3rd Wave of Corona - The Sakala

ସମ୍ଭାବ୍ୟ ତୃତୀୟ ଲହର ପ୍ରତିହତ ପାଇଁ ପୂର୍ଣ୍ଣସଜାଗ ହେବାକୁ ସମସ୍ତ ଜିଲ୍ଲା ପ୍ରଶାସନକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ
ଭୁବନେଶ୍ୱର : କୋଭିଡ୍-୧୯ ର ସମ୍ଭାବ୍ୟ ତୃତୀୟ ଲହର ପ୍ରତିରୋଧ ନିମନ୍ତେ ପୂର୍ଣ୍ଣ ପ୍ରସ୍ତୁତ ଓ ସକ୍ରିୟ ରହିବାକୁ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ସବୁ ଜିଲ୍ଲାର ଜିଲ୍ଲାପାଳ, ଏସ୍.ପି. ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟ ଲୋକସେବା ଭବନରୁ ଭିଡ଼ିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଶ୍ରୀ ମହାପାତ୍ର ଏହି ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ କହିଥିଲେ ଯେ ବର୍ତ୍ତମାନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଶିକ୍ଷାଦାନ ଆରମ୍ଭ ହୋଇଛି । ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ପାଇଛି । ଜିବୀକା ନିର୍ବାହ ସହିତ ସଂପୃକ୍ତ ସମସ୍ତ ଅନୁଷ୍ଠାନ, ସଂସ୍ଥା ଏବଂ କାର୍ଯ୍ୟକ୍ରମଗୁଡ଼ିକ ପୁନଃ ଆରମ୍ଭ ହୋଇଛି । ତେଣୁ ଏହି ସମୟରେ ସମ୍ଭାବ୍ୟ ତୃତୀୟ ଲହରର ପ୍ରଭାବ ରୋକିବା ନିମନ୍ତେ ଆମକୁ ଅଧିକ ସତର୍କ, ସଜାଗ ଓ କ୍ରିୟାଶୀଳ ହେବାକୁ ପଡ଼ିବ ।ମଣ୍ଡଳ ଉନ୍ନୟନ ଅଧିକାରୀ, ସରପଂଚ, ୱାର୍ଡମେମ୍ବର, ଅଙ୍ଗନାବାଡ଼ି କର୍ମୀ, ଗ୍ରାମ ଓ ପଂଚାୟତ ସ୍ତରୀୟ ସରକାରୀ କର୍ମଚାରୀ ଏବଂ ସ୍ୱେଚ୍ଛାସେବୀ ମାନଙ୍କ ମାଧ୍ୟମରେ ସବୁ ଅଂଚଳର ବାସ୍ତବ ସ୍ଥିତି ବିଷୟରେ ସଠିକ୍ ସୂଚନା ସଂଗ୍ରହ ସହ କୌଣସି ସ୍ଥାନରେ କୋଭିଡ୍ ସଂକ୍ରମଣ ଜଣାପଡ଼ିବା ମାତ୍ରେ ଲକ୍ଷଣ ପ୍ରକାଶ ପାଇବାମାତ୍ରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । ଏହାଛଡ଼ା ଘରକୁ ଘର ଅଭିଜାନ ମାଧ୍ୟମରେ କୋଭିଡ୍ ଟିକାକରଣକୁ ଅଧିକ ତ୍ୱରାନ୍ୱିତ କରିବା ପାଇଁ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ ।

ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଥିଲେ ଯେ କୋଭିଡ୍ ପରିଚାଳନାରେ ଓଡ଼ିଶା ଆନ୍ତର୍ଜାତିକ ସ୍ୱୀକୃତି ପାଇଛି । କୋଭିଡ୍ ଟିକାକରଣରେ ସମଭାବେ ଆଗୁଆ ହୋଇ ଏହି ସୁନାମ ବଜାୟ ରଖିବା ପାଇଁ ଶ୍ରୀ ଜେନା ଜିଲ୍ଲାପାଳମାନଙ୍କୁ ପରାମର୍ଶ ଦେଇଥିଲେ । ଟିକାକରଣର ଗ୍ରାମ ସ୍ତରୀୟ କାର୍ଯ୍ୟ-ଯୋଜନାକୁ ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟାନ୍ୱୟନ କରିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ରାଜକୁମାର ଶର୍ମା କହଥିଲେ ଯେ କେତେକ ଦେଶରେ କୋଭିଡ୍ର ଏକ ନୂଆ ମିଶ୍ରିତ ପ୍ରକାର ଦେଖାଇଛି । ଏହା ଅଧିକ ମିଶ୍ରିତ ଏବଂ ତୀବ୍ର ହେବାର ସମ୍ଭାବନା ରହିଛି । ତେଣୁ ୧୮ ରୁ ଉର୍ଦ୍ଧ୍ଵ ସମସ୍ତ ନାଗରିକଙ୍କର ଶତ ପ୍ରତିଶତ ଟିକାକରଣ ଆମ ପାଇଁ ଏକ ବଡ଼ ପ୍ରତିରୋଧକ ହେବ । କୋଭିଡ୍ ପରୀକ୍ଷା କଲାବେଳେ ‘ଜେନୋମିକ୍ ସିକୁଏନ୍ସିଂ’ କରାଇବା ପାଇଁ ମଧ୍ୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଶର୍ମା ନିର୍ଦ୍ଦେଶ ଦେଇଥିଲେ ।

କୋଭିଡ୍ ନିରାକରଣ ବ୍ୟବହାର ଯଥା ମାସ୍କ ପରିଧାନ, ସାମାଜିକ ଦୂରତା ରକ୍ଷା ଏବଂ ସାନିଟାଇଜର ବ୍ୟବହାର ଆଦିକୁ କଡାକଡି ଭାବେ ପ୍ରବର୍ତ୍ତନ କରାଇବାକୁ ମୁଖ୍ୟ ଶାସନ ସଚିବ ଶ୍ରୀ ମହାପାତ୍ର ନିର୍ଦ୍ଦେଶ ଦେଇଥିଲେ । ନିୟମ ଭଙ୍ଗ କରୁଥିବା ବ୍ୟକ୍ତି ବା ଅନୁଷ୍ଠାନଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ, ଜୋରିମାନା ଆଦାୟ ଆଦିକୁ ଅଧିକ ସଘନ ଓ ବ୍ୟାପକ କରିବାକୁ ମଧ୍ୟ ସେ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍-୧୯ ମୃତକଙ୍କ ଉତ୍ତରାଧିକାରୀଙ୍କୁ ଅନୁକଂପା ସହାୟତା ରାଶି ପ୍ରଦାନ ବିଷୟ ବୈଠକର ଆଲୋଚନାରେ ସ୍ଥାନ ପାଇଥିଲା । ଏହି ପ୍ରକ୍ରିୟାକୁ ଜନ ସାଧାରଣଙ୍କ ନିମନ୍ତେ ଅଧିକ ସରଳ ଓ ସୁଗମ କରିବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଥିଲେ । କୋଭିଡ୍ ଅଡିଟେଡ୍ ମୃତକଙ୍କ ନିକଟ ସଂପର୍କୀୟଙ୍କୁ ଅନୁକଂପା ରାଶି ପ୍ରଦାନ ନିମନ୍ତେ ପ୍ରକ୍ରିୟାଗତ ଆବଶ୍ୟକତା ପ୍ରତିବନ୍ଧକ ହେବା ଉଚ୍ଚିତ୍ ନୁହେଁ ବୋଲି ଉନ୍ନୟନ କମିଶନର ଶ୍ରୀ ଜେନା ନିର୍ଦ୍ଦେଶ ଦେଇଥିଲେ । ସବୁ ଜିଲ୍ଲାର ଜିଲ୍ଲାପାଳ, ଆରକ୍ଷୀ ଅଧିକ୍ଷକ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀମାନେ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ଜିଲ୍ଲାର କୋଭିଡ୍ ସ୍ଥିତି, ପ୍ରତିରୋଧାତ୍ମକ କାର୍ଯ୍ୟଯୋଜନା ଏବଂ ଅନୁକଂପା ରାଶି ସମ୍ବନ୍ଧିତ ସଦ୍ୟତନ ତଥ୍ୟ ଉପସ୍ଥାପନ କରିଥିଲେ । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ବରିଷ୍ଠ ଅଧିକାରୀମାନେ ବୈଠକରେ ଯୋଗଦେଇଥିଲେ ।

