bolbom jatra - The Sakala

ଅଧାରେ ରହିଗଲା ବୋଲବମ ଯାତ୍ରା: ସର୍ଟ ସର୍କିଟ ଯୋଗୁଁ ୧୦ କାଉଡ଼ିଆଙ୍କ ମୃତ୍ୟୁ
କୋଲକାତା: ପଶ୍ଚିମବଙ୍ଗର କୋଚ ବିହାରରେ ଅଭାବନୀୟ ଘଟଣା । ଜେନେଟରରୁ ସର୍ଟ ସର୍କିଟ ଯୋଗୁଁ ୧୦ ବୋଲବମ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ରୁ ଅଧିକ କାଉଡ଼ିଆ ଗୁରୁତର ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଶ୍ରାବଣ ମାସ ପାଇଁ ଜଳଲାଗି ପାଇଁ ପିକ ଅପ୍ ଭ୍ୟାନରେ ଆସୁଥିଲେ କାଉଡ଼ିଆ । ଉକ୍ତ ଭ୍ଯାନରେ ଥିବା ଜେନେରେଟରରୁ ସର୍ଟ ସର୍କିଟ ହେବା ଫଳରେ ପିକଅପ୍ ଭ୍ୟାନଟି ବିଦ୍ୟୁତ ସଂଶ୍ପର୍ଶରେ ଆସିଥିଲା । ବିଦ୍ୟୁତ୍ ଆଘାତରେ ୧୦ କାଉଡ଼ିଆଙ୍କ ଜୀବନ ଯାଇଥିବା ବେଳେ ଆଉ ୧୬ରୁ ଉର୍ଦ୍ଧ୍ବ କାଉଡ଼ିଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ କହିଛି ଯେ, ଗାଡିରେ ଲାଗିଥିବା ଡିଜେ ସିଷ୍ଟମର ଜେନେରେଟରରେ ସର୍ଟସର୍କିଟ ଯୋଗୁଁ ଏହି ଅଘଟଣ ଘଟିଛି । ସମସ୍ତ ଆହତଙ୍କୁ ଜଲପାଇଗୁଡି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋଟ ୨୭ ଜଣ କାଉଡିଆ ଏହି ପିକ ଅପ ଭ୍ୟାନରେ ରହିଥିଲେ । ତେବେ ସମସ୍ତଙ୍କ ଘର ସୀତଲକୁଚୀ ଥାନା ଅଞ୍ଚଳରେ ହୋଇଥିବା ସୂଚନା । ପିକଅପ୍ ଭ୍ୟାନର ଡ୍ରାଇଭର ଫେରାର ରହିଥିବା ବେଳେ ଗାଡି ଜବତ କରିଛି ପୁଲିସ ।

ଶ୍ରାବଣ ପ୍ରଥମ ସୋମବାର : ମହାଦେବଙ୍କୁ ଜଳଲାଗି ପାଇଁ କାଉଡ଼ିଆଙ୍କ ଭିଡ଼, ଭୋଳାବାବା ପାର୍‌ କରେଗା ଧ୍ବନିରେ ଉଠୁଛି ପଡୁଛି ଶୈବାଳୟ
ଭୁବନେଶ୍ବର : ଆଜି ଶ୍ରାବଣ ମାସର ପ୍ରଥମ ସୋମବାର । ରାଜ୍ୟର ସମସ୍ତ ଶୈବ ପୀଠ ଆଜି ବେଶ୍ ଚଳଚଞ୍ଚଳ। ଦେବଦେବ ମହାଦେବଙ୍କ ଉପରେ ପାଣି ଢାଳି ଶୁଭ ମନାସୁଛନ୍ତି କାଉଡ଼ିଆ । ଗତକାଲି ବିଭିନ୍ନ ନଦୀରୁ ପାଣି ଉଠାଇ କାଉଡ଼ିଆମାନେ ଶିବ ମନ୍ଦିର ଯାତ୍ରା କରିଥିଲେ। ଭୁବନେଶ୍ବରର ଲିଙ୍ଗରାଜ, ପୁରୀର ଲୋକନାଥ, ନୟାଗଡର ଲଡୁବାବା, ବାଲେଶ୍ବରର ପଞ୍ଚଲିଙ୍ଗେଶ୍ୱର ଆଦି ଶୈବାଳୟରେ ପାଣି ଢାଳୁଛନ୍ତି ଭକ୍ତ।

କରୋନା କାରଣରୁ ଦୀର୍ଘ ଦୁଇ ବର୍ଷ ପାଇଁ ବୋଲ ବୋମ ବନ୍ଦ ରହିଥିଲା। ଚଳିତବର୍ଷ କାଉଡ଼ିଆଙ୍କୁ ଅନମତି ମିଳିଥିବାରୁ ସମସ୍ତେ ଉତ୍ସାହର ସହ ପାଣି ଢାଳୁଛନ୍ତି।ବୋଲବମ୍ – ହରହର ବମ୍ ଧ୍ବନୀରେ କମ୍ପୁଛି ପରିବେଶ। ସକାଳୁ ଲିଙ୍ଗରାଜ ମନ୍ଦିରରେ ଜମିଛି ଶ୍ରଦ୍ଧାଳୁଙ୍କ ଭିଡ଼ । ଜଳଲାଗି କରିବାକୁ ଲମ୍ବା ଲାଇନରେ ଛିଡା ହୋଇଛନ୍ତି ଶ୍ରଦ୍ଧାଳୁ । କିଛି କାଉଡିଆ ଶ୍ରୀଲିଙ୍ଗରାଜଙ୍କୁ ଜଳଲାଗି କରି ସାରିଥିବା ବେଳେ ଆହୁରି ଅନେକ ଶ୍ରଦ୍ଧାଳୁ ଲାଇନରେ ଛିଡା ହୋଇଛନ୍ତି ।

ସେପଟେ କାଉଡ଼ିଆମାନଙ୍କୁ ଭିତରକୁ ଶୃଙ୍ଖଳିତ ଭାବେ ଛାଡ଼ିବା ପାଇଁ ମନ୍ଦିର ଭିତରେ ଓ ବାହାରେ ମାଇକ୍‌ ଯୋଗେ ପ୍ରଚାର କରାଯାଇଛି । ବିଏମ୍‌ସି ମାଗଦର୍ଶିକା ଅନୁଯାୟୀ ଭକ୍ତ ଓ ସେବାୟତ ମାସ୍କ ପିନ୍ଧି ମନ୍ଦିରକୁ ଯିବେ । ଶ୍ରାବଣୀ ଜଳ ଲାଗି ପାଇଁ ଓ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କ ଥଣ୍ଡା ଜ୍ୱର ଲକ୍ଷଣ ଥି‌ଲେ ପ୍ରବେଶ ନକରିବାକୁ ଅନୁରୋଧ କରାଯାଇଛି । ରବିବାର ରାତିରୁ ପୁଲିସ ମନ୍ଦିର ସିଂହଦ୍ୱାର ଓ ଆଖପାଖ ଅଞ୍ଚଳରେ ପଇଁତରା ମାରୁଛି । ବ୍ୟାରିକେଡ ସହ ସୁରକ୍ଷାକୁ ଦୃଷ୍ଟିରେ ରଖି ଜଣେ ଅତିରିକ୍ତ ଡିସିପଙ୍କ ନେତୃତ୍ୱରେ ୫ ଜଣ ଏସିପି, ୮ ଜଣ ଆଇଆଇସି, ୩୩ ଏସଆଇଙ୍କ ସହ ୬ ପ୍ଲାଟୁନ ପୁଲିସ ଫୋର୍ସ, ୫୦ ହୋମ ଗାର୍ଡ ନିୟୋଜିତ ହୋଇଛନ୍ତି ।

ସେହିପରି ପୁରୀ ଶ୍ରୀଲୋକନାଥ ମନ୍ଦିରରେ ମଧ୍ୟ ଶ୍ରାବଣ ପ୍ରଥମ ସୋମବାରରେ ଗହଳି ଲାଗିଛି । ଶ୍ରୀଲୋକନାଥଙ୍କ ନୀତିକାନ୍ତି ପରେ ଜଳଲାଗି ଆରମ୍ଭ ହୋଇଛି। ଶ୍ରାବଣ ମାସ ସୋମବାରରେ ଜଳଲାଗି କଲେ ସକଳ ଦୂରାରୋଗ୍ୟ ଦୂର ହେବା ସହ ମନସ୍କାମନା ପୂରଣ ହେବାର ବିଶ୍ବାସ ରହିଛି। ଏଠାରେ କାଉଡିଆଙ୍କ ଜଳଲାଗି ଓ ଦର୍ଶନ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଏଥର ଧବଳେଶ୍ୱର ପୀଠକୁ ବାହୁଙ୍ଗି ମନା ହୋଇଥିବାରୁ କେବଳ କଳସ ଧରି ଝୁଲାପୋଲ ଦେଇ ମନ୍ଦିର ଭିତରକୁ ଯାଉଛନ୍ତି ଶ୍ରଦ୍ଧାଳୁ । ଧବଳେଶ୍ୱର ପୀଠକୁ ଜଳଲାଗି କରିବାକୁ ଯାଉଥିବା କାଉଡ଼ିଆଙ୍କୁ ଝୁଲା ପୋଲ ପୂର୍ବରୁ ବାହୁଙ୍ଗି ରଖିବାକୁ କୁହାଯାଇଛି। ସେଠାରେ ବାହୁଙ୍ଗି ରଖି ସେମାନେ କଳସ ଓ ଭୋଗ ଧରି ମନ୍ଦିର ଭିତରକୁ ଆସିବେ। ସେଠାରେ ପ୍ରଭୁଙ୍କ ନିକଟରେ ଜଳ ଲାଗି କରିବେ ବୋଲି ଆଠଗଡ଼ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଥିଲା।ଶୈବପୀଠକୁ ଆସୁଥିବା କାଉଡ଼ିଆମାନେ ଶୃଙ୍ଖଳିତ ଭାବେ ଜଳ ଲାଗି କରିବା ସହ ଦର୍ଶନ ସୁରୁଖୁରୁରେ କରିବା ପାଇଁ ପୁଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।

