Jagannath puri - The Sakala

ଅପାର ଶ୍ରୀଜଗନ୍ନାଥଙ୍କ ମହିମା: ଶୁଣିଲେ ଭକ୍ତର ଡାକ, ସୁସ୍ଥ ହେଉଛି କୋମାରେ ଥିବା ପୁଅ..
ପୁରୀ: ଅପାର ଶ୍ରୀଜଗନ୍ନାଥଙ୍କ ମହିମା। ଶୁଣିଲେ ରାଜସ୍ଥାନର ଭକ୍ତଙ୍କ ଡାକ। ସୁସ୍ଥ ହେଲା ଅସୁସ୍ଥ ପିଲା। କୃତଜ୍ଞତା ଜଣାଇବାକୁ ରାଜସ୍ଥାନରୁ ଶ୍ରୀକ୍ଷେତ୍ର ଧାଇଁ ଆସିଛନ୍ତି ପରିବାର। ସାଙ୍ଗରେ ଆଣିଛନ୍ତି କୁନି ପିଲାକୁ । ରାଜସ୍ଥାନ ପାସୱାଡ଼ାର ଏହି ଭକ୍ତ ନିଜ ଶିଶୁକୁ ବଞ୍ଚାଇବାକୁ ମହାପ୍ରଭୁଙ୍କୁ ପ୍ରାର୍ଥନା କରିଥିଲେ ।

ଡାକ୍ତରଙ୍କ ପାଖରୁ ନିରାଶ ହେବା ପରେ ଜଗତର ନାଥ ଜଗନ୍ନାଥଙ୍କୁ ପ୍ରାର୍ଥନା କରିଥିଲେ। ହେ ମହାବାହୁ ମୋ ପୁଅକୁ ଭଲ କରି ଦିଅ। ମୁଁ ତୁମ ସିଂହଦ୍ୱାର ସାମ୍ନାରେ ବସିଛି।  ଗତ ୮ ତାରିଖରେ ରାଜସ୍ଥାନରୁ କୋମା ଅବସ୍ଥାରେ ଛୁଆକୁ ବାପା ପ୍ରକାଶ ଭୋଇ ଶ୍ରୀମନ୍ଦିର ଆଣିଥିଲେ। ସେଠାରେ ବାଇଶି ପାହାଚ ପାଖେ ପୁଅ ନିଖିଲକୁ ଗଡାଇ ଦେଇଥିଲେ। ମହାପ୍ରଭୁଙ୍କ ଠାରେ ଶରଣ ପଶିବା ପରେ ଏବେ କୁନିପୁଅଟି ଧିରେ ସୁସ୍ଥ ହୋଇଛି।

ପୁଅର ନୂଆ ଜୀବନ ପାଇଁ ସିଂହ ଦୁଆରେ ହାତ ପତେଇଥିଲା ବାପା। ଆଉ କୋମାରେ ଥିବା ପୁଅକୁ ଚଳପ୍ରଚଳ ହେବା ପାଇଁ ତା’ ଦେହରେ ଶକ୍ତି ଭରି ଦେଇଛି କାଳିଆ। ଡାକ୍ତରମାନେ ସବୁ ନିରାଶ କରିଦେଇଥିଲେ। ହେଲେ, କଥାରେ ଅଛି ନା, ଯୋଉଠି ଡାକ୍ତରୀ ପାଠ ହାରିଯାଏ ସେଇଠି ସାହା ହୁଏ ଜଗତର ଠାକୁର ଜଗନ୍ନାଥ। ତା’ ପାଖରେ ଶରଣ ପଶିଲେ କୋଉ ଭକ୍ତ ବି ନିରାଶ ହୋଇ ଫେରେନି। ଆଉ ଆଜି ବି ନିରାଶ ହୋଇନି ଏ ବାପା । କାଳିଆ ସାଆନ୍ତ ଆଉ ପୁରୀ ଠାକୁରଙ୍କ ମହିମା ଉପରେ ଭରସା କରି ରାଜସ୍ଥାନରୁ ଧାଇଁ ଆସିଥିଲେ । କିଛି ଦିନ ତଳେ ସିଂହଦ୍ୱାର ସାମ୍ନାରେ ବସି ଭୋ ଭୋ ହୋଇ କାନ୍ଦୁଥିଲେ। ଆଉ ୮ ବର୍ଷର ପୁଅକୁ ଭଲ କରି ଦେବା ପାଇଁ ଗୁହାରି କରିଥିଲେ। କେଇଟା ଦିନ ଭିତରେ କାଳିଆ ବଡ଼ ଚମତ୍କାର ଦେଖାଇଦେଇଛନ୍ତି ।

ପୁରୀରେ ପର୍ଯ୍ୟଟକଙ୍କ ପାଇଁ ଥିବା କଟକଣା ପ୍ରତ୍ୟାହୃତ
ପୁରୀ: ବାତ୍ୟା ଦାନା ପରିପ୍ରେକ୍ଷୀରେ ସୁରକ୍ଷା ଦୃଷ୍ଟିରୁ ପୁରୀକୁ ପର୍ଯ୍ୟଟକ ମାନଙ୍କୁ ସରକାର ଓ ପ୍ରଶାସନ ପକ୍ଷରୁ ବାରଣ କରାଯାଇଥିଲା । ତେବେ ବାତ୍ୟା ଲ୍ୟାଣ୍ଡଫଲ କରି ସାରିଥିବାବେଳେ ପୁରୀକୁ ଏତେ ଅଧିକ ପ୍ରଭାବିତ କରିନାହିଁ । ତେଣୁ ବର୍ତ୍ତମାନ ପର୍ଯ୍ୟଟକମାନଙ୍କ ପାଇଁ ଥିବା କଟକଣାକୁ ପ୍ରଶାସନ ପ୍ରତ୍ୟାହାର କରିନେଇଛନ୍ତି ।କୋଣାର୍କ ସୂର୍ଯ୍ୟ ମନ୍ଦି କୁ ମଧ୍ୟ ରହିଥିବା ଦର୍ଶନ କଟକଣାକୁ ପ୍ରତ୍ୟାହାର କରି ନିଆଯାଇଛି। ବର୍ତ୍ତମାନ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ମାନେ ପୂର୍ବ ଭଳି ମହାପ୍ରଭୁଙ୍କ ଦର୍ଶନ, ସୂର୍ଯ୍ୟ ମନ୍ଦିର ଦର୍ଶନ କରିପାରିବେ ଓ ସମୁଦ୍ର କୂଳ ଇତ୍ୟାଦି ବୁଲି ପାରିବେ ।

ତେବେ ସମୁଦ୍ର ଏବେବି ଅଶାନ୍ତ ରହିଥିବାରୁ ପର୍ଯ୍ୟଟକମାନେ ସମୁଦ୍ର ମଧ୍ୟକୁ ନ ଯିବାକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ସୂଚନା ଦେଇଛନ୍ତି । ଏ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ସୂଚନା ଦେଇ ଶ୍ରୀ ସ୍ୱାଇଁ କହିଛନ୍ତି ଯେ,  ଜିଲ୍ଲାରେ ବାତ୍ୟାର ପ୍ରଭାବ ଏତେ ବ୍ୟାପକ ହୋଇ ନାହିଁ କିମ୍ବା ଅଧିକ ବର୍ଷା ମଧ୍ୟ ହୋଇ ନାହିଁ । କିନ୍ତୁ ଆଗକୁ ବର୍ଷାର ସୂଚନା ରହିଥିବାରୁ ଜନ ସାଧାରଣ ଓ ପର୍ଯ୍ୟଟକ ସତର୍କ ରହିବାକୁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ରଥଯାତ୍ରା ପାଇଁ ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା, ଭିଡ଼ ନିୟନ୍ତ୍ରଣ କରିବ ଡ୍ରୋନ
ପୁରୀ: ରଥଯାତ୍ରାରେ ଟ୍ରାଫିକ ସୁପରିଚାଳନା ନେଇ ଟ୍ରାଫିକ ଦାୟିତ୍ବରେ ଥିବା ଏଡିଜି ଦୟାଲ୍ ଗଙ୍ଗଓ୍ବାରଙ୍କ ସାମ୍ବାଦିକ ସମ୍ମିଳନୀ କରିଛନ୍ତି। ଡ୍ରୋନ୍ ସାହାଯ୍ୟରେ ଟ୍ରାଫିକ ନିୟନ୍ତ୍ରଣ କରାଯିବ। ୩୦ ମିଟର ରୁ ୧୦୦ ମିଟର ଭିତରେ ଉଡ଼ିବ ଡ୍ରୋନ। ପ୍ରଥମ ଥର ପୁରୀ ରଥଯାତ୍ରାରେ ଭକ୍ତଙ୍କୁ ଜଗିବ ଡ୍ରୋନ। ଏଥିସହ ହ୍ବାଟ୍ସ ଆପ ଚାଟ୍ ବୋର୍ଡ ବ୍ୟବସ୍ଥା ମଧ୍ୟ କରାଯାଇଛି। କେତେବେଳେ କେଉଁ ରାସ୍ତାରେ ସହଯରେ ଯାତାୟତ କରିପାରିବେ ସେନେଇ ଏହା କାର୍ଯ୍ୟ କରିବ। ଦୁଇ ଚକିଆ ଓ ଚାରି ଚକିଆ ଯାନ ପାଇଁ ସ୍ବତନ୍ତ୍ର ପାର୍କିଂ ବ୍ୟବସ୍ଥା ହୋଇଛି। ୫୦ ପ୍ଲାଟୁନ ଫୋର୍ସ ସହ ୪୦୦ ଅଫିସର ମୁତୟନ‌ ରହିବେ।

ଏଥିସହ ଆଜି ପୁଲିସ ଲାଇନ୍ ପଡ଼ିଆରେ ରଥ ଟଣା ମକଡ୍ରିଲ୍ ହୋଇଛି। ତିନି ରଥର ସୁରକ୍ଷା, ରଥର ଇନର, ଆଉଟଡୋର ଓ ଜେନେରାଲ୍ କର୍ଡନ ଦାୟିତ୍ବରେ ରହିବାକୁ ଥିବା ପୁଲିସ ଅଧିକାରୀ ଓ କର୍ମଚାରୀ ମକଡ୍ରିଲରେ ସାମିଲ୍ ହୋଇଥିଲେ। ଅତିରିକ୍ତ ପୋଲିସ ଡ଼ିଜି ରାଧାକୃଷ୍ଣ ଶର୍ମାଙ୍କ ନେତୃତ୍ୱରେ ତିନୋଟି ରଥରେ ନିଯୁକ୍ତ ପୁଲିସ ଓ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ଏହି ରଥଟଣାର ଅଭ୍ୟାସ କରାଯାଇଥିଲା। ମକଡ୍ରିଲରେ ଏଡିଜି, ଆଇଜି, ଏସପି, ଜିଲ୍ଲାପାଳ ଓ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ରହିଥିଲେ। ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ମଧ୍ୟ କରାଯାଇଛି ମକଡ୍ରିଲ୍।

ସ୍ନାନଯାତ୍ରା ନୀତିରେ ବାଜିଲା ମୋହର: ଭୋର୍‌ ୫ରୁ ପହଣ୍ଡି, ଦିନ ୩ଟା ୪୦ରେ ହାତୀବେଶ
ପୁରୀ: ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ସ୍ନାନମଣ୍ଡପକୁ ଚତୁର୍ଦ୍ଧାବିଗ୍ରହ ବିଜେ କରି ପ୍ରତ୍ୟକ୍ଷ ସ୍ନାନ କରିବେ। ଲକ୍ଷ ଲକ୍ଷ ଭକ୍ତ ସ୍ନାନମଣ୍ଡପରେ ମହାପ୍ରଭୁଙ୍କ ପ୍ରତ୍ୟକ୍ଷ ସ୍ନାନ ଏବଂ ହାତୀବେଶ ଦର୍ଶନ ଲାଗି ଆସିବେ। ତେଣୁ ଠାକୁରଙ୍କ ନୀତିକାନ୍ତି ଏବଂ ଭକ୍ତମାନେ କିପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ ସେ ନେଇ ବୁଧବାର ଅନୁଷ୍ଠିତ ହୋଇଥିଲା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସ୍ନାନଯାତ୍ରା ନୀତିରେ ମୋହର ବାଜିଥିବା ବେଳେ ବ୍ୟବସ୍ଥାବଳୀକୁ ମଧ୍ୟ ଅନୁମୋଦନ ଦିଆଯାଇଛି।

ପୂର୍ବରୁ ନୀତି ସବ୍‌‌ କମିଟି ଏବଂ ଛତିଶା ନିଯୋଗ ବୈଠକରେ ରାଜେନ୍ଦ୍ରାଭିଷେକଠାରୁ ସ୍ନାନ ପୂର୍ଣ୍ଣିମା ପର୍ଯ୍ୟନ୍ତ ନୀତି ନିର୍ଘଣ୍ଟ ହୋଇଥିଲା। ଆବଶ୍ୟକ ସଂଶୋଧନ ପରେ ପରିଚାଳନା କମିଟିରେ ଏହାକୁ ଅନୁମୋଦନ କରାଯାଇଛି।

ଆସନ୍ତା ୨୨ ତାରିଖରେ ଦେବସ୍ନାନ ପୂର୍ଣ୍ଣିମା। ପୂର୍ବ ରାତି ସାଢ଼େ ୪ଟାରେ ମଙ୍ଗଳାର୍ପଣ ସରି ଭୋର ୫ଟାରୁ ପହଣ୍ଡି ଆରମ୍ଭ ହେବ। ସକାଳ ୭ଟାରେ ପହଣ୍ଡି ସରି ୯ଟାରେ ହେବ ମଙ୍ଗଳ ଆଳତି। ମଧ୍ୟାହ୍ନ ୧୨ଟା ୨୦ରୁ ଅପରାହ୍ନ ୧ଟା ୪୫ ମଧ୍ୟରେ ଜଳବିଜେ, ପୂଜା ଓ ଠାକୁରଙ୍କ ସ୍ନାନ ସରିବ। ଅପରାହ୍ନ ୩ଟାରେ ଛେରାପହଁରା ପରେ ୩ଟା ୪୦ରେ ଠାକୁରଙ୍କ ହାତୀବେଶ କରାଯିବ। ସନ୍ଧ୍ୟା ସାଢ଼େ ୭ଟାରୁ ରାତି ସାଢ଼େ ୧୦ ଅର୍ଥାତ୍‌‌ ସାଢେ ୩ ଘଣ୍ଟା ସାହାଣ ମେଲା ଦର୍ଶନ ରହିଛି। ସ୍ନାନଯାତ୍ରା ଦିନ ପହଣ୍ଡି ପରଠାରୁ ଭକ୍ତଙ୍କ ନିରବଚ୍ଛିନ ଦର୍ଶନ ଚାଲୁ ରହିବ। ତେବେ ସ୍ନାନ ବେଦୀରେ ଅବରୋଧ ମୁକ୍ତ ଦର୍ଶନ ଉପରେ ଗୁରୁତ୍ୱ ଦିଆଯାଇଛି। ଶ୍ରଦ୍ଧାଳୁମାନେ ସ୍ନାନମଣ୍ଡପ ସମ୍ମୁଖରୁ ଦର୍ଶନ କରିବେ କିନ୍ତୁ କେହି ଠାକୁରଙ୍କୁ ସ୍ପର୍ଶ କରିବେ ନାହିଁ। ସ୍ନାନଯାତ୍ରାର ବାହୁଡା ପହଣ୍ଡି ରାତି ସାଢ଼େ ୧୧ରୁ ଆରମ୍ଭ ହୋଇ ରାତି ୨ଟାରେ ଶେଷ ହେବ। ଏହାପରେ ସାଢେ ୨ଟାରେ ଠାକୁରଙ୍କ ସୁନାଚିତା ଏବଂ ରାହୁରେଖା ମଇଲମ ହେବ।

ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀରବିକ୍ରମ ଯାଦବ, ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ଏସ୍‌‌ପି ପିନାକ ମିଶ୍ରଙ୍କ ସମେତ ପରିଚାଳନା କମିଟିର ସଦସ୍ୟମାନେ ଯୋଗଦେଇଥିଲେ।

ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ହୋଇନି: ଆଇନ ମନ୍ତ୍ରୀ
ଭୁବନେଶ୍ବର: ଜୁଲାଇ ୮ ତାରିଖ ଖୋଲିବ ନାହିଁ ରତ୍ନଭଣ୍ଡାର । ରତ୍ନଭଣ୍ଡାର ଖୋଲିବା ନେଇ କୌଣସି ନିଷ୍ପତ୍ତି ନେଇ ନାହାନ୍ତି ସରକାର। ଛତିଶା ନିଯୋଗ ବୈଠକରେ କୌଣସି ନିଷ୍ପତ୍ତି ନିଆଯାଇନି। ବିଶୃଙ୍ଖ ଳିତ ଭାବରେ ଜଣେ ଏଏସାଆଇ ଅଧିକାରୀ ଏ ବାବଦରେ ଭ୍ରାନ୍ତ ବିବୃତ୍ତି ଦେଇଛନ୍ତି। ତାଙ୍କ ଉପରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ। ରତ୍ନ ଭଣ୍ଡାର ଖୋଲିବା ଉପରେ ସରକାର ନିଷ୍ପତ୍ତି ନେବା ପ୍ରକ୍ରିୟାରେ ଅଛନ୍ତି। ରତ୍ନ ଭଣ୍ଡାର ଖୋଲିବା ବାବଦରେ ସରକାର ନିଷ୍ପତ୍ତି ନେବେ ବୋଲି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି।

ଆଜି ସକାଳେ ଜୁଲାଇ ୮ ରେ ଶ୍ରୀମନ୍ଦିର ରତ୍ନଭଣ୍ଡାର ଖୋଲିବା ନେଇ ଏଏସ୍‌ଆଇ ସୁପରିଣ୍ଟେଣ୍ଡେଣ୍ଟ ଡିବି ଗଡ଼ନାୟକଙ୍କ ସୂଚନା ଦେଇଥିଲେ। ରଥଯାତ୍ରା ପରଦିନ ଅର୍ଥାତ ୮ରେ ଖୋଲାଯିବ ରତ୍ନଭଣ୍ଡାର ବୋଲି ସେ କହିଥିଲେ।

ଖବର ଅନୁଯାୟୀ, ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ଏହି ଲେଜର ସ୍କାନିଂରେ ରତ୍ନଭଣ୍ଡାର କାନ୍ଥରେ କ୍ରାକ୍‌ ରହିଥିବା ଜଣାପଡିଛି। ଏପରି ହୋଇଥିଲେ ପାଣି ଜକଉଥାଇପାରେ । ଏଣୁ ଏଏସ୍‌ଆଇ ଟିମ୍‌ ପ୍ରଥମେ ଅନୁଧ୍ୟାନ କରିବା ପରେ ରତ୍ନଭଣ୍ଡାର ମରାମତି କରାଯିବ। ପରବର୍ତ୍ତୀ ସମୟରେ ଅଳଙ୍କାର କଥା ବିଚାର ହେବ ବୋଲି ଏଏସଆଇ ସୁପରିଟେଡ଼େଣ୍ଟ ଡି.ବି .ଗଡନାୟକ କହିଥିଲେ।

ଶାବର ଶ୍ରୀକ୍ଷେତ୍ରରୁ ଆସି ପୁରୀରେ ପହଞ୍ଚିଲା କଳାଜିରା ଚାଉଳ, ସୁଗନ୍ଧରେ ମହକିବ ବଡ଼ ଠାକୁରଙ୍କ ରୋଷଶାଳା
ପୁରୀ: ପୁରୀରେ ପହଞ୍ଚିଲା କଳାଜିରା ଚାଉଳ। ଶାବର ଶ୍ରୀକ୍ଷେତ୍ର କୋରାପୁଟରୁ ଆସିଛି ଏକ କୁଇଣ୍ଟାଲ କଳାଜିରା ଚାଉଳ। କଳାଜିରା ଚାଉଳର ସୁଗନ୍ଧରେ ମହକିବ ବଡ଼ ଠାକୁରଙ୍କ ରୋଷଶାଳା । ନିକଟରେ କୋରାପୁଟ ଜିଲ୍ଲାର ଉତ୍ପାଦିତ କଳାଜିରା ଧାନକୁ ଜିଆଇ ଟ୍ୟାଗ୍ ମିଳିଛି। କଳାଜିରା ଧାନରୁ ଏହି ଚାଉଳକୁ ଜୈବିକ ପଦ୍ଧତିରେ ଉତ୍ପାଦନ କରାଯାଏ ।

ସୂଚନା ଅନନୁଯାୟୀ,  ୧୨ ଜଣିଆ ଆଦିବାସୀ ମହିଳା ଦଳ କୋରାପୁଟ ଜଗନ୍ନାଥ ମନ୍ଦିରରେ କଳାଜିରା ଚାଉଳ ଅର୍ପଣ କରିବା ସହ ପୁରୀ ଅଭିମୁଖେ ଯାତ୍ରା କରିଥିଲା। ପ୍ରଗତି ଏବଂ ଜୈବିକଶ୍ରୀ କମ୍ପାନୀ ପ୍ରୟାସରେ ମନ୍ଦିରକୁ କଳା ଜିରା ଚାଉଳ ପଠାଯାଇଥିଲା । ଶ୍ରୀମନ୍ଦିରରେ ପ୍ରସ୍ତୁତ ହେଉଥିବା ଭୋଗ ସମ୍ପୂର୍ଣ୍ଣ ରସାୟନିକ ସାର ମୁକ୍ତ ଶସ୍ୟରେ ପ୍ରସ୍ତୁତ ହେବା ଉଦ୍ଦେଶ୍ୟରେ ଏଭଳି ପଦକ୍ଷେପ ନିଆଯାଇଥିବା କହିଛନ୍ତି ଆୟୋଜକ ।

କଳାଜିରା ଚାଉଳର ଗୁଣବତ୍ତା ଅନ୍ୟ ଚାଉଳ ଅପେକ୍ଷା ଉନ୍ନତ ମାନର । ତେଣୁ ଶ୍ରୀମନ୍ଦିର ରୋଷଶାଳାରେ ନିୟମିତ ଭୋଗ ପ୍ରସ୍ତୁତ ହେଲେ ରାଜ୍ୟର ଚାଷୀ ଉପକୃତ ହେବେ ବୋଲି କୁହାଯାଉଛି । ଆଗକୁ ଲିଙ୍ଗରାଜ ଓ ଅନନ୍ତ ବାସୁଦେବ ମନ୍ଦିରକୁ ମଧ୍ୟ ପଠାଯିବ ବୋଲି ଉତ୍ପାଦନକାରୀ ଜୈବିକ ସଂସ୍ଥାର ଅଧିକାରୀ କହିଛନ୍ତି।

ରୂପାନ୍ତରଣର ନୂଆ ଇତିହାସ ଲେଖୁଛି ଐତିହ୍ୟ ସହର ପୁରୀ
ପୁରୀ: ଐତିହ୍ୟ ସହର ଭାବେ ଖ୍ୟାତି ଲାଭ କରିଛି ପୁରୀ। ଚାରି ଧାମରୁ ଗୋଟିଏ ଶ୍ରେଷ୍ଠ ଧାମ ହୋଇଥିବାରୁ ପ୍ରତିଦିନ ଏଠାକୁ ଛୁଟି ଆସନ୍ତି ଲକ୍ଷାଧିକ ପର୍ଯ୍ୟଟକ ଓ ତୀର୍ଥଯାତ୍ରୀ। ଦ୍ୱାଦଶ ଶତାବ୍ଦୀରେ ନିର୍ମାଣ ହୋଇଥିବା ଶ୍ରୀ ଜଗନ୍ନାଥ ମନ୍ଦିର ପୁରୀ ସହରକୁ ବିଶ୍ୱରେ ଏକ ଅନନ୍ୟ ପରିଚୟ ଦେଇଛି। ହେଲେ ସେତେବେଳର ପୁରୀ ସହର ଆଉ ଏବେର ପୁରୀ ସହର ମଧ୍ୟରେ ବହୁ ପରିବର୍ତ୍ତନ ଦେଖାଦେଇଛି। ଯଦି ଆମେ ୨୫ ବର୍ଷ ପଛକୁ ବୁଲି ଚାହିଁବା ତେବେ ଏହି ଉପକୂଳ ସହରର ଏକ ମଳିନ ଇତିହାସ ଦେଖିବାକୁ ମିଳିବ। ଜନବସତି, ଉଠାଦୋକାନୀ ଏବଂ ବିଭିନ୍ନ ମଠ ମନ୍ଦିର ଆଢୁଆଳରେ ଲୁଚି ରହୁଥିଲା ଶ୍ରୀମନ୍ଦିର। ପିଇବା ପାଣି ଠାରୁ ଆରମ୍ଭ କରି ଶୌଚାଳୟ ଯାଏଁ ବିଭିନ୍ନ ମୌଳିକ ସୁବିଧା ପାଇବାରୁ ବଂଚିତ ହେଉଥିଲେ ସହରବାସୀଙ୍କ ସମେତ ରାଜ୍ୟ ତଥା ରାଜ୍ୟ ବାହାରୁ ଆସୁଥିବା ପର୍ଯ୍ୟଟକ। ଜଗା ଦର୍ଶନ କରିବାରେ ମଧ୍ୟ ଅହେତୁକ ସମସ୍ୟାର ସମ୍ମୁଖୀନ ହେଉଥିଲେ ଶ୍ରଦ୍ଧାଳୁ। ଜନବସତିରେ ଲୁକ୍କାୟିତ ହୋଇ ରହୁଥିଲା ଶ୍ରୀମନ୍ଦିରର ଐତିହ୍ୟ, କଳା ଓ ସଂସ୍କୃତି ବୋଲି ସ୍ଥାନୀୟ ପୁରୀ ବାସିନ୍ଦା କହିଛନ୍ତି।

ଏବେ ସମୟ ବଦଳିବା ସହ ବଦଳିଛି ପୁରୀର ଚିତ୍ର। ବିଶ୍ୱ ମାନଚିତ୍ରରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିବା ପାଇଁ ବ୍ୟାପକ ବିକାଶ କରିଛନ୍ତି ରାଜ୍ୟ ସରକାର। ରୂପାନ୍ତରଣର ନୂଆ ଇତିହାସ ଲେଖୁଛି ଐତିହ୍ୟ ସହର ପୁରୀ। ଅବଢା ଯୋଜନାରେ ୪ହଜାର କୋଟିରୁ ଅଧିକ ଟଙ୍କାର ଅନୁଦାନ ଦେଇ ପୁରୀବାସୀଙ୍କୁ ଯୋଗାଇ ଦେଇଛନ୍ତି ବିଭିନ୍ନ ମୌଳିକ ସୁବିଧା। ପୁରୀ ସହର ଭିତିଭୂମିର ବିକାଶ ହେବା ସହ ଗମନାଗମନ ପାଇଁ ନୂଆ ବହୁଥାକିଆ ରାସ୍ତା ନିର୍ମାଣ ହୋଇଛି। ମେଘନାଦ ପାଚେରିର ୭୫ ମିଟର ପରିଧିକୁ ଉଚ୍ଛେଦ କରି ଶ୍ରୀମନ୍ଦିରକୁ ଦେଇଛନ୍ତି ଏକ ନୂଆ ରୂପ। ଯେଉଁ ଶ୍ରୀମନ୍ଦିର ଚାରିପାଖରେ ଦିନେ ଅଳିଆ ଆବର୍ଜନା ପଡିରହୁଥିଲା ଏବେ ତା ଚାରିିପାଖରେ ଘେରି ରହିଛି ସବୁଜିମା। ସବୁଜବଳୟ ଭିତରେ ରହିଛି ଶ୍ରୀମନ୍ଦିର। ଏବେ ଦୂରରୁ ବି ସ୍ପଷ୍ଟ ଦୃଶ୍ୟମାନ ହେଉଛି ମେଘନାଦ ପ୍ରାଚିର। ଖାଲି ସେତିକି ନୁହେଁ ପରିକ୍ରମା ପ୍ରକଳ୍ପ ପାଇଁ ଜମି ଯୋଗାଇ ଦେଇଥିବା ୧୩୧ ପରିବାରକୁ ଅନ୍ୟତ୍ର ଥଇଥାନ କରାଇବା ସହ ସେମାନଙ୍କୁ ସମ୍ମାନିତ କରିଛନ୍ତି ମୁଖ୍ୟମନ୍ତ୍ରୀ। ବସଷ୍ଟାଣ୍ଡ ଠାରୁ ଆରମ୍ଭ କରି ଗାଡି ପାର୍କିଂ ପର୍ଯ୍ୟନ୍ତ ପୂରା ସହର ରୂପାନ୍ତରଣର ସ୍ପର୍ଶରେ ଝଲସୁଛି।

