Bahuda Yatra2026 - The Sakala

ବିଶ୍ୱ ନିୟନ୍ତାଙ୍କ ବାହୁଡ଼ା ଯାତ୍ରା: ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା
ପୁରୀ: ଜନ୍ମବେଦୀରେ ଲୀଳାଖେଳା ସାରି ଶ୍ରୀମନ୍ଦିର ଅଭିମୁଖେ ବାହୁଡ଼ିଲେ ଚତୁର୍ଦ୍ଧାମୂର୍ତ୍ତି । ଛେରାପହଁରା ନୀତି ସଂପନ୍ନ ପରେ ଆରମ୍ଭ ହେଲା ରଥଟଣା । ପ୍ରଥମେ ତାଳଧ୍ବଜ ରଥ ଟାଣିଲେ ଶ୍ରଦ୍ଧାଳୁ । ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ସାରା ପରିବେଶ । ଘଣ୍ଟ, ଶଙ୍ଖ ଓ ହରିବୋଲରେ କମ୍ପୁଛି ପୂରା ଶ୍ରୀକ୍ଷେତ୍ର । ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ରଥଟଣା । ବାହୁଡ଼ା ଯାତ୍ରାର ଏହି ଅନନ୍ୟ ମୁହୂର୍ତ୍ତକୁ ଆଖିପୁରାଇ ଦେଖିବା ଏବଂ ରଥଦଉଡ଼ି ଟିକିଏ ଛୁଇଁ ଆତ୍ମାକୁ ପବିତ୍ର କରିବା ପାଇଁ ଶ୍ରୀକ୍ଷେତ୍ରରେ ଜନସମୁଦ୍ର ସୃଷ୍ଟି ହୋଇଛି । ଶରଧାବାଲିରୁ ଆରମ୍ଭ ହୋଇଥିବା ଏହି ଦିବ୍ୟ ଯାତ୍ରା ସିଂହଦ୍ୱାରରେ ପହଞ୍ଚିବା ପରେ ସେଠାରେ ସୁନାବେଶ, ଅଧରପଣା ଓ ଶେଷରେ ନୀଳାଦ୍ରି ବିଜେ ନୀତି ସମ୍ପନ୍ନ ହେବ ।

ମହାବାହୁଙ୍କ ପବିତ୍ର ବାହୁଡ଼ା ଯାତ୍ରା ଅବସରରେ ପୁରୀର ଗଜପତି ମହାରାଜା ଦିବ୍ୟସିଂହ ଦେବ ରଥ ଉପରେ ଛେରାପହଁରା ନୀତି ସମ୍ପନ୍ନ କରିଥିଲେ । ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ରଥଟଣା ଆରମ୍ଭ ହେବା ପୂର୍ବରୁ ସେ ସୁବର୍ଣ୍ଣ ଝାଡ଼ୁରେ ତିନି ରଥର ଚାରିପାଖକୁ ଓଳାଇଥିଲେ। ପ୍ରତ୍ୟେକ ରଥ ଉପରକୁ ଯାଇ ପୁରୋହିତମାନଙ୍କ ବେଦମନ୍ତ୍ର ଉଚ୍ଚାରଣ ମଧ୍ୟରେ ସେ ସୁବର୍ଣ୍ଣ ଝାଡ଼ୁରେ ଛେରାପହଁରା କରିଥିଲେ । ଗଜପତିଙ୍କ ଛେରାପହଁରା ନୀତି ଶେଷ ହେବା ପରେ ତିନି ରଥରେ କାଠ ଘୋଡ଼ା ଯୋଚା ଯାଇଥିଲା । ଏହାପରେ ଲକ୍ଷ ଲକ୍ଷ ଭକ୍ତଙ୍କ ହରିବୋଲ ଓ ହୁଳହୁଳି ଧ୍ୱନି ମଧ୍ୟରେ ବାହୁଡ଼ା ଯାତ୍ରାର ରଥଟଣା ଆରମ୍ଭ ହୋଇଛି ।

