Rath Yatra Management - The Sakala

ରଥଯାତ୍ରା ପରିଚାଳନାରେ ସରକାର ଅସମର୍ଥ, ଦଳାଚକଟା ଘଟଣାକୁ ଚାପି ଦେବାକୁ ହୋଇଛି ଉଦ୍ୟମ: ବିଜେଡି
ଭୁବନେଶ୍ୱର: ରଥଯାତ୍ରାର ପରିଚାଳନାରେ ରାଜ୍ୟ ସରକାରଙ୍କ ବିଫଳତା ଯୋଗୁଁ ଶ୍ରଦ୍ଧାଳୁଙ୍କ ପ୍ରାଣହାନି ଘଟିଛି। ଗତ ତିନିଟି ରଥଯାତ୍ରାରେ ଅବ୍ୟବସ୍ଥା ଜାରି ରହିଥିବାବେଳେ ଚଳିତ ବର୍ଷର ରଥଯାତ୍ରାରେ ଘଟିଥିବା ଦଳାଚକଟା ଘଟଣାକୁ ମଧ୍ୟ ସରକାର ଲୁଚାଇବାକୁ ଉଦ୍ୟମ କରୁଛନ୍ତି। ଏହାସହ ସ୍ୱାସ୍ଥ୍ୟମନ୍ତ୍ରୀ ସର୍ବସାଧାରଣଙ୍କୁ ଭୁଆଁ ବୁଲାଇବାକୁ ମିଛ କହିଥିବା ଅଭିଯୋଗ କରିଛି ବିଜେଡି। ଶଙ୍ଖ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ରାଜ୍ୟ ଉପସଭାପତି ତଥା ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା ଏବଂ ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି ଏହି ପ୍ରସଙ୍ଗରେ ସରକାରଙ୍କୁ କଟୁ ସମାଲୋଚନା କରିଛନ୍ତି ।

ଶ୍ରୀ ଦାସବର୍ମା କହିଛନ୍ତି ଯେ ରଥଯାତ୍ରା ସମୟରେ ଘଟିଥିବା ଏହି ଅଘଟଣ କୋଟି କୋଟି ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରିଛି। ସରକାର ଏହାର ଉତ୍ତରଦାୟିତ୍ୱ ନେବା ପରିବର୍ତ୍ତେ ଘଟଣାକୁ ଲୁଚାଇବାକୁ ଉଦ୍ୟମ କରୁଛନ୍ତି ବୋଲି ସେ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ ଦଳାଚକଟାରେ କୌଣସି ମୃତ୍ୟୁ ହୋଇନଥିବା କହିଥିଲେ ମଧ୍ୟ, ଶବ ବ୍ୟବଚ୍ଛେଦ ରିପୋର୍ଟରେ ଦଳାଚକଟା ଯୋଗୁଁ ମୃତ୍ୟୁ ଘଟିଥିବା ଉଲ୍ଲେଖ ରହିଛି। ସରକାର ରଥଯାତ୍ରା ସମୟରେ ପ୍ରକୃତରେ କ’ଣ ଘଟିଥିଲା, କେତେ ଜଣଙ୍କ ମୃତ୍ୟୁ ଓ କେତେ ଜଣ ଆହତ ହୋଇଥିଲେ, ସେ ନେଇ ସ୍ପଷ୍ଟ ସରକାର କୌଣସି ତଥ୍ୟ ସାର୍ବଜନୀନ କରୁନାହାନ୍ତି। ଦଳାଚକଟା ପରେ ଚାରିଜଣ ଗୁରୁତର ଆହତଙ୍କୁ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ସେଥିମଧ୍ୟରୁ ତିନିଜଣଙ୍କ ମୃତ୍ୟୁ ଘଟିଥିବା ସହ ୩୫୦ରୁ ଅଧିକ ଲୋକ ଆହତ ହୋଇଥିବା ସିଡିଏମଓଙ୍କ ପକ୍ଷରୁ ସୂଚନା ଦିଆଯାଇଥିଲା। କିନ୍ତୁ ରାଜ୍ୟ ସରକାର କେବଳ ଦୁଇଜଣଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ଅନ୍ୟ ଘଟଣା ସମ୍ପର୍କରେ ନିରବତା ଅବଲମ୍ବନ କରିଛନ୍ତି।  ରଥଯାତ୍ରାର ସୁପରିଚାଳନା ପାଇଁ ବାରମ୍ବାର ବୈଠକ ହୋଇଥିଲେ ମଧ୍ୟ ପ୍ରଶାସନର ବିଫଳତା ଯୋଗୁଁ ଏଭଳି ଅଭାବନୀୟ ଘଟଣା ଘଟିଛି। ରଥଯାତ୍ରା ଦେଖିବାକୁ ଆସିଥିବା ଶ୍ରଦ୍ଧାଳୁମାନେ ଶବ ହୋଇ ଘରକୁ ଫେରିଥିବାବେଳେ ସରକାର ନିଜ ଦୋଷ ସ୍ୱୀକାର କରିବାକୁ ମଧ୍ୟ ପ୍ରସ୍ତୁତ ନାହାନ୍ତି ବୋଲି ସେ କହିଛନ୍ତି। ଏହି ଘଟଣାର ବିଚାରବିଭାଗୀୟ ତଦନ୍ତ କରି ତାହାର ରିପୋର୍ଟ ସାର୍ବଜନୀନ କରିବାକୁ ଦାବି କରାଯାଇଛି। ସେହିପରି ପୂର୍ବବର୍ଷର ରଥଯାତ୍ରା ସମୟରେ ଘଟିଥିବା ଦଳାଚକଟା ଏବଂ ପହଣ୍ଡି ବିଜେ ବେଳେ ଚାରମାଳରୁ ପ୍ରଭୁ ବଳଭଦ୍ର ଖସିପଡ଼ିବା ଘଟଣାର ତଦନ୍ତ ରିପୋର୍ଟ ମଧ୍ୟ ଏପର୍ଯ୍ୟନ୍ତ ସାର୍ବଜନୀନ ହୋଇନଥିବାରୁ ତାହାକୁ ମଧ୍ୟ ପ୍ରକାଶ କରିବାକୁ ସେ ଦାବି କରିଛନ୍ତି। ଶ୍ରୀ ଦାସବର୍ମା ସୂର୍ଯ୍ୟାସ୍ତ ପରେ ରଥ ଟଣାଯିବା ସଂପର୍କରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି। ପାରମ୍ପରିକ ନୀତିକାନ୍ତି ଅନୁଯାୟୀ ସୂର୍ଯ୍ୟାସ୍ତ ପରେ ରଥ ଟଣାଯିବାର ବ୍ୟବସ୍ଥା ନଥିବାବେଳେ କେଉଁ ପରିସ୍ଥିତିରେ ଏହି ନିଷ୍ପତ୍ତି ନିଆଗଲା, ସେନେଇ ରାଜ୍ୟ ସରକାର ସ୍ପଷ୍ଟୀକରଣ ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି।

