Farmer suffer - The Sakala
ସର୍ବହରା ଚାଷୀକୁଳ: ବନ୍ୟା ଧୋଇନେଲା ବର୍ଷକର ଆହାର, ସାନି ବେଉଷଣ ପାଇଁ ସମୟ ନାହିଁ
ଭଦ୍ରକ(ଉମାକଲ୍ୟାଣ ମହାପାତ୍ର): ଭଦ୍ରକ ଜିଲ୍ଲାରେ ବୈତରଣୀ ଓ ସାଳନ୍ଦୀ ନଦୀର ବନ୍ୟା ପ୍ରକୋପ ଥମିଛି। ସବୁ ନଦୀର ଜଳ ବିପଦ ସଙ୍କେତ ତଳେ ପ୍ରବାହିତ ହେଉଛି; ହେଲେ ବନ୍ୟା ଉଜାଡ଼ି ଦେଇଛି ସୁନାର ଫସଲ, ଭାଙ୍ଗିଦେଇଛି ଚାଷୀଙ୍କ ଅଣ୍ଟା । କଥାରେ ଅଛି, ଚାଷ ହୁଡ଼ିଲେ ବରଷେ, ଭୋଟର ହୁଡ଼ିଲେ ୫ ବରଷ।  ଚାଷୀ ଏ ବର୍ଷ ବଡ଼ ଆଶା ନେଇ ବିଲରେ ସରକାରଙ୍କ ପ୍ରଦତ୍ତ ବିହନ ନେଇ ତଳି ରୋଇଥିଲା, ସେଥିରେ ସାର ପ୍ରୟୋଗ କରିଥିଲା। ଧାନ ଗଛ ବି ବହୁତ ଭଲ ହୋଇଥିଲା। ଧାନ ଫଳିଲେ କିଏ ଝିଅ ବାହାଘର କରିବାର ସ୍ୱପ୍ନ ତ କିଏ ପକ୍କା ଘର କରିବାର ସ୍ୱପ୍ନ ଦେଖିଥିଲା। କିଏ ଜାଣିଥିଲା ତା’ ଭାଗ୍ୟରେ ଏ ବର୍ଷ ଏପରି ଦୁର୍ଦ୍ଦିନ ଆସିବ। ଭାଙ୍ଗିରୁଜି ଚୂର୍‌ମାର୍‌ କରିଦେବ ବର୍ଷକର ସ୍ୱପ୍ନ। ଚଳିତ ବନ୍ୟାରେ ଭଦ୍ରକ ଜିଲ୍ଲାର ୬ଟି ଯାକ ବ୍ଲକରେ ବ୍ୟାପକ କ୍ଷତି ହୋଇଛି। ଆଜି ପର୍ଯ୍ୟନ୍ତ ଅନେକ ଅଞ୍ଚଳ ପାଣି ଘେରରେ ଅଛି। ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରଗୁଡ଼ିକ ବନ୍ଦ ଅଛି। ସମୁଦ୍ରରେ ଉଠିଆ ମୁଣ୍ଡ ରହିବାରୁ ଜୁଆର ଅଧିକ ଆସିବା ଫଳରେ ସମୁଦ୍ର ବନ୍ୟା ପାଣି ଟାଣିପାରୁ ନାହିଁ। ଫଳରେ ଚାଷ ଜମିରେ ଆଜି ବି ପ୍ରବଳ ପାଣି ଜମି ରହିଛି। ଧାନ ତଳି ଏପର୍ଯ୍ୟନ୍ତ ପାଣିରେ ବୁଡ଼ି ରହିଥିବାରୁ ତାହା ସମ୍ପୂର୍ଣ୍ଣ ପଚି ମାଟିରେ ମିଶିଯାଇଥିବା ଆଶଙ୍କା ବଢ଼ିଛି ।
