Mobile Network Connectivity - The Sakala

ଡିଜିଟାଲ୍‌ ଇଣ୍ଡିଆକୁ ଶକ୍ତ ଝଟକା: ଓଡ଼ିଶାର ୧୦୯୧ ଗାଁରେ ନାହିଁ ମୋବାଇଲ୍‌ ନେଟ୍‌ୱର୍କ, ରାୟଗଡ଼ାରେ ସର୍ବାଧିକ
ଭୁବନେଶ୍ୱର: ‘ଡିଜିଟାଲ୍‌ ଇଣ୍ଡିଆ’ ଓ ‘ଡିଜିଟାଲ୍‌ ଓଡ଼ିଶା’ର ସ୍ୱପ୍ନ ଦେଖାଉଥିବା ସରକାରଙ୍କ ଦାବି ସତ୍ତେ୍ୱ ଓଡ଼ିଶାର ହଜାରରୁ ଅଧିକ ଗାଁ ଆଜି ବି ମୋବାଇଲ୍‌ ନେଟ୍‌ୱର୍କ ସୁବିଧାରୁ ବଞ୍ଚିତ। କେନ୍ଦ୍ର ସରକାର ସଂସଦରେ ଦେଇଥିବା ସୂଚନା ଅନୁଯାୟୀ, ରାଜ୍ୟର ୫୧,୧୭୬ଟି ରାଜସ୍ୱ ଗାଁ ମଧ୍ୟରୁ ୧୦୯୧ଟି ଗାଁରେ ଏପର୍ଯ୍ୟନ୍ତ ମୋବାଇଲ୍‌ ନେଟ୍‌ୱର୍କ ପହଞ୍ଚିନାହିଁ। ଏହି ତଥ୍ୟ ଡିଜିଟାଲ୍‌ ସଂଯୋଗ କ୍ଷେତ୍ରରେ ରାଜ୍ୟର ବାସ୍ତବ ଚିତ୍ରକୁ ସାମ୍ନାକୁ ଆଣିଛି। ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓଡ଼ିଶାରେ ଜିଲ୍ଲାଭିତ୍ତିକ ମୋବାଇଲ୍‌ ନେଟ୍‌ୱର୍କ ବିହୀନ ଗାଁର ସଂଖ୍ୟା, ସେଗୁଡ଼ିକୁ ସଂଯୋଗ ପ୍ରଦାନ ପାଇଁ ସରକାରଙ୍କ ପଦକ୍ଷେପ ଏବଂ ରାଜ୍ୟରେ ୧୦୦ ପ୍ରତିଶତ ମୋବାଇଲ୍‌ କଭରେଜ୍‌ କେବେ ସୁନିଶ୍ଚିତ ହେବ ସେନେଇ ପ୍ରଶ୍ନ କରିଥିଲେ। ଏହାର ଲିଖିତ ଉତ୍ତରରେ କେନ୍ଦ୍ର ଯୋଗାଯୋଗ ଓ ଗ୍ରାମୀଣ ବିକାଶ ରାଷ୍ଟ୍ରମନ୍ତ୍ରୀ ଡ. ପେମ୍ମାସାନି ଚନ୍ଦ୍ରଶେଖର ଏହି ତଥ୍ୟ ଉପସ୍ଥାପନ କରିଛନ୍ତି।

