RathaJatara - The Sakala

ପବିତ୍ର ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ
ରାଷ୍ଟ୍ରପତି ରାମ ନାଥ କୋବିନ୍ଦ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ଭଗବାନ ଜଗନ୍ନାଥ ଯାତ୍ରା ଅବସରରେ ଲୋକଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। “ରଥଯାତ୍ରାର ବିଶେଷ ଉତ୍ସବରେ ସମସ୍ତଙ୍କୁ ଶୁଭେଚ୍ଛା। ଆମେ ଭଗବାନ ଜଗନ୍ନାଥଙ୍କୁ ପ୍ରଣାମ କରୁ ଏବଂ ପ୍ରାର୍ଥନା କରୁ ଯେ ତାଙ୍କ ଆଶୀର୍ବାଦ ସମସ୍ତଙ୍କ ଜୀବନରେ ଉତ୍ତମ ସ୍ୱାସ୍ଥ୍ୟ ଏବଂ ସମୃଦ୍ଧତା ଆଣନ୍ତୁ |

Greetings to everyone on the special occasion of the Rath Yatra. We bow to Lord Jagannath and pray that his blessings bring good health and prosperity in everyone’s lives. Jai Jagannath!

— Narendra Modi (@narendramodi) July 12, 2021

भगवान जगन्नाथ की रथ यात्रा के शुभ अवसर पर सभी देशवासियों, विशेष रूप से ओडिशा में सभी श्रद्धालुओं को मेरी हार्दिक बधाई एवं शुभकामनाएं। मैं कामना करता हूँ कि प्रभु जगन्नाथ के आशीर्वाद से सभी देशवासियों का जीवन सुख, समृद्धि और स्वास्थ्य से परिपूर्ण बना रहे।

— President of India (@rashtrapatibhvn) July 12, 2021

ଆଜି ବ୍ରହ୍ମ-ବ୍ରହ୍ମାଣ୍ଡର ମହାମିଳନ
ପୁରୀ : କରୋନା ମହାମାରୀ କାରଣରୁ ରାଜ୍ୟର ସବୁ ସ୍ଥାନରେ କୋଭିଡ୍ କଟକଣା ଭିତରେ ମନ୍ଦିରମାନଙ୍କରେ ରଥଯାତ୍ରା ନୀତି ସଂପାଦିତ ହେବ। ହେଲେ ପୁରୀ ଶ୍ରୀକ୍ଷେତ୍ର ଉପରେ କିନ୍ତୁ ପୂରା ବିଶ୍ବର ନଜର। କାହିଁକି ନା ଆଷାଢ଼ ଶୁକ୍ଲ ପକ୍ଷ ଦ୍ୱିତୀୟା ତିଥି ଅର୍ଥାତ୍ ଆସନ୍ତାକାଲି ବଡ଼ଦାଣ୍ଡକୁ ଓହ୍ଲାଇବେ ଦାରୁବ୍ରହ୍ମ। ଭାଇ ବଳଭଦ୍ର, ଭଉଣୀ ସୁଭଦ୍ରାଙ୍କ ସହିତ ଭଗବାନ ଶ୍ରୀଜଗନ୍ନାଥ ବିଶ୍ବବିଶ୍ରୁତ ଘୋଷଯାତ୍ରାରେ ବାହାରିବେ। ବିନା ଭକ୍ତ ଓ ସଂପୂର୍ଣ୍ଣ କୋଭିଡ କଟକଣା ଭିତରେ ଲଗାତାର ଦ୍ବିତୀୟ ବର୍ଷ ପାଇଁ ମହାପ୍ରଭୁ କେବଳ ନିଜ ସେବକଙ୍କ ସହଯୋଗରେ ଯିବେ ଶ୍ରୀଗୁଣ୍ଡିଚା ମନ୍ଦିର ଯାଏ। ଆରମ୍ଭ ହେବ ମହାପ୍ରଭୁଙ୍କ ନବ ଦିନାତ୍ମକ ଯାତ୍ରା। ଏଥିପାଇଁ ପ୍ରଶାସନର ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।

