5T Secretary V K Pandian - The Sakala
ପୁରୀରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କଲେ 5T ସଚିବ ଭି.କେ ପାଣ୍ଡିଆନ
ପୁରୀ: ଶ୍ରୀକ୍ଷେତ୍ର ପୁରୀରେ 5ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । ଆଜି ସକାଳୁ ସେ ପୁରୀ ଆସିଥିବା ବେଳେ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ କରିଛନ୍ତି। ମହାପ୍ରଭୁଙ୍କୁ ଦର୍ଶନ କରି ସାରିବା ପରେ ସେ ଉତ୍ତର ଦ୍ୱାର ନିକଟରେ ଜାରି ରହିଥିବା ପରିକ୍ରମା ପ୍ରକଳ୍ପର କାର୍ଯ୍ୟକୁ ଅନୁଧ୍ୟାନ ମଧ୍ୟ କରିଥିଲେ। ବାହାର ରାସ୍ତା କାର୍ଯ୍ୟ ଶେଷ ହୋଇଥିବା ବେଳେ ଅନ୍ୟାନ୍ୟ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ନିର୍ମାଣ କାରୀ ସଂସ୍ଥାର ଅଧିକାରୀ ମାନଙ୍କ ଠାରୁ ପଚାରି ବୁଝିଥିଲେ। 5ଟି ଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତିର ସଚିବ ସୁଜାତା କାର୍ତ୍ତିକେୟାନ ପାଣ୍ଡିଆନ ମଧ୍ୟ ଆସିଥିବା ବେଳେ ମହାପ୍ରଭୁଙ୍କୁ ଦର୍ଶନ ସାରି ଭୁବନେଶ୍ୱର ପ୍ରତ୍ୟାବର୍ତ୍ତନ କରିଥିବା ଜଣାପଡ଼ିଛି।
୫-ଟି ସଚିବଙ୍କ ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନ: ବିଭିନ୍ନ ଉନ୍ନୟନମୂଳକ କାମର ଅନୁଧ୍ୟାନ ସହ ଅଗ୍ରଗତି ନେଇ ଚାଲିଛି ସମୀକ୍ଷା
ବଲାଙ୍ଗୀର: ତୃଣମୂଳସ୍ତରରେ ବିକାଶର ନନଷ୍ଟପ୍ ସମୀକ୍ଷା । ବଲାଙ୍ଗୀର ଗସ୍ତର ଦ୍ବିତୀୟ ଦିନରେ ଉନ୍ନୟନମୂଳକ କାର୍ଯ୍ୟର ଅନୁଧ୍ୟାନ କରୁଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ବଲାଙ୍ଗୀର ସମଲେଇ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ରୂପାନ୍ତରଣ ନେଇ ସେବାୟତଙ୍କ ସହ ଆଲୋଚନା କରିଛନ୍ତି । ଖୁବଶୀଘ୍ର ଭବ୍ୟ ମନ୍ଦିର ନିର୍ମାଣ କରାଯିବ ।
ଜିଲ୍ଲା ମନ୍ଦିରର ପ୍ଲାନ କରି ପଠାଇବେ ବୋଲି କହିଛନ୍ତି ୫ଟି ସଚିବ । ମନ୍ଦିରର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଲୋକଙ୍କୁ ଭେଟିବା ସହ ଅଭିଯୋଗ ପତ୍ର ଗ୍ରହଣ କରୁଛନ୍ତି । ସିଏମ୍ଓ ଲୋକଙ୍କ ପାଖରେ ପହଞ୍ଚିଥିବାରୁ ୫ଚି ସଚିବଙ୍କୁ ନିଜର ଦାବି ପତ୍ର ପ୍ରଦାନ କରୁଛନ୍ତି ଲୋକେ ।
ସହରରେ ଥିବା ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟରର ବିକାଶ ନେଇ ହୋଇଥିବା ଆବେଦନକୁ ଶୀଘ୍ର ପୂରଣ କରାଯିବ । ଏନେଇ ମୁଖ୍ୟମନ୍ତ୍ରୀ ସପ୍ତାହକ ଭିତରେ ଖୁସି ଖବର ଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ୫ଟି ସଚିବ । ଏହାସହ ଅନ୍ୟ ସବୁ ସମସ୍ୟାର ତର୍ଜମା କରାଯାଇ ମାସକ ଭିତରେ ସମାଧାନ କରାଯିବ ବୋଲି କହିଛନ୍ତି ୫ଟି ସଚିବ ।
ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କଲେ 5T ସଚିବ ଭି.କେ ପାଣ୍ଡିଆନ
ପୁରୀ: ପୁରୀରେ ଗସ୍ତରେ 5T ସଚିବ ଭି.କେ ପାଣ୍ଡିଆନ । ପୁରୀ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି 5T ସଚିବ । ଶ୍ରୀମନ୍ଦିର ଭିତରେ ପ୍ରାୟ ୪୦ ମିନିଟ ପର୍ଯ୍ୟନ୍ତ ରହି ବେଢ଼ା ପରିକ୍ରମା କରିଥିଲେ । 5T ସଚିବଙ୍କ ସହିତ ତାଙ୍କ ପତ୍ନୀ ତଥା ମିଶନ ଶକ୍ତି କମିଶନର ସୁଜାତା ଆର କାର୍ତ୍ତିକେୟନ ମଧ୍ୟ ମହାପ୍ରଭୁଙ୍କୁ ଦର୍ଶନ କରିଥିଲେ । ମହାପ୍ରଭୁଙ୍କୁ ଦର୍ଶନ ସାରି ଉଭୟ ଭୁବନେଶ୍ବର ପ୍ରତ୍ୟାବର୍ତ୍ତନ କରିଥିଲେ ।
ନୟାଗଡ଼ ଜିଲ୍ଲା ଗସ୍ତରେ ୫ଟି ସଚିବ, ଲୋକଙ୍କଠାରୁ ଦରଖାସ୍ତ ଗ୍ରହଣ କରିବା ସହିତ ସପ୍ତାହକରେ ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି
ନୟାଗଡ଼: ଦୁଇ ଦିନିଆ ନୟାଗଡ଼ ଜିଲ୍ଲା ଗସ୍ତରେ ୫ଟି ସଚିବ ଭି.କେ ପାଣ୍ଡିଆନ୍‌ । ପ୍ରତିକୂଳ ପାଗ ସତ୍ୱେ ଲୋକଙ୍କ ପାଖରେ ପହଞ୍ଚି ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ସମସ୍ତଙ୍କଠୁ ଦରଖାସ୍ତ ଗ୍ରହଣ କରିବା ସହିତ ସପ୍ତାହକରେ ସମସ୍ୟାର ସମାଧାନ ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରବଳ ବର୍ଷାରେ ଏକାଠି ହୋଇ ରୂପାନ୍ତରଣ ପାଇଁ ହାତ ବଢାଇଛନ୍ତି ଜନତା । ଅନାବିଳ ସ୍ନେହ ଓ ଭଲପାଇବା ଆଗରେ ବର୍ଷାକୁ ଖାତିର ନକରି ଲୋକଙ୍କ ପାଖକୁ ଯାଇ ସମସ୍ୟା ଶୁଣିଛନ୍ତି 5T ସଚିବ ଭିକେ ପାଣ୍ଡିଆନ ।
