Upcoming Movies - The Sakala

ରିଲିଜ୍ ହେଲା 'ରାମାୟଣ: ପାର୍ଟ ୧'ର ଟ୍ରେଲର୍: ରାମ ଭୂମିକାରେ ରଣବୀର କପୁର, ରାବଣ ସାଜିଲେ ୟସ୍
ମୁମ୍ବାଇ: ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ରାମାୟଣ: ପାର୍ଟ ୧'ର ଅଫିସିଆଲ୍ ଟ୍ରେଲର୍ ରିଲିଜ୍ ହୋଇଛି। ହିନ୍ଦୀ, କନ୍ନଡ଼, ତେଲୁଗୁ, ତାମିଲ ଏବଂ ମାଲାୟାଲମ ସମେତ ମୋଟ ୫ଟି ଭାରତୀୟ ଭାଷାରେ ଏହି ଟ୍ରେଲର୍ ଆଜି ରିଲିଜ୍ ହୋଇଛି । ଏହି ସିନେମାରେ ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟସ୍ ଙ୍କ ପରି ଷ୍ଟାର୍ ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।

ଟ୍ରେଲର୍‌ର ଆରମ୍ଭରେ ଲଙ୍କାର ରାଜା ଭାବରେ ୟସ୍ (ରାବଣ)ଙ୍କର ଦମଦାର ଏଣ୍ଟ୍ରି ଦେଖିବାକୁ ମିଳିଛି। ଏହାପରେ ପ୍ରଭୁ ରାମଙ୍କ ଅଯୋଧ୍ୟା ଜୀବନରୁ ଆରମ୍ଭ କରି କୈକେୟୀଙ୍କ ବରଦାନ ମାଗିବା, ବନବାସ ଯିବା, ଶୂର୍ପଣଖା ପ୍ରସଙ୍ଗ ଏବଂ ସୀତା ହରଣ ପରି ପୌରାଣିକ ମହାକାବ୍ୟର ପ୍ରମୁଖ ଘଟଣାଗୁଡ଼ିକୁ ଏହି ଟ୍ରେଲର୍‌ରେ ଖୁବ୍ ସୁନ୍ଦର ଭାବରେ ଦର୍ଶାଯାଇଛି।

ଫିଲ୍ମରେ ପ୍ରଭୁ ରାମଙ୍କ ଭୂମିକାରେ ରଣବୀର କପୁର, ମାତା ସୀତା ଭୂମିକାରେ ସାଇ ପଲ୍ଲବୀ, ରାବଣ ଭୂମିକାରେ ୟସ୍ ଏବଂ ଲକ୍ଷ୍ମଣ ଭୂମିକାରେ ରବି ଦୁବେ ଖୁବ୍ ମାନୁଛନ୍ତି। ସେହିପରି କୈକେୟୀ ଭାବରେ ଲାରା ଦତ୍ତ, ଶୂର୍ପଣଖା ଭୂମିକାରେ ରକୁଲ ପ୍ରୀତ ସିଂହ ଏବଂ ରାଜା ଦଶରଥ ଭୂମିକାରେ ଅରବିନ୍ଦ ଗୋଭିଲ୍ ନଜର ଆସିଛନ୍ତି।

ଜାତୀୟ ପୁରସ୍କାର ପ୍ରାପ୍ତ ଚିତ୍ରନାଟ୍ୟ ଲେଖକ ଶ୍ରୀଧର ରାଘବନ ଏହି ଚଳଚ୍ଚିତ୍ରର କାହାଣୀ ପ୍ରସ୍ତୁତ କରିଛନ୍ତି। ଏଥିରେ ଓସ୍କାର ବିଜେତା କିମ୍ବଦନ୍ତୀ ସଙ୍ଗୀତକାର ହାନ୍ସ ଜିମର୍ ଏବଂ ଏ. ଆର. ରହମାନ ମିଳିତ ଭାବେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି, ଯାହାକୁ ପୂର୍ବ ଏବଂ ପଶ୍ଚିମର ସବୁଠାରୁ ବଡ଼ ସହଯୋଗ ବୋଲି କୁହାଯାଉଛି।

ନିର୍ମାତା ନମିତ ମାଲହୋତ୍ରା କହିଛନ୍ତି ଯେ, "ରାମାୟଣ କେବଳ ଆମର ସବୁଠାରୁ ବଡ଼ ମହାକାବ୍ୟ ନୁହେଁ, ବରଂ ଏହା ଆମ ଜୀବନଶୈଳୀ ଏବଂ ପରମ୍ପରାର ଏକ ଅବିଚ୍ଛେଦ୍ୟ ଅଙ୍ଗ। ଭାରତର ଏହି ମହାନ କାହାଣୀକୁ ବିଶ୍ୱସ୍ତରରେ ଉପସ୍ଥାପନ କରିବା ପାଇଁ ଆଜି ଆମ ପାଖରେ କଳାକାର, ଜ୍ଞାନକୌଶଳ ଏବଂ ସାମର୍ଥ୍ୟ ରହିଛି।" ସେହିପରି ନିର୍ଦ୍ଦେଶକ ନୀତେଶ ତିୱାରୀ କହିଛନ୍ତି ଯେ, ଏହି ମହାକାବ୍ୟର ମୂଲ୍ୟବୋଧ ଏବଂ ଗାରିମାକୁ ବଜାୟ ରଖି ସମ୍ପୂର୍ଣ୍ଣ ସଚ୍ଚୋଟତା ଏବଂ ଭକ୍ତିର ସହ ସେ ଏହି ସିନେମା ନିର୍ମାଣ କରିଛନ୍ତି।