fraud - The Sakala
ଚାକିରୀ ଦେବାକୁ କହି ୨୫ ଲକ୍ଷ ଟଙ୍କା ଠକେଇ, 420 ମହିଳାଙ୍କୁ ଗିରଫ କଲା ପୋଲିସ
ଭୁବନେଶ୍ୱର: ପୁଣି ରାଜଧାନୀରେ ଚାକିରୀ ଦେବାକୁ କହି ଠକେଇ । ଠକେଇ ଅଭିଯୋଗରେ ଜଣେ ଠକ ମହିଳାଙ୍କୁ ଗିରଫ କରିଛି ମୈତ୍ରୀବିହାର ଥାନା ପୋଲିସ । Staff Selection କମିଶନରେ ଚାକିରୀ ଦେବାକୁ କହି ପାଖାପାଖି ୨୫ ଲକ୍ଷ ଟଙ୍କା ଥକି ନେଇଯାଇଥିବା ଅଭିଯୋଗ ହୋଇଛି । ଠକ ମହିଳା ରାୟଗଡା ଅଞ୍ଚଳର ଏକାଧିକ ଲୋକଙ୍କୁ କରିଥିଲେ ଠକେଇ । ଥାନାରେ ଅଭିଯୋଗ ପରେ ମହିଳା ଜଣଙ୍କୁ ଗିରଫ କରିଛି ପୋଲିସ । ତାରକା ହୋଟେଲରେ ଇଣ୍ଟରଭ୍ୟୁ ଚାଲିଥିବା ନେଇ ପୋଲିସ ପାଇଛି ପ୍ରମାଣ । ପୋଲିସ ଅଭିଯୁକ୍ତ ମହିଳା ଜଣଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି ।
ଏୟାର କାନାଡାରେ ନକଲି ପାଇଲଟଙ୍କ କାରନାମା: ୧୭ ବର୍ଷ ଧରି ବିନା ଲାଇସେନ୍ସରେ ଉଡ଼ାଇଲେ ୯୦୦ରୁ ଅଧିକ ବିମାନ, ପୋଲିସ କଲା ଗିରଫ
କାନାଡାରୁ ଏକ ଆଶ୍ଚର୍ଯ୍ୟଜନକ ଖବର ସାମ୍ନାକୁ ଆସିଛି। ଏୟାର କାନାଡା (Air Canada) ର ଜଣେ ପୂର୍ବତନ କ୍ୟାପ୍ଟେନଙ୍କୁ ନକଲି ପାଇଲଟ୍ ଲାଇସେନ୍ସ ବ୍ୟବହାର କରି ଦୀର୍ଘ ୧୭ ବର୍ଷ ଧରି ୯୦୦ରୁ ଅଧିକ ବିମାନ ଉଡ଼ାଇବା ଅଭିଯୋଗରେ ପୋଲିସ ଗିରଫ କରିଛି। ଏହି ଘଟଣା ସାରା ବିଶ୍ୱର ବିମାନ ଚଳାଚଳ ଶିଳ୍ପରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ନକଲି ଲାଇସେନ୍ସରେ ବର୍ଷ ବର୍ଷ ଧରି ଉଡ଼ାଣ
କାନାଡାର ପିଲ୍ ରିଜିଓନାଲ ପୋଲିସର ସୂଚନା ଅନୁଯାୟୀ, ୫୯ ବର୍ଷୀୟ ଅଭିଯୁକ୍ତ ପାଇଲଟଙ୍କ ନାମ ହେଉଛି ଜେଫ୍ରି ୱାଲ୍ (Geoffrey Wall)। ସେ ଏୟାର କାନାଡାରେ ଦୀର୍ଘ ୨୭ ବର୍ଷ ଧରି କାର୍ଯ୍ୟ କରିବା ପରେ ୨୦୨୫ ମସିହାରେ ଅବସର ଗ୍ରହଣ କରିଥିଲେ। ତେବେ ତଦନ୍ତରୁ ଜଣାପଡିଛି ଯେ, ୨୦୦୯ ରୁ ୨୦୨୫ ମସିହା ମଧ୍ୟରେ ସେ କ୍ୟାପ୍ଟେନ ଭାବରେ ନକଲି ଲାଇସେନ୍ସ ବ୍ୟବହାର କରି ୯୦୦ରୁ ଅଧିକ ଘରୋଇ ଓ ଆନ୍ତର୍ଜାତୀୟ ବିମାନ ଉଡ଼ାଇଥିଲେ।
ଏକ ବଡ଼ ଯାତ୍ରୀବାହୀ ବିମାନ (ଯେପରିକି ବୋଇଂ ୭୬୭, ୭୭୭, ଏବଂ ୭୮୭) ର କ୍ୟାପ୍ଟେନ ହେବା ପାଇଁ ଏୟାରଲାଇନ୍ ଟ୍ରାନ୍ସପୋର୍ଟ ପାଇଲଟ୍ ଲାଇସେନ୍ସ (ATPL) ର ଆବଶ୍ୟକତା ରହିଥାଏ। ଜେଫ୍ରିଙ୍କ ପାଖରେ ବୈଧ କମର୍ସିଆଲ୍ ପାଇଲଟ୍ ଲାଇସେନ୍ସ ଥିଲେ ମଧ୍ୟ ଏହି ସର୍ବୋଚ୍ଚ ସ୍ତରର ଲାଇସେନ୍ସ ନଥିଲା। ଏହି ସମୟ ମଧ୍ୟରେ ସେ କମ୍ପାନୀରୁ ଦରମା ବାବଦକୁ ପ୍ରାୟ ୨.୯ ନିୟୁତ ଡଲାର ରୋଜଗାର କରିଥିବା ଜଣାପଡ଼ିଛି।
କିପରି ସାମ୍ନାକୁ ଆସିଲା ସତ?
ମାର୍ଚ୍ଚ ୨୦୨୫ ରେ ଟରୋଣ୍ଟୋର ପିୟରସନ୍ ଆନ୍ତର୍ଜାତୀୟ ବିମାନବନ୍ଦର ଟର୍ମିନାଲ୍-୧ ରେ ଏକ ନିୟମିତ ଅପରେସନାଲ୍ ମୂଲ୍ୟାୟନ ବେଳେ ପ୍ରଥମେ ଜେଫ୍ରିଙ୍କ ଲାଇସେନ୍ସ ନଥିପତ୍ରରେ କିଛି ତ୍ରୁଟି ଦେଖାଦେଇଥିଲା। ଏହାପରେ କାନାଡାର ପରିବହନ ବିଭାଗ (Transport Canada) ଏହାର ତଦନ୍ତ ଆରମ୍ଭ କରିଥିଲା। ଜାନୁଆରୀ ୨୦୨୬ ରେ ପୋଲିସ ଦ୍ୱାରା 'ପ୍ରୋଜେକ୍ଟ ଇକାରସ୍' (Project Icarus) ନାମକ ଏକ ଅପରାଧିକ ତଦନ୍ତ ଆରମ୍ଭ କରାଯାଇଥିଲା। ଗତ ଜୁନ୍ ୧ ତାରିଖରେ ତାଙ୍କୁ ଜାଲିଆତି ଏବଂ ନକଲି ନଥିପତ୍ର ବ୍ୟବହାର କରିବା ଆଦି ବିଭିନ୍ନ ସଙ୍ଗିନ ଅଭିଯୋଗରେ ଗିରଫ କରାଯାଇଛି।
ପୋଲିସ ଓ ଏୟାର୍ କାନାଡାର ପ୍ରତିକ୍ରିୟା
ପିଲ୍ ରିଜିଓନାଲ ପୋଲିସର ଡେପୁଟି ଚିଫ୍ ନିକ୍ ମିଲିନୋଭିଚ୍ ଏହି ଘଟଣାକୁ ଏକ ଚଳଚ୍ଚିତ୍ରର କାହାଣୀ ସହିତ ତୁଳନା କରିଛନ୍ତି। ସେ କହିଛନ୍ତି, "ଏହା ଠିକ୍ ସେହିପରି, ଯେପରି ଜଣେ ଡାକ୍ତରଙ୍କ ପାଖରେ ସାଧାରଣ ଚିକିତ୍ସା କରିବାର ଲାଇସେନ୍ସ ଥାଇ ମଧ୍ୟ ସେ ନିଜ କ୍ଲିନିକ୍ ରେ ବ୍ରେନ୍ ସର୍ଜରୀ କରୁଛନ୍ତି।"
ଅନ୍ୟପଟେ ଏୟାର କାନାଡା ଏକ ବିବୃତ୍ତି ଜାରି କରି ସ୍ପଷ୍ଟ କରିଛି ଯେ, ଯାତ୍ରୀମାନଙ୍କ ସୁରକ୍ଷା ସହିତ କୌଣସି ଆପୋଷ ବୁଝାମଣା କରାଯାଇ ନାହିଁ। ଜେଫ୍ରି ଜଣେ ତାଲିମପ୍ରାପ୍ତ ପାଇଲଟ୍ ଥିଲେ ଏବଂ ପ୍ରତି ୬ ମାସରେ ହେଉଥିବା ବାଧ୍ୟତାମୂଳକ ଉଡ଼ାଣ ପରୀକ୍ଷା (Flight Check) ରେ ସେ ସଫଳତାର ସହ ଉତ୍ତୀର୍ଣ୍ଣ ହେଉଥିଲେ। ତଥାପି ଏୟାରଲାଇନ୍ସ ଶିଳ୍ପରେ ଉପଯୁକ୍ତ ଲାଇସେନ୍ସ ରହିବା ସୁରକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଥିବାରୁ କମ୍ପାନୀ ଏହି ପ୍ରସଙ୍ଗକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇଛି ବୋଲି ପ୍ରକାଶ କରିଛି।
ବାହା ହେବାକୁ ବ୍ୟାଣ୍ଡ ବାଜା ବଜାଇ ଆସିଥିଲେ ୪୨ ବର, ମାତ୍ର ଥାନାରେ ଅଭିଯୋଗ କରି ଫେରିଲେ ଘରକୁ...
