moon - The Sakala
ଚନ୍ଦ୍ରପୃଷ୍ଠରେ ମାଡ଼ ହେବ ଉଲ୍‌କା ପିଣ୍ଡ, ପୃଥିବୀ ଉପରେ ପଡ଼ିବ କି ପ୍ରଭାବ !
ନୂଆଦିଲ୍ଲୀ: ଚନ୍ଦ୍ରପୃଷ୍ଠରେ ଏକ ବିରଳ ମହାଜାଗତିକ ଘଟଣା ଘଟିବାକୁ ଯାଉଛି।  ୨୦୨୪ ୱାଇଆର୪ ନାମକ ଉଲ୍‌କା ପିଣ୍ଡ ୨୦୩୨ ଡିସେମ୍ବର ୨୨ରେ ମାଡ଼ ହେବାକୁ ଯାଉଛି। ମାତ୍ର ଏହାର ସମ୍ଭାବନା ୪.୩ ପ୍ରତିଶତ ବୋଲି କୁହାଯାଇଛି। ଏହାର ପ୍ରଭାବ ପୃଥିବୀ ଉପରେ ପଡ଼ିବ ନାହିଁ ବୋଲି ନାସା କହିଛି। ଏହି ଉଲକାପିଣ୍ଡର ଲମ୍ବା ୬୦ମିଟର। ଚନ୍ଦ୍ରରେ ଉଲକାପିଣ୍ଡଟି ମାଡ ହେଲେ ଏକ ବଡ଼ ବିସ୍ଫୋରଣ ହେବ। ଏହାର ଝଲକ ପୃଥିବୀ ପୃଷ୍ଠରୁ ମଧ୍ୟ ଦେଖିବାକୁ ମିଳିବ। କିନ୍ତୁ ପୃଥିବୀ ପରି ଚନ୍ଦ୍ରରେ ବାୟୁ ମଣ୍ଡଳ ନାହିଁ। ତେଣୁ ଯେଉଁ ଉଲ୍‌କାପିଣ୍ଡ ଚନ୍ଦ୍ରର ବାୟୁମଣ୍ଡଳକୁ ଆସେ ତାହା ଜଳି ନ ଥାଏ ଓ ସିଧାସଳଖ ପ୍ରଚଣ୍ଡ ବେଗରେ ଚନ୍ଦ୍ରପୃଷ୍ଠରେ ପିଟି ହୋଇଥାଏ। ଧକ୍କା ସମୟରେ ଉଲକାପିଣ୍ଡର ଗତିଜ ଶକ୍ତି ତାପ ଓ ଆଲୋକରେ ପରିଣତ ହୁଏ। ଏହି ପ୍ରକ୍ରିୟା କ୍ଷଣସ୍ଥାୟୀ ହୋଇଥିଲେ ମଧ୍ୟ ଅତି ଉଜ୍ଜଳ ଆଲୋକ ସୃଷ୍ଟି କରିଥାଏ। ଏହାକୁ ମହାକାଶ ବିଜ୍ଞାନ ଭାଷାରେ ‘ଲୁନାର ଇମ୍ପାକ୍ଟ ଫ୍ଲାସ’ କୁହାଯାଇଥାଏ।
ଉଲକାପିଣ୍ଡ ଧକ୍କା ଯୋଗୁ ଚନ୍ଦ୍ରପୃଷ୍ଠରେ ନୂଆ ଗାତ ସୃଷ୍ଟି ହୋଇପାରେ। ନାସା ଓ ଅନ୍ୟାନ୍ୟ ମହାକାଶ ସଂସ୍ଥା ଏହି ଘଟଣା ଉପରେ କଡ଼ା ନଜର ରଖିଛନ୍ତି। ଏହା ଦ୍ୱାରା ଚନ୍ଦ୍ରପୃଷ୍ଠରେ ମାଟି ଓ ପଥରର ସଂରଚନା ବିଷୟରେ ଅଧିକ ତଥ୍ୟ ମିଳିପାରିବ। ଏହି ଘଟଣାକୁ ଖାଲି ଆଖିରେ ଦେଖାଯାଇପାରିବ ବୋଲି କୁହାଯାଇଛି। ସେହିପରି ସାଧାରଣ ଟେଲିସକୋପ କିମ୍ବା ଶକ୍ତିଶାଳୀ ବାଇନାକୁଲାର ସାହାଯ୍ୟରେ ଚନ୍ଦ୍ରର ଅନ୍ଧାକାରାଚ୍ଛନ୍ନ ଅଂଶକୁ ଦେଖିଲେ ଆଲୋକର ଝଲକ ସ୍ପଷ୍ଟ ଭାବେ ବାରି ହୋଇପଡ଼ିବ।
ଆଜି ଦେଖିବାକୁ ମିିଳିବ ବିରଳ ମହାଜାଗତିକ ଦୃଶ୍ୟ, ମଧ୍ୟ ରାତ୍ରରେ ଚନ୍ଦ୍ର ପଛରେ ଲୁଚିଯିବେ ଶନି
ଭୁବନେଶ୍ବର: ଆଜି ଆକାଶରେ ଦେଖିବାକୁ ମିିଳିବ ବିରଳ ମହାଜାଗତିକ ଦୃଶ୍ୟ । ମଧ୍ୟ ରାତ୍ରରେ ଚନ୍ଦ୍ର ପଛରେ ଲୁଚିଯିବେ ଶନି । ଅଧିକାଂଶ ସ୍ଥାନରେ ୬୦ ମିନିଟରୁ ଅଧିକ ସମୟ ରହିବ ଅଦୃଶ୍ୟ । ପ୍ରାୟ ୧୨ଟା ୩୩ ମିନିଟରେ ଚନ୍ଦ୍ର ପଛରେ ଲୁଚିବେ ଶନି । ୧ ଟା ୩୨ ମିନିଟରେ ଚନ୍ଦ୍ର ପଛରୁ ବାହାରିବେ ଶନି। ମେଘମୁକ୍ତ ଆକାଶ ରହିଲେ ଖାଲି ଆଖିରେ ଦେଖିହେବ ଏହି ବିରଳ ଦୃଶ୍ୟ।
ନୂଆ ଅଧ୍ୟୟନରେ ଇସ୍ରୋର ଦାବି: ଚନ୍ଦ୍ର ଗର୍ତ୍ତରେ ଥିବା ଜଳରୁ ବରଫ ସୃଷ୍ଟି, ଜୀବନ ସମ୍ଭାବନା ଖୋଜିବାରେ ହେବ ସହାୟକ
ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ଥିବା ଗର୍ତ୍ତରେ ବରଫ ରହିଛି। ଏହା ଜଳରୁ ଜମି ସୃଷ୍ଟି ହୋଇଛି ବୋଲି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ପକ୍ଷରୁ ଦାବି କରାଯାଇଛି। ସ୍ପେସ ଆପ୍ଲିକେସନ ସେଣ୍ଟର (ଏସଏସି)/ଇସ୍ରୋର ବୈଜ୍ଞାନିକଙ୍କ ଦ୍ବାରା ଆଇଆଇଟି କାନପୁର, ଦକ୍ଷିଣ କାଲିଫର୍ଣ୍ଣିୟା ୟୁନିଭର୍ସିଟି, ଜେଟ୍‌ ପ୍ରପଲସନ ଲ୍ୟାବ ଏବଂ ଆଇଆଇଟି ଧାନବାଦର ଗବେଷକଙ୍କ ସହାୟତାରେ ଏହି ଅଧ୍ୟୟନ କରାଯାଇଛି। ଏହି ଅଧ୍ୟୟନରେ ୭ଟି ଉପକରଣକୁ ବ୍ୟବହାର କରାଯାଇଥିଲା। ଏଥିରେ ଚନ୍ଦ୍ରର ଅର୍ବିଟରର ରାଡାର, ଲେଜର, ଅପ୍ଟିକାଲ, ନ୍ୟୁଟ୍ରନ, ସ୍ପେକ୍ଟୋମିଟର, ଅଲଟ୍ରା ଭାଓଲେଟ ସ୍ପେକ୍ଟ୍ରୋମିଟର ଏବଂ ଥର୍ମାଲ ରେଡିଓମିଟର ସାମିଲ ଥିଲା।
ଇସ୍ରୋ ପକ୍ଷରୁ କୁହାଯାଇଛି ଯେ ଆଇଏସପିଆରଏସ ଜର୍ଣ୍ଣାଲ ଅଫ୍‌ ଫଟୋଗ୍ରାମେଟ୍ରି ଆଣ୍ଡ ରିମୋଟ ସେନ୍‌ସିଂରେ ପ୍ରକାଶିତ ଅଧ୍ୟୟନରୁ ଜଣାପଡିଛି ଯେ ଚନ୍ଦ୍ରପୃଷ୍ଠରୁ କିଛି ମିଟର ତଳେ ଯେଉଁ ବରଫ ରହିଛି ତାହାର ମାତ୍ରା ପୃଷ୍ଠ ତୁଳନାରେ ୫ରୁ ୮ ଗୁଣ ଅଧିକ। ଏହି ତଥ୍ୟ ଭବିଷ୍ୟତର ଚନ୍ଦ୍ର ଅଭିଯାନରେ ସହାୟକ ହେବ। ଏହା ଚନ୍ଦ୍ରପୃଷ୍ଠରୁ ବରଫ ନମୁନା ସଂଗ୍ରହ କିମ୍ବା ଦୀର୍ଘ ଦିନ ପର୍ଯ୍ୟନ୍ତ ମନୁଷ୍ୟର ଉପସ୍ଥିତି ପାଇଁ ଡ୍ରିଲିଂ କରିବାରେ ସହାୟତା ମିଳିବ। ବରଫର ଗଭୀରତା ଆଧାରରେ ଭବିଷ୍ୟତର ଚନ୍ଦ୍ରାଭିଯାନ ପାଇଁ ଅବତରଣର ପ୍ରକୃଷ୍ଠ ସ୍ଥାନ ଏବଂ ସଠିକ ନମୁନା ସଂଗ୍ରହ ପଏଣ୍ଟ ଚୟନ କରିବାରେ ସହାୟକ ହେବ।
ଅଧ୍ୟୟନ ଆଧାରରେ ଇସ୍ରୋ ପକ୍ଷରୁ ଦାବି କରାଯାଇଛି ଯେ ଦକ୍ଷିଣ ମେରୁ ଅପେକ୍ଷା ଚନ୍ଦ୍ରର ଉତ୍ତର ମେରୁରେ ଜଳରୁ ଜମିଥିବା ବରଫ ମାତ୍ରା ଦୁଇ ଗୁଣ ରହିଛି। ୨୦୦୮ରେ ପଠା ଯାଇଥିବା ଚନ୍ଦ୍ର ଅଭିଯାନ ସମୟରେ ଚନ୍ଦ୍ର ଉପର ପୃଷ୍ଠରେ ଜଳରୁ ଜମି ଥିବା ବରଫ ନେଇ ଭବିଷ୍ୟବାଣୀ କରାଯାଇଥିଲା। ଚନ୍ଦ୍ରଯାନ-୨ରେ ମଧ୍ୟ ଏଭଳି ଦାବି କରାଯାଇଥିଲା। ଅଧ୍ୟୟନରୁ ଜଣାପଡ଼ିଛି ଯେ ୩.୮୫ ବିଲିୟନ ବର୍ଷ ତଳେ ଇମ୍ବ୍ରିୟନ କାଳରେ ହୋଇଥିବା ଆଗ୍ନେୟଗିରି ଉଦଗୀରଣରୁ ଚନ୍ଦ୍ରରେ ଥିବା ଗର୍ତ୍ତରେ ପାଣି ଜମା ହୋଇଥିଲା।
ଲ୍ୟାଣ୍ଡର, ରୋଭରର ଉଚ୍ଚମାନର ଫଟୋ ଜାରି
ଚନ୍ଦ୍ରଯାନ-୩ର ସଫଳତା ପରେ ଇସ୍ରୋ ଚନ୍ଦ୍ରପୃଷ୍ଠରେ ଥିବା ଲ୍ୟାଣ୍ଡର ବିକ୍ରମ ଏବଂ ରୋଭର ପ୍ରଜ୍ଞାନର ଉଚ୍ଚ ମାନର ଫଟୋ ଜାରି କରିଛି। ଚଳିତ ବର୍ଷ ମାର୍ଚ୍ଚ ୧୫ରେ ଏହି ଫଟୋ ଉଠା ଯାଇଥିଲା। ସ୍ବାଧୀନ ଗବେଷକ ଚନ୍ଦ୍ରା ତୁଙ୍ଗଥୁରଥି ଏହି ଫଟୋ ଜାରି କରିଛନ୍ତି। ଚନ୍ଦ୍ରପୃଷ୍ଠରୁ ୬୫ କିମି ଉଚ୍ଚରୁ ୧୭ ସେମି ପିକ୍ସେଲରେ ଏହି ଫଟୋ ନିଆଯାଇଛି। ତେବେ ଇସ୍ରୋର ପୁରୁଣା ଫଟୋ ୧୦୦ କିମି ଉଚ୍ଚରୁ ୨୬ ସେମି ପିକ୍ସେଲରେ ନିଆ ଯାଇଥିଲା।
ଚନ୍ଦ୍ରରେ ଜଳ ସୃଷ୍ଟି କରୁଛି ପୃଥିବୀର ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍‌ଟ୍ରୋନ୍
