Dr Jitendra Singh - The Sakala

କେନ୍ଦ୍ରମନ୍ତ୍ରୀଙ୍କ ସହ CJP ର ଆଲୋଚନା: ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ଅଟଳ CJP, ସମୟ ମାଗିଲେ ସରକାର
ନୂଆଦିଲ୍ଲୀ: ନିଟ୍ (NEET) ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ ଏବଂ କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ଶୁକ୍ରବାର ଦିନ କେନ୍ଦ୍ର ମନ୍ତ୍ରୀ ଜେ.ପି. ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ କକରୋଚ୍ ଜନତା ପାର୍ଟି (CJP) ର ମୁଖପାତ୍ରମାନଙ୍କ ସହ ଆଲୋଚନା କରିଛନ୍ତି। ତେବେ ପାଖାପାଖି ୨ ଘଣ୍ଟା ଧରି ଚାଲିଥିବା ଏହି ବୈଠକ ଅମୀମାଂସିତ ରହିଛି, କାରଣ ସିଜେପି ନିଜର ଗୋଟିଏ ପ୍ରମୁଖ ଦାବିରେ ଅଟଳ ରହିଛି।

ସରକାରଙ୍କ ପକ୍ଷରୁ ଜେ.ପି. ନଡ୍ଡା ଏବଂ ଡକ୍ଟର ଜିତେନ୍ଦ୍ର ସିଂହ ପ୍ରତିନିଧିତ୍ୱ କରିଥିବା ବେଳେ ସିଜେପି ପକ୍ଷରୁ ଏହାର ଦୁଇ ମୁଖପାତ୍ର ସୌରଭ ଦାସ ଏବଂ ଆଶୁତୋଷ ରାଙ୍କା ଯୋଗ ଦେଇଥିଲେ। ଏହି ଆଲୋଚନା ନୂଆଦିଲ୍ଲୀସ୍ଥିତ କନଷ୍ଟିଚ୍ୟୁସନ୍ କ୍ଲବ୍ ଅଫ୍ ଇଣ୍ଡିଆ ଠାରେ ଅନୁଷ୍ଠିତ ହୋଇଥିଲା। ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ କେନ୍ଦ୍ର ମନ୍ତ୍ରୀ ନଡ୍ଡା କହିଛନ୍ତି, "ବୈଠକ ପ୍ରାୟ ଦୁଇ ଘଣ୍ଟା ଧରି ଚାଲିଥିଲା। ସେମାନଙ୍କର ୩ଟି ମୁଖ୍ୟ ଦାବି ଏବଂ ୫ଟି ସଂସ୍କାରମୂଳକ ପରାମର୍ଶ ଥିଲା। ଆମେ ଆସନ୍ତାକାଲି ପୁଣି ଥରେ ସେମାନଙ୍କୁ ଭେଟିବା ବୋଲି ଜଣାଇଛୁ।" ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ପରିବେଶରେ ସେମାନଙ୍କର ଅଭିଯୋଗକୁ ବିସ୍ତୃତ ଭାବେ ଶୁଣାଯାଇଥିଲା ବୋଲି ସେ ପ୍ରକାଶ କରିଛନ୍ତି।

ଅନ୍ୟପକ୍ଷରେ, ସିଜେପି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବିରେ ନିଜ ଜିଦ୍‌ରେ ଅଟଳ ରହିଛି। ସିଜେପି ମୁଖପାତ୍ର ଆଶୁତୋଷ ରାଙ୍କା କହିଛନ୍ତି ଯେ, "ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ନେଇ ସରକାର ଆସନ୍ତାକାଲି ଅପରାହ୍ନ ପର୍ଯ୍ୟନ୍ତ ସମୟ ମାଗିଛନ୍ତି। ତେବେ ଆତ୍ମହତ୍ୟା କରିଥିବା ନିଟ୍ ଆଶାୟୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ଛାତ୍ରମାନଙ୍କ ଉପରୁ ମାମଲା ପ୍ରତ୍ୟାହାର ଭଳି ୨ଟି ଦାବିରେ ସରକାର ରାଜି ହୋଇଛନ୍ତି।"

କେନ୍ଦ୍ର ସରକାର ଏବଂ ସିଜେପି ମଧ୍ୟରେ ଏହା ଥିଲା ଦ୍ୱିତୀୟ ପର୍ଯ୍ୟାୟର ଆଲୋଚନା। ଗୁରୁବାର ଦିନ ପିଏମ୍‌ଓ (PMO) ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂହ ସିଜେପିକୁ ଆଲୋଚନା ପାଇଁ ଆହ୍ୱାନ ଦେବା ସହ କହିଥିଲେ ଯେ ସରକାରଙ୍କ ଦ୍ୱାର ସବୁବେଳେ ଖୋଲା ଅଛି ଏବଂ ଆନ୍ଦୋଳନକାରୀ ନିଜ ସୁବିଧା ଅନୁଯାୟୀ ସମୟ ନିର୍ଦ୍ଧାରଣ କରିପାରିବେ। ଅନ୍ୟପକ୍ଷରେ, ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ଗୁରୁବାର ରାତିରେ ତାଙ୍କର ୨୬ ଦିନର ଆମରଣ ଅନଶନ ପ୍ରତ୍ୟାହାର କରିବା ପରେ ପରେ ସିଜେପି ସହ କେନ୍ଦ୍ର ସରକାରଙ୍କ ଏହି ବୈଠକ ଅନେକ ଗୁରୁତ୍ୱ ବହନ କରୁଛି।

