Indian National Sports Jersey - The Sakala

ଭାରତୀୟ ଜାତୀୟ କ୍ରୀଡ଼ା ଜର୍ସିର ରଙ୍ଗ ପରିବର୍ତ୍ତନ; କ୍ରୀଡ଼ାପ୍ରେମୀଙ୍କ ଭାବନାକୁ ଗଭୀର ଆଘାତ: ନବୀନ
ଭୁବନେଶ୍ୱର: ଭାରତୀୟ ଜାତୀୟ କ୍ରୀଡ଼ା ଜର୍ସିର ରଙ୍ଗ ପରିବର୍ତ୍ତନକୁ ନାପସନ୍ଦ କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ। ରାଜ୍ୟ ବିଜେପି ସରକାରଙ୍କ ଏପରି ମାନସିକତାକୁ ସମାଲୋଚନା କରିବା ସହ ଏହା ନିମ୍ନମାନର ରାଜନୀତି ବୋଲି ନବୀନ କହିଛନ୍ତି। ଜାତୀୟ ପ୍ରତୀକଗୁଡ଼ିକ ଆମକୁ ଯୋଡ଼ିବା ପାଇଁ ଉଦ୍ଦିଷ୍ଟ; ଭାଗ ଭାଗ କରିବା ପାଇଁ ନୁହେଁ। ଏହା ସାରା ଦେଶର ଲକ୍ଷ ଲକ୍ଷ କ୍ରୀଡ଼ାପ୍ରେମୀଙ୍କ ଭାବନାକୁ  ଆଘାତ ପହଞ୍ଚାଇଛି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି ।