ଏବର୍ଷ ବି କରୋନା ପାଇଁ ବୋଲବମ୍ ଯାତ୍ରା ଉପରେ ଲାଗିଲା କଟକଣା
ଭୁବନେଶ୍ବର: ମହାମାରୀ କରୋନା ପାଇଁ ପୂର୍ବ ବର୍ଷପରି ଏଥର ମଧ୍ଯ ବନ୍ଦ ରହିବ ବୋଲବମ୍‌ ଯାତ୍ରା। କରୋନା ସଂକ୍ରମଣକୁ ରୋକିବା ପାଇଁ  ବୋଲବମ୍ ଯାତ୍ରା ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପିତ୍ତି ନେଇଛନ୍ତି।

ଶ୍ରାବଣ ମାସରେ ଲୋକମାନେ ଶନିବାର , ରବିବାର, ସୋମବାର ବିଭିନ୍ନ ନଦୀରୁ ଜଳ ଉଠାଇ ବିଭିନ୍ନ ଶିବ ମନ୍ଦିରରେ ଜଳ ଲାଗି କରିଥାନ୍ତି। ରାଜ୍ୟର ହଜାର ହଜାର କାଉଡିଆ ବିଭିନ୍ନ ସ୍ଥାନରୁ ଜଳ ନେଇ ଖାଲି ପାଦରେ ମାଇଲ୍ ମାଇଲ୍ ଚାଲି ଶିବ ମନ୍ଦିରରେ ପାଣି ଢାଳନ୍ତି । କିନ୍ତୁ ଚଳିତ ବର୍ଷ ମହାମାରୀ କରୋନା କାରଣରୁ ରାଜ୍ୟ ସରକାର ଏହି ବୋଲବମ୍ ଯାତ୍ରା ଉପରେ ରୋକ୍ ଲଗାଇଛନ୍ତି।

ସୂଚନା ଅନୁସାରେ, ବର୍ତ୍ତମାନ ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଛି। କରୋନାକୁ ହରାଇବା ପାଇଁ ରାଜ୍ୟ ସରକାର ଏହି ବୋଲବମ୍ ଯାତ୍ରା ବନ୍ଦ କରିବା ପାଇଁ ନିର୍ଦେଶ ଦେଇଛନ୍ତି।  କରୋନା ସଂକ୍ରମଣ ଲାଗି କୌଣସି ଶୈବପୀଠରେ ଜଳଲାଗି ବନ୍ଦ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ବୋଲବମ୍‌ ଭକ୍ତଙ୍କ ଜଳ ସଂଗ୍ରହ, ପଥ ଭ୍ରମଣ ଓ ଜଳଲାଗି ଉପରେ କଟକଣା ଲଗାଇଯାଇଛି । ଶ୍ରାବଣ ମାସରେ ଶୈବପୀଠରେ ଭକ୍ତଙ୍କ ଭିଡ ଆଶଙ୍କା ଦୃଷ୍ଟିରୁ ରାଜ୍ୟ ସରକାର ଏପରି ନିଷ୍ପତ୍ତି ନେଇଛନ୍ତି । ଏଥି ସହିତ ରାଜ୍ୟ ସରକାର ସମସ୍ତ ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି କି ସମସ୍ତ ଜନସାଧାରଣ ସରକାରଙ୍କ ଏହି ନିର୍ଦେଶକୁ ମାନିବେ ଏବଂ କରୋନା ସଂକ୍ରମଣରୁ ମୁକ୍ତ ରହିବେ । ଏଥି ସହିତ ଏହି ନିର୍ଦେଶକୁ କଡାକଡି ଭାବେ ପାଳନ କରିବାକୁ ରାଜ୍ୟ ସରକାର ସମସ୍ତ ଜିଲା ପ୍ରଶାସନକୁ ମଧ୍ୟ ନିର୍ଦେଶ ଦେଇଛନ୍ତି।