ଦେବାସ (ମଧ୍ୟପ୍ରଦେଶ): ବିବାହ କରି ଘରକୁ ବୋହୂ ଆଣିବାର ବଡ଼ ସ୍ୱପ୍ନ ନେଇ ଗତ ମଇ ୨୪ ତାରିଖ ସକାଳୁ ୪୨ ଜଣ ବର ଓ ସେମାନଙ୍କ ସମ୍ପର୍କୀୟମାନେ ଦେବାସର ରାଧାଗଞ୍ଜ କ୍ଲବ୍‌‌ ପଡ଼ିଆରେ ପହଞ୍ଚିଥିଲେ । କିନ୍ତୁ ସେଠାରେ ପହଞ୍ଚିବା ପରେ ସେମାନଙ୍କ ପାଇଁ ଅପେକ୍ଷା କରିଥିଲା ଏକ ବଡ଼ ବିଶ୍ୱାସଘାତକତା। ପଡ଼ିଆରେ ନା ଥିଲା କୌଣସି ବିବାହ ମଣ୍ଡପ, ନା ଥିଲା ଭୋଜିଭାତର ବ୍ୟବସ୍ଥା, ଆଉ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ସେଠାରେ କୌଣସି କନ୍ୟା ମଧ୍ୟ ନଥିଲେ ।
ଆୟୋଜକ ମୁକେଶ ବୈରାଗୀ ଏବଂ ତାଙ୍କ ପତ୍ନୀ ସୁନୀତା ବରପକ୍ଷଙ୍କୁ ଦୀର୍ଘ ସମୟ ଧରି ଠକି ଚାଲିଥିଲେ। ଇନ୍ଦୋରରୁ ଅନାଥ ଆଶ୍ରମର କନ୍ୟାମାନେ ଆସୁଛନ୍ତି ବୋଲି କହି ସେମାନେ ସକାଳୁ ରାତି ୧୦ଟା ପର୍ଯ୍ୟନ୍ତ ବିଭିନ୍ନ ବାହାନା ଦେଖାଇ ସମସ୍ତଙ୍କୁ ଅଟକାଇ ରଖିଥିଲେ। ପରେ ଜଣାପଡ଼ିଥିଲା ଯେ, ସେମାନେ ସୋସିଆଲ ମିଡିଆରୁ ମଡେଲ ଓ ଯୁବତୀମାନଙ୍କ ଫଟୋ ଡାଉନଲୋଡ୍‌‌ କରି ମୋବାଇଲ୍‌‌ ମାଧ୍ୟମରେ ପରିବାର ଲୋକଙ୍କୁ ଦେଖାଇ ଏହି ମହାଠକେଇର ଜାଲ ବିଛାଇଥିଲେ ଏବଂ ସେମାନଙ୍କ ଠାରୁ ମୋଟା ଅଙ୍କର ଅର୍ଥ ମଧ୍ୟ ଆଦାୟ କରିଥିଲେ। ଏହି ସାଂଘାତିକ ଘଟଣା ସାମ୍ନାକୁ ଆସିବା ପରେ ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।
ଅତିରିକ୍ତ ପୋଲିସ ସୁପରିଣ୍ଟେଣ୍‌‌ଡେଣ୍ଟ ଜୟବୀର ଭାଦୋରିଆଙ୍କ ସୂଚନା ଅନୁଯାୟୀ, ଅଭିଯୋଗକାରୀ ଅଭିଷେକଙ୍କ ବୟାନ ଆଧାରରେ ଭାରତୀୟ ନ୍ୟାୟ ସଂହିତା (ବିଏସ୍‌‌ଏସ୍‌‌)ର ଧାରା ୩୧୮(୪) ଅନ୍ତର୍ଗତ ଠକେଇ ମାମଲା ରୁଜୁ କରାଯାଇଛି। ମୁଖ୍ୟ ଅଭିଯୁକ୍ତ ମୁକେଶ ବୈରାଗୀ ଓ ତାଙ୍କ ପତ୍ନୀ ସୁନୀତାଙ୍କୁ ଗିରଫ କରାଯାଇଥିବା ବେଳେ ଏହି ସ୍କିମ୍‌‌ରେ ସାମିଲ ଥିବା ଅନ୍ୟ ଦୁଇ ସହଯୋଗୀ ଦିନେଶ ବୈରାଗୀ ଏବଂ ନରସିଂହ ଦାସ ବୈରାଗୀଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରଖିଛି। ଯେଉଁ ୪୨ଟି ପରିବାର ମଙ୍ଗଳ ବାଜା ବଜାଇ ବୋହୂ ନେବାକୁ ଆସିଥିଲେ, ସେମାନଙ୍କ ଦିନ ଶେଷରେ ଥାନାରେ ଅଭିଯୋଗ କରିବାରେ କଟିଲା।
ଏକ କନ୍ୟା, ନଅ ବର! ମହାରାଷ୍ଟ୍ରର ବିଡ୍ ଜିଲ୍ଲାରେ ଫେକ୍ ମ୍ୟାରେଜ୍ ରାକେଟ୍ ଠାବ
ମହାରାଷ୍ଟ୍ରର ବିଡ୍ (Beed) ଜିଲ୍ଲାରେ ଏକ ବଡ଼ ଧରଣର ନକଲି ବିବାହ ବା ଫେକ୍ ମ୍ୟାରେଜ୍ ରାକେଟ୍‌ର ପର୍ଦ୍ଦାଫାଶ ହୋଇଛି। ଏହି ରାକେଟ୍‌ର ମୁଖ୍ୟ ଥିବା ଏକ 'ଲୁଟେରା କନ୍ୟା' ଗ୍ରାମାଞ୍ଚଳର ଅବିବାହିତ ଯୁବକମାନଙ୍କୁ ନିଜର ଶିକାର ବନାଉଥିଲା। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହି କନ୍ୟା ଜଣକ ପୂର୍ବରୁ ୮ ଜଣ ଯୁବକଙ୍କୁ ବିବାହ କରିସାରିଥିବା ବେଳେ ଏବେ ନବମ ବରକୁ ଲୁଟିବା ପରେ ଫେରାର୍ ହୋଇଯାଇଛି। ନିକଟରେ ବିଡ୍ ଜିଲ୍ଲା ଅନ୍ତର୍ଗତ ଗେଭରାଇ ତହସିଲର ଉମାପୁର ଗାଁରୁ ଏହି ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି।
ଏଜେଣ୍ଟଙ୍କ ଜରିଆରେ ଲକ୍ଷାଧିକ ଟଙ୍କାର ଠକେଇ
ପୋଲିସର ସୂଚନା ଅନୁଯାୟୀ, ଗ୍ରାମାଞ୍ଚଳରେ ଯେଉଁ ଯୁବକମାନେ ନିଜ ପାଇଁ କନ୍ୟା ଖୋଜିବାରେ ଅସମର୍ଥ ହେଉଛନ୍ତି, ସେମାନଙ୍କୁ ଏହି ରାକେଟ୍‌ର ଏଜେଣ୍ଟମାନେ ଟାର୍ଗେଟ୍ କରୁଥିଲେ। ଉମାପୁର ଗାଁର ଜଣେ ଯୁବକଙ୍କୁ ବିବାହ କରାଇଦେବା ନାଁରେ ମଧ୍ୟସ୍ଥିମାନେ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ଆଦାୟ କରିଥିଲେ। ସମସ୍ତ ରୀତିନୀତି ଅନୁଯାୟୀ ବିବାହ ସମ୍ପନ୍ନ ହୋଇଥିଲା। କିନ୍ତୁ ବିବାହର କିଛି ଦିନ ପରେ ଉକ୍ତ ଯୁବତୀ ଜଣକ ଘରୁ ନଗଦ ଟଙ୍କା ଏବଂ ସୁନାଗହଣା ନେଇ ଏଜେଣ୍ଟଙ୍କ ସହ ଫେରାର୍ ହୋଇଯାଇଥିଲେ।
ପୋଲିସର ତଦନ୍ତ ଜାରି