https://twitter.com/Naveen_Odisha/status/2082814504241639815

ସାମାଜିକ ଗଣମାଧ୍ୟମ ଏକ୍ସରେ ନବୀନ କହିଛନ୍ତି ଯେ ଭାରତୀୟ ହକି ଟିମ୍‌୍‌ର କିମ୍ବଦନ୍ତୀ ଜର୍ସି ରଙ୍ଗକୁ ଗେରୁଆ ରଙ୍ଗରେ ପରିବର୍ତ୍ତନ କରାଯାଇଥିବା ଜାଣି ମୁଁ ଗଭୀର ଭାବେ ମର୍ମାହତ। ଭାରତୀୟ ହକି ଟିମ୍‌୍‌ର ଏହି ନୀଳ ରଙ୍ଗ କେବଳ ଗୋଟିଏ ରଙ୍ଗ ନୁହେଁ। ଏହା ଦେଶର କ୍ରୀଡ଼ା ଐତିହ୍ୟ ସହ ଯୋଡ଼ିହୋଇ ରହିଥିବା ଏକ ଆବେଗ। ଦଶନ୍ଧି ଦଶନ୍ଧି ଧରି ଏହି ରଙ୍ଗ ଆମକୁ ଆଶା, ବିଜୟ, ପରାଜୟ ଏବଂ କ୍ରୀଡ଼ା କ୍ଷେତ୍ରରେ ଶ୍ରେଷ୍ଠତା ହାସଲ କରିବାର ଲକ୍ଷ୍ୟରେ ଏକାଠି ବାନ୍ଧି ରଖିଛି। ଆମେ ଆମର ନୀଳ ଜର୍ସି ପିନ୍ଧିଥିବା ପୁରୁଷ ଓ ମହିଳା ଖେଳାଳିମାନଙ୍କ ସହ ଆମେ କାନ୍ଦିଛୁ, ହସିଛୁ, ଉତ୍ସବ ପାଳନ କରିଛୁ ଏବଂ ଗର୍ବର ସହ ଛିଡ଼ା ହୋଇଛୁ। ଏହି ନୀଳ ଜର୍ସି ପିନ୍ଧି ଆମ ଟିମ୍‌ ଅଲିମ୍ପିକ୍ସ ପଦକ ଜିତିଛି ଏବଂ ବିଶ୍ୱ ମଞ୍ଚରେ ଆମ ଜାତୀୟ ସଙ୍ଗୀତ ଗୁଞ୍ଜରିତ ହୋଇଛି। ନୀଳ ରଙ୍ଗ ଆମ ଜାତୀୟ ପତାକାର ଅଶୋକ ଚକ୍ରରୁ ଅଣାଯାଇଛି। ଏହା ଆମ ଜାତୀୟ ଗୌରବ ଓ ପରିଚୟର ପ୍ରତୀକ। ଯେତେବେଳେ ଜାତୀୟ ହକି ଟିମ୍‌ ପ୍ରାୟୋଜକ ଅଭାବରେ ସଂଘର୍ଷ କରୁଥିଲା, ସେତେବେଳେ ଆମ ଜାତୀୟ ଦଳ ଏବଂ ପ୍ରିୟ ଖେଳକୁ ସହଯୋଗ କରିବାରେ ଓଡ଼ିଶା ପ୍ରଥମ ଓ ଏକମାତ୍ର ରାଜ୍ୟ ଭାବେ ଇତିହାସ ରଚିଥିଲା। ଜାତୀୟ ହକି ପ୍ରତି ରାଜ୍ୟର ଏହି ସହଯୋଗ ପାଇଁ ସାରା ବିଶ୍ୱରେ ଥିବା ପ୍ରତ୍ୟେକ ଓଡ଼ିଆ ଗର୍ବିତ ଥିଲେ। ୪୧ ବର୍ଷର ଦୀର୍ଘ ପ୍ରତୀକ୍ଷା ପରେ ଆମ ପୁରୁଷ ଦଳ ଅଲିମ୍ପିକ୍ସ ପଦକ ଜିତିଥିଲା। କେବଳ ଓଡ଼ିଶାରେ ସରକାର ବଦଳିଯାଇଛି ବୋଲି ଆମ ଜାତୀୟ ଦଳର ରଙ୍ଗ ବଦଳାଯିବା ଉଚିତ୍‌ ନୁହେଁ। ଏହା ସବୁଠାରୁ ନିମ୍ନମାନର ରାଜନୀତି ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି ଯେ   ଆର୍ଜେଣ୍ଟିନାର ଆଇକନିକ୍‌ ଷ୍ଟ୍ରାଇପ୍ସ (ଗାର) ଏବଂ ବ୍ରାଜିଲ୍‌୍‌ର ହଳଦିଆ ଜର୍ସି ସେହି ଦେଶ ପାଇଁ ଯେତିକି ମହତ୍ୱ ରଖେ, ଭାରତୀୟ ହକି ଖେଳାଳିଙ୍କ  ନୀଳ ଜର୍ସି ଆମ ପାଇଁ ସେତିକି ଗୁରୁତ୍ୱପୂର୍ଣ୍ଣ। ଏହା ଆମ ସାମୂହିକ ସ୍ମୃତିରେ ସଦାସର୍ବଦା ଲିପିବଦ୍ଧ ହୋଇରହିଛି। ଏହି ରଙ୍ଗରେ କୌଣସି ବି ପରିବର୍ତ୍ତନ, ଆମ ଅମୂଲ୍ୟ କ୍ରୀଡ଼ା ଐତିହ୍ୟକୁ ପୋଛିଦେବାର ଏକ ଅତ୍ୟନ୍ତ ନିନ୍ଦନୀୟ ପ୍ରଚେଷ୍ଟା।  ଓଡ଼ିଶାର ବିଜେପି ସରକାରଙ୍କ ଚାପରେ ଏହି ପଦକ୍ଷେପ ନିଆଯାଇଛି। କ୍ଷମତାରେ ଥିବା ବ୍ୟକ୍ତିମାନେ ଏହାକୁ ଅସ୍ୱୀକାର କରିପାରନ୍ତି; କିନ୍ତୁ ଗତ ଦୁଇ ବର୍ଷ ହେବ ଓଡ଼ିଶାରେ ସରକାରଙ୍କର ସରକାରୀ କୋଠା, ବସ୍‌୍‌ ଏବଂ ପୋଲଗୁଡ଼ିକର ରଙ୍ଗ ବଦଳାଇବାର ନିଶାକୁ ସମସ୍ତେ ଦେଖିଛନ୍ତି। ଆଜି ଓଡ଼ିଶାରେ କେବଳ ଏହି ଗୋଟିଏ କାମ ହିଁ ହେଉଛି। କିନ୍ତୁ ଏବେ ସେହି ସରକାର ଆମ ଜାତୀୟ ଦଳର ଜର୍ସି ରଙ୍ଗକୁ ମଧ୍ୟ ବଦଳାଇ ଦେଇଛନ୍ତି। ହକି ଭଳି ଏକ ଜାତୀୟ ଖେଳକୁ ରାଜନୀତିକରଣ କରିବାକୁ ବିଜେପି ଓଡ଼ିଶାର ଏହି ପ୍ରଚେଷ୍ଟାକୁ ମୁଁ ଦୃଢ଼ ନିନ୍ଦା କରୁଛି। ଏହା ସାରା ଦେଶର ଲକ୍ଷ ଲକ୍ଷ କ୍ରୀଡ଼ାପ୍ରେମୀଙ୍କ ଭାବନା ଏବଂ ଜାତୀୟ ହକିକୁ ଓଡ଼ିଶା ଯେଉଁ ଗର୍ବର ସହ ସହଯୋଗ କରିଆସିଛି, ତାହାକୁ ଗଭୀର ଆଘାତ ପହଞ୍ଚାଇଛି ବୋଲି ନବୀନ କ୍ଷୋଭର ସହ କହିଛନ୍ତି।