ୱାଶିଂଟନ: ପୃଥିବୀର ଉଚ୍ଚ କ୍ଷମତା ସମ୍ପନ୍ନ ଇଲେକ୍‌ଟ୍ରୋନ୍ ଯୋଗୁଁ ଚନ୍ଦ୍ରରେ ପାଣି ସୃଷ୍ଟି ହେଉଛି। ଏହି ଇଲେକଟ୍ରୋନ୍ ପୃଥିବୀର ପ୍ଲାଜମା ସିଟ୍‌ରେ ରହିଛି। ଏହା ପାଣିପାଗ ପରିବର୍ତ୍ତନ କରାଉଛି। ଅର୍ଥାତ୍ ଏଥିଯୋଗୁଁ ପୃଥିବୀରେ ଋତୁ ପରିବର୍ତ୍ତନ ହେଉଛି। ଏହି ଇଲେକ୍‌ଟ୍ରୋନ ଚନ୍ଦ୍ରରେ ଥିବା ପଥର ଏବଂ ଖଣିଜ ପଦାର୍ଥକୁ ଭାଙ୍ଗି ଦେଉଛି। ଏଥିପାଇଁ ଚନ୍ଦ୍ରରେ ପାଣିପାଗ ପରିବର୍ତ୍ତନ ହେଉଛି। ଚନ୍ଦ୍ରଯାନ-୧ ତଥ୍ୟର ବିଶ୍ଳେଷଣ କରି ଆମେରିକା ହାୱାଇ ୟୁନିଭର୍ସିଟିର ବୈଜ୍ଞାନିକମାନେ ଏହି ଦାବି କରିଛନ୍ତି। ‘ନେଚର ଆଷ୍ଟ୍ରନମି’ ପତ୍ରିକାରେ ଏହି ଅଧ୍ୟୟନ ପ୍ରକାଶ ପାଇଛି।
୨୦୦୮ରେ ଭାରତ ଚନ୍ଦ୍ରଯାନ-୧ ଅଭିଯାନ ଆରମ୍ଭ କରିଥିଲା। ଏହା ଚନ୍ଦ୍ରରେ ପାଣିଥିବାର ସଙ୍କେତ ଦେଇଥିଲା। ସେହି ଅଭିଯାନର ଏକ ଅଧ୍ୟୟନ ଆଧାରରେ ଚନ୍ଦ୍ରର ମେରୁ କ୍ଷେତ୍ରରେ ସୂର୍ଯ୍ୟ ରଶ୍ମି ପଡୁ ନ ଥିବାରୁ ତାପମାତ୍ରା ବିଯୁକ୍ତ ୨୦୦ ଡିଗ୍ରୀ ସେଲ୍‌ସିୟସ ତଳକୁ ଖସି ଯାଉଥିବା ଅନୁମାନ କରାଯାଇଥିଲା। ଏଠାରେ ପାଣି ବରଫ ଆକାରରେ ଥିବା ସଙ୍କେତ ଦେଇଥିଲା। ତେଣୁ ଚନ୍ଦ୍ରରେ ପାଣିର ସନ୍ଧାନ ଲାଗି ଚଳିତ ବର୍ଷ ଚନ୍ଦ୍ରଯାନ-୩ ପଠା ଯାଇଥିଲା। ଅଧ୍ୟୟନ ଅନୁଯାୟୀ ପ୍ରୋଟନ୍ ଭଳି ଉଚ୍ଚ କ୍ଷମତା ସମ୍ପନ୍ନ ଅଣୁରୁ ସୃଷ୍ଟି ସୌରଝଡ଼ ଚନ୍ଦ୍ରପୃଷ୍ଠରେ ଖେଳେଇ ହୋଇ ପଡ଼ିଥାଏ। ଏଥିଯୋଗୁଁ ଚନ୍ଦ୍ରରେ ପାଣି ସୃଷ୍ଟି ହୋଇଥାଏ। ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଦେଇ ଗତି କରିବା ସମୟରେ ଚନ୍ଦ୍ରରେ ହେଉଥିବା ପରିବର୍ତ୍ତନକୁ ବୈଜ୍ଞାନିକମାନେ ଅଧ୍ୟୟନ କରିଥିଲେ। ବୈଜ୍ଞାନିକ ସୁଆଇ ଲି କହିଛନ୍ତି ଯେ ଚନ୍ଦ୍ର ଚୁମ୍ବକୀୟ କ୍ଷେତ୍ରରୁ ବାହାରିବା ପରେ ଏହାର ପୃଷ୍ଠରେ ସୌରଝଡ଼ ଖେଳି ଯାଇଥାଏ। ସେହିପରି ଚୁମ୍ବକୀୟ କ୍ଷେତ୍ରରେ ଥିବା ସମୟରେ ସୌରଝଡ଼ ପଡ଼ି ନ ଥାଏ। ଏଥିପାଇଁ ପାଣି ସୃଷ୍ଟି ହେବାର ସମ୍ଭାବନା ରହିଥାଏ।
ସୁରକ୍ଷିତ ଏବଂ ସଫଳ ଅବତରଣ କରିବ ଚନ୍ଦ୍ରଯାନ-୩: ବିଫଳତାରୁ ମିଳିଛି ଶିକ୍ଷା,ସଫଳତା ନେଇ ବୈଜ୍ଞାନିକ ଆଶାବାଦୀ
ନୂଆଦିଲ୍ଲୀ : ଭାରତର ମହତ୍ତ୍ବାକାଂକ୍ଷୀ ଚନ୍ଦ୍ର ଅଭିଯାନ ଉପରେ ସାରା ବିଶ୍ବର ନଜର ରହିଛି। ଚନ୍ଦ୍ରର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ ପାଇଁ ପ୍ରସ୍ତତି ଆରମ୍ଭ ହୋଇଛି । ଅଭିଯାନ ସଫଳତା ନେଇ ବୈଜ୍ଞାନିକ ଆଶାବାଦୀ ଅଛନ୍ତି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ସଫଳତାର ସହ ସୁରକ୍ଷିତ ଭାବେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ସମ୍ପୂର୍ଣ୍ଣ ଭରସା ରହିଛି। ଚନ୍ଦ୍ରଯାନ-୨ର ବିଫଳତାରୁ ଶିକ୍ଷା ଗ୍ରହଣ କରି ଇସ୍ରୋ ଚନ୍ଦ୍ରଯାନ-୩ରେ ଗୁରୁତ୍ବପୂର୍ଣ୍ଣ ପରିବର୍ତ୍ତନ କରିଛି। ମହାକାଶ ବିଜ୍ଞାନୀ ଆରସି କପୁର କହିଛନ୍ତି ଯେ ଚଳିତ ଥର ଆଲ୍ଗୋରିଦମକୁ କାର୍ଯ୍ୟମୁକ୍ତ ରଖାଯାଇଛି। ଲ୍ୟାଣ୍ଡରରେ ଲାଗିଥିବା ଯନ୍ତ୍ରପାତିକୁ ପୂର୍ବାପେକ୍ଷା ଅଧିକ ମଜବୁତ ବନା ଯାଇଛି। ଏହା ଅବତରଣ ସମୟରେ ସେକେଣ୍ଡ ପିଛା ୩ ମିଟର ବେଗରେ ଛିଡ଼ା ହୋଇପାରିବ।