ପ୍ରତାରଣାର ଶିକାର ହୋଇଥିବା ଜାଣିବା ପରେ ପୀଡ଼ିତ ଯୁବକ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ଦାୟର କରିଥିଲେ। ପୋଲିସର ତଦନ୍ତରୁ ଜଣାପଡିଛି ଯେ ଅଭିଯୁକ୍ତ ମହିଳା ଜଣକ ଏହା ପୂର୍ବରୁ ଅନୁରୂପ ଭାବେ ଆହୁରି ୮ ଥର ନକଲି ବିବାହ କରିସାରିଛନ୍ତି। ପ୍ରତିଥର ସେ ନୂଆ ବରକୁ ନିଜ ଜାଲରେ ଫସାଇ ଟଙ୍କା ଓ ଗହଣା ଲୁଟିବା ପରେ ଚମ୍ପଟ ମାରୁଥିଲେ। ବର୍ତ୍ତମାନ ପୋଲିସ ପକ୍ଷରୁ ଏକ ଠକେଇ ମାମଲା ରୁଜୁ କରାଯାଇଛି ଏବଂ ଏହି ଗ୍ୟାଙ୍ଗ୍‌ରେ ସମ୍ପୃକ୍ତ ଥିବା ଅନ୍ୟ ସଦସ୍ୟମାନଙ୍କୁ ଧରିବା ପାଇଁ ତଲାସି ଅଭିଯାନ ଜାରି ରହିଛି।
ଋଷରେ ଚାକିରିର ମିଥ୍ୟା ପ୍ରତିଶ୍ରୁତି: ଦିଲ୍ଲୀ ବିମାନବନ୍ଦରରେ ଫସିଲେ ୨୦୦ ଯୁବକ, ୧.୫ କୋଟି ଟଙ୍କାର ଠକେଇ
ଉତ୍ତରପ୍ରଦେଶର ଗୋଣ୍ଡା ଜିଲ୍ଲାରେ ବିଦେଶରେ ଚାକିରି କରାଇଦେବା ନାଁରେ ଏକ ବଡ଼ ଧରଣର ଠକେଇ ସାମ୍ନାକୁ ଆସିଛି। ଋଷରେ ଚାକିରି ଦେବା ବାହାନାରେ ପ୍ରାୟ ୨୦୦ ଯୁବକଙ୍କଠାରୁ ଦେଢ଼ କୋଟିରୁ ଊର୍ଦ୍ଧ୍ଵ ଟଙ୍କା ଲୁଟି ନେଇଛନ୍ତି ଦଲାଲ। ଚାକିରି ଆଶାରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବା ପରେ ଯୁବକମାନେ ଜାଣିବାକୁ ପାଇଥିଲେ ଯେ ସେମାନେ ପ୍ରତାରଣାର ଶିକାର ହୋଇଛନ୍ତି।
କିପରି ହେଲା ଠକେଇ?
ଗୋଣ୍ଡା ସହରର ଉତ୍ରୌଲା ରୋଡ ସ୍ଥିତ ନବୀନ ପରିବା ମଣ୍ଡି ନିକଟରେ 'ମଲ୍ଟି ଇଣ୍ଟରନ୍ୟାସନାଲ ଇମିଗ୍ରେସନ କାଉନସେଲିଂ' ନାମକ ଏକ ସଂସ୍ଥା ଖୋଲାଯାଇଥିଲା। ଏହି ସଂସ୍ଥା ଯୁବକମାନଙ୍କୁ ଋଷରେ ଡ୍ରାଇଭର, ହେଲପର ଏବଂ କାର୍ପେଣ୍ଟର ଭଳି ପଦବୀରେ ଚାକିରି ଦେବାକୁ ପ୍ରତିଶ୍ରୁତି ଦେଇଥିଲା। ଏଥିପାଇଁ ମାସିକ ୮୦,୦୦୦ ରୁବଲ (ଋଷୀୟ ମୁଦ୍ରା) ଦରମା ମିଳିବ ବୋଲି କୁହାଯାଇଥିଲା। ଏହି ପ୍ରଲୋଭନରେ ପଡ଼ି ଗୋଣ୍ଡା, ବଳରାମପୁର, ବହରାଇଚ ଏବଂ ଶ୍ରାବସ୍ତୀ ଭଳି ଜିଲ୍ଲାର ଶତାଧିକ ଯୁବକ ପ୍ରତ୍ୟେକେ ୧ ରୁ ୨ ଲକ୍ଷ ଟଙ୍କା ସଂସ୍ଥାକୁ ଦେଇଥିଲେ।
ଦିଲ୍ଲୀ ବିମାନବନ୍ଦରରେ ନିରାଶା
ଟଙ୍କା ନେବା ପରେ ସଂସ୍ଥା ପକ୍ଷରୁ ଯୁବକମାନଙ୍କୁ ନକଲି ଅଫର ଲେଟର ଦିଆଯାଇଥିଲା ଏବଂ ଫେବୃଆରୀ ୨୪ ତାରିଖରେ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିବାକୁ କୁହାଯାଇଥିଲା। ସେଠାରେ ଭିସା ଓ ଟିକେଟ ହସ୍ତାନ୍ତର କରାଯିବ ବୋଲି ଦଲାଲମାନେ କହିଥିଲେ। କିନ୍ତୁ ଯେତେବେଳେ ପ୍ରାୟ ୨୦୦ ଯୁବକ ଦିଲ୍ଲୀ ବିମାନବନ୍ଦରରେ ପହଞ୍ଚିଲେ, ସେଠାରେ କମ୍ପାନୀର କୌଣସି ପ୍ରତିନିଧି ନଥିଲେ କି କାହାର ଫୋନ୍ ଲାଗିନଥିଲା।
୧.୫ କୋଟି ଟଙ୍କାର ଚୁନା
ଠକେଇର ଶିକାର ହୋଇଥିବା ଯୁବକମାନେ ନିରାଶ ହୋଇ ଗୋଣ୍ଡା ଫେରିବା ପରେ ସ୍ଥାନୀୟ କୋତୱାଲି ଥାନାରେ ଅଭିଯୋଗ କରିଛନ୍ତି। ପୋଲିସର ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ଅଫିସ ବନ୍ଦ କରି ଫେରାର ହୋଇଯାଇଛନ୍ତି। ପ୍ରାୟ ୧.୫ କୋଟି ଟଙ୍କାର ଏହି ଠକେଇ ଘଟଣାରେ ପୋଲିସ ତଦନ୍ତ ଆରମ୍ଭ କରିଛି ଏବଂ ଅଭିଯୁକ୍ତଙ୍କୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି।
ଉତ୍ତର ପ୍ରଦେଶର ସମ୍ଭଲରେ 'ସ୍ପେଶାଲ ୨୬' ଷ୍ଟାଇଲ୍ ଠକେଇ: ନକଲି ଆୟକର ଅଧିକାରୀ ସାଜି ଚାଷୀଙ୍କଠାରୁ ୨୪ ଲକ୍ଷ ଟଙ୍କା ମାଗୁଥିବା LLB ଛାତ୍ର ଗିରଫ
ଉତ୍ତର ପ୍ରଦେଶର ସମ୍ଭଲ ଜିଲ୍ଲାରୁ ବଲିଉଡ୍ ଚଳଚ୍ଚିତ୍ର 'ସ୍ପେଶାଲ ୨୬' ଭଳି ଏକ ଠକେଇ ମାମଲା ସାମ୍ନାକୁ ଆସିଛି। ଜଣେ LLB ଛାତ୍ର ନିଜକୁ ଆୟକର ଅଧିକାରୀ ବୋଲି ପରିଚୟ ଦେଇ ଜଣେ ଚାଷୀଙ୍କୁ ଭୟଭୀତ କରାଇବା ସହ ୨୪ ଲକ୍ଷ ଟଙ୍କା ଦାବି କରୁଥିଲେ। ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଛାତ୍ରଙ୍କୁ ଗିରଫ କରିଛି।
ଘଟଣାଟି କ’ଣ?