ସେହିପରି ବନ୍ୟାରେ ସର୍ବହରା ହୋଇଯାଇଛନ୍ତି ଜିଲ୍ଲାର ପନିପରିବା ଚାଷୀ୤ ବନ୍ୟା ବିପଦରୁ ଲୋକେ କିଛିଟା ଆଶ୍ୱସ୍ତ ହୋଇଥିଲେ ମଧ୍ୟ ଏବେ ଉଜୁଡ଼ି ଯାଇଥିବା ଚାଷ ଜମିକୁ ଦେଖି ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ବନ୍ୟା ପାଣି ଛାଡ଼ିବା ପରେ ଚାଷୀଙ୍କ ଅସଲ ଦୁଃଖ ସାମ୍ନାକୁ ଆସିଛି। ପରିବା ଚାଷ କରି ଜୀବିକା ନିର୍ବାହ କରୁଥିବା ଶତାଧିକ ଚାଷୀ ଏବେ ସର୍ବସ୍ୱାନ୍ତ ହୋଇଛନ୍ତି।
ଭଦ୍ରକ ଜିଲ୍ଲାରେ ବନ୍ୟା ଯୋଗୁଁ ୬ଟି ବ୍ଲକ୍‌ର ୧୧୧ଟି ପଞ୍ଚାୟତ ଅଧୀନ ୨୯୫ଟି ଗାଁର ୨୯୩ ହେକ୍ଟର ପରିବା ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବା ଜିଲ୍ଲା ଉଦ୍ୟାନ କୃଷି ବିଭାଗର ସୂଚନାରୁ ଜଣାପଡ଼ିଛି ।
ଭଦ୍ରକ ଜିଲ୍ଲାର ଧାମନଗର, ତିହିଡ଼ି, ଭଣ୍ଡାରିପୋଖରୀ, ଚାନ୍ଦବାଲି, ଭଦ୍ରକ ଓ ବାସୁଦେବପୁର ବ୍ଲକ୍‌ର ବିଭିନ୍ନ ଅଞ୍ଚଳରେ ୨୯୫ଟି ଗାଁର ୨୯୩ ହେକ୍ଟର ଜମିରେ ଚାଷ ହୋଇଥିବା ପନିପରିବା ଚାଷ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। ବର୍ଷସାରା ଏହି ପରିବା ବିକ୍ରି କରି ପରିବାର ଚଳାଉଥିବା ଚାଷୀମାନେ ଏବେ ବଡ଼ ଆର୍ଥିକ ସଙ୍କଟର ସମ୍ମୁଖୀନ ହୋଇଥିବାବେଳେ ସେମାନଙ୍କ ଜୀବନଜୀବିକା ବିପର୍ଯ୍ୟସ୍ତ ହୋଇପଡ଼ିଛି।
ଧାନ ଏବଂ ପନିପରିବା ଚାଷ ପାଇଁ ଅନେକ ଚାଷୀ ବ୍ୟାଙ୍କ ଓ ବେସରକାରୀ ସଂସ୍ଥାରୁ ଋଣ ନେଇଥିଲେ। ଏବେ ସୁନା ଫସଲ ଉଜୁଡ଼ିଯିବା ପରେ ଋଣ କିପରି ସୁଝିବେ ଏବଂ ପରିବାର କିପରି ଚଳାଇବେ, ସେ କଥା ଭାବି ଭାବି ଚାଷୀଙ୍କ ଆଖିରୁ ଲୁହ ଶୁଖୁନାହିଁ। ବନ୍ୟା ପାଣି ଛାଡ଼ିଥିଲେ ମଧ୍ୟ ଜମିରେ କାଦୁଅ ଏବଂ ବାଲି, ପଟୁମାଟି ଆଦି ଜମି ରହିଥିବାରୁ ତୁରନ୍ତ ପୁନର୍ବାର ଚାଷ କରିବା ମଧ୍ୟ ସେମାନଙ୍କ ପାଇଁ ସମ୍ଭବ ହେଉନାହିଁ।
