Mahanadi Flood - The Sakala

ମହାନଦୀରେ ସାମାନ୍ୟ ବନ୍ୟା ଆଶଙ୍କା, ରାଜ୍ୟର ଅନ୍ୟ ସମସ୍ତ ନଦୀର ଜଳସ୍ତର ସ୍ଥିର: ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର: ମହାନଦୀରେ ଏକ ସାମାନ୍ୟ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଆଶଙ୍କା ରହିଛି। ଅନ୍ୟପକ୍ଷରେ ରାଜ୍ୟର ଅନ୍ୟାନ୍ୟ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ସ୍ଥିର ରହିଥିବା ନେଇ ସୂଚନା ଦେଇଛନ୍ତି ଓଡ଼ିଶା ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ କୁମାର ରାଉତ ।

ସର୍ବୋଚ୍ଚ ଯନ୍ତ୍ରୀ (ଇଆଇସି) ଦିଲ୍ଲୀପ କୁମାର ରାଉତ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ବର୍ତ୍ତମାନ ବୈତରଣୀ, ସାଳନ୍ଦୀ, ସୁବର୍ଣ୍ଣରେଖା ଏବଂ ବ୍ରାହ୍ମଣୀ ଆଦି ନଦୀର ଜଳସ୍ତର ନିୟନ୍ତ୍ରଣରେ ରହିଛି ଏବଂ ଏଥିରେ କୌଣସି ବନ୍ୟା ଆଶଙ୍କା ନାହିଁ। ତେବେ ଉପରମୁଣ୍ଡ ଅର୍ଥାତ୍ ଛତିଶଗଡ଼ରେ ପ୍ରବଳ ବର୍ଷା ଯୋଗୁଁ ମହାନଦୀର ଜଳସ୍ତର ବୃଦ୍ଧି ପାଇଛି, ଯାହାକି ଏକ ସାଧାରଣ ବନ୍ୟା ପରିସ୍ଥିତି ସୃଷ୍ଟି କରିପାରେ।

ଆକଳନ ଅନୁଯାୟୀ, ମୁଣ୍ଡଳୀ ବ୍ୟାରେଜ୍ ଦେଇ ପ୍ରବାହିତ ହେଉଥିବା ଜଳପ୍ରବାହ ୬.୫ ଲକ୍ଷ କ୍ୟୁସେକରୁ ୬.୭ ଲକ୍ଷ କ୍ୟୁସେକକୁ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଏହା ଏକ ସାମାନ୍ୟ ବୃଦ୍ଧି ହୋଇଥିବାରୁ ବଡ଼ ଧରଣର ବନ୍ୟାର କୌଣସି ଆଶଙ୍କା ନାହିଁ ବୋଲି ବିଭାଗ ସ୍ପଷ୍ଟ କରିଛି। ଏହି ବର୍ଦ୍ଧିତ ଜଳ ଆସନ୍ତା ୮ ରୁ ୧୦ ଘଣ୍ଟା ପର୍ଯ୍ୟନ୍ତ ରହିବା ପରେ ଧୀରେ ଧୀରେ କମିବ ବୋଲି ଆଶା କରାଯାଉଛି।

ପୂର୍ବରୁ ବଂଶଧାରା ନଦୀ ଅବବାହିକାରେ ଆକସ୍ମିକ ବନ୍ୟା ପରିସ୍ଥିତି ଦେଖାଦେଇଥିଲା। କିନ୍ତୁ ବର୍ତ୍ତମାନ ଜଳସ୍ତର ହ୍ରାସ ପାଇବା ସହିତ ସ୍ଥିତିରେ ସୁଧାର ଆସିଛି। ଆଗାମୀ ତିନି ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ହେବାର ପୂର୍ବାନୁମାନ ନଥିବାରୁ ସାମଗ୍ରିକ ବନ୍ୟା ପରିସ୍ଥିତିରେ ଆହୁରି ସୁଧାର ଆସିବ ବୋଲି ଅଧିକାରୀମାନେ ଆଶାବ୍ୟକ୍ତ କରିଛନ୍ତି।

ଜଳସମ୍ପଦ ବିଭାଗ ସମସ୍ତ ପ୍ରମୁଖ ନଦୀ ଏବଂ ବ୍ୟାରେଜ୍ ଉପରେ ତୀକ୍ଷ୍ଣ ନଜର ରଖିଛି। ତଳିଆ ଅଞ୍ଚଳର ବାସିନ୍ଦାମାନଙ୍କୁ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଆଗକୁ ନୂଆ କରି କୌଣସି ପ୍ରବଳ ବର୍ଷା ନହେଲେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ହେବ ବୋଲି କର୍ତ୍ତୃପକ୍ଷ ଆଶ୍ୱାସନା ଦେଇଛନ୍ତି।

ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ନାହିଁ ବନ୍ୟା ଆଶଙ୍କା: ସୂଚନା ଦେଲେ ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ
ଭୁବନେଶ୍ୱର: ଓଡ଼ିଶାରେ ବନ୍ୟା ସ୍ଥିତିରେ ବ୍ୟାପକ ସୁଧାର ଆସିଛି। ଆଗକୁ ବର୍ଷା ନ ହେବା ଯାଏଁ ମହାନଦୀରେ ନାହିଁ ବନ୍ୟା ଆଶଙ୍କା । ଏନେଇ ସୂଚନା ଦେଇଛନ୍ତି ଜଳ ସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ । ଶ୍ରୀ  ରାଉତ କହିଛନ୍ତି ଯେ, ଦୁଇ ଦିନ ତଳେ ବନ୍ୟା ସ୍ଥିତି ଶୀର୍ଷରେ ଥିଲା। କିନ୍ତୁ ହୀରାକୁଦ ଡ୍ୟାମରେ ଜଳର ସଠିକ୍ ପରିଚାଳନା ଯୋଗୁଁ ତଳମୁଣ୍ଡରେ ଏକ ବଡ଼ ଧରଣର ବନ୍ୟାକୁ ଏଡ଼ାଇ ଦିଆଯାଇପାରିଛି। ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ ରହିଥିବାବେଳେ ଉପରମୁଣ୍ଡରୁ ଜଳପ୍ରବାହ କମିଛି। ଗତକାଲି  ଡ୍ୟାମର ୨୨ଟି ଗେଟ୍ ଖୋଲା ରହିଥିଲା ଏବଂ ଆଗାମୀ ଦୁଇ ଦିନ ମଧ୍ୟରେ କୌଣସି ଗେଟ୍ ବନ୍ଦ ହେବାର ସମ୍ଭାବନା ନାହିଁ। ଆଗାମୀ ଅଗଷ୍ଟ ୩ ତାରିଖ ସୁଦ୍ଧା ଜଳଭଣ୍ଡାରର ସ୍ତର ପ୍ରାୟ ୬୧୮ ଫୁଟକୁ ଖସିଆସିବ ବୋଲି ଅନୁମାନ କରାଯାଉଛି।

ଶ୍ରୀ ରାଉତ ସୂଚନା ଦେଇଛନ୍ତି ଯେ ମୁଣ୍ଡଳୀରେ ଏବେ କୌଣସି ବନ୍ୟା ସ୍ଥିତି ନାହିଁ। ତେବେ ପୁରୀ, ଖୋର୍ଦ୍ଧା, ଜଗତସିଂହପୁର ଏବଂ କେନ୍ଦ୍ରାପଡ଼ା ଜିଲ୍ଲାର ତଳିଆ ଅଞ୍ଚଳରେ ଜଳବନ୍ଦୀ ସମସ୍ୟା ଲାଗି ରହିପାରେ। ନୂଆ କରି ପ୍ରବଳ ବର୍ଷା ନହେଲେ ମହାନଦୀ ଅବବାହିକାରେ ଆଉ ବନ୍ୟା ଆଶଙ୍କା ନାହିଁ। ଛତିଶଗଡ଼ର କଲମା ବ୍ୟାରେଜ୍ର ଗେଟ୍ ଖୋଲାଯାଇଥିଲେ ମଧ୍ୟ ଓଡ଼ିଶାକୁ ଜଳପ୍ରବାହ କମୁଛି। ଭବିଷ୍ୟତର ବନ୍ୟା ସ୍ଥିତିର ମୁକାବିଲା ପାଇଁ ଆଗାମୀ ତିନି ଦିନ ମଧ୍ୟରେ ହୀରାକୁଦ ଜଳଭଣ୍ଡାରରୁ ପାଣି ଛଡାଯାଇ ଖାଲି କରାଯିବ। ଅନ୍ୟପକ୍ଷରେ ବୈତରଣୀ ସମେତ ରାଜ୍ୟର ଅନ୍ୟ ପ୍ରମୁଖ ନଦୀଗୁଡ଼ିକର ଜଳସ୍ତର ବିପଦ ସଙ୍କେତ ତଳକୁ ଖସିଛି।

