School and Mass Education Minister - The Sakala

ଯୁବ-ଛାତ୍ର ବିଜେଡି ଓ ଅଭିଭାବକଙ୍କ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ: ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି
ନୟାଗଡ଼: ପାଠ୍ୟପୁସ୍ତକରେ ମାତ୍ରାଧିକ ତ୍ରୁଟିକୁ ନେଇ ଯୁବ ଓ ଛାତ୍ର ବିଜେଡି ଆହ୍ୱାନରେ ଗୁରୁବାର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଜୋରଦାର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ନୟାଗଡ଼ ବିଧାୟକ ଡ. ଅରୁଣ କୁମାର ସାହୁଙ୍କ ନେତୃତ୍ୱରେ ପଠାଣି ସାମନ୍ତ ପ୍ରେକ୍ଷାଳୟ ଦୁର୍ଗାମଣ୍ଡପରେ ଏକ ସଭା ହୋଇଥିଲା। ବିଧାୟକ ସାହୁ ବିପର୍ଯ୍ୟସ୍ତ ଶିକ୍ଷା ବ୍ୟବସ୍ଥା, ସରକାରଙ୍କ ଦୋମୁହଁ ନୀତିକୁ କଡ଼ା ସମାଲୋଚନା କରିଥିଲେ। ଏଥିରେ ରାଜ୍ୟ ଛାତ୍ର ବିଜେଡି ସଭାନେତ୍ରୀ ଇପ୍ସିତା ସାହୁ ଯୋଗଦେଇ ରାଜ୍ୟ ସରକାର ଛାତ୍ରଛାତ୍ରୀଙ୍କ ସହ ଖେଳୁଥିବା କହିଥିଲେ। ପିଲାଙ୍କ ପାଠ୍ୟପୁସ୍ତକରେ ୩ ହଜାରରୁ ଊର୍ଦ୍ଧ୍ବ ଭୁଲ ହେବା ରାଜ୍ୟ ସରକାରଙ୍କ ଅପାରଗତା ବୋଲି କହିଥିଲେ। ନବୀନ ସରକାର ରାଜ୍ୟବାସୀଙ୍କୁ ସୁଶାସନ ପ୍ରଦାନ କରୁଥିଲେ। ବିଜେପି ସରକାର ଡବଲ ଇଞ୍ଜିନର ମିଛ ଆଶ୍ୱାସନା ଦେଇ ଲୋକଙ୍କୁ ଡବଲ ଦୁଃଖ ଦେଇ ଚାଲିଛନ୍ତି ବୋଲି କହି କଟାକ୍ଷ କରିଥିଲେ। ନୟାଗଡ଼ ଜିଲ୍ଲା ବିଜେଡି ସଭାପତି ତଥା ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରା ଏ ପ୍ରସଙ୍ଗରେ ସରକାର ଜବାବ ରଖିବାକୁ ଆହ୍ୱାନ ଦେଇଥିଲେ। ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନ ଦେବା ପର୍ଯ୍ୟନ୍ତ ଜୋରଦାର ଆନ୍ଦୋଳନ ହେବ ବୋଲି କହିଥିଲେ।

ସେହିଭଳି ବରିଷ୍ଠ ବିଜେଡି ନେତ୍ରୀ ଇରାନୀ ରାୟ ବିଜେପି ସରକାରଙ୍କୁ ସମାଲୋଚନା କରିବା ସହ ଆଜି ବି ଲୋକେ ନବୀନ ବାବୁଙ୍କ ଶାସନ ପ୍ରତି ଆକୃଷ୍ଟ ବୋଲି କହିଥିଲେ। ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇଂ ଦେବାଶିଷ ପଟ୍ଟନାୟକ କୋମଳମତି ଛାତ୍ରଛାତ୍ରୀଙ୍କ ପ୍ରତି ସରକାର ଅନ୍ୟାୟ କରିଥିବା କହିଥିଲେ। ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ଘଟଣାକୁ ନେଇ କେନ୍ଦ୍ରମନ୍ତ୍ରୀ ଇସ୍ତଫା ଦେଇଛନ୍ତି, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଥିଲେ। ପୂର୍ବତନ ରଣପୁର ବିଧାୟକ ସତ୍ୟନାରାୟଣ ପ୍ରଧାନ ରାଜ୍ୟ ସରକାରଙ୍କୁ ସମାଲୋଚନା କରି ପୁଣିଥରେ ନବୀନ ସରକାର ଆବଶ୍ୟକ ବୋଲି କହିଥିଲେ। ରାଜ୍ୟରେ ବିଜେପି ସରକାରଙ୍କ ଏକଛତ୍ରବାଦ ନୀତି ଏବଂ ପ୍ରଶାସନକୁ ମୋହରା କରି ସରକାର ଲୋକଙ୍କୁ ଶୋଷଣ କରୁଥିବା ଭାପୁର ବ୍ଲକ ଉପାଧ୍ୟକ୍ଷ ବେଣୁଧର ପ୍ରଧାନ କହିଥିଲେ। ସରକାର ବୃଦ୍ଧବୃଦ୍ଧାଙ୍କୁ ଭତ୍ତା ଦେଇପାରୁ ନ ଥିବା, ଚାଷୀଙ୍କୁ ସାର ଦେଇପାରୁ ନ ଥିବା ସେ ଅଭିଯୋଗ କରିଥିଲେ।

ନୟାଗଡ଼ ନିର୍ବାଚନ ମଣ୍ଡଳୀ ସଭାପତି ଗଙ୍ଗାଧର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ସଭାରେ ମହିଳା ବିଜେଡି ସଭାନେତ୍ରୀ ବିରଜାଲକ୍ଷ୍ମୀ ସାହୁ, ନୟାଗଡ଼ ପୌରାଧ୍ୟକ୍ଷା ନିରୁପମା ଖଟେଇ, ଉପାଧ୍ୟକ୍ଷ ଗୁରୁପ୍ରସାଦ ଜେନା, ଓଡ଼ଗାଁ ବ୍ଲକ ଅଧ୍ୟକ୍ଷ ଲୋକନାଥ ସାହୁ, ନୟାଗଡ଼ ବ୍ଲକ ଉପାଧ୍ୟକ୍ଷ ଲକ୍ଷ୍ମୀପ୍ରିୟା ସାହୁ, ନୟାଗଡ଼ ବ୍ଲକ ବିଜେଡି ସଭାପତି ଭଞ୍ଜକିଶୋର ମହାପାତ୍ର, ଜିଲ୍ଲା ପରିଷଦ ସଭ୍ୟ ସରୋଜ ରଣସିଂ, କ୍ଷୀରୋଦ ମହାପାତ୍ର, ସୁବାସ ଚନ୍ଦ୍ର କହଁର, ଧର୍ମେନ୍ଦ୍ର ଧଳ, ସଞ୍ଜୁକ୍ତା ପଢ଼ିଆରୀ, ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ଛାତ୍ର ବିଜେଡି ସଭାପତି ଅମରେଶ୍ୱର ଜେନା, ପୂର୍ବତନ ଛାତ୍ର ବିଜେଡି ସଭାପତି ନୀଳମାଧବ ପଣ୍ଡା, ଅମୂଲ୍ୟ ସାହୁ ପ୍ରମୁଖ ଯୋଗଦେଇ ରାଜ୍ୟ ସରକାରଙ୍କ ବିରୋଧରେ ଗର୍ଜିଥିଲେ। ପଠାଣି ସାମନ୍ତ ପ୍ରେକ୍ଷାଳୟଠାରୁ ବିଶାଳ ଶୋଭାଯାତ୍ରା ବାହରି ପୁରୁଣା ଷ୍ଟେଟ୍‌ ବ୍ୟାଙ୍କ ରୋଡ୍‌ ଦେଇ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା। ୫ ହଜାରରୁ ଊର୍ଦ୍ଧ୍ବ ମହିଳା, ଛାତ୍ର, ଅଭିଭାବକ ଓ ବିଜେଡି କର୍ମୀ ଏଥିରେ ସାମିଲ ହୋଇଥିଲେ। ସେଠାରେ ଯୁବ-ଛାତ୍ର ବିଜେଡି ସଭ୍ୟମାନେ ନିମ୍ୱୁଡ଼ା ନିମ୍ୱୁଡ଼ା ଗୀତରେ ନାଚିବା ସହ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି କରିଥିଲେ। ପରେ ଏକ ପ୍ରତିନିଧି ମଣ୍ଡଳୀ ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦ୍ଦାରଙ୍କୁ ଏ ସମ୍ପର୍କିତ ଦାବିପତ୍ର ପ୍ରଦାନ କରିଥିଲେ।

