ice cream - The Sakala

ଓମ୍‌ଫେଡ୍‌ର ନୂଆ ପ୍ରୟାସ: ଖୁବ୍‌ଶୀଘ୍ର ବଜାରକୁ ଆସିବ ପ୍ୟାକେଜ୍‌ଡ୍ ପାଣି ଏବଂ ଆଇସକ୍ରିମ୍
ଓମ୍‌ଫେଡ୍ (OMFED) ବଜାରରେ ନିଜର ବ୍ୟବସାୟିକ ପରିସରକୁ ଆହୁରି ବିସ୍ତାର କରିବାକୁ ଯାଉଛି। ଖୁବ୍‌ଶୀଘ୍ର ରାଜ୍ୟ ବଜାରକୁ ଆସିବ ଓମ୍‌ଫେଡ୍‌ର ପ୍ୟାକେଜ୍‌ଡ୍ ପାଣି ଏବଂ ବିଭିନ୍ନ ନୂଆ ଫ୍ଲେଭରର ଆଇସକ୍ରିମ୍। ସୋମବାର ଦିନ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ଏହି ସୂଚନା ଦେଇଛନ୍ତି। ପାରମ୍ପରିକ ଦୁଗ୍ଧଜାତ ସାମଗ୍ରୀ ସହିତ ନୂଆ ଉତ୍ପାଦ ମାଧ୍ୟମରେ ଗ୍ରାହକଙ୍କୁ ଆକୃଷ୍ଟ କରିବା ପାଇଁ ଓମ୍‌ଫେଡ୍ ପକ୍ଷରୁ ଏହି ବଡ଼ ପଦକ୍ଷେପ ନିଆଯାଇଛି।

ବୋର୍ଡର ଅନୁମୋଦନ ଏବଂ ପ୍ରସ୍ତୁତି

ମନ୍ତ୍ରୀ ଶ୍ରୀ ମଲ୍ଲିକ କହିଛନ୍ତି ଯେ ନୂତନ ଉତ୍ପାଦଗୁଡ଼ିକୁ ବଜାରକୁ ଆଣିବା ନେଇ ବର୍ତ୍ତମାନ ଓମ୍‌ଫେଡ୍ ବୋର୍ଡ ସହିତ ଆଲୋଚନା ଚାଲିଛି। ବୋର୍ଡର ଆନୁଷ୍ଠାନିକ ଅନୁମୋଦନ ମିଳିବା ମାତ୍ରେ ଏହି ଦୁଇଟି ନୂଆ ସାମଗ୍ରୀ ବଜାରରେ ଉପଲବ୍ଧ ହେବ। ପ୍ୟାକେଜ୍‌ଡ୍ ପାଣି ବଜାରରେ ପ୍ରବେଶ କରି ଓମ୍‌ଫେଡ୍ ରାଜ୍ୟର ପ୍ରାୟ ୧୫ ପ୍ରତିଶତ ବୋତଲ ପାଣି ବଜାର ଅକ୍ତିଆର କରିବାକୁ ଲକ୍ଷ୍ୟ ରଖିଛି। ଏହାଛଡ଼ା ଆଇସକ୍ରିମ୍‌ର ଚାହିଦାକୁ ଦୃଷ୍ଟିରେ ରଖି କଟକ ଜିଲ୍ଲା କେନ୍ଦୁପାଟଣାଠାରେ ଜାତୀୟ ଦୁଗ୍ଧ ଉନ୍ନୟନ ବୋର୍ଡ (NDDB) ସହଯୋଗରେ ଏକ ନୂଆ ୫ ଟିଏଲପିଡି କ୍ଷମତା ବିଶିଷ୍ଟ ଆଇସକ୍ରିମ୍ ପ୍ଲାଣ୍ଟ ପ୍ରତିଷ୍ଠା କରାଯାଉଛି। ଏହାସହ ଅରିଲୋ ଡାଏରୀ ପ୍ଲାଣ୍ଟର ମଧ୍ୟ ଉନ୍ନତିକରଣ କାର୍ଯ୍ୟ ଜାରି ରହିଛି।