ଆସନ୍ତା ୨୭ ତାରିଖ ଭିତରେ ମନ୍ଦିର, ମସଜିଦ, ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ଅଭିଯୋଗ ପତ୍ରର ମସାଧାନ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏଥିପାଇଁ ସପ୍ତାହକ ଭିତରେ ଟଙ୍କା ଅନୁମୋଦନ କରିବେ । ଅନୁଦାନ ରାଶିର ସୁବିନିଯୋଗ କରିବାକୁ 5T ସଚିବ ସମସ୍ତଙ୍କୁ ଆହ୍ବାନ ଦେଇଛନ୍ତି । ଭଲକାମ କଲେ ଦ୍ବିତୀୟ ପର୍ଯ୍ୟାୟରେ ଅଧିକ ଟଙ୍କା ମଞ୍ଜୁର କରାଯିବ । ଆପଣଙ୍କ ସମସ୍ୟାର ସମାଧାନ ହୋଇଛି କି ନାହିଁ, ସେନେଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମାସେ ପରେ ଫୋନ କରି ଅପଡେଟ୍ ନେବ । ଏହି ଅବସରରେ ମିଶନ ଶକ୍ତି ଓ ବିଏସକେଓ୍ବାଇ ମାଧ୍ୟମରେ ରାଜ୍ୟ ସରକାର ଯୋଗାଉଥିବା ସୁବିଧା ଓ ଲୋକ କିପରି ଉପକୃତ ହେଉଛନ୍ତି, ସେ ସମ୍ପର୍କରେ ଆଲୋଚନା କରିଥିଲେ 5T ସଚିବ । ଭାପୁର ପରେ ଖଣ୍ଡପଡ଼ାରେ ପହଞ୍ଚି ମାରାଥନ ସମୀକ୍ଷା କରିଛନ୍ତି 5T ସଚିବ । ଲୋକଙ୍କ ଦାବି ଶୁଣିବା ସହ ସମସ୍ୟା ସମାଧାନ ପାଇଁ ପ୍ରତିଶ୍ରୁତି ଦେଉଛନ୍ତି ।
ନୟାଗଡ଼ରେ ୫ଟି ସଚିବ: ପ୍ରତିକୂଳ ପାଗ ସତ୍ୱେ ବିଭିନ୍ନ ଉନ୍ନୟନମୂଳକ କାମର ଅଗ୍ରଗତି ନେଇ ଚାଲିଛି ସମୀକ୍ଷା
ନୟାଗଡ଼: ନୟାଗଡ଼ ଜିଲ୍ଲାକୁ ଦୁଇ ଦିନିଆ ଗସ୍ତରେ ଆସିଛନ୍ତି ୫ଟି ସଚିବ ଭି.କେ ପାଣ୍ଡିଆନ୍ । ଭିଜା ସକାଳରେ ନୟାଗଡର ନବକଳେବର ପାଇଁ ଚାଲିଛି ନକ୍ସା ଅଙ୍କନ।  ନୟାଗଡ଼ ଜିଲ୍ଲାରେ ୫ଟି ଜନଶୁଣାଣି କାର୍ଯ୍ୟକ୍ରମ ରହିଥିବା ବେଳେ ବିଭିନ୍ନ ସ୍ଥାନରେ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା, ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ବ୍ୟବସ୍ଥା ରହିଛି ।
ଗୁରୁବାର ସକାଳୁ ୫ଟି ସଚିବ ରଣପୁର ସହରରେ ପହଞ୍ଚିଛନ୍ତି । ପ୍ରତିକୂଳ ପାଗ ସତ୍ୱେ ସଚିବ ରଣପୁରରେ ପହଞ୍ଚି ମଣିନାଗଙ୍କ ଦର୍ଶନ କରିବା ସହ ଉନ୍ନୟନ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଛନ୍ତି । ଏହା ପରେ ରଣପୁର ଜଗନ୍ନାଥ ମନ୍ଦିର ଦର୍ଶନ କରିବା ସହ ବିକାଶ ପାଇଁ ଆଲୋଚନା କରିଛନ୍ତି । ଜଗନ୍ନାଥ ମନ୍ଦିର ଓ ମଣିନାଗ ମନ୍ଦିର ରୂପାନ୍ତରଣ ପାଇଁ ପ୍ରତିଶୃତି ଦେଇଛନ୍ତି । ରଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ୩୦ ଶର୍ଯ୍ୟା ବିଶିଷ୍ଟ ସ୍ୱାସ୍ଥ୍ୟକେନ୍ଦ୍ର ନିର୍ମାଣ କାର୍ଯ୍ୟ ଉପରେ ସମୀକ୍ଷା କରିବା ସହ ଡାକ୍ତର, ନର୍ସ ଏବଂ ରୋଗୀଙ୍କ ସହ ଆଲୋଚନା କରିବା ପରେ ବାଘ ସାମନ୍ତ ମିନି ଷ୍ଟାଡିୟମଠାରେ ଜନଅଭିଯୋଗ ଶୁଣାଣିରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।
ସମ୍ବଲପୁର: ୫ଟି ସଚିବଙ୍କ ସମ୍ବଲପୁର ଗସ୍ତର ଆଜି ଦ୍ବିତୀୟ ଦିନ। ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍ । ତୁରନ୍ତ ସମାଧାନ ହେଉଛି ଲୋକଙ୍କ ଆପତ୍ତି ଅଭିଯୋଗ। ଏହି କ୍ରମରେ ଆଜି ସକାଳୁ ସେ ସମଲେଇ ମନ୍ଦିର ଦର୍ଶନ କରିଛନ୍ତି। ମା’ ସମଲେଶ୍ବରୀଙ୍କର ମନ୍ଦିରରେ ଦର୍ଶନ କରି ଆଶିଷ ଭିକ୍ଷା କରିଛନ୍ତି ୫ଟି ସଚିବ। ଏହା ସହ ସମଲେଇ ପ୍ରକଳ୍ପର ସମୀକ୍ଷା କରୁଛନ୍ତି ୫ଟି ସଚିବ ଭିକେ ପାଣ୍ଡିଆନ୍। ଡିସେମ୍ବର ସୁଦ୍ଧା ଏହାର କାର୍ଯ୍ୟ ଶେଷ ହେବ ବୋଲି ସେ ଗତକାଲି ଘୋଷଣା କରିଛନ୍ତି।
ଏହାପରେ ରେଢାଖୋଲ ନିର୍ବାଚନ ମଣ୍ଡଳୀର ହୁମା ବକ୍ର ମନ୍ଦିର ଦର୍ଶନ କରି ସେଠାରେ ସ୍ଥାନୀୟ ଜନସାଧାରଣ ଓ ପୂଜକଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ରେଢାଖୋଲର କନ୍ଧରାରେ ସନ୍ଥ କବି ଭୀମ ଭୋଇଙ୍କ ସ୍ମୃତି ପୀଠକୁ ଯାଇ ତାଙ୍କର ଅନୁଗାମୀଙ୍କ ସହ ଆଲୋଚନା କରିବେ ୫ଟି ସଚିବ ଭିକେ ପାଣ୍ଡିଆନ। ପରେ ବୁଣାକାର ପରିବାର ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ସେଠାରୁ ପୁଣି କଦମ ପଡିଆ ଫେରି ଆସି ସାଧାରଣ ଅଭିଯୋଗ ଶୁଣାଣି ଶିବିରରେ ଯୋଗଦେବେ। ଏହାପରେ ଅନ୍ୟାନ୍ୟ କାର୍ୟ୍ୟକ୍ରମ ସାରି ସମ୍ବଲପୁର ମନ୍ଦିଳିଆ ପଡିଆରେ ଏସଏଚଜି ମହିଳାଙ୍କ ସମାବେଶରେ ଯୋଗ ଦେବେ ୫ଟି ସଚିବ। ପରେ ତାଙ୍କର ଦେବଗଡ଼ ଗସ୍ତ କାର୍ଯ୍ୟକ୍ରମ ରହିଛି।
୫-ଟି ସଚିବଙ୍କ ଅନୁଗୁଳ ଗସ୍ତର ଦ୍ବିତୀୟ ଦିନ: ବିଭିନ୍ନ ଉନ୍ନୟନମୂଳକ କାମର ଅନୁଧ୍ୟାନ ସହ ଅଗ୍ରଗତି ନେଇ ଚାଲିଛି ସମୀକ୍ଷା
ଅନୁଗୁଳ: ୫ଟି ସଚିବଙ୍କ ଅନୁଗୁଳ ଗସ୍ତର ଆଜି ଦ୍ବିତୀୟ ଦିନ । ସେ ଗ୍ରାଉଣ୍ଡରୁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରୁଛନ୍ତି।  ଆଜି ସକାଳୁ ଶୈଳ ଶ୍ରୀକ୍ଷେତ୍ର ଅନୁଗୁଳ ଶ୍ରୀ ଜଗନ୍ନାଥ ମନ୍ଦିର ଦର୍ଶନ କରିଛନ୍ତି ୫ଟି ସଚିବ। ଏହା ସହ ମନ୍ଦିରରେ ଥିବା ବିମଳା ଓ ବୁଢ଼ୀ ଠାକୁରାଣୀଙ୍କୁ ମଧ୍ୟ ଦର୍ଶନ କରିଛନ୍ତି। ସେ ମନ୍ଦିର କମିଟି ସହ ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିବା ସହ ଜଳୀୟ ପ୍ରକଳ୍ପ ନବୀକରଣ କାର୍ଯ୍ୟର ବି ସମୀକ୍ଷା କରିଥିଲେ। ମନ୍ଦିର କମିଟି ପକ୍ଷରୁ ତାଙ୍କ ପାଖରେ ଯାତ୍ରୀ ନିବାସ ଓ ଭିତିଭୂମି ବିକାଶ ପାଇଁ ଦାବି କରାଯାଇଥିଲା। ଯାହାକୁ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଜଣାଇ କାମ ଆଗେଇବାକୁ କହିଥିବା ସୂଚନା ମିଳିଛି। ସେହିପରି ମନ୍ଦିରରେ ଅନେକ ଲୋକଙ୍କ ଠାରୁ ସେ ଦାବିପତ୍ର ଗ୍ରହଣ କରିଛନ୍ତି।