ସରକାରଙ୍କ ତଥ୍ୟ ଅନୁଯାୟୀ, ରାୟଗଡ଼ା ଜିଲ୍ଲାର ୧୨୯ଟି ଗାଁରେ ଏପର୍ଯ୍ୟନ୍ତ ମୋବାଇଲ୍‌ ନେଟ୍‌ୱର୍କ ନାହିଁ। ଏହାପରେ କନ୍ଧମାଳର ୧୧୨, ମାଲକାନଗିରିର ୧୦୩, କଳାହାଣ୍ଡିର ୯୨, କୋରାପୁଟର ୮୫ ଏବଂ ଗଞ୍ଜାମର ୮୦ଟି ଗାଁ ମୋବାଇଲ୍‌ ସଂଯୋଗରୁ ବଞ୍ଚିତ ରହିଛି। ଏହି ସଂଖ୍ୟା ଦର୍ଶାଉଛି ଯେ ଦୁର୍ଗମ ଓ ଆଦିବାସୀ ଅଞ୍ଚଳରେ ଡିଜିଟାଲ୍‌ ବ୍ୟବଧାନ ଏବେ ବି ଗମ୍ଭୀର ସମସ୍ୟା ହୋଇ ରହିଛି। ଡିଜିଟାଲ୍‌ ଭାରତ ନିଧି ମାଧ୍ୟମରେ ବାମପନ୍ଥୀ ଉଗ୍ରବାଦ ପ୍ରଭାବିତ ଅଞ୍ଚଳ ପ୍ରକଳ୍ପ, ଆକାଂକ୍ଷୀ ଜିଲ୍ଲା ଯୋଜନା ଏବଂ ୪-ଜି ସାଚୁରେସନ୍‌ ପ୍ରକଳ୍ପ ଅଧୀନରେ ମୋବାଇଲ୍‌ ନେଟ୍‌ୱର୍କ ବିହୀନ ଗାଁଗୁଡ଼ିକୁ ସଂଯୋଗ ଯୋଗାଇବା ପାଇଁ କାମ ଚାଲିଛି। ଟେଲିକମ୍‌ ସେବା ପ୍ରଦାନକାରୀ ସଂସ୍ଥାମାନଙ୍କ ସହଯୋଗରେ ନେଟ୍‌ୱର୍କ କଭରେଜ୍‌ ବୃଦ୍ଧି କରାଯାଉଛି। ତେବେ ରାଜ୍ୟରେ ୧୦୦ ପ୍ରତିଶତ ମୋବାଇଲ୍‌ କଭରେଜ୍‌ କେବେ ସୁନିଶ୍ଚିତ ହେବ, ସେ ସମ୍ପର୍କରେ କେନ୍ଦ୍ର ସରକାର କୌଣସି ସମୟସୀମା ଘୋଷଣା କରିନାହାନ୍ତି।

ମୋବାଇଲ୍‌ ନେଟ୍‌ୱର୍କର ଅଭାବ କେବଳ ଯୋଗାଯୋଗ ସମସ୍ୟାରେ ସୀମିତ ନୁହେଁ। ଏହା ଗ୍ରାମାଞ୍ଚଳର ଶିକ୍ଷା, ସ୍ୱାସ୍ଥ୍ୟ, ସରକାରୀ ସେବା, ବ୍ୟବସାୟ ଓ ଡିଜିଟାଲ୍‌ ଅର୍ଥନୀତିକୁ ମଧ୍ୟ ପ୍ରଭାବିତ କରୁଛି। ଅସୁସ୍ଥତା, ଦୁର୍ଘଟଣା, ବନ୍ୟା କିମ୍ବା ଅନ୍ୟ ବିପର୍ଯ୍ୟୟ ସମୟରେ ଆମ୍ବୁଲାନ୍ସ, ପୁଲିସ ଓ ଅଗ୍ନିଶମ ସେବା ସହ ତୁରନ୍ତ ଯୋଗାଯୋଗ ସମ୍ଭବ ହେଉନାହିଁ। ଅନେକ ଅଞ୍ଚଳରେ ମୋବାଇଲ୍‌ ସିଗ୍ନାଲ୍‌ ପାଇବା ପାଇଁ ଲୋକଙ୍କୁ ପାହାଡ଼ କିମ୍ବା ଉଚ୍‌ଚ ସ୍ଥାନକୁ ଯିବାକୁ ପଡ଼ୁଛି। ଏହାର ସବୁଠୁ ବଡ଼ ପ୍ରଭାବ ପଡ଼ୁଛି ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ଉପରେ। ଅନଲାଇନ୍‌ ଶିକ୍ଷା, ପ୍ରତିଯୋଗିତାମୂଳକ ପରୀକ୍ଷାର ଆବେଦନ, ଡିଜିଟାଲ୍‌ ପାଠ୍ୟସାମଗ୍ରୀ ଓ କୌଶଳ ବିକାଶ ପ୍ରଶିକ୍ଷଣରୁ ଅନେକ ଗ୍ରାମୀଣ ଛାତ୍ରଛାତ୍ରୀ ବଞ୍ଚିତ ହେଉଛନ୍ତି। ସେହିପରି ଇ-ହସ୍ପିଟାଲ୍‌, ଟେଲିମେଡିସିନ୍‌, ଅନଲାଇନ୍‌ ଡାକ୍ତର ପରାମର୍ଶ, ୟୁପିଆଇ ଆଧାରିତ ଡିଜିଟାଲ୍‌ ପେମେଣ୍ଟ, ପେନ୍‌ସନ୍‌, ଛାତ୍ରବୃତ୍ତି, କୃଷି ସହାୟତା, ଆଧାର ସଂଶୋଧନ ଓ ଅନ୍ୟାନ୍ୟ ଅନଲାଇନ୍‌ ସରକାରୀ ସେବାର ଲାଭ ମଧ୍ୟ ଏହି ଗାଁଗୁଡ଼ିକର ଲୋକ ସଠିକ୍‌ ଭାବେ ପାଇପାରୁନାହାନ୍ତି।