ଲକ୍ଷଣ ବଦଳାଉଛି କରୋନା, ସାମାନ୍ୟ ଥଣ୍ଡା ଜ୍ୱର ହେଲେ ତୁରନ୍ତ କରନ୍ତୁ ଟେଷ୍ଟ
ଭୁବନେଶ୍ବର : ଲକ୍ଷଣ ବଦଳାଉଛି କରୋନା। ଏବେ ସାମାନ୍ୟ ଥଣ୍ଡା ଜ୍ୱର ହେଲେ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି। ତେଣୁ ଥଣ୍ଡା ଜ୍ଵର ହେବା ମାତ୍ରେ ତୁରନ୍ତ ଟେଷ୍ଟ କରିବାର ଆବଶ୍ୟକତା ରହିଛି। ଟେଷ୍ଟ କଲେ ନିଜେ ସୁରକ୍ଷିତ ହେବା ସହ ଅନ୍ୟମାନଙ୍କୁ ସୁରକ୍ଷିତ ହୋଇପାରିବେ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।

ସୁନ୍ଦରଗଡ ଓ ବୁର୍ଲ ରେ ସଂକ୍ରମଣ କୁ ନେଇ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ। କାରଣ କିଛି ନିର୍ଦ୍ଦିଷ୍ଟ ଅଞ୍ଚଳରେ ସଂକ୍ରମଣ ହୋଇଛି। ଭିମସାର ଓ ସୁନ୍ଦରଗଡରେ ଆକ୍ରାନ୍ତ ଚିନ୍ହଟ ହେବା ପରେ ସେ ଅଞ୍ଚଳକୁ କଣ୍ଟେନମେଣ୍ଟଜୋନ୍‌ ଘୋଷଣା କରାଯାଇଛି। ବାହାର ପିଲା ଭୁତରକୁ ପ୍ରବେଶ କରିବେ ନାହିଁ। କି ଭିତର ପିଲା ବାହାରକୁ ଆସିପାରିବେ ନାହିଁ। ଏଥିପାଇଁ ରାଜ୍ୟ ସରକାର, ସ୍ବାସ୍ଥ୍ୟ ବିଭାଗ ଏବଂ ଜିଲ୍ଲା ପ୍ରଶାସନ ସଜାଗ ରହିଛନ୍ତି।

ଚିହ୍ନଟ ସମସ୍ତଙ୍କ ଆକ୍ରାନ୍ତଙ୍କ ଠାରେ ସିଭିଆରୀଟି କମ ରହିଛି। ତେଣୁ ଆତଙ୍କିତ ହେବାର କୌଣସି ଆବଶ୍ୟକତା ନାହିଁ। ଯେହେତୁ ହଷ୍ଟେଲ ରେ ପିଲାମାନେ ଏକାଠି ହୋଇ ରହୁଛନ୍ତି ତେଣୁ କିଛି ଛାତ୍ର ଛାତ୍ରୀ ସଂକ୍ରମିତ ହୋଇଛନ୍ତି। ଏଥିପାଇଁ ହଷ୍ଟେଲ ରେ ସ୍ବତନ୍ତ୍ର ଭାବରେ ସର୍ଭିଲାନ୍ସ କରାଯାଇଛି। ୪ ରୁ ୫ ଦିନ ମଧ୍ୟରେ ସଂକ୍ରମଣ ଆୟତ୍ତ କୁ ଆସିବ। ବର୍ତ୍ତମାନ ବାହାରେ କୋଭିଡ ପ୍ରୋଟୋକାଲ ଲୋକମାନେ ମନୁନାହାନ୍ତି। ଯାହାକି ଆଗାମୀ ଦିନରେ ବଡ ବିପଦ ସୃଷ୍ଟି କରିପାରେ। ତେଣୁ ସମସ୍ତ ଜନସାଧାରଣ ସଚେତନ ହେବାର ଆବଶ୍ୟକତା ରହିଛି।  ଆବଶ୍ୟକତା ଠାରୁ ଅଧିକ ଘରୁ ନବହାରିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର।