ବ୍ରହ୍ମାଣ୍ଡ କର୍ତ୍ତା ମହାପ୍ରଭୁଙ୍କୁ ଟିକିଏ ସ୍ପର୍ଶ କରିବା ଲାଗି ବ୍ୟାକୁଳ ହୋଇ ଉଠିଛନ୍ତି ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ ରଥ। ରଥଯାତ୍ରାରେ ବାହାରିବା ପାଇଁ ଆଜି ପୂର୍ବାହ୍ନରେ ମହାପ୍ରଭୁ ଆଜ୍ଞା ଦେବା ପରେ (ଆଜ୍ଞାମାଳ ବିଜେ ନୀତି) ତର ତର ହୋଇ ତିନି ରଥ ଆସି ଅପେକ୍ଷା କରିଛନ୍ତି ସିଂହଦ୍ବାର ଚକଡାରେ। ସେମାନଙ୍କ ବ୍ୟାକୁଳତାର କାରଣ ହେଉଛି, ଯେତେବେଳେ ଠାକୁର ତାଙ୍କୁ ଛୁଇଁଦେବେ, ସେବେ ସେମାନେ ଦେବତା ପାଲଟିଯିବେ। ବଡ଼ଦାଣ୍ଡରେ ବ୍ରହ୍ମ ଓ ବ୍ରହ୍ମାଣ୍ଡର ମହାମିଳନ ଘଟିବ। ବିଶ୍ବାସ ଅଛି, ଶ୍ରୀ ବିଗ୍ରହଙ୍କୁ ବାମନ ରୂପରେ ଦର୍ଶନ ଦ୍ୱାରା ପୁନର୍ଜନ୍ମରୁ ମୁକ୍ତି ମିଳିବ। ଏଥିପାଇଁ ଭକ୍ତ ଯେମିତି ଉତ୍ସୁକତାର ସହିତ ଏହି ଦିନକୁ ଅପେକ୍ଷା କରିଥାଏ, ମହାପ୍ରଭୁ ବି ସେମିତି ବ୍ୟାକୁଳତା ପ୍ରଦର୍ଶନ କରିଥାନ୍ତି। କିନ୍ତୁ କରୋନା ଏବେ ଏଥିରେ ବାଧକ ସାଜିଛି।

କୋଟି କୋଟି ଭକ୍ତ କେବଳ ଟିଭି ପରଦାରେ, ମୋବାଇଲ ସ୍କ୍ରିନ୍‌ରେ ମହାପ୍ରଭୁଙ୍କର ରଥଯାତ୍ରା ଦେଖିବେ। ସେଥିପାଇଁ ରାଜ୍ୟ ସରକାର ବ୍ୟାପକ ପ୍ରସ୍ତୁତ କରିଛନ୍ତି। ଜ୍ୟେଷ୍ଠ ପୂର୍ଣ୍ଣମୀ ଦିନ ସ୍ନାନମଣ୍ଡପରେ ପ୍ରତ୍ୟକ୍ଷ ସ୍ନାନ କରି ଅସୁସ୍ଥ ହୋଇପଡିଥିଲେ ମହାପ୍ରଭୁ। ଏବେ ସୁସ୍ଥ ହେବା ପରେ ଅତ୍ୟନ୍ତ ବ୍ୟଗ୍ର। ତରତର ହୋଇ ପ୍ରସ୍ତୁତି ଚଳାଇଛନ୍ତି କିଭଳି ବଡଦାଣ୍ଡକୁ ଓହ୍ଲାଇ ଟିକେ ସମଗ୍ର ବିଶ୍ବକୁ ଆଖି ପୂରାଇ ଦେଖିବେ। ଅପେକ୍ଷା କରିଛନ୍ତି ଠାକୁରେ, କେତେବେଳେ ଦଇତା ସେନାପଟା ଲାଗି ସାରିବେ? କେତେବେଳେ ମୁଦିରସ୍ତ, ପତି ମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବେ? କେତେବେଳେ ଦଇତାପତି ପୁଷ୍ପାଞ୍ଜଳି ପ୍ରଦାନ କରିବେ? କେତେବେଳେ ଘଣ୍ଟୁଆ ଘଣ୍ଟନାଦରେ କମ୍ପାଇ ଦେବେ ଶ୍ରୀମନ୍ଦିର।