ବିଶ୍ୱାସ ଭାଙ୍ଗିଛି ଶିକ୍ଷା ବିଭାଗ, ତୁରନ୍ତ ଇସ୍ତଫା ଦିଅନ୍ତୁ ଗଣଶିକ୍ଷାମନ୍ତ୍ରୀ: ନବୀନ
ଭୁବନେଶ୍ୱର: ରାଜ୍ୟରେ ପ୍ରଥମରୁ ଅଷ୍ଟମ ସ୍କୁଲ ପାଠ୍ୟପୁସ୍ତକରେ ୧୭୬୭ ମୁଦ୍ରଣ ଜନିଟ ତ୍ରୁଟି ନେଇ ବିଜେଡି ପକ୍ଷରୁ ଲଗାତାର ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବି କରାଯାଇ ଆସୁଛି। ଏହିକ୍ରମରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ପ୍ରଦାନ କରିବା ଉଚିତ୍‌ ବୋଲି ଟିପ୍ପଣୀ ଦେବା ପରେ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫାକୁ ନେଇ ଦାବି ତୀବ୍ରତର ହୋଇଛି।

ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରତିକ୍ରିୟା ଦେଇ ନବୀନ କହିଛନ୍ତି ଯେ ଓଡ଼ିଶା ସରକାରଙ୍କ ଦ୍ୱାରା ପ୍ରସ୍ତୁତ ପାଠ୍ୟ ପୁସ୍ତକରେ ବ୍ୟାପକ ତ୍ରୁଟି, ଶିକ୍ଷା ବ୍ୟବସ୍ଥା ପ୍ରତି ବିଶ୍ୱାସ ଭାଙ୍ଗି ଦେଇଛି। ତେଣୁ ପୂର୍ବତନ କେନ୍ଦ୍ର  ଶିକ୍ଷାମନ୍ତ୍ରୀ  ଧର୍ମେନ୍ଦ୍ର ପ୍ରଧାନଙ୍କ ପରି  ରାଜ୍ୟ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ତୁରନ୍ତ ଇସ୍ତଫା  ଦେଇ ଦେବା ଉଚିତ।  ରାଜ୍ୟର ଏହି ସ୍ପର୍ଶକାତର ପ୍ରସଙ୍ଗରେ ସରକାର ଅତ୍ୟନ୍ତ ହାଲୁକା ତଥା ଖାମଖିଆଲି ମନୋଭାବ ପୋଷଣ କରୁଛନ୍ତି ବୋଲି ବିଜେଡି ପକ୍ଷରୁ ଅଭିଯୋଗ କରାଯାଇ ଆସୁଛି। ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କରି ଅଭିଭାବକ, ସାମାଜିକ ସଂଗଠନ ତଥା ରାଜନୈତିକ ଦଳ ଯାଏଁ ତୁରନ୍ତ ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ନୂତନ ପୁସ୍ତକ ପ୍ରଦାନ ସହ ଘଟଣାରେ ଉଚିତ୍‌ କାର୍ଯ୍ୟାନୁଷ୍ଠାନ ଦାବି କରି ଆସୁଛନ୍ତି। ଯୁବ ଓ ଛାତ୍ର ବିଜେଡି ରାଜ୍ୟବ୍ୟାପୀ ଏନେଇ ଆନ୍ଦୋଳନ ଜାରି ରଖିଥିବା ବେଳେ କଂଗ୍ରେସ, ବିଭିନ୍ନ ସାମାଜିକ ସଂଗଠନ ଭୁବନେଶ୍ୱର ସମେତ ଅନ୍ୟାନ୍ୟ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏହାସତ୍ତେ୍ୱ ସରକାର ନିଦାବିଷ୍ଣୁ ସାଜି ଗଣଶିକ୍ଷା ମନ୍ତ୍ରୀଙ୍କୁ ଘଣ୍ଟ ଘୋଡ଼ାଉଥିବା ବିଜେଡି ପକ୍ଷରୁ ଅଭିଯୋଗ କରାଯାଇଛି। ଘଟଣାରେ ମୁଖ୍ୟମନ୍ତ୍ରୀ କ୍ରାଇମବ୍ରାଞ୍ଚ ନିର୍ଦ୍ଦେଶ ଦେଇଥିବା ବେଳେ ଏସସିଇଆରଟିର ପୂର୍ବତନ ନିର୍ଦ୍ଦଶକ ମନୋଜ ପାଢ଼ୀଙ୍କୁ ଗିରଫ କରାଯାଇଛି। ସେହିପରି ୪ ଜଣ ଅଧିକାରୀଙ୍କୁ ନିଲମ୍ବନ କରି ଦେଇ ସରକାର ଚୁପ୍‌ ହୋଇ ବସିଛନ୍ତି। ଏହା ଧର୍ମକୁ ଆଖିଠାର ସଦୃଶ୍ୟ ବୋଲି ବିଜେଡି କ୍ଷୋଭ ପ୍ରକାଶ କରି ଆସୁଛି।

ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ: ଗଣଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ଜୋରଦାର କରିବ ବିଜେଡି
ଭୁବନେଶ୍ୱର: ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ସୋମବାର ନବୀନ ନିବାସରେ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଛନ୍ତି। ବୈଠକରେ ବିଜେଡିର ବରିଷ୍ଠ ନେତାମାନେ ଉପସ୍ଥିତ ଥିବାବେଳେ ଏଥିରେ ଏକାଧିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରାଯାଇଛି। ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ପାଇଁ ବିଜେଡି ଦାବି ତଥା ଆନ୍ଦୋଳନ କରି ଆସୁଥିବା ବେଳେ ନବୀନ ଆଜି ସମାନ ଦାବି ଦୋହରାଇଛନ୍ତି। ଯଦି ଶ୍ରୀ ଗଣ୍ଡ ଇସ୍ତଫା ନଦିଅନ୍ତି, ତାହେଲେ ଏ ସଂକ୍ରାନ୍ତରେ ବ୍ୟାପକ ଆନ୍ଦୋଳନ ନେଇ ନବୀନ ଦଳର ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଥିବା ଜଣାପଡିଛି। ଏହାଛଡା ଏସଆଇଆର ପ୍ରକ୍ରିୟାରେ ଭୋଟର ବାଦ ପଡିବା ପ୍ରସଙ୍ଗକୁ ନେଇ ନବୀନ ବୈଠକରେ ଚିନ୍ତା ପ୍ରକାଶ କରିଥିଲେ।  ଏହି ପ୍ରକ୍ରିୟାରେ କୌଣସି ଜଣେ ହେଲେ ମଧ୍ୟ ଯୋଗ୍ୟ୍ୟ ଭୋଟରଙ୍କ ନାମ ନକଟିବ ତାହା ଉପରେ ଗୁରୁତ୍ୱ ଦେବାକୁ ସେ ଦଳର ନେତାମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସେହିପରି ଆଗାମୀ ପଞ୍ଚାୟତ ନିର୍ବାଚନ ପ୍ରସ୍ତୁତି ଓ ଦଳର ସାଂଗଠନିକ ବିଷୟ ଆଲୋଚନା ମଧ୍ୟ ଏହି ବୈଠକରେ ହୋଇଥିବା ଜଣାପଡ଼ିଛି।