ଏଭଳି ସ୍ଥିତିରେ କ୍ଷତିଗ୍ରସ୍ତ ଚାଷୀମାନେ ସରକାରୀ ସହାୟତାକୁ ଚାହିଁ ରହିଛନ୍ତି। ରାଜସ୍ୱ ଏବଂ କୃଷି ବିଭାଗ ପକ୍ଷରୁ କ୍ଷୟକ୍ଷତିର ତୁରନ୍ତ ସଠିକ୍‌ ଆକଳନ କରାଯାଇ ବିପର୍ଯ୍ୟସ୍ତ ଚାଷୀଙ୍କୁ ଉପଯୁକ୍ତ କ୍ଷତିପୂରଣ ଏବଂ କୃଷି ଇନ୍‌ପୁଟ୍‌ ସହାୟତା ପ୍ରଦାନ କରିବାକୁ କ୍ଷତିଗ୍ରସ୍ତ ଚାଷୀମାନେ ସରକାରଙ୍କ ନିକଟରେ ଦାବି କରିଛନ୍ତି।
ଭୁବନେଶ୍ୱର:  ଚଳିତ ଖରିଫ ଚାଷ ଋତୁରେ ସମଗ୍ର ଓଡ଼ିଶାରେ ଦେଖାଦେଇଥିବା ସାରର ଘୋର ଅଭାବ, ବ୍ୟାପକ କଳାବଜାରୀ ଏବଂ ପ୍ରଶାସନିକ ବିଫଳତା ଯୋଗୁଁ ଲକ୍ଷ ଲକ୍ଷ ଚାଷୀ ହନ୍ତସନ୍ତ ହେଉଛନ୍ତି । ସରକାରଙ୍କ ଚାଷୀ ମାରଣ ନୀତି ଯୋଗୁଁ ଚାଷୀ କଲବଲ ହେଉଥିବାରୁ ଡବଲ ଇଞ୍ଜିନ ସରକାରଙ୍କୁ କଡ଼ା ସମାଲୋଚନା କରିଛି ବିଜୁ ଜନତା ଦଳ ।
ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ଦଳର ଉପସଭାପତି, ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ, ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ଅତନୁ ସବ୍ୟସାଚୀ ନାୟକ ଏବଂ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ସଞ୍ଜୟ ଦାସବର୍ମା, ରାଜ୍ୟରେ ସାରର ଅଭାବ ନଥିବା କଥା ସରକାର ବାରମ୍ୱାର ଚାଷୀମାନଙ୍କୁ ଆଶ୍ୱାସନା ଦେଉଥିବା ବେଳେ, କିନ୍ତୁ ବାସ୍ତବ ଚିତ୍ର ସମ୍ପୂର୍ଣ୍ଣ ଭିନ୍ନ । ରାଜ୍ୟର ବିଭିନ୍ନ ସ୍ଥାନରେ ଧାନ ରୁଆ କାମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ସମୟରେ ଚାଷୀଙ୍କୁ ସାର ଯୋଗାଇବାରେ ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି କହିଥିଲେ ।
