Baladev Jew - The Sakala

ଶ୍ରୀ ବଳଦେବଜୀଉ ପରିସରରେ ଲାଗୁ ହେଲା ୧୪୪ ଧାରା
କେନ୍ଦ୍ରାପଡା: ପବିତ୍ର ଗୁଣ୍ଡିଚା ଯାତ୍ରାକୁ ଲକ୍ଷ କରାଯାଇ କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ଶ୍ରୀ ବଳଦେବଜିଉ ମନ୍ଦିର ଚାରିପାଖରରେ ୧୪୪ ଧାରା ଲାଗୁ ନେଇ ସୂଚନା ଦେଇଛି। ବଳଦେବଜିଉ ମନ୍ଦିରଠାରୁ ମାଉସୀମା ମନ୍ଦିର ପର୍ଯ୍ଯନ୍ତ ୧୪୪ ଧାରା ଲାଗୁ କରାଯାଇଛି । ଆଜି ରାତି ୯ଟାରୁ କାଲି ରାତି ୧୧ଟା ପର୍ୟ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ। ଏହାଛଡା ରଥଯାତ୍ରା ପାଇଁ କେବଳ ମନ୍ଦିର ଭିତରେ ନୀତିକାନ୍ତି ହେବ ବୋଲି ଜିଲ୍ଲାପାଳ ଅମ୍ରିତି ଋତୁରାଜ ସୂଚନା ଦେଇଛନ୍ତି।

ମନ୍ଦିରକୁ ଲାଗି ୫୦୦ ମିଟର‌୍‌ ଭିତରେ କୌଣସି ସମାବେଶ କିମ୍ବା ଭକ୍ତ ଏକାଠି ହେଇପାରିବ ନାହିଁ ବୋଲି ଉପଜିଲ୍ଲାପାଳ ଜାରି କରିଥିବା ନିର୍ଦେଶନାମାରେ କୁହାଯାଇଛି। ଗତବର୍ଷ ପରି ଚଳିତବର୍ଷ ମଧ୍ୟ ବଳଦେବଜିଉଙ୍କ ରଥଯାତ୍ରା ବନ୍ଦ ରହିଛି। କରୋନା ସ˚କ୍ରମଣକୁ ଦୃଷ୍ଟିରେ ରଖି ସରକାର ଏ କଥା ଘୋଷଣା କରିବା ସହିତ ମନ୍ଦିର ବେଢ଼ା ଭିତରେ ହିଁ ରଥଯାତ୍ରା ନୀତିକାନ୍ତି ସଂପନ୍ନ କରିବାକୁ ନିର୍ଦେଶ ଦେଇଛନ୍ତି। ତଦନୁଯାୟୀ, ସୀମିତ ସେବାୟତଙ୍କ ଜରିଆରେ ଠାକୁରଙ୍କ ସମସ୍ତ ନୀତିକାନ୍ତି ଶେଷ କରିବାକୁ ମନ୍ଦିର ପ୍ରଶାସନ ନିଷ୍ପତ୍ତି ନେଇଛି।

ଧାର୍ଯ୍ଯ କାର୍ଯ୍ଯସୂଚୀ ମୁତାବକ, ଆସନ୍ତାକାଲି ଭୋର‌୍‌ ୫ରୁ ୬ଟା ମଧ୍ୟରେ ଠାକୁରଙ୍କ ଜୟମଙ୍ଗଳା ଆଳତୀ, ସକାଳ ୭ରୁ ୯ଟା ମଧୢରେ ନୀତିସ୍ନାନ ବଲ୍ଲଭ, ସାଢେ଼ ୯ରୁ ସାଢେ଼ ୧୦ଟା ମଧ୍ଯରେ ଖେଚୁଡ଼ି ଧୂପ, ସାଢେ଼ ୧୧ରୁ ସାଢେ଼ ୧ଟା ମଧ୍ଯରେ ସେନାପିଟା, ଅପରାହ୍ନ ୨ଟାରୁ ୩ଟା ମଧ୍ଯରେ ମଙ୍ଗଳାର୍ପଣ ଓ ଭେଟି କରାଯିବ। ସେହିପରି ସାଢେ଼ ୩ରୁ ସାଢେ଼ ୪ମଧ୍ଯରେ ପ୍ରତୀକାତ୍ମକ ଭାବେ ଜଗମୋହନକୁ ରଥ ରୂପେ ବିବେଚନା କରାଯାଇ ଠାକୁରଙ୍କୁ ପହଣ୍ତି ବିଜେ କରାଯାଇ ଛେରା ପହଁରା ସମେତ ସମସ୍ତ ନୀତିକାନ୍ତି ସେଠାରେ ସଂପନ୍ନ କରାଯିବ। ୧୪ତାରିଖରେ ଆଳାପ ମଣ୍ତପ ବିଜେ, ୨୦ରେ ବାହାଡ଼ା ନୀତି ଏବଂ ୨୨ତାରିଖର ନିଳାଦ୍ରୀ ବିଜେ ନୀତି ସ˚ପନ୍ନ କରାଯିବ ବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି।