ଏହା ପରେ ଅନୁଗୁଳ ଖଲାରି ହାଇସ୍କୁଲ ଯାଇଥିଲେ ୫ଟି ସଚିବ। ସେଠାରେ ସେ ୫ଟି ସ୍କୁଲ ରୂପାନ୍ତରର ସମୀକ୍ଷା କରିବା ସହ କ୍ଲାସରୁମ ପରିଦର୍ଶନ କରିଥିଲେ। କ୍ଲାସ ଯାଇ ଛାତ୍ରଛାତ୍ରୀଙ୍କ ସହ ସେ ଆଲୋଚନା କରିବା ସହ ସ୍ମାର୍ଟ କ୍ଲାସ ସମ୍ପର୍କରେ ପଚାରି ବୁଝିଲେ। ସେହିପରି e library ନେଇ ବି ପଚାରିଥିଲେ। ଆଗରୁ କେମିତି ଥିଲା ଓ ୫ଟି ରୂପାନ୍ତର ପରେ କେମିତି ଲାଗୁଛି। ସେ ନେଇ ଜଣ ଜଣଙ୍କୁ ପଚାରି ଫିଡବ୍ୟାକ ନେଇଥିଲେ ୫ଟି ସଚିବ। ପିଲାମାନଙ୍କ ଶିକ୍ଷାର ଉନ୍ନତି ପାଇଁ ୫ଟି ସ୍କୁଲ ରୂପାନ୍ତର ହୋଇଛି। ଘରୋଇ ସ୍କୁଲ ପରି ଭଲ ଶିକ୍ଷା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରୀ ସ୍କୁଲ ରୂପାନ୍ତର କରିଥିବା ନେଇ ଛାତ୍ରଛାତ୍ରୀଙ୍କୁ ବୁଝାଇଥିଲେ ୫ଟି ସଚିବ।
ପ୍ରତି ଛାତ୍ରଛାତ୍ରୀଙ୍କୁ ସେ ଭବିଷ୍ୟତର ଲକ୍ଷ୍ୟ ସମ୍ପର୍କରେ ପଚାରିଥିଲେ। ଏହା ଜରିଆରେ ସେ ପିଲାମାନଙ୍କ ଆତ୍ମବିଶ୍ଵାସ ବଢ଼ାଇ ଥିଲେ। ପିଲା ମାନଙ୍କ ଭିତରେ ଆତ୍ମବିଶ୍ଵାସ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବାକୁ ଶିକ୍ଷକମାନଙ୍କୁ ପରାମର୍ଶ ଦେଇଥିଲେ ୫ଟି ସଚିବ। ଏହା ପରେ ସେ ସ୍କୁଲ ପରିସରରେ ଥିବା ବାସ୍କେଟବଲ କୋର୍ଟ ବି ଯାଇଥିଲେ। ଯେଉଁଠି କିଛି ଛାତ୍ର ସ୍ପୋର୍ଟ୍ସ ଜର୍ସି ପିନ୍ଧି ଅଭ୍ୟାସ କରୁଥିଲେ। ଆଗାମୀ କାଲିର କ୍ରୀଡ଼ାବିତ ହେବାକୁ ଯାଉଥିବା ଏହି ଛାତ୍ରମାନଙ୍କ ସହ ବାସ୍କେଟବଲ କୋର୍ଟରେ ବି କିଛି ସମୟ ବିତାଇଥିଲେ୫ଟି ସଚିବ। ସେ ଚପଲ ଖୋଲି କୋର୍ଟ ଭିତରକୁ ଗଲେ ଓ ସେଠାରେ ଥିବା ପିଲାମାନଙ୍କୁ ବାସ୍କେଟବଲ ଖେଳିବାକୁ କହିଥିଲେ। ନିଜେ ବି ବାସ୍କେଟବଲ ଖେଳି ପ୍ରଥମ ସୁଯୋଗରେ ହିଁ ଶୁଟ କରିଥିଲେ ୫ଟି ସଚିବ। ଏଥିସହ ବାସ୍କେଟବଲ ଖେଳ ସମ୍ପର୍କ ସେ ଅନେକ ପରାମର୍ଶ ବି ଦେଇଥିଲେ। ପରେ ସେ ସ୍କୁଲର ଆକ୍ଟିଭିଟି ସେଣ୍ଟର ବି ବୁଲି ସମୀକ୍ଷା କରିବା ସହ ଶିକ୍ଷକମାନଙ୍କ ସହ ବି ଆଲୋଚନା କରିଥିଲେ।
ଏହାପରେ ଅନୁଗୁଳର ମିଶନ ଶକ୍ତି କାଫେ ବି ଯାଇଥିଲେ ୫ଟି ସଚିବ। ସେଠାରେ ମିଶନ ଶକ୍ତି ମାଆ ମାନଙ୍କ କାମର ସମୀକ୍ଷା କରିବା ସହ ନିଜେ ବି ଖାଇଥିଲେ। ମାଆ ମାନଙ୍କ ହାତ ପରଶା ମିଲେଟର ବିଭିନ୍ନ ବ୍ୟଞ୍ଜନ ଖାଇ ବହୁତ ଖୁସି ହୋଇଥିଲେ ୫ଟି ସଚିବ। ଭଲ ଖାଦ୍ୟ ଲୋକଙ୍କୁ ଦେବା ପାଇଁ ସେ ମାଆ ମାନଙ୍କ ପରାମର୍ଶ ଦେଇଛନ୍ତି ।
ସୋନପୁର: ଦିନିକିଆ ସୁବର୍ଣ୍ଣପୁର ଗସ୍ତରେ ୫ଟି ସଚିବ ଭିକେ ପାଣ୍ଡିଆନ୍ । ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା ଓ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଛନ୍ତି ଭିକେ ପାଣ୍ଡିଆନ୍ । ପାତାଳୀ ଶ୍ରୀକ୍ଷେତ୍ରରେ ଜଗନ୍ନାଥଙ୍କୁ ଦର୍ଶନ କରି ମନ୍ଦିର ଉନ୍ନତିକରଣ ଉପରେ ଆଲୋଚନା କରିଥିଲେ । ଏହାପରେ ଉଲୁଣ୍ଡା ଯାଇ ଲୋକଙ୍କ ସମସ୍ୟା ଶୁଣିଥିଲେ । ଅ
ପରାହ୍ନ ୨ଟା ୨୦ରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ସହଲା ପଡ଼ିଆରେ ପହଁଞ୍ଚିଥିଲା ୫ଟି ସଚିବ । ସେଠୁ ସହଲା ପଡ଼ିଆରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ ଲୋକଙ୍କ ସହ ଆଲୋଚନା କରିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଚାଷୀଙ୍କ ସମସ୍ୟା ସହ ବିଭିନ୍ନ ଧାର୍ମିକ ଅନୁଷ୍ଠା ଉପରେ ଥିବା ସମସ୍ୟାର ସମାଧାନ ଖୁବଶୀଘ୍ର ହେବ ବୋଲି କହିଥିଲେ ଭିକେ ପାଣ୍ଡିଆନ୍ । ଆସନ୍ତା ୧୧ ତାରିଖ ମଧ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଖୁସି ଖବର ଶୁଣିବେ ବୋଲି କହିଥିଲେ ଫାଇବ-ଟି ସଚବି । ଡୁଙ୍ଗୁରିପାଲି ବ୍ଲକ ସହଲା ଠାରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମିଶନ ଶକ୍ତି ମହିଳାଙ୍କ ସହ ଆଲୋଚନା କରିଛନ୍ତି ୫ଟି ସଚିବ।
5T ସଚିବଙ୍କ ଗସ୍ତପରେ ରାଜଗାଙ୍ଗପୁର ଓଭର ବ୍ରିଜ ନିର୍ମାଣ ପ୍ରକ୍ରିୟା ତ୍ୱରାନ୍ୱିତ, ଟେଣ୍ଡର ପ୍ରକ୍ରିୟା ଆରମ୍ଭ
ସୁନ୍ଦରଗଡ଼: ରାଜଗାଙ୍ଗପୁର ଲେବେଲ କ୍ରସିଂଠାରେ ହେଉଥିବା ଓଭର ବ୍ରିଜ୍ ନିର୍ମାଣ (ROB Project) ପ୍ରକ୍ରିୟା ତ୍ୱରାନ୍ୱିତ ହୋଇଛି । ନିର୍ମାଣ କାର୍ଯ୍ୟ ନିମନ୍ତେ ବର୍ତ୍ତମାନ ଟେଣ୍ଡର ପ୍ରକ୍ରିୟା ମଧ୍ୟ ଆରମ୍ଭ ହୋଇଯାଇଛି । ସୋନାଖାନ ଓ କାନସବାହାଲ ମଧ୍ୟରେ ଥିବା ଏହି ପ୍ରକଳ୍ପ ୨୦୧୮ ମସିହାରେ ଆରମ୍ଭ ହୋଇଥିଲା ମାତ୍ର ଜମି ଅଧିଗ୍ରହଣ ଜନିତ ସମସ୍ୟା ଥିବାରୁ ୨୦୨୨ରେ ଏହାର ଟେଣ୍ଡର ବାତିଲ କରାଯାଇଥିଲା ।
ପ୍ରକାଶ ଥାଉ କି, ନିକଟରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ 5T ସଚିବ ଶ୍ରୀଯୁକ୍ତ ଭି. କେ. ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ ସେ ରାଜଗାଙ୍ଗପୁରର ଏହି ବ୍ରିଜ ନିର୍ମାଣ ସ୍ଥାନ ପରିଦର୍ଶନ କରିଥିଲେ ଓ ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିଥିଲେ ଏବଂ ଏହାର ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରିବାକୁ କହିଥିଲେ । 5T ସଚିବଙ୍କ ଏହି ଗସ୍ତ ସମୟରେ ଜନସାଧାରଣମାନେ ତାଙ୍କୁ ଭେଟି ଥିଲେ ଏବଂ ନିର୍ମାଣ କାର୍ଯ୍ୟ ତ୍ୱରାନ୍ୱିତ କରାଯିବାକୁ 5T ସଚିବଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିକଟରେ ଦାବି ଉପସ୍ଥାପନ କରିଥିଲେ ।
୫ଟି ସଚିବଙ୍କ ବାଲେଶ୍ବର ଗସ୍ତର ୨ୟ ଦିନ, ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଚାଲିଛି ସମୀକ୍ଷା
ବାଲେଶ୍ବର: ଆଜି ୫ଟି ସଚିବଙ୍କ ବାଲେଶ୍ବର ଗସ୍ତର ଦ୍ବିତୀୟ ଦିନ। ରାଜ୍ୟରେ ଜାରି ରହିଥିବା ସାମଗ୍ରିକ ବିକାଶ ଏବଂ ନବ ରୂପାନ୍ତରଣ ପର୍ବରେ ସାମିଲ ହେବାକୁ ଯାଉଛି ବାଲେଶ୍ୱର ଜିଲ୍ଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ‘୫-ଟି’ ସଚିବ ଭି. କେ. ପାଣ୍ଡିଆନ୍‌‌ ଦୁଇଦିନିଆ ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାର ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି। ଶିକ୍ଷାଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ, ପର୍ଯ୍ୟଟନ, ଜଳସେଚନ ସବୁକ୍ଷେତ୍ରରେ ବାଲେଶ୍ୱର ପାଇଁ ମୁଖ୍ୟମନ୍ତ୍ରୀଙ୍କ ବିକାଶ ନକ୍ସାକୁ ଲୋକଙ୍କ ସାମ୍ନାରେ ଉପସ୍ଥାପିତ କରିଛନ୍ତି।
୨ୟ ଦିନରେ ୫ଟି ସଚିବ ଭିକେ ପାଣ୍ଡିଆନ୍ ଶାନ୍ତିକାନନରେ ପହଞ୍ଚି ଫକୀର ମୋହନ ସେନାପତିଙ୍କ ପ୍ରତିମୂର୍ତ୍ତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଏହାସହ ଲୋକଙ୍କଠାରୁ ଦାବିପତ୍ର ଗ୍ରହଣ କରିଛନ୍ତି । ଏହାପରେ ବାଲେଶ୍ବର କଲେକ୍ଟରେଟରେ ଥିବା ମିଶନ ଶକ୍ତି ବଜାର ବୁଲି ଦେଖିଥିଲେ  ଏବଂ ସକାଳ ଜଳଖିଆ କରିଛନ୍ତି ।
ସେଠାରୁ ସହଦେବଖୁଣ୍ଟା ବସଷ୍ଟାଣ୍ଡ ଯାଇ ବସ ଓ ଟ୍ରକ ମାଲିକ ସଂଘ ସହିତ ଆଲୋଚନା କରିବେ । ପରେ ଉତ୍କଳ ବାଳାଶ୍ରମରେ ସାଧାରଣ ଲୋକ ଓ ମିଶନ ଶକ୍ତି ମାଆଙ୍କ ସହିତ ଆଲୋଚନା କରିବେ । ପରେ ଚାନ୍ଦିପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ବଳରାମଗଡି ଜେଟିକୁ ଯାଇ ମତ୍ସ୍ୟଜୀବୀଙ୍କ ସହିତ ଆଲୋଚନା କରିବେ ୫ଟି ସଚିବ । ଭୋଗରାଇ ବ୍ଲକ ଗସ୍ତ କରି ଚନ୍ଦନେଶ୍ବର ମନ୍ଦିରର ଉନ୍ନତିକରଣ ସମ୍ପର୍କରେ ଆଲୋଚନା କରିବେ ୫ଟି ସଚିବ।ସେଠାରୁ ଶଙ୍ଖାରୀରେ ମନୋଜ ଦାସ ମେମୋରିଆଲ ପରିଦର୍ଶନ କରିବେ । ପରେ ସାଧାରଣ ଲୋକଙ୍କ ସମସ୍ୟା ସମ୍ପର୍କରେ ଅବଗତ ହେବେ । ସେଠାରୁ ଉଦୟପୁର ଗସ୍ତ କରି ଜଳସେଚନ ଓ ଅନ୍ୟାନ୍ୟ ପ୍ରକଳ୍ପର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିବେ । ପରେ ଦିନତମାମ ବାଲେଶ୍ବରର ବିକାଶ ପାଇଁ ସମୀକ୍ଷା କରିବେ ୫ଟି ସଚିବ ଭିକେ ପାଣ୍ଡିଆନ ।
ଗସ୍ତର ପ୍ରଥମ ଦିନରେ, ବାହାନଗାକୁ ଦେଶର ମଡେଲ ପଞ୍ଚାୟତରେ ପରିଣତ କରାଯିବ ଏବଂ ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଓ କ୍ଷୀରଚୋରା ଗୋପୀନାଥ ମନ୍ଦିରର ରୂପକଳ୍ପ ବଦଳିବ ବୋଲି ଘୋଷଣା କରିଛନ୍ତି ‘୫-ଟି’ ସଚିବ। ଅନ୍ୟପକ୍ଷରେ ବାହାନଗା ରେଳ ଦୁର୍ଘଟଣା ସମୟରେ ସ୍ଥାନୀୟ ଜନସାଧାରଣ ଯେପରି ସ୍ୱଇଚ୍ଛାରେ ଉଦ୍ଧାର କାର୍ଯ୍ୟଠାରୁ ଆରମ୍ଭ କରି ରକ୍ତଦାନ ପାଇଁ ଆଗେଇ ଆସିଛନ୍ତି, ତାହାକୁ ଉଚ୍ଚ ପ୍ରଶଂସା କରିବା ସହ ଦେଶ ପାଇଁ ଉତ୍କୃଷ୍ଟ ଉଦାହରଣ ସୃଷ୍ଟି କରିପାରିଛନ୍ତି ବୋଲି କହିଥିଲେ ‘୫-ଟି’ ସଚିବ ଭି.କେ. ପାଣ୍ଡିଆନ।
ବାଲେଶ୍ୱର ଜିଲ୍ଲା ଗସ୍ତର ପ୍ରଥମ ଦିନରେ ‘୫-ଟି’ ସଚିବ ପ୍ରଥମେ ବାହାନଗା ଯାଇ ସ୍ଥାନୀୟ ହାଇସ୍କୁଲଠାରେ ସାଧାରଣ ଲୋକ, ଅଭିଭାବକ, ଶିକ୍ଷକ ଓ ସ୍କୁଲ କମିଟିର ସଦସ୍ୟମାନଙ୍କୁ ଭେଟିଥିଲେ। ଟ୍ରେନ୍‌‌ ଦୁର୍ଘଟଣା ସମୟରେ ସେଦିନର କାଳରାତ୍ରିର ମର୍ମନ୍ତୁଦ ଘଟଣା ସ୍ମରଣ କରି ସ୍ଥାନୀୟ ଲୋକମାନଙ୍କର ନିଃସ୍ୱାର୍ଥପର ସେବା ଓ ଉଦ୍ଧାର କାର୍ଯ୍ୟକୁ ଉଚ୍ଚ ପ୍ରଶଂସା କରିଥିଲେ। ସ୍ଥାନୀୟ ଜନସାଧାରଣ ଯେପରି ସ୍ୱତଃସ୍ଫୂର୍ତ୍ତ ଭାବରେ ଯେଭଳି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ, ଜୀବନ ବଞ୍ଚାଇବାକୁ ରକ୍ତଦାନ ପାଇଁ ଧାଡ଼ି ଲଗାଇଥିଲେ, ତା’ର ତୁଳନା ନାହିଁ। ବାହାନଗାର ଜନସାଧାଣ ମାନବିକତାର ଚରମ ନିଦର୍ଶନ ଦେଖାଇ ସାରା ଦେଶରେ ଓଡ଼ିଶା ପାଇଁ ପ୍ରଶଂସା ଆଣିଛନ୍ତି ବୋଲି ଉଲ୍ଲେଖ କରି ଆପଣମାନଙ୍କ ନିକଟରେ ସାରା ରାଜ୍ୟ ଚିର ଋଣୀ ବୋଲି କହିଥିଲେ ‘୫-ଟି’ସଚିବ। ଏହି ପରିପ୍ରେକ୍ଷୀରେ ବାହାନଗା ପଞ୍ଚାୟତକୁ ଦେଶର ଏକ ମଡେଲ ପଞ୍ଚାୟତ ଭାବେ ବିକଶିତ କରିବାକୁ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେଇଛନ୍ତି ଏବଂ ସପ୍ତାହକ ମଧ୍ୟରେ ମୁଖ୍ୟମନ୍ତ୍ରୀ ଏହି ଅଞ୍ଚଳବାସୀଙ୍କୁ ଖୁସି ଖବର ଦେବେ ବୋଲି ମଧ୍ୟ ସେ ସୂଚନା ଦେଇଛନ୍ତି।
ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାରେ ଥିବା ୧୨୮ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜର ରୂପାନ୍ତର ପାଇଁ ‘୫-ଟି’ ଉପକ୍ରମରେ ମୁଖ୍ୟମନ୍ତ୍ରୀ ୧୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ‘୫-ଟି’ ସଚିବ ସ୍ଥାନୀୟ ଜନସାଧାରଣଙ୍କୁ ସୂଚନା ପ୍ରଦାନ କରିଥିଲେ। ପରେ ରେମୁଣାରେ ଫକୀର ମୋହନ ମେଡିକାଲ କଲେଜ ଠାରେ ଶ୍ରୀ ପାଣ୍ଡିଆନ କଲେଜର କର୍ମଚାରୀ ଓ ଦୁର୍ଘଟଣା ସମୟରେ ରକ୍ତଦାନ କରିଥିବା ଯୁବକମାନଙ୍କୁ ଭେଟି ସେମାନଙ୍କ ନିଃସ୍ୱାର୍ଥପର ସେବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ।
ବାଲେଶ୍ୱରର ଔପଦା ବ୍ଲକ ଅନ୍ତର୍ଗତ ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଓ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଶ୍ରୀ ପାଣ୍ଡିଆନ ମନ୍ଦିର କମିଟି, ସ୍ଥାନୀୟ ଲୋକ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ଔପଦା ବ୍ଲକରେ ସାଳନ୍ଦୀ-ଆମ୍ବହତା ବାମ କେନାଲର ନିର୍ମାଣ କାମ ପରିଦର୍ଶନ କରି ଏହି କାମର ବିଭିନ୍ନ ଦିଗ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଚଳିତ ବର୍ଷ ଡିସେମ୍ୱର ସୁଦ୍ଧା କେନାଲ ନିର୍ମାଣ ସମ୍ପୂର୍ଣ୍ଣ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ସିମୁଳିଆ ବ୍ଲକର ଜାମୁଝାଡ଼ି ଓ ଔପଦା ବ୍ଲକର ବଉଳଗଡ଼ିଆ ପଞ୍ଚାୟତ ପରିଦର୍ଶନ କରି ‘୫-ଟି’ ସଚିବ ସେଠାରେ ‘ଏକ ପଞ୍ଚାୟତ, ଏକ ଉତ୍ପାଦ’ ପ୍ରୋତ୍ସୋହାନ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ। ଜାମୁଝାଡ଼ିରେ ମିଶନ ଶକ୍ତି ସଦସ୍ୟା ମାନଙ୍କ ଦ୍ୱାରା ବାଉଁଶରୁ ନିର୍ମିତ ବିଭିନ୍ନ ଉତ୍ପାଦର ଉଚ୍ଚ ପ୍ରଶଂସା କରିଥିଲେ। ବଉଳଗଡ଼ିଆର ବାବା ରଘୁନାଥ ଜିଉ ପଥର ଖୋଦେଇ କେନ୍ଦ୍ର ପରିଦର୍ଶନ କରି ସେଠାରେ ହସ୍ତଶିଳ୍ପୀମାନଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ କୌଶଳ ଓ କାର୍ଯ୍ୟଦକ୍ଷତା ଓଡ଼ିଶାର ଗୌରବ ବୋଲି ପ୍ରକାଶ କରି ଏହାର ମାର୍କେଟିଂ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି ସେ କହିଥିଲେ। ଏହି କାର୍ଯ୍ୟକ୍ରମରେ ସାମିଲ ହସ୍ତଶିଳ୍ପୀମାନଙ୍କୁ ବଜାର ସୁବିଧା ଯୋଗାଇଦେବା ପାଇଁଁ ସ୍ୱତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ।
ସୋର ଉପେନ୍ଦ୍ର ନାଥ କଲେଜ, ଖଇରା ବ୍ଲକରେ କୁପାରୀ ପଞ୍ଚାୟତ ପଡ଼ିଆ, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଫକୀର ମୋହନ ମେଡିକାର କଲେଜ, ରେମୁଣାର ବାମପଦାସ୍ଥିତ ‘ନୋସି’ଠାରେ ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ବିଭିନ୍ନ ସଂଗଠନମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଶୁଣିଥିଲେ। ଜିଲ୍ଲା ସ୍ତରରେ ଯେଉଁ ସବୁ ସମସ୍ୟାର ସମାଧାନ ହୋଇପାରିବ ତା’ର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହିତ ବାକି ସବୁ ବିଷୟଗୁଡିକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇବାକୁ ପରାମର୍ଶ ଦେଇଥିଲେ। ସୋରର ସମସ୍ତ ସ୍କୁଲ ଓ କଲେଜ ‘୫-ଟି’ ଉପକ୍ରମରେ ରୂପାନ୍ତରିତ ହେବ ବୋଲି ସେ କହିଥିଲେ। ସେହିପରି ସୋରର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ‘୫-ଟି’ ସଚିବ ସେଠାରେ ‘ଆମ ହସ୍‌‌ପିଟାଲ’ କାର୍ଯ୍ୟକ୍ରମ ବୁଲି ଦେଖିବା ସହ ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ। ଅଧିକାରୀମାନଙ୍କୁ ଆମ ହସ୍‌‌ପିଟାଲ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଲୋକଙ୍କୁ ଆହୁରି ଉନ୍ନତ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ। ପଞ୍ଚଲିଙ୍ଗେଶ୍ୱରଠାରେ ଏକ ମିଶନ ଶକ୍ତି କାଫେ ପରିଦର୍ଶନ କରି ଏହାର ପରିଚାଳନା, ଖାଦ୍ୟ ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ‘୫-ଟି’ ସଚିବ ବୁଝିଥିଲେ। ଲୋକଙ୍କ ଚାହିଦା ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରି ବ୍ୟବସାୟକୁ ଆଗକୁ ନେବା ପାଇଁ ସେ ପରାମର୍ଶ ଦେଇଥିଲେ।
୫ଟି ସଚିବଙ୍କ ବାଲେଶ୍ବର ଗସ୍ତ: ବାହାନଗା ହେବ ଦେଶର ମଡେଲ ପଞ୍ଚାୟତ, ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଓ କ୍ଷୀରଚୋରା ଗୋପୀନାଥ ମନ୍ଦିରର ହେବ କାୟା ପରିବର୍ତ୍ତନ