ପୂର୍ବାପେକ୍ଷା ଏହାର ଓଜନ ୨୫୦ ଗ୍ରାମ ବୃଦ୍ଧି କରାଯାଇଛି। ଏଥିରେ ଅତିରିକ୍ତ ଇନ୍ଧନ ରହିଛି। ତେଣୁ ଅବତରଣ ସମୟରେ କୌଣସି ସମସ୍ୟା ହେବ ନାହିଁ। ଅବତରଣର ୧୫ରୁ ୨୦ ମିନିଟ ପୂର୍ବରୁ ଲ୍ୟାଣ୍ଡର ବିକ୍ରମ ସ୍ବୟଂକ୍ରିୟ ମୋଡ୍ରେ ଥିବ। ଏହି ସମୟରେ ବିକ୍ରମକୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ। ଏହି ସମୟ ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ସଫଳତାର ସହ ଅବତରଣ ପାଇଁ ଆବଶ୍ୟକ ସମସ୍ତ ଜ୍ଞାନକୌଶଳ ଲ୍ୟାଣ୍ଡରରେ ରହିଛି। ଏବେ ଚନ୍ଦ୍ରଯାନ-୩ ଚନ୍ଦ୍ରର କକ୍ଷରେ ପରିକ୍ରମା କରୁଛି। ସେ ବୁଧବାର ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ। ଏହା ପୂର୍ବରୁ ସମସ୍ତ ଯନ୍ତ୍ରପାତି ଏବଂ ଚନ୍ଦ୍ର ବାତାବରଣର ଯାଞ୍ଚ ହେବ। ଯଦି କିଛି ସମସ୍ୟା ରୁହେ ତେବେ ପରେ ପୁଣିଥରେ ଅବତରଣ କରିବ।
ଇସ୍ରୋର ୱେବସାଇଟ, ୟୁଟ୍ୟୁବ୍ ଚ୍ୟାନେଲ, ଫେସ୍ବୁକ ଏବଂ ଡିଡି ନ୍ୟାସନାଲରେ ଅବତରଣର ପ୍ରସାରଣ କରାଯିବ। ଆଜି ସନ୍ଧ୍ୟା ୫ଟା ୨୭ରୁ ଏହା ଆରମ୍ଭ ହେବ। ୪ଟି ପର୍ଯ୍ୟାୟରେ ଲ୍ୟାଣ୍ଡର ଅବତରଣ କରିବ। ଯଦି ପ୍ରଥମ ଯୋଜନା ବିଫଳ ହୁଏ ତେବେ ଇସ୍ରୋ ପ୍ଲାନ ‘ବି’ ମଧ୍ୟ ପ୍ରସ୍ତୁତ କରି ରଖିଛି। ଚନ୍ଦ୍ରପୃଷ୍ଠରେ ବିରାଟକାୟ ପଥର କିମ୍ବା ଖାଲ ପଡ଼ିଲେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ। କିନ୍ତୁ ବିଶାଳ ଖାଲ ଏବଂ ପାହାଡିଆ ସ୍ଥାନର ମୁକାବିଲା ପାଇଁ ମଧ୍ୟ ଇସ୍ରୋ ବ୍ୟବସ୍ଥା କରିଛି। ଶେଷ ମୂହୁର୍ତ୍ତରେ ଅବତରଣ ପ୍ରକ୍ରିୟା ଅଗଷ୍ଟ ୨୭କୁ ଘୁଞ୍ଚା ଯାଇପାରେ। ଯଦି ଖାଲ ବଡ଼ ଏବଂ ଗଭୀର ହୋଇ ନ ଥିବ ତେବେ ସହଜରେ ଯାନ ଅବତରଣ କରିପାରିବ। ଲ୍ୟାଣ୍ଡର ଏବଂ ରୋଭରକୁ ପର୍ଯ୍ୟାପ୍ତ ଶକ୍ତି ମିଳିବ। ଚନ୍ଦ୍ରରେ ପର୍ଯ୍ୟାପ୍ତ ସୂର୍ଯ୍ୟକରଣ ପଡୁଥିବା ସମୟରେ ଚନ୍ଦ୍ରଯାନ-୩ର ଅବତରଣ ସମୟ ଧାର୍ଯ୍ୟ କରାଯାଇଛି। ଅବତରଣ କ୍ଷେତ୍ରର ପରିସର ମଧ୍ୟ ବୃଦ୍ଧି କରାଯାଇଛି। ଗୋଟିଏ ସ୍ଥାନରେ ଅବତରଣ ନ ହୋଇପାରିଲେ ଯାନ ଅନ୍ୟତ୍ର ଅବତରଣ କରିବ। ଏଥିପାଇଁ ୧୦ ବର୍ଗ କିମି ସ୍ଥାନ ଧାର୍ଯ୍ୟ କରାଯାଇଛି। ସଫଳତା ପାଇଁ ଲ୍ୟାଣ୍ଡରର ସେନ୍ସରର ଯାଞ୍ଚ କରାଯାଉଛି। ଏକ୍ସେଲେରୋମିଟର ପ୍ୟାକେଜ, କା-ବ୍ୟାଣ୍ଡ ଅଲ୍ଟିମିଟର, ଲ୍ୟାଣ୍ଡର ପୋଜିସନ ଡିଟେକ୍ସନ କ୍ୟାମେରା, ଲେଜର ଅଲ୍ଟିମିଟର, ଲେଜର ଡପଲର ଭେଲୋସିମିଟର ଆଦି ଉପକରଣର ଯାଞ୍ଚ କରାଯାଉଛି। ସବୁଠିକ୍ ଭାବେ କାର୍ଯ୍ୟ କରୁଛନ୍ତି।
ନୂଆଦିଲ୍ଲୀ : ଭାରତର ମୁନ୍‌ ମିଶନ୍‌ ସଫଳ ହେବାକୁ ଆଉ ମାତ୍ର କିଛି ଘଣ୍ଟାକୁ ଅପେକ୍ଷା। ଦିନେ ପରେ ଚନ୍ଦ୍ରକୁ ଛୁଇଁବ ଚନ୍ଦ୍ରଯାନ-୩। ଅଗଷ୍ଟ ୨୩ ତାରିଖ ସନ୍ଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ରଯାନ -୩ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ବୋଲି ଇସ୍ରୋ ପକ୍ଷରୁ ସୂଚନା ଦିଆଯାଇଛି। ରୁଷର ମୁନ୍ ମିଶନ ଫେଲ୍ ମାରିବା ପରେ ଭାରତର ଚନ୍ଦ୍ର ଅଭିଯାନ ଉପରେ ଏବେ ସାରା ବିଶ୍ୱର ନଜର ରହିଛି । ୨୩ ତାରିଖକୁ ସାରା ଦେଶ ଉତ୍ସୁକତା ସହ ଅପେକ୍ଷା କରିଛି ।
ଶନିବାର ବିଳମ୍ବିତ ରାତ୍ରୀରେ ଲ୍ୟାଣ୍ଡରର ଦ୍ଵିତୀୟ ଡି-ବୁଷ୍ଟିଂ ପରେ ଆହୁରି ହ୍ରାସ ପାଇଛି ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡର ଅର୍ବିଟ । ଚନ୍ଦ୍ରଠାରୁ ସର୍ବନିମ୍ନ ଦୂରତା ୨୫ କିଲୋମିଟର ଓ ସର୍ବାଧିକ ଦୂରତା ୧୩୪ କିଲୋମିଟରକୁ ଖସି ଆସିଛି । ଏଥିସହ ଆରମ୍ଭ ହୋଇଛି ଲ୍ୟାଣ୍ଡିଂ ପ୍ରକ୍ରିୟା । ବର୍ତ୍ତମାନ ଚନ୍ଦ୍ରରେ ରାତି ଅଛି । ୨୩ ତାରିଖର ସୂର୍ଯ୍ୟୋଦୟକୁ ଅପେକ୍ଷା ରହିଛି । ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ଦକ୍ଷିଣ ମେରୁରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩ । ୨୫ କିଲୋମିଟର ଉଚ୍ଚତାରୁ ଅବତରଣ ପ୍ରକ୍ରିୟା ଆରମ୍ଭ ହେବ ।
ଜହ୍ନରେ ଚନ୍ଦ୍ରଯାନ-୩କୁ ସ୍ୱାଗତ କଲା ଚନ୍ଦ୍ରଯାନ-୨
ମିଶନ ଚନ୍ଦ୍ରଯାନରେ ଇସ୍ରୋକୁ ଗୋଟିଏ ପରେ ଗୋଟିଏ ସଫଳତା ମିଳୁଛି । ଭାରତର ଏହି ମିଶନ ଲଗାତାର ବିନା ବାଧାରେ ଆଗକୁ ବଢ଼ିଚାଲିଛି । ଧୀରେ ଧୀରେ ଚନ୍ଦ୍ରରେ ଅବତରଣ କରିବାର ସମୟ କମି କମି ଚାଲିଛି । ଏହାରି ମଧ୍ୟରେ ଚନ୍ଦ୍ରଯାନ-୩କୁ ନେଇ ବଡ଼ ଅପଡେଟ୍ ଦେଇଛି ଇସ୍ରୋ। ଇସ୍ରୋ କହିଛି ଯେ, ଚନ୍ଦ୍ରଯାନ-୨ର ଅର୍ବିଟର ସହ ଚନ୍ଦ୍ରଯାନ-୩ର ସଫଳତାପୂର୍ବକ ସମ୍ପର୍କ ସ୍ଥାପନ ହୋଇଛି । ଚନ୍ଦ୍ରାଯାନ-୨ର ଅର୍ବିଟର ଚନ୍ଦ୍ରାଯନ-୩କୁ ସ୍ୱାଗତ କରିଛି ।
ଇସ୍ରୋ ପକ୍ଷରୁ ଏକ ଟୁଇଟ୍ କରି ଲେଖାଯାଇଛି ଯେ, ‘ସ୍ୱାଗତମ୍ ବନ୍ଧୁଟ୍ଟ ଚନ୍ଦ୍ରଯାନ-୩ର ବିକ୍ରମ ଲ୍ୟାଣ୍ଡରକୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରିଛି ଚନ୍ଦ୍ରଯାନ-୨ ଅର୍ବିଟର । ଏବେ ଦୁହିଁଙ୍କ ମଧ୍ୟରେ ଦୁଇପଟୁ ଯୋଗାଯୋଗ ସ୍ଥାପନ ହୋଇଛି। ଏହାଫଳରେ ବେଙ୍ଗାଲୁରୁସ୍ଥିତ ମିସନ ଅପରେସନ କପ୍ଲେକ୍ସ (ଏମଓଏକ୍ସ) ପାଖର ଲ୍ୟାଣ୍ଡର ମଡ୍ୟୁଲ ସହ ଯୋଗାଯୋଗ କରିବାକୁ ଏକାଧିକ ରାସ୍ତା ଖୋଲିଯାଇଛି ।
ସଫଳତାର ସହ ଚନ୍ଦ୍ରରେ ଲ୍ୟାଣ୍ଡିଂ କରିବ ଚନ୍ଦ୍ରଯାନ-୩
ଚନ୍ଦ୍ରଯାନ-୩ ସଫଳ ଉତକ୍ଷେପଣ ପରଠୁ ବର୍ତ୍ତମାନ ଯାଏଁ କିଛି ଅସୁବିଧା ହୋଇନଥିବା ବେଳେ ଆଗକୁ ମଧ୍ୟ କିଛି ଅସୁବିଧା ହେବନାହିଁ। ଆଗାମୀ ୨୩ ତାରିଖ ସଂଧ୍ୟା ୬ଟା ୪ ମିନିଟରେ ଚନ୍ଦ୍ର ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ ସଫ୍ଟ ଲ୍ୟାଣ୍ଡିଂ କରିବା ନେଇ ଇସ୍ରୋ ପକ୍ଷରୁ ଦମ୍ଭୋକ୍ତି ପ୍ରକାଶ କରାଯାଇଛି। ଇସ୍ରୋ କହିଛି ଚନ୍ଦ୍ରଯାନ-୨ ସମୟରେ ଯାହା ସମସ୍ୟା ଥିବା ତାହା ଆଉ ହେବନାହିଁ। ଚନ୍ଦ୍ରଯାନ-୨ର ଲ୍ୟାଣ୍ଡିଂ ସମୟର ଶେଷ କିଛି ମିନିଟରେ ଯେଉଁ ବିପଦ ଦେଖାଦେଇଥିଲା ତାହାକୁ ଦୂର କରାଯାଇଛି। ଅବତରଣ ସମୟରେ ସେହି ସମସ୍ତ ବିକଳ୍ପ ଉପଲବ୍ଧ ହେବ, ଯାହା କୌଣସି ଜରୁରୀକାଳୀନ ପରିସ୍ଥିତିରେ ସୁରକ୍ଷିତ ଅବତରଣ ପାଇଁ ବ୍ୟବହୃତ ହୋଇପାରିବ।  ଚନ୍ଦ୍ର ପୃଷ୍ଠରେ ଚନ୍ଦ୍ରଯାନ-୩ର ନିରାପଦ ଏବଂ ସଫ୍ଟ ଲ୍ୟାଣ୍ଡିଂ ପାଇଁ ଯେତିକି ସମୟ ପାଖେଇ ଆସୁଛି। ଇସ୍ରୋ ପକ୍ଷରୁ ମଧ୍ୟ ସେତିକି ପ୍ରସ୍ତୁତି ହେଉଛି। ଆମର ବୈଜ୍ଞାନିକ ମାନେ ଚନ୍ଦ୍ରଯାନ-୩ର ସଫ୍ଟ ଲ୍ୟାଣ୍ଡିଂ ପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରିଛନ୍ତି ବୋଲି ଇସ୍ରୋ କହିଛି।
ଅନ୍ୟପଟେ ଦୁନିଆର ଅନେକ ଦେଶର ଆଖି ଏବେ ଭାରତର ଚନ୍ଦ୍ରଯାନ-୩ ଉପରେ ରହିଛି। ବିଶେଷକରି ଋଷ, ଆମେରିକା ଏବଂ ଚୀନ୍ ‘ଚନ୍ଦ୍ରୟାନ୍-୩’ର ସଫ୍ଟ ଲ୍ୟାଣ୍ଡିଂ ଉପରେ ଦୃଷ୍ଟି ରଖିଛନ୍ତି। ଏହାର କାରଣ ହେଉଛି, ଏହି ତିନୋଟି ଦେଶ ଚନ୍ଦ୍ର ପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂରେ  ସଫଳତା ହାସଲ କରିଛନ୍ତି। ଚନ୍ଦ୍ରଯାନ-୩ର ଲ୍ୟାଣ୍ଡର ବିକ୍ରମରେ ଏଭଳି ଏକ ‘ରେସ୍କ୍ୟୁ ମୋଡ୍’ ରହିଛି, ଯାହା ସବୁ କିଛି ଭୁଲ୍ ହେଲେ ମଧ୍ୟ ଅବତରଣ କରିବାରେ ସହାୟକ ହେବ। ଚନ୍ଦ୍ରଯାନ-୨ ବିଫଳ ହେବା ପରେ ଚନ୍ଦ୍ରଯାନ-୩ରେ ଅନେକ ସୁଧାର କରାଯାଇଛି ଏବଂ ଏହା ସୁରକ୍ଷିତ ଭାବେ ଅବତରଣ କରିବ ଏଥିରେ କୌଣସି ସନ୍ଦେହ ନାହିଁ।
‘ଚନ୍ଦ୍ରଯାନ-୩’ ପାଇଁ ଫ୍ଲାଟ ସାଇଟ୍ ଚୟନ କରାଯାଇଛି
ଚନ୍ଦ୍ର ପୃଷ୍ଠରେ ପରିବେଶ ପରିଷ୍କାର ଅଟେ। ସେଠାରେ ପ୍ରଦୂଷଣର କୌଣସି ନାହିଁ। ଯଦି ଏପରି କଣିକା ଥାଏ, ଏହା ବାୟୁରେ ଜଳିଯାଏ। ଏହି କାରଣରୁ,  ଯେ କୌଣସି ବସ୍ତୁ ସେଠାକୁ ଆସେ, ଏହା ସିଧାସଳଖ ଚନ୍ଦ୍ର ପୃଷ୍ଠକୁ ଆଘାତ କରେ। ଯେତେବେଳେ କୌଣସି ବସ୍ତୁ ସିଧାସଳଖ ଧକ୍କା ହୁଏ, ଏହା ମଧ୍ୟ ବିଛାଡି ହୋଇପଡେ। ଚନ୍ଦ୍ରରେ ପ୍ରବାହିତ ଜଳ ନାହିଁ, ତେଣୁ ସେଠାରେ ଥିବା ଗର୍ତ୍ତଗୁଡ଼ିକ ପୂର୍ଣ୍ଣ ହୁଏ ନାହିଁ । ଏଣୁ ଚନ୍ଦ୍ରଯାନ-୩ ପାଇଁ ଏକ ଫ୍ଲାଟ ସାଇଟ୍ ଚୟନ କରାଯାଇଛି। ଯଦିଓ ସେହି ସମୟରେ କିଛି ପଦାର୍ଥ ଚନ୍ଦ୍ରଯାନ ଆଡକୁ ଆସେ, ତେବେ ଚନ୍ଦ୍ରଯାନର ସନ୍ତୁଳନ ଖରାପ ହେବାକୁ ଦିଆଯିବ ନାହିଁ । ସେହି ସମୟର ଫଟୋଗ୍ରାଫି ଜାରି ରହିବ। ଯଦି ଲ୍ୟାଣ୍ଡିଂ ସ୍ଥାନରେ ଅଧିକ କୌଣସି ପ୍ରତିବନ୍ଧକ ଥାଏ, ତେବେ ଚନ୍ଦ୍ରାୟନ-୩ ର ଦିଗ ପରିବର୍ତ୍ତନ ହେବ। ଇସ୍ରୋ କହିଛି ଆମର ବୌଜ୍ଞାନିକମାନେ ଦୀର୍ଘ ସମୟ ଧରି ଏହାର ଅଭ୍ୟାସ କରିଛନ୍ତି, ଯେଉଁଠାରେ କିଛି ଅସୁବିଧା ହେବ ତୁରନ୍ତ ତାହର ନିରାକରଣ ହେବ।
ଏଥି ସହିତ ଚନ୍ଦ୍ରଯାନ-୩ରେ ଏକାଧିକ ଥ୍ରଷ୍ଟର ବା ଗତିରୋଧକ ଖଂଜା ଯାଇଛି । ଯାହା ଲ୍ୟାଣ୍ଡ କରିବା ସମୟରେ ଚନ୍ଦ୍ରର ମାଧ୍ୟାକର୍ଷଣ ଶକ୍ତି ବିରୋଧରେ କାମ କରିବ ଏବଂ ଲ୍ୟାଣ୍ଡରକୁ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସହାୟକ ହେବ । ଲ୍ୟାଣ୍ଡର ଅବତରଣ କରିବା ପରେ ସେଥିରୁ ପ୍ରଜ୍ଞାନ ରୋଭର ବାହାରି ଯାଇ ଚନ୍ଦ୍ରପୃଷ୍ଠର ସ୍ଥିତି ସମ୍ପର୍କରେ ଅନୁଧ୍ୟାନ କରି ସୂଚନା ପଠାଇବ । ଏହା ୧୪ ଦିନ ପର୍ଯ୍ୟନ୍ତ କାମ କରିବ । ଏପଟେ ପ୍ରପଲସନ ମଡ୍ୟୁଲ ବର୍ଷ ବର୍ଷ ଧରି ସୌରମଣ୍ଡଳ ବାହାରେ ଥିବା ଗ୍ରହ ସମ୍ପର୍କରେ ତଥ୍ୟ ପଠାଇବ । ଯାହାକୁ ଆଧାର କରି ସେଠାକାର ସ୍ଥିତି ବସବାସ ଉପଯୁକ୍ତ କି ନୁହେଁ ବୈଜ୍ଞାନିକମାନେ ଗବେଷଣା କରିବେ ।
୨୦୦୮ରେ ଚନ୍ଦ୍ରଯାନ-୧, ୨୦୨୩ରେ ଚନ୍ଦ୍ରଯାନ-୩
୨୦୦୮ରେ ଯେବେ ଚନ୍ଦ୍ରଯାନ-୧ ତଥ୍ୟ ପଠାଇଥିଲା । ସେତେବେଳେ ଏହାକୁ ଆଧାର କରି ପ୍ରଥମେ ନାସା ଚନ୍ଦ୍ରପୃଷ୍ଠରେ ବରଫର ଉପସ୍ଥିତି ବାବଦରେ ଘୋଷଣା କରିଥିଲା । କିନ୍ତୁ ଏଥର ଚନ୍ଦ୍ରଯାନ ୩ ସହ ଏଭଳି ହେବ ନାହିଁ । କାରଣ ଏଥର ଚନ୍ଦ୍ରଯାନ୩ରେ କୌଣସି ବିଦେଶୀ ଉପକରଣ ବା ଟେକ୍ନୋଲୋଜି ବ୍ୟବାହାର କରାଯାଇନାହିଁ । ଦକ୍ଷିଣ ମେରୁରେ ଚନ୍ଦ୍ରଯାନ-୩ର ଅବତରଣ ସବୁଠୁ ଗୁରୁତ୍ୱପୂର୍ଣ୍ଣ କାରଣ ଆଜିଯାଏଁ ଏହି ସ୍ଥାନରେ କୌଣସି ଦେଶର ପହଞ୍ଚିପାରିନାହିଁ । ଏହି କ୍ଷେତ୍ରରେ ବିଶାଳ ଗହ୍ୱର ସବୁ ରହିଛି । ଯେଉଁଠାରେ ସୂର୍ଯ୍ୟକିରଣ କେବେବି ପଡେନାହିଁ । ତେଣୁ ଏଠାରୁ କିଛି ନୂଆ ତଥ୍ୟା ମିଳିବାର ସମ୍ଭାବନା ଅନେକ ରହିଛି । ତେଣୁ ଏଭଳି ଏକ ବିରଳ ଅବତରଣ ଉପରେ ଏବେ ସାରା ବିଶ୍ୱର ନଜର ରହିଛି ।
ଅନ୍ୟପଟେ ୨୦୧୯ରେ ଇସ୍ରୋ ଚନ୍ଦ୍ରଯାନ-୨ ପଠାଇଥିଲା। କିନ୍ତୁ ଶେଷ ମୁହୁର୍ତ୍ତରେ ଏହା ବିଫଳ ହୋଇଥିଲା। ଚନ୍ଦ୍ରଯାନ-୨ ବିଫଳ ହେବାର କାରଣ ଥିଲା ବିକ୍ରମ ଲ୍ୟାଣ୍ଡର ଏହାର ଗତିକୁ ନିୟନ୍ତ୍ରଣ କରିପାରିନଥିଲା ଏବଂ ଓଲଟି ପଡ଼ିଥିଲା । ଏହା ଆଲଗୋରିଦମର ବିଫଳତା ଥିଲା, ଯାହାକୁ ବର୍ତ୍ତମାନ ସଂଶୋଧନ କରାଯାଇଛି । ଚନ୍ଦ୍ରଯାନ-୩ରେ  ବିକ୍ରମ ଲ୍ୟାଣ୍ଡରର ଗୋଡ଼କୁ ଆହୁରି ମଝବୁତ କରାଯାଇଛି । ପୁଣି ଏପରି ବ୍ୟବସ୍ଥା କରାଯାଇଛି ଯେ, କିଛିବି ପ୍ରତିବନ୍ଧକ ଆସିଲେ ବି ତାହା ସୁରକ୍ଷିତ ଅବତରଣ କରିବ ।
ଜଳବାୟୁ ପରିବର୍ତ୍ତନ କାରଣରୁ ଚନ୍ଦ୍ର ହେବ ହଲଚଲ
ନୂଆଦିଲ୍ଲୀ: ଜଳବାୟୁ ପରିବର୍ତ୍ତନ କାରଣରୁ ଚନ୍ଦ୍ରେ ହେବ ହଲଚଲ । ଜଳବାୟୁ ପରିବର୍ତ୍ତନ କାରଣରୁ ପୃଥିବୀର ଅନେକ ସ୍ଥାନରେ ହଠାତ୍ ପାଣିପାଗରେ ପରିବର୍ତ୍ତନ ଆସିଥାଏ। ଯେଉଁ କାରଣରୁ ଅନେକ ଦେଶରେ ବିଶେଷ ବନ୍ୟା ବତ୍ୟା ଭୂକମ୍ପ ପରି ପରିସ୍ଥିତିର ସାମ୍ନା ହୁଅନ୍ତି। ଯଦି ଦେଖିବା ଆମେରିକାରେ ଏଭଳି ପରିସ୍ଥିତି ଅନେକ ବାର ଦେଖାଯାଇଥାଏ। ବର୍ତ୍ତମାନ ଏକ ଅଧ୍ୟୟନରୁ ଜଣାପଡିଛି ଯେ ଜଳବାୟୁ ପରିବର୍ତ୍ତନ ଏକ କାରଣ ପୃଥିବୀର ପଡୋଶୀ ଗ୍ରହ ଚନ୍ଦ୍ର ମଧ୍ୟ ହୋଇପାରେ। ଚନ୍ଦ୍ର କାରଣରୁ ଆଗକୁ ଆହୁରି ବଡ଼ ବନ୍ୟା ଆସିପାରେ। ଏଭଳି ଅଧ୍ୟନ କରିଛି  ଆମେରିକାର ସ୍ପେସ୍ ଏଜେନ୍ସି ନ୍ୟାସନାଲ ଏରୋନେଟିକ୍ସ ଆଣ୍ଡ ସ୍ପେସ୍ ଆଡମିନିଷ୍ଟ୍ରେସନ୍ ବା ନାସା । ଏହି ଅଧ୍ୟୟନରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ ହେତୁ ସମୁଦ୍ର ପତ୍ତନ ବୃଦ୍ଧି ସହିତ ଚନ୍ଦ୍ରର ତାର କକ୍ଷରେ ହଲଚଲ ହେବାଦ୍ୱାରା ପୃଥିବୀରେ ଭୟଙ୍କର ବନ୍ୟା ପରିସ୍ଥିତି ସୃଷ୍ଟି କରିବ।