ବାସ୍ତବତାର ରୂପ ନେବାକୁ ଯାଉଛି, ପୁରୀକୁ ନେଇ ଦେଖିଥିବା ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ। ୫-ଟି ଅଧ୍ୟକ୍ଷ କାର୍ତିକ ପାଣ୍ଡିଆନଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ମାତ୍ର ୨ବର୍ଷରେ ସମ୍ପୂର୍ଣ୍ଣ ହୋଇପାରିଛି ପରିକ୍ରମା ପ୍ରକଳ୍ପ। ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ ୫-ଟି ଅଧ୍ୟକ୍ଷଙ୍କୁ ଧନ୍ୟବାଦ ଜଣାଇଛନ୍ତି ପୁରୀବାସୀ।

ପଞ୍ଚୁକର ୪ର୍ଥ ଦିନ: ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ
ପୁରୀ: ଆଜି ମହାକାର୍ତ୍ତିକମାସର ଶୁକ୍ଳପକ୍ଷ ବୈକୁଣ୍ଠ ଚତୁର୍ଦ୍ଦଶୀ ତିଥି। ଆଜି ପଞ୍ଚୁକର ୪ର୍ଥ ଦିନରେ ଡାଳିକିଆ ବା ଲକ୍ଷ୍ମୀନୃସିଂହ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ। ଏହି ବେଶରେ ଶ୍ରୀ ବିଗ୍ରହମାନେ ଶ୍ରୀଭୁଜ, ଶ୍ରୀପୟର ସମେତ ଅନ୍ୟାନ୍ୟ ସ୍ୱର୍ଣ୍ଣ ଅଳଙ୍କାରରେ ସଜ୍ଜିତ ହୋଇଛନ୍ତି । ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି ।

ଆଜି ରାତି ୩ଟା ୪୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ପରେ ଭୋର ୪ଟା ୪୦ରେ ମଙ୍ଗଳ ଆରତୀ, ପରେ ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ଆଡକିଆ ବା ତ୍ରିବିକ୍ରମ ବେଶରେ ସଜ୍ଜିତ କରାଯିବ । ଠାକୁରଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ପଞ୍ଚୁକ ଯାତ୍ରା ଅନ୍ୟତମ । ଆସନ୍ତାକାଲି ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ ରାଜ ରାଜେଶ୍ୱର ବେଶ ବା ସୁନାବେଶରେ ସଜ୍ଜିତ କରାଯିବ । ବିଶ୍ବାସ ରହିଛି ଆଜିର ଦିନରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ ।

ଆଜି ବାଙ୍କଚୂଡ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ
ପୁରୀ: ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି। ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ବାଙ୍କଚୂଡ ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ। ଏହି ବେଶରେ ଠାକୁର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ ଚୂଡା ମଧ୍ୟ ଧାରଣ କରିଥାନ୍ତି। ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ ଶ୍ରୀକ୍ଷେତ୍ରରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଛି। ଆଜି ରାତି ୩ଟା ୪୫ରେ ଶ୍ରୀମନ୍ଦିର ଦ୍ୱାରଫିଟା ପରେ ଭୋର ୪ଟା ୪୦ରେ ମଙ୍ଗଳ ଆରତୀ, ପରେ ଅବକାଶ ନୀତି ବଢିବା ପରେ ଠାକୁରଙ୍କୁ ବାଙ୍କଚୂଡ ବେଶରେ ସଜ୍ଜିତ କରାଯିବ।