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦୁଇ ଦିନିଆ ବାଲେଶ୍ୱର ଗସ୍ତରେ ଯାଇ ଜିଲ୍ଲାର ଅନେକ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରିବା ସହିତ ସାଧାରଣ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି ।
୫ଟି ଆଜି ବାହାନଗା ଯାଇ ସ୍ଥାନୀୟ ହାଇସ୍କୁଲଠାରେ ସାଧାରଣ ଲୋକ, ଅଭିଭାବକ, ଶିକ୍ଷକ ଓ ସ୍କୁଲ କମିଟିର ସଦସ୍ୟମାନଙ୍କୁ ଭେଟିଥିଲେ । ଟ୍ରେନ ଦୂର୍ଘଟଣା ସମୟରେ, ସେଦିନର କାଳ ରାତ୍ରୀ କଥା ମନେ ପକାଇ ଶ୍ରୀ ପାଣ୍ଡିଆନ କହିଲେ ଯେ,  ସେମାନେ ଯେପରି ସ୍ୱତଃସ୍ଫୁର୍ତ୍ତ ଭାବରେ ଯେଭଳି ଲୋକଙ୍କୁ ଉଦ୍ଧାର କରିବା ପାଇଁ ଆଗେଇ ଆସିଥିଲେ, ଜୀବନ ବଞ୍ଚାଇବାକୁ ରକ୍ତଦାନ ପାଇଁ ଲାଇନ୍ ଲଗାଇଥିଲେ, ତା’ର ତୁଳନା ନାହିଁ । ସେମାନେ ମାନବିକତାର ଚରମ ନିଦର୍ଶନ ଦେଖାଇ ସାରା ଦେଶରେ ଓଡିଶା ପାଇଁ ପ୍ରଶଂସା ଆଣିଛନ୍ତି ବୋଲି ପ୍ରକାଶ କରିବା ସହିତ  ସେ କହିଥିଲେ ଯେ ଆପଣମାନଙ୍କ ନିକଟରେ ସାରା ରାଜ୍ୟ ଚୀର ଋଣୀ।
ବାହାନଗା ପଞ୍ଚାୟତକୁ ଦେଶର ଏକ ମଡେଲ ପଞ୍ଚାୟତ ଭାବେ ବିକଶିତ କରାଯିବ ବୋଲି ଶ୍ରୀ ପାଣ୍ଡିଆନ କହିଥିଲେ । ୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ  ବାହାନଗା ହାଇସ୍କୁଲର ରୂପାନ୍ତର କରାଯିବ ବୋଲି ପ୍ରକାଶ କରି ଶ୍ରୀ ପାଣ୍ଡିଆନ ଏଥିପାଇଁ ମୁଖ୍ୟମନ୍ତ୍ରୀ ୨.୪୯ କୋଟି ଟଙ୍କା ମଂଜୁର କରିଛନ୍ତି ବୋଲି କହିଥିଲେ । ମୁଖ୍ୟମନ୍ତ୍ରୀଙ୍କ ମଂଜୁରୀ ପତ୍ରକୁ ସେ ଜିଲ୍ଲାପାଳଙ୍କୁ ପ୍ରଦାନ କରିଥିଲେ । ସେ ଅଞ୍ଚଳର ବିଭିନ୍ନ ଧାର୍ମୀକ ଅନୁଷ୍ଠାନ ପାଇଁ ଲୋକଙ୍କ ନିବେଦନ ଉପରେ ମତ ଦେଇ ସେ କହିଥିଲେ ଯେ ଆସନ୍ତା ସପ୍ତାହ ଭିତରେ ଖୁସି ଖବର ମିଳିବ । ମୁଖ୍ୟମନ୍ତ୍ରୀ ଏ ସମ୍ପର୍କରେ ତୁରନ୍ତ ନିଷ୍ପତ୍ତି ନେବେ ବୋଲି ସେ କହିଥିଲେ ।
୫ଟି ରୂପାନ୍ତର କାର୍ଯ୍ୟକ୍ରମରେ ବାହାନଗାରେ ନିର୍ମାଣ ହେଉଥିବା ପ୍ରାଥମିକ ବିଦ୍ୟାଳୟର କାର୍ଯ୍ୟ ସମୀକ୍ଷା କରି ଏହାକୁ ତ୍ୱରାନ୍ୱିତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ସୂଚନାଯୋଗ୍ୟ ଯେ, ୫ଟି ସ୍କୁଲ ରୂପାନ୍ତର କାର୍ଯ୍ୟକ୍ରମରେ ଏହା ହେଉଛି ରାଜ୍ୟର ପ୍ରଥମ ପ୍ରାଥମିକ ବିଦ୍ୟାଳୟ । ବାଲେଶ୍ବର ଜିଲ୍ଲାରେ ଥିବା ୧୨୮ଟି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଓ କଲେଜର ରୂପାନ୍ତର ପାଇଁ ୫-ଟି ଉପକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୧୨୮ କୋଟି ଟଙ୍କା ମଞ୍ଜୁର କରିଛନ୍ତି ବୋଲି ଶ୍ରୀ ପାଣ଼୍ଡିଆନ ସୂଚନା ଦେଇଥିଲେ ।
ରେମୁଣାରେ ଫକୀର ମୋହନ ମେଡିକାଲ କଲେଜ ଠାରେ ଶ୍ରୀ ପାଣ୍ଡିଆନ, କଲେଜର କର୍ମଚାରୀ ଓ ଦୂର୍ଘଟଣା ସମୟରେ ରକ୍ତଦାନ କରିଥିବା ଯୁବକମାନଙ୍କୁ ଭେଟି ସେମାନଙ୍କ ନିସ୍ୱାର୍ଥପର ସେବା କାର୍ଯ୍ୟର ଉଚ୍ଚ ପ୍ରଶଂସା କରିଥିଲେ ।
ବାଲେଶ୍ୱରର ଓଉପଦା  ବ୍ଲକରେ ଥିବା ପ୍ରସିଦ୍ଧ ପଞ୍ଚଲିଙ୍ଗେଶ୍ୱର ଓ ରେମୁଣା ବ୍ଲକରେ ସ୍ଥିତ କ୍ଷୀରଚୋରା ଗୋପୀନାଥ ମନ୍ଦିର ପରିଦର୍ଶନ କରି ଏହାର ଉନ୍ନତି ଓ ସୌନ୍ଦର୍ଯ୍ୟକରଣ ସମ୍ପର୍କରେ ଶ୍ରୀ ପାଣ୍ଡିଆନ ମନ୍ଦିର କମିଟି, ସ୍ଥାନୀୟ ଲୋକ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। ଏଥିପାଇଁ ଜିଲ୍ଲାପାଳଙ୍କୁ ରିପୋର୍ଟ ପ୍ରସ୍ତୁତ କରି ପ୍ରଦାନ କରିବାକୁ ସେ ନିର୍ଦ୍ଦେଶ ଦେଇଥିଲେ ।
ଓଉପଦା ବ୍ଲକରେ ଶାଳନ୍ଦି କେନାଲର ନିର୍ମାଣ କାମ ପରିଦର୍ଶନ କରି ଏହି କାମର ବିଭିନ୍ନ ଦିଗ ସମ୍ପର୍କରେ ବିଭାଗୀୟ ଯନ୍ତ୍ରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଚଳିତ ବର୍ଷ ଡିସେମ୍ବର ସୁଦ୍ଧା କେନାଲ ନିର୍ମାଣ ସମ୍ପୂର୍ଣ୍ଣ ହେବ ବୋଲି ସମୀକ୍ଷାରୁ ଜଣାଯାଇଛି ।
ସିମୁଳିଆ ବ୍ଲକର ଜାମଝଡି ଓ ଓଉପଦା ବ୍ଲକର ବଉଳଗଡିଆ ପଞ୍ଚାୟତ ପରିଦର୍ଶନ କରି ୫ଟି ସଚିବ ସେଠାରେ ‘ଏକ ପଞ୍ଚାୟତ, ଏକ ଉତ୍ପାଦ’ ପ୍ରତ୍ସୋହାନ କାର୍ଯ୍ୟକ୍ରମରେ ସ୍ଥାନୀୟ ଲୋକଙ୍କ ବିଭିନ୍ନ କାର୍ଯ୍ୟ ବୁଲି ଦେଖିଥିଲେ । ଜାମୁଝଡିରେ ମିଶନ ଶକ୍ତି ସଦସ୍ୟା ମାନଙ୍କ ଦ୍ୱାରା ବାଉଁଶରୁ ନିର୍ମିତ ବିଭିନ୍ନ ଉତ୍ପାଦର ଉଚ୍ଚ ପ୍ରଶଂସା କରିଥିଲେ। ବଉଳଗାଡିଆର ବାବା ରଘୁନାଥ ଜିଉ ଷ୍ଟୋନ୍‌ କାର୍‌ଭିଂ କେନ୍ଦ୍ର ପରିଦର୍ଶନ କରି ସେଠାରେ ହସ୍ତଶିଳ୍ପୀ ମାନଙ୍କ ସହ ଆଲୋଚନା କରିଥିଲେ ।  ସେମାନଙ୍କ କୌଶଳ ଓ କାର୍ଯ୍ୟଦକ୍ଷତା ଓଡିଶାର ଗୌରବ ବୋଲି ପ୍ରକାଶ କରି ଏହାର ମାର୍କେଟିଂ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସୁବିଧା ଯୋଗାଇ ଦେବେ ବୋଲି ସେ କହିଥିଲେ । ଏହି କାର୍ଯ୍ୟକ୍ରମରେ ସାମିଲ ହସ୍ତଶିଳ୍ପୀ ମାନଙ୍କୁ ବଜାର ସୁବିଧା ଯୋଗାଇଦେବା ପାଇଁଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସେ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ ।
