bijubabu - The Sakala

ଭୁବନେଶ୍ବରରେ ପହଞ୍ଚିଲା ବିଜୁ ବାବୁଙ୍କ ଅତିପ୍ରିୟ ବିମାନ ‘ଡାକୋଟା’
ଭୁବନେଶ୍ବର: ଭୁବନେଶ୍ବରରେ ପହଞ୍ଚିଲା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସନ୍ତକ ଡାକୋଟା। ପ୍ରଥମେ ଲକ୍ଷ୍ମଣନାଥ ଟୋଲଗେଟ ପରେ ବାଲେଶ୍ବର, ଚଣ୍ଡିଖୋଲ ଓ କଟକ ଅତିକ୍ରମ କରି ରାଜଧାନୀରେ ପହଞ୍ଚିଛି। କୋଲକାତାର ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଭୁବନେଶ୍ବର ଆସିଛି ଡାକୋଟା ।

ଡାକୋଟାର ବଭିନ୍ନ ଅଂଶକୁ ୩ଟି ଲରିରେ ଲୋଡ୍ କରି ଓଡ଼ିଶା ଆଣିଛି ଏରୋ ସ୍ପେସ୍ ରିସର୍ଚ୍ଚ ଆଣ୍ଡ ଡେଭଲପମେଣ୍ଟ ସଂସ୍ଥାର ଇଞ୍ଜିନିୟର। ଏଆରଡିସିର ୧୦ ଜଣିଆ ଟିମ୍ ୧୨ ଦିନ ଧରି ବିମାନ ଖୋଲିବା କାମରେ ନିୟୋଜିତ ହୋଇଥିଲେ। ବିମାନଟିକୁ ସୁରକ୍ଷାର ସହିତ ସୀମା ପାର କରାଇବା ପାଇଁ ପଶ୍ଚିମବଙ୍ଗ ସରକାରଙ୍କ ପକ୍ଷରୁ ପୋଲିସ ମୁତୟନ କରାଯାଇଥିଲା। ଓଡ଼ିଶା ସୀମାରେ ପହଞ୍ଚିବା ପରେ ଡାକୋଟାକୁ ବାଲେଶ୍ବର, ଭଦ୍ରକ, ଯାଜପୁର, କଟକ ଦେଇ ଭୁବନେଶ୍ବର ଅଣାଯାଇଛି। ଏନେଇ ସଂପୃକ୍ତ ଜିଲ୍ଲା ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।

ବିଜୁବାବୁଙ୍କୁ ମରଣୋତ୍ତର ଭାରତରତ୍ନ ସମ୍ମାନ ଦାବି କଲା ଜେଡିୟୁ
ଭୁବନେଶ୍ୱର: ରାଜ୍ୟ, ଦେଶ ଓ ଦେଶ ବାହାରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ରାଷ୍ଟ୍ରପ୍ରୀତି, ବୀର ଗାଥା ସର୍ବଜନବିଦିତ। ଏକ ସମୟରେ ଦେଶର ଶୀର୍ଷ ରାଜନୈତିକ ନେତୃତ୍ୱଙ୍କ ନେତା ଭାବରେ ସେ ନିଜକୁ ପ୍ରତିଷ୍ଠିତ କରିବାକୁ ସକ୍ଷମ ହୋଇଥିଲେ। ରାଜ୍ୟ ଓ ଦେଶ ପାଇଁ ତାଙ୍କର ଅବଦାନ ଅନସ୍ୱୀକାର୍ଯ୍ୟ। ଏହା ସତ୍ତ୍ବେ ଦେଶ ତାଙ୍କୁ ଉପଯୁକ୍ତ ସମ୍ମାନ ଦେଇନାହିଁ । ତାଙ୍କୁ ଭାରତ ରତ୍ନ ପ୍ରଦାନ ପାଇଁ ହୋଇଥିବା ଦାବିକୁ କେନ୍ଦ୍ର ସରକାର ଗ୍ରହଣ କରିନାହାନ୍ତି । ବିଜୁଙ୍କୁ ମରଣୋତ୍ତର ଭାରତ ରତ୍ନ ପ୍ରଦାନ ପାଇଁ ବିଭିନ୍ନ ସମୟରେ କେନ୍ଦ୍ର ସରକାରଙ୍କ ନିକଟକୁ ପ୍ରସ୍ତାବ ଯାଇଛି। ବିଜୁ ଜନତା ଦଳ ଏ ପ୍ରସଙ୍ଗରେ କେନ୍ଦ୍ର ନିକଟରେ ପୂର୍ବରୁ ଦାବି କରିଛି। ସଂସଦର ଉଭୟ ସଦନରେ ବିଜୁ ଜନତା ପକ୍ଷରୁ ବହୁ ବାର ବିଜୁ ବାବୁଙ୍କୁ ଭାରତ ରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରାଯାଇଛି। ଏବେ ଜେଡ଼ି (ୟୁ) ଉଠାଇଛି ବିଜୁଙ୍କୁ ଭାରତ ରତ୍ନ ପ୍ରସ୍ତାବ । ସ୍ୱତନ୍ତ୍ର ଭାରତ ଗଠନରେ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କର ଅତୁଳନୀୟ ଅବଦାନ ରହିଛି । ମାତ୍ର କଂଗ୍ରେସ ଓ ବିଜେପି ସରକାର ବିଜୁବାବୁଙ୍କ ଭାରତ ରତ୍ନ ଦେବା ନେଇ ପ୍ରୟାସ କରିନାହାଁନ୍ତି । ବିଜୁ ବାବୁଙ୍କ ଅବଦାନକୁ ଚିର ସ୍ମରଣୀୟ କରି ରଖିବା ପାଇଁ ତାଙ୍କୁ ମରଣୋତ୍ତର ଭାରତରତ୍ନ ପ୍ରଦାନ କରାଯାଉ ବୋଲି ଦାବି କରିଛି ଜେଡିୟୁ।

ସୋମବାର ଜେଡିୟୁ ନେତା କେ ସି ତ୍ୟାଗୀ ସାମ୍ବାଦିକ ସମ୍ମିଳନୀରେ ବିଜୁଙ୍କ ପ୍ରତି କେନ୍ଦ୍ରର ବିଜେପି ଓ କଂଗ୍ରେସ ସରକାରଙ୍କ ଉପେକ୍ଷା ମନୋଭାବକୁ କଟୁ ସମାଲୋଚନା କରିଛନ୍ତି। ଶ୍ରୀ ତ୍ୟାଗୀ କହିଛନ୍ତି ଯେ ବିଜୁ ପଟ୍ଟନାୟକଙ୍କର କାର୍ଯ୍ୟଶୈଳୀ ଓ ରାଷ୍ଟ୍ରପ୍ରେମ ସ୍ୱତନ୍ତ୍ର ଓ ଅନନ୍ୟ ଥିଲା। ସ୍ୱାଧୀନତା ସଂଗ୍ରାମ ଓ ସ୍ୱାଧୀନତା ପରେ ଭାରତର ରାଜନୈତିକ ଚିତ୍ରପଟ୍ଟରେ ବିଜୁବାବୁଙ୍କ ଗୁରୁତ୍ୱକୁ ଯେକେହି ଅନୁଭବ କରିପାରିବେ। ଉତ୍ତରଭାରତର ନେତା ହୋଇଥିଲେ ସେ ଦେଶର ପ୍ରଧାନମନ୍ତ୍ରୀ ହୋଇପାରି ଥାଆନ୍ତେ। ତାଙ୍କୁ ଏପର୍ଯ୍ୟନ୍ତ ଭାରତରତ୍ନ ନ ମିଳିବା ବିଡ଼ମ୍ବନା। ବିଜୁ ବାବୁଙ୍କୁ ଭାରତ ରତ୍ନ ଦେବା ପାଇଁ ରାଜନୈତିକ ଦଳଗୁଡ଼ିକ ମିଳିତ ଉଦ୍ୟମ କରିବା ଦରକାର। ସେ କେବଳ ଓଡ଼ିଶାର ଗୌରବ ନୁହନ୍ତି, ଜାତୀୟସ୍ତରରେ ତାଙ୍କର ରାଜନୈତିକ ପ୍ରତିଷ୍ଠା ତତ୍କାଳୀନ ନେତାମାନଙ୍କୁ ଆଶ୍ଚର୍ଯ୍ୟଚକିତ କରିଥିଲା। ଦେଶ ପ୍ରତି ତାଙ୍କ ନିଷ୍ଠାକୁ ସମ୍ମାନ ଜଣାଇ ଭାରତରତ୍ନ ପ୍ରଦାନ କରାଯିବା ଆବଶ୍ୟକ ବୋଲି ଜେଡିୟୁ ନେତା ଶ୍ରୀତ୍ୟାଗୀ କହିଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଉପସ୍ଥିତ ଥିବା ଶ୍ରୀକାନ୍ତ ଜେନା ମଧ୍ୟ କେ ସି ତ୍ୟାଗୀଙ୍କ ଦାବିକୁ ସମର୍ଥନ କରିଛନ୍ତି।

ଡିସିସନ୍‌ ଅନ ଦି ସ୍ପଟ ନେଉଥିବା ନେତା ବିଜୁ ପଟ୍ଟନାୟକ
୧୯୭୭ ମସିହା ଏପ୍ରିଲ୍‍ ୮ ତାରିଖରେ ବିଜୁବାବୁଙ୍କର ବାଙ୍କୀରେ ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମ ଥାଏ। ସକାଳୁ ବିଜୁବାବୁ ଭୁବନେଶ୍ୱରରୁ ବାହାରି କିଛିବାଟ ଗଲାପରେ ଗାଡ଼ି ରଖିବାକୁ ଡ୍ରାଇଭରକୁ କହିଲେ। ଡ୍ରାଇଭର ଗାଡ଼ି ରଖିଲା, ବିଜୁବାବୁ ଗାଡ଼ିରୁ ଓହ୍ଲାଇଲେ। ସାଥିରେ ଥିବା ଜଣେ ସାମ୍ବାଦିକ (ସ୍ୱର୍ଗତ ବରେନ୍ଦ୍ରକୃଷ୍ଣ ଧଳ)ଙ୍କୁ ଜଣେ ବୃଦ୍ଧ ବ୍ୟକ୍ତିଙ୍କ ଆଡ଼କୁ ହାତ ଠାରି ତାଙ୍କୁ ଡାକିବାକୁ କହିଲେ। ସାମ୍ନାରେ ଆମ୍ବତୋଟା ଥିଲା। ଜଣେ ଜୀର୍ଣ୍ଣଶୀର୍ଣ୍ଣ ବ୍ୟକ୍ତି ତଳେ ପଡ଼ିଥିବା ଆମ୍ୱକାଠ ଗୋଟାଉଥିଲା।

ବୃଦ୍ଧ ବ୍ୟକ୍ତିଙ୍କୁ ଡାକିବାରୁ ସେ ପାଖକୁ ଆସିଲା। ବିଜୁବାବୁ ପଚାରିଲେ ତୁମର ବୟସ ଏବେ କେତେ ହେଲା? ସେ କହିଲା-କେଜାଣି ଚାରିକୋଡ଼ିରୁ ବେଶୀ ହେବ। ଅର୍ଥାତ ୮୦ ବର୍ଷରୁ ବେଶୀ। ବିଜୁବାବୁ ପଚାରିଲେ ଏ ଖରାବେଳଟାରେ କାଠ କାହିଁକି ଗୋଟାଉଛ। ବୁଢ଼ା କହିଲା କାଠ ନ ନେଲେ ବୋହୂ ଖାଇବାକୁ ଦେବନାହିଁ। ତୋର କେତେ ପୁଅ, ବିଜୁ ବାବୁ ପଚାରିଲେ? ବୁଢ଼ା କହିଲା ଦି’ଟା। ଗୋଟେ କଟକରେ ଅଛି। ସାନ ପୁଅ ବାଙ୍କୀ କଲେକ୍ଟର ଅଫିସରେ ପିଅନ ଅଛି। ବିଜୁବାବୁ କହିଲେ ତୋ ପୁଅ କୋଉଠି ଅଛି? ବୁଢ଼ା କହିଲା ଆଉ କେଉଁଠି ତା ମାଇକିନିଆ ପାଖରେ ଥିବ। ବିଜୁବାବୁ ପାଖରେ ଥିବା ଲୋକଙ୍କୁ କହିଲେ ଆରେ ୟା ପୁଅକୁ ଡାକିଲ।

ଅଳ୍ପ ସମୟ ପରେ ଜଣେ ମଧ୍ୟ ବୟସ୍କ ଲୋକ ପ୍ୟାଣ୍ଟ ସାର୍ଟ ପିନ୍ଧି ପହଞ୍ଚି ବିଜୁବାବୁଙ୍କୁ ମୁଣ୍ଡ ନୁଆଁଇ ନମସ୍କାର କଲା। ବିଜୁବାବୁ ତାକୁ ଚାହିଁ ୟେ ତୋ ବାପାନା ବୋଲି ପଚାରିଲେ। ସେ ହଁ ମାରିଲା। କିଛି ବୁଝିବା ପୂର୍ବରୁ ହଠାତ୍‍ ବିଜୁବାବୁ ତାକୁ ଠୋ କରି ଏକ ଚାପୁଡ଼ା ମାରିଲେ। ବିଜୁବାବୁ ଚଢ଼ା ଗଳାରେ କହିଲେ ବ୍ଲଡି ଇଡିଅଟ୍‍। ୮୨ ବର୍ଷ ବାପକୁ ଆମ୍ୱକାଠ ଗୋଟେଇବାକୁ ପଠାଉଛୁ। ବୁଢ଼ାକୁ ଡାକି ପକେଟରୁ କୋଡିଏ ଟଙ୍କା ନୋଟର ଏକ ବଣ୍ଡଲ୍‍ ଧରାଇଦେଇ କହିଲେ ୟାକୁ ରଖ। ଏ ଟଙ୍କାରୁ ଦଶଖଣ୍ଡ ପୋଷ୍ଟକାର୍ଡ କିଣିବୁ। ଯେଉଁଦିନ ତୋ ପୁଅ-ବୋହୂ ତତେ ଖାଇବାକୁ ନଦେବେ ସେଇ ପୋଷ୍ଟକାର୍ଡରେ ଲେଖି ମୋ ପାଖକୁ ପଠାଇବୁ। ମୁଁ ତୋ ପୁଅର ଚାକିରି ନେଇଯିବି। ବାକି ପଇସାରେ ତୋର ଯାହା ଇଚ୍ଛା ଖାଇବୁ। ବୁଢ଼ାର ପୁଅ ବିଜୁବାବୁଙ୍କ ଗୋଡ଼ ତଳେ ଲମ୍ୱ ହୋଇ ପଡ଼ିଯାଇ କହିଲା-ସାର୍‍ ମୋତେ କ୍ଷମା କରନ୍ତୁ। ବାପା ବଞ୍ଚିଥିବା ପର୍ଯ୍ୟନ୍ତ ତାଙ୍କୁ ମୁଁ ଭଲରେ ରଖିବି। ବିଜୁବାବୁ କହିଲେ ପୁଅର କର୍ତ୍ତବ୍ୟ କର। ସେ ଜାଗାରେ ରୁଣ୍ଡ ହୋଇଥିବା ଲୋକେ ବିଜୁବାବୁଙ୍କ ଜୟଜୟକାର ଧ୍ୱନି ଦେଲେ। ଏମିତି ଥିଲେ ବିଜୁବାବୁ। ସବୁ ଘଟଣା ସମସ୍ୟାର ସମାଧାନ ତାଙ୍କ ନିକଟରେ ଥିଲା। ଡିସିସନ ଅନ ଦି ସ୍ପଟ’ ତାଙ୍କର ଜନ୍ମଗତ ଗୁଣ ଥିଲା।

ବିଜୁ ବାବୁଙ୍କ ୧୦୫ ତମ ଜୟନ୍ତୀରେ ଅନୁଷ୍ଠିତ ହେବ ବିଶାଳ ସାଇକେଲ୍ ଶୋଭାଯାତ୍ରା ଓ ରକ୍ତଦାନ ଶିବିର
ଭୁବନେଶ୍ୱର: ଆସନ୍ତା ମାର୍ଚ୍ଚ ୫ ତାରିଖରେ ବିଜୁ ପଟ୍ଟନାୟକଙ୍କ ୧୦୫ ତମ ଜୟନ୍ତୀ ଉପଲକ୍ଷେ ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ବିଶାଳ ସାଇକେଲ୍ ଶୋଭାଯାତ୍ରା କରାଯିବ। ଏହା ସହିତ ବିଜୁବାବୁଙ୍କ ଶ୍ରାଦ୍ଧ ବାର୍ଷିକୀ ଏପ୍ରିଲ ୧୭ ପର୍ଯ୍ଯନ୍ତ ରକ୍ତଦାନ ଶିବିର ଆୟୋଜନ ପାଇଁ ନିଷ୍ପତ୍ତି ହୋଇଛି । ମାର୍ଚ୍ଚ ୫ରୁ ଏପ୍ରିଲ ୧୭ ପର୍ଯ୍ଯନ୍ତ ବିଜୁ ଯୁବ ଓ ଛାତ୍ର ଜନତା ଦଳ ଏବଂ ଓଡ଼ିଶା ମୋ ପରିବାର ଆନୁକୂଲ୍ୟରେ ଏହି କାର୍ଯ୍ଯକ୍ରମ ଆୟୋଜନ ହେବ । ବିଜୁବାବୁଙ୍କ ଜନ୍ମସ୍ଥାନ କଟକ ଆନନ୍ଦ ଭବନରୁ ଭୁବନେଶ୍ବର ବିମାନବନ୍ଦର ସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତି ପର୍ଯ୍ଯନ୍ତ ସାଇକେଲ୍ ଶୋଭାଯାତ୍ରା କରିବାକୁ ନିଷ୍ପତ୍ତି ନିଆଯାଇଛି। ଏଥିରେ ବିଜେଡି ସାଂଗଠନିକ ସଂପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସାମିଲ୍ ହେବେ । ଶୋଭାଯାତ୍ରାରେ ହଜାରହଜାର ଯୁବକ ଓ ଛାତ୍ର ଯୋଗଦେଇ ୧୯୩୨ ମସିହାରେ ବିଜୁବାବୁଙ୍କ କଟକରୁ ପେଶଓ୍ବାର ପର୍ଯ୍ଯନ୍ତ ୪ ହଜାର ୫୦୦ ମାଇଲ ସାଇକେଲ୍ ଯାତ୍ରାର ସ୍ମୃତିକୁ ଉଜ୍ଜୀବିତ କରିବେ ।