କେତେବେଳେ ଖୁଣ୍ଟିଆ ‘ମଣିମା’ ଡାକ ଦେବେ ଆଉ ଆରମ୍ଭ ହେବ ପହଣ୍ଡି? କେତେବେଳେ ବାଜିବ ବିଜେ କାହାଳି? ସେପଟେ ଆଖି ଝଲସା ଫୁଲରେ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର ଓ ଶ୍ରୀଗୁଣ୍ଡିଚା ମନ୍ଦିର। ହେଲେ ପୁରୀ ପ୍ରଶାସନ ଆଜି ରାତିରୁ  ପୂଣ୍ୟଭୂମି ଶ୍ରୀକ୍ଷେତ୍ରରେ ୪୮ ଘଣ୍ଟା ପାଇଁ କର୍ଫ୍ୟୁ ଜାରି କରିଛନ୍ତି। ଘରର ଦରଜା ଭିତରେ ଅଟକିଯାଇଛନ୍ତି ଭକ୍ତ। ଆଜି ସକାଳେ ମହାପ୍ରଭୁଙ୍କ ଆଂଜ୍ଞା ପାଇ ତିନି ରଥ ଆଜି ସିଂହଦ୍ବାର ସମ୍ମୁଖ ଚକଡ଼ାରେ ବିଜେ କରିଛନ୍ତି। ତିନିବାଡ଼ଙ୍କ ଆଜ୍ଞାମାଳ ବିଜେ ପରେ ରଥଖଳାରେ ଥିବା ନନ୍ଦିଘୋଷ, ତାଳଧ୍ବଜ ଓ ଦର୍ପଦଳନଙ୍କୁ କେବଳ ସେବକମାନେ ସିଂହଦ୍ବାର ସମ୍ମୁଖକୁ ଟାଣି ଆଣିଥିଲେ। ଆସନ୍ତାକାଲି ରଥଯାତ୍ରା ପାଇଁ ସକାଳ ସାଢ଼େ ୮ରୁ ସାଢ଼େ ୧୧ଟା ଭିତରେ ପହଣ୍ଡି ଶେଷ ହେବ।

ଅପରାହ୍ଣ ୩ଟାରେ ଆରମ୍ଭ ହେବ ରଥଟଣା। ରବିବାର ସକାଳେ ରଥ କାମ ଶେଷ ହୋଇଥିଲା। ବଲ୍ଲଭ ଓ ସକାଳ ଧୂପ ଶେଷ  ପରେ ଶ୍ରୀମନ୍ଦିରରୁ ରଥଖଳାକୁ ତିନି ଆଜ୍ଞାମାଳ ବିଜେ କରିଥିଲେ। ପରେ ରଥଖଳାରୁ ତିନି ରଥକୁ ରଥ ଚକଡ଼ାକୁ ନିଆଯାଇଥିଲା। ‌ଶ୍ରୀମନ୍ଦିର ପ୍ରଶାସନର ଚୂଡ଼ାନ୍ତ ନୀତି ଅନୁଯାୟୀ, ଆଜି ରାତି ୧୧ଟାରୁ ଆସନ୍ତାକାଲି ଭୋର ୪ଟା ଭିତରେ ସେନାପଟା ଲାଗି ହେବ। ଆସନ୍ତାକାଲି ଭୋର ସାଢେ ଚାରିଟାରେ ମଙ୍ଗଳଆଳତି, ୫ଟାରେ ମଇଲମ, ତା ପରେ ତଡ଼ପଲାଗି ଓ ରୋଷହୋମ ହେବ। ସକାଳ ସାଢେ ପାଞ୍ଚଟାରେ ଅବକାଶ, ୫ଟା ୪୦ରେ ସୂର୍ଯ୍ୟପୂଜା, ୬ଟାରେ ଦ୍ବାରପାଳ ପୂଜା ଓ ବେଶଶେଷ ହେବ। ସାଢେ ଛଅଟାରୁ ସାଢେ ସାତଟା ଭିତରେ ଗୋପାଳବଲ୍ଲଭ ଓ ସକାଳଧୂପ (ଖେଚୁଡ଼ି ଭୋଗ) ନୀତି ଅନୁଷ୍ଠିତ ହେବ।