ଏହି ଅଧ୍ୟୟନ ଜୁନ୍ ୨୧ ରେ ପ୍ରକୃତି ଉପରେ ଜଳବାୟୁ ପରିବର୍ତ୍ତନ ପତ୍ରିକାରେ ପ୍ରକାଶିତ ହୋଇଛି। ଅଧ୍ୟୟନରେ ଚନ୍ଦ୍ର ପାଇଁ ସୃଷ୍ଟି ହେବାକୁ ଥିବା ବନ୍ୟାକୁ ‘ଉପଦ୍ରବି ବନ୍ୟା’ ବୋଲି କୁହାଯାଇଛି। ଏହି ପ୍ରକାର ବନ୍ୟା ଉପକୂଳବର୍ତ୍ତୀ ଅଞ୍ଚଳରେ ଘଟିଥାଏ, ଯେତେବେଳେ ସମୁଦ୍ରର ତରଙ୍ଗ ହାରାହାରି ଦୈନିକ ଉଚ୍ଚତାଠାରୁ ୨ ଫୁଟରୁ ଅଧିକ ବଢ଼େ। ଏପରି ପରିସ୍ଥିତି ବ୍ୟବସାୟ ପାଇଁ ସମସ୍ୟା ସୃଷ୍ଟି କରିଥାଏ, ଯେତେବେଳେ ଘର ଏବଂ ରାସ୍ତା ପାଣିରେ ବୁଡିଯାଏ ଏବଂ ଦୈନିକ କାର୍ଯ୍ୟ ପ୍ରଭାବିତ ହୋଇଥାଏ । ନାସା ଅଧ୍ୟୟନ ଅନୁଯାୟୀ ୨୦୩୦ର ମଧ୍ୟଭାଗରେ ଏହି ବନ୍ୟା ପରିସ୍ଥିତି ବାରମ୍ବାର ହେବ ଏବଂ ଏହା ମଧ୍ୟରେ ଅନିୟମିତତା ମଧ୍ୟ ଦେଖାଦେବ। ଅଧ୍ୟୟନରେ କୁହାଯାଇଛି ଯେ ଆମେରିକାର ଉପକୂଳରେ ସମୁଦ୍ର ତରଙ୍ଗ ସେମାନଙ୍କ ସାଧାରଣ ଉଚ୍ଚତାଠାରୁ ତିନିରୁ ଚାରି ଫୁଟ ଉଚ୍ଚକୁ ବୃଦ୍ଧି ପାଇବ ଏବଂ ଏହି ଧାରା ଏକ ଦଶନ୍ଧି ପର୍ଯ୍ୟନ୍ତ ଜାରି ରହିବ।
ଆହୁରି ମଧ୍ୟ କୁହାଯାଇଛି ଯେ ବର୍ଷସାରା ଏହି ବନ୍ୟା ପରିସ୍ଥିତି ନିୟମିତ ରହିବ ନାହିଁ। କିନ୍ତୁ କିଛି ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ ପରିସ୍ଥିତିରେ ପରିଣତ ହେବ ଯାହା ପାଇଁ ବିପଦ ବହୁତ ବଢ଼ିଯିବ। ନାସାର ପ୍ରଶାସକ ବିଲ୍ ନେଲସନ କହିଛନ୍ତି ଯେ ସମୁଦ୍ର ପତ୍ତନ ବୃଦ୍ଧି ହେତୁ ନିମ୍ନମାନର ଅଞ୍ଚଳରେ ବିପଦ କ୍ରମାଗତ ଭାବେ ବଢ଼ୁଛି ଏବଂ ବାରମ୍ବାର ବନ୍ୟା ହେତୁ ଲୋକମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି।  ଆଗାମୀ ଦିନରେ ଏହା ବୃଦ୍ଧି ପାଇବ। ସେ କହିଛନ୍ତି, “ଚନ୍ଦ୍ରର କକ୍ଷପଥରେ ପରିବର୍ତ୍ତନ ହେତୁ ମାଧ୍ୟାକର୍ଷଣ , ସମୁଦ୍ର ପତ୍ତନ ବୃଦ୍ଧି ଏବଂ ଜଳବାୟୁ ପରିବର୍ତ୍ତନ ମିଳିତ ଭାବରେ ଉପକୂଳବର୍ତ୍ତୀ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିବ।
ପୃଥିବୀରେ ହେଉଥିବା ବନ୍ୟାରେ ଚନ୍ଦ୍ରର ପ୍ରଭାବ ବିଷୟରେ ବର୍ଣ୍ଣନା କରି ହାୱାଇ ବିଶ୍ୱବିଦ୍ୟାଳୟର ସହକାରୀ ପ୍ରଫେସର ତଥା ଅଧ୍ୟୟନର ମୁଖ୍ୟ ଲେଖକ ଫିଲ୍ ଥମ୍ପସନ୍ କହିଛନ୍ତି ଯେ ଯେତେବେଳେ ଚନ୍ଦ୍ର ଏହାର କକ୍ଷପଥରେ ‘ହଲଚଲ’ ହୁଏ ସେତେବେଳେ ଏହା ସ୍ଥିର ହେବାକୁ ୧୮.୬ ବର୍ଷ ଲାଗେ। କିନ୍ତୁ, ପୃଥିବୀରେ ବଢ଼ୁଥିବା ଉତ୍ତାପ ହେତୁ ସମୁଦ୍ର ପତ୍ତନ ବୃଦ୍ଧି ସହିତ ଏହା ବିପଜ୍ଜନକ ହୋଇଯାଏ। ଥମ୍ପସନ୍ କହିଛନ୍ତି, “୧୮.୬ ବର୍ଷରେ, ପ୍ରାୟ ଅଧା ସମୟ, ଅର୍ଥାତ୍ ପୃଥିବୀରେ ପ୍ରାୟ ୯ ବର୍ଷ, ସମୁଦ୍ରରେ ସାଧାରଣ ଜୁଆର ଉଚ୍ଚତା ବୃଦ୍ଧି କମିଯାଏ। ଏବଂ ନିମ୍ନ ଜୁଆର ସାଧାରଣତ  ଅଧିକ ଉଚ୍ଚା ହୋଇଥାଏ। ପରବର୍ତ୍ତୀ ୯ ବର୍ଷ ପର୍ଯ୍ୟନ୍ତ ଏହାର ଓଲଟା ହୋଇଥାଏ। ଏହିଭଳି ପରିସ୍ଥିତି ପୁଣି ୨୦୩୦ରେ ଗଠନ ହେବ, ଯାହା ସାଧାରଣ ଜୀବନ ଉପରେ ବିଶେଷ ପ୍ରଭାବ ପକାଇବ, ବିଶେଷ କରି ଉପକୂଳବର୍ତ୍ତୀ ଅଞ୍ଚଳରେ।