ଗୁଣବତ୍ତା ଉପରେ କଡ଼ା ନଜର ଓ ଚାଷୀଙ୍କୁ ଲାଭ

ରାଜ୍ୟରେ କ୍ଷୀର ଏବଂ ଛେନାରେ ଅପମିଶ୍ରଣ ହେଉଥିବା ନେଇ ବିଭିନ୍ନ ଅଭିଯୋଗ ଆସୁଥିବା ବେଳେ ମନ୍ତ୍ରୀ ଏହା ଉପରେ ସ୍ପଷ୍ଟୀକରଣ ଦେଇଛନ୍ତି। ସେ କହିଛନ୍ତି ଯେ ଓମ୍‌ଫେଡ୍ କ୍ଷୀରର ଗୁଣବତ୍ତା ନିଶ୍ଚିତ କରିବା ପାଇଁ ତ୍ରିସ୍ତରୀୟ ଯାଞ୍ଚ ବ୍ୟବସ୍ଥା (3-tier checking) ରହିଛି, ଯେଉଁଥିରେ ଫ୍ୟାଟ୍ ଏବଂ ଅନ୍ୟାନ୍ୟ ମାନକର କଡ଼ା ପରୀକ୍ଷା କରାଯାଏ। ଯଦି କୌଣସି ସ୍ଥାନରେ ଅପମିଶ୍ରଣ ଧରାପଡ଼େ, ତେବେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ ଦୁଗ୍ଧ ଚାଷୀମାନଙ୍କୁ ପ୍ରୋତ୍ସାହିତ କରିବା ଏବଂ ସେମାନଙ୍କ ଆୟ ବୃଦ୍ଧି କରିବା ପାଇଁ ଓମ୍‌ଫେଡ୍ ପକ୍ଷରୁ କ୍ଷୀର ସଂଗ୍ରହ ମୂଲ୍ୟରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରାଯାଇଥିବା ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

କଥା ପଛର କାହାଣୀ: ୫୦୦ ବର୍ଷ ପୂର୍ବରୁ ‘କୁଲ୍‌ଫି’ର ଆରମ୍ଭ
ଖରାଦିନେ କୁଲ୍‌ଫି ଖାଇବାକୁ କିଏ ବା ଭଲ ନ ପାଏ। ଭାରତ ସମେତ ମିୟାଁମାର, ପାକିସ୍ତାନ, ବାଂଲାଦେଶର ଲୋକେ କୁଲ୍‌ଫି ଖାଇବାକୁ ପସନ୍ଦ କରନ୍ତି। ଆଇସ୍‌କ୍ରିମ୍ ଭଳି ଦେଖାଯାଉଥିଲେ ମଧ୍ୟ କୁଲ୍‌ଫିର ସ୍ବାଦ ଭିନ୍ନ। ଏହା ଅତ୍ୟନ୍ତ ସ୍ବାଦିଷ୍ଟ। ଏହା ପୁଣି ବିଭିନ୍ନ ଫ୍ଲେଭର୍‌ରେ ମିଳିଥାଏ। ବିଶେଷକରି ବାଦାମ, ଭାନିଲା, କେଶର ଆଦି ଫ୍ଲେଭର୍‌ର କୁଲ୍‌ଫିର ଚାହିଦା ଅଧିକ। ଅନ୍ୟପଟେ ଏହା ଉତ୍ତର ଆମେରିକାର କଷ୍ଟାର୍ଡ ମିଠା ସହ ସମାନ। ଏହାକୁ ବିଭିନ୍ନ ତରିକାରେ ପ୍ରସ୍ତୁତ କରାଯାଉ ଥିବା ବେଳେ ଭିନ୍ନ ଶୈଳୀରେ ମଧ୍ୟ ପରଷା ଯାଏ। ଆଇସ୍‌କ୍ରିମ୍‌ ଭଳି କାଠିରେ କୁଲଫ୍‌ ମିଳୁଥିବାେବଳେ କପ୍‌ ଏବଂ ପତ୍ରରେ ମଧ୍ୟ ଏହାକୁ ବିକ୍ରି କରାଯାଏ।

ଭାରତରେ ମିଠା ଖାଦ୍ୟ ଭାବେ ଏହା ବହୁ ପୂର୍ବରୁ ରହିଆସିଛି। ଅବଶ୍ୟ ପ୍ରଥମେ ଏହା ଲିକ୍ବିଡ୍ (ତରଳ)ଭଳି ମିଳୁଥିଲା। ଏହାର ପ୍ରାରମ୍ଭ ଷୋଡ଼ଶ ଶତାବ୍ଦୀରେ ମୋଗଲ ସାମ୍ରାଜ୍ୟ ସମୟରେ ଉତ୍ତର ଭାରତରେ ହୋଇଥିଲା। ମୋଗଲମାନେ ଗାଢ଼ ବା ବହଳିଆ କ୍ଷୀରରେ ପିସ୍ତା ଓ କେଶର ମିଶାଇ ପରେ ଏହାକୁ ଏକ ଧାତୁ ପାତ୍ରରେ ରଖୁଥିଲେ। ଯଦିଓ ସେତେବେଳେ ଫ୍ରିଜ୍‌ ନ ଥିଲା। ତଥାପି ଏହାକୁ ଥଣ୍ଡା କରିବାର ବିକଳ୍ପ ବ୍ୟବସ୍ଥା କରାଯାଇଥିଲା। ଥଣ୍ଡାରେ କୁଲ୍‌ଫି ଜମିବା ପାଇଁ ବରଫ ତଥା ଲୁଣ ପାଣି ମିଶ୍ରଣରେ ଏହାକୁ ଥଣ୍ଡା କରାଗଲା। ଆଉ ଏହି ପ୍ରକାରରେ ପ୍ରସ୍ତୁତ ହେଲା ଥଣ୍ଡା ଥଣ୍ଡା କୁଲ୍‌ଫି।

