Baripada VIP Road - The Sakala

ପ୍ରବଳ ବର୍ଷାରେ ଧସିଲା ବାରିପଦା ଭିଆଇପି ରାସ୍ତା ଗାର୍ଡ ୱାଲ୍‌, ଠିଆ ହୋଇଥିବା ବସ୍‌ ଓଲଟି ଚୁରମାର
ବାରିପଦା: ଲଗାଣ ଓ ପ୍ରବଳ ବର୍ଷା ହେତୁ ସତ୍ୟ ସାଇ ଛକ ନିକଟ ପୂର୍ତ୍ତ ବିଭାଗ ଭିଆଇପି ରୋଡରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ରାସ୍ତା ପାର୍ଶ୍ୱ ପାର୍କିଂ ସ୍ଥଳର ଗାର୍ଡ ୱାଲ୍‌ (ସୁରକ୍ଷା ପ୍ରାଚୀର) ହଠାତ୍‌ ଧସିଯିବା ଫଳରେ ସେଠାରେ ଠିଆ ହୋଇଥିବା ଦୂରଗାମୀ ଶୀତତାପ ନିୟନ୍ତ୍ରିତ (ଏସି)  ଏକ୍ସପ୍ରେସ୍‌ ବସ୍‌ ଓଲଟି ପଡ଼ି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି। ଦୁର୍ଘଟଣାଗ୍ରସ୍ତ ବସ୍‌ 'ମଧୁସ୍ମିତା'  ବୋଲି ଜଣାପଡ଼ିଛି। ତେବେ ପାର୍କିଂ ସମୟରେ ବସ୍‌ ମଧ୍ୟରେ କୌଣସି ଯାତ୍ରୀ ନଥିବାରୁ ଏକ ବଡ଼ ଧରଣର ଜୀବନହାନିରୁ ରକ୍ଷା ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ, ବାରିପଦାର ସହର ମଧ୍ୟରେ ଅବସ୍ଥିତ ପୌରପାଳିକା ବସ୍‌ଷ୍ଟାଣ୍ଡରେ ଆବଶ୍ୟକୀୟ ସ୍ଥାନର ଅଭାବ ହେତୁ ଦୂରସ୍ଥାନକୁ ଯାତ୍ରା କରୁଥିବା ଦୈନିକ ବସ୍‌ଗୁଡ଼ିକୁ ଯାତ୍ରା ପୂର୍ବରୁ ସତ୍ୟ ସାଇ ଛକ ନିକଟସ୍ଥ ରାସ୍ତା କଡ଼ରେ ପାର୍କିଂ କରାଯାଇଥାଏ। ପ୍ରତିଦିନ ଭଳି 'ମଧୁସ୍ମିତା' ନାମକ ଏସି ବସ୍‌ ସେଠାରେ ରଖାଯାଇଥିଲା। ତେବେ କ୍ରମାଗତ ବର୍ଷା ଯୋଗୁଁ ପାର୍କିଂ ସ୍ଥଳର ନିର୍ମିତ ଗାର୍ଡ ୱାଲ୍‌ ତଳୁ ମାଟି ନରମ ହୋଇ ଧସିଯାଇଥିଲା। ଗୁରୁବାର ପ୍ରବଳ ବର୍ଷା ସମୟରେ ଗାର୍ଡ ୱାଲ୍‌ ସହ ବସ୍‌  ନିୟନ୍ତ୍ରଣ ହରାଇ ଖାଲକୁ ଓଲଟି ପଡ଼ିଥିଲା। ବସ୍‌ର ବ୍ୟାପକ କ୍ଷତି ଘଟିଥିବା ବେଳେ ହେଲପର ଜଣଙ୍କ ଆହତ ହୋଇଛନ୍ତି । ତାଙ୍କୁ ପିଆରଏମ୍ ଟିଚିଂ ହସ୍ପିଟାଲକୁ ନିଆଯାଇଛି । ଏହି ଅଘଟଣ ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି। ବସ୍‌ଷ୍ଟାଣ୍ଡର ସ୍ଥାୟୀ ସମ୍ପ୍ରସାରଣ ଓ ସୁରକ୍ଷିତ ପାର୍କିଂ ବ୍ୟବସ୍ଥା ନହେବା ପର୍ଯ୍ୟନ୍ତ ଏଭଳି ବିପଦ ରହିବ ବୋଲି ବସ୍‌ ମାଲିକ ଓ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି।