Dakshina Moda - The Sakala

ବାହୁଡ଼ା ଯାତ୍ରା ପୂର୍ବରୁ ପୁରୀରେ ସମ୍ପନ୍ନ ହେଲା ତିନି ରଥର ଦକ୍ଷିଣ ମୋଡ଼ ନୀତି
ପୁରୀ: ଦିନକ ପରେ ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା, ଦକ୍ଷିଣ ମୋଡ଼ ନେଲେ ୩ ରଥ । ପବିତ୍ର ବାହୁଡ଼ା ଯାତ୍ରା ପୂର୍ବରୁ ଶ୍ରୀକ୍ଷେତ୍ର ପୁରୀରେ ମହାପ୍ରଭୁ ଶ୍ରୀଜଗନ୍ନାଥ, ପ୍ରଭୁ ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କ ତିନି ରଥର ଦକ୍ଷିଣ ମୋଡ଼ ନୀତି ସଫଳତାର ସହ ସମ୍ପନ୍ନ ହୋଇଛି। ମଙ୍ଗଳବାର ଦିନ ଏହି ପ୍ରକ୍ରିୟା ଆରମ୍ଭ ହୋଇଥିଲେ ମଧ୍ୟ ପ୍ରବଳ ବର୍ଷା କାରଣରୁ ଏଥିରେ ବାଧା ଉପୁଜିଥିଲା। ମଙ୍ଗଳବାର କେବଳ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥକୁ ସଫଳତାର ସହ ଦକ୍ଷିଣ ମୋଡ଼ କରାଯାଇ ଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ନିକଟରେ ରଖାଯାଇଥିଲା। କିନ୍ତୁ ପ୍ରବଳ ବର୍ଷା ହେତୁ ଶ୍ରୀଜଗନ୍ନାଥ ମନ୍ଦିର ପ୍ରଶାସନ (ଏସଜେଟିଏ) ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଏବଂ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥର ଦକ୍ଷିଣ ମୋଡ଼ ନୀତିକୁ ଅଧାରୁ ସ୍ଥଗିତ ରଖିବାକୁ ବାଧ୍ୟ ହୋଇଥିଲେ।

ବୁଧବାର ସକାଳେ ପୁନର୍ବାର ଏହି ନୀତି ଆରମ୍ଭ କରାଯାଇଥିଲା। ପ୍ରଥମେ ତାଳଧ୍ୱଜ ରଥକୁ ଦକ୍ଷିଣ ମୋଡ଼ କରାଯାଇଥିଲା ଏବଂ ଏହା ପରେ ନନ୍ଦିଘୋଷ ରଥକୁ ମଧ୍ୟ ନାକଚଣା ଦ୍ୱାର ଆଡ଼କୁ ନିଆଯାଇଥିଲା। ବର୍ତ୍ତମାନ ତିନି ରଥର ଦକ୍ଷିଣ ମୋଡ଼ ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇଥିବା ବେଳେ ଖୁବଶୀଘ୍ର ରଥଗୁଡ଼ିକର ବୈଷୟିକ ଯାଞ୍ଚ କରାଯିବ।