Narayani Shastri - The Sakala

#MeToo ଅଭିଯୋଗରେ ବର୍ବାଦ ହୋଇଛି ଆଲୋକ ନାଥଙ୍କ ଜୀବନ: ପ୍ରକୃତ ସତ ସାମ୍ନାକୁ ଆଣିଲେ ନାରାୟଣୀ ଶାସ୍ତ୍ରୀ
ମୁମ୍ବାଇ: ଟେଲିଭିଜନ ଏବଂ ବଲିଉଡରେ 'ସଂସ୍କାରୀ ବାବୁଜୀ' ଭାବେ ପରିଚିତ ଥିବା ଲୋକପ୍ରିୟ ଅଭିନେତା ଆଲୋକ ନାଥଙ୍କ ଜୀବନ ଆଜି ଗୁମନାମରେ ବିତୁଛି। ୨୦୧୮ ମସିହାରେ ଆରମ୍ଭ ହୋଇଥିବା ମିଟୁ (MeToo) ଆନ୍ଦୋଳନ ତାଙ୍କ କ୍ୟାରିୟରକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରିଦେଇଥିଲା। ବର୍ତ୍ତମାନ ଟେଲିଭିଜନ ଜଗତର ଜଣାଶୁଣା ଅଭିନେତ୍ରୀ ନାରାୟଣୀ ଶାସ୍ତ୍ରୀ ଆଲୋକ ନାଥ ଏବଂ ତାଙ୍କ ଉପରେ ଲାଗିଥିବା ଅଭିଯୋଗକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି।

ମିଟୁ (MeToo) ଆନ୍ଦୋଳନରେ ଆସିଥିଲା ସାଂଘାତିକ ଅଭିଯୋଗ

୨୦୧୮ରେ ଆଲୋକ ନାଥଙ୍କ ଉପରେ ନିର୍ମାତା ବିନିତା ନନ୍ଦା ଏବଂ ଅଭିନେତ୍ରୀ ନବନୀତ ନିଶାନ ଯୌନ ନିର୍ଯାତନା ପରି ଗମ୍ଭୀର ଅଭିଯୋଗ ଆଣିଥିଲେ। ୨୧ ନଭେମ୍ବର ୨୦୧୮ରେ ମୁମ୍ବାଇର ଓଶିୱାରା ପୋଲିସ ଷ୍ଟେସନରେ ଆଲୋକ ନାଥଙ୍କ ବିରୋଧରେ ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ପରେ ଜାନୁଆରୀ ୨୦୧୯ରେ କୋର୍ଟ ତାଙ୍କୁ ଜାମିନ ପ୍ରଦାନ କରିଥିଲେ। ଜେଲରୁ ବାହାରିବା ପରେ ଆଲୋକ ନାଥ ସମସ୍ତ ଅଭିଯୋଗକୁ ଖଣ୍ଡନ କରିବା ସହ ମାନହାନି ମୋକଦ୍ଦମା ଦାୟର କରିଥିଲେ। କିନ୍ତୁ ଏହି ବିବାଦ ପରଠାରୁ ସେ ଗ୍ଲାମର ଦୁନିଆରୁ ଦୂରେଇ ଯାଇଛନ୍ତି ଏବଂ ଗୁମନାମ ଜୀବନ ବିତାଉଛନ୍ତି।

ଆଲୋକ ନାଥଙ୍କୁ ନେଇ କ'ଣ କହିଲେ ନାରାୟଣୀ?

ସିଦ୍ଧାର୍ଥ କନନଙ୍କ ଏକ ପୋଡକାଷ୍ଟରେ ଯୋଗ ଦେଇ ନାରାୟଣୀ ଶାସ୍ତ୍ରୀ କହିଛନ୍ତି ଯେ, ଆଲୋକ ନାଥ ସେଟ୍‌ରେ ସମସ୍ତଙ୍କ ସହ ବହୁତ ଭଲ ବ୍ୟବହାର କରୁଥିଲେ। ସେ କହିଛନ୍ତି, "ଆମ ସହ ଆଲୋକ ଜୀ ବହୁତ ଭଲ ଥିଲେ ଏବଂ ଆମକୁ ବହୁତ ସମ୍ମାନ ଦେଉଥିଲେ। ସେ କେବଳ ଟିକେ ଅଧିକ ମଦ୍ୟପାନ କରୁଥିଲେ। ଯଦି ଆଜି ମୁଁ ଆପଣଙ୍କ ସାମ୍ନାରେ ଭଲ ବ୍ୟବହାର କରୁଛି, କିନ୍ତୁ ଘରକୁ ଯାଇ ମୋ କୁକୁରମାନଙ୍କୁ ପିଟୁଛି, ତେବେ ତାହା ଆପଣଙ୍କୁ ଜଣାପଡ଼ିବ ନାହିଁ।" ଏହି ଉଦାହରଣ ମାଧ୍ୟମରେ ସେ ବ୍ୟକ୍ତିଗତ ଜୀବନ ଏବଂ ପ୍ରଫେସନାଲ ଜୀବନ ମଧ୍ୟରେ ଥିବା ପାର୍ଥକ୍ୟକୁ ଦର୍ଶାଇଥିଲେ।

ମିଟୁ କେବଳ ଏକ ଲହର ଥିଲା

ମିଟୁ ଆନ୍ଦୋଳନର ବର୍ତ୍ତମାନର ସ୍ଥିତି ଉପରେ ମଧ୍ୟ ନାରାୟଣୀ ନିଜର ମତ ରଖିଛନ୍ତି। ସେ କହିଛନ୍ତି ଯେ, ମିଟୁ ଆନ୍ଦୋଳନ ବର୍ତ୍ତମାନ ସମ୍ପୂର୍ଣ୍ଣ ରୂପେ ଗାୟବ ହୋଇଯାଇଛି। ଯେଉଁମାନଙ୍କ ଉପରେ ଅଭିଯୋଗ ଲାଗିଥିଲା, ସେମାନେ ନିଜର ବ୍ୟବସାୟ ପୁଣିଥରେ ଆରମ୍ଭ କରିଦେଇଛନ୍ତି। କାହାରି ଦୋଷ ପ୍ରମାଣିତ ହୋଇପାରିଲା ନାହିଁ କିମ୍ବା କେହି ନିଜକୁ ନିର୍ଦ୍ଦୋଷ ବୋଲି ସାବ୍ୟସ୍ତ କରିପାରିଲେ ନାହିଁ। ଏହା କେବଳ ଏକ ଲହର ଥିଲା, ଯାହା ଆସିଲା ଏବଂ ଚାଲିଗଲା। ତେବେ ଏହି ଆନ୍ଦୋଳନ ପରେ ଲୋକଙ୍କ ମଧ୍ୟରେ କେବଳ ଏତିକି ଭୟ ସୃଷ୍ଟି ହୋଇଛି ଯେ, କେହି କାଳେ ସେମାନଙ୍କ କଥାକୁ ରେକର୍ଡ କରିଦେବ |