ସୋମବାର  ଅପରାହ୍ନ ୧୨ଟାରେ ବିଜେଡି ସଭାପତି ଏକ ଜରୁରୀ ବୈଠକ ଡାକିଥିଲେ।  ଏହି ବୈଠକରେ ବିରୋଧୀ ଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ, ପୂର୍ବତନ ମନ୍ତ୍ରୀ ତଥା ଦଳର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ, ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁ ଓ ପୂର୍ବତନ ମନ୍ତ୍ରୀ ସଞ୍ଜୟ ଦାସବର୍ମା ଓ ବିଧାୟକ ଗୌତମବୁଦ୍ଧ ଦାସ ଯୋଗ ଦେଇଥିଲେ। ବୈଠକରେ ସ୍କୁଲ ପାଠ୍ୟପୁସ୍ତକ ତ୍ରୁଟି ମାମଲାରେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା ଦାବିରେ ଆନ୍ଦୋଳନକୁ ଜୋରଦାର କରିବା ପାଇଁ ନବୀନ ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି।

ନବୀନ ନିବାସ ବୈଠକ ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ପାଠ୍ୟପୁସ୍ତକରେ ତ୍ରୁଟି ଏକ ଅପରାଧ।ଏପରି ସ୍ପର୍ଶକାତର ଘଟଣାରେ ମନ୍ତ୍ରୀ ତୁରନ୍ତ ଇସ୍ତଫା ଦେବା ଉଚିତ।  ରାଜ୍ୟବ୍ୟାପୀ ଏହାକୁ ନେଇ ଛାତ୍ରଛାତ୍ରୀ ଓ ବିଭିନ୍ନ ସଂଗଠନ ପ୍ରତିବାଦ କରୁଛନ୍ତି। କ୍ରାଇମବ୍ରାଞ୍ଚ ତଦନ୍ତ କେବଳ ଏକ ପ୍ରହସନ । ସେହିପରି ଦଳର ବିଧାୟକ ଗୌତମବୁଦ୍ଧ ଦାସଙ୍କ ଅନୁଯାୟୀ ବୈଠକରେ ରାଜ୍ୟରେ ଜାରି ରହିଥିବା ଏସଆଇଆର ପ୍ରକ୍ରିୟା ସମ୍ପର୍କରେ ମଧ୍ୟ ବ୍ୟାପକ ଆଲୋଚନା ହୋଇଛି। ଏସଆଇଆରର ଦ୍ୱିତୀୟ ପର୍ଯ୍ୟାୟରେ ଯେପରି ଜଣେ ବି ଯୋଗ୍ୟ ଭୋଟରର ନାମ ବାଦ ନପଡେ଼ ସେଥିପ୍ରତି ସଜାଗ ରହି ଦଳର ବୁଥ୍‌ ସ୍ତରୀୟ ଏଜେଣ୍ଟମାନଙ୍କୁ ସଚେତନ କରାଯିବ। ଏହାକୁ ଗୁରୁତର ସହ ଗ୍ରହଣ କରି ଏସଆଇଆର ଉପରେ ଧ୍ୟାନ କେନ୍ଦ୍ରୀୟ କରିବାକୁ ନବୀନ ପରାମର୍ଶ ଦେଇଛନ୍ତି। ଏତଦବ୍ୟତୀତ ସଂଗଠନକୁ ଶକ୍ତିଶାଳୀ କରିବା ଦିଗରେ ନବୀନ ନେତାମାନଙ୍କ ସହ ଆଲୋଚନା କରିବା ସହ ମତାମତ ଗ୍ରହଣ କରିଥିଲେ। ନବୀନଙ୍କ ନିର୍ଦ୍ଦେଶ ପରେ ଏହି ବରିଷ୍ଠ ନେତାମାନେ ଅପରାହ୍ନରେ ଶଙ୍ଖ ଭବନରେ ପହଞ୍ଚି ଦଳ ମହିଳା, ଯୁବ ଓ ଛାତ୍ର ଶାଖାର ନେତୃବୃନ୍ଦଙ୍କ ସହ ବୈଠକ କରିଥିବା ଜଣାପଡ଼ିଛି।