ଅନ୍ୟପକ୍ଷରେ ଜିଲ୍ଲାପାଳ ଅମ୍ରିତ ଋତୁରାଜ ଆଜି ରଥଯାତ୍ରା ନୀତିକାନ୍ତି ସ˚ମ୍ପର୍କରେ ସମୀକ୍ଷା କରିଛନ୍ତି। ମନ୍ଦିର ପ୍ରଶାସନ କାର୍ଯ୍ଯା ଳୟରେ ସେବାୟତ ମାନଙ୍କ ସହିତ ଅନୁଷ୍ଠିତ ଏକ ବୈଠକରେ ଏ ସ˚ପର୍କରେ ବିସ୍ତୃତ ଆଲୋଚନା କରାଯିବା ସହିତ ମନ୍ଦିରର ବିକାଶ ପାଇଁ କାର୍ଯ୍ଯକାରୀ ହେଉଥିବା ବିଭିନ୍ନ ପ୍ରକଳ୍ପ ବୁଲି ଦେଖିଥିଲେ। ବିଶେଷ କରି ମନ୍ଦିରର ଝୁଲଣ ଘର, ବିବାହ ମଣ୍ତପ ଏବପୁରୁଣା ଚନ୍ଦନ ପୋଖରୀ ବୁଲି ଦେଖିବା ସହିତ ନିର୍ମାଣଧିନ ହେରିଟେଜ୍‌ କମ୍ପ୍ଲେକ୍ସ  ପୂର୍ଣ୍ଣାଙ୍ଗ କରିବାକୁ ବିଭାଗୀୟ ଯନ୍ତ୍ରୀଙ୍କୁ ନିର୍ଦେଶ ଦେଇଥିଲେ। ସେହିପରି ମନ୍ଦିର ଭିତରେ ଲାଗିଥିବା ସିସି କ୍ୟାମେରା ପାଇଁ ସ୍ବତନ୍ତ୍ର ଇନଭର୍ଟର‌୍‌ ବ୍ୟବସ୍ଥା କରିବାକୁ ଦେବୋତ୍ତର ବିଭାଗକୁ ନିର୍ଦେଶ ଦେଇଛନ୍ତି। ବୈଠକରେ ମନ୍ଦିର ଟ୍ରଷ୍ଟ ବୋର୍ଡ ଅଧୢକ୍ଷ ଉପଜିଲ୍ଲାପାଳ ନିରଞ୍ଜନ  ବେହେରା, ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ, ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ତା, ଇନସ୍ପେକ୍ଟର‌୍‌ ଜ୍ୟୋତିରଞ୍ଜନ  ସାମନ୍ତରାୟ, ଉପ ନିର୍ବାହୀ ଯନ୍ତ୍ରୀ ବିମଳ ପ୍ରସାଦ ଦାସ, ବଳରାମ ସୁଆର, ଧିରେନ୍‌ ସାହୁ, ର˚ଞ୍ଜନ ପୃଷ୍ଟି, ସୁପରଭାଇଜର‌୍‌ ନୃସି ଚରଣ ପତ୍ରୀ ପ୍ରମୁଖ ଉପସ୍ଥିତ ଥିଲେ।