ସମ୍ଭଲର ନଖାସା ଥାନା ଅଞ୍ଚଳର ଅଖତ୍ୟାରପୁର ତଗା ଗ୍ରାମର ବାସିନ୍ଦା ଶୀଶପାଲଙ୍କୁ ଅଭିଯୁକ୍ତ ଜଣକ ଟାର୍ଗେଟ୍ କରିଥିଲେ। ଅଭିଯୁକ୍ତ ଜଣକ ଶୀଶପାଲଙ୍କୁ କହିଥିଲେ ଯେ ତାଙ୍କ ପାଖରେ ୨ କୋଟି ଟଙ୍କାର କଳା ଧନ ରହିଛି ଏବଂ ଆୟକର ବିଭାଗର ନଜର ତାଙ୍କ ଉପରେ ଅଛି। କାର୍ଯ୍ୟାନୁଷ୍ଠାନରୁ ବଞ୍ଚିବା ପାଇଁ ସେ ମୋଟ୍ ଟଙ୍କାର ୧୨ ପ୍ରତିଶତ ଅର୍ଥାତ୍ ୨୪ ଲକ୍ଷ ଟଙ୍କା ଦାବି କରିଥିଲେ। ଏପରିକି ଚାଷୀଙ୍କୁ ବିଶ୍ୱାସ ଦେବା ପାଇଁ ସେ ଏକ ନକଲି ନୋଟିସ୍ ମଧ୍ୟ ଦେଖାଇଥିଲେ।
ପୋଲିସର କାର୍ଯ୍ୟାନୁଷ୍ଠାନ
ଚାଷୀ ଶୀଶପାଲ ଭୟଭୀତ ନ ହୋଇ ପୋଲିସକୁ ଏ ବିଷୟରେ ଜଣାଇଥିଲେ। ଅଭିଯୋଗ ପାଇବା ପରେ ଏସପି କୃଷ୍ଣ କୁମାର ବିଷ୍ଣୋଇଙ୍କ ନିର୍ଦ୍ଦେଶରେ ପୋଲିସ ଏକ ଯୋଜନା ପ୍ରସ୍ତୁତ କରି ଅଭିଯୁକ୍ତକୁ ଗିରଫ କରିଥିଲା। ପୋଲିସ ଅଭିଯୁକ୍ତ ନିକଟରୁ ଆୟକର ବିଭାଗର ଏକ ନକଲି ପରିଚୟ ପତ୍ର (ID Card) ଏବଂ ନକଲି ନୋଟିସ୍ ଜବତ କରିଛି ।
ଅଭିଯୁକ୍ତର ପରିଚୟ
ଗିରଫ ଅଭିଯୁକ୍ତର ନାମ ମୋହିତ ଓରଫ୍ ପ୍ରିନ୍ସ (୨୨ ବର୍ଷ) ବୋଲି ଜଣାପଡିଛି। ସେ ଥିଲୁପୁରା ଗ୍ରାମର ବାସିନ୍ଦା ଏବଂ ଜଣେ BA-LLB ଛାତ୍ର । ସେ ସମ୍ଭଲ ତହସିଲରେ ଓକିଲାତି ଅଭ୍ୟାସ ମଧ୍ୟ କରୁଥିଲେ। ପଚରାଉଚରା ବେଳେ ସେ ନିଜର ଦୋଷ ସ୍ୱୀକାର କରିଛନ୍ତି। ପୋଲିସ ତାଙ୍କ ବିରୋଧରେ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛି।
ଭୁବନେଶ୍ୱର: ବିଏଡ୍‌ ପ୍ରବେଶିକା ପରୀକ୍ଷାରେ ପରୀକ୍ଷାର୍ଥୀଙ୍କ ନମ୍ବର ନେଇ ଆରମ୍ଭ ହୋଇଥିବା ବିବାଦ ସରିବାର ନା ନେଉନି। ଗୋଟିଏ ପରେ ଗୋଟିଏ ଅଭିଯୋଗ ପରୀକ୍ଷା ପରିଚାଳନା କରିଥିବା ରାଜ୍ୟ ପ୍ରବରଣ ମଣ୍ଡଳୀ (ଏସ୍‌ଏସ୍‌ବି) ଏବଂ ଉଚ୍ଚଶିକ୍ଷା ବିଭାଗର ମୁଣ୍ଡବ୍ୟଥାର କାରଣ ହୋଇଛି। ନମ୍ବର ବଢ଼ାଇବାକୁ ଶତାଧିକ ଛାତ୍ରଛାତ୍ରୀ ଆବେଦନ କରିବା ପରେ ‘ପ୍ରୋଭିଜିନାଲ୍‌ ଆନସାର୍‌-କି’ ପ୍ରକାଶ କରିବାକୁ ବିଜ୍ଞପ୍ତି ଜାରି କରିଛି। ଉତ୍ତରକୁ ନେଇ ଦ୍ୱନ୍ଦ୍ୱ ଥିଲେ ପରୀକ୍ଷାର୍ଥୀଙ୍କୁ ଅଭିଯୋଗ କରିବା ପାଇଁ ସୁଯୋଗ ଦିଆଯାଇଛି। ହେଲେ ପ୍ରତିଟି ଉତ୍ତର ପାଇଁ ୨ଶହ ଟଙ୍କା ଲେଖାଏଁ ଅଣଫେରସ୍ତ ଫି’ ଧାର୍ଯ୍ୟକୁ ନେଇ ପରୀକ୍ଷାର୍ଥୀମାନେ ତୀବ୍ର ପ୍ରତିକିୟା ପ୍ରକାଶ କରିଛନ୍ତି। ଏସ୍‌ଏସ୍‌ବିର ଭୁଲ୍‌ ପାଇଁ ପରୀକ୍ଷାର୍ଥୀମାନେ କାହିଁକି ତଣ୍ଡ ଗଣିବେ ବୋଲି ପ୍ରଶ୍ନ କରିଛନ୍ତି।
ଆଜି ଅର୍ଥାତ୍‌ ସୋମବାର ଦିନ ୧୧ଟା ରେ ବିଏଡ୍‌ ପରୀକ୍ଷାର ଆନ୍‌ସାର୍‌ କି’ ପ୍ରକାଶ ପାଇବ। ତହିଁରେ ଦର୍ଶାଯାଇଥିବା ଉତ୍ତରକୁ ୮ରୁ ୧୦ ତାରିଖ ମଧ୍ୟରେ ପରୀକ୍ଷାର୍ଥୀମାନେ ଚ୍ୟାଲେଞ୍ଜ କରିପାରିବେ। ଗୋଟିଏ ପ୍ରଶ୍ନର ଉତ୍ତରକୁ ଚ୍ୟାଲେଞ୍ଜ କରିବା ପାଇଁ ୨ଶହ ଟଙ୍କା ଧାର୍ଯ୍ୟ କରାଯାଇଛି। ଯାହାକୁ ନେଇ ପରୀକ୍ଷାର୍ଥୀ ଓ ଶିକ୍ଷାବିତ୍‌ମାନେ ପ୍ରଶ୍ନ ଉଠାଇଛନ୍ତି। ନ୍ୟାସନାଲ୍‌ ଟେଷ୍ଟିଂ ଏଜେନ୍ସି (ଏନ୍‌ଟିଏ), ଓଡ଼ିଶା ଲୋକ ସେବା ଆୟୋଗ (ଓପିଏସ୍‌ସି), ଓଡ଼ିଶା କର୍ମଚାରୀ ପ୍ରବରଣ ଆୟୋଗ (ଓଏସ୍‌ଏସ୍‌ସି) ପରି ବିଭିନ୍ନ ପ୍ରବେଶିକା ଓ ନିଯୁକ୍ତି ପରୀକ୍ଷା ପରିଚାଳନା କରୁଥିବା ସଂସ୍ଥା ପ୍ରୋଭିଜିନାଲ୍‌ ଆନ୍‌ସାର୍‌ କି’ ପ୍ରକାଶ ପରେ କୌଣସି ଦ୍ୱନ୍ଦ୍ୱ ଥିଲେ ପରୀକ୍ଷାର୍ଥୀଙ୍କ ଠାରୁ ଆବେଦନ ଆହ୍ୱାନ କରିଥାନ୍ତି। ଏଥିପାଇଁ ଫି’ ନିର୍ଦ୍ଧାରଣ କରିବା ସହ ଅଭିଯୋଗ ସତ୍ୟ ହେଲେ ସେହି ଫି’ ତାଙ୍କୁ ଫେରସ୍ତ କରାଯାଏ। ସତ୍ୟତା ନ ଥାଇ ଅଭିଯୋଗ କଲେ ଫି’ ଫେରସ୍ତ ହୋଇନଥାଏ। ଫଳରେ ଅଭିଯୋଗ ସଂଖ୍ୟା କମାଇବାକୁ ଲକ୍ଷ୍ୟ ଥାଏ। ହେଲେ ଅଭିଯୋଗରେ ସତ୍ୟତା ଥିଲେ ଏସ୍‌ଏସ୍‌ବି କାହିଁକି ଫି’ ଫେରସ୍ତ କରିବ ନାହିଁ? ଅପରପକ୍ଷରେ ଅନେକ ପିଲା ୨୦ରୁ ୩୧.୨୫ ମାର୍କ ଯାଏଁ ବଢ଼ିବ ବୋଲି ଦାବି କରିଛନ୍ତି। ସର୍ବାଧିକ ୩୧.୨୫ ମାର୍କ ମଧ୍ୟ ବଢ଼ିଛି। ତାହେଲେ ପ୍ରତି ପ୍ରଶ୍ନ ପିଛା ୨ଶହ ଟଙ୍କା ହିସାବରେ ୬,୨୫୦ ଟଙ୍କା ଫି’ ଦାଖଲ କରିବାକୁ ହେବ। ସମସ୍ତଙ୍କ ପକ୍ଷେ ଏହା ସମ୍ଭବ ନୁହେଁ। ଏସ୍‌ଏସ୍‌ବି ପକ୍ଷରୁ ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ପାଇଁ ପିଲାଙ୍କ ମାର୍କ କମିଛି। ସେହି ତ୍ରୁଟିକୁ ସଜାଡ଼ିବାକୁ ପରୀକ୍ଷାର୍ଥୀମାନେ କାହିଁକି ଆର୍ଥିକ ଦଣ୍ଡ ପାଇବେ?
ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏ ସମ୍ପର୍କିତ ବିଜ୍ଞପ୍ତିକୁ ଗତ ୩ତାରିଖରେ ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ପୋଷ୍ଟ କରାଯାଇଥିବାବେଳେ ପରୀକ୍ଷାର୍ଥୀମାନେ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଆବେଦନ କଲାବେଳେ ୫ଶହ ଏବଂ ଗୋଟିଏ ଚ୍ୟାଲେଞ୍ଜ ପାଇଁ ୨ଶହ ଟଙ୍କା ଆଦାୟ କରିବା ଏସ୍‌ଏସ୍‌ବିର ବ୍ୟବସାୟିକ ମନୋଭାବ ଜଣାପଡ଼ୁଥିବା ଜଣେ ୟୁଜର୍‌ ଲେଖିଛନ୍ତି। ସେହିପରି ଗୌରିମଣୀ ଦାସ୍‌ ନାମକ ଜଣେ ପରୀକ୍ଷାର୍ଥୀ ତାଙ୍କ ପାଖରେ ଟଙ୍କା ନାହିଁ, ତାଙ୍କୁ ନ୍ୟାୟ ଦେବାକୁ ଅପିଲ୍‌ କରିଛନ୍ତି। ରଶ୍ମିରଞ୍ଜନ ଦାସ୍‌ ନାମକ ଜଣେ ୟୁଜର୍‌ ଲେଖିଛନ୍ତି ଯେ ପ୍ରଥମେ ଭୁଲ୍‌ ଉତ୍ତର ଦେବେ, ତା ପରେ ପ୍ରତିଟି ଚ୍ୟାଲେଞ୍ଜ ପାଇଁ ୨ଶହ ଲେଖାଏଁ ଆଦାୟ କରିବେ। ଗରିବ ମେଧାବୀଙ୍କ କଣ ହେବ ବୋଲି ସେ ପ୍ରଶ୍ନ କରିଛନ୍ତି। ଅନେକ ୟୁଜର୍‌ ଏହି ନିଷ୍ପତ୍ତିକୁ ପାଗଳାମି କହି ଉଭୟ ଏସ୍‌ଏସ୍‌ବି ଓ ବିଭାଗ ଉପରେ ବର୍ଷିଛନ୍ତି। ଏଣୁ ଏହି ନିଷ୍ପତ୍ତିର ପୁନଃ ବିଚାର କରିବା ସହ ଅଭିଯୋଗ ସତ୍ୟ ହେଲେ ଫି’ ଫେରସ୍ତ କରିବାକୁ ଦାବି କରିଛନ୍ତି। ବିଏଡ୍‌ ପରୀକ୍ଷା ପରିଚାଳନାରେ ଅନିୟମିତତା ନେଇ ସନ୍ଦେହ ଥିବାରୁ ଆନ୍‌ସାର୍‌ କି’ ପ୍ରକାଶ ପାଇବା ପରେ ବହୁ ପରୀକ୍ଷାର୍ଥୀ ନ୍ୟାୟାଳୟର ଦ୍ୱାରସ୍ଥ ହେବେ ବୋଲି ମଧ୍ୟ ପ୍ରକାଶ କରିଛନ୍ତି।
ପିଇଓଙ୍କୁ ଘାରିଥିଲା ରାତାରାତି କୋଟିପତି ନିଶା : ୪୩ ଲକ୍ଷର ସରକାରୀ ଅର୍ଥରେ କରୁଥିଲେ କ୍ରିକେଟ୍‌ ବେଟିଂ
ଦିଗପହଣ୍ଡି : ଭିଜିଲାନ୍ସ ଜାଲରେ ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ୍ ରାଧାଦେଇପୁର ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)।ସରକାରୀ ଅର୍ଥ ହେରଫେର ମାମଲାରେ ପିଇଓ କ୍ଷେତ୍ରମୋହନ ନାୟକଙ୍କୁ ଗିରଫ କରିଛି ଭିଜିଲାନ୍ସ। ୪୩ ଲକ୍ଷର ସରକାରୀ ଅର୍ଥରେ କ୍ରିକେଟ୍‌ ବେଟିଂରେ ଲଗାଇଥିବା ଅଭିଯୋଗରେ ତାଙ୍କୁ ଆଜି ଭିଜିଲାନ୍ସ ଗିରଫ କରିଛି। ସବୁଠୁ ବଡ଼ କଥା ହେଉଛି କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତରେ ପଞ୍ଚାୟତକୁ ବିଭିନ୍ନ ଯୋଜନା ପାଇଁ ଆସିଥିବା ସରକାରୀ ଟଙ୍କା ହଡ଼ପ କରି କ୍ରିକେଟ୍‌ ବେଟିଂରେ ଲଗାଇଥିଲେ ପିଇଓ କ୍ଷେତ୍ରମୋହନ ନାୟକ।
ମିଳିଥିବା ସୂଚନା ଅନୁସାରେ ପିଇଓ କ୍ଷେତ୍ରମୋହନ ନାୟକଙ୍କୁ କମଦିନରେ କୋଟିପତି ହେବା ନିଶା ଲାଗିଥିଲା। ସରକାରୀ ଚାକିରିକୁ ବର୍ଷେ ପୂରି ନଥିଲେ ମଧ୍ୟ ମନରେ ଆଦୌ ଭୟ ନଥିଲା। କମଦିନରେ କୋଟିପତି ହେବା ପାଇଁ ସରପଞ୍ଚଙ୍କ ନକଲି ଦସ୍ତଖତରେ ପଞ୍ଚାୟତ ସରକାରୀ ଟଙ୍କାକୁ ଉଠାଇ ଗେମିଂ ଆପ୍‌ରେ ଲଗାଇଥିଲେ। ସରପଞ୍ଚଙ୍କ ଅଜାଣତରେ ପ୍ରାୟ ୪୩ଲକ୍ଷ ଟଙ୍କା ଉଠା ଯାଇଥିବା ନେଇ ପିଇଓ କ୍ଷେତ୍ର ମୋହନ ନାୟକଙ୍କ ବିରୋଧରେ ଅଭିଯୋଗ ହୋଇଥିଲା।ଏହି ଅଭିଯୋଗକ୍ରମେ ଗୁରୁବାର ବ୍ରହ୍ମପୁର ଭିଜିଲାନ୍ସର ଏକ ଟିମ୍ ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟରେ ପହଞ୍ଚି ଯାଞ୍ଚ କରିବା ସହିତ ବିଭିନ୍ନ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ପିଇଓଙ୍କୁ ଜେରା କରିବା ସହ ତାଙ୍କୁ ବ୍ରହ୍ମପୁର ଉଠାଇ ନେଇଥିବା ନେବା ସହ ପିଇଓଙ୍କ କାର୍ଯ୍ୟାଳୟରୁ ଭିଜିଲାନ୍ସ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି।
