Police crackdown in Delhi - The Sakala

ଦିଲ୍ଲୀରେ ପୁଲିସର ଦମନଲୀଳା: ବିଜୟଚୌକରେ ବିଜେଡିର ପ୍ରତିବାଦ
ନୂଆଦିଲ୍ଲୀ/ଭୁବନେଶ୍ୱର: ସୋମବାର ଦିଲ୍ଲୀ ଯନ୍ତରମନ୍ତରରୁ ସଂସଦ ଅଭିମୁଖେ ଶାନ୍ତିପୂର୍ଣ୍ଣ ପଦଯାତ୍ରା କରୁଥିବା ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ କଡ଼ା ନିନ୍ଦା କରିଛି ବିଜୁ ଜନତା ଦଳ। ଦିଲ୍ଲୀ ବିଜୟ ଚୌକରେ ସମଗ୍ର ଘଟଣାକୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ସହ ସାଂସଦମାନେ ପ୍ରତିବାଦ କରିଛନ୍ତି। ସଂସଦରେ ଏହି ଘଟଣା ସଂକ୍ରାନ୍ତରେ ସ୍ୱତନ୍ତ୍ର ଆଲୋଚନା ପାଇଁ ବିଜେଡି ଦାବି କରିବା ସହ ଆର୍‌ଏମ୍‌ଏଲ୍‌ ହସପିଟାଲରେ ଆହତ ଛାତ୍ରଛାତ୍ରୀଙ୍କୁ ସାଂସଦମାନେ ଭେଟିଛନ୍ତି ।

ରାଜ୍ୟସଭାରେ ବିଜେଡି ସଂସଦୀୟ ଦଳର ନେତା ମାନସ ରଞ୍ଜନ ମଙ୍ଗରାଜଙ୍କ ନେତୃତ୍ୱରେ ଡ.ସନ୍ତୃପ୍ତ ମିଶ୍ର, ଡ.ସସ୍ମିତ ପାତ୍ର, ଶୁଭାଶିଷ ଖୁଣ୍ଟିଆ, ସୁଲତା ଦେଓ ପ୍ରମୁଖ ମଙ୍ଗଳବାର ନୂଆଦିଲ୍ଲୀ ସ୍ଥିତ ଡଃ ରାମ ମନୋହର ଲୋହିଆ (ଆର୍‌ଏମ୍‌ଏଲ୍‌) ହସ୍ପିଟାଲକୁ ଯାଇ ଚିକିତ୍ସାଧୀନ ଥିବା ଛାତ୍ରଛାତ୍ରୀଙ୍କୁ ଭେଟି ଗଭୀର ସମବେଦନା ଜଣାଇଛନ୍ତି।  ସାଂସଦମାନେ ଆହତ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା ସହ ନ୍ୟାୟ ପାଇଁ ସେମାନଙ୍କ ଲଢେ଼ରେ ବିଜୁ ଜନତା ଦଳ ସଦାସର୍ବଦା ସେମାନଙ୍କ ସହ ରହିବ ବୋଲି ଆଶ୍ୱାସନା ଦେଇଛନ୍ତି।

ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ପକ୍ଷରୁ ଆହତ ଛାତ୍ରଛାତ୍ରୀଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ ପ୍ରତିନିଧି ମଣ୍ଡଳୀ। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୋଧରେ ଉଚିତ କାର୍ଯ୍ୟାନୁଷ୍ଠାନ ହେବା ପର୍ଯ୍ୟନ୍ତ ବିଜେଡି ସାମ୍ୱିଧାନିକ ଓ ଗଣତାନ୍ତ୍ରିକ ପଦ୍ଧତିରେ ଏହି ପ୍ରସଙ୍ଗକୁ ଉଠାଇ ଚାଲିବ ବୋଲି ଛାତ୍ରଛାତ୍ରୀମାନଙ୍କୁ ସାଂସଦମାନେ ଆଶ୍ୱାସନା ଦେଇଥିଲେ। ଏହାପୂର୍ବରୁ ଆଜି ପୂର୍ବାହ୍ନରେ ମାନସ ରଞ୍ଜନ ମଙ୍ଗରାଜଙ୍କ ନେତୃତ୍ୱରେ ବିଜେଡିର ସମସ୍ତ ରାଜ୍ୟସଭା ସାଂସଦ ଦିଲ୍ଲୀର ବିଜୟ ଚୌକଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ଉପରେ ପୋଲିସର ବର୍ବରୋଚିତ ଆକ୍ରମଣକୁ ତୀବ୍ର ନିନ୍ଦା କରିଥିଲେ। ଏକ  ସାମ୍ୱାଦିକ ସମ୍ମିଳନୀରେ ବିଜେଡି ସାଂସଦମାନେ ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ପ୍ରତି ଦଳର ନିଃସର୍ତ୍ତ ସମର୍ଥନ ଘୋଷଣା କରିଥିଲେ। ବିଜେଡିର ସମସ୍ତ ସାଂସଦ ସଂସଦର ସମସ୍ତ କାର୍ଯ୍ୟବିଧି ସ୍ଥଗିତ ରଖି ଏହି ଗୁରୁତର ପ୍ରସଙ୍ଗ ଉପରେ ସଂସଦରେ ସ୍ୱତନ୍ତ୍ର ଆଲୋଚନା ଦାବି କରିଥିଲେ। ଆହତ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ଏବଂ ଦୋଷୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଗୃହ ମଧ୍ୟରେ ତୀବ୍ର ପ୍ରତିବାଦ କରିଥିଲେ । ବିରୋଧୀ ଦଳମାନଙ୍କ ହଟ୍ଟଗୋଳ ଯୋଗୁଁ ପରବର୍ତ୍ତୀ ସମୟରେ ଗୃହକୁ ମୁଲତବୀ କରାଯାଇଥିଲା । ବିଭିନ୍ନ ବିରୋଧୀ ଦଳର ସାଂସଦମାନେ ମଧ୍ୟ ଏହି ପ୍ରତିବାଦରେ ସାମିଲ ହୋଇ ଛାତ୍ରଛାତ୍ରୀଙ୍କ ପ୍ରତି ପୋଲିସର ଅମାନୁଷିକ ଆକ୍ରମଣକୁ ନିନ୍ଦା କରିଥିଲେ। ଶାନ୍ତିପୂର୍ଣ୍ଣ ପ୍ରତିବାଦ କରିବା ପ୍ରତ୍ୟେକ ନାଗରିକଙ୍କ ମୌଳିକ ଅଧିକାର ଏବଂ ଏହାର ସୁରକ୍ଷା ସୁନିଶ୍ଚିତ କରିବା ସରକାରଙ୍କ ଦାୟିତ୍ୱ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀଙ୍କ ଉପରେ ବଳପ୍ରୟୋଗ କରିବା, ଗଣତାନ୍ତ୍ରିକ ମୂଲ୍ୟବୋଧକୁ କ୍ଷୁଣ୍ଣ କରୁଛି। ଆହତ ପ୍ରତ୍ୟେକ ଛାତ୍ରଛାତ୍ରୀଙ୍କୁ ନ୍ୟାୟ ମିଳିବା ଏବଂ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ପର୍ଯ୍ୟନ୍ତ ଦଳ ସଂସଦ ଭିତରେ ଓ ବାହାରେ ଏହି ଲଢେ଼ଇକୁ ଜାରି ରଖିବ ବୋଲି ଦଳ ପକ୍ଷରୁ କୁହାଯାଇଛି।