shankaracancer - The Sakala

ଆଜି ବାଗଚୀ-ଶ୍ରୀଶଙ୍କର କ୍ୟାନ୍‌ସର ହସ୍‌ପିଟାଲର ଶିଳାନ୍ୟାସ
ତମାଣ୍ଡୋ : ରାଜଧାନୀ ଉପକଣ୍ଠ ଇନଫୋଭ୍ୟାଲି ନିକଟରେରେ ପ୍ରତିଷ୍ଠା ହେବ ବାଗଚୀ-ଶ୍ରୀଶଙ୍କର କର୍କଟ ଚିକିତ୍ସା ଓ ଗବେଷଣା କେନ୍ଦ୍ର ଏବଂ ବାଗଚୀ-କରୁଣାଶ୍ରୟ ପାଲିଏଟିଭ୍ କେୟାର କେନ୍ଦ୍ର। ଆସନ୍ତାକାଲି (ସୋମବାର) ଏହାର ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ରବିବାର ଅପରାହ୍ଣରେ ସଭାସ୍ଥଳର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ। ସେହିପରି ଆୟୋଜନ ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ରାଜ୍ୟ ଦକ୍ଷତା ବିକାଶ ପ୍ରାଧିକରଣ ଅଧ୍ୟକ୍ଷ ସୁବ୍ରତ ବାଗଚୀ। ପ୍ରାରମ୍ଭିକ ପର୍ଯ୍ୟାୟରେ ୨୫୦ ଶଯ୍ୟାରେ ଆରମ୍ଭ ହେବ ଓ ୨୦୨୪ ସୁଦ୍ଧା କାର୍ଯ୍ୟକ୍ଷମ ହେବ। କିନ୍ତୁ ପରେ ଏହା ୫୦୦ ଶଯ୍ୟାକୁ ବିସ୍ତାରିତ ହେବ। କର୍କଟ ଡାକ୍ତରଖାନା ଓ ଗବେଷଣା କେନ୍ଦ୍ର ପାଇଁ ରାଜ୍ୟ ସରକାର ୨୦ ଏକର ଜମି ଦେଇଥିବା ବେଳେ ବାଗଚୀ ଦମ୍ପତି ୨୧୦ କୋଟି ଟଙ୍କା ସହାୟତା ଦେବା ପାଇଁ ଘୋଷଣା କରିଛନ୍ତି। ସେହିଭଳି ପାଲିଏଟିଭ କେୟାର ନିମନ୍ତେ ରାଜ୍ୟ ସରକାର ୨୦ ଏକର ଜମି ଦେବେ ଓ ଏଥିପାଇଁ ବାଗଚୀ ଦମ୍ପତି ୧୩୦ କୋଟି ଟଙ୍କାର ସହାୟତା ଯୋଗାଇଦେବେ।

ଏହି ଦୁଇଟି କର୍କଟ ରୋଗ ପ୍ରତିଷ୍ଠାନ ପାଇଁ ବାଗଚୀ ଦମ୍ପତି ମୋଟ ୩୪୦ କୋଟି ଟଙ୍କାର ଅର୍ଥରାଶି ପ୍ରଦାନ କରିବେ। ଆସନ୍ତା କାଲି ସକାଳ ୧୦:୩୦ ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦୁଇ ଜାତୀୟ ସ୍ତରର ପ୍ରତିଷ୍ଠାନ ନିମନ୍ତେ ଭିତ୍ତିପ୍ରସ୍ତର ସ୍ଥାପନ କରିବେ। ସୁରକ୍ଷା ନିମନ୍ତେ  ମୋଟ ୫ ପ୍ଲାଟୁନ ଫୋର୍ସ ମୁତୟନ କରାଯିବ। ସୁରକ୍ଷା ବ୍ୟବସ୍ଥା ଯାଞ୍ଚ ସମୟରେ ଡିସିପିଙ୍କ ସହିତ ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ, ଅତିରିକ୍ତ ଡିସିପି (ଟ୍ରାଫିକ) କେକେ ପାଣିଗ୍ରାହୀ, ଏସିପି ଅନିଲ କୁମାର ମିଶ୍ର, ଜଟଣୀ ଥାନା ଅଧିକାରୀ ଉପସ୍ଥିତ ରହିଥିଲେ।