ବିଜେଡିର ଗଣମାଧ୍ୟମ ସଂଯୋଜକ ଡ. ଲେନିନ ମହାନ୍ତି କହିଛନ୍ତି ଯେ, ପୁରୀରେ ଘଟିଥିବା ଦଳାଚକଟା ଘଟଣା ସମସ୍ତ ଗଣମାଧ୍ୟମରେ ପ୍ରସାରିତ ହୋଇଥିଲେ ମଧ୍ୟ ସରକାର ତାହାକୁ ସ୍ୱୀକାର କରୁନାହାନ୍ତି। ସରକାରୀ ଅବ୍ୟବସ୍ଥାକୁ ଲୁଚାଇବା ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଭୁଲ୍‌ ତଥ୍ୟ ଦେଇଥିବା ସେ ଅଭିଯୋଗ କରିଛନ୍ତି।  ବିଜେପି ସରକାର ଗଠନ ପରଠାରୁ କ୍ରମାଗତ ଭାବେ ରଥଯାତ୍ରା ପରିଚାଳନାରେ ଅବ୍ୟବସ୍ଥା ଦେଖାଦେଉଛି। ଓଡ଼ିଆ ଅସ୍ମିତାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ରଥଯାତ୍ରାର ସୁପରିଚାଳନାରେ ସରକାର ବିଫଳ ହୋଇଥିବାରୁ ରାଜ୍ୟର ଭାବମୂର୍ତ୍ତି କ୍ଷୁଣ୍ଣ ହୋଇଛି। ସରକାର ନିଜର ତ୍ରୁଟି ସ୍ୱୀକାର କରି ଦାୟିତ୍ୱ ନେବା ସହ ଘଟଣାର ସତ୍ୟାସତ୍ୟ ସାର୍ବଜନୀନ କରନ୍ତୁ ବୋଲି ସେ ଦାବି କରିଛନ୍ତି।