୨୬ଦିନ ପରେ ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍, ଦେଶରେ ଶାନ୍ତି ବଜାୟ ରଖିବାକୁ ୱାଙ୍ଗଚୁକ୍ କଲେ ଅପିଲ୍
ନୂଆଦିଲ୍ଲୀ: ଅନଶନ ଭାଙ୍ଗିଲେ ସୋନମ୍ ୱାଙ୍ଗଚୁକ୍। ବିଶିଷ୍ଟ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ୍ ନିଜର ୨୬ ଦିନିଆ ଅନଶନ ଶେଷ କରିଛନ୍ତି। ମେଦାନ୍ତ ହସ୍ପିଟାଲରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେ.ପି ନଡ୍ଡା ଏବଂ ରାଷ୍ଟ୍ରମନ୍ତ୍ରୀ ଡ. ଜିତେନ୍ଦ୍ର ସିଂହଙ୍କ ଉପସ୍ଥିତିରେ ସେ ଏହି ଅନଶନ ଭାଙ୍ଗିଛନ୍ତି।

ଦୀର୍ଘ ଦିନର ଅନଶନ କାରଣରୁ ଡିହାଇଡ୍ରେସନ୍ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବାରୁ ସୋନମ ୱାଙ୍ଗଚୁକ୍ଙ୍ ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରକାଶିତ ଫଟୋ ଅନୁଯାୟୀ, ସେ ହସ୍ପିଟାଲ ବେଡରେ ବସି କେନ୍ଦ୍ରମନ୍ତ୍ରୀଙ୍କ ହାତରୁ ପାନୀୟ ଗ୍ରହଣ କରି ନିଜର ଅନଶନ ଶେଷ କରିଥିଲେ। ସରକାରୀ ପ୍ରତିନିଧି ଏବଂ ଲେହ ଲଦାଖ ଆପେକ୍ସ ବଡିର ନେତାମାନଙ୍କ ମଧ୍ୟରେ ଦୀର୍ଘ ସମୟ ଧରି ଆଲୋଚନା ପରେ ଏହି ନିଷ୍ପତ୍ତି ନିଆଯାଇଥିଲା। ବିଭିନ୍ନ ଦଳର ପ୍ରାୟ ୬୫ ଜଣ ସାଂସଦ ତାଙ୍କୁ ଭେଟି ଅନଶନ ପ୍ରତ୍ୟାହାର ପାଇଁ ଅନୁରୋଧ କରିଥିଲେ ବୋଲି ସେ ପ୍ରକାଶ କରିଛନ୍ତି।

ଦେଶର ଶିକ୍ଷା ବ୍ୟବସ୍ଥା ଓ ବିଶେଷ କରି ନିଟ୍ ପରୀକ୍ଷା ପ୍ରଶ୍ନପତ୍ର ଲିକ୍ ଘଟଣାର ପ୍ରତିବାଦରେ ସେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଆନ୍ଦୋଳନ କରୁଥିଲେ। ଦୁର୍ନୀତିରେ ସମ୍ପୃକ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ, ଆତ୍ମହତ୍ୟା କରିଥିବା ଛାତ୍ରଛାତ୍ରୀଙ୍କ ପରିବାରକୁ କ୍ଷତିପୂରଣ ଏବଂ ଯୁବ ଆନ୍ଦୋଳନକାରୀଙ୍କ ବିରୋଧରେ କୌଣସି ପ୍ରକାର କଠୋର ପଦକ୍ଷେପ ନ ନେବାକୁ ସେ ଦାବି କରିଥିଲେ।

ଆନ୍ଦୋଳନକାରୀ ଓ ସରକାରଙ୍କ ମଧ୍ୟରେ ହୋଇଥିବା ଏହି ଆଲୋଚନା ବେଶ୍ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣରେ ଅନୁଷ୍ଠିତ ହୋଇଥିଲା ବୋଲି କେନ୍ଦ୍ରମନ୍ତ୍ରୀ ଜେ.ପି ନଡ୍ଡା ସୂଚନା ଦେଇଛନ୍ତି। ପରୀକ୍ଷା ସଂସ୍କାର ସମ୍ପର୍କରେ ଛାତ୍ର ପ୍ରତିନିଧିଙ୍କ ସହ ନିରନ୍ତର ଆଲୋଚନା ଜାରି ରହିବ ବୋଲି ସରକାରଙ୍କ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଛି। ଦେଶରେ କୌଣସି ପ୍ରକାର ହିଂସାତ୍ମକ ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ନିର୍ଦ୍ଦିଷ୍ଟ ସର୍ତ୍ତ ଉପରେ ଆଲୋଚନା କରାଯାଇ ଅନଶନ ଭାଙ୍ଗିବାକୁ ସେ ନିଷ୍ପତ୍ତି ନେଇଥିଲେ।