ଧୀରେ ଧୀରେ ଏହା ଉତ୍ତର ଭାରତ ସମେତ ଦକ୍ଷିଣ ଭାରତ ତଥା ପୂରା ଦକ୍ଷିଣ ଏସିଆରେ ପ୍ରଚଳନ ହେଲା। ଫରାସୀ ଶବ୍ଦରୁ ଆସିଛି କୁଲ୍‌ଫି। ଯାହାର ଅର୍ଥ ହେଉଛି ‘କଭର୍ କପ୍‌’। ଆଜିକାଲି ଘରେ ଲୋେକ କୁଲ୍‌ଫି ତିଆରି କରୁଥିବା ବେଳେ ପୂର୍ବରୁ ମାଟିହାଣ୍ଡିରେ ଏହାକୁ ପ୍ରସ୍ତୁତ କରାଯାଉଥିଲା। ଯେଉଁଥିପାଇଁ ଏହାର ସ୍ବାଦ ଅଲଗା ତଥା ସ୍ବାଦିଷ୍ଟ ଲାଗିଥାଏ।

ସୁନାର ଆଇସ୍‌କ୍ରିମ୍ ! ଦାମ୍ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ
ଆଇସ୍‌କ୍ରିମ୍ ଖାଇବାକୁ କିଏ ବା ଭଲ ନପାଏ । ଛୋଟ ପିଲାଙ୍କଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ, ସମସ୍ତଙ୍କର ଆଇସ୍‌କ୍ରିମ୍ ଅତ୍ୟନ୍ତ ପ୍ରିୟ । ତେବେ ଦୁବାଇରେ ଏଭଳି ଏକ ଆଇସ୍‌କ୍ରିମ୍ ମିଳୁଛି, ଯେଉଁଥରେ ସୁନା ପକାଯାଇ ପରଷା ଯାଉଛି। ଏହାର ଦାମ୍ ୬୦ ହଜାର ଟଙ୍କା ହୋଇଥିବାବେଳେ ୨୦୧୫ ମସିହାରେ ଦୁବାଇର ସ୍କୁପି କେଫେରେ ଏହାକୁ ଲଞ୍ଚ କରାଯାଇଥିଲା । ଏହାକୁ ବିଶ୍ବର ସବୁଠୁ ଦାମୀ ଆଇସ୍‌କ୍ରିମ୍ ଭାବେ ବିବେଚନା କରାଯାଏ। ‘ବ୍ଲାକ୍ ଡାଇମଣ୍ଡ’ ନାମକ ଏହି ଆଇସ୍‌କ୍ରିମ୍‌ରେ ୨୩ କ୍ୟାରେଟ୍‌ର ସୁନାର ବ୍ୟବହାର କରାଯାଇଛି। ଏତଦ୍‌ବ୍ୟତୀତ ଏଥିରେ ମାଡାଗାସ୍କର ଭାନିଲା ଆଇସ୍‌କ୍ରିମ୍, ଇରାନ୍‌ର କେସର ଓ ବ୍ଲାକ୍ ଟଫଲ୍‌ର ମଧ୍ୟ ବ୍ୟବହାର କରାଯାଇଛି । ଏହି କାରଣରୁ ‘ବ୍ଲାକ୍ ଡାଇମଣ୍ଡ’ ଆଇସ୍‌କ୍ରିମ୍‌ର ଦାମ୍ ଏତେ ଅଧିକ । ନିକଟରେ ଦୁବାଇ ଗସ୍ତ ସମୟରେ ଅଭିନେତ୍ରୀ ତଥା ଟ୍ରାଭେଲ୍ ବ୍ଲଗର ଶେନାଜ୍ ଟ୍ରେଜେରୀ ଏହି ଆଇସ୍କ୍ରିମ୍ ବିଷୟରେ କହିଥିଲେ। ଆଇସକ୍ରିମ ଖାଇବାର ଏକ ଭିଡିଓ ସେୟାର କରି ଶେନାଜ୍ କ୍ୟାପସନରେ ଲେଖିଥିଲେ ‘ଏମିତି କେଉଁ ଜିନିଷ ଅଛି, ଯାହା ଟଙ୍କା ଦ୍ବାରା କିଣା ଯାଇପାରିବ ନାହିଁ? ଗୋଟିଏ ଆଇସ୍କ୍ରିମ୍ ପାଇଁ ୬୦,୦୦୦ ଟଙ୍କା ! ମୁଁ ଦୁବାଇରେ ସୁନା ଖାଉଛି। ଏହା ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଆଇସ୍କ୍ରିମ୍ । ଏହି ସୁସ୍ବାଦୁ ଆଇସ୍‌କ୍ରିମ୍ ଖାଇବା ଅନୁଭୂତି ସ୍ବତନ୍ତ୍ର । ସେମାନେ ମୋତେ ଫ୍ରିରେ ଏହାକୁ ଖାଇବାକୁ ଦେଇଛନ୍ତି।’

