଗ ଆଧାରରେ ପୋଲିସ ମାମଲା ରୁଜୁକରି ପବିତ୍ରକୁ ଗିରଫ କରିଛି।

ଶୈବପୀଠରେ ଅଘଟଣ: ପ୍ରେମିକକୁ ମାଡ଼ମାରି ପ୍ରେମିକାକୁ ଜଙ୍ଗଲକୁ ଟେକିନେଇ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ
ନୀଳଗିରି: ବାଲେଶ୍ଵର ଜିଲ୍ଲା ନୀଳଗିରିର ପ୍ରସିଦ୍ଧ ଶୈବପୀଠ ପଞ୍ଚଲିଙ୍ଗେଶ୍ୱରରେ ପ୍ରେମିକକୁ ମାଡ଼ମାରି ପ୍ରେମିକାକୁ ଜଙ୍ଗଲ ଭିତରକୁ ଟେକିନେଲେ ଦୁର୍ବୃତ୍ତ ମାନେ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ସୁରକ୍ଷା କମିଟି ସହାୟତାରେ ନାବାଳିକାକୁ ଉଦ୍ଧାର କରାଯାଇଥିବା ଜଣାପଡିଛି।

ସୂଚନଯୋଗ୍ୟ, ନୀଳଗିରି ଥାନା ଅଧିନ ପଞ୍ଚଲିଙ୍ଗେଶ୍ଵର ଶୈବପୀଠକୁ ମୟୁରଭଞ୍ଜ ଜିଲ୍ଲାରୁ ଜଣେ ଯୁବକ ଜଣେ ଯୁବତୀଙ୍କୁ ଧରି ବୁଲିବାକୁ ଆସିଥିଲେ। ହେଲେ କିଛି ଯୁବକ ତାଙ୍କୁ ମାଡ଼ ମାରି ଯୁବତୀ ଜଣଙ୍କୁ ଜଙ୍ଗଲକୁ ଟେକି ନେଇଥିଲେ। ଦୁଷ୍କର୍ମ ଉଦ୍ୟମ କରିଥିବା ବେଳେ ସୁରକ୍ଷା କମିଟି ତରଫରୁ ଯୁବତୀଙ୍କୁ ଉଦ୍ଧାର କରାଯାଇଛି। ପଞ୍ଚଲିଙ୍ଗେଶ୍ୱର ବିଟ ହାଉସର ପୁଲିସ ତଦନ୍ତ କରି ୨ଜଣ ଯୁବକଙ୍କୁ ଅଟକ ରଖିଥିବା ଜଣାପଡିଛି। ଆହୁରି ଅନେକ ଯୁବକ ଏଥିରେ ସାମିଲ ଥିବାରୁ ପୁଲିସ ତଦନ୍ତ କରି ତାଙ୍କୁ ଖୋଜୁଥିବା ଜଣାପଡିଛି। ଦିନକୁ ଦିନ ଶୈବପୀଠରେ ଅସାମାଜିକ ଯୁବକଙ୍କ ଆଡ୍ଡା ପାଲଟିଥିବା ବେଳେ ପର୍ଯ୍ଯଟକ ମାନଙ୍କୁ ଦୁର୍ବ୍ୟବହାର, ଛିନତାଇ ବଢୁଥିବାରୁ ପୁଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି।

ଶିଶୁକନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଘଟଣାରେ ଅଭିଯୁକ୍ତ କୋର୍ଟଚାଲଣ
କଟକ : ୫ ବର୍ଷର ଶିଶୁ କନ୍ୟାକୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗରେ ମଙ୍ଗଳବାର ମହିଳା ଥାନା ପୁଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ ଜଣକ ହେଉଛି ବକ୍ସିବଜାର ତେଲେଗୁ ବସ୍ତିର ଭି. ରମେଶ ରାଓ। ଅଭିଯୁକ୍ତ ରମେଶ ଗତ ଦୁଇଦିନ ପୂର୍ବେ ବିଳମ୍ବିତ ରାତିରେ ନିଜ ବସ୍ତିର ଜଣଙ୍କ ଘରର କବାଟ ଖୋଲି ପଶିଯାଇଥିଲା। ଏହି ସମୟରେ ଘର ଭିତରେ ଶିଶୁକନ୍ୟାଟି ତାର ମା’ ଠାରୁ କିଛି ଦୂରରେ ଶୋଇଥିବା ଦେଖି ରମେଶ ଦୁଷ୍କର୍ମ ଉଦ୍ୟମ କରିଥିଲା। ଶିଶୁଟି କାନ୍ଦିବାରୁ ତାର ପରିବାର ଲୋକେ ଉଠିପଡ଼ିଥିଲେ। ସେମାନେ ରମେଶକୁ ପ୍ରତିବାଦ କରିବାରୁ ରମେଶ ତାଙ୍କୁ ଗାଳିଗୁଲଜ କରିବା ସହିତ ଧମକଚମକ ଦେଇଥିଲା। ଶିଶୁକନ୍ୟାର ମା’ ମହିଳା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ରମେଶକୁ ଗିରଫ କରିଛି। ଆଜି ଶିଶୁକନ୍ୟାର ଡାକ୍ତରୀମାଇନା କରାଯିବା ସହ ସିଆରପିସିର ଧାରା ୧୬୪ରେ ବୟାନ ରେକର୍ଡ କରାଯାଇଛି।