ଡ଼ ଅରୁଣ କୁମାର ସାହୁ କହିଥିଲେ ଯେ, ଓଡ଼ିଶାର ପ୍ରାୟ ୭୦ ପ୍ରତିଶତ ଲୋକ କୃଷି ଉପରେ ନିର୍ଭରଶୀଳ ଥିବାବେଳେ ପ୍ରତିବର୍ଷ ପ୍ରାୟ ୩୯ ଲକ୍ଷ ହେକ୍ଟର ଜମିରେ ଖରିଫ ଧାନ ଚାଷ କରାଯାଏ । ଚଳିତ ଖରିଫ ଋତୁରେ ରାଜ୍ୟକୁ ପ୍ରାୟ ୧୧.୪୩ ଲକ୍ଷ ମେଟ୍ରିକ ଟନ ସାରର ଆବଶ୍ୟକତା ରହିଛି । କିନ୍ତୁ ୧୭ ଜୁଲାଇ ସୁଦ୍ଧା ମାତ୍ର ପ୍ରାୟ ୧.୮୧ ଲକ୍ଷ ମେଟ୍ରିକ ଟନ ସାର ପ୍ରାଥମିକ କୃଷି ସମବାୟ ସମିତି (ପ୍ୟାକ୍ସ) ଗୁଡ଼ିକରେ ପହଞ୍ଚିଛି । ଚାଷୀଙ୍କୁ ପ୍ରାୟ ୧.୧୪ ଲକ୍ଷ ମେଟ୍ରିକ ଟନ ସାର ବଣ୍ଟନ କରାଯାଇଛି । ସମଗ୍ର ଖରିଫ ଋତୁରେ ଆବଶ୍ୟକତାର ମାତ୍ର ୧୦ ପ୍ରତିଶତ ସାର ଯୋଗାଣ ହୋଇଥିବାରୁ ରାଜ୍ୟରେ କୃତ୍ରିମ ସାର ସଙ୍କଟ ସୃଷ୍ଟି ହୋଇଛି । ଧାନ ରୁଆ କାମର ଶୀର୍ଷ ସମୟରେ ସାର ସଙ୍କଟ ଚାଷୀମାନଙ୍କୁ ଚିନ୍ତାରେ ପକାଇ ଦେଇଛି । "ଡବଲ ଇଞ୍ଜିନ ସରକାର’ ବାସ୍ତବରେ ଓଡ଼ିଶାର ଚାଷୀଙ୍କ ପାଇଁ "ଟ୍ରବୁଲ ଇଞ୍ଜିନ ସରକାର’ରେ ପରିଣତ ହୋଇଛି । କେନ୍ଦ୍ରରେ ବିଜେପି ସରକାର ପ୍ରାୟ ୧୨ ବର୍ଷ ଧରି କ୍ଷମତାରେ ଥିବା ସତ୍ତ୍ୱେ ତାଳଚେର ସାର କାରଖାନାରେ ଏପର୍ଯ୍ୟନ୍ତ ସାର ଉତ୍ପାଦନ ହୋଇପାରିଲା ନାହିଁ । ୨୦୧୪ ମସିହାରେ ପ୍ରତି ଏକରରେ ସାର ବାବଦରେ ପ୍ରାୟ ୩,୦୦୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ବର୍ତ୍ତମାନ ଏହା ବଢ଼ି ପ୍ରାୟ ୭,୦୦୦ରୁ ୭,୫୦୦ ଟଙ୍କାରେ ପହଞ୍ଚିଛି । ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବାର ପ୍ରତିଶ୍ରୁତି ଦେଇଥିବା ଡବଲ ଇଞ୍ଜିନ ସରକାର ଚାଷୀମାନଙ୍କ ଉପରେ ଆର୍ଥିକ ବୋଝକୁ ଦ୍ୱିଗୁଣିତ କରୁଛନ୍ତି ।
ଶ୍ରୀ ଅତନୁ ସବ୍ୟସାଚୀ ନାୟକ କହିଥିଲେ ଯେ, ରାଜ୍ୟରେ ସାରର କୌଣସି ଅଭାବ ନଥିବା ସରକାରଙ୍କ ଦାବି ସମ୍ପୂର୍ଣ୍ଣ ଅମୂଳକ । ବହୁ ଜିଲ୍ଲାରେ ଚାଷୀମାନେ ଗୋଟିଏ ବସ୍ତା ୟୁରିଆ ପାଇଁ ପ୍ୟାକ୍ସ ଓ ସାର ଦୋକାନ ଆଗରେ ସାରା ରାତି ଅପେକ୍ଷା କରି ରହୁଛନ୍ତି । ୟୁରିଆ ଅଭାବକୁ ଲୁଚାଇବା ପାଇଁ ସରକାର କମ୍ପ୍ଲେକ୍ସ ସାର ଓ ବିକଳ୍ପ ସାର ବ୍ୟବହାରକୁ ପ୍ରୋତ୍ସାହନ ଦେବା ଦୁର୍ଭାଗ୍ୟଜନକ । ସରକାର ୟୁରିଆ ଓ ଡିଏପିର ଅଭାବକୁ ସ୍ୱୀକାର କରି ବିକଳ୍ପ ସାର ଚାଷୀଙ୍କୁ ଯୋଗାଇ ଦେବା ପାଇଁ ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେବାରୁ ଏହା ସ୍ପଷ୍ଟ ପ୍ରମାଣିତ ଯେ, ଚାଷୀଙ୍କ ସମସ୍ୟା ଦୂର କରିବାରେ ସରକାର ସମ୍ପୂର୍ଣ୍ଣ ବିଫଳ । ୟୁରିଆରେ ୪୬ ପ୍ରତିଶତ ନାଇଟ୍ରୋଜେନ ଥିବାବେଳେ ବିକଳ୍ପ ଭାବେ ପ୍ରଚାର କରାଯାଉଥିବା ଅନେକ ସାରରେ ମାତ୍ର ୨୧ ପ୍ରତିଶତ ନାଇଟ୍ରୋଜେନ ରହିଛି । ତେଣୁ ସେଗୁଡ଼ିକ ୟୁରିଆର ପ୍ରକୃତ ବିକଳ୍ପ ହୋଇପାରିବ ନାହିଁ । ସରକାରଙ୍କ ନିର୍ଦ୍ଧାରିତ ୪୫ କେଜି ୟୁରିଆ ବସ୍ତାର ଖୁଚୁରା ମୂଲ୍ୟ ୨୬୬.୫୦ ଟଙ୍କା ଥିବାବେଳେ ସାର ଅଭାବ ଯୋଗୁଁ ଚାଷୀମାନେ ଖୋଲା ବଜାରରୁ ଏହାକୁ ୫୦୦ରୁ ୬୦୦ ଟଙ୍କାରେ କିଣିବାକୁ ବାଧ୍ୟ ହେଉଛନ୍ତି । ସୁଲଭ ମୂଲ୍ୟରେ ୟୁରିଆ ଯୋଗାଇବା ପରିବର୍ତ୍ତେ ସରକାର ଚାଷୀଙ୍କୁ ଅଧିକ ମୂଲ୍ୟର କମ୍ପ୍ଲେକ୍ସ ସାର କିଣିବାକୁ ବାଧ୍ୟ କରି ସେମାନଙ୍କ ଉପରେ ଆର୍ଥିକ ବୋଝ ବଢ଼ାଉଛନ୍ତି ।
ଶ୍ରୀ ସଞ୍ଜୟ ଦାସବର୍ମା କହିଥିଲେ ଯେ, ଭାରତ ସରକାରଙ୍କ ଜାତୀୟ ସାର ବଣ୍ଟନ ନୀତିକୁ କାର୍ଯ୍ୟକାରୀ କରିବାରେ ଓଡ଼ିଶା ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ରାଜ୍ୟରେ ସାରର କୌଣସି ଅଭାବ ନଥିବା ସମବାୟ ମନ୍ତ୍ରୀ ଦାବି କରୁଥିବା ବେଳେ ସମବାୟ ବିଭାଗର ପ୍ରମୁଖ ଶାସନ ସଚିବ ୟୁରିଆ ଓ ଡିଏପିର ଅଭାବକୁ ସ୍ୱୀକାର କରି ଜିଲ୍ଲା ପ୍ରଶାସନକୁ ବିକଳ୍ପ ସାର ବ୍ୟବସ୍ଥା କରିବାକୁ ନିଦେ୍ର୍ଦଶ ଦେଇଛନ୍ତି । ଯାହା ସରକାରଙ୍କ ଦୋମୁହାଁ ନୀତିକୁ ପଦାରେ ପକାଇଛି । ବର୍ତ୍ତମାନ ୬୦ ପ୍ରତିଶତ ସାର ପ୍ୟାକ୍ସ, ଲ୍ୟାମ୍ପ୍ସ ଓ ସମବାୟ ସମିତି ମାଧ୍ୟମରେ ବଣ୍ଟନ କରାଯାଉଥିବା ବେଳେ ଅବଶିଷ୍ଟ ୪୦ ପ୍ରତିଶତ ହୋଲସେଲରଙ୍କ ମାଧ୍ୟମରେ ଯୋଗାଣ କରାଯାଉଛି । ଅନେକ ସମବାୟ ସମିତିରେ ହଜାର ହଜାର ପଞ୍ଜୀକୃତ ଚାଷୀ ଥିବା ସତ୍ତ୍ୱେ ପ୍ରତିଦିନ ମାତ୍ର ୩୦ରୁ ୭୦ ଜଣ ଚାଷୀଙ୍କୁ ସାର ବଣ୍ଟନ କରାଯାଉଛି । ଫଳରେ ସୁନ୍ଦରଗଡ଼, ମାଲକାନଗିରି, ନବରଙ୍ଗପୁର, କଳାହାଣ୍ଡି ଓ ସୁବର୍ଣ୍ଣପୁର ସମେତ ବହୁ ଜିଲ୍ଲାରେ ଚାଷୀମାନେ ସାର ପାଇବା ପାଇଁ ରାତିସାରା ଅପେକ୍ଷା କରୁଛନ୍ତି । ପ୍ରତ୍ୟେକ ଚାଷୀଙ୍କୁ ମାତ୍ର ଗୋଟିଏ ବସ୍ତା ୟୁରିଆ ଦିଆଯାଉଛି, ଯାହା ସମୁଦ୍ରକୁ ଶଙ୍ଖେ ପରି । କୁ୍ୟଆର କୋଡ୍ ଆଧାରିତ ଡିଜିଟାଲ ବଣ୍ଟନ ବ୍ୟବସ୍ଥା ଯୋଗୁଁ ଅନେକ ଚାଷୀ, ବିଶେଷକରି ମହିଳା ଚାଷୀ, ଭାଗଚାଷୀ ଏବଂ ସ୍ମାର୍ଟଫୋନ କିମ୍ୱା ଡିଜିଟାଲ ପେମେଣ୍ଟ ସୁବିଧା ନଥିବା ଚାଷୀମାନେ ଏଥିରୁ ବଞ୍ଚିତ ହେଉଛନ୍ତି । ଓଡ଼ିଶା ପାଇଁ ଆସୁଥିବା ସାରକୁ ପଡ଼ୋଶୀ ରାଜ୍ୟକୁ ବେଆଇନ ଭାବେ ଚାଲାଣ କରାଯାଉଛି । ସମବାୟ ସମିତିଗୁଡ଼ିକ ଚାଷୀଙ୍କୁ ୟୁରିଆ ସହିତ ବାଧ୍ୟତାମୂଳକ ଭାବେ ନାନୋ ୟୁରିଆ, ଜିଙ୍କ ଓ ଅନ୍ୟାନ୍ୟ ଉତ୍ପାଦ କିଣିବାକୁ ବାଧ୍ୟ କରୁଛନ୍ତି । ଯାହା ଫଳରେ ଚାଷୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ତୁରନ୍ତ କୃଷି, ସମବାୟ, ଖାଦ୍ୟ ଯୋଗାଣ ଏବଂ ମାର୍କଫେଡ ବିଭାଗକୁ ନେଇ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଡାକି ରାଜ୍ୟରେ ସାର ଆବଶ୍ୟକତାର ଆକଳନ କରନ୍ତୁ ଏବଂ ସମଗ୍ର ରାଜ୍ୟରେ ନିରବଚ୍ଛିନ୍ନ ସାର ଯୋଗାଣ ସୁନିଶ୍ଚିତ କରନ୍ତୁ । ନଚେତ୍ ଚାଷୀକୂଳର ସ୍ୱାର୍ଥ ପାଇଁ ବିଜୁ ଜନତା ଦଳ ତାର ଲଢ଼େଇକୁ ଆହୁରି ତୀବ୍ରତର କରିବ ।