ଅନ୍ୟପଟେ ଅଧିକ ତଦନ୍ତ ପାଇଁ ସରପଞ୍ଚଙ୍କ ସମେତ ବ୍ଲକର କିଛି ଅଧିକାରୀଙ୍କୁ ମଧ୍ୟ ଭିଜିଲାନ୍ସ ଡ଼ାକିଥିବା ସୂଚନା ମିଳିଛି। ଅପରପକ୍ଷେ ପିଇଓ କ୍ଷେତ୍ର ମୋହନଙ୍କୁ ବଦଳି କରାଯାଇ ଆଉ ଜଣେ ପିଇଓଙ୍କ ନିଯୁକ୍ତି ପାଇଁ ବ୍ଳକ୍ ପକ୍ଷରୁ ଆଦେଶ ଦିଆଯାଇଛି। ଗଂଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଅଧୀନ ରାଧାଦେଇପୁର ପଞ୍ଚାୟତରେ କ୍ଷେତ୍ରମୋହନ ନାୟକ ପିଇଓ ଭାବେ ୨୦୨୪ ଜୁଲାଇ ମାସ ଠାରୁ କାର୍ଯ୍ୟରତ ଥିଲେ। ସରକାରୀ ଚାକିରିକୁ ବର୍ଷେ ବିତି ନଥିବା ବେଳେ ଅସାଧୁ କାମ ଆରମ୍ଭ କରିଦେଇଥିଲେ। ପଞ୍ଚାୟତର ସବୁ ଟଙ୍କା ଦିଗପହଣ୍ଡିସ୍ଥିତ ଆକ୍ସିସ ଓ କାନାଡା ବ୍ୟାଙ୍କର ଶାଖାରେ ଥିଲା। ସେ କ୍ଷମତାର ଅପବ୍ୟବହାର ସହ ସରପଞ୍ଚଙ୍କ ନକଲି ଦସ୍ତଖତ ମାଧ୍ୟମରେ ପଞ୍ଚାୟତର ସିଏଫ୍‌ସି, ଏସ୍‌ଏଫ୍‌ସି, ପିଡିଏସ୍‌ ଏବଂ ଓଏପି ଆକାଉଣ୍ଟସ୍‌ରୁ ୪୩,୦୧,୬୪୦ ଟଙ୍କା କୌଶଳ କ୍ରମେ ହଡ଼ପ କରି ନେଇଥିଲେ। ସରକାରୀ ଟଙ୍କାକୁ ଶ୍ରୀ ନାୟକ ହଡ଼ପ କରି କ୍ରିକେଟ୍‌ ବେଟିଂ କରୁଥିଲେ। ସେହିପରି ସେ ବିଭିନ୍ନ ପ୍ରକାରର ଗେମିଂ ଆପ୍‌ରେ ମଧ୍ୟ ଖେଳୁ ଥିଲେ।
ମ୍ୟୁଚୁଆଲ୍‌‌ ଫଣ୍ଡ୍‌‌ରେ ନିବେଶ ଆଳରେ ବରିଷ୍ଠ ନାଗରିକଙ୍କଠୁ ୭୦ଲକ୍ଷ ଟଙ୍କା ଠକିନେଲେ ଦୁର୍ବୃତ୍ତ
ଭୁବନେଶ୍ୱର: ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ କରିବା ମହଙ୍ଗା ପଡ଼ିଛି। ଜଣେ ବରିଷ୍ଠ ନାଗରିକଙ୍କ ଆକାଉଣ୍ଟରୁ ୭୦ଲକ୍ଷ ଟଙ୍କା ଠକି ନେଇଛନ୍ତି ଦୁର୍ବୃତ୍ତ। ଏନେଇ ସମ୍ପୃକ୍ତ ବରିଷ୍ଠ ନାଗରିକ ସାଇବର୍‌‌ ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁକରି ତଦନ୍ତ କରୁଛି।
ଅଭିଯୋଗ ଅନୁଯାୟୀ, ସମ୍ପୃକ୍ତ ବରିଷ୍ଠ ନାଗରିକ ମ୍ୟୁଚୁଆଲ ଫଣ୍ଡରେ ଟଙ୍କା ନିବେଶ ଲାଗି ସାମାଜିକ ଗଣମାଧ୍ୟମରେ ଏକ ସାଇଟ୍‌‌ ଦେଖିଥିଲେ। ଉକ୍ତ ସାଇଟ୍‌‌ରେ ଟଙ୍କା ନିବେଶ କଲେ ଭଲ ସୁଧରାଶି ମିଳିବ ବୋଲି ସମ୍ପୃକ୍ତ ସଂସ୍ଥା ପକ୍ଷରୁ କୁହାଯାଇଥିଲା। ପରେ ସମ୍ପୃକ୍ତ ବରିଷ୍ଠ ନାଗରିକ ମ୍ୟୁଚୁଆଲ ଫଣ୍ଡରେ ୨୭ହଜାର ଟଙ୍କା ନିବେଶ କରିଥିଲେ। କିଛି ଦିନ ଭିତରେ ମୂଳଧନ ସହ ସୁଧ ଅଧିକ ମିଳିବାର ପ୍ରଲୋଭନରେ ବରିଷ୍ଠ ନାଗରିକ ଫସି ଯାଇଥିଲେ। ସେଇ ମ୍ୟୁଚୁଆଲ ଫଣ୍ଡରେ ୨୭ହଜାର ଟଙ୍କା ନିବେଶ କରି ଦେଇଥିଲେ। କିନ୍ତୁ ଟଙ୍କା ନିବେଶର ଦୁଇ ଦିନ ଭିତରେ ତାଙ୍କ ଆକାଉଣ୍ଟରେ ଥିବା ୭୦ ଲକ୍ଷ ଟଙ୍କା କଟି ଯାଇଥିବା ସେ ଅଭିଯୋଗ କରିଛନ୍ତି।
ଠକେଇ ଫେରାର୍‌ ଅଭିଯୁକ୍ତଙ୍କୁ ଭାରତ ପ୍ରବେଶ ମନା, ବିଦେଶୀ ଠକଙ୍କୁ ଖୋଜୁଛି ଇଣ୍ଟରପୋଲ୍‌
ଭୁବନେଶ୍ୱର: ପାନ୍‌‌ ଇଣ୍ଡିଆ ଅନ୍‌‌ଲାଇନ୍‌‌ ପୁଞ୍ଜି ସ୍କାମ ହେଉ କି ଏସ୍‌‌ଟିଏ କ୍ରିଫ୍ଟୋ ଟୁକେନ୍‌‌ ଠକେଇ କିମ୍ବା ଲୋନ୍‌‌ ଆପ୍‌‌ ଠକେଇ; ଏହି ସବୁ ଠକେଇ ପଛରେ ଚୀନ, ହଙ୍ଗେରୀ, ହଂକଂର ନାଗରିକମାନେ ସାମିଲ ଅଛନ୍ତି। ସେମାନେ ଭାରତରୁ କୋଟି କୋଟି ଟଙ୍କା ଠକି ରାତାରାତି ଦେଶ ଛାଡ଼ି ପଳାଇଯାଉଛନ୍ତି। କିନ୍ତୁ ଏବେ ସେଭଳି ଠକଙ୍କ ଭାରତ ପ୍ରବେଣରେ ଲାଗିଛି କଟକଣା। ଜଳ,ସ୍ଥଳ ଏବଂ ଆକାଶ ପଥ ଦେଇ ସେମାନେ ପଶିପାରିବେ ନାହିଁ। ସବୁଛି ସେମାନଙ୍କର ପ୍ରୋର ମରାଯାଇଛି। ଯଦି ଏହି ୩ପଥରେ ଏମାନେ ଦେଖା ଯାଆନ୍ତି,ସେମାନଙ୍କୁ ଗିରଫ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ବର୍ତ୍ତମାନ ୧୯ଜଣ ଠକଙ୍କ ନାମରେ ଲୁକ୍‌‌ଆଉଟ୍‌‌ ଜାରି କରିଛି ବ୍ୟୁରୋ ଅଫ୍‌‌ ଇମିଗ୍ରେସନ। ଇଓଡବ୍ଲ୍ୟୁର ଏକାଧିକ ଠକେଇ ମାମଲାରେ ଏହି ୧୯ଜଣ ଫେରାର ଅଛନ୍ତି। ତେଣୁ ୧୯ଜଣଙ୍କ ମଧ୍ୟରୁ ୬ଜଣ ଚୀନର ନାଗରିକ ଥିବା ବେଳେ ଜଣେ ହଙ୍ଗେରୀ ନାଗରିକ ଓ ୧୨ଜଣ ଭାରତୀୟ ଥିବା ଜଣାପଡ଼ିଛି। ସେମାନଙ୍କୁ ଇଓଡବ୍ଲ୍ୟୁ ଖୋଜୁଛି। ଗତକାଲି ଏସ୍‌‌ଟିଏ କ୍ରିଫ୍ଟୋ ଟୋକେନ୍‌‌ ଠକେଇ ମାମଲାରେ ୩ଜଣଙ୍କ ବିରୋଧରେ ଲୁକଆଉଟ ସର୍କୁଲାର ଜାରି ହୋଇଥିଲା। ଠକେଇର ୩ ଟପ୍‌‌ ଅଫ୍‌‌ଲାଇନ ମେମ୍ୱର ହେଲେ କ୍ରିଷ୍ଣ କୁମାର, ଅନୀଲ କୁମାର ଓ ଭୁରା ରାମ। ଏମାନେ ରାଜସ୍ଥାନ ଅଞ୍ଚଳର ବୋଲି ଜଣାପଡ଼ିଛି।