ଠାକୁରଙ୍କ ଦ୍ୱାଦଶ ଯାତ୍ରା ମଧ୍ୟରୁ ଏହି ପଞ୍ଚୁକ ଯାତ୍ରା ଅନ୍ୟତମ। ଆସନ୍ତାକାଲି ତ୍ରୟୋଦଶୀରେ ତ୍ରି ବିକ୍ରମ ବେଶ, ଚତୁର୍ଦ୍ଦଶୀରେ ଲକ୍ଷ୍ମୀନୃସିଂହ ବେଶ ଏବଂ ପୂର୍ଣ୍ଣିମା ଦିନ ମହାପ୍ରଭୁଙ୍କୁ ରାଜ ରାଜେଶ୍ୱର ବେଶ ବା ସୁନାବେଶରେ ସଜ୍ଜିତ କରାଯିବ। ବିଶ୍ବାସ ରହିଛି ଆଜିର ଦିନରେ ମହାପ୍ରଭୁଙ୍କର ଏହି ଦୁର୍ଲଭ ବେଶ ଦର୍ଶନ କଲେ କୋଟି ଜନ୍ମର ପୁଣ୍ୟ ଫଳ ପ୍ରାପ୍ତି ହୋଇଥାଏ । ଆଜି ଜିଲ୍ଲା ପ୍ରଶାସନ ପକ୍ଷରୁ ମର୍ଚ୍ଚିକୋଟ ଛକଠାରେ କରାଯାଇଥିବା ଅସ୍ଥାୟୀ ବ୍ୟାରିକେଡ଼ ଭିତରେ ଆସି ଭକ୍ତମାନେ ଶ୍ରୀମନ୍ଦିର ସିଂହଦ୍ବାର ଦେଇ ପ୍ରବେଶ କରିବା ସହ ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରୁଛନ୍ତି।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ, ସୁବିଧା ଓ ସୁରକ୍ଷାକୁ ନଜରରେ ରଖି ଜିଲ୍ଲା, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଶେଷ କରି ପାନୀୟ ଜଳ, ଅସ୍ଥାୟୀ ଶୌଚାଳୟ ସହ ବରିଷ୍ଠ ନାଗରିକଙ୍କ ପାଇଁ ସ୍ବତନ୍ତ୍ର ସେଡର ବ୍ୟବସ୍ଥା ମଧ୍ୟ ହୋଇଛି। ସୁରକ୍ଷାକୁ ଦୃଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ୪୦ ପ୍ଲାଟୁନ ଫୋର୍ସ ସହ ୭ ଜଣ ଅତିରିକ୍ତ ଏସପି, ୧୫ ଡିଏସପି, ୧୫୦ ଅଧିକାରୀ, ୪୦ ରୁ ଉର୍ଦ୍ଧ ଇନ୍ସପେକ୍ଟର ଦାୟିତ୍ବରେ ରହିଛନ୍ତି। ଏଥିସହ ୫୦ରୁ ଉର୍ଦ୍ଧ ସ୍ବେଛାସେବୀ ମଧ୍ୟ ନିୟୋଜିତ ଅଛନ୍ତି।

କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର, ପରିଚୟ ପତ୍ର ଦେଖାଇ କରିପାରିବେ ପ୍ରବେଶ
ପୁରୀ: କାଲିଠୁ ପୁରୀବାସୀଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର ପଶ୍ଚିମ ଦ୍ବାର । ଏନେଇ ଗୁରୁତ୍ବପୂର୍ଣ୍ଣ ବୈଠକରେ ହୋଇଛି ନିଷ୍ପତ୍ତି । ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଜିଲ୍ଲାପାଳ, ଏସପି, ପରିଚାଳନା କମିଟି ସଦସ୍ୟ ଓ ଛତିଶା ନିଯୋଗର ସବ କମିଟି ସଦସ୍ୟଙ୍କ ଉପସ୍ଥିତିରେ ହୋଇଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି । ବୈଠକ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ବ ବୁଲି ଅନୁଧ୍ୟାନ କରିଛି ପ୍ରଶାସନ । ଆସନ୍ତାକାଲି ସକାଳ ୭ଟାରୁ ପୁରୀବାସୀଙ୍କ ପାଇଁ ପଶ୍ଚିମ ଦ୍ବାର ଖୋଲିବ । ପରିଚୟ ପତ୍ର ଦେଖାଇ ପ୍ରବେଶ କରିପାରିବେ ପୁରୀବାସୀ । ଆବଶ୍ୟକ ହେଲେ ପରବର୍ତ୍ତୀ ସମୟରେ ଅନ୍ୟ ଦୁଇ ଦ୍ବାରା ଖୋଲାଯିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ଉପଜିଲ୍ଲାପାଳ ଭବତାରଣ ସାହୁ ସୂଚନା ଦେଇଛନ୍ତି ।

ଆଜି ଦାରୁଦିଅଁଙ୍କ ରତ୍ନବେଦୀ ବିଜେ, ଅପରାହ୍ଣ ୪ଟାରୁ ପହଣ୍ଡି ଆରମ୍ଭ
ପୁରୀ: ପବିତ୍ର ବାହୁଡା ଦଶମୀରେ ଜନ୍ମବେଦୀରୁ ବାହୁଡି ଆସିଛନ୍ତି ଦାରୁବ୍ରହ୍ମ। ସିଂହଦ୍ୱାର ସମ୍ମୁଖରେ ଦଣ୍ଡାୟମାନ ତିନିରଥ। ରଥାରୁଢ ଠାକୁର ସୁନାବେଶରେ ଲକ୍ଷ ଲକ୍ଷ ଭକ୍ତଙ୍କୁ ଦର୍ଶନ ଦେଇ ସେମାନଙ୍କୁ କୃତ୍ତାର୍ଥ କରିଛନ୍ତି। ଶୁକ୍ରବାର ରଥ ଉପରେ ସମ୍ପନ୍ନ ହୋଇଛି ଅଧରପଣା ନୀତି। ଶନିବାର ନୀଳାଦ୍ରବିଜେ। ଏହି ପବିତ୍ର ତିଥିରେ ରତ୍ନବେଦୀକୁ ବିଜେ କରିବେ ଦାରୁଦିଅଁ। ଏହାସହିତ ଶେଷ ହେବ ଶ୍ରୀଗୁଣ୍ଡିଚା ଯାତ୍ରା। ଆଉ ରବିବାରଠୁ ଭକ୍ତଙ୍କୁ ମିଳିବ ନୀଳାଚଳ ଅବଢ଼ା। ପୁଣି ଶ୍ରୀମନ୍ଦିରରେ ଲାଗିବ ଗହଳି ଚହଳି। ନୀଳାଦ୍ରିବିଜେ ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇରହିଛି ପ୍ରଶାସନ। ଜିଲ୍ଲା ପ୍ରଶାସନ, ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଜର ପ୍ରସ୍ତୁତି ସାରିଛନ୍ତି। ଏହି ମହାନ ପର୍ବର ଅନ୍ତିମ ଯାତ୍ରାଙ୍କୁ ଶୃଙ୍ଖଳିତ କରିବା ପାଇଁ ସମସ୍ତେ ଅପେକ୍ଷାରତ। ନୀଳାଦ୍ରିବିଜେ ନୀତି ପାଇଁ ସ୍ୱତନ୍ତ୍ର ନୀତି ନିର୍ଘଣ୍ଟ ହୋଇଛି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ରଥ ଉପରେ ଠାକୁରଙ୍କ ନୀତିକୁ ତ୍ୱରାନ୍‌‌ୱିତ କରି ଅପରାହ୍ନ ୪ଟା ସୁଦ୍ଧା ଚତୁର୍ଦ୍ଧାବିଗ୍ରହଙ୍କ ପହଣ୍ଡି ଆରମ୍ଭ ହେବ।