ସୋର ବ୍ଲକର ୟୁ.ଏନ୍ କଲେଜ, ଖଇରା ବ୍ଲକରେ କୁପାରି ପଞ୍ଚାୟତ ପଡିଆ, ପଞ୍ଚଲିଙ୍ଗେଶ୍ୱର ମନ୍ଦିର, ଫକିର ମୋହନ ମେଡିକାର କଲେଜ, ରେମୁଣାର ବାମପଡାସ୍ଥିତ ନୋସି ଠାରେ ସ୍ଥାନୀୟ ଲୋକ, ମିଶନ ଶକ୍ତି ସଦସ୍ୟା ଓ ବିଭିନ୍ନ ସଂଗଠନମାନଙ୍କ ସହ ସେମାନଙ୍କ ସୁବିଧା ଅସୁବିଧା ସମ୍ପର୍କରେ ଶୁଣିଥିଲେ । ଜିଲ୍ଲା ସ୍ତରରେ ଯେଉଁ ସବୁ ସମସ୍ୟାର ସମାଧାନ ହୋଇପାରିବ ତା’ର ତୁରନ୍ତ ସମାଧାନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେବା ସହିତ ବାକି ସବୁ ବିଷୟଗୁଡିକୁ ରାଜ୍ୟ ସରକାରଙ୍କ ପାଖକୁ ପଠାଇବାକୁ ପରାମର୍ଶ ଦେଇଥିଲେ । ସୋରର ସମସ୍ତ ସ୍କୁଲ ଓ କଲେଜ ୫ଟି ଉପକ୍ରମରେ ରୂପାନ୍ତରିତ ହେବ ବୋଲି ସେ କହିଥିଲେ ।
ସୋରର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି 5-ଟି ସଚିବ ସେଠାରେ ‘ଆମ ହସ୍୍ପିଟାଲ’ କାର୍ଯ୍ୟକ୍ରମ ବୁଲି ଦେଖିଥିଲେ । ରୋଗୀ ଓ ସେମାନଙ୍କ ପରିବାର ଲୋକଙ୍କ ସହିତ ଆଲୋଚନା କରିଥିଲେ । ଅଧିକାରୀ ମାନଙ୍କୁ ଆମ ହସ୍‌ପିଟାଲ କାର୍ଯ୍ୟକ୍ରମକୁ ତ୍ବରାନ୍ବିତ କରିବା ପାଇଁ ନିର୍ଦ୍ଦେଶ ଦେବା ସହିତ ଲୋକଙ୍କୁ ଆହୁରି ଉନ୍ନତ ସେବା ଯୋଗାଇ ଦେବାକୁ ପରାମର୍ଶ ଦେଇଥିଲେ ।
ପଞ୍ଚଲିଙ୍ଗେଶ୍ୱରଠାରେ ଏକ ମିଶନ ଶକ୍ତି କେଫ୍ ପରିଦର୍ଶନ କରି ଏହାର ପରିଚାଳନା, ଖାଦ୍ୟ ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ 5T ସଚିବ ବୁଝି ଥିଲେ । ଲୋକଙ୍କ ଚାହିଦା ଅନୁଯାୟୀ ଖାଦ୍ୟ ପ୍ରସ୍ତୁତ କରି ବିଜିନେସ୍ କୁ ଆଗକୁ ନେବା ପାଇଁ ସେ ପରାମର୍ଶ ଦେଇଥିଲେ।
୫ଟି ସଚିବଙ୍କ କନ୍ଧମାଳ ଗସ୍ତର ଦ୍ୱିତୀୟ ଦିନ: କନ୍ଧମାଳର ବିକାଶରେ ଆସିବ ବୈପ୍ଳବିକ ପରିବର୍ତ୍ତନ, ମେଡିକାଲ କଲେଜରେ ଆସନ୍ତା ବର୍ଷଠାରୁ ଆରମ୍ଭ ହେବ ପାଠପଢା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦୁଇ ଦିନିଆ କନ୍ଧମାଳ ଗସ୍ତରେ ଥିବା  ମୁଖ୍ୟମନ୍ତ୍ରୀଙ୍କ ୫ଟି ସଚିବ ଭି.କେ. ପାଣ୍ଡିଆନ ଆଜି ଦ୍ୱିତୀୟ ଦିନରେ କନ୍ଧମାଳ ଜିଲ୍ଲାର ଫିରିଙ୍ଗିଆ, ଫୁଲବାଣୀ, ଦାରିଙ୍ଗବାଡୀ, କେ. ନୂଆଗାଁ, ବାଲିଗୁଡା ଓ ଜି. ଉଦୟଗିରୀ ବ୍ଲକ ଗସ୍ତ କରିବା ସହ ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ । ବିଭିନ୍ନ ବିକାଶ କାମର ସମୀକ୍ଷା କରିଥିଲେ ଏବଂ ଜନସାଧାରଣଙ୍କୁ ଭେଟି ସେମାନଙ୍କ ଅଭିଯୋଗ ଶୁଣିଥିଲେ ।
ଏହି ଗସ୍ତ ଅବସରରେ ଶ୍ରୀ ପାଣ୍ଡିଆନ ବାଲିଗୁଡାରେ ଥିବା ପ୍ରସିଦ୍ଧ ମା ପାଟ୍ଟଖଣ୍ଡା ମନ୍ଦିର ଏବଂ ଜଗନ୍ନାଥ ମନ୍ଦିର ଯାଇ ସେଠାରେ ପୂଜାର୍ଚ୍ଚନା କରିଥିଲେ । ମନ୍ଦିର ଦ୍ୱୟର ବିକାଶ ଓ ସୌନ୍ଦର୍ଯ୍ୟକରଣ ବିଷୟରେ ଉଭୟ ମନ୍ଦିରର ପରିଚାଳନା କମିଟି 5T ସଚିବ ଶ୍ରୀ ପାଣ୍ଡିଆନଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ମା ପଟ୍ଟଖଣ୍ଡା ମନ୍ଦିର ଓ ଜଗନ୍ନାଥ ମନ୍ଦିରର ସୌନ୍ଦର୍ଯ୍ୟୀକରଣ ଓ ବିକାଶ ସମ୍ପର୍କରେ ଡି.ପି.ଆର୍ ପ୍ରସ୍ତୁତ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।
ଫୁଲବାଣୀଠାରେ ୧୦୦୦ କୋଟି ଟଙ୍କାରେ ନିର୍ମାଣାଧୀନ ୬୫୦ ଶଯ୍ୟାବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲର କାମ ଶ୍ରୀ ପାଣ୍ଡିଆନ ବୁଲି ଦେଖିଥିଲେ ଓ କାର୍ଯ୍ୟ ଶେଷ କରିବା ପାଇଁ ପରାମର୍ଶ ଦେଇଥିଲେ । ଏହି ମେଡିକାଲ କଲେଜରେ ଆସନ୍ତା ବର୍ଷରୁ ପାଠ୍ୟକ୍ରମ ଆରମ୍ଭ ହେବ। ଏହା ଦ୍ୱାରା ଜିଲ୍ଲାର ସ୍ୱାସ୍ଥ୍ୟ ସେବାରେ ବଡ ରୂପାନ୍ତର ଆଣିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ ।
ସୂଚନାଯୋଗ୍ୟ ଯେ, ଗତକାଲି ୫ଟି ସଚିବ ଶ୍ରୀ ପାଣ୍ଡିଆନ ତାଙ୍କ ଅଭିଭାଷଣରେ କନ୍ଧମାଳ ମେଡିକାଲ କଲେଜ ଓ ମେଗା ପାନୀୟ ଜଳ ସମ୍ପର୍କରେ ସୂଚନା ଦେଇଥିଲେ।  ଏହି ପାନୀୟ ଜଳ ପ୍ରକଳ୍ପ ୫୦୦ କୋଟି ଟଙ୍କରେ କାର୍ଯ୍ୟକାରୀ କରାଯିବ ।  ମହାନଦୀରୁ ପାଇପ ଯୋଗେ ପାଣି ଅଣା ଯାଇ କନ୍ଧମାଳର ସବୁ ଅଞ୍ଚଳର ଲୋକଙ୍କୁ ଭଲ ପିଇବା ପାଣି ଯୋଗାଇ ଦିଆଯିବ । ଏହି ଦୁଇଟି ପ୍ରକଳ୍ପ ସହିତ ପର୍ଯ୍ୟଟନ ଓ ଯୋଗାଯୋଗର ଉନ୍ନତି କନ୍ଧମାଳର ବିକାଶରେ ବୈପ୍ଳବିକ ପରିବର୍ତ୍ତନ ଆଣିବ ।
ଫୁଲବାଣୀ ଜିଲ୍ଲାର ଉଦ୍ୟାନ କାର୍ଯ୍ୟାଳୟ ପରିସରରେ ମିଶନ ଶକ୍ତି ଦ୍ୱାରା ପରିଚାଳିତ ଖାଦ୍ୟ ପ୍ରକ୍ରିୟାକରଣ ୟୁନିଟ୍ ବୁଲି ଦେଖିବା ସହ ଏହି କାର୍ଯ୍ୟର ଉଚ୍ଚପ୍ରଶଂସା କରିଥିଲେ ଏବଂ ସେମାନଙ୍କୁ ମାର୍କେଟିଁ କ୍ଷେତ୍ରରେ ବିଭିନ୍ନ ସାହାଯ୍ୟ ଯୋଗାଇ ଦେବା ପାଇଁ ପରାମର୍ଶ ଦେଇଥିଲେ ।