ପୂର୍ବରୁ ଇଣ୍ଟରନ୍ୟାସନଲ ମୁଖ୍ୟ ଡେଭିଡ କେଜ୍‌‌ ନାଁରେ ମଧ୍ୟ ଲୁକଆଉଟ୍‌‌ ସର୍କୁଲାର ଜାରି କରାଯାଇଥିଲା। ପ୍ୟାନ ଇଣ୍ଡିଆ ଅନଲାଇନ୍‌‌ ପୁଞ୍ଜି ସ୍କାମ ମାଧ୍ୟମରେ ୧୦୦ କୋଟିରୁ ଊର୍ଦ୍ଧ୍ବ ଠକେଇ ମାମଲାରେ ପୂର୍ବରୁ ମାଷ୍ଟରମାଇଣ୍ଡ ଗୁଆନହ୍ୱନ୍‌‌ ୱାଙ୍ଗ ନାମରେ ଲୁକ୍‌‌ଆଉଟ୍‌‌ ଜାରି ହୋଇଥିଲା। ପୂର୍ବରୁ ୫ ଚାଇନା ଠକ ଲିୟୁ ୟି, ଏକ୍ସିନ ପିଙ୍ଗ, ସିନ୍‌‌ ଜେଞ୍ଜୁଆ, କ୍ୱାନ୍‌‌ ହଙ୍ଗୱାଇ ଏବଂ ୟଙ୍ଗ ହାଇୟିଙ୍ଗଙ୍କ ନାମରେ ଲୁଟ୍‌‌ଆଉଟ୍‌‌ ଜାରି ହୋଇଥିଲା। ଏହି ବିଦେଶୀ ଠକମାନେ ଦେଶ ଛାଡ଼ି ପଳାଇଯାଇଥିବା ବେଳେ ସେମାନଙ୍କୁ ଖୋଜୁଛି ଇଣ୍ଟରପୋଲ। କିନ୍ତୁ ବିଦେଶ ଆଇନ ପାଇଁ ସେମାନଙ୍କୁ ଗିରଫ କରିବା ସହଜ ନୁହେଁ। ସେଥିପାଇଁ ଏହି ବିଦେଶୀ ଠକ ଭାରତରୁ ଠକେଇ କରି ନିଜ ଦେଶକୁ ପଳାଇ ଯାଉଛନ୍ତି। ପରେ ହାୱଲା ଏବଂ ଦୁବାଇରୁ ଟଙ୍କା ସେମାନଙ୍କ ନିକଟକୁ ପଳାଇଯାଉଛି। କିନ୍ତୁ ଭାରତରେ ଥିବା ତଦନ୍ତକାରୀ ସଂସ୍ଥା ମାମଲା କଲେ ମଧ୍ୟ ସେମାନଙ୍କୁ ଧରିପାରୁନି। ଆଜି ପର୍ଯ୍ୟନ୍ତ ବିଭିନ୍ନ ଠକେଇ ମାମଲାରେ ଇଓଡବ୍ଲ୍ୟୁ କାହାରିକୁ ବି ଗିରଫ କରିପାରିନି।
ବିଶେଷ କରି କୋଭିଡ୍‌‌ ସମୟରେ ବିଦେଶୀ ଠକମାନେ ଭାରତକୁ ପ୍ରବେଶ କରିଥିଲେ। ଲୋନ୍‌‌ ଆପ ଠାରୁ ଆରମ୍ଭ କରି ଟ୍ରେଡିଂ ଏବଂ ପୁଞ୍ଜି ସ୍କିମ୍‌‌ ଆରମ୍ଭ କରିଥିଲେ। ଆଇଟି ପିଲାଙ୍କ ଦ୍ୱାରା ଆପ୍‌‌ ନିର୍ମାଣ କରି ମିଛ ବିଜ୍ଞାପନ ଦେଇଥିଲେ। ଭାରତରେ ଅପରେଟ୍‌‌ କରିବା ପାଇଁ ସବୁ ରାଜ୍ୟ ଏବଂ ସବୁ ଜିଲ୍ଲାରେ ଏଜେଣ୍ଟ ରଖିଥିଲେ। ସେମାନଙ୍କୁ କିଛି ଟଙ୍କା ଦେଇ ଏହି ଠକେଇ ରାକେଟ ଚାଲୁଥିଲା।
୨୦୧୯ରୁ ୨୦୨୦ ଭିତରେ ଚାଇନା ଠକମାନେ ଭରତକୁ ଆସିଥିଲେ। ସେମାନେ ଅଳ୍ପ ଟଙ୍କା ନିବେଶରେ ଧନୀ ହେବାର ସ୍ୱପ୍ନ ଦେଖାଇ ଠକୁଛନ୍ତି। ଖୁବ୍‌‌କମ ସମୟରେ ଅଧିକ ଟଙ୍କା ପାଇବାର ଅନେକ ବିଜ୍ଞାପନ ସାମାଜିକ ଗଣମାଧ୍ୟମରେ ମାଳମାଳ ଘୂରି ବୁଲୁଛି। ସେମାନେ ବିଭିନ୍ନ ସଂସ୍ଥା ଖୋଲି ଲୋକଙ୍କ ମଧ୍ୟରେ ବିଶ୍ୱାସ ଜନ୍ମେଇବା ପାଇଁ ବଡ଼ ଅଭିନେତା, ଅଭିନେତ୍ରୀ, କ୍ରିକେଟର, ୟୁଟ୍ୟୁବରମାନଙ୍କ ଫଟୋ ଲଗାଇ ଲୋକଙ୍କୁ ଚୁନା ଲଗାଉଥିବା ଅଭିଯୋଗ ହେଉଛି।
ଚାକିରୀ ଦେବା ନାଁରେ ଠକେଇ; ୩ ଆନ୍ତଃରାଜ୍ୟ ଠକଙ୍କୁ ବାନ୍ଧିଲା ସାଇବର ପୋଲିସ
ଭୁବନେଶ୍ୱର: ଚାକିରୀ ଦେବା ନାଁରେ ବଡ ଠକେଇ । ଶିକ୍ଷିତ ଯୁବକମାନଙ୍କୁ ନିଜ ଜାଲରେ ପକାଇ ହଜାର ହଜାର ଟଙ୍କା ଠକି ନେଇ ଚମ୍ପଟ ମାରୁଛନ୍ତି ଠକ । ଏଭଳି ଏକ ଘଟଣା ପୁଣି ଥରେ ସାମ୍ନାକୁ ଆସିଛି। ଏୟାରଫିଲ୍ଡ ଅଞ୍ଚଳରେ ଏକ ଅଫିସ ଖୋଲି ଚାକିରୀ ଦେବା ନାଁରେ ଠକେଇ କରୁଥିଲେ । ଜିନ୍ଦଲ, ବେଦାନ୍ତ ଭଳି ବଡ଼ବଡ଼ କମ୍ପାନୀରେ ଚାକିରି ଦେବେ କହୁଥିଲେ । ଠକାମୀର ଶିକାର ହୋଇ ଯୁବକମାନେ ଥାନାର ଦ୍ବାରସ୍ଥ ହେଲା ପରେ ଘଟଣା ପଦାକୁ ଆସୁଛି। ତଦନ୍ତ କରି ୩ ଜଣ ଠକଙ୍କୁ ଗିରଫ କରିଛି ଭୁବନେଶ୍ୱର ସାଇବର ଥାନା ପୋଲିସ । ଗିରଫ ତିନି ଠକଙ୍କ ମଧ୍ୟରେ ରାଜ ସିହ୍ନା ଦିଲ୍ଲୀର ମୁଖ୍ୟ ଥିବାବେଳେ କେନ୍ଦ୍ରାପଡ଼ାର ସନ୍ଦୀପ କୁମାର୍ ଭୋଇ, ସୁନ୍ଦର ପଦାର ରାଜେଶ ସାମନ୍ତରାୟ ଓଡ଼ିଶା ହେଡ୍ ଭାବରେ କାମ କରୁଥିଲେ । ସେମାନଙ୍କଠାରୁ ୩ ହଜର ଟଙ୍କା, ୮ ଟି ମୋବାଇଲ, ୨ ଲାପଟପ୍, ୧୨ ATM, ଚେକ୍ବୁକ, ପାସ୍ବୁକ ଜବତ କରିଛି ପୋଲିସ ।
ସମଗ୍ର ଦେଶରେ ଜବ୍ ଫ୍ରଡ ଚାଲିଥିବାରୁ ୧୦ ହଜରରୁ ଉର୍ଦ୍ଧ ଚାକିରୀ ଆଶାୟୀଙ୍କୁ କୋଟି କୋଟି ଟଙ୍କା ଠକିଥିବା ଜାଣିବାକୁ ପାଇଛି ପୋଲିସ । ୩ ଜଣ ଠକଙ୍କୁ ସାଇବର ପୋଲିସ ରିମାଣ୍ଡରେ ଆଣିବ ବୋଲି ଜଣାପଡିଛି । ସାଇବର ଠକମାନେ ଯୁବକମାନଙ୍କୁ ଆକର୍ଷିଣୀୟ ଲୋଭ ଦେଖାଇ ସେମାନଙ୍କର ଜାଲରେ ଫସାଉଥିଲେ। ୪୦ ହଜାର ଟଙ୍କା ଦେଲେ ଉକ୍ତ କମ୍ପାନି ଚାକିରି ଦେବେ ବୋଲି ଲୋଭନୀୟ ଅଫର ଦେଉଥିଲେ। ବିଶ୍ୱାସ ଜନ୍ମାଇବା ପାଇଁ ଅନଲାଇନରେ ଇଣ୍ଟରଭ୍ୟୁ ମଧ୍ୟ ନେଉଥିଲେ। ଓଡ଼ିଶା ସମେତ ଛତିଶଗଡ଼ ଓ ଝାରଖଣ୍ଡର ଅନେକ ଚାକିରି ଆଶାୟୀ ପ୍ରାର୍ଥୀ ଏହି ଜାଲରେ ପଡ଼ିଥିଲେ।