ଅନ୍ୟପଟେ ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଛନ୍ତି ଆଉ ୩୩୫ ଜଣ ନୂଆ କରୋନା ଆକ୍ରାନ୍ତ। ଏମାନଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରୁ ୧୯୭ ଜଣ ଚିହ୍ନଟ ହୋଇଥିବା ବେଳେ ସ୍ଥାନୀୟ ସଂକ୍ରମଣଙ୍କ ସଂଖ୍ୟା ୧୩୮ ଜଣ ରହିଛନ୍ତି। ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍‌ ବୟସର ୪୭ ଜଣ ପଜିଟିଭ ରହିଛନ୍ତି।

ଅଯଥା ଭ୍ରମଣ କରନ୍ତୁ ନାହିଁ, ପର୍ଯ୍ୟଟକଙ୍କ ଭିଡ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ- ଆଇସିଏମ୍ଆର୍
ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି। ସକ୍ରିୟ ରୋଗୀସଂଖ୍ୟା ୨୦୨୦ ମାର୍ଚ୍ଚ ପରଠାରୁ ସବୁଠାରୁ କମ୍ ରହିଛି । ମହାମାରୀ ପ୍ରଭାବ ହ୍ରାସ ପାଉଥିବ ଦେଖ୍ ଲୋକେ କଟକଣା ପାଳନ କରିବାରେ ଅବହେଳା କରୁଛନ୍ତି। ଏହାକୁ ନେଇ ବିଶେଷଜ୍ଞମାନେ ଚିନ୍ତା ପ୍ରକଟ ଫେବୃଆରୀ ଓ ମାର୍ଚ୍ଚରେ ଶୀର୍ଷ କରିଛନ୍ତି। ଏବେ ଇଣ୍ଡିଆନ ଛୁଇଁପାରେ ସଂକ୍ରମଣ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର) ତୃତୀୟ ଲହରକୁ ନେଇ ଚେତାବନୀ ଜାରି କରିଛି। ଆଇସିଏମଆର ଏବଂ ଲଣ୍ଡନ ଇମ୍ପେରିଆଲ କଲେଜ ମିଳିତ ଭାବେ ଏକ ଅଧ୍ୟୟନ କରିଛନ୍ତି। ଏହା ଅନୁଯାୟୀ ଅଯଥା ଯାତ୍ରା କରିବା ଦ୍ବାରା ଭାରତରେ ତୃତୀୟ ଲହରର ସ୍ଥିତି ଅଧିକ ଖରାପ ହୋଇପାରେ। ଆସନ୍ତା ବର୍ଷ ଫେବୃଆରୀ ଏବଂ ମାର୍ଜ ମଧ୍ୟରେ ସଂକ୍ରମଣ ଶୀର୍ଷ ଛୁଇଁପାରେ । ଦେଢ ବର୍ଷ ହେଲା ଘରେ ବନ୍ଦୀ ହୋଇ ରହିଥିବା ଲୋକେ ଏବେ ଯାତ୍ରା କରିବା ପାଇଁ ବାହାରିଛନ୍ତି। ସେମାନେ ଅଯଥା ଯାତ୍ରାରୁ ନିବୃତ ରହିବା ଦରକାର। ପର୍ଯ୍ୟଟକଙ୍କ ଭିଡ ସଂକ୍ରମଣ ବ୍ୟାପିବାରେ ସହାୟକ ହେବ। ପର୍ଯ୍ୟଟକଙ୍କ ବ୍ୟତୀତ ସ୍ଥାନୀୟ ଅଧ୍ୟାବାସୀ ଏବଂ କର୍ତ୍ତୃପକ୍ଷ ଏହା ବୁଝିବା ଦରକାର। ଲୋକେ କରୋନା କଟକଣା ପାଳନ କରିବା ଉଚିତ । ଏଥିରେ ଅବହେଳା କଲେ ପୁଣି ଲକଡାଉନ ଲାଗିପାରେ।

ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁଙ୍କ ପାଇଁ ରାଜ୍ଯସରକାରଙ୍କ ଆଗୁଆ ପଦକ୍ଷେପ
କଟକ: ସମ୍ଭାବ୍ୟ ତୃତୀୟ ଲହରକୁ ଦୃଷ୍ଟିରେ ରଖି ଶିଶୁଙ୍କ ପାଇଁ ରାଜ୍ଯସରକାର ଆଗୁଆ ପଦକ୍ଷେପ ନେଉଛନ୍ତି। କଟକ ଶିଶୁଭବନକୁ ସେଣ୍ଟର ଅଫ ଏକ୍ସଲେନ୍ସ ଘୋଷଣା କରାଯାଇଛି। କରୋନାରେ ଶିଶୁ ସଂକ୍ରମଣର ମୁକାବିଲା ପାଇଁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି। ଶିଶୁଭବନରେ ୪୦ଟି ସାଧାରଣ ବେଡ୍ ଓ ୧୦ଟି ଆଇସିୟୁ ରହିବ। ପ୍ରତି ବେଡକୁ ଅକ୍ସିଜେନ୍ ଗ୍ୟାସ ପାଇପଲାଇନ ବ୍ୟବସ୍ଥା କରାଯିବ ବୋଲି ଘୋଷଣା କରାଯାଇଛି। ଶିଶୁଭବନ ପ୍ରଥମ ଫ୍ଲୋରରେ ବେଡ୍ ବ୍ୟବସ୍ଥା କରାଯିବ। କରୋନାର ସମ୍ଭାବ୍ୟ ତୃତୀୟ ଲହରକୁ ନଜରରେ ରଖି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ସ୍ୱାସ୍ଥ୍ୟ ବିଭାଗ ଏସିଏସଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ଏହି ନିଷ୍ପତ୍ତି ହୋଇଛି। କୋଭିଡ ନିୟମରେ ସ୍ୱତନ୍ତ୍ର ପ୍ରବେଶ ଓ ପ୍ରସ୍ଥାନ ପଥ ରହିବ। ଆବଶ୍ୟକ ପରିମାଣର ଏସି ମଧ୍ୟ ସ୍ଥାପନ କରାଯିବ। ସୁପରିନଟେଣ୍ଡେଣ୍ଟ ଦେଇଥିବା ତାଲିକା ଅନୁଯାୟୀ ସରଞ୍ଜାମ ଯୋଗାଣ ସେପ୍ଟେମ୍ବର ପହିଲା ସୁଦ୍ଧା ସବୁ ସରଞ୍ଜାମ ସ୍ଥାପନ କରିବାକୁ ନିଷ୍ପତ୍ତି କରାଯାଇଛି। ରାଜ୍ୟ ଅର୍ଥରେ ସବୁ ବ୍ୟବସ୍ଥା କରାଯିବ।

ଦେଶରେ ଜୁଲାଇ ୪ ତାରିଖରୁ ଆସି ସାରିଛି କରୋନାର ତୃତୀୟ ଲହର !
ହାଇଦ୍ରାବାଦ: ହାଇଦ୍ରାବାଦର ଜଣେ ବିଶିଷ୍ଟ ବୖେଜ୍ଞାନିକ ଦାବି କରିଛନ୍ତି କି ଜୁଲାଇ ୪ ତାରିଖରୁ ଦେଶରେ କରୋନାର ତୃତୀୟ ପ୍ରବାହ ଆସିସାରିଛି ବୋଲି । ଜଣାଶୁଣା ଭୗେତିକ ବିଜ୍ଞାନୀ ଡ. ବିପିନ ଶ୍ରୀବାସ୍ତବ ଗତ ୧୫ ମାସର ସଂକ୍ରମଣ ସଂଖ୍ୟା ଓ ମୃତ୍ୟୁ ହାରକୁ ଦେଖି ଏଭଳି ଆକଳନ କରିଛନ୍ତି ।

ବୖେଜ୍ଞାନିକ ଶ୍ରୀବାସ୍ତବ କହିଛନ୍ତି ଯେ ଜୁଲାଇ ୪ ତାରିଖରୁ କରୋନା ସଂକ୍ରମଣର ନୂଆ ମାମଲା ଏବଂ ମୃତ୍ୟୁ ହାର ସୂଚାଇ ଦେଉଛି ଯେ ଦେଶରେ ତୃତୀୟ ପ୍ରବାହ ଆସିସାରିଛି। ଏହି ରେଟ୍ ଫେବୃଆରୀ ୨୦୨୧ର ପ୍ରଥମ ସପ୍ତାହ ଭଳି ରହିଛି । ସେ ସମୟରେ କରୋନାର ଦ୍ୱିତୀୟ ପ୍ରବାହ ଦେଶରେ ପଶିଥିଲା । ଯାହା ଏପ୍ରିଲରେ ଶିଖରରେ ପହଞ୍ଚିଥିଲା।

ଶ୍ରୀବାସ୍ତବ ଆହୁରି ମଧ୍ୟ ଚେତାବନୀ ଦେଇଛନ୍ତି ଯେ ଯଦି ଲୋକମାନେ କରୋନା ପ୍ରୋଟୋକଲ୍ ଠିକ୍ ଭାବେ ଅନୁସରଣ ନକରନ୍ତି, ତେବେ ତୃତୀୟ ଲହର ପିକ୍ ଧରିପାରେ । ଏହାକୁ ନିୟନ୍ତ୍ରଣରେ ରଖିବା ପାଇଁ ଲୋକଙ୍କୁ ସାମାଜିକ ଦୂରତା, ପରିମଳ, ମାସ୍କ ପିନ୍ଧିବା ଏବଂ ଟୀକାକରଣ ଭଳି ପ୍ରୋଟୋକଲକୁ କଡାକଡି ଭାବେ ଅନୁସରଣ କରିବାକୁ ପଡିବ ।

କରୋନାର ପ୍ରାୟ ୪୬୧ ଦିନର ଡେଥ୍ ରେଟର ବିଶ୍ଳେଷଣକୁ ଆଧାର କରି ଡକ୍ଟର ଶ୍ରୀବାସ୍ତବ ତିନୋଟି ମେଟ୍ରିକ୍ସ ପ୍ରସ୍ତୁତ କରିଛନ୍ତି। ଏଥିମଧ୍ୟରୁ ଗୋଟିଏ ମେଟ୍ରିକ୍ସ ସୂଚିତ କରେ ଯେ କରୋନାର ତୃତୀୟ ପ୍ରବାହ ଜୁଲାଇ ୪ରେ ପହଞ୍ଚିଛି । ସେ ଏହି ମେଟ୍ରିକର ନାମ କୋଭିଡ-୧୯ ‘ଡେଲି ଡେଥ୍ ଲୋଡ୍(ଡିଡିଏଲ୍) ନାମ ରଖାଯାଇଛି । ସେ ପ୍ରତି ୨୪ ଘଣ୍ଟାରେ ଡିଡିଏଲକୁ କାଲକୁଲେଟ୍ କରିଥିଲେ ।

ଏହି ଅଧ୍ୟୟନ ଏଭଳି ଏକ ସମୟରେ ଆସିଛି ଯେତେବେଳେ ସରକାର କ୍ରମାଗତ ଭାବରେ ଲୋକଙ୍କୁ କୋଭିଡ ନିୟମାବଳୀ ମାନିବାକୁ ନିବେଦନ କରୁଛନ୍ତି। ଏମିତିକି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ବାରମ୍ବାର କୁହାଯାଇଛି ଯେ ଲୋକମାନେ ବର୍ତ୍ତମାନ ସତର୍କ ରହିବା ନିହାତି ଆବଶ୍ୟକ। କାରଣ କରୋନା ସରିନାହିଁ । ହେଲେ ମାର୍କେଟ୍ ଓ ହିଲ୍ ଷ୍ଟେସନ ଗୁଡିକରେ ଯେପରି ଜନସମାଗମ ହେଉଛି ତାହାକୁ ଦେଖିଲେ ଲାଗୁଛି ଯେପରି ଲୋକମାନେ ଭାବୁଛନ୍ତି କରୋନା ସରିଯାଇଛି ବୋଲି ।

ତେବେ ଯଦି ଲୋକମାନେ ଏଭଳି ମନୋଭାବ ପରିବର୍ତ୍ତନ ନକରନ୍ତି ତାହେଲେ କୋହଳ ହୋଇଥିବା କଟକଣା ଗୁଡିକୁ ପୁଣି ପ୍ରତ୍ୟାହାର କରାଯାଇପାରେ ।