ଆଇସ୍‌କ୍ରିମ୍‍ ନେଇଗଲେ ପିସିଆର୍‍ କର୍ମଚାରୀ
ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ ପିସିଆର କର୍ମଚାରୀଙ୍କ ଉତ୍ପାତ ବଢ଼଼ିବାରେ ଲାଗିଛି। ରବିବାର ଅପରାହ୍ଣ ୩ଟା ସମୟରେ ସିଟି ମହିଳା ମହାବିଦ୍ୟାଳୟର ନିକଟରେ ଥିବା ଟ୍ରାଫିକ୍‍ ଛକ ପାଖରେ ବ୍ରହ୍ମପୁରର ଶଙ୍କର ସ୍ୱାଇଁ ନାମକ ଜଣେ ଆଇସ୍‍କ୍ରିମ୍‍ ଦୋକାନୀଙ୍କଠାରୁ ୩ଜଣ ପିସିଆର୍‍ କର୍ମଚାରୀ ୫ ଶହ ଟଙ୍କାର ଆଇସ୍କ୍ରିମ୍‍ ଜୋର୍‍ ଜବରଦସ୍ତ ନେଇ ଯାଇଛନ୍ତି। ସେମାନଙ୍କ ମଧ୍ୟରୁ ୨ଜଣ ନିଶାଗ୍ରସ୍ତ ଅବସ୍ଥାରେ ଥିବା ସେମାନଙ୍କ ହାବଭାବରୁ ଜଣାପଡୁଥିବା ଶଙ୍କର କହିଛନ୍ତି। ଅଭିଯୋଗ ଅନୁଯାୟୀ ସେମାନେ ପ୍ରଥମେ ଶଙ୍କର ନିକଟକୁ ଆସି ସଟ୍‍ଡାଉନରେ କାହିଁକି ଦୋକାନ ଖୋଲିଛୁ ବୋଲି ଧମକାଇଥିଲେ। ପରେ ଶଙ୍କରଙ୍କୁ ଗାଳି ଗୁଲଜ କରିଥିଲେ।

ଏପରିକି ଆମେ ମଦ ପିଇଛୁ, ପାଟି ଖରାପ ଲାଗୁଛି, ଆଇସ୍‍କ୍ରିମ୍‍ ଦେ। ନହେଲେ ତୋ ନାମରେ ମହାମାରୀ ଆକ୍ଟ ଲଗାଇ ଦେବୁ ବୋଲି ଧମକାଇଥିଲେ ପିସିିଆର୍‍ କର୍ମଚାରୀ। ଏ ସମ୍ପର୍କରେ ଶଙ୍କରଙ୍କ ଅଭିଯୋଗର ଏକ ଅଡ଼ିଓ ଭାଇରାଲ ହୋଇଛି।

କେବଳ ଶଙ୍କର ନୁହେଁ, ସେହିଭଳି ଇନ୍‍ଫୋସିଟି ଥାନା କିଟ୍‍ ଛକ ନିକଟରେ ଥିବା ଏକାଧିକ ହୋଟେଲରୁ ଏଭଳି ଭାବେ ପିସିଆର କର୍ମଚାରୀ୍‍ ଧମକାଇ ଖାଦ୍ୟ ନେଉଛନ୍ତି। ପୁଣି ମନଇଚ୍ଛା ମର୍ଟନ ଏବଂ ଚିକେନ୍‍ ନେଉଛନ୍ତି। ଥରକେ ୩ହଜାର ଟଙ୍କାର ଖାଦ୍ୟ ସେମାନେ ନେଉ ଥିବା ହୋଟେଲ ମାଲିକ ଅଭିଯୋଗ କରିଛନ୍ତି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ, କେଉଁ ପିସିଆର ଭ୍ୟାନ୍‍ର ଡ୍ରାଇଭର ଏଭଳି କରୁଛନ୍ତି ଚିହ୍ନଟ କରାଯିବ। ଯଦି ସେମାନଙ୍କ ବିରୋଧରେ ପ୍ରମାଣ ମିଳେ ତେବେ କାର୍ଯ୍ୟାନୁଷ୍ଠାନ ନିଆଯିବ।