ଫିରିଙ୍ଗିଆ ବ୍ଲକ ଡିଣ୍ଡିରା ଗାଁରେ ଥିବା ଆଦର୍ଶ ବିଦ୍ୟାଳୟକୁ ୫ଟି ସଚିବ ବୁଲି ଦେଖିଥିଲେ ଏବଂ ଛାତ୍ର, ଶିକ୍ଷକ ଓ ସ୍କୁଲ ପରିଚାଳନା କମିଟି ସଦସ୍ୟମାନଙ୍କ ସହ ଆଲୋଚନା କରି ବିଦ୍ୟାଳୟର ସମ୍ପତ୍ତି ଓ ପରିବେଶର ସୁରକ୍ଷା ଏବଂ ଯତ୍ନ ନେବା ପାଇଁ ପରାମର୍ଶ ଦେଇଥିଲେ । ଏହି ବିଦ୍ୟାଳୟଟି ନିକଟରେ ୫ଟି ସ୍କୁଲ ରୂପାନ୍ତରରେ ସାମିଲ ହୋଇଥିଲା ।
ପରେ ଫିରିଙ୍ଗିଆ ବ୍ଲକକୁ ଯାଇ ସେଠାରେ ମିଶନ ଶକ୍ତି କାଫେ ବୁଲି ଦେଖିଥିଲେ। ଫିରିଙ୍ଗିଆ ମିନି ଷ୍ଟାଡିଅମ ଠାରେ ସମାଜର ବିଭିନ୍ନ ବର୍ଗର ଲୋକ ଓ ସଙ୍ଗଠନମାନଙ୍କୁ ଭେଟିଥିଲେ । ସେମାନଙ୍କ ଅନୁରୋଧକ୍ରମେ ଫିରିଙ୍ଗିଆ ନୂଆ ବସ ଷ୍ଟାଣ୍ଡ ଉପରେ ଖୁବ୍ ଶୀଘ୍ର ନିଷ୍ପତ୍ତି ନିଆଯିବ ବୋଲି ସେ କହିଥିଲେ । ଗ୍ରାମାଞ୍ଚଳରର ଜନସାଧାରଣ ଯେପରି ସୁବିଧାରେ ଯାତାୟତ କରିପାରିବେ ତାକୁ ଦୃଷ୍ଟିରେ ରଖି ଏହି ବ୍ଲକରେ ସବୁ ଗ୍ରାମପଞ୍ଚାୟତକୁ ପରିବହନ ସେବା ଯୋଗାଇ ଦିଆଯିବ ବୋଲି ୫ଟି ସଚିବ  ସୂଚନା ଦେଇଥିଲେ।
୫ଟି ରୂପାନ୍ତରରେ ସାମିଲ ହୋଇଥିବା ରତାଙ୍ଗ ହାଇସ୍କୁଲ ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ ଛାତ୍ରଛାତ୍ରୀ, ଶିକ୍ଷକଙ୍କ ସହ ଆଲୋଚନା କରିଥିଲେ । ରତାଙ୍ଗ ମଡେଲ ଟ୍ୟାଙ୍କ ବୁଲି ଦେଖିବା ସହିତ ମିଶନ ଶକ୍ତି ମା ମାନଙ୍କ ଦ୍ୱରା କରାଯାଉଥିବା ମାଛ ଚାଷ ବିଷୟରେ ବୁଝିଥିଲେ ଏବଂ ଏହା ପର୍ଯ୍ୟଟନର ସମ୍ଭାବନା ରହିଥିବାରୁ ତା’ର ପୂର୍ଣ୍ଣ ବିନିଯୋଗ କରିବା ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ପରେ ଫିରିଙ୍ଗିଆ ବ୍ଲକର ବନ୍ଧଗଡାରେ ଥିବା KASAM  ଖାଦ୍ୟପ୍ରକ୍ରିୟାକରଣ ୟୁନିଟ, ଶ୍ରୀ ପାଣ୍ଡିଆନ ବୁଲି ଦେଖିବା ସହ  ଅର୍ଗାନିକ ଫାର୍ମିଂ କୁ ଉତ୍ସାହିତ କରିବା ପାଇଁ ପରାମର୍ଶ ଦେଇଥିଲେ ।
କେ. ନୂଆଗାଁ ବ୍ଲକରେ ୫ଟି ସଚିବ ଶ୍ରୀ ପାଣ୍ଡିଆନ ବିଭିନ୍ନ ଅନୁଷ୍ଠାନ ସହ ଭେଟି ସେମାନଙ୍କ ସୁବିଧା ଓ ଅସୁବିଧା ସମ୍ପର୍କରେ ଆଲୋଚନା କରିଥିଲେ ଓ ସମାଧାନ ପାଇଁ ପ୍ରତିଶୃତି ଦେଇଥିଲେ । ପରେ ବାଲିଗୁଡାଠରେ ଆମ ହସ୍ପିଟାଲ ବୁଲି ଦେଖି ରୋଗୀ ଓ ଡାକ୍ତର ମାନଙ୍କ  ସହ ମତ ବିନିମୟ କରିଥିଲେ ଏବଂ ସ୍ୱାସ୍ଥ୍ୟସେବାରେ ଅଧିକ ଉନ୍ନତି ଆଣି ରୋଗୀମାନଙ୍କୁ ଉତ୍ତମ ଚିକିତ୍ସା ସେବା ଯୋଗାଇଦେବାକୁ ପରାମର୍ଶ ଦେଇଥିଲେ ।
ବାଲିଗୁଡା ମିନି ଷ୍ଟାଡିଅମ ଠାରେ ଜନସାଧାରଣ, ବିଭିନ୍ନ ସଂଗଠନ, କ୍ରୀଡାବିତଙ୍କୁ ଭେଟିଥିଲେ ଏବଂ ସେଠାରେ ମିନି ଷ୍ଟାଡିଅମ ଓ ଇଣ୍ଡୋର ଷ୍ଟାଡିଅମର ବିକାଶ ଓ ସୌନ୍ଦର୍ଯ୍ୟୀକରଣ ପାଇଁ ଶୀଘ୍ର ଡି.ପି.ଆର୍ ପ୍ରସ୍ତୁତ ପାଇଁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ ।
ଦାରିଙ୍ଗବାଡୀ ବ୍ଲକରେ ମଧ୍ୟ ୫ଟି ସଚିବ ମିନି ଷ୍ଟାଡିଅମ କୁ ବୁଲି ଦେଖିଥିଲେ । ମିଶନ ଶକ୍ତି ର ସଦସ୍ୟା, ସାଧାରଣ ଜନତା ଓ ବିଭିନ୍ନ ସଙ୍ଗଠନ ସହ ମିଶି ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣିଥିଲେ ଓ ସମାଧାନ ପାଇଁ ଆଶ୍ୱାସନା ଦେଇଥିଲେ ।
ପରିବେଶ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ଦାରିଙ୍ଗବାଡୀରେ ଥିବା ହିଲ-ଭିୟୁ ପାର୍କ ଓ ବଟରଫ୍ଲାଏ ପାର୍କକୁ ୫ଟି ସଚିବ ବୁଲି ଦେଖିଥିଲେ  ୫ଟି ସଚିବ ବୁଲି ଦେଖିଥିଲେ । ଦାରିଙ୍ଗବାଡୀର ପର୍ଯ୍ୟଟନର ବିକାଶ ପାଇଁ ବିପୂଳ ସୂଯୋଗ ରହିଛି ବୋଲି ସେ ମତ ଦେଇଥିଲେ ।  ଏହି ପାର୍କ ଗୁଡିକର ପରିଚାଳନା ଦାୟିତ୍ୱରେ ଥିବା ବନ ବିଭାଗର ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ । ଦାରିଙ୍ଗବାଡୀରେ ପର୍ଯ୍ୟଟନର ଅଧିକ ବିକାଶ ପାଇଁ  ଡି.ପି.ଆର୍ ପ୍ରସ୍ତୁତ କରି ପ୍ରଦାନ କରିବାକୁ ଜିଲ୍ଲାପାଳଙ୍କୁ ପରାମର୍ଶ ଦେଇଥିଲେ । ଏହା ପରେ ସେ ଦାରିଙ୍ଗବାଡୀର ପ୍ରସିଦ୍ଧ Eco-Cottage  ବୁଲି ଦେଖିଥିଲେ। ଏଠାରେ ମିଶନ ଶକ୍ତିର ସଦସ୍ୟାମାନେ ଅତ୍ୟନ୍ତ ବୃତ୍ତିଗତ ଢଙ୍ଗରେ ଏହାର ପରିଚାଳନା କରୁଥିବାରୁ ସେ ସନ୍ତୋଷ ପ୍ରକାଶ କରିଥିଲେ ।
ଜି. ଉଦୟଗିରୀରେ ୫ଟି ସଚିବ ଏନ.ଏ.ସିର ମଲ୍ଟି-ପର୍ପୋଜ୍ ହଲ ବୁଲି ଦେଖିଥିଲେ ଏବଂ ସେଠାରେ ଏକ ମାସ ମଧ୍ୟରେ ଇଣ୍ଡୋର ଷ୍ଟାଡିଅମର ବିଭିନ୍ନ ଅତ୍ୟାଧୁନିକ ସୁଯୋଗ ଓ ବିକାଶ ଉପରେ ଗୁରୁତ୍ୱାରୋପ କରିଥିଲେ । ଜି.ଉଦୟଗିରୀର କଳିଙ୍ଗ ମହାବିଦ୍ୟାଳୟ ଠାରେ ଜନସାଧାରଣଙ୍କୁ ଭେଟିଥିଲେ ଓ ସେମାନଙ୍କ ଆପତ୍ତି ଅଭିଯୋଗ ଶୁଣି ଏହାର ତୁରନ୍ତ ସମାଧାନ ପାଇଁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ୫ଟି ସଚିବଙ୍କ ଜିଲ୍ଲା ପରିଦର୍ଶନ ସମୟରେ  ସ୍ୱାସ୍ଥ୍ୟ  ସଚିବ ଶାଳିନୀ  ପଣ୍ଡିତ, କ୍ରୀଡା ସଚିବ ଆର୍. ଭିନିଲ୍ କ୍ରୀଷ୍ଣା ଓ ଜିଲ୍ଲାପାଳ ଉପସ୍ଥିତ ଥିଲେ ।