ରାଜଧାନୀରେ ନକଲି ସ୍କ୍ରିନ୍‌‌ସଟ୍‌‌ ଦେଖାଇ ଦିନକୁଦିନ ବଢ଼଼ିବାରେ ଲାଗିଛି ଠକେଇ; ଟଙ୍କା ଆତ୍ମସାତ୍‌‌ରେ ଉଚ୍ଚଶିକ୍ଷିତଙ୍କ କାରନାମା
ଭୁବନେଶ୍ୱର: କିଏ ଏମ୍‌‌ବିଏ ତ ଆଉ କିଏ ଇଞ୍ଜିନିୟର। ପାଠପଢ଼଼ି ଠକେଇ କରିବାକୁ ଯୋଜନା କରୁଛନ୍ତି ଉଚ୍ଚଶିକ୍ଷିତ। ଏଥର ଠକେଇରେ ଯୋଡ଼ି ହୋଇଛି ନକଲି ସ୍କ୍ରିନସଟ୍‌‌। ରାଜଧାନୀରେ ନକଲି ସ୍କ୍ରିନ୍‌‌ସଟ୍‌‌ ଦେଖାଇ ଠକେଇ ଘଟଣା ଦିନକୁଦିନ ବଢ଼଼ିବାରେ ଲାଗିଛି। ସୁନା ଦୋକାନୀ ଠାରୁ ଆରମ୍ଭ କରି ଏସି ଦୋକାନୀଙ୍କୁ ଟଙ୍କା ପୈଠ ହୋଇଥିବାର ନକଲି ସ୍କ୍ରିନ୍‌‌ସଟ୍‌‌ ଦେଖାଇ ଟଙ୍କା ଠକି ନେଉଛନ୍ତି ଦୁର୍ବୃତ୍ତ। ସେ ରାଜ୍ୟ ବାହାର ଠକ ହୁଅନ୍ତୁ ଅବା ରାଜ୍ୟର; ଭୁବନେଶ୍ୱରକୁ ଆସି ସୁନାଗହଣା ଦୋକାନରେ ରେକି କରୁଛନ୍ତି। ଠକ ପହଞ୍ଚି ଗହଣା ସାମଗ୍ରୀ କିଣୁଛନ୍ତି ଓ ଗହଳିର ସୁଯୋଗ ନେଇ ନେଟ୍‌‌ୱାର୍କ ସମସ୍ୟା ଥିବା ଦର୍ଶାଇ ନକଲି ସ୍କ୍ରିନ୍‌‌ସଟ୍‌‌ ଦେଖାଇ ଖସି ପଳାଉଥିଲେ। କେବଳ ସୁନା ଦୋକାନ ନୁହେଁ ବୈଦୁତିକ ସରଞ୍ଜାମ ଓ ଅନ୍ୟ ଦୋକାନରେ ବି ସମାନ ଧରଣର ଠକେଇ କରୁଥିବା ଅଭିଯୋଗ ହେଉଛି। ଆଉ ଠକେଇ ଟଙ୍କାରେ ତାରକା ହୋଟେଲ୍‌‌ରେ ରହିବା ସହ ମଉଜ କରୁଛନ୍ତି।
ଠକେଇ କରିବା ଲାଗି ଖସଡ଼ା
ଫଟୋସପ୍‌‌ କିମ୍ବା ଫେକ୍‌‌ ମେସେଜ୍‌‌ରେ ୫୦ହଜାର କିମ୍ବା ଲକ୍ଷେ ଟଙ୍କାର ନକଲି ସ୍କ୍ରିନ୍‌‌ସଟ୍‌‌ ପ୍ରସ୍ତୁତ କରୁଛନ୍ତି ଦୁର୍ବୃତ୍ତ। ସୁନା ଦୋକାନରୁ ୫୦ହଜାର କିମ୍ବା ଲକ୍ଷେ ଟଙ୍କା ସୁନା ଗହଣା କିଣୁଛନ୍ତି। ଦୋକାନୀର ବିଶ୍ୱାସଭାଜନ ଲାଗି ପ୍ରଥମେ ୧୦ ଟଙ୍କା ଆକାଉଣ୍ଟକୁ ପଠାଇ ଭରସା ଜିତୁଛନ୍ତି। ପରେ ଫଟୋସପ୍‌‌ରେ ୫୦ହଜାର କିମ୍ବା ଲକ୍ଷେ ଟଙ୍କାର ନକଲି ସ୍କ୍ରିନ୍‌‌ସଟ୍‌‌ ଆପ୍‌‌କୁ ଦୋକାନୀଙ୍କୁ ଦେଖାଉଛନ୍ତି। ଫେକ୍‌‌ ସ୍କ୍ରିନ୍‌‌ସଟରେ ଲକ୍ଷେ ଟଙ୍କା ପଠାଇଥିବା କହୁଥିଲେ ମଧ୍ୟ ଦୋକାନୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉ ନ ଥିଲା। ନେଟୱାର୍କ ସମସ୍ୟା ରହିଛି ଓ ଟଙ୍କା ଆକାଉଣ୍ଟକୁ ଯାଇଥିଲେ ମଧ୍ୟ ଦେଖାଉନାହିଁ ବୋଲି ଦୋକାନୀକୁ କହି ଟଙ୍କା ଚଳୁ କରୁଛନ୍ତି।
କିଛି ଘଟଣା:
ନକଲି ସ୍କ୍ରିନସଟ୍‌‌ ଦେଖାଇ ଏସି ଦୋକାନରୁ ୪୧ ହଜାର ଟଙ୍କା ଚଳୁ କରିଥିବା ଠକ ଅଭିଷେକ ରଥକୁ କାବୁ କରିଥିଲା ଖଣ୍ଡଗିରି ଥାନା ପୁଲିସ। କୁଲର୍‌‌ ଓ ଏସି କିଣିବା ପରେ ନକଲି ସ୍କ୍ରିନସଟ୍‌‌ ଦେଖାଇ ଟଙ୍କା ଆତ୍ମସାତ୍‌‌ କରିଥିଲା ଅଭିଷେକ।
ନକଲି ସ୍କ୍ରିନ୍‌‌ସଟ୍‌‌ ଦେଖାଇ ସୁନା ଦୋକାନୀଙ୍କୁ ଲକ୍ଷାଧିକ ଟଙ୍କା ଚୂନ ଲଗାଉଥିବା ଏମ୍‌‌ବିଏ ଠକ ପ୍ରଭାସ ଗୁପ୍ତାକୁ କୋଲକାତା ବିମାନବନ୍ଦରରୁ ଗିରଫ କରାଯାଇଥିଲା। କେବଳ ଓଡ଼ିଶା ନୁହେଁ ବରଂ ମାୟାନଗରୀ ମୁମ୍ୱଇ ଠାରୁ କୋଲକାତା, ଦିଲ୍ଲୀରୁ ଇମ୍ଫାଲ; ସବୁଠୁ ସମାନ ତରିକାରେ ରାଜୀବ ଲକ୍ଷ ଲକ୍ଷ ଟଙ୍କାର ଅଳଙ୍କାର ଠକି ନେଉଥିଲା। ସେ ତମାଣ୍ଡୋ ଓ ସିଂହଦ୍ୱାର ଥାନାରେ ଥିବା ସୁନା ଦୋକାନରୁ ଲକ୍ଷେ ଟଙ୍କା ଲେଖାଏଁ ସୁନା ଅଳଙ୍କାର ନେଇ ଚମ୍ପଟ ହୋଇଯାଇଥିଲା।
ଆୟକର ବିଭାଗର ଅଧିକାରୀ କହି ସମ୍ବଲପୁର, ପୁରୀ, ଝାରସୁଗୁଡ଼ା ଓ ଭୁବନେଶ୍ୱରରେ ନକଲି ସ୍କ୍ରିନସଟ୍‌‌ ଦେଖାଇ ସୁନା ଦୋକାନରୁ ଲୁଟ୍‌‌ କରୁଥିଲେ ବିଶାଲ ରାଜକୁମାର ଲେଲେଙ୍ଗା। ବେଙ୍ଗାଲୁରୁରେ ଏମ୍‌‌ବିଏ କରି ଭୁବନେଶ୍ୱରର ତାରକା ହୋଟେଲ୍‌‌ରେ ରହି ସୁନା ଦୋକାନକୁ ଯାଉଥିଲେ। ସୁନା କିଣି ସାରିବା ପରେ ନକଲି ସ୍କ୍ରିନସଟ୍‌‌ ଦେଖାଇ ଟଙ୍କା ଚଳୁ କରୁଥିଲେ।