ତିନି ରଥଙ୍କ ପ୍ରତିଷ୍ଠା ପୂଜା ସକାଳ ୮ଟାରେ ଅନୁଷ୍ଠିତ ହେବ। ୮ଟା ୧୫ରେ ମଙ୍ଗଳାର୍ପଣ ପରେ ସାଢ଼େ ୮ଟାରେ ପହଣ୍ଡି ଆରମ୍ଭ ହେବ। ସାଢ଼େ ୧୧ଟା ଭିତରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି ଶେଷ ପରେ ମଦନମୋହନ ବିଜେ କରିବେ। ୧୨ଟାରୁ ସାଢ଼େ ୧୨ଟା ଭିତରେ ମଦନ ମୋହନଙ୍କ ବିଜେ ନୀତି ସଂପନ୍ନ ପରେ ଚିତାଲାଗି ଓ ବେଶ ଶେଷ ହେବ। ଅପରାହ୍ଣ ୧୨ଟା ୪୫ରୁ ୨ଟା ମଧ୍ୟରେ ଗଜପତି ମହାରାଜାଙ୍କ ଦ୍ବାରା ଛେରାପହଁରା ନୀତି ସଂପନ୍ନ ହେବ। ଅପରାହ୍ଣ ୨ଟାରୁ ଚାରମାଳ ଫିଟା ହୋଇ ତିନି ରଥରେ ଘୋଡ଼ା ଓ ସାରଥୀ ଲାଗିବା କାମ ଶେଷ ହେବ। ଅପରାହ୍ଣ ୩ଟାରେ ରଥଟଣା ଆରମ୍ଭ ହେବ। ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ତିନି ରଥ ପହଞ୍ଚିବା ପରେ ଅନ୍ୟାନ୍ୟ ନୀତି ଆରମ୍ଭ ହେବ।

ଉଲ୍ଲେଖଥାଉକି, ପୁରୀ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡାକ୍ତର କ୍ରିଷନ୍ କୁମାର ଆଜି ଗୋବର୍ଦ୍ଧନ ପୀଠ ଯାଇ ବିଧିବଦ୍ଧ ଭାବେ ଜଗଦ୍‌ଗୁରୁ ଶଙ୍କରାଚାର୍ଯ୍ୟ ସ୍ବାମୀ ନିଶ୍ଚଳାନନ୍ଦ ସରସ୍ବତୀଙ୍କୁ ଭେଟି ତାଙ୍କୁ ରଥଯାତ୍ରା ପାଇଁ ଆମନ୍ତ୍ରଣ କରିଛନ୍ତି। ଶଙ୍କରାଚାର୍ଯ୍ୟ ମଧ୍ୟ ସମ୍ମତି ଜଣାଇଛନ୍ତି। ଆସନ୍ତାକାଲି ସେ ରଥ ଉପରେ ଠାକୁରଙ୍କୁ ଦର୍ଶନ ପାଇଁ ଆସିବେ।