ବାହୁଡ଼ିବେ ମହାବାହୁ; ରଥାରୁଢ଼ ହୋଇସାରିଲେଣି ବଳଭଦ୍ର ଏବଂ ଦେବୀ ସୁଭଦ୍ରା, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ
ପୁରୀ: ଶ୍ରୀମନ୍ଦିରକୁ ବାହୁଡ଼ିବେ ମହାବାହୁ । ପୁରୀରେ ଚାଲିଛି ପହଣ୍ଡି ନୀତି । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି । 'ଜୟ ଜଗନ୍ନାଥ' ଧ୍ୱନୀରେ ପ୍ରକମ୍ପିତ ହେଉଛି ପରିବେଶ । ଘଣ୍ଟ, ଶଙ୍ଖ ଓ ହରିବୋଲରେ କମ୍ପୁଛି ଶ୍ରୀକ୍ଷେତ୍ର । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କୁ ମା ସୁଭଦ୍ରାଙ୍କ ‘ଦେବଦଳନ’ ରଥରେ ସ୍ଥାପନା କରିବା ପରେ ବଡ଼ଠାକୁର ଶ୍ରୀ ବଳଭଦ୍ର ପହଣ୍ଡିରେ ଗୁଣ୍ଡିଚା ମନ୍ଦିରରୁ ଆସି ରଥାରୁଢ଼ ହୋଇଥିଲେ । ଏହାପରେ ଭଉଣୀ ସୁଭଦ୍ରାଙ୍କୁ ଶୂନ୍ୟ ପହଣ୍ଡିରେ ରଥାରୁଢ କରାଯାଇଛି । ଭାଇ ଭଉଣୀଙ୍କ ପହଣ୍ଡି ବିଜେ ପରେ ଶେଷରେ ବିଶ୍ୱବ୍ରମହାଣ୍ଡ ଗୋସାଇଁ କାଳିଆ ସାଆନ୍ତଙ୍କ ପହଣ୍ଡି ବିଜେ ଆରମ୍ଭ ହୋଇଛି ।

ଭାବ ବିନୋଦିଆ କାଳିଆ ସାଆନ୍ତକୁ ଦେଖିବା ପାଇଁ କାହିଁ କେତେ ଦୂରରୁ ଧାଇଁ ଆସିଛି ଭକ୍ତ । ରଥ, ପ୍ରସ୍ତୁତ, ପଥ ବି ପ୍ରସ୍ତୁତ କେବଳ ଅପେକ୍ଷା ତିନି ରଥକୁ ବିରାଜମାନ । ଆଉ ଗୁଣ୍ଡିଚା ଦିନ ପରି ମହାପ୍ରଭୁଙ୍କ ପରମ ସେବକ ଗଜପତି ମହାରାଜ ତିନି ରଥକୁ ଛେରା ପହଁରା ଶେଷ କରିବା ପରେ ରଥ ନିର୍ଦ୍ଦେଶକଙ୍କ ପରାମର୍ଶ କର୍ମେ ରଥଟଣା ଆରମ୍ଭ ହେବ । ଶ୍ରୀମନ୍ଦିର ପ୍ରଶାସନ ପୁସ୍ତିକା ମୁତାବକ ଅପରାହ୍‌ଣ ସାଢ଼େ ୨ଟା ସୁଦ୍ଧା ପହଣ୍ଡି ଶେଷ ହୋଇ ସାଢ଼େ ୨ଟାରୁ ସାଢ଼େ ୩ଟା ମଧ୍ୟରେ ଛେରାପହଁରା ସାରିବା ଲକ୍ଷ୍ୟ ରହିଛି। ପରେ ଚାରମାଳ ଫିଟି, ଘୋଡ଼ା ଲାଗି ଅପରାହ୍‌ଣ ୪ଟାରେ ରଥଟଣା ଆରମ୍ଭ ହେବ। ମହାପ୍ରଭୁ ରଥରେ ଶ୍ରୀନଅର ନିକଟରେ ପହଞ୍ଚିବା ପରେ ବାହୁଡ଼ା ଦଶମୀରେ ଲକ୍ଷ୍ମୀନାରାୟଣ ଭେଟ ନୀତିକାନ୍ତି ରହିଥିବାରୁ ସନ୍ଧ୍ୟା ସାଢ଼େ ୭ଟା ପୂର୍ବରୁ ରଥ ପହଞ୍ଚିବା ନେଇ ଲକ୍ଷ୍ୟ ଧାର୍ଯ୍ୟ ହୋଇଛି।