ନୀଳାଦ୍ରିବିଜେ ନୀତି ନିର୍ଘଣ୍ଟ

ତିନିରଥରେ ମଙ୍ଗଳ ଆଳତି ପ୍ରାତଃ ୪ଟା, ମଇଲମ-ତଡପଲାଗି ୪ଟା ୩୦, ଅବକାଶ ଭୋର ୫ଟା, ବେଶ ଶେଷ ୫ଟା ୩୦, ଗୋପାଳବଲ୍ଲଭ ସକାଳ ୬ଟା ୩୦, ସକାଳ ଧୂପ ୭ଟାରୁ ୮ଟା, ମଇଲମ ୮ଟା ୩୦, ମହାସ୍ନାନ ଓ ସର୍ବାଙ୍ଗ ୯ଟା ୩୦, ବେଶଶେଷ ପୂର୍ବାହ୍ନ ୧୦ଟା, ମଧ୍ୟାହ୍ନ ଧୂପ ସାଢେ ୧୦ରୁ ସାଢେ ୧୧, ମଇଲମ ଓ ବେଶ ୧୧ଟା ୪୫ରୁ ମଧ୍ୟାହ୍ନ ୧୨ଟା, ସନ୍ଧ୍ୟା ଆଳତି ୧୨ଟା ୧୫, ସନ୍ଧ୍ୟାଧୂପ ସାଢେ ୧୨ରୁ ସାଢେ ୧ଟା, ଚାରବନ୍ଧା ସାଢେ ୧ଟାରୁ ସାଢେ ୩ଟା, ସିଂହାସନ ମାଜଣା ୩ଟା ୩୦, ପୁଷ୍ପାଞ୍ଜଳି ୩ଟା ୫୦, ପହଣ୍ଡି ଆରମ୍ଭ ୪ଟା, ପହଣ୍ଡି ଶେଷ ରାତି ୧୦ଟା, ରୁନ୍ଧା ଶେଷ ସାଢେ ୧୨ଟା, ଦଇତାପତି ସର୍ବାଙ୍ଗ ୧ଟା, ଶ୍ରୀମୁଖ ଖଣ୍ଡୁଆ ୧ଟା ୧୦, ଚାରମାଳ ଫିଟା ୧ଟା ୧୫ରୁ ୨ଟା ୧୫, ସୁଦର୍ଶନ ସିଂହାସନକୁ ବିଜେ ୨ଟା ୩୦, ଶ୍ରୀମୁଖ ଖଣ୍ଡୁଆ ମଇଲମ ୨ଟା ୩୦, ଚକା ପୋଛା ୨ଟା ୪୫, ସିଂହାସନ ଧୁଆ ୩ଟା, ମାଧବ, ଶ୍ରୀଦେବୀ ଓ ଭୂଦେବୀ ସିଂହାସନକୁ ବିଜେ ୩ଟା ୧୦, ମହାସ୍ନାନ ଶେଷ ୩ଟା ୩୦, ରୋଷ ହୋମ ୩ଟା ୩୫, ମଇଲମ ୩ଟା ୩୫, ଚନ୍ଦନଲାଗି ୩ଟା ୪୫, ସୂର୍ଯ୍ୟପୂଜା ଭୋର ୪ଟା, ଦ୍ୱାରପାଳ ପୂଜା ୪ଟା ୧୫, ବଡସିଂହାର ବେଶ ୪ଟା ୧୫, ବଡସିଂହାର ଭୋଗ ୪ଟା ୪୫ ଓ ରାତ୍ର ପହୁଡ ଭୋର ୫ଟାରେ ହେବାକୁ ନୀତି ନିର୍ଘଣ୍ଟ ହୋଇଛି।

ମହାପ୍ରଭୁଙ୍କ ୠକ୍ମଣୀହରଣ ନୀତି ପାଇଁ ୪ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ
ପୁରୀ: ଆସନ୍ତାକାଲି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ୠକ୍ମଣୀହରଣ ନୀତି ଅନୁଷ୍ଠିତ ହେବ। ଏନେଇ ଅପରାହ୍ନ ୧ ଟା ଠାରୁ ଅପରାହ୍ନ ୫ ଟା ପର୍ଯ୍ୟନ୍ତ ପ୍ରାୟ ୪ ଘଣ୍ଟା ପର୍ଯ୍ୟନ୍ତ ଶ୍ରୀବିଗ୍ରହମାନଙ୍କ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ । ଶ୍ରୀମନ୍ଦିର ପ୍ରଶାସନର ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏ ନେଇ ସୂଚନା ଦିଆଯାଇଛି।