ପ୍ରବଳ ବର୍ଷା ଯୋଗୁଁ ବିଭିନ୍ନ ନଦୀବନ୍ଧରେ ୭ଟି ଘାଇ ସୃଷ୍ଟି ହୋଇଥିବା ଇଆଇସି ସୂଚନା ଦେଇଛନ୍ତି। ରାଜ୍ୟ ରିଲିଫ୍ କମିଶନରଙ୍କ ପକ୍ଷରୁ ଆବଶ୍ୟକୀୟ ପାଣ୍ଠି ମିଳିବାର ଦୁଇ ଦିନ ମଧ୍ୟରେ ମରାମତି କାର୍ଯ୍ୟ ଆରମ୍ଭ ହେବ। ପରବର୍ତ୍ତୀ ପ୍ରବଳ ବର୍ଷା ଆସିବା ପୂର୍ବରୁ କ୍ଷତିଗ୍ରସ୍ତ ବନ୍ଧଗୁଡ଼ିକର ଅସ୍ଥାୟୀ ମରାମତି କାର୍ଯ୍ୟ ଶେଷ କରାଯିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ମହାନଦୀରେ ବଢୁଛି ଜଳସ୍ତର: ମା’ ଭଟ୍ଟାରିକାଙ୍କ ପୀଠରେ ପଶିଲା ବନ୍ୟା ଜଳ, ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ହେଲେ ଦେବୀ
କଟକ: ମହାନଦୀର ଉପରମୁଣ୍ଡରେ ଲଗାଣ ବର୍ଷା ଓ ହୀରାକୁଦ ଡ୍ୟାମରୁ ବନ୍ୟା ଜଳ ନିଷ୍କାସନ ଫଳରେ ମହାନଦୀର ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏହାର ପ୍ରଭାବରେ କଟକ ଜିଲ୍ଲା ବଡ଼ମ୍ବା ସ୍ଥିତ ପ୍ରସିଦ୍ଧ ଶକ୍ତିପୀଠ ମା’ ଭଟ୍ଟାରିକାଙ୍କ ମନ୍ଦିରରେ ବନ୍ୟା ଜଳ ପ୍ରବେଶ କରିଛି। ମନ୍ଦିରର ଗର୍ଭଗୃହରେ ପାଣି ପଶିଯିବାରୁ ଦେବୀଙ୍କ ଚଳନ୍ତି ପ୍ରତିମାଙ୍କୁ ଏକ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ଲଗାତାର ପ୍ରବଳ ବର୍ଷା ଏବଂ ହୀରାକୁଦ ଡ୍ୟାମରୁ ଜଳ ଛଡାଯିବା କାରଣରୁ ମହାନଦୀ ଫୁଲିବାରେ ଲାଗିଛି। ଏହି କାରଣରୁ ନଦୀ କୂଳରେ ଅବସ୍ଥିତ ପ୍ରାଚୀନ ଭଟ୍ଟାରିକା ମନ୍ଦିରର ଗର୍ଭଗୃହ ଜଳମଗ୍ନ ହୋଇଯାଇଛି।

ବନ୍ୟା ପରିସ୍ଥିତି ସୃଷ୍ଟି ହେବା ପରେ ପରମ୍ପରା ଅନୁଯାୟୀ ଏବଂ ଦୈନନ୍ଦିନ ନୀତିକାନ୍ତିରେ ଯେପରି କୌଣସି ବାଧା ଉପୁଜିବ ନାହିଁ, ସେଥିପାଇଁ ମନ୍ଦିର ପ୍ରଶାସନ ଓ ସେବାୟତମାନେ ତୁରନ୍ତ ପଦକ୍ଷେପ ନେଇଥିଲେ। ମା'ଙ୍କ ଚଳନ୍ତି ପ୍ରତିମାଙ୍କୁ ନିକଟସ୍ଥ ରତ୍ନଗିରି ପାହାଡ଼ ଉପରେ ଥିବା ଏକ ଅସ୍ଥାୟୀ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଦେବୀଙ୍କର ସମସ୍ତ ପୂଜାର୍ଚ୍ଚନା ଓ ରୀତିନୀତି ସମ୍ପନ୍ନ କରାଯାଉଛି।

ନଦୀର ଜଳସ୍ତର କ୍ରମାଗତ ଭାବେ ବୃଦ୍ଧି ପାଉଥିବାରୁ ମନ୍ଦିର ଚତୁର୍ପାର୍ଶ୍ୱରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ସ୍ଥାନୀୟ ପ୍ରଶାସନ ସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛି। ଭକ୍ତ ତଥା ପର୍ଯ୍ୟଟକମାନଙ୍କୁ ନଦୀକୂଳକୁ ନଯିବାକୁ ଏବଂ ସତର୍କତା